ସାବଧାନ ଓ ସତର୍କ ରହିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ପରୀକ୍ଷାଗାର ନିରୀକ୍ଷଣ ବୃଦ୍ଧି, ସମସ୍ତ ଗୁରୁତର ଜଟିଳ ଶ୍ୱାସରୋଗ ଜନିତ ଅସୁସ୍ଥତା (ଏସଏଆରଆଇ) ସଂକ୍ରମିତଙ୍କ ପରୀକ୍ଷା ଓ ଜିନମ ସିକୁଏନ୍ସିଂକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ
ମୁକାବିଲା ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି ପୁଣିଥରେ ଡାକ୍ତରଖାନାଗୁଡ଼ିକରେ ଆୟୋଜିତ ହେବ ମକ୍‌ଡ୍ରିଲ୍‌
ଶ୍ୱାସଜନିତ ସ୍ୱଚ୍ଛତା ଏବଂ କୋଭିଡ ଉପଯୁକ୍ତ ଅଭ୍ୟାସ ଅନୁସରଣ କରିବା ଲାଗି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଦେଶରେ କୋଭିଡ-୧୯ ଏବଂ ଇନଫ୍ଲୁଏଞ୍ଜାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ବୈଠକରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଲଜିଷ୍ଟିକ୍ସର ପ୍ରସ୍ତୁତି, ଟିକାକରଣ ଅଭିଯାନର ସ୍ଥିତି, ନୂଆ କୋଭିଡ-୧୯ ଭେରିଏଣ୍ଟ ଓ ଇନଫ୍ଲୁଏଞ୍ଜା ବା ସର୍ଦ୍ଦିରୋଗର ପ୍ରକାର ଏବଂ ଦେଶର ଜନସ୍ୱାସ୍ଥ୍ୟ ଉପରେ ସେଗୁଡ଼ିକର ପ୍ରଭାବ ସମ୍ପର୍କରେ ସମୀକ୍ଷା କରିଥିଲେ। ଦେଶରେ ଇନଫ୍ଲୁଏଞ୍ଜା ଭଳି ସର୍ଦ୍ଦିରୋଗ ଓ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବଂ ଗତ ଦୁଇ ସପ୍ତାହ ମଧ୍ୟରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଦୃଷ୍ଟିରୁ ଏହି ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରାଯାଇଥିଲା।

ଏଥିପୂର୍ବରୁ ୨୨ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ କୋଭିଡ-୧୯ ସମୀକ୍ଷା ବୈଠକରେ କେତେକ ନିର୍ଦ୍ଦେଶ ଦେଇଥିଲେ, ସେ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଜିର ବୈଠକରେ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ୨୦ଟି ମୁଖ୍ୟ କୋଭିଡ ଔଷଧ, ୧୨ଟି ଅନ୍ୟାନ୍ୟ ଔଷଧ, ୮ଟି ବଫର ଔଷଧ ଏବଂ ଗୋଟିଏ ଇନଫ୍ଲୁଏଞ୍ଜା ଔଷଧ ଦର ପ୍ରତି ନଜର ରଖାଯାଇଛି । ଦେଶର ୨୨ ହଜାର ଡାକ୍ତରଖାନାରେ ଗତ ୨୭ ଡିସେମ୍ବର ୨୦୨୨ରେ ଏକ ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଥିଲା ଏବଂ ଏହାପରେ ଡାକ୍ତରଖାନାଗୁଡ଼ିକ ଦ୍ୱାରା ନିରାକରଣ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ବିଶେଷ କରି ଗତ କିଛି ମାସ ମଧ୍ୟରେ ଏଚୱାନ୍‌ଏନୱାନ୍‌ ଏବଂ ଏଚ୍‌ଥ୍ରୀଏନ୍‌ଟୁ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କୁ ଇନଫ୍ଲୁଏଞ୍ଜା ସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା।

ମାନ୍ୟତାପ୍ରାପ୍ତ ଆଇନଏସଏସିଓଜି ଜିନମ ସିକୁଏନ୍ସିଂ ପରୀକ୍ଷାଗାରଗୁଡ଼ିକରେ ପଜିଟିଭ ନମୁନାଗୁଡ଼ିକର ଜିନୋମ୍‌ ସିକୁଏନ୍ସିଂ ବା ଜିନ୍‌ ଅନୁଶୀଳନ ସଂଖ୍ୟା ବଢ଼ାଇବା ଲାଗି ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହା ନୂଆ ଭେରିଏଣ୍ଟ ବା ଭୂତାଣୁ ପ୍ରତିରୂପକୁ ଚିହ୍ନଟ କରିବା କ୍ଷେତ୍ରରେ ସହାୟକ ହୋଇପାରିବ, ଯଦ୍ଦ୍ୱାରା ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ଭବ ହୋଇପାରିବ ।

ଡାକ୍ତରଖାନା ପରିସରରେ ରୋଗୀ, ସ୍ୱାସ୍ଥ୍ୟସେବା ପେସାଦାର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ମାସ୍କ ପରିଧାନ ସମେତ କୋଭିଡ ଉପଯୁକ୍ତ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ । ସେହିପରି ବରିଷ୍ଠ ନାଗରିକ ଓ ଅନ୍ୟାନ୍ୟ ରୋଗ ଥିବା ଲୋକମାନେ ଯେତେବେଳେ ଭିଡ଼ ଥିବା ଅଞ୍ଚଳକୁ ଯାଉଛନ୍ତି ସେମାନେ ମାସ୍କ ପିନ୍ଧିବା ଉଚିତ୍‌ ବୋଲି ସେ ବିଶେଷ ଭାବେ ପରାମର୍ଶ ଦେଇଥିଲେ।

ଆଇଆରଆଇ/ଏସଏଆରଆଇ ସଂକ୍ରମିତଙ୍କ ପ୍ରଭାବୀ ଅନୁଧ୍ୟାନ, ଏବଂ ଇନଫ୍ଲୁଏଞ୍ଜା, ସାର୍ସ-କୋଭ-୨ ଏବଂ ଆଡେନୋ ଭୂତାଣୁର ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଦେଶର ସବୁ ଡାକ୍ତରଖାନାଗୁଡ଼ିକରେ ଯଥେଷ୍ଟ ଶଯ୍ୟା ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଉପଲବ୍ଧ ରଖିବା ସହିତ ଇନଫ୍ଲୁଏଞ୍ଜା ଓ କୋଭିଡ-୧୯ ପାଇଁ ଆବଶ୍ୟକ ଔଷଧ ଓ ସାମଗ୍ରୀ ମହଜୁଦ ରଖିବା ଉପରେ ଶ୍ରୀ ମୋଦୀ ଜୋର ଦେଇଥିଲେ ।

ସେ ଜୋର ଦେଇ କହିଥିଲେ ଯେ କୋଭିଡ-୧୯ ମହାମାରୀ ଏବେ ସୁଦ୍ଧା ଦେଶରୁ ଯାଇନାହିଁ ଏବଂ ନିୟମିତ ଭାବେ ସାରା ଦେଶରେ ଏହାର ସ୍ଥିତି ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ପରୀକ୍ଷା-ଚିହ୍ନଟ-ଚିକିତ୍ସା-ଟିକାକରଣ ଏବଂ କୋଭିଡ ଉପଯୁକ୍ତ ଅଭ୍ୟାସର ପଞ୍ଚସୂତ୍ରୀ ରଣନୀତି ଉପରେ ନିରନ୍ତର ଭାବେ ଧ୍ୟାନ ଦେବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିସହିତ ପରୀକ୍ଷାଗତାର ନିରୀକ୍ଷଣ ବଢ଼ାଇବା ଏବଂ ସବୁ ଗୁରୁତର ଜଟିଳ ଶ୍ୱାସରୋଗ ଅସୁସ୍ଥତା (ଏସଏଆରଆଇ) ସଂକ୍ରମିତଙ୍କ ପରୀକ୍ଷା କରବା ଲାଗି ସେ କହିଥିଲେ । ସବୁ ପ୍ରକାର ପରିସ୍ଥିତି ପାଇଁ ଆମର ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରଖିବା ନିମନ୍ତେ ନିୟମିତ ଭାବେ ମକ୍‌ଡ୍ରିଲ ଆୟୋଜନ କରାଯିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ।

ଶ୍ୱାସଜନିତ ସ୍ୱଚ୍ଛତା ଅନୁସରଣ କରିବା ଏବଂ ଭିଡ଼ ଥିବା ସାର୍ବଜନୀନ ସ୍ଥାନରେ କୋଭିଡ ଅନୁକୂଳ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଜନସମୁଦାୟଙ୍କୁ ଆହ୍ୱାନ କରିଥିଲେ ।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପିକେ ମିଶ୍ର, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ, କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ଫାର୍ମସ୍ୟୁଟିକାଲ୍ସ ବିଭାଗ ସଚିବ ଏବଂ ବାୟୋଟେକ୍ନୋଲୋଜି ବିଭାଗ ସଚିବଙ୍କ ସମେତ ଆଇସିଏମଆର ମହାନିର୍ଦ୍ଦେଶକ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପରାମର୍ଶଦାତା ଶ୍ରୀ ଅମିତ ଖାରେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Patent application filings in India rise 30.2% to 143,000 in 2025-26: Goyal

Media Coverage

Patent application filings in India rise 30.2% to 143,000 in 2025-26: Goyal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to the martyrs of Jallianwala Bagh
April 13, 2026
PM shares a Sanskrit Subhashitam on nurturing benevolent forces

The Prime Minister Shri Narendra Modi, today paid his heartfelt homage to the brave martyrs of Jallianwala Bagh. Shri Modi remarked that their sacrifice stands as a powerful reminder of the indomitable spirit of our people.

The Prime Minister also shared a Sanskrit Subhashitam today highlighting the call for industrious people to nurture benevolent forces within society that make the nation prosperous, aware, and self-reliant, while firmly resisting destructive forces that create division, injustice, and discontent.

The Prime Minister wrote on X:

"On this day, we pay our heartfelt homage to the brave martyrs of Jallianwala Bagh. Their sacrifice stands as a powerful reminder of the indomitable spirit of our people. The courage and determination they displayed continue to inspire generations to uphold the values of liberty, justice and dignity.”

“ ਅੱਜ ਦੇ ਦਿਨ, ਅਸੀਂ ਜੱਲ੍ਹਿਆਂਵਾਲਾ ਬਾਗ਼ ਦੇ ਸੂਰਬੀਰ ਸ਼ਹੀਦਾਂ ਨੂੰ ਦਿਲੋਂ ਸ਼ਰਧਾਂਜਲੀ ਭੇਟ ਕਰਦੇ ਹਾਂ। ਉਨ੍ਹਾਂ ਦੀ ਕੁਰਬਾਨੀ ਸਾਡੇ ਲੋਕਾਂ ਦੇ ਕਦੇ ਨਾ ਝੁਕਣ ਵਾਲੇ ਜਜ਼ਬੇ ਦੀ ਮਜ਼ਬੂਤ ਯਾਦ ਦਿਵਾਉਂਦੀ ਹੈ। ਉਨ੍ਹਾਂ ਵੱਲੋਂ ਵਿਖਾਇਆ ਗਿਆ ਹੌਸਲਾ ਅਤੇ ਪੱਕਾ ਇਰਾਦਾ, ਆਉਣ ਵਾਲੀਆਂ ਪੀੜ੍ਹੀਆਂ ਨੂੰ ਆਜ਼ਾਦੀ, ਇਨਸਾਫ਼ ਅਤੇ ਮਾਣ-ਸਨਮਾਨ ਦੀਆਂ ਕਦਰਾਂ-ਕੀਮਤਾਂ ਉੱਤੇ ਪਹਿਰਾ ਦੇਣ ਲਈ ਲਗਾਤਾਰ ਪ੍ਰੇਰਿਤ ਕਰਦਾ ਆ ਰਿਹਾ ਹੈ।”

“जलियांवाला बाग नरसंहार के सभी अमर बलिदानियों को मेरी आदरपूर्ण श्रद्धांजलि। विदेशी हुकूमत की बर्बरता के खिलाफ उनके अदम्य साहस और स्वाभिमान की गाथा देश की हर पीढ़ी को प्रेरित करती रहेगी।

इन्द्रं वर्धन्तो अप्तुरः कृण्वन्तो विश्वमार्यम्।
अपघ्नन्तो अराव्णः॥"

O industrious people! Nurture those benevolent forces within your society that make the nation prosperous, aware and self-reliant. At the same time, firmly resist the destructive forces that create division, injustice and discontent in society.