ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତିର ୩୭ ତମ ସଂସ୍କରଣ ବୈଠକରେ ଅଧ୍ୟକ୍ଷତା କରିଥିଲେ, ଯାହାକି ସକ୍ରିୟ ପ୍ରଶାସନ ଏବଂ ସଠିକ୍‍ ସମୟରେ କାର୍ଯ୍ୟକାରୀ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜଡିତ ଆଇସିଟି ଆଧାରିତ ମଲ୍ଟି ମୋଡାଲ ପ୍ଲାଟଫର୍ମ ।

ଏହି ବୈଠକରେ ନଅଟି ବିଷୟ ଉପରେ ସମୀକ୍ଷା କରାଯାଇଥିଲା, ଯେଉଁଥିରେ ଆଠଟି ପ୍ରକଳ୍ପ ଏବଂ ଗୋଟିଏ ଯୋଜନା ଅନ୍ତର୍ଭୁକ୍ତ ଥିଲା । ଆଠଟି ପ୍ରକଳ୍ପ ମଧ୍ୟରୁ ରେଳ ମନ୍ତ୍ରଣାଳୟ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟରୁ ତିନିଟି କରି ଏବଂ ଦୁଇଟି ପ୍ରକଳ୍ପ ଶକ୍ତି ମନ୍ତ୍ରଣାଳୟର ଥିଲା । ୧୪ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ହିମାଚଳ ପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର, ହରିୟାଣା, ଛତିଶଗଡ, ଅରୁଣାଚଳ ପ୍ରଦେଶ, ସିକ୍କିମ, ଉତ୍ତରାଖଣ୍ଡ, ମଣିପୁର ଏବଂ ଦିଲ୍ଲୀ ସହିତ ଜଡିତ ଏହି ଆଠଟି ପ୍ରକଳ୍ପର ମୋଟ୍‍ ମୂଲ୍ୟ ୧,୨୬,୦୦୦ କୋଟି ଟଙ୍କା ।

ଏହି ପ୍ରକଳ୍ପଗୁଡିକ ଠିକ ସମୟରେ ସମାପ୍ତ ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ୱାନ ନେସନ-ୱାନ ରେସନ କାର୍ଡ (ଓଏନ୍‍ଓଆରସି) ଯୋଜନାର ସମୀକ୍ଷା କରିଥିଲେ । ଏହି ଯୋଜନା ଅଧୀନରେ ବିକଶିତ ବୈଷୟିକ ପ୍ଲାଟଫର୍ମର ବହୁମୁଖୀ ଉପଯୋଗିତା ଅନୁସନ୍ଧାନ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ, ଯାହା ଦ୍ୱାରା ସାଧାରଣ ନାଗରିକଙ୍କୁ ଏହାର ସୁବିଧା ଯୋଗାଇ ଦିଆଯାଇ ପାରିବ ।

ଅମ୍ଳଜାନ କାରଖାନା ର୍ନିମାଣ ଏବଂ ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଉପଲବ୍ଧତା ଉପରେ ନିରନ୍ତର ନଜର ରଖିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବ ୩୬ ଟି ପ୍ରଗତି ବୈଠକରେ ମୋଟ ୧୩.୭୮ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୯୨ ଟି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
With HPV vaccine rollout, AIIMS oncologist says it’s the beginning of the end for cervical cancer in India

Media Coverage

With HPV vaccine rollout, AIIMS oncologist says it’s the beginning of the end for cervical cancer in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Jammu and Kashmir team on their first-ever Ranji Trophy victory
February 28, 2026

The Prime Minister has congratulated the Jammu and Kashmir team for their first-ever Ranji Trophy win.

The Prime Minister stated that this historic triumph reflects the remarkable grit, discipline, and passion of the team. Highlighting that it is a proud moment for the people of Jammu and Kashmir, he noted that the victory underscores the growing sporting passion and talent in the region.

The Prime Minister expressed hope that this feat will inspire many young athletes to dream big and play more.

The Prime Minister shared on X post;

"Congratulations to the Jammu and Kashmir team for their first ever Ranji Trophy win! This historic triumph reflects remarkable grit, discipline and passion of the team. It is a proud moment for the people of Jammu and Kashmir and it highlights the growing sporting passion and talent there. May this feat inspire many young athletes to dream big and play more."