ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରିବେଶ ସଂରକ୍ଷଣ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବାକୁ ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏଥିସହ ପରିବେଶକୁ ସବୁଜ ଏବଂ ଉନ୍ନତ କରିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କ ମୂଲ୍ୟବାନ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି ।
ବିଶ୍ୱ ପରିବେଶ ଦିବସ ଅବସରରେ ନିଜର ମତାମତ ଶେୟାର କରି ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଆଜି ବିଶ୍ୱ ପରିବେଶ ଦିବସରେ, ଆସନ୍ତୁ ଆମ ପୃଥିବୀକୁ ସୁରକ୍ଷା ଦେବା ତଥା ଆମେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ଦୂର କରିବା ପାଇଁ ଆମର ପ୍ରୟାସକୁ ଆହୁରି ବଳବତ୍ତର କରିବା । ଆମର ପରିବେଶକୁ ସବୁଜ ଏବଂ ଉନ୍ନତ କରିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି ।”
This #WorldEnvironmentDay, let’s deepen our efforts towards protecting our planet and overcoming the challenges we face. I also compliment all those working at the grassroots to make our environment greener and better. pic.twitter.com/E7mWAFZ73V
— Narendra Modi (@narendramodi) June 5, 2025


