ବାରାଣାସୀରେ ବି.ଏଚ.ୟୁ ସ୍ୱତନ୍ତ୍ର ସଭା ଘରେ ଅନୁଷ୍ଠିତ ସାଂସଦ ସଂସ୍କୃତ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
“ଯୁବା ଶକ୍ତି ବିକଶିତ ଭାରତର ମୂଳଦୁଆ”
“ମହାଦେବଙ୍କ ଆଶୀଷ, ବିକାଶର ଡମ୍ବରୁ ଗତ ଦଶବର୍ଷ ଧରି କାଶୀରେ ଅନୁରଣିତ ହେଉଛି”
“କାଶୀ କେବଳ ବିଶ୍ୱାସର ତୀର୍ଥଭୂମି ନୁହଁ, ଏହା ଭାରତର ଚିରନ୍ତନ ଚେତନାର କମ୍ପନ କେନ୍ଦ୍ର”
“ ବିଶ୍ୱନାଥ ଧାମ ଭାରତକୁ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ନେଇଯିବା ପାଇଁ ଏକ ନିଷ୍ପତ୍ତିମୂଳକ ନିର୍ଦ୍ଦେଶ ଦେବ”
“ନୂତନ ଭାରତ ନିମନ୍ତେ ନୂତନ କାଶୀ ଏକ ପ୍ରେରଣା ଭାବେ ଉଭା ହୋଇଛି”
“ ଭାରତ ଏକ ଧାରଣା ଓ ସଂସ୍କୃତ ଏହାର ମୁଖ୍ୟ ପରିପ୍ରକାଶ’ ଭାରତ ଏକ ଯାତ୍ରା ସଂସ୍କୃତ ଏହାର ଇତିହାସର ମୁଖ୍ୟ ଅଧ୍ୟାୟ, ଭାରତ ବିବିଧତା ମଧ୍ୟରେ ଏକତାର ଏକ ଭୂମି, ସଂସ୍କୃତ ଏହାର ଉତ୍ପତ୍ତି ସ୍ଥଳ”
“ଆଜି କାଶୀକୁ ଏକ ଐତିହ୍ୟ ଓ ବିକାଶର ମଡେଲଭାବେ ଦେଖାଯାଉଛି, ଆଧୁନିକତା କିପରି ପରମ୍ପରା ଓ ଆଧ୍ୟାତ୍ମିକ ଚାରିପଟରେ ସମ୍ପ୍ରସାରିତ ହୁଏ, ବିଶ୍ୱ ଆଜି ଏହା ଦେଖୁଛି” “କାଶୀ ଓ କାଞ୍ଚିରେ ବେଦ ଆବୃତ୍ତି “ଏକ ଭାରତ ଶ୍ରେଷ୍ଠ ଭାରତ’ର ଏକ ସ୍ୱର”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୩.୦୨.୨୦୨୪) ବାରାଣାସୀର ବି.ଏଚ.ୟୁ ସ୍ଥିତ ସ୍ୱତନ୍ତ୍ର ସଭାଘରଠାରେ ଆୟୋଜିତ ସାଂସଦ ସଂସ୍କୃତ ପ୍ରତିଯୋଗିତାର ପୁରସ୍କାର ବିତରଣ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ସେ ମଧ୍ୟ ଏକ କାଶୀ ସଂସଦ ପ୍ରତିଯୋଗିତାରେ ଏକ ପୁସ୍ତିକା ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ କାଶୀ ଜ୍ଞାନ ପ୍ରତିଯୋଗିତା, କାଶୀ ସାଂସଦ ଫଟୋ ଉତ୍ତୋଳନ ପ୍ରତିଯୋଗିତା ଓ କାଶୀ ସାଂସଦ ସଂସ୍କୃତ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ବିତରଣ କରିଥିଲେ । ସେ ମଧ୍ୟ ବହି, ପୋଷାକ, ବାଦ୍ୟଯନ୍ତ୍ର ଓ ମେଧାବୃତ୍ତି ବାରାଣାସୀର ସଂସ୍କୃତ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରିଥିଲେ । ସେ ମଧ୍ୟ କାଶୀ ସାଂସଦ ଚିତ୍ରୋତ୍ତଳନ ପ୍ରତିଯୋଗିତା ଗ୍ୟାଲେରୀ ବୁଲି ଦେଖିଥିଲେ ଓ ‘ସନୱେର କାଶୀ ବିଷୟବସ୍ତୁ ଉପରେ ହୋଇଥିବା ଚିତ୍ରକଳାର ଅଂଶଗ୍ରହଣକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । 

 

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ରହିଥିବା ନିମନ୍ତେ ଖୁସି ପ୍ରକଟ କରି ତାଙ୍କର ଉପସ୍ଥିତି ଏପରି ଯୁବ ବିଦ୍ୱାନୀମାନଙ୍କ ସହ ଜ୍ଞାନଗଙ୍ଗାରେ ବୁଡ ପକାଇବା ସହ ସମାନ ବୋଲି କହିଥିଲେ । ପ୍ରାଚୀନ ନଗରୀର ପରିଚୟକୁ ଯେଉଁମାନେ ମଜବୁତ କରିଛନ୍ତି ସେହି ଯୁବପିଢିର ସେ ପ୍ରଶଂସା କରିଥିଲେ । ଅମୃତକାଳରେ ଦେଶର ଏହି ଯୁବପିଢି ଦେଶକୁ ନୂତନ ଶିଖରରେ ପହଞ୍ଚାଇବେ ଓ ଏହା ଏକ ଗର୍ବର ବିଷୟ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ “କାଶୀ ହେଉଛି ଚିରନ୍ତନ ଜ୍ଞାନର ରାଜଧାନୀ ଓ ସମଗ୍ର ଦେଶ ନିମନ୍ତେ ଏହା ଗର୍ବର ବିଷୟ ଯେ କାଶୀ ତା’ର ଗୌରବ ଫେରିପାଉଛି । ସେ କାଶୀ ସାଂସଦ ଜ୍ଞାନ ପ୍ରତିଯୋଗିତା, କାଶୀ ସାଂସଦ ଚିତ୍ର ଉତ୍ତୋଳନ ପ୍ରତିଯୋଗିତା ଓ କାଶୀ ସାଂସଦ ସଂସ୍କୃତ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଯେଉଁମାନେ ବିଜୟୀ ହୋଇ ନ ପାରିଲେ ସେମାନଙ୍କୁ ମଧ୍ୟ ସେ ଉତ୍ସାହ ଦେଇଥିଲେ । “କୌଣସି ପ୍ରତିଯୋଗୀ ହାରି ନାହାନ୍ତି କି ପଛରେ ପଡିଯାଇନାହାଁନ୍ତି । ସେମାନଙ୍କ ଅଭିଜ୍ଞତାରୁ ଶିକ୍ଷାଲାଭ କରିଛନ୍ତି ବୋଲି କହି ପ୍ରତ୍ୟେକ ପ୍ରଶଂସାର ପାତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିର ନ୍ୟାସ, କାଶୀ ବିଦ୍‌ବତ୍ ପରିଷଦ ଓ ବିଦ୍ୱାନମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଗତ ଦଶବର୍ଷ ମଧ୍ୟରେ କାଶୀର ଯେଉଁ ପୁନର୍ବିନ୍ୟାସ ଘଟିଛି ତାହା ଆଜି ଉନ୍ମୋଚିତ କାଶୀ କଫି ଟେବୁଲ ପୁସ୍ତିକାରେ ସନ୍ନିବେଶିତ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ । 

 

 କାଶୀ ଦଶବର୍ଷ ମଧ୍ୟରେ ହୋଇଥିବା ପ୍ରଗତିକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ଆମେ ସମସ୍ତେ ପ୍ରଭୁ ମହାଦେବଙ୍କ ନିମିତ୍ତ ମାତ୍ର ବୋଲି କହିଥିଲେ । ମହାଦେବଙ୍କ ଆଶୀର୍ବାଦ ବିକାଶର ଡମ୍ବରୁ ଦଶବର୍ଷ ଧରି କାଶୀକୁ ଅନୁରଣିତ କରିଛି । 

କୋଟି କୋଟି ଟଙ୍କାର ପ୍ରକଳ୍ପକୁ ନେଇ ସେ କହିଥିଲେ ଯେ ଶିବରାତ୍ରି ଓ ରଙ୍ଗ ଭରି ଏକାଦଶୀ ଆଗରୁ କାଶୀ ବିକାଶର ପର୍ବ ଆଜି ପାଳନ କରୁଛି । ‘ବିକାଶ କି ଗଙ୍ଗା’ ଜରିଆରେ ପ୍ରତ୍ୟେକ ଏହି ଅବସ୍ଥାନ୍ତରକୁ ଲକ୍ଷ୍ୟ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ କାଶୀ କେବଳ ଏକ ବିଶ୍ୱାସର କେନ୍ଦ୍ର ନୁହଁ ଏହା ଭାରତୀୟ ନିରନ୍ତର ଚେତନାର କମ୍ପନ କେନ୍ଦ୍ର । ଭାରତର ପ୍ରାଚୀନ ମର୍ଯ୍ୟାଦା ବିଶ୍ୱରେ କେବଳ ଆର୍ଥିକ ଶକ୍ତି ଦୃଷ୍ଟିରୁ ନୁହେଁ ଏହା ପଛରେ ଏହାର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ସମୃଦ୍ଧି ରହିଛି । କାଶୀ ଓ ବିଶ୍ୱନାଥ ଧାମ ଭଳି ତୀର୍ଥ ଦେଶ ବିକାଶର ଯଜ୍ଞଶାଳା ଥିଲା । ଭଗବାନ ଶିବଙ୍କ ଭୂମି ସହ କାଶୀ ମଧ୍ୟ ଭଗବାନ ବୁଦ୍ଧଙ୍କ ଶିକ୍ଷାଦାନ କ୍ଷେତ୍ର, ଜୈନ ତୀର୍ଥଙ୍କରଙ୍କ ଜନ୍ମସ୍ଥାନ ଓ ଆଜି ଶଙ୍କରାଚାର୍ଯ୍ୟଙ୍କ ଦିବ୍ୟ ଜ୍ଞାନପ୍ରାପ୍ତିର ସ୍ଥାନଭାବେ ପରିଚିତ । ଦେଶ ବିଦେଶରୁ ଅନେକ ଲୋକ କାଶୀ ଆସୁଥିବାରୁ ଏହାର ମହାନଗରୀ ମହତ୍ୱ ମଧ୍ୟ ରହିଛି ।” ଏଭଳି ବିବିଧତା ମଧ୍ୟରେ ନୂତନ ଆଦର୍ଶ ଜନ୍ମନିଏ ଓ ନୂତନ ଆଦର୍ଶ ପ୍ରଗତିର ସମ୍ଭାବନାକୁ ମଧ୍ୟ ବିକଶିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

 

ବିଶ୍ୱନାଥ ଧାମ ଭାରତକୁ ଏକ ଉଜ୍ଜଳ ଭବିଷ୍ୟତ ଅଭିମୁଖେ ନେବାରେ ନିଷ୍ପ୍‌ତ୍ତି ମୂଳକ ମାର୍ଗ ପ୍ରଦର୍ଶନ କରିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର କାଶୀ ବିଶ୍ୱନାଥ ଧାମ ଉଦ୍‌ଘାଟନୀ ଅଭିଭାଷଣର ସ୍ମୃତିଚାରଣ କରିବା ସହ ଆଜିର ବିଶ୍ୱାସକୁ ମଧ୍ୟ ଦୋହରାଇଥିଲେ । ବିଶ୍ୱନାଥ ଧାମ କରିଡର ଆଜି ଏକ ବିଦ୍ୱାନ ଘୋଷଣାର ଅବଲୋକନ କରିବା ସହ ନ୍ୟାୟର ଧର୍ମଗ୍ରନ୍ଥ ପରମ୍ପରାକୁ ମଧ୍ୟ ଉଦ୍‌ଜୀବିତ କରୁଛି । “କାଶୀ ଶାସ୍ତ୍ରୀୟ ବାଦନ ଶୁଣିବା ସହ ଧର୍ମଗ୍ରନ୍ଥ ବା ପୁରାଣରେ ସଂଳାପ ମଧ୍ୟ ଶୁଣିପାରିବେ ।” ଏହା ମତ ବିନିମୟ ପ୍ରାଚୀନ ଜ୍ଞାନର ସଂରକ୍ଷଣ ଓ ନୂତନ ଚିନ୍ତାଧାରା ସୃଷ୍ଟି କରିବାରେ ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କାଶୀ ସାଂସଦ ସଂସ୍କୃତ ପ୍ରତିଯୋଗିତା ଓ କାଶୀ ସାଂସଦ ଜ୍ଞାନ ପ୍ରତିଯୋଗିତା ଏଭଳି ଉଦ୍ୟମର ଗୋଟିଏ ଲେଖାଏଁ ଅଂଶ ଯେଉଁଠି ପୁସ୍ତକ, ଲୁଗାପଟା ଓ ଆବଶ୍ୟକ ଖର୍ଚ୍ଚ ଓ ବୃତ୍ତି ଯେଉଁମାନେ ସଂସ୍କୃତ ପଢିବେ ତାଙ୍କୁ ପ୍ରଦାନ କରାଯାଇଛି । ଶିକ୍ଷକମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି ।

 

“ବିଶ୍ୱନାଥ ଧାମ “ଏକ ଭାରତ ଶ୍ରେଷ୍ଠ ଭାରତ’ର ଏକ ଅଂଶ ହୋଇଯାଇଛି । କାଶୀ ତାମିଲ ସଙ୍ଗମମ୍ ଓ ଗଙ୍ଗା ପୁଷ୍କରୁଲୁ ମହୋତ୍ସବ ଭଳି ଅଭିଯାନ ଓ ଏହି ବିଶ୍ୱାସର କେନ୍ଦ୍ର ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସାମିଲ କରି ସାମାଜିକ ଅନ୍ତର୍ଭୁକ୍ତୀକରଣକୁ ମଜବୁତ କରିଛି । ଆଧୁନିକ ବିଜ୍ଞାନ ଦୃଷ୍ଟି କୋଣରୁ କାଶୀର ବିଦ୍ୱାନମାନଭଙ୍କୁ ନେଇ ପ୍ରାଚୀନ ଜ୍ଞାନ ସଂକ୍ରାନ୍ତରେ ଗବେଷଣା କରିବାକୁ ନିଷ୍ପତ୍ତି ହୋଇଛି । ନଗରୀରେ ମନ୍ଦିର ପ୍ରଶାସନ ପକ୍ଷରୁ ମାଗଣା ଆହାର ବ୍ୟବସ୍ଥା ଅନେକ ସ୍ଥାନରେ ହୋଇଛି । ନୂତନ କାଶୀ ନବଭାରତ ନିମନ୍ତେ ଏକ ପ୍ରେରଣା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସାମାଜିକ ଓ ଜାତୀୟ ସଂକଳ୍ପ ନିମନ୍ତେ ଗୋଟିଏ ବିଶ୍ୱାସର କେନ୍ଦ୍ର କିପରି ଶକ୍ତି କେନ୍ଦ୍ର ହୋଇପାରେ ସେ ତାହା ଉପରେ ଆଲୋକପାତ କରିଥିଲେ । ଏଠାକୁ ଆସୁଥିବା ଯୁବା ଗୋଷ୍ଠୀ ଭାରତୀୟ ଜ୍ଞାନ, ପରମ୍ପରା ଓ ସଂସ୍କୃତର ଧ୍ୱଜାଧାରୀ ଭାବେ ବିଶ୍ୱରେ ପରିଗଣିତ ହେବେ ବୋଲି ଶ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଥିଲେ । 

ଭାଷା ଦୃଷ୍ଟିରୁ ଆମର ଜ୍ଞାନ, ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ସବୁଠାରୁ ଅଧିକ ଯଦି ପ୍ରଭାବ ପକାଇଥାଏ ତାହା ହେଉଛି ସଂସ୍କୃତ । ଭାରତ ଏକ ଭାବନା ହେଲେ ସଂସ୍କୃତ ହେଉଛି ତା’ର ପରିପ୍ରକାଶ । ଭାରତ ଏକ ଯାତ୍ରା, ସଂସ୍କୃତ ସେହି ଇତିହାସରେ ମୁଖ୍ୟ ଅଧ୍ୟାୟ । ଭାରତ ବିବିଧତା ମଧ୍ୟରେ ଏକତାର ଏକ ଦେଶ ଓ ସଂସ୍କୃତ ଏହାର ମୂଳ । ଏକଦା ସଂସ୍କୃତ ହିଁ ଜ୍ୟୋତିଷଶାସ୍ତ୍ର, ଗଣିତ, ଭେଷଜ, ସାହିତ୍ୟ, ସଙ୍ଗୀତ ଓ କଳା କ୍ଷେତ୍ରରେ ଗବେଷଣାର ମୁଖ୍ୟ ଭାଷା ଥିଲା । କାଶୀ ଓ କାଞ୍ଚିରେ ବେଦର ଆବୃତ୍ତି ହେଉଛି ଏକ ଭାରତ ଶ୍ରେଷ୍ଠ ଭାରତର ସ୍ୱର । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି କାଶୀକୁ ଐତିହ୍ୟ ଓ ବିକାଶର ଏକ ମଡେଲ ଭାବେ ଦେଖାଯାଉଛି । ପରମ୍ପରା ଓ ଆଧ୍ୟାତ୍ମିକତାକୁ ନେଇ କିପରି ଆଧୁନିକତା ସମ୍ପ୍ରସାରିତ ହୁଏ ତାହା ଆଜି ବିଶ୍ୱ ଦେଖୁଛି । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ କାଶୀ ପରି ତାହାର ମଧ୍ୟ ପ୍ରଗତି ଘଟୁଛି । କୁଶୀନଗରର ଆନ୍ତର୍ଜାତିକ ବିମାନ ବନ୍ଦର ଓ ଦେଶରେ ଭଗବାନ ବୃଦ୍ଧଙ୍କ ସହ ସଂଶ୍ଳିଷ୍ଟ ସ୍ଥଳୀର ବିକାଶ ପାଇଁ ସରକାର କିପରି ଉଦ୍ୟମ କରୁଛନ୍ତି ଶ୍ରୀ ମୋଦୀ ତା’ଉପରେ ଆଲୋକପାତ କରିଥିଲେ । ଆଗାମୀ ପାଞ୍ଚବର୍ଷରେ ଦେଶ ବିକାଶକୁ ଅଧିକ ଗତି ଦେବ ଓ ସଫଳତା ଅର୍ଜନ କରିବ । “ ଏହା ମୋଦୀ ଗ୍ୟାରେଣ୍ଟି ଓ ମୋଦୀର ଗ୍ୟାରେଣ୍ଟି ଅର୍ଥ ହେଲା ଗ୍ୟାରେଣ୍ଟି ପୂରଣ କରିବା ବୋଲି ସେ କହିଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”