ଭାରତର ସାମୁଦ୍ରିକ କ୍ଷେତ୍ର ଦ୍ରୁତ ଗତି ଏବଂ ଶକ୍ତି ସହିତ ଆଗକୁ ବଢୁଛି: ପ୍ରଧାନମନ୍ତ୍ରୀ
ଆମେ ଏକ ଶତାବ୍ଦୀ ପୁରୁଣା ଉପନିବେଶବାଦୀ ଜାହାଜ ଚଳାଚଳ ଆଇନକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ଆଧୁନିକ, ଭବିଷ୍ୟତବାଦୀ ଆଇନ ରୂପେ ବଦଳାଇଛୁ: ପ୍ରଧାନମନ୍ତ୍ରୀ
ଆଜି, ଭାରତର ବନ୍ଦରଗୁଡ଼ିକୁ ବିକାଶଶୀଳ ବିଶ୍ୱରେ ସବୁଠାରୁ ଦକ୍ଷ ରୂପେ ଗଣନା କରାଯାଉଛି; ଅନେକ ଦିଗରୁ, ସେଗୁଡ଼ିକୁ ବିକଶିତ ବିଶ୍ୱର ବନ୍ଦରଗୁଡ଼ିକ ଅପେକ୍ଷା ଆହୁରି ଭଲ ପ୍ରଦର୍ଶନ କରୁଛନ୍ତି: ପ୍ରଧାନମନ୍ତ୍ରୀ
ଭାରତ ଜାହାଜ ନିର୍ମାଣରେ ନୂତନ ଉଚ୍ଚତାରେ ପହଞ୍ଚିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରୁଛି, ଆମେ ଏବେ ବଡ଼ ଜାହାଜଗୁଡ଼ିକୁ ଭିତ୍ତିଭୂମି ସମ୍ପତ୍ତିର ମାନ୍ୟତା ପ୍ରଦାନ କରିଛୁ: ପ୍ରଧାନମନ୍ତ୍ରୀ
ଭାରତର ଜାହାଜ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରିବା ଏବଂ ଏହାକୁ ସମ୍ପ୍ରସାରଣ କରିବାର ଏହା ସଠିକ୍ ସମୟ: ପ୍ରଧାନମନ୍ତ୍ରୀ
ଦୁନିଆର ସମୁଦ୍ର ଅଶାନ୍ତ ଥିବା ସମୟରେ ବିଶ୍ୱ ଏକ ସ୍ଥିର ଆଲୋକବର୍ତ୍ତିକା ଖୋଜୁଥିବା ବେଳେ ଭାରତ ଶକ୍ତି ଓ ସ୍ଥିରତା ସହିତ ସେହି ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ
ଜାଗତିକ ଉତ୍ତେଜନା, ବାଣିଜ୍ୟିକ ବାଧା ଏବଂ ସ୍ଥାନାନ୍ତରିତ ଯୋଗାଣ ଶୃଙ୍ଖଳ ମଧ୍ୟରେ, ଭାରତ ରଣନୀତିକ ସ୍ୱାୟତ୍ତତା, ଶାନ୍ତି ଏବଂ ସମାବେଶୀ ଅଭିବୃଦ୍ଧିର ପ୍ରତୀକ ଭାବରେ ଠିଆ ହୋଇଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ ବା ଭାରତ ସାମୁଦ୍ରିକ ସପ୍ତାହ 2025 କାର୍ଯ୍ୟକ୍ରମ ଅନ୍ତର୍ଗତ ମେରିଟାଇମ୍ ଲିଡର୍ସ କନକ୍ଲେଭ (ସାମୁଦ୍ରିକ ନେତୃବର୍ଗଙ୍କ ସମ୍ମିଳନୀ)କୁ ସମ୍ବୋଧିତ କରିଛନ୍ତି । ସେ ମଧ୍ୟ ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଆୟୋଜିତ ମଞ୍ଚ ଗ୍ଲୋବାଲ୍ ମେରିଟାଇମ୍ ସିଇଓ ଫୋରମର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ମେରିଟାଇମ୍ ଲିଡର୍ସ କନକ୍ଲେଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମ 2016ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। 85ରୁ ଅଧିକ ଦେଶର ଅଂଶଗ୍ରହଣ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ। ସେ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ପ୍ରମୁଖ ଜାହାଜ କମ୍ପାନୀ, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀଙ୍କ ସିଇଓଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ସେ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରର ପ୍ରତିନିଧିମାନଙ୍କ ଉପସ୍ଥିତିକୁ ପ୍ରଶଂସା କରି କହିଥିଲେ, ସେମାନଙ୍କର ସାମୂହିକ ଦୃଷ୍ଟିକୋଣ ଶିଖର ସମ୍ମିଳନୀର ସମନ୍ୱୟ ଏବଂ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି।

ଏହି ସମ୍ମିଳନୀ ସମୟରେ ଜାହାଜ ଚଳାଚଳ କ୍ଷେତ୍ର ସହ ଜଡିତ ଅନେକ ପ୍ରକଳ୍ପ ଆରମ୍ଭ ହୋଇଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଜାହାଜ ଚଳାଚଳ କ୍ଷେତ୍ରରେ ଲକ୍ଷ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହା ଭାରତର ସାମୁଦ୍ରିକ କ୍ଷମତା ପ୍ରତି ବିଶ୍ୱସ୍ତରୀୟ ବିଶ୍ୱାସକୁ ପ୍ରତିଫଳିତ କରେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ଉପସ୍ଥିତି ସେମାନଙ୍କର ସାଧାରଣ ପ୍ରତିବଦ୍ଧତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

ଏକବିଂଶ ଶତାବ୍ଦୀରେ, ଭାରତର ସାମୁଦ୍ରିକ କ୍ଷେତ୍ର ଦ୍ରୁତ ଗତି ଏବଂ ଶକ୍ତି ସହିତ ଆଗକୁ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ। ସେ କହିଥିଲେ, 2025 ବର୍ଷ ଏହି କ୍ଷେତ୍ର ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରମୁଖ ସଫଳତା ହାସଲ କରିଛି। ଭାରତର ପ୍ରଥମ ଗଭୀର ଜଳ ଅନ୍ତର୍ଜାତୀୟ ଟ୍ରାନ୍ସ-ସିପମେଣ୍ଟ ହବ୍, ଭିଜିଞ୍ଜାମ ବନ୍ଦର ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି । ସେ ଆହୁରି ଉଲ୍ଲେଖ କରିଥିଲେ ଯେ, ବିଶ୍ୱର ସର୍ବବୃହତ କଣ୍ଟେନର ଜାହାଜ ସମ୍ପ୍ରତି ବନ୍ଦରରେ ପହଞ୍ଚିଛି, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ କହିଥିଲେ, 2024-25ରେ, ଭାରତର ପ୍ରମୁଖ ବନ୍ଦରଗୁଡ଼ିକ ସର୍ବାଧିକ ମାଲ ପରିବହନ କରିଛନ୍ତି, ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ପ୍ରଥମ ଥର ପାଇଁ ଏକ ଭାରତୀୟ ବନ୍ଦର ଏକ ମେଗାୱାଟ-ସ୍କେଲ ସ୍ୱଦେଶୀ ସବୁଜ ହାଇଡ୍ରୋଜେନ ସୁବିଧା ଆରମ୍ଭ କରିଛି। ଏହା ହେଉଛି କାଣ୍ଡଲା ବନ୍ଦର ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ, ଜେଏନପିଟିରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରାଯାଇଛି, ଯେଉଁଠାରେ ଭାରତ ମୁମ୍ବାଇ କଣ୍ଟେନର ଟର୍ମିନାଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଟର୍ମିନାଲର ପରିଚାଳନା କ୍ଷମତାକୁ ଦ୍ୱିଗୁଣିତ କରିଛି, ଏହାକୁ ଭାରତର ସର୍ବବୃହତ କଣ୍ଟେନର ବନ୍ଦର କରିଛି । ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ବନ୍ଦର ଭିତ୍ତିଭୂମିରେ ସର୍ବାଧିକ ବିଦେଶୀ ପୁଞ୍ଜି ନିବେଶ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ଏବଂ ସିଙ୍ଗାପୁରର ଭାଗୀଦାରମାନଙ୍କୁ ସେମାନଙ୍କ ଅବଦାନ ପାଇଁ ବିଶେଷ କୃତଜ୍ଞତା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଚଳିତ ବର୍ଷ, ଭାରତ ସାମୁଦ୍ରିକ କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାର ପାଇଁ ପ୍ରମୁଖ ପଦକ୍ଷେପ ନେଇଛି। ଏକ ଶତାବ୍ଦୀରୁ ଅଧିକ ପୁରୁଣା ଔପନିବେଶିକ ଜାହାଜ ଚଳାଚଳ ଆଇନଗୁଡ଼ିକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ଆଧୁନିକ ଏବଂ ଭବିଷ୍ୟତବାଦୀ ଆଇନ ଦ୍ୱାରା ବଦଳାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ନୂତନ ଆଇନଗୁଡ଼ିକ ରାଜ୍ୟ ସାମୁଦ୍ରିକ ବୋର୍ଡଗୁଡ଼ିକୁ ସଶକ୍ତ କରିଛି, ସୁରକ୍ଷା ଓ ସ୍ଥିରତାକୁ ସୁଦୃଢ଼ କରିଛି ଏବଂ ବନ୍ଦର ପରିଚାଳନାରେ ଡିଜିଟାଲକରଣକୁ ବିସ୍ତାର କରିଛି ବୋଲି ଶ୍ରୀ ମୋଦୀ କହିଥିଲେ।

 

ବାଣିଜ୍ୟ ପରିବହନ ଆଇନ ଅଧୀନରେ ଭାରତୀୟ ଆଇନଗୁଡ଼ିକୁ ବିଶ୍ୱସ୍ତରୀୟ ଅନ୍ତର୍ଜାତୀୟ ସମ୍ମିଳନୀ ସହିତ ସମନ୍ୱିତ କରାଯାଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଏହି ସମନ୍ୱୟ ସୁରକ୍ଷା ମାନଦଣ୍ଡରେ ବିଶ୍ୱାସ ବୃଦ୍ଧି କରିଛି, ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିଛି ଏବଂ ସରକାରୀ ହସ୍ତକ୍ଷେପ ହ୍ରାସ କରିଛି। ଏହି ପ୍ରୟାସଗୁଡ଼ିକ ଅଂଶୀଦାର ଏବଂ ନିବେଶକଙ୍କ ବିଶ୍ୱାସକୁ ଆହୁରି ବୃଦ୍ଧି କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଉପକୂଳ ଜାହାଜ ଚଳାଚଳ ଆଇନ ବାଣିଜ୍ୟକୁ ସରଳ କରିବା ଏବଂ ଯୋଗାଣ ଶୃଙ୍ଖଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଡିଜାଇନ୍ କରାଯାଇଛି। ସେ ଗୁରୁତ୍ୱାରୋପ କରି କହିଥିଲେ, ଏହି ଆଇନ ଭାରତର ବ୍ୟାପକ ଉପକୂଳରେ ସନ୍ତୁଳିତ ବିକାଶକୁ ସୁନିଶ୍ଚିତ କରିଥାଏ। ଏକ ରାଷ୍ଟ୍ର, ଏକ ବନ୍ଦର ପ୍ରକ୍ରିୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହା ବନ୍ଦର-ସମ୍ବନ୍ଧୀୟ ପ୍ରକ୍ରିୟାଗୁଡ଼ିକୁ ମାନକୀକରଣ କରିବ ଏବଂ ଦସ୍ତାବିଜକରଣ ଆବଶ୍ୟକତାକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ। ଶ୍ରୀ ମୋଦୀ କହିଥିଲେ, ଜାହାଜ ପରିବହନ କ୍ଷେତ୍ରରେ ଏହି ସଂସ୍କାରଗୁଡ଼ିକ ଭାରତରେ ଗତ ଏକ ଦଶନ୍ଧି ଧରି ଚାଲିଥିବା ସଂସ୍କାର ଯାତ୍ରାର ଏକ ନିରନ୍ତର ପ୍ରକ୍ରିୟା। ଗତ ଦଶରୁ ଏଗାର ବର୍ଷ ଉପରେ ଆଲୋକପାତ କରି ସେ ଉଲ୍ଲେଖ କରିଥିଲେ ଯେ, ଭାରତର ସାମୁଦ୍ରିକ କ୍ଷେତ୍ରରେ ପରିବର୍ତ୍ତନ ଐତିହାସିକ। ମେରିଟାଇମ୍‌ ଇଣ୍ଡିଆ ଭିଜନ୍‌ (ସାମୁଦ୍ରିକ ଭାରତ ଦୃଷ୍ଟିକୋଣ) ଅଧୀନରେ, 150ରୁ ଅଧିକ ନୂତନ ପଦକ୍ଷେପ ଆରମ୍ଭ କରାଯାଇଛି, ଯାହାର ଫଳସ୍ୱରୂପ ପ୍ରମୁଖ ବନ୍ଦରଗୁଡ଼ିକର କ୍ଷମତା ପ୍ରାୟ ଦ୍ୱିଗୁଣିତ ହୋଇଛି । କାରବାର ସମୟରେ ଯଥେଷ୍ଟ ହ୍ରାସ ହୋଇପାରିଛି ଏବଂ କ୍ରୁଜ୍ ପର୍ଯ୍ୟଟନରେ ଏକ ନୂତନ ଗତି ଆସିଛି। ଆଭ୍ୟନ୍ତରୀଣ ଜଳପଥରେ ମାଲ ପରିବହନ 700 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି, କାର୍ଯ୍ୟକ୍ଷମ ଜଳପଥ ସଂଖ୍ୟା ତିନିରୁ ବତିଶକୁ ବୃଦ୍ଧି ପାଇଛି। ଗତ ଦଶନ୍ଧି ମଧ୍ୟରେ ଭାରତୀୟ ବନ୍ଦରଗୁଡ଼ିକର ବାର୍ଷିକ ନିଟ ଅତିରିକ୍ତ ପରିମାଣ ନଅ ଗୁଣ ବୃଦ୍ଧି ପାଇଛି ବୋଲି ସେ ଆହୁରି କହିଥିଲେ।

 

‘‘ବର୍ତ୍ତମାନ ବିକାଶଶୀଳ ବିଶ୍ୱରେ ଭାରତର ବନ୍ଦରଗୁଡ଼ିକ ସବୁଠାରୁ ଦକ୍ଷ ରୂପେ ଗଣାଯାଉଛି, ଏବଂ ଅନେକ କ୍ଷେତ୍ରରେ ବିକଶିତ ବିଶ୍ୱର ବନ୍ଦରଗୁଡ଼ିକ ତୁଳନାରେ ଭଲ ପ୍ରଦର୍ଶନ କରୁଛନ୍ତି", ପ୍ରଧାନମନ୍ତ୍ରୀ କହିଥିଲେ। ସେ ପ୍ରମୁଖ କାର୍ଯ୍ୟଦକ୍ଷତା ପରିସଂଖ୍ୟାନ ବିଷୟରେ ସୂଚନା ଦେଇ କହିଥିଲେ ଯେ ଭାରତରେ ହାରାହାରି କଣ୍ଟେନର ରହଣି ସମୟ ତିନି ଦିନରୁ କମକୁ ହ୍ରାସ ପାଇଛି, ଯାହା ଅନେକ ବିକଶିତ ଦେଶ ତୁଳନାରେ ଉତ୍ତମ। ହାରାହାରି ଜାହାଜ ଚଳାଚଳ ସମୟ ଛୟାନବେ ଘଣ୍ଟାରୁ ମାତ୍ର ଅଠଚାଳିଶ ଘଣ୍ଟାକୁ ହ୍ରାସ ପାଇଛି, ଯାହା ଭାରତୀୟ ବନ୍ଦରଗୁଡ଼ିକୁ ବିଶ୍ୱ ପରିବହନ ଲାଇନ୍ ପାଇଁ ଅଧିକ ପ୍ରତିଯୋଗିତାମୂଳକ ଏବଂ ଆକର୍ଷଣୀୟ କରିଛି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ଭାରତ ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ଦେଖାଇଛି। ସାମୁଦ୍ରିକ ମାନବ ସମ୍ବଳରେ ଭାରତର ବର୍ଦ୍ଧିତ ଶକ୍ତି ଉପରେ ଆହୁରି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ଗତ ଦଶନ୍ଧିରେ ଭାରତୀୟ ନାବିକଙ୍କ ସଂଖ୍ୟା 1.25 ଲକ୍ଷରୁ ବୃଦ୍ଧି ପାଇ 3 ଲକ୍ଷରୁ ଅଧିକ ହୋଇଛି। ଆଜି, ନାବିକ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱ ସ୍ତରରେ ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ସ୍ଥାନ ପାଇଛି।

ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ସମୟ ବିତିଗଲାଣି ଏବଂ ଆଗାମୀ 25 ବର୍ଷ ଆହୁରି ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ନୀଳ ଅର୍ଥବ୍ୟବସ୍ଥା ଏବଂ ଦୀର୍ଘସ୍ଥାୟୀ ଉପକୂଳ ବିକାଶ ଉପରେ ଭାରତର ଧ୍ୟାନ ରହିଛି। ସବୁଜ ଲଜିଷ୍ଟିକ୍ସ, ବନ୍ଦର ସଂଯୋଗ ଏବଂ ଉପକୂଳ ଶିଳ୍ପ କ୍ଲଷ୍ଟର ଉପରେ ସରକାରଙ୍କ ଦୃଢ ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।

ଜାହାଜ ନିର୍ମାଣ ଏବେ ଭାରତର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ରେଖାଙ୍କିତ କରିଥିଲେ। ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତର ଐତିହାସିକ ଗୁରୁତ୍ୱକୁ ସ୍ମୃତିଚାରଣ କରି ସେ ଉଲ୍ଲେଖ କରିଥିଲେ ଯେ, ଏହି କ୍ଷେତ୍ରରେ ଦେଶ ଏକଦା ଏକ ପ୍ରମୁଖ ବିଶ୍ୱସ୍ତରୀୟ କେନ୍ଦ୍ର ଥିଲା। ଏହି ସ୍ଥାନଠାରୁ ଅଳ୍ପ ଦୂରରେ ଅଜନ୍ତା ଗୁମ୍ଫା ରହିଛି, ଯେଉଁଠାରେ ଷଷ୍ଠ ଶତାବ୍ଦୀର ଏକ ଚିତ୍ରକଳାରେ ତିନୋଟି ମାସ୍ତୁଲ ଲାଗିଥିବା ଜାହାଜର ଡିଜାଇନକୁ ଚିତ୍ରିତ କରାଯାଇଛି। ପ୍ରାଚୀନ ଭାରତୀୟ କଳାରେ ଦେଖାଯାଉଥିବା ଏହି ଡିଜାଇନକୁ ଶହ ଶହ ବର୍ଷ ପରେ ଅନ୍ୟ ଦେଶମାନେ ଗ୍ରହଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତରେ ନିର୍ମିତ ଜାହାଜଗୁଡ଼ିକ ଏକଦା ବିଶ୍ୱ ବାଣିଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଭାରତ ବିଳମ୍ବରେ ଜାହାଜ ଭାଙ୍ଗିବା କ୍ଷେତ୍ରରେ ଅଗ୍ରଗତି କରିଥିଲା ଏବଂ ଏବେ ଜାହାଜ ନିର୍ମାଣରେ ନୂତନ ଉଚ୍ଚତାରେ ପହଞ୍ଚିବା ପାଇଁ ପ୍ରୟାସ ତ୍ୱରାନ୍ୱିତ କରୁଛି। ଭାରତ ବଡ଼ ଜାହାଜଗୁଡ଼ିକୁ ଭିତ୍ତିଭୂମି ସମ୍ପତ୍ତିର ମାନ୍ୟତା ପ୍ରଦାନ କରିଛି, ଏହା ଏକ ନୀତିଗତ ନିଷ୍ପତ୍ତି ଯାହା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଜାହାଜ ନିର୍ମାଣକାରୀଙ୍କ ପାଇଁ ନୂତନ ରାସ୍ତା ଖୋଲିବ। ଏହା ନୂତନ ଆର୍ଥିକ ବିକଳ୍ପ ପ୍ରଦାନ କରିବ, ସୁଧ ଖର୍ଚ୍ଚ ହ୍ରାସ କରିବ ଏବଂ ଋଣ ପାଇବାକୁ ସହଜ କରିବ । ଏହି ସଂସ୍କାରକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ସରକାର ପ୍ରାୟ 70,000 କୋଟି ଟଙ୍କା ନିବେଶ କରିବେ। ଏହି ନିବେଶ ଘରୋଇ କ୍ଷମତା ବୃଦ୍ଧି କରିବ । ଏହା ମଧ୍ୟ ଦୀର୍ଘକାଳୀନ ଆର୍ଥିକ ସହାୟତାକୁ ପ୍ରୋତ୍ସାହିତ କରିବା ସହିତ ଗ୍ରୀନଫିଲ୍ଡ ଏବଂ ବ୍ରାଉନଫିଲ୍ଡ ଜାହାଜ ୟାର୍ଡର ବିକାଶକୁ ସମର୍ଥନ କରିବ, ଉନ୍ନତ ସାମୁଦ୍ରିକ ଦକ୍ଷତା ନିର୍ମାଣ କରିବ ଏବଂ ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏହି ପଦକ୍ଷେପ ସମସ୍ତ ଅଂଶୀଦାରଙ୍କ ପାଇଁ ନୂତନ ନିବେଶ ସୁଯୋଗ ମଧ୍ୟ ଖୋଲିବ ବୋଲି ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସମ୍ମିଳନୀର ଆୟୋଜନ କରୁଥିବା ଭୂମି ଛତ୍ରପତି ଶିବାଜୀ ମହାରାଜଙ୍କ ମାଟି। ସେ କେବଳ ସାମୁଦ୍ରିକ ସୁରକ୍ଷାର ମୂଳଦୁଆ ସ୍ଥାପନ କରିନଥିଲେ ବରଂ ଆରବ ସାଗରର ବାଣିଜ୍ୟ ମାର୍ଗରେ ଭାରତୀୟ ଶକ୍ତିକୁ ଜାହିର କରିଥିଲେ। ସେ ଶିବାଜୀ ମହାରାଜଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରି କହିଥିଲେ ଯେ, ସମୁଦ୍ର ସୀମା ନୁହେଁ ବରଂ ସୁଯୋଗର ପ୍ରବେଶ ଦ୍ୱାର । ଭାରତ ମଧ୍ୟ ଅନୁରୂପ ଚିନ୍ତାଧାରା ସହିତ ଆଗକୁ ବଢ଼ୁଥିବା ଶ୍ରୀ ମୋଦୀ କହିଥିଲେ।

ଶ୍ରୀ ମୋଦୀ ବିଶ୍ୱ ଯୋଗାଣ ଶୃଙ୍ଖଳ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ଦେଶ ସକ୍ରିୟ ଭାବରେ ବିଶ୍ୱସ୍ତରୀୟ ମେଗା ବନ୍ଦର ନିର୍ମାଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। ମହାରାଷ୍ଟ୍ରର ୱାଧବନରେ 76,000 କୋଟି ଟଙ୍କା ବ୍ୟୟରେ ଏକ ନୂତନ ବନ୍ଦର ନିର୍ମାଣ କରାଯାଉଛି ବୋଲି ସେ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ଏହାର ପ୍ରମୁଖ ବନ୍ଦରଗୁଡ଼ିକର କ୍ଷମତା ଚାରିଗୁଣ ବୃଦ୍ଧି କରିବା ଏବଂ କଣ୍ଟେନରାଇଜଡ୍ କାର୍ଗୋରେ ଏହାର ଅଂଶ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛି। ଉପସ୍ଥିତ ସମସ୍ତ ଅଂଶୀଦାର ଏହି ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଅଂଶୀଦାର ବୋଲି ସେ ଦୃଢ଼ ଭାବେ କହିବା ସହିତ ସେମାନଙ୍କର ଚିନ୍ତାଧାରା, ନବସୃଜନ ଏବଂ ନିବେଶକୁ ସ୍ୱାଗତ କରିଥିଲେ । ସେ ଆହୁରି କହିଥିଲେ ଯେ ଭାରତ ବନ୍ଦର ଏବଂ ପରିବହନରେ 100 ପ୍ରତିଶତ ବିଦେଶୀ ପୁଞ୍ଜିନିବେଶ ଅନୁମତି ଦିଏ ଏବଂ ସରକାରୀ-ଘରୋଇ ସହଭାଗୀତା ଦ୍ରୁତ ଗତିରେ ବିସ୍ତାର କରୁଛି। ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ ଦୃଷ୍ଟିକୋଣ ଅଧୀନରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ଏବଂ ରାଜ୍ୟଗୁଡ଼ିକୁ ନିବେଶ ଆକର୍ଷିତ କରିବାକୁ ଉତ୍ସାହିତ କରାଯାଉଛି। ବିଭିନ୍ନ ଦେଶର ନିବେଶକମାନଙ୍କୁ ଭାରତର ପରିବହନ କ୍ଷେତ୍ରରେ ସାମିଲ ହେବା ଏବଂ ବିସ୍ତାର କରିବା ପାଇଁ ଏହି ମୁହୂର୍ତ୍ତକୁ ବ୍ୟବହାର କରିବାକୁ ସେ ଅନୁରୋଧ କରିବା ସହିତ ଏହା ହେଉଛି ସଠିକ୍ ସମୟ ବୋଲି କହିଥିଲେ ।

 

ଭାରତର ସଜୀବ ଗଣତନ୍ତ୍ର ଏବଂ ବିଶ୍ୱସନୀୟତାକୁ ଏକ ପରିଭାଷିତ ଶକ୍ତି ଭାବରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଦୁନିଆର ସମୁଦ୍ର ଅଶାନ୍ତ ଥିବା ସମୟରେ ବିଶ୍ୱ ଏକ ସ୍ଥିର ଆଲୋକବର୍ତ୍ତିକା ଖୋଜୁଥିବା ବେଳେ ଭାରତ ଶକ୍ତି ଓ ସ୍ଥିରତା ସହିତ ସେହି ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ । ଜାଗତିକ ଉତ୍ତେଜନା, ବାଣିଜ୍ୟ ବାଧା ଏବଂ ଯୋଗାଣ ଶୃଙ୍ଖଳ ପରିବର୍ତ୍ତନ ମଧ୍ୟରେ ଭାରତ ରଣନୀତିକ ସ୍ୱାୟତ୍ତତା, ଶାନ୍ତି ଏବଂ ସମାବେଶୀ ବିକାଶର ପ୍ରତୀକ ଭାବରେ ଠିଆ ହୋଇଛି। ଭାରତର ସାମୁଦ୍ରିକ ଏବଂ ବାଣିଜ୍ୟିକ ପଦକ୍ଷେପ ଏହି ବ୍ୟାପକ ଦୃଷ୍ଟିକୋଣର ଅବିଚ୍ଛେଦ୍ୟ ଅଂଶ। ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡରକୁ ଏକ ଉଦାହରଣ ଭାବରେ ଉଲ୍ଲେଖ କରି ସେ କହିଥିଲେ, ଏହା ବାଣିଜ୍ୟ ମାର୍ଗଗୁଡ଼ିକୁ ପୁନଃପରିଭାଷିତ କରିବ ଏବଂ ସ୍ୱଚ୍ଛ ଶକ୍ତି ଏବଂ ସ୍ମାର୍ଟ ଲଜିଷ୍ଟିକ୍ସକୁ ପ୍ରୋତ୍ସାହିତ କରିବ।

ସମାବେଶୀ ସାମୁଦ୍ରିକ ବିକାଶ ଉପରେ ଭାରତର ଗୁରୁତ୍ୱ ଉପରେ ମତ ରଖି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଲକ୍ଷ୍ୟ କେବଳ ପ୍ରଯୁକ୍ତିବିଦ୍ୟା, ତାଲିମ ଏବଂ ଭିତ୍ତିଭୂମି ମାଧ୍ୟମରେ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଜ୍ୟ ଏବଂ ସର୍ବନିମ୍ନ ବିକଶିତ ଦେଶଗୁଡ଼ିକୁ ସଶକ୍ତ କରି ହାସଲ କରାଯାଇପାରିବ। ସେ ଜଳବାୟୁ ପରିବର୍ତ୍ତନ, ଯୋଗାଣ ଶୃଙ୍ଖଳ ବାଧା, ଆର୍ଥିକ ଅନିଶ୍ଚିତତା ଏବଂ ସାମୁଦ୍ରିକ ସୁରକ୍ଷାକୁ ସମାଧାନ କରିବା ପାଇଁ ସାମୂହିକ ପଦକ୍ଷେପର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଶ୍ରୀ ମୋଦୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ଦିଗରେ ଏକାଠି ହେବାକୁ ଏବଂ ଏକ ସ୍ଥାୟୀ ଭବିଷ୍ୟତ ନିର୍ମାଣ କରିବାକୁ ଆହ୍ୱାନ କରିଥିଲେ। ତାଙ୍କ ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଶିଖର ସମ୍ମିଳନୀର ଅଂଶବିଶେଷ ହୋଇଥିବାରୁ ସମସ୍ତ ଉପସ୍ଥିତ ଲୋକଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ କୃତଜ୍ଞତା ଜଣାଇଥିଲେ।

 

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭିସ୍, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ଶ୍ରୀ ଶାନ୍ତନୁ ଠାକୁର ଏବଂ ଶ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଗ୍ଲୋବାଲ ମେରିଟାଇମ ସିଇଓ ଫୋରମ ହେଉଛି ଇଣ୍ଡିଆ ମେରିଟାଇମ ୱିକ୍ 2025ର ଫ୍ଲାଗସିପ୍ କାର୍ଯ୍ୟକ୍ରମ । ଭବିଷ୍ୟତର ବିଶ୍ୱସ୍ତରୀୟ ସାମୁଦ୍ରିକ ଇକୋସିଷ୍ଟମକୁ ନିର୍ଦ୍ଧାରଣ କରିବାକୁ ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ସାମୁଦ୍ରିକ କାରବାର କ୍ଷେତ୍ର କମ୍ପାନିଗୁଡ଼ିକର ସିଇଓ, ଅଗ୍ରଣୀ ନିବେଶକ, ନୀତି ନିର୍ଦ୍ଧାରକ, ନବସୃଜନକାରୀ ଏବଂ ଅନ୍ତର୍ଜାତୀୟ ସହଯୋଗୀମାନେ ଏକାଠି ହୋଇଛନ୍ତି । ଦୀର୍ଘସ୍ଥାୟୀ ସାମୁଦ୍ରିକ ବିକାଶ, ସ୍ଥିର ଯୋଗାଣ ଶୃଙ୍ଖଳ, ସବୁଜ ଜାହାଜ ଚଳାଚଳ, ସମାବେଶୀ ନୀଳ ଅର୍ଥବ୍ୟବସ୍ଥା ରଣନୀତି ବାବଦରେ ଆଲୋଚନା ପାଇଁ ଏହି ଫୋରମ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାବ୍ୟସ୍ତ ହୋଇଛି ।

 

ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ମହତ୍ୱାକାଂକ୍ଷୀ, ଭବିଷ୍ୟତମୁଖୀ ସମୁଦ୍ରୀ ପରିବର୍ତ୍ତନ ସହ ସାମୁଦ୍ରିକ ଅମୃତ କାଳ ଭିଜନ 2047 ଲକ୍ଷ୍ୟରେ ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ଦୀର୍ଘକାଳୀନ ଦୃଷ୍ଟିକୋଣ ଚାରୋଟି ରଣନୀତିକ ସ୍ତମ୍ଭ ଉପରେ ପର୍ଯ୍ୟବସିତ - ବନ୍ଦରଭିତ୍ତିକ ବିକାଶ, ଜାହାଜ ଚଳାଚଳ ଏବଂ ଜାହାଜ ନିର୍ମାଣ, ବାଧାମୁକ୍ତ ପରିବହନ ଏବଂ ସାମୁଦ୍ରିକ କୌଶଳ ଗଠନ- ଲକ୍ଷ୍ୟ ବିଶ୍ୱର ବୃହତ ସାମୁଦ୍ରିକ ଶକ୍ତିଙ୍କ ମଧ୍ୟରେ ଭାରତକୁ ସ୍ଥାନ ଦେବା । ଜାହାଜ ଚଳାଚଳ, ବନ୍ଦର, ଜାହାଜ ନିର୍ମାଣ, କ୍ରୁଜ ପର୍ଯ୍ୟଟନ ଏବଂ ନୀଳ ଅର୍ଥବ୍ୟବସ୍ଥା ଫାଇନାନ୍ସର ପ୍ରମୁଖ ଅଂଶୀଦାରମାନଙ୍କୁ ଏକାଠି କରିବା ଏବଂ ଏହି ଦୃଷ୍ଟିକୋଣକୁ କାର୍ଯ୍ୟରେ ରୂପାନ୍ତର କରିବାରେ ‘ଇଣ୍ଡିଆ ମେରିଟାଇମ ୱିକ୍ 2025’ ଭାରତ ସରକାରଙ୍କ ମୁଖ୍ୟ ବିଶ୍ୱସ୍ତରୀୟ ମଞ୍ଚ ।

 

27 ରୁ 31 ଅକ୍ଟୋବର, 2025 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ‘ଇଣ୍ଡିଆ ମେରିଟାଇମ ୱିକ୍ 2025’ ର ବିଷୟବସ୍ତୁ ହେଉଛି ‘‘ମହାସାଗରକୁ ଏକତ୍ର କରିବା, ଏକ ସାମୁଦ୍ରିକ ଦୃଷ୍ଟିକୋଣ।’’ ଏହା ବିଶ୍ୱ ସାମୁଦ୍ରିକ କେନ୍ଦ୍ର ଏବଂ ନୀଳ ଅର୍ଥବ୍ୟବସ୍ଥାରେ ଅଗ୍ରଣୀ ହେବା ପାଇଁ ଭାରତର ରଣନୀତିକ ଦୃଷ୍ଟିକୋଣକୁ ଦର୍ଶାଉଛି। ‘ଇଣ୍ଡିଆ ମେରିଟାଇମ ୱିକ୍ 2025’ ରେ 85ରୁ ଅଧିକ ଦେଶ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ଏକ ଲକ୍ଷରୁ ଅଧିକ ପ୍ରତିନିଧି, 500ରୁ ଅଧିକ ପ୍ରଦର୍ଶକ ଏବଂ 350ରୁ ଅଧିକ ଅନ୍ତର୍ଜାତୀୟ ବକ୍ତା ସାମିଲ ହୋଇଛନ୍ତି।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auto industry contributes over ₹22.75 lakh crore to Indian economy: SIAM

Media Coverage

Auto industry contributes over ₹22.75 lakh crore to Indian economy: SIAM
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"