- ଖଣି, ରେଳ, ଜଳସମ୍ପଦ, ଔଦ୍ୟୋଗିକ କରିଡର ଏବଂ ବିଜୁଳି କ୍ଷେତ୍ର ସମ୍ବନ୍ଧିତ ୮ଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
-ସମୀକ୍ଷା ହୋଇଥିବା ପ୍ରକଳ୍ପଗୁଡ଼ିକ ୧୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବିସ୍ତାରିତ, ମୋଟ ନିବେଶ ୬୫,୦୦୦ କୋଟି ଟଙ୍କାରୁ ଅଧିକ
-ସମୀକ୍ଷାରେ ଜୋର୍ ଦିଆଯାଇଥିଲା: ସ୍ପଷ୍ଟ ସମୟସୀମା, ପ୍ରଭାବଶାଳୀ ଆନ୍ତଃ-ଏଜେନ୍ସି ସମନ୍ୱୟ ଏବଂ ବାଧା ଗୁଡ଼ିକର ଶୀଘ୍ର ସମାଧାନ
-ପ୍ରଧାନମନ୍ତ୍ରୀ କାର୍ଯ୍ୟାନ୍ୱୟନରେ ବିଳମ୍ବର ଦ୍ୱିଗୁଣିତ ମୂଲ୍ୟକୁ ଦୋହରାଇଥିଲେ, ପ୍ରକଳ୍ପ ମୂଲ୍ୟ ବୃଦ୍ଧି ଏବଂ ନାଗରିକଙ୍କୁ ସମୟାନୁସାରେ ଆବଶ୍ୟକ ସେବା ସୁବିଧାରୁ ବଂଚିତ କରିବା
-ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ପରିଣାମ-ଉନ୍ମୁଖ ଦୃଷ୍ଟିକୋଣ ଆପଣାଇବାକୁ ଆହ୍ୱାନ ଦେଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାଉଥ ବ୍ଲକରେ ପ୍ରଗତି - ସକ୍ରିୟତାର ସହ ଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ଆଇସିଟି -  ସକ୍ଷମ-ବହୁମୁଖୀ ମଡେଲ ପ୍ଲାଟଫର୍ମ - ର ୪୯ ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ପ୍ଲାଟଫର୍ମ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା, ପ୍ରତିବନ୍ଧକ ଦୂର କରିବା ଏବଂ ସମୟାନୁବର୍ତ୍ତୀ ସମାପ୍ତି ସୁନିଶ୍ଚିତ କରିବା ପାଇଁ ଏକାଠି କରିଥାଏ।

ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଖଣି, ରେଳ, ଜଳସମ୍ପଦ, ଔଦ୍ୟୋଗିକ କରିଡର ଏବଂ ବିଜୁଳି କ୍ଷେତ୍ର ସମ୍ବନ୍ଧିତ ୮ଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପ ଗୁଡ଼ିକ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ହେଉଛି ଏବଂ ଏହାର ମୋଟ ନିବେଶ ୬୫,୦୦୦ କୋଟି ଟଙ୍କାରୁ ଅଧିକ । ଆର୍ଥିକ ବିକାଶ ଏବଂ ଜନକଲ୍ୟାଣ ଦିଗରୁ ମହତ୍ୱପୂର୍ଣ୍ଣ ଏହି ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ସ୍ପଷ୍ଟ ସମୟସୀମା, ପ୍ରଭାବୀ ଆନ୍ତଃଏଜେନ୍ସି ସମନ୍ୱୟ ଏବଂ ବାଧା ଗୁଡ଼ିକର ଶୀଘ୍ର ସମାଧାନ ଆଦି ଉପରେ ଜୋର୍ ଦିଆ ଯାଇଥିଲା ।

ପ୍ରଧାନମନ୍ତ୍ରୀ ଏହା ଦୋହରାଇଥିଲେ କି, କ୍ରିୟାନ୍ୱୟନରେ ବିଳମ୍ବ ହେଲେ ଖର୍ଚ୍ଚ ଦୁଇ ଗୁଣା ହୋଇଥାଏ- ଅନେକ ସମୟରେ ପ୍ରକଳ୍ପର ଖର୍ଚ୍ଚ ଅଟକଳ ବଢ଼ିଥାଏ ଏବଂ ନାଗରିକମାନଙ୍କୁ ଠିକ୍ ସମୟରେ ଆବଶ୍ୟକ ସେବା ତଥା ମୌଳିକ ଢାଞ୍ଚାର ସୁବିଧାରୁ ବଞ୍ଚିତ ହେବାକୁ ପଡ଼େ । ସେ ଉଭୟ କେନ୍ଦ୍ର ଓ ରାଜ୍ୟର ଅଧିକାରୀମାନଙ୍କୁ ପରିଣାମ-ଉନ୍ମୁଖ ଦୃଷ୍ଟିକୋଣ ଆପଣାଇବାକୁ ଆହ୍ୱାନ ଦେଇଥିଲେ, ଯଦ୍ୱାରାକି ମିଳୁଥିବା ସୁବିଧା ମାଧ୍ୟମରେ ଲୋକଙ୍କ ଜୀବନଧାରଣର ମାନରେ ବିକାଶ ହୋଇପାରିବ ଏବଂ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ବ୍ୟବସାୟ କରିବାର ଲକ୍ଷ୍ୟକୁ ଆଗକୁ ବଢ଼ାଇ ହେବ ।

ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱାରୋପ ଯେ, ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ପ୍ରମୁଖ ପ୍ରକଳ୍ପ ଗୁଡ଼ିକର ନିୟମିତ ସମୀକ୍ଷା ଏବଂ ନଜର ରଖିବା ପାଇଁ ନିଜ ସ୍ତରରେ ବ୍ୟବସ୍ଥା କରିବା ଆବଶ୍ୟକ, ଯଦ୍ୱାରା ଠିକ୍ ସମୟରେ କ୍ରିୟାନ୍ୱୟନ ଏବଂ ବାଧାଗୁଡ଼ିକର ପ୍ରଭାବୀ ସମାଧାନ ସୁନିଶ୍ଚିତ ହୋଇପାରିବ । ସେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ସୁଧାର ଉପରେ ଜୋର୍ ଦେବାକୁ ପରାମର୍ଶ ଦେଇଥିଲେ, ଯାହାର ଉଦ୍ଦେଶ୍ୟ ପ୍ରତିସ୍ପର୍ଦ୍ଧାରେ ସୁଧାର ଆଣିବା, ଦକ୍ଷତାକୁ ସୁଦୃଢ଼ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ନବାଚାରକୁ ବୃଦ୍ଧି କରିବା ହେବା ଉଚିତ । ସେ ଏହା ଉପରେ ଜୋର୍ ଦେଇ କହିଥିଲେ, ଏହି ସୁଧାର ମାଧ୍ୟମରେ ଉତ୍ତମ ପ୍ରସ୍ତୁତି ଆମକୁ ମିଳୁଥିବା ସୁବିଧାରୁ ଦ୍ରୁତ ଗତିରେ ଲାଭ ଉଠାଇବାରେ ସକ୍ଷମ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi