Launches multi language and braille translations of Thirukkural, Manimekalai and other classic Tamil literature
Flags off the Kanyakumari – Varanasi Tamil Sangamam train
“Kashi Tamil Sangamam furthers the spirit of 'Ek Bharat, Shrestha Bharat”
“The relations between Kashi and Tamil Nadu are both emotional and creative”.
“India's identity as a nation is rooted in spiritual beliefs”
“Our shared heritage makes us feel the depth of our relations”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀଠାରେ କାଶୀ ତାମିଲ ସଙ୍ଗମମ୍ ୨୦୨୩କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କନ୍ୟାକୁମାରୀ-ବାରଣାସୀ ତାମିଲ ସଙ୍ଗମମ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଥିରୁକ୍କୁରାଲ, ମଣିମେକାଲାଇ ଏବଂ ଅନ୍ୟାନ୍ୟ କ୍ଲାସିକ୍ ତାମିଲ ସାହିତ୍ୟର ବହୁଭାଷୀୟ ଓ ବ୍ରେଲି ଅନୁବାଦର ଶୁଭାରମ୍ଭ କରିଥିଲେ। ସେ ପ୍ରଦର୍ଶନୀରେ ବୁଲିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ। କାଶୀ ତାମିଲ ସଙ୍ଗମମ୍ ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାଚୀନ ଶିକ୍ଷାକେନ୍ଦ୍ର । ତାମିଲନାଡୁ ଏବଂ କାଶୀ ମଧ୍ୟରେ ଥିବା ପୁରୁଣା ସମ୍ପର୍କର ପୁନରୁଦ୍ଧାର ଏବଂ ପୁନଃ ଆବିଷ୍କାର କରିବାକୁ ଲକ୍ଷ୍ୟ ରଖାଯାଇଛି । 

 

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅତିଥି ଭାବରେ ନୁହେଁ ବରଂ ତାଙ୍କ ପରିବାର ସଦସ୍ୟ ଭାବରେ ସ୍ୱାଗତ କରିଥିଲେ । ସେ କହିଛନ୍ତି ଯେ ତାମିଲନାଡୁରୁ କାଶୀରେ ପହଞ୍ଚିବା ଅର୍ଥ ହେଉଛି ଭଗବାନ ମହାଦେବଙ୍କ ଗୋଟିଏ ବାସଭବନରୁ ଅନ୍ୟ ଏକ ବାସଭବନ, ମଦୁରାଇ ମିନାକ୍ଷୀରୁ କାଶୀ ବିଶାଳାକ୍ଷୀକୁ ଯାତ୍ରା କରିବା । ତାମିଲନାଡୁ ଏବଂ କାଶୀବାସୀଙ୍କ ମଧ୍ୟରେ ଅନନ୍ୟ ପ୍ରେମ ଏବଂ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କାଶୀର ନାଗରିକଙ୍କ ଆତିଥ୍ୟ ଉପରେ ଆସ୍ଥା ପ୍ରକଟ କରିଥିଲେ । ଭଗବାନ ମହାଦେବଙ୍କ ଆଶୀର୍ବାଦ ସହିତ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଅଂଶଗ୍ରହଣକାରୀମାନେ କାଶୀର ସଂସ୍କୃତି, ବ୍ୟଞ୍ଜନ ଏବଂ ସ୍ମୃତି ସହିତ ତାମିଲନାଡୁ କୁ ଫେରିବେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ତାମିଲଭାଷାରେ ତାଙ୍କ ଭାଷଣର ରିୟଲ ଟାଇମ ଅନୁବାଦରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଉପରେ ଆଲୋକପାତ କରିବା ସହ ଭବିଷ୍ୟତ ଘଟଣାରେ ଏହାର ବ୍ୟବହାର କୁ ଦୋହରାଇଥିଲେ । 

 

ଏହି ଅବସରରେ ପ୍ରଧାନମନ୍ତ୍ରୀ କନ୍ୟାକୁମାରୀ-ବାରାଣାସୀ ତାମିଲ ସଙ୍ଗମମ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଥିରୁକ୍କୁରାଲ, ମଣିମେକାଲାଇ ଏବଂ ଅନ୍ୟନ୍ୟ କ୍ଲାସିକ୍ ତାମିଲ ସାହିତ୍ୟର ବହୁଭାଷା ଓ ବ୍ରେଲି ଅନୁବାଦର ଶୁଭାରମ୍ଭ କରିଥିଲେ । ସୁବ୍ରମଣ୍ୟଭାରତୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀ-ତାମିଲ ସଙ୍ଗମମର କମ୍ପନ ସମଗ୍ର ଦେଶ ଏବଂ ବିଶ୍ୱରେ ବ୍ୟାପିବାରେ ଲାଗିଛି । 

 

କାଶୀ ତାମିଲ ସଙ୍ଗମମ୍ ର ପ୍ରତିଷ୍ଠା ପରଠାରୁ ମଠ ମୁଖ୍ୟ, ଛାତ୍ରଛାତ୍ରୀ, କଳାକାର, ଲେଖକ, କାରିଗର ଏବଂ ବୃତ୍ତିଜୀବୀଙ୍କ ସମେତ ଲକ୍ଷ ଲକ୍ଷ ଲୋକ କାଶୀ ତାମିଲ ସଙ୍ଗମମର ଅଂଶ ପାଲଟିଛନ୍ତି ଏବଂ ଏହା ଆଲୋଚନା ଏବଂ ବିଚାର ବିନିମୟ ପାଇଁ ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ପାଲଟିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି, ଚେନ୍ନାଇ ର ମିଳିତ ଉଦ୍ୟମରେ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ଯେଉଁଠାରେ ଆଇଆଇଟି, ଚେନ୍ନାଇ ବିଦ୍ୟା ଶକ୍ତି ପଦକ୍ଷେପ ଅଧୀନରେ ବିଜ୍ଞାନ ଏବଂ ଗଣିତରେ ବାରଣାସୀର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ସହାୟତା ପ୍ରଦାନ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାମ୍ପ୍ରତିକ ଘଟଣାଗୁଡ଼ିକ କାଶୀ ଏବଂ ତାମିଲନାଡୁର ଲୋକଙ୍କ ମଧ୍ୟରେ ଭାବନାତ୍ମକ ଏବଂ ସୃଜନଶୀଳ ସମ୍ପର୍କର ପ୍ରମାଣ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀ ତାମିଲ ସଙ୍ଗମମ୍ 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଭାବନାକୁ ଆଗକୁ ବଢ଼ାଇଥାଏ । କାଶୀ ତେଲୁଗୁ ସଙ୍ଗମମ୍ ଏବଂ ସୌରାଷ୍ଟ୍ର କାଶୀ ସଙ୍ଗମମ୍ ର ସଂଗଠନ ପଛରେ ଏହି ଭାବନା ଥିଲା ବୋଲି ସେ କହିଛନ୍ତି। ଦେଶର ସମସ୍ତ ରାଜଭବନରେ ଅନ୍ୟ ରାଜ୍ୟ ଦିବସ ପାଳନର ନୂଆ ପରମ୍ପରାରୁ 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଭାବନା ଆହୁରି ଶକ୍ତିଶାଳୀ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ 'ଏକ ଭାରତ, ଶ୍ରେଷ୍ଠ ଭାରତର ସମାନ ଭାବନାକୁ ପ୍ରତିଫଳିତ କରୁଥିବା ଆଦିନାମ ସନ୍ଥମାନଙ୍କ ତତ୍ତ୍ୱାବଧାନରେ ନୂତନ ସଂସଦରେ ପବିତ୍ର ସେଙ୍ଗୋଲ ପ୍ରତିଷ୍ଠା କୁ ମଧ୍ୟ ସ୍ମରଣ କରିଥିଲେ। 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଏହି ଭାବନା ଆଜି ଆମ ଦେଶର ଆତ୍ମାକୁ ଜାଗ୍ରତ କରୁଛି ବୋଲି ସେ କହିଛନ୍ତି।  

 

ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ ଯେ ଭାରତର ବିବିଧତାକୁ ଆଧ୍ୟାତ୍ମିକ ଚେତନାରେ ସାମିଲ କରାଯାଇଛି ଯାହାକୁ ମହାନ ପାଣ୍ଡିଆନ ରାଜା ପରାକ୍ରମ ପାଣ୍ଡିଆନ୍ ପ୍ରତୀକ କରିଥିଲେ, ଯିଏ କହିଥିଲେ ଯେ ଭାରତର ପ୍ରତ୍ୟେକ ଜଳ ଗଙ୍ଗାଜଳ ଏବଂ ଦେଶର ପ୍ରତ୍ୟେକ ଭୌଗୋଳିକ ଅବସ୍ଥିତି କାଶୀ ଅଟେ । ଉତ୍ତର ଭାରତରେ ଆସ୍ଥା କେନ୍ଦ୍ରଗୁଡିକ ଉପରେ ବିଦେଶୀ ଶକ୍ତିମାନେ କ୍ରମାଗତ ଆକ୍ରମଣ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ତେନକାସି ଏବଂ ଶିବକାଶୀ ମନ୍ଦିର ନିର୍ମାଣ ସହିତ କାଶୀର ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ରାଜା ପରାକ୍ରମ ପାଣ୍ଡିଆନଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ଭାରତର ବିବିଧତା ପ୍ରତି ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଆକର୍ଷଣକୁ ମଧ୍ୟ ଶ୍ରୀ ମୋଦୀ ସ୍ମରଣ କରିଥିଲେ । 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ୟ ଦେଶମାନଙ୍କରେ ରାଷ୍ଟ୍ରକୁ ରାଜନୈତିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରାଯାଇଥିବା ବେଳେ ଭାରତ ଏକ ରାଷ୍ଟ୍ର ଭାବରେ ଆଧ୍ୟାତ୍ମିକ ବିଶ୍ୱାସରୁ  ନିର୍ମିତ | ଆଦି ଶଙ୍କରାଚାର୍ଯ୍ୟ ଏବଂ ରାମନଜୁମଙ୍କ ଭଳି ସନ୍ଥମାନଙ୍କ ଦ୍ୱାରା ଭାରତ ଏକଜୁଟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ ଶିବସ୍ଥାନକୁ ଆଦିନା ସନ୍ଥଙ୍କ ଯାତ୍ରାର ଭୂମିକାକୁ ମଧ୍ୟ ସ୍ମରଣ କରିଥିଲେ । ଏହି ଯାତ୍ରା ଯୋଗୁଁ ଭାରତ ଏକ ରାଷ୍ଟ୍ର ଭାବେ ଚିରନ୍ତନ ଓ ଅତୁଟ ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। 

 

ପ୍ରଧାନମନ୍ତ୍ରୀ ମୋଦୀ ପ୍ରାଚୀନ ପରମ୍ପରା ପ୍ରତି ଦେଶର ଯୁବବର୍ଗଙ୍କ ସର୍ବୋଚ୍ଚ ଆଗ୍ରହ ଉପରେ ସନ୍ତୋଷ ବ୍ୟକ୍ତ କରିବା ସହ ତାମିଲନାଡୁର ବହୁ ସଂଖ୍ୟକ ଲୋକ, ଛାତ୍ର ଏବଂ ଯୁବକ କାଶୀ, ପ୍ରୟାଗ, ଅଯୋଧ୍ୟା ଏବଂ ଅନ୍ୟାନ୍ୟ ତୀର୍ଥସ୍ଥଳକୁ ଯାତ୍ରା କରୁଛନ୍ତି ବୋଲି କହିଥିଲେ। "ଭଗବାନ ମହାଦେବଙ୍କ ସହ ରାମେଶ୍ୱରମ୍ ପ୍ରତିଷ୍ଠା କରିଥିବା ଅଯୋଧ୍ୟାରେ ଭଗବାନ ରାମଙ୍କ ଦର୍ଶନ ଦିବ୍ୟ ଅଟେ", ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀ ତାମିଲ ସଙ୍ଗମମରେ ଯୋଗ ଦେଉଥିବା ଲୋକଙ୍କ ଅଯୋଧ୍ୟା ଗସ୍ତ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । 

 

ପରସ୍ପରର ସଂସ୍କୃତି କୁ ଜାଣିବା ର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ କାରଣ ଏହା ଦ୍ୱାରା ବିଶ୍ୱାସ ବଢିଥାଏ ଏବଂ ସମ୍ପର୍କ ବିକଶିତ ହୁଏ । ଦୁଇ ମହାନ ମନ୍ଦିର ସହର କାଶୀ ଏବଂ ମଦୁରାଇର ଉଦାହରଣ ଦେଇ ଶ୍ରୀ ମୋଦୀ କହିଥିଲେ ଯେ ତାମିଲ ସାହିତ୍ୟ ଉଭୟ ଭାଗାଇ ଏବଂ ଗଙ୍ଗାଇ (ଗଙ୍ଗା) ବିଷୟରେ କହିଥାଏ । "ଯେତେବେଳେ ଆମେ ଏହି ଐତିହ୍ୟ ବିଷୟରେ ଜାଣିଥାଉ, ଆମେ ଆମ ସମ୍ପର୍କର ଗଭୀରତା ଅନୁଭବ କରିଥାଉ", ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ କାଶୀ - ତାମିଲ ସଙ୍ଗମମର ସଙ୍ଗମ ଭାରତର ଐତିହ୍ୟକୁ ସଶକ୍ତ କରିବା ସହ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ଼ କରିବ । ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କାଶୀ ଭ୍ରମଣ କରୁଥିବା ଲୋକଙ୍କ ପାଇଁ ସୁଖଦ ରହଣି ପାଇଁ ଆଶା ବ୍ୟକ୍ତ କରିଥିଲେ ଏବଂ ପ୍ରସିଦ୍ଧ ଗାୟକ ଶ୍ରୀରାମଙ୍କୁ ତାଙ୍କ ଅଭିନୟ ଦ୍ୱାରା ସମଗ୍ର ଦର୍ଶକଙ୍କୁ ଆକର୍ଷିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । 

 

ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ପ୍ରମୁଖ ଉପସ୍ଥିତ ଥିଲେ। 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s jewellery exports rise 2.4% to $9.17 billion; studded gold emerges as bright spot

Media Coverage

India’s jewellery exports rise 2.4% to $9.17 billion; studded gold emerges as bright spot
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.