India is committed to strengthen strategic partnership with Canada: PM Modi
From investment to energy, science and innovation to education and skill development, from sea to space, India and Canada are working together in every sector: PM
Terrorism and militancy are a threat to democratic, pluralistic societies like India and Canada: PM Modi
Being the energy super power, Canada can meet the rising energy requirements of our countries: PM

ମହାମହିମ, ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଟ୍ରୁଡୋ,

ସମ୍ମାନନୀୟ ପ୍ରତିନିଧି ଦଳର ସଦସ୍ୟ,

ଗଣମାଧ୍ୟମର ବନ୍ଧୁଗଣ,

ଭାରତକୁ ସରକାରୀ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ସ୍ୱାଗତ କରି ମୁଁ ଆନନ୍ଦିତ  ।

ତେବେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଏହା ପ୍ରଥମ ଗସ୍ତ, ସେ ନିଜ ପିତା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିୟର ଟ୍ରୁଡୋଙ୍କ ସହିତ 1983ରେ ଭାରତ ଗସ୍ତରେ ଆସିଥିଲେ  ।

ଶ୍ରୀମାନ ପ୍ରଧାନମନ୍ତ୍ରୀ ମହୋଦୟ ଆପଣଙ୍କ ଗସ୍ତକୁ ଅନେକ ଦିନ ଧରି ଆମେ ଅପେକ୍ଷା କରି ରହିଥିଲୁ  । ଆମେ ଆନନ୍ଦିତ ଯେ ଆପଣ ନିଜ ପତ୍ନୀ ଏବଂ ପିଲାମାନଙ୍କ ସହିତ ଆସିଛନ୍ତି  । ଆମେ ଏଥିପାଇଁ ମଧ୍ୟ ଆନନ୍ଦିତ ଯେ ଆମର ଏହି ସାକ୍ଷାତ ପୂର୍ବରୁ ଆପଣ ଭାରତର ବିଭିନ୍ନ ସହର ଭ୍ରମଣ କରିଛନ୍ତି  ।

2015ରେ ମୋର କାନାଡା ଗସ୍ତ 42ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ଥିଲା । ସେତେବେଳେ ମୁଁ ଭାଙ୍କୋଭର, ଟରଣ୍ଟୋ ଏବଂ ଓଟାୱା ଗସ୍ତ କରିଥିଲି  । ଭାରତ ପ୍ରତି କାନାଡାର ଜନସାଧାରଣଙ୍କ ବନ୍ଧୁତ୍ୱ ଭାବ ଏବଂ ସ୍ନେହକୁ ମୁଁ ଅନୁଭବ କରିଥିଲି  ।

ମୋର ବିଶ୍ୱାସ ଯେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ମଧ୍ୟ କାନାଡା ପ୍ରତି ଭାରତରେ ରହିଥିବା ଉଦାରତା ଏବଂ  ସ୍ୱାଭାବିକ ବନ୍ଧୁତ୍ୱର ଅନୁଭବ କରିଥିବେ । ସେ ଆମ ଦେଶର ବିବିଧତା ଏବଂ ଆମ ଗଣତାନ୍ତ୍ରିକ ସକ୍ରିୟତାକୁ ମଧ୍ୟ ଅନୁଭବ କରିଥିବେ ।

ବନ୍ଧୁଗଣ,

କାନାଡା ସହିତ ନିଜର ରଣନୈତିକ ଭାଗିଦାରୀକୁ ଆଗକୁ ନେବା ଲାଗି ଭାରତ ଅତ୍ୟଧିକ ଗୁରୁତ୍ୱ ଦେଉଛି ।

ଆମର ସମ୍ପର୍କ ଗଣତନ୍ତ୍ର, ବହୁଳବାଦ, ଆଇନର ସର୍ବୋଚ୍ଚତା ଏବଂ ପାରସ୍ପରିକ ସମ୍ପର୍କ ଉପରେ ଆଧାରିତ ।

ବ୍ୟବସାୟ ଏବଂ ନିବେଶଠାରୁ ଆରମ୍ଭ କରି  ଶକ୍ତି ପର୍ଯ୍ୟନ୍ତ; ବିଜ୍ଞାନ ଏବଂ ଉଦ୍ଭାବନ ଠାରୁ ଆରମ୍ଭ କରି ଶିକ୍ଷା ଏବଂ ଦକ୍ଷତା ବିକାଶ ପର୍ଯ୍ୟନ୍ତ; ସମୁଦ୍ର ଠାରୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ଭାରତ ଏବଂ କାନାଡା ସାଥୀ ହୋଇ କାର୍ଯ୍ୟ କରିପାରିବେ  ।

ଆମର ଆଜିର ଆଲୋଚନାରେ ଆମେ ଆମର ସମ୍ପର୍କର ସମସ୍ତ ଦିଗର ସମୀକ୍ଷା କରିଥିଲୁ ଏବଂ ଆପୋସ ସହଯୋଗକୁ ବଢ଼ାଇବା ଲାଗି ଦୃଢ଼ ଉପାୟ ଚିହ୍ନଟ କରିଥିଲୁ  ।

ସର୍ବପ୍ରଥମେ, ଆମେ ନିଜର ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଲାଗି ସହମତ ହୋଇଥିଲୁ  । ଆତଙ୍କବାଦ ଏବଂ ଉଗ୍ରବାଦ ଭାରତ ଏବଂ କାନାଡା ଭଳି ଗଣତାନ୍ତ୍ରିକ, ବହୁଳବାଦୀ ସମାଜ ଲାଗି ବିପଦ  । ଏହି ଶକ୍ତିର ମୁକାବିଲା କରିବା ଲାଗି ଆମେ ଏକାଠି ହେବା ଗୁରୁତ୍ୱପୂର୍ଣ୍ଣ  ।

ସମ୍ପ୍ରଦାୟଗତ ରାଜନୈତିକ ଉଦ୍ଦେଶ୍ୟ ଲାଗି ଦୁରୂପଯୋଗ କରୁଥିବା ଏବଂ ବିଭାଜନର ଗାତ ଖୋଳୁଥିବା ଲୋକମାନଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ  ।

ଆମ ଦେଶର ସାର୍ବଭୌମତ୍ୱ, ଏକତା ଏବଂ ଅଖଣ୍ଡତାକୁ ଆହ୍ୱାନ କରୁଥିବା ଲୋକମାନଙ୍କୁ ମଧ୍ୟ ବରଦାସ୍ତ କରାଯିବ ନାହିଁ  ।

ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧରେ ଲଢ଼ିବା ଲାଗି ପ୍ରଧାନମନ୍ତ୍ରୀ ଟ୍ରୁଡୋ ଏବଂ ମୁଁ ସହମତ ହୋଇଛୁ  । ଆମର ଏନଏସଏ ମଧ୍ୟ ପୂର୍ବରୁ ପରସ୍ପରକୁ ସାକ୍ଷାତ କରିଛନ୍ତି  । ସେମାନେ ଆତଙ୍କବାଦ ଏବଂ ଉଗ୍ରବାଦ ମୁକାବିଲା ଲାଗି ସହଯୋଗର ଢାଞ୍ଚା (ଫ୍ରେମୱାର୍କ)କୁ ଚୂଡ଼ାନ୍ତ ରୂପ ଦେଇଛନ୍ତି  ।

ବନ୍ଧୁଗଣ,

ଆମେ ଆମର ଅର୍ଥନୈତିକ ସମ୍ପର୍କର ମଧ୍ୟ ସମୀକ୍ଷା କରିଥିଲୁ  । ଆମେ ସହମତ ହୋଇଥିଲୁ ଯେ ଭାରତ ଏବଂ କାନାଡା ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଆମେ ଆହୁରି ଗଭୀର କରିବୁ  ।

ଭାରତର ଦ୍ରୁତ ଏବଂ ନିରନ୍ତର ଆର୍ଥିକ ବିକାଶ ଏବଂ ଅର୍ଥନୈତିକ ସଂସ୍କାର ପ୍ରଚୁର ସୁଯୋଗ ପ୍ରଦାନ କରୁଛି  । କାନାଡୀୟ ପେନସନ ଫଣ୍ଡ ଭାରତର ଭିତ୍ତିଭୂମି ବିକାଶରେ ପ୍ରବଳ ସହଭାଗୀ ହୋଇ ରହିଛି  ।

ଆମର ଆର୍ଥିକ ସହଭାଗୀତା ଲାଗି ଏକ ସଂସ୍ଥାଗତ ଢାଂଚା ବ୍ୟବସ୍ଥା କରିବା ମଧ୍ୟ ଆବଶ୍ୟକ  । ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ନିବେଶ ଏବଂ ପ୍ରୋତ୍ସାହନ ଚୁକ୍ତି ଏବଂ ବିସ୍ତୃତ ଅର୍ଥନୈତିକ ସହଭାଗୀତା ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା ଲାଗି ଆମେ ଆମର ଆଲୋଚନାକାରୀଙ୍କ ପ୍ରୟାସକୁ ଦ୍ୱିଗୁଣିତ କରିବା ଲାଗି ନିର୍ଦ୍ଦେଶ ଦେଇଛୁ  ।

ଆମ ଦୁଇ ଦେଶର ସିଇଓମାନଙ୍କ ସହିତ ମଧ୍ୟ ଆଜି ଆମକୁ ଆଲୋଚନା କରିବାର ସୁଯୋଗ ମିଳିଥିଲା  ।

ଉଚ୍ଚ ଶିକ୍ଷା ଲାଗି ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ କାନାଡା ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟସ୍ଥଳୀ  । ଆଜି, କାନାଡାରେ ଏକ ଲକ୍ଷ 20 ହଜାର ଠାରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି  । ଉଚ୍ଚ ଶିକ୍ଷା କ୍ଷେତ୍ରରେ ବୁଝାମଣା ଦ୍ୱାରା, ଯାହାର ଆଜି ନବୀକରଣ କରାଗଲା, ଉଭୟ ପକ୍ଷର ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ଅଧିକ ଯାତାୟାତକୁ ସୁଗମ  କରିବାରେ ମଧ୍ୟ ସହାୟତା ମିଳିପାରିବ  ।

ମୁଁ ଦକ୍ଷ ପେସାଦାରଙ୍କ ଯାତାୟାତକୁ ପ୍ରୋତ୍ସାହନ ଦେବା ଏବଂ ଏହାକୁ ସୁଗମ କରିବା ଲାଗି ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ଅନୁରୋଧ କରିଛି  । ଏହାଦ୍ୱାରା ଆମର ଦୁଇ ଦେଶ ଲାଭାନ୍ୱିତ ହେବେ ଏବଂ କାନାଡାର ଅର୍ଥବ୍ୟବସ୍ଥାକୁ ଅଧିକ ପ୍ରତିଦ୍ୱନ୍ଦ୍ୱୀତାପୂର୍ଣ୍ଣ କରିବ  ।

ଆମର ପ୍ରଯୁକ୍ତି ସହଭାଗୀତାରେ ବିଶାଳ ସମ୍ଭାବନା ରହିଛି  । ଆମର ବୈଜ୍ଞାନିକ ଏବଂ ଗବେଷକଙ୍କ ଦ୍ୱାରା ନବୀନ ପ୍ରଯୁକ୍ତି ଏବଂ ପ୍ରଣାଳୀ ଆଗକୁ ଆସୁଛି ଏହାଦ୍ୱାରା ଭାରତ ଏବଂ କାନାଡା, ଉଭୟ ଦେଶ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ  । କାନାଡା ଆମର ପ୍ରଯୁକ୍ତି ସମ୍ମିଳନୀ 2017(Technology Summit 2017)ର ସହଭାଗୀ ଦେଶ ଥିଲା  । ସୂଚନା ଏବଂ ସଂଚାର ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲାଗି ମଧ୍ୟ ଆମ ସରକାର ମହମତ ହୋଇଛି  ।

ଆମେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ସହିତ ତୃତୀୟ ଦେଶରେ ସାମର୍ଥ୍ୟ ନିର୍ମାଣ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଲାଗି ସହମତ ହୋଇଛୁ  ।

ବନ୍ଧୁଗଣ,

ଜନ-ଜନ ସମ୍ପର୍କ ଆମ ରଣନୈତିକ ସହଭାଗୀତା ଦୃଢ଼ ଆଧାର ।

କାନାଡା ସ୍ଥିତ ଭାରତୀୟ ସମୁଦାୟର ଉପଲବ୍ଧୀକୁ ନେଇ ଭାରତ ଗର୍ବ କରୁଛି  । ମୁଁ ଏହା ଦେଖି ଖୁସି ଯେ ପ୍ରଧାନମନ୍ତ୍ରୀ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ନିଜ ସହିତ ଏହି ଗସ୍ତରେ ଆଣିଛନ୍ତି  ।

କାନାଡାର ଭାରତୀୟ ସମୁଦାୟ ସହିତ ବନ୍ଧୁତ୍ୱ ଏବଂ ସଦଭାବନା ପ୍ରତିଷ୍ଠା ନିମନ୍ତେ ଆମେ ପ୍ରତିବଦ୍ଧ ଅଟୁ ଏବଂ ଭାରତର ପ୍ରଗତି ଏବଂ ବିକାଶ ସେମାନଙ୍କର ସକ୍ରିୟ ଭାଗିଦାରୀ ଚାହୁଁ  ।

ଶ୍ରୀମାନ ପ୍ରଧାନମନ୍ତ୍ରୀ ମହୋଦୟ,

ଭାରତ-କାନାଡା ସହଭାଗୀ ମୂଲ୍ୟବୋଧର ଏକ ସ୍ୱାଭାବିକ ଭାଗିଦାର ଅଟନ୍ତି  । ମୋର ଦୁଇ ଦେଶ ମଧ୍ୟରେ ଅଧିକ ସୁଦୃଢ଼ ସହଭାଗୀତା ଏବଂ ଏଥିରୁ ଆମ ଦୁଇ ଦେଶର ଉଜ୍ଜ୍ୱଳ ଭବିଷ୍ୟତର ଆଶା ରହିଛି  ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘PM Modi is so popular’: Malaysian PM on Modi’s international appeal’

Media Coverage

‘PM Modi is so popular’: Malaysian PM on Modi’s international appeal’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on the Parkash Purab of Sri Guru Granth Sahib Ji
September 12, 2026

The Prime Minister, Shri Narendra Modi, extended greetings on the occasion of the Parkash Purab of Sri Guru Granth Sahib Ji.

The Prime Minister said that for centuries, Sri Guru Granth Sahib Ji has shown humanity the way of selfless service, human dignity and togetherness.

Shri Modi expressed hope that the sacred occasion would inspire everyone to deepen these values in society and build a more compassionate and harmonious world.

The Prime Minister wrote on X;

“Greetings on the Parkash Purab of Sri Guru Granth Sahib Ji.

For centuries, it has shown humanity the way of selfless service, human dignity and togetherness.

May this sacred occasion inspire us to deepen these values in our society and build a more compassionate and harmonious world.”