ଆଜିଠାରୁ ନାସିକ ଧାମ-ପଞ୍ଚବଟୀରୁ ଆରମ୍ଭ କରିବେ ବିଧି ବିଧାନ
“ମୁଁ ଆବେଗରେ ଭାବ ବିହ୍ୱଳ । ଜୀବନରେ ପ୍ରଥମ ଥର ପାଇଁ ମୁଁ ଏଭଳି ଭାବନା ଦେଇ ଗତି କରୁଛି: ପ୍ରଧାନମନ୍ତ୍ରୀ
“ଭାରତର ଜନସାଧାରଣଙ୍କ ପ୍ରତିନିଧିତ୍ୱ କରିବା ପାଇଁ ଭଗବାନ ମତେ ମାଧ୍ୟମ କରିଛନ୍ତି; ଏହା ଏକ ବିଶାଳ ଦାୟିତ୍ୱ”
“ପ୍ରାଣ ପ୍ରତିଷ୍ଠାର କ୍ଷଣକୁ ଆମେ ସମସ୍ତେ ଭାଗ କରିବା, ରାମ ମନ୍ଦିର ପାଇଁ ଯେଉଁମାନେ ଜୀବନ ଉତ୍ସର୍ଗ କରିଛନ୍ତି, ସେହି ଅସଂଖ୍ୟ ମହାନୁଭବଙ୍କ ପ୍ରେରଣା ମୁଁ ବହନ କରିବି”
“ମୋ ପାଇଁ ଯେଉଁମାନେ ଈଶ୍ୱର ସଦୃଶ, ସେମାନେ ଯେତେବେଳେ ସେମାନଙ୍କ ଭାବନା ବ୍ୟକ୍ତ କରି ଆଶୀର୍ବାଦ ପ୍ରଦାନ କରନ୍ତି, ସେତେବେଳେ ମତେ ଏକ ନୂତନ ଶକ୍ତି ମିଳିଥାଏ; ଆଜି ମୋର ଆପଣମାନଙ୍କ ଆଶୀର୍ବାଦ ଆବଶ୍ୟକ”

): ଜାନୁୟାରୀ ୨୨ତାରିଖ ଦିନ ଅଯୋଧ୍ୟା ଧାମରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଗାରଦିନ ବ୍ୟାପୀ ସ୍ୱତନ୍ତ୍ର ବିଧିବିଧାନ ପାଳନ ଆରମ୍ଭ କରିଛନ୍ତି । ଏହା ଏକ ବିରାଟ ଦାୟିତ୍ୱ । ଆମ ଧର୍ମ ଗ୍ରନ୍ଥରେ କୁହାଯାଇଛି ଯେ ଭଗବାନଙ୍କ ଆରାଧନା ଓ ପୂଜା ନିମନ୍ତେ ଆମକୁ ନିଜ ମଧ୍ୟରେ ଦିବ୍ୟ ଚେତନା ଜାଗ୍ରତ କରାଇବାକୁ ପଡିବ । ସେଥିପାଇଁ ଧର୍ମଗ୍ରନ୍ଥରେ ଉପବାସ ଓ କଠିନ ନିୟମ ମାନ ଦର୍ଶାଯାଇଛି ଓ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେଗୁଡିକୁ ଅନୁସରଣ କରିବାକୁ ପଡିବ । ମୁଁ ଆଧ୍ୟାତ୍ମିକ ଯାତ୍ରାରେ ମହାନ୍ ବ୍ୟକ୍ତି ଓ କେତେକ ପବିତ୍ର ଆତ୍ମାମାନଙ୍କ ଠାରୁ ଯେଉଁ ମାର୍ଗଦର୍ଶନ ପାଇଛି ସେମାନଙ୍କ ଦ୍ୱାରା ପ୍ରସ୍ତାବିତ ‘ନିୟମ’ ଅନୁସାରେ ମୁଁ ଆଜିଠାରୁ ସ୍ୱତନ୍ତ୍ର ପୂଜା ବିଧିବିଧାନ ପାଳନ ଏଗାର ଦିନ ନିମନ୍ତେ ଆରମ୍ଭ କରିଛି ।

ପ୍ରଧାନମନ୍ତ୍ରୀ ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇ କହିଛନ୍ତି ଯେ ପ୍ରାଣପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ସମଗ୍ର ଦେଶ ରାମ ଭକ୍ତିରେ ଆତ୍ମବିଭୋର ହୋଇଯାଇଛି । ଏହି କ୍ଷଣକୁ ସର୍ବ ଶକ୍ତିମାନଙ୍କ ଏକ ଆଶୀର୍ବାଦ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ ମୁଁ ଆବେଗରେ ଭାବ ବିହ୍ୱଳ ହୋଇ ଉଠିଛି । ଜୀବନରେ ପ୍ରଥମ ଥର ନିମନ୍ତେ ମୁଁ ଏହିଭଳି ଭାବନା ଦେଇ ଗତି କରୁଛି । ମୁଁ ଭକ୍ତିଭାବରେ ଏକ ଅପୂର୍ବ ପୁଲକ ଅନୁଭବ କରୁଛି । ମୋ ଅନ୍ତରରେ ଏହି ଆବେଗଭରା ଯାତ୍ରା ଅଭିବ୍ୟକ୍ତିର ଏକ ସୁଯୋଗ ନୁହେଁ, ଏହା ଏକ ଅଭିଜ୍ଞତା । ମୁଁ ଚାହିଁଲେ ମଧ୍ୟ ଏହାର ଗଭୀରତାକୁ ଶବ୍ଦ ଓ ପ୍ରଘାଢତାରେ ପ୍ରକାଶ କରିପାରୁନାହିଁ । ଆପଣମାନେ ମଧ୍ୟ ମୋ ପରିସ୍ଥିତିକୁ ଭଲଭାବେ ବୁଝି ପାରୁଥିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ସୁଯୋଗ ନିମନ୍ତେ ତାଙ୍କ କୃତଜ୍ଞତା  ପ୍ରକାଶ କରିଥିଲେ, “ଏକ ସ୍ୱପ୍ନ ସାକାର ହେଉଥିବା ବେଳେ ମତେ ଉପସ୍ଥିତ ରହିବାର ସୁଯୋଗ ମିଳିଛି । ପିଢି ପରେ ପିଢି ଅନେକଙ୍କ ହୃଦୟରେ  ଏହା ଏକ ସଂକଳ୍ପ ଭାବେ ରହିଆସିଛି । ଭଗବାନ ମତେ ଭାରତର ଜନସାଧାରଣଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଏକ ମାଧ୍ୟମ ବନାଇଛନ୍ତି । ଏହା ଏକ ବିରାଟ ଦାୟିତ୍ୱ ।”

ପ୍ରଧାନମନ୍ତ୍ରୀ ଜନସାଧାରଣ, ମୁନୀ, ଋଷି ଓ ଈଶ୍ୱରଙ୍କ ଆଶୀର୍ବାଦ  ଏହି ଦାୟିତ୍ୱ ବହନ କରିବା ପାଇଁ ଭିକ୍ଷା କରିଥିଲେ । ଏହି ବିଧି ବିଧାନ ଭଗବାନ ରାମ ଅନେକ ଦିନ ବିତାଇଥିବା ନାସିକ ଧାମ-ପଞ୍ଚବଟୀରୁ ସେ ଆରମ୍ଭ କରିବେ ବୋଲି କହିଥିଲେ । ଆଜି ସ୍ୱାମୀ ବିବେକାନନ୍ଦ ଓ ମାତା ଜୀଜାବାଈଙ୍କ ଜୟନ୍ତୀ ଏକ ସୁଖଦ ସମନ୍ୱୟ ବୋଲି କହିବା ସହ  ସେ ଜାତୀୟ ଚେତନାର ଏହି ଦୁଇ କର୍ଣ୍ଣଧାରକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  ସୀତା-ରାମଙ୍କ ପ୍ରତି ଭକ୍ତିଭାବ ରଖିଥିବା ନିଜ ମାଆଙ୍କୁ ମଧ୍ୟ ଏହି କ୍ଷଣରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ।

ଭଗବାନ ରାମ ଭକ୍ତମାନଙ୍କ ତ୍ୟାଗ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ସ୍ୱଦେହରେ ମୁଁ ସେ ପବିତ୍ର କ୍ଷଣରେ ଉପସ୍ଥିତ ରହିଲେ ମଧ୍ୟ ମୋ ହୃଦୟରେ ୧୪୦କୋଟି ଭାରତୀୟଙ୍କ ଧ୍ୱନି ପ୍ରତିଧ୍ୱନିତ ହେବ। ଆପଣମାନେ ମୋ ସହ ରହିବେ....ପ୍ରତ୍ୟେକ ରାମଭକ୍ତ ମୋ ସହିତ ରହିବେ । ସେହି ସଚେତନ କ୍ଷଣ ଆମ ସମସ୍ତଙ୍କ ନିମନ୍ତେ ଏକ ଅଭିଜ୍ଞତାର କ୍ଷଣ ହେବ । ରାମ ମନ୍ଦିର ପାଇଁ ଯେଉଁ ଅସଂଖ୍ୟ ବ୍ୟକ୍ତି ସେମାନଙ୍କ ଜୀବନ ଉତ୍ସର୍ଗ କରିଛନ୍ତି ମୁଁ ସେମାନଙ୍କ ପ୍ରେରଣାକୁ ମୋ ସହିତ ବହନ କରିବି ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ତାଙ୍କ ସହ ସହଯୋଗ କରିବାକୁ ନିବେଦନ କରିବା ସହ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । “ଆମେ ସମସ୍ତେ ଜାଣୁ ଈଶ୍ୱର “ନିରାକାର” ମାତ୍ର ସ୍ୱଦେହରେ ଭଗବାନ ଆମ ଆଧ୍ୟାତ୍ମିକ ଯାତ୍ରାକୁ ମଜବୁତ କରିଥାନ୍ତି । ମୁଁ ବ୍ୟକ୍ତିଗତଭାବେ   ଲୋକଙ୍କ ମଧ୍ୟରେ ଈଶ୍ୱରଙ୍କୁ ଦେଖିଛି ଓ ଅନୁଭବ ମଧ୍ୟ କରିଛି  । ଜନସାଧାରଣ ଯେଉଁମାନେ ଈଶ୍ୱରଙ୍କ ପ୍ରତିରୂପ, ସେମାନେ ଯେତେବେଳେ ନିଜର ଅନୁଭବକୁ ଶବ୍ଦରେ ବଖାଣନ୍ତି ଓ ଆଶୀର୍ବାଦ କରନ୍ତି,  ସେତେବେଳେ ମୋ ଭିତରେ ଏକ ନୂତନ ଶକ୍ତି ଜାଗି ଉଠେ । ଆଜି ମୁଁ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି”ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi