ମହତାରୀ ବନ୍ଦନ ଯୋଜନାରେ ପ୍ରଥମ କିସ୍ତି ପ୍ରଦାନ
ରାଜ୍ୟର ଯୋଗ୍ୟ ବିବାହିତ ମହିଳାମାନଙ୍କୁ ଡିବିଟି ଆକାରରେ ମାସିକ ୧୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଛତିଶଗଡ଼ରେ ଯୋଜନା

 ପ୍ରତ୍ୟେକ ପରିବାରର ସାମଗ୍ରିକ ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହା ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ମାନରୁ ଆରମ୍ଭ ହୋଇଥାଏ ।

ଛତିଶଗଡ଼ରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାତାରୀ ବନ୍ଦନ ଯୋଜନାର ଶୁଭାରମ୍ଭ କରିବା ସହ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ରାଜ୍ୟର ଯୋଗ୍ୟ ବିବାହିତ ମହିଳାମାନଙ୍କୁ ଡିବିଟି ଆକାରରେ ମାସିକ ୧୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଛତିଶଗଡ଼ରେ ଏହି ଯୋଜନା ଆରମ୍ଭ କରାଯାଇଛି। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ସୁନିଶ୍ଚିତ କରିବା, ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା, ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବା ଏବଂ ପରିବାରରେ ମହିଳାଙ୍କ ନିର୍ଣ୍ଣାୟକ ଭୂମିକାକୁ ସୁଦୃଢ଼ କରିବା ପାଇଁ ଏହା ପରିକଳ୍ପନା କରାଯାଇଛି।

୨୦୨୪ ଜାନୁଆରି ୧ ସୁଦ୍ଧା ରାଜ୍ୟର ୨୧ ବର୍ଷରୁ ଅଧିକ ବୟସର ସମସ୍ତ ଯୋଗ୍ୟ ବିବାହିତ ମହିଳାଙ୍କୁ ଏହି ଯୋଜନାରେ ସୁବିଧା ମିଳିବ। ବିଧବା, ଛାଡ଼ପତ୍ର ପ୍ରାପ୍ତ ଏବଂ ପରିତ୍ୟକ୍ତ ମହିଳାମାନେ ମଧ୍ୟ ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ପ୍ରାୟ ୭୦ ଲକ୍ଷ ମହିଳା ଏହି ଯୋଜନାରେ ଉପକୃତ ହେବେ।

 

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେବୀ ମା' ଦାନ୍ତେଶ୍ୱରୀ, ମା' ବମ୍ବଲେଶ୍ୱରୀ ଓ ମା' ମହାମାୟାଙ୍କୁ ପ୍ରଣାମ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ରାଜ୍ୟ ଗସ୍ତକୁ ମନେ ପକାଇଥିଲେ ଯେଉଁଠାରେ ସେ ୩୫,୦୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ । ଆଜି ସରକାର ମୋଟ ୬୫୫ କୋଟି ଟଙ୍କାର ମହତାରୀ ବନ୍ଦନା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରି ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ବିଭିନ୍ନ ସ୍ଥାନରୁ ଆସିଥିବା ନାରୀ ଶକ୍ତିକୁ କୃତଜ୍ଞତା ଜଣାଇବା ସହ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ନଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ । ଗତକାଲି ରାତିରେ ସେ କାଶୀ ବିଶ୍ୱନାଥ ଧାମରେ ନାଗରିକଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। "ଆପଣଙ୍କୁ ପ୍ରତି ମାସରେ ଏହି ୧୦୦୦ ଟଙ୍କା ମିଳିବ । ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ, "ଯେତେବେଳେ ମା' ଓ ଝିଅମାନେ ଶକ୍ତିଶାଳୀ ହୁଅନ୍ତି, ସେତେବେଳେ ପରିବାର ମଜବୁତ ହୋଇଥାଏ ଏବଂ ମା' ଓ ଝିଅଙ୍କ କଲ୍ୟାଣ ଆମ ସରକାର ପାଇଁ ପ୍ରାଥମିକତା ହୋଇଥାଏ । ମହିଳାମାନେ ନିଜ ନାମରେ ପକ୍କା ଘର ଓ ଉଜ୍ଜ୍ୱଳା ଗ୍ୟାସ ସିଲିଣ୍ଡର ପାଉଛନ୍ତି। ୫୦ ପ୍ରତିଶତ ଜନଧନ ଆକାଉଣ୍ଟ ମହିଳାଙ୍କ ନାମରେ, ୬୫ ପ୍ରତିଶତ ମୁଦ୍ରା ଋଣ ମହିଳାମାନେ ନେଇଛନ୍ତି, ୧୦ କୋଟିରୁ ଅଧିକ ଏସ୍ଏଚଜି ମହିଳା ଉପକୃତ ହୋଇଛନ୍ତି ଏବଂ ୧ କୋଟିରୁ ଅଧିକ ମହିଳା ଲଖପତି ଦିଦି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ୩ କୋଟି ଲଖପତି ଦିଦିଙ୍କ ଲକ୍ଷ୍ୟକୁ ଦୋହରାଇଥିଲେ । ନମୋ ଦିଦି କାର୍ଯ୍ୟକ୍ରମ ଜୀବନରେ ପରିବର୍ତ୍ତନ ଆଣିଛି ଏବଂ ଆସନ୍ତାକାଲି ସେ ଏ ସଂକ୍ରାନ୍ତରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ କହିଥିଲେ।

ପ୍ରଧାନମନ୍ତ୍ରୀ ପାରିବାରିକ କଲ୍ୟାଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଏକ ସୁସ୍ଥ ପରିବାର ଏହାର ମହିଳାମାନଙ୍କ କଲ୍ୟାଣରୁ ଉତ୍ପନ୍ନ ହୋଇଥାଏ ବୋଲି ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମ ସରକାର ପ୍ରତ୍ୟେକ ପରିବାରର ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହା ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ମାନରୁ ଆରମ୍ଭ ହୋଇଥାଏ । ମାତୃ ଓ ଶିଶୁ ମୃତ୍ୟୁ ହାର ସମେତ ଗର୍ଭବତୀ ମହିଳାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

 

ଏହି ଆହ୍ୱାନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗର୍ଭବତୀ ମହିଳାଙ୍କ ପାଇଁ ମାଗଣା ଟିକାକରଣ ଏବଂ ଗର୍ଭବତୀ ମା'ମାନଙ୍କୁ ସହାୟତା କରିବା ପାଇଁ ଗର୍ଭାବସ୍ଥା ସମୟରେ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଥିଲେ । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଭଳି ଆଗଧାଡ଼ିର କର୍ମୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଉପଯୁକ୍ତ ପରିମଳ ସୁବିଧା ଅଭାବରୁ ମହିଳାମାନେ ସମ୍ମୁଖୀନ ହେଉଥିବା ଅତୀତର କଷ୍ଟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, "ସେହି ଦିନ ଚାଲିଗଲା ଯେତେବେଳେ ଆମର ଭଉଣୀ ଓ ଝିଅମାନଙ୍କୁ ସେମାନଙ୍କ ଘରେ ଶୌଚାଳୟ ନଥିବାରୁ ଯନ୍ତ୍ରଣା ଏବଂ ଅପମାନ ସହିବାକୁ ପଡୁଥିଲା । ପ୍ରତ୍ୟେକ ଘରେ ଶୌଚାଳୟର ବ୍ୟବସ୍ଥା କରି ମହିଳାଙ୍କ ସମ୍ମାନ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ସେ ଆଲୋକପାତ କରିଥିଲେ।

ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ତାଙ୍କ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ସରକାର ନିଜ ପ୍ରତିଶ୍ରୁତି ପାଳନ କରୁଛନ୍ତି ଏବଂ ସେମାନଙ୍କ ପୂରଣ ସୁନିଶ୍ଚିତ କରୁଛନ୍ତି। ଛତିଶଗଡବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରି ମହତାରୀ ବନ୍ଦନା ଯୋଜନାର ସଫଳ ରୂପାୟନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

 

ସେହିପରି ୧୮ ଲକ୍ଷ ପକ୍କା ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିଷ୍ଠାର ସହ କରାଯାଉଛି।

କୃଷି ସଂସ୍କାର ସମ୍ପର୍କରେ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଧାନ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଚାଷୀମାନଙ୍କୁ ବକେୟା ବୋନସ ଠିକ୍ ସମୟରେ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଟଳଜୀଙ୍କ ଜୟନ୍ତୀ ଅବସରରେ ୩,୭୦୦ କୋଟି ଟଙ୍କାର ବୋନସ ବଣ୍ଟନ ସହ କୃଷକମାନଙ୍କୁ ସହାୟତା କରିବା ପାଇଁ ସରକାରଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ସରକାରଙ୍କ କ୍ରୟ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମ ସରକାର ଛତିଶଗଡ଼ରେ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାରେ ଧାନ କିଣିବେ। ୧୪୫ ଲକ୍ଷ ଟନ୍ ଧାନ ସଂଗ୍ରହ, କୃଷକଙ୍କ ପ୍ରତିଶ୍ରୁତି ପୂରଣ ଏବଂ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରି ସେ ଉତ୍ସବ ପାଳନ କରିଥିଲେ।

ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଅଂଶୀଦାର, ବିଶେଷ କରି ମହିଳାମାନଙ୍କର ମିଳିତ ପ୍ରୟାସ ଉପରେ ଆସ୍ଥା ପ୍ରକଟ କରିଥିଲେ। ବିଜେପି ସରକାରଙ୍କ ନିରନ୍ତର ସମର୍ପଣ ଓ ସେବା, ପ୍ରତିଶ୍ରୁତି ପୂରଣ କରିବା ଏବଂ ସମସ୍ତଙ୍କ ପାଇଁ ପ୍ରଗତି ସୁନିଶ୍ଚିତ କରିବା ପାଇଁ ସେ ଛତିଶଗଡ଼ବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି।

ଏହି ଅବସରରେ ଛତିଶଗଡ଼  ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ମନ୍ତ୍ରୀଗଣ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi