ଟିବି-ମୁକ୍ତ ପଞ୍ଚାୟତ ପଦକ୍ଷେପ, ଟିବି ପାଇଁ ଏକ କ୍ଷୁଦ୍ର ପ୍ରତିରୋଧକ ଚିକିତ୍ସା ଏବଂ ପରିବାର-କୈନ୍ଦ୍ରିକ ଚିକିତ୍ସା ମଡେଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଏକ ଯକ୍ଷ୍ମା ମୁକ୍ତ ସମାଜ ସୁନିଶ୍ଚିତ କରିବା ଦିଗରେ ଭାରତ ନିଜର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛି
2025 ସୁଦ୍ଧା ଯକ୍ଷ୍ମା ଉନ୍ମୁଳନ ପାଇଁ ଭାରତର ସର୍ବୋତ୍ତମ ପ୍ଲାନ, ଉଚ୍ଚାଭିଳାଷୀ ଏବଂ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରୀ ଯୋଜନା ରହିଛି : ଷ୍ଟପ୍ ଟିବି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ଯକ୍ଷ୍ମା ବିରୋଧୀ ଲଢ଼େଇରେ କାଶୀ ବିଶ୍ୱସ୍ତରୀୟ ସଂକଳ୍ପ ଦିଗରେ ନୂତନ ଶକ୍ତି ଆଣିବ ବୋଲି ସେ କହିଛନ୍ତି
ୱାନ ୱାର୍ଲ୍ଡ ଟିବି ସମ୍ମିଳନୀ ମାଧ୍ୟମରେ ଭାରତ ବିଶ୍ୱସ୍ତରର ଆଉ ଏକ ସଂକଳ୍ପ ପୂରଣ କରୁଛି
ଯକ୍ଷ୍ମା ଉପରେ ବିଶ୍ୱଯୁଦ୍ଧ ପାଇଁ ଭାରତର ପ୍ରୟାସ ଏକ ନୂତନ ମଡେଲ ବୋଲି ସେ କହିଛନ୍ତି
ଯକ୍ଷ୍ମା ବିରୋଧରେ ସଂଗ୍ରାମରେ ଲୋକଙ୍କ ଅଂଶଗ୍ରହଣ ହେଉଛି ଭାରତର ବଡ଼ ଅବଦାନ
2025 ସୁଦ୍ଧା ଯକ୍ଷ୍ମା ସମାପ୍ତ କରିବାର ଲକ୍ଷ୍ୟ ଉପରେ ଭାରତ ବର୍ତ୍ତମାନ କାର୍ଯ୍ୟ କରୁଛି
ମୁଁ ଚାହେଁ ଯେ ଅଧିକରୁ ଅଧିକ ଦେଶ ଭାରତର ସମସ୍ତ ଅଭିଯାନ, ଉଦ୍ଭାବନ ଏବଂ ଆଧୁନିକ ଜ୍ଞାନକୌଶଳର ଲାଭ ହାସଲ କରନ୍ତୁ

ଆଜି ବାରଣାସୀର ରୁଦ୍ରକାଶ ସମ୍ମିଳନୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ସେ ଟିବି-ମୁକ୍ତ ପଞ୍ଚାୟତ, ଏକ କ୍ଷୁଦ୍ର ଯକ୍ଷ୍ମା ପ୍ରତିରୋଧକ ଚିକିତ୍ସା (ଟିପିଟି) ର ଶୁଭାରମ୍ଭ କରିଛନ୍ତି । ଯକ୍ଷ୍ମା ପାଇଁ ପରିବାର-କୈନ୍ଦ୍ରିକ ଚିକିତ୍ସା ମଡେଲ ଏବଂ ଭାରତର ବାର୍ଷିକ ଟିବି ରିପୋର୍ଟ 2023 ରିଲିଜ୍ ଭଳି ବିଭିନ୍ନ ପଦକ୍ଷେପ ମଧ୍ୟ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରେଲ୍ ଆଣ୍ଡ ହାଇ କଣ୍ଟେନମେଣ୍ଟ ଲାବୋରେଟୋରୀର ଶିଳାନ୍ୟାସ କରିଛନ୍ତି ଏବଂ ବାରଣାସୀରେ ମେଟ୍ରୋପଲିଟାନ୍ ପବ୍ଲିକ ହେଲ୍ଥ ସର୍ଭେଲାନ୍‌ସ ୟୁନିଟ ପାଇଁ ଏହି ସ୍ଥାନ ଉଦ୍ଘାଟନ କରିଛନ୍ତି। ଯକ୍ଷ୍ମା ସମାପ୍ତି ଦିଗରେ ଅଗ୍ରଗତି ପାଇଁ ପ୍ରଧାନମନ୍ତ୍ରୀ ମନୋନୀତ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଜିଲ୍ଲାଗୁଡ଼ିକୁ ମଧ୍ୟ ପୁରସ୍କୃତ କରିଥିଲେ। ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ସ୍ତରରେ କର୍ଣ୍ଣାଟକ ଏବଂ ଜାମ୍ମୁ କାଶ୍ମୀର ଏବଂ ଜିଲ୍ଲା ସ୍ତରରେ ନୀଳଗିରି, ପୁଲୱାମା ଏବଂ ଅନନ୍ତନାଗ ପୁରସ୍କାର ଗ୍ରହଣ କରିଥିଲେ।

ଷ୍ଟପ୍ ଟିବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଲୁସିକା ଡିଟିୟୁ ମନ୍ତବ୍ୟ ଦେଇଛନ୍ତି ଯେ ବିଶ୍ୱର ଏକ ପୁରାତନ ସହର ବାରାଣାସୀରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ସେ କହିଛନ୍ତି ଯେ ଭାରତରେ ଯକ୍ଷ୍ମା ରୋଗର ଭାର ବହୁତ ଅଧିକ କିନ୍ତୁ ସର୍ବୋତ୍ତମ ଯୋଜନା, ଉଚ୍ଚାଭିଳାଷୀ ଏବଂ ଉତ୍କୃଷ୍ଟ କାର୍ଯ୍ୟକାରୀ ଯୋଜନା ମାଧ୍ୟମରେ ଏହାକୁ ବହୁ ମାତ୍ରାରେ ହ୍ରାସ କରାଯାଇ ପାରିଛି। ସେ ଭାରତର ଜି -20 ଅଧ୍ୟକ୍ଷତା ବିଷୟରେ ନିଜର ସନ୍ତୋଷତା ବ୍ୟକ୍ତ କରିଥିଲେ ଏବଂ ଥିମର ମହତ୍ତ୍ବ ବିଷୟରେ ବର୍ଣ୍ଣନା କରିଥିଲେ - ଗୋଟିଏ ବିଶ୍ୱ ଏକ ସ୍ୱାସ୍ଥ୍ୟ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ 2025 ସୁଦ୍ଧା ଭାରତ ଯକ୍ଷ୍ମା ଦୂର କରିବା ଦିଗରେ କାର୍ଯ୍ୟ କରୁଛି। ସେ କହିଛନ୍ତି ଯେ ଭାରତ ଭଳି ଦେଶର ଉଦ୍ୟମ ଯୋଗୁଁ ଇତିହାସରେ ପ୍ରଥମ ଥର ପାଇଁ ଯକ୍ଷ୍ମା ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ପାଇନଥିବା ଲୋକଙ୍କ ସଂଖ୍ୟା 3 ନିୟୁତରୁ କମ୍ ହୋଇଯାଇଛି। ଯକ୍ଷ୍ମା ଏବଂ ଟିବି ମୁକ୍ତ ଭାରତ ପଦକ୍ଷେପ ପାଇଁ ସେ ଭାରତର ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଭାରତର ସହଯୋଗରେ ଭାରତ 2025 ସୁଦ୍ଧା ଯକ୍ଷ୍ମା ସମାପ୍ତ କରିବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ। 22 ସେପ୍ଟେମ୍ବରରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା ସମୟରେ ହେବାକୁ ଥିବା ଯକ୍ଷ୍ମା ସମ୍ବନ୍ଧୀୟ ଜାତିସଂଘର ଉଚ୍ଚ ସ୍ତରୀୟ ବୈଠକ ବିଷୟରେ ସେ ସୂଚନା ଦେଇଛନ୍ତି ଏବଂ ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିକୁ ମଧ୍ୟ ଅନୁରୋଧ କରିଛନ୍ତି। ଯକ୍ଷ୍ମା ବିରୋଧରେ ଏହି ସଂଗ୍ରାମରେ ଅନ୍ୟ ବିଶ୍ୱ ନେତାମାନଙ୍କୁ ନେତୃତ୍ୱ ଦେବା ଏବଂ ପ୍ରେରଣା ଦେବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବାରାଣାସୀରେ ଏକ ବିଶ୍ୱ ଟିବି ସମ୍ମିଳନୀ ଅନୁଷ୍ଠିତ ହୋଇ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସେ ମଧ୍ୟ ଏହି ସହରର ସାଂସଦ ସଦସ୍ୟ ବୋଲି ଉଲ୍ଲେଖ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ କାଶୀ ସହର ଏକ ଅନନ୍ତ ସ୍ରୋତ ପରି, ଯାହା ହଜାର ହଜାର ବର୍ଷ ଧରି ମାନବିକତାର କଠିନ ପରିଶ୍ରମ ଏବଂ ପ୍ରୟାସର ସାକ୍ଷୀ ରହିଛି। ସେ କହିଛନ୍ତି ଯେ, ଯେତେ ବାଧାବିଘ୍ନ ହେଉନା କାହିଁକି, କାଶୀ ସର୍ବଦା ପ୍ରମାଣିତ କରିଛନ୍ତି ଯେ 'ସବକା ପ୍ରୟାସ' (ସମସ୍ତଙ୍କ ଉଦ୍ୟମ) ସହିତ ନୂତନ ଉପାୟ ସୃଷ୍ଟି ହୋଇଛି। ଯକ୍ଷ୍ମା ଭଳି ରୋଗ ବିରୋଧରେ ଲଢ଼େଇରେ କାଶୀ ବିଶ୍ୱସ୍ତରୀୟ ସଂକଳ୍ପ ଦିଗରେ ନୂତନ ଶକ୍ତି ପ୍ରଦାନ କରିବେ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ହାଇଲାଇଟ୍ କରିଛନ୍ତି ଯେ ଏକ ଦେଶ ଭାବରେ ଭାରତର ଆଦର୍ଶର ପ୍ରତିଫଳନ ବସୁଧୈବ କୁଟୁମ୍ବକମଙ୍କ ଉତ୍ସାହ ​​ଦ୍ୱାରା ଦେଖିବାକୁ ମିଳେ ଯେପରିକି ସମଗ୍ର ବିଶ୍ୱ ଗୋଟିଏ ପରିବାର। ଏହି ପ୍ରାଚୀନ ଚିନ୍ତାଧାରା ଆଜିର ଉନ୍ନତ ଦୁନିଆକୁ ଏକ ସମନ୍ୱିତ ଦୃଷ୍ଟିକୋଣ ଏବଂ ସମନ୍ୱିତ ସମାଧାନ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଦର୍ଶାଇଛନ୍ତି ଯେ ଜି -20 ଅଧ୍ୟକ୍ଷତା ଭାବରେ ଭାରତ ଏହିପରି ବିଶ୍ୱାସ ଉପରେ ଆଧାର କରି 'ଗୋଟିଏ ପରିବାର, ଗୋଟିଏ ବିଶ୍ୱ, ଗୋଟିଏ ଭବିଷ୍ୟତ' ବିଷୟବସ୍ତୁ ବାଛିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଜି -20 ର ବିଷୟବସ୍ତୁ ସମଗ୍ର ବିଶ୍ୱର ସହଭାଗୀ ଭବିଷ୍ୟତ ପାଇଁ ଏକ ସଂକଳ୍ପ ଅଟେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଭାରତ ବିଶ୍ୱରେ ‘ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ’ ର ଲକ୍ଷ୍ୟକୁ ଆଗକୁ ବଢ଼ାଉଛି ଏବଂ ଏକ ବିଶ୍ୱ ଟିବି ସମ୍ମିଳନୀ ସହିତ ଏହା ବିଶ୍ୱବ୍ୟାପୀ ଉତ୍ତମ ସଂକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 2014 ପରେ ଯକ୍ଷ୍ମା ମୁକାବିଲା ପାଇଁ ଭାରତ ନିଜକୁ ଉତ୍ସର୍ଗ କରିଥିବା ପ୍ରତିଶ୍ରୁତି ଏବଂ ନିଷ୍ଠା ସତରେ ଅତୁଳନୀୟ ଅଟେ। ଭାରତର ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯକ୍ଷ୍ମା ବିରୋଧରେ ବିଶ୍ୱ ଯୁଦ୍ଧ ପାଇଁ ଏହା ଏକ ନୂଆ ମଡେଲ | ମୁଁ ଗତ 9 ବର୍ଷ ମଧ୍ୟରେ ଯକ୍ଷ୍ମା ବିରୁଦ୍ଧରେ ଏକ ବହୁମୁଖୀ ଆଭିମୁଖ୍ୟ ଉପରେ ବର୍ଣ୍ଣନା କରିଛି। ସେ ଲୋକମାନଙ୍କର ଅଂଶଗ୍ରହଣ, ପୁଷ୍ଟିକର ଖାଦ୍ୟ, ଚିକିତ୍ସା ନବସୃଜନ, ବୈଷୟିକ ସମନ୍ବିତକରଣ ଏବଂ ସୁସ୍ଥତା ଏବଂ ପ୍ରତିରୋଧ ଯେପରିକି ଫିଟ୍ ଇଣ୍ଡିଆ, ଯୋଗ ଏବଂ ଖେଲୋ ଇଣ୍ଡିଆ ଆଦି ବିଷୟ ଉପରେ ସୂଚନା ପ୍ରଦାନ କରିଥିଲେ।   

ଲୋକଙ୍କ ଅଂଶଗ୍ରହଣ ବିଷୟରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ରୋଗୀଙ୍କୁ ସାହାଯ୍ୟ କରିବାରେ ନିଃ-କ୍ଷୟ ମିତ୍ର ଅଭିଯାନ ବିଷୟରେ କହିଥିଲେ। ସେ ସୂଚନା ଦେଇଛନ୍ତି ଯେ ନାଗରିକଙ୍କ ଦ୍ବାରା ପ୍ରାୟ 10 ଲକ୍ଷ ଯକ୍ଷ୍ମା ରୋଗୀ ଗ୍ରହଣ କରିଛନ୍ତି ଏବଂ 10 ରୁ 12 ବର୍ଷ ବୟସର ପିଲାମାନେ ମଧ୍ୟ ଆଗକୁ ଆସିଛନ୍ତି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଟିବି ରୋଗୀଙ୍କୁ ଆର୍ଥିକ ସହାୟତା ଏକ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ସେ ଏହାକୁ ‘ପ୍ରେରଣାଦାୟକ’ଆନ୍ଦୋଳନ ବୋଲି କହିଛନ୍ତି ଏବଂ ପ୍ରଭାସୀ ଭାରତୀୟମାନେ ମଧ୍ୟ ଏଥିରେ ଭାଗ ନେଉଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି।

ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ପ୍ରମୁଖ ଆହ୍ବାନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଯକ୍ଷ୍ମା ରୋଗୀଙ୍କୁ ସାହାଯ୍ୟ କରିବାରେ ନି-କ୍ଷୟ ମିତ୍ର ଅଭିଯାନର ଅବଦାନ ଉପରେ ଆଲୋକପାତ କରିଥିଲେ। ସେ ଦର୍ଶାଇଛନ୍ତି ଯେ ସରକାର 2018 ରେ ଯକ୍ଷ୍ମା ରୋଗୀଙ୍କ ପାଇଁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ସ୍କିମ୍ ଘୋଷଣା କରିଛନ୍ତି ଏବଂ ଫଳସ୍ୱରୂପ ସେମାନଙ୍କ ଚିକିତ୍ସା ପାଇଁ ପ୍ରାୟ 2000 କୋଟି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି, ଯଦ୍ବାରା ପ୍ରାୟ 75 ଲକ୍ଷ ଯକ୍ଷ୍ମା ରୋଗୀ ଏଥିରୁ ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନି-କ୍ଷୟ ମିତ୍ର ବର୍ତ୍ତମାନ ସମସ୍ତ ଯକ୍ଷ୍ମା ରୋଗୀଙ୍କ ପାଇଁ ଏକ ନୂତନ ଶକ୍ତି ଉତ୍ସ ହୋଇପାରିଛନ୍ତି। ପୁରୁଣା ଉପାୟ ଅବଲମ୍ବନ କରି ନୂତନ ସମାଧାନରେ ପହଞ୍ଚିବା ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯକ୍ଷ୍ମା ରୋଗୀମାନେ ସେମାନଙ୍କ ଚିକିତ୍ସା ଛାଡି ନଯିବାକୁ ସରକାର ନୂତନ ରଣନୀତି ଗ୍ରହଣ କରିଛନ୍ତି। ଯକ୍ଷ୍ମା ସ୍କ୍ରିନିଂ ଏବଂ ଚିକିତ୍ସା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିବା, ଦେଶରେ ପରୀକ୍ଷା ଲ୍ୟାବ ସଂଖ୍ୟା ବୃଦ୍ଧି ଏବଂ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ଅଧିକ ଥିବା ସହରକୁ ଲକ୍ଷ୍ୟ କରି ଅଞ୍ଚଳ ଉପଯୋଗୀ କାର୍ଯ୍ୟ ନୀତି ପ୍ରସ୍ତୁତ କରିବାର ସେ ଉଦାହରଣ ଦେଇଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆଜି 'ଟିବି ମୁକ୍ତ ପଞ୍ଚାୟତ ଅଭିଯାନ' ନାମକ ଏକ ନୂତନ ଅଭିଯାନ ମଧ୍ୟ ଆରମ୍ଭ କରାଯାଉଛି। ଏଥିସହ ସେ ମଧ୍ୟ କହିଛନ୍ତି ଯେ ସରକାର ଛଅ ମାସର କୋର୍ସ ପରିବର୍ତ୍ତେ ଯକ୍ଷ୍ମା ରୋକିବା ପାଇଁ 3 ମାସର ଚିକିତ୍ସା କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି। ସେ ସୂଚନା ଦେଇଛନ୍ତି ଯେ ପୂର୍ବରୁ ରୋଗୀଙ୍କୁ ପ୍ରତିଦିନ 6 ମାସ ପାଇଁ ଔଷଧ ସେବନ କରିବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ନୂତନ ବ୍ୟବସ୍ଥାରେ ରୋଗୀଙ୍କୁ ସପ୍ତାହରେ ମାତ୍ର ଥରେ ଔଷଧ ଖାଇବାକୁ ପଡିବ।

ଟିବି ମୁକ୍ତ ଭାରତ ଅଭିଯାନରେ ବୈଷୟିକ ସମନ୍ବିତକରଣ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିଃ-କ୍ଷୟ ପୋର୍ଟାଲ ଏବଂ ଡାଟା ବିଜ୍ଞାନର ବ୍ୟବହାର ଏ ଦିଗରେ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି ଯେ ସବ-ନ୍ୟାସନାଲ୍‌ ରୋଗର ତଦାରଖ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ-ଆଇସିଏମଆର ଏକ ନୂତନ ପଦ୍ଧତି ପ୍ରସ୍ତୁତ କରିଛନ୍ତି ଯାହା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବ୍ୟତୀତ ଭାରତକୁ ଏକମାତ୍ର ଦେଶ କରିପାରିଛି।

ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ କର୍ଣ୍ଣାଟକ, ଜାମ୍ମୁ କାଶ୍ମୀରକୁ ଆଜି ପ୍ରଦାନ କରାଯାଇଥିବା ପୁରସ୍କାରକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ 2025 ସୁଦ୍ଧା ଭାରତକୁ ଟିବି ମୁକ୍ତ କରିବା ପାଇଁ ଭାରତର ଆଉ ଏକ ପ୍ରମୁଖ ସଂକଳ୍ପ ବିଷୟରେ ଉଲ୍ଲେଖ କରିଛନ୍ତି ଯେତେବେଳେ କି ବିଶ୍ବ ଟାରଗେଟ 2030 ରହିଛି। ଏହି ରୋଗ ବିପକ୍ଷରେ ମହାମାରୀ ସମୟରେ କ୍ଷମତା ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ରୋଗ ବିରୋଧରେ ସଂଗ୍ରାମରେ ପ୍ରଧାନମନ୍ତ୍ରୀ ଟ୍ରେସ, ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ ଟେକ୍ନୋଲୋଜିର ଅଧିକ ବ୍ୟବହାର ଉପରେ ଆଲୋକପାତ କରିଥିଲେ। ଭାରତର ଏହି ସ୍ଥାନୀୟ ଆଭିମୁଖ୍ୟରେ ଏକ ବୃହତ ବିଶ୍ବସ୍ତରୀୟ ସମ୍ଭାବନା ରହିଛି ବୋଲି ସେ ଏହି ସମ୍ଭାବନାକୁ ସାମୂହିକ ଭାବରେ ବ୍ୟବହାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ସୂଚନା ପ୍ରଦାନ କରିଛନ୍ତି ଯେ 80 ପ୍ରତିଶତ ଯକ୍ଷ୍ମା ଔଷଧ ଭାରତରେ ନିର୍ମିତ। “ମୁଁ ଚାହୁଁଛି ଯେ ଅଧିକରୁ ଅଧିକ ଦେଶ ଭାରତର ଏହିପରି ସମସ୍ତ ଅଭିଯାନ, ଉଦ୍ଭାବନ ଏବଂ ଆଧୁନିକ ଜ୍ଞାନକୌଶଳର ଲାଭ ପାଇପାରିବେ। ଏହି ଶିଖର ସମ୍ମିଳନୀରେ ଜଡିତ ସମସ୍ତ ଦେଶ ଏଥିପାଇଁ ଏକ ମେକାନିଜିମ୍ ବିକାଶ କରିପାରିବେ। ମୁଁ ନିଶ୍ଚିତ, ଆମର ଏହି ସଂକଳ୍ପ ନିଶ୍ଚିତ ଭାବରେ ପୂରଣ ହେବ - ହଁ, ଆମେ ଟିବି ମୁକ୍ତ ହୋଇପାରିବା”ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କୁଷ୍ଠରୋଗ ଦୂର କରିବାରେ ମହାତ୍ମା ଗାନ୍ଧୀଙ୍କ ଅବଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଏକ ଘଟଣା କହିଥିଲେ ଯେତେବେଳେ ଗାନ୍ଧୀ ଜୀଙ୍କୁ ଅହମ୍ମଦାବାଦରେ କୁଷ୍ଠ ରୋଗ ହସ୍‌ପିଟାଲର ଉଦଘାଟନ ପାଇଁ ଡକାଯାଇଥିଲା। ସେ ସୂଚନା ଦେଇଥିଲେ ଯେ ଗାନ୍ଧୀ ଏହି ଉତ୍ସବରେ ଉପସ୍ଥିତ ଲୋକଙ୍କୁ କହିଥିଲେ ଯେତେବେଳେ ଏହାର କବାଟରେ ତାଲା ଝୁଲୁଥିବାର ଦେଖିବେ ସେ ଖୁସି ହେବେ। ଅର୍ଥାତ୍ ସେ କୁଷ୍ଠରୋଗ ମୁକ୍ତ ଭାରତର ସ୍ବପ୍ନ ଦେଖିଥିଲେ। ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଯେ ଡାକ୍ତରଖାନା ଦଶନ୍ଧି ଧରି ଏହି ପରି ଚାଲୁ ରହିଥିଲା କିନ୍ତୁ ଏବଂ କୁଷ୍ଠରୋଗର ମୂଳତ୍ପାଟନ କରାଯିବା ସମ୍ଭବ ହୋଇ ପାରିନଥିଲା। କୁଷ୍ଠରୋଗ ବିରୋଧରେ ଏହି ଅଭିଯାନକୁ 2001 ରେ ନୂତନ ଗତି ଦିଆଯାଇଥିବା ବେଳେ ଗୁଜୁରାଟର ଲୋକମାନେ ତାଙ୍କୁ ସୁଯୋଗ ଦେଇଥଲେ ଏବଂ ଗୁଜୁରାଟରେ କୁଷ୍ଠରୋଗର ହାର 23% ରୁ 1% କୁ ହ୍ରାସ ପାଇଥିବାର ସୂଚନା ଦେଇଥିଲେ। ସେ ଦର୍ଶାଇଛନ୍ତି ଯେ 2007 ମସିହାରେ ଯେତେବେଳେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ କୁଷ୍ଠରୋଗ ଡାକ୍ତରଖାନା ବନ୍ଦ ହୋଇଯାଇଥିଲା। ଏଥିସହ ସେ ସାମାଜିକ ସଂଗଠନର ଭୂମିକା ଏବଂ ଏଥିରେ ଜନସାଧାରଣଙ୍କ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ ଏବଂ ଯକ୍ଷ୍ମା ବିରୋଧରେ ଭାରତର ସଫଳତା ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ। “ଆଜିର ନୂତନ ଭାରତ ଏହାର ଲକ୍ଷ୍ୟ ହାସଲ ପାଇଁ ଜଣାଶୁଣା” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ଖୋଲା ମଇଳା ମୁକ୍ତ ହେବାର ପ୍ରତିଶ୍ରୁତି ହାସଲ କରିବା, ସୌର ଶକ୍ତି ଉତ୍ପାଦନ କ୍ଷମତାର ଲକ୍ଷ୍ୟ ହାସଲ କରିବା ସହିତ ପେଟ୍ରୋଲରେ ସ୍ଥିର ଶତକଡ଼ା ଇଥାନଲ ମିଶ୍ରଣର ଲକ୍ଷ୍ୟ ହାସଲ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। କାର୍ଯ୍ୟସୂଚୀ ପୂର୍ବରୁ "ଜନସାଧାରଣଙ୍କ ଅଂଶଗ୍ରହଣର ଶକ୍ତି ସମଗ୍ର ବିଶ୍ବର ଆତ୍ମବିଶ୍ୱାସ ବଢ଼ାଉଛି" ବୋଲି ସେ କହିଛନ୍ତି ଏବଂ ଯକ୍ଷ୍ମା ବିରୋଧରେ ଭାରତର ସଂଗ୍ରାମର ସଫଳତାକୁ ଜନସାଧାରଣଙ୍କ ଅଂଶଗ୍ରହଣରେ ଦର୍ଶାଇଛନ୍ତି। ଯକ୍ଷ୍ମା ରୋଗୀଙ୍କୁ ଏହି ରୋଗ ବିଷୟରେ ଅବଗତ କରାଇବା ପାଇଁ ସମସ୍ତଙ୍କୁ ସମାନ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି।

କାଶୀରେ ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଜାତୀୟ ରୋଗ ନିୟନ୍ତ୍ରଣ ବାରଣାସୀ ଶାଖାର ଉଦଘାଟନ କରାଯାଇଥିଲା। ଜନସ୍ୱାସ୍ଥ୍ୟ ନୀରିକ୍ଷଣ ୟୁନିଟ୍ ମଧ୍ୟ କାର୍ଯ୍ୟ ଆରମ୍ଭ କଲା। ସେ ବିଏଚୟୁରେ ଥିବା ଶିଶୁ ଯତ୍ନ ପ୍ରତିଷ୍ଠାନ, ବ୍ଲଡ ବ୍ୟାଙ୍କର ଆଧୁନିକୀକରଣ, ଆଧୁନିକ ଟ୍ରାଉମା ସେଣ୍ଟର, ସୁପର ସ୍ପେସିଆଲିଟି ବ୍ଲକ ଏବଂ ପଣ୍ଡିତ ମଦନ ମୋହନ ମାଲଭିଆ କର୍କଟ କେନ୍ଦ୍ର ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ 70 ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି। ସେ କବୀର ଚୌରା ହସ୍ପିଟାଲ, ଜିଲ୍ଲା ହସପିଟାଲ, ଡାଏଲିସିସ୍ ସୁବିଧା, ସିଟି ସ୍କାନ ସୁବିଧା ଏବଂ କାଶୀ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ବାରାଣାସୀରେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ 1.5 ଲକ୍ଷରୁ ଅଧିକ ରୋଗୀ ମାଗଣା ଚିକିତ୍ସା ପାଇଥିଲେ ଏବଂ 70 ରୁ ଅଧିକ ଜନ ଔଷଧୀ କେନ୍ଦ୍ର ରୋଗୀଙ୍କୁ ସୁଲଭ ଔଷଧ ଯୋଗାଉଛନ୍ତି।

ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଦେଶର ଅଭିଜ୍ଞତା, ପାରଦର୍ଶୀତା ଏବଂ ଇଚ୍ଛାଶକ୍ତିର ବ୍ୟବହାର କରି ଯକ୍ଷ୍ମା ଦୂର କରିବା ଅଭିଯାନରେ ଭାରତ ନିୟୋଜିତ ଅଛି। ଏଥି ସହ ସେ କହିଛନ୍ତି ଯେ ଆବଶ୍ୟକ ପ୍ରତ୍ୟେକ ଦେଶକୁ ସାହାଯ୍ୟ କରିବାକୁ ଭାରତ ନିରନ୍ତର ପ୍ରସ୍ତୁତ। ଯକ୍ଷ୍ମା ବିରୋଧରେ ଆମର ଅଭିଯାନ କେବଳ ସବକା ପ୍ରୟାସ (ସମସ୍ତଙ୍କ ଉଦ୍ୟମ) ଦ୍ୱାରା ସଫଳ ହେବ। ମୋର ବିଶ୍ୱାସ, ଆଜି ଆମର ପ୍ରୟାସ ଆମର ସୁରକ୍ଷିତ ଭବିଷ୍ୟତର ମୂଳଦୁଆକୁ ଦୃଢ଼ କରିବ ଏବଂ ଆମେ ଆମର ଭବିଷ୍ୟତ ପିଢ଼ୀକୁ ଏକ ଉନ୍ନତ ବିଶ୍ୱ ପ୍ରଦାନ କରିବାକୁ ସକ୍ଷମ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀ ଆନନ୍ଦିବେନ୍ ପଟେଲ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଡା. ମନସୁଖ ମାଣ୍ଡଭିୟ, ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଶ୍ରୀ ବ୍ରିଜେଶ ପାଠକ୍ ଏବଂ ଷ୍ଟପ୍ ଟିବି୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଲୁସିକା ଡିଟିଉ ତଥା ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ରହିଥିଲେ। 

ପୃଷ୍ଠଭୂମି

ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ। ଏହି ସମ୍ମିଳନୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ଏମଓଏଚଏଫଡବ୍ଲୁ) ଏବଂ ଷ୍ଟପ୍ ଟିବି ପାର୍ଟନରସିପ୍ ଦ୍ୱାରା ଆୟୋଜିତ ହେଉଛି। 2001 ରେ ପ୍ରତିଷ୍ଠିତ, ଷ୍ଟପ୍ ଟିବି ପାର୍ଟନରସିପ୍ ହେଉଛି ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ ଏକ ସଂଗଠନ ଯାହା ଯକ୍ଷ୍ମା ଦ୍ୱାରା ପ୍ରଭାବିତ ଲୋକ, ସମ୍ପ୍ରଦାୟ ଏବଂ ଦେଶର ସ୍ୱରକୁ ଉପସ୍ଥାପିତ କରିଥାଏ। 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଟିବି-ମୁକ୍ତ ପଞ୍ଚାୟତ ପଦକ୍ଷେପ ସମେତ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଥିଲେ; ଏକ କ୍ଷୁଦ୍ର ଯକ୍ଷ୍ମା ପ୍ରତିରୋଧକ ଚିକିତ୍ସା (ଟିପିଟି) ର ଅଫିସିଆଲ୍ ସାରା ଭାରତରେ ଶୁଭାରମ୍ଭ; ଯକ୍ଷ୍ମା ପାଇଁ ପରିବାର-କୈନ୍ଦ୍ରିକ ଯତ୍ନ ମଡେଲ ଏବଂ ଏହା ସହିତ ଭାରତର ବାର୍ଷିକ ଟିବି ରିପୋର୍ଟ 2023 ର ଉନ୍ମୋଚନ କରାଯାଇଥିଲା। ଟିବିର ନିରାକରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଓ ଜିଲ୍ଲାମାନଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିଥିଲେ। 

ମାର୍ଚ୍ଚ 2018 ରେ, ନୂଆଦିଲ୍ଲୀରେ ଅନୁଷ୍ଠିତ ଏଣ୍ଡ ଟିବି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଧାର୍ଯ୍ୟ ସମୟଠାରୁ ପାଞ୍ଚ ବର୍ଷ ପୂର୍ବରୁ 2025 ସୁଦ୍ଧା ଟିବି ସମ୍ବନ୍ଧୀୟ ଏସଡିଜି ଲକ୍ଷ୍ୟ ହାସଲ କରିବାକୁ ଭାରତକୁ ଆହ୍ବାନ କରିଥିଲେ। ୱାନ ୱାର୍ଲଡ୍ ଟିବି ସମ୍ମିଳନୀ ଲକ୍ଷ୍ୟ ଉପରେ ଅଧିକ ବିଚାରବିମର୍ଶ କରିବାର ସୁଯୋଗ ପ୍ରଦାନ କରିବ କାରଣ ଦେଶ ଏହାର ଯକ୍ଷ୍ମା ବିଲୋପ ଲକ୍ଷ୍ୟ ପୂରଣ କରିବା ଦିଗରେ ଆଗକୁ ବଢ଼ୁଛି। ଏହା ମଧ୍ୟ ଜାତୀୟ ଯକ୍ଷ୍ମା ବିଲୋପ ପ୍ରୋଗ୍ରାମରୁ ଶିକ୍ଷଣ ପ୍ରଦର୍ଶନ କରିବାର ଏକ ସୁଯୋଗ ହେବ। ଏହି ସମ୍ମିଳନୀରେ 30 ରୁ ଅଧିକ ଦେଶରୁ ଆନ୍ତର୍ଜାତୀୟ ପ୍ରତିନିଧୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Safran’s Hyderabad engine MRO starts operations, targets 300 LEAP engines annually

Media Coverage

Safran’s Hyderabad engine MRO starts operations, targets 300 LEAP engines annually
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”