ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ ଥିବା ଭାରତୀୟ ସମ୍ପ୍ରଦାୟ ଦ୍ୱାରା ତାଙ୍କ ସମ୍ମାନରେ ଆୟୋଜିତ ଏକ କାର୍ଯ୍ୟକ୍ରମ 'ଅହଲନ ମୋଦୀ'ରେ ୟୁଏଇରେ ଥିବା ଭାରତୀୟମାନଙ୍କୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭ଟି ଏମିରେଟ୍ସରୁ ପ୍ରବାସୀ ଭାରତୀୟମାନେ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ ସମସ୍ତ ସମ୍ପ୍ରଦାୟର ଭାରତୀୟମାନେ ସାମିଲ ହୋଇଥିଲେ। ଦର୍ଶକଙ୍କ ମଧ୍ୟରେ ଏମିରାଟିସ୍ ମଧ୍ୟ ସାମିଲ ଥିଲେ।

 

ଆବୁଧାବିର ଜାଏଦ ସ୍ପୋର୍ଟସ ସିଟି ଷ୍ଟାଡିୟମରେ ପ୍ରବେଶ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ୪୦,୦୦୦ ଦର୍ଶକ ଅତ୍ୟନ୍ତ ଉତ୍ସାହର ସହିତ ସହ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ରେ ପ୍ରବାସୀ ଭାରତୀୟଙ୍କ ଅବଦାନ ବିଷୟରେ ନିଜର ମତ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କ ପ୍ରତି ଉଦାରତା ଏବଂ ଯତ୍ନ ପାଇଁ ୟୁଏଇ ର ଶାସକ ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଶେଷକରି କଠିନ କୋଭିଡ୍ ସମୟରେ ଭାରତୀୟ ପ୍ରବାସୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିବା ବେଳେ ନିଆଯାଇଥିବା ବିଶେଷ ଯତ୍ନ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ବିଗତ ୧୦ ବର୍ଷ ମଧ୍ୟରେ ଦେଶରେ ହୋଇଥିବା ଅଗ୍ରଗତି ପାଇଁ ତାଙ୍କର ଦୃଷ୍ଟିକୋଣ ବିଷୟରେ କହିଥିଲେ ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର - ବିକଶିତ ଭାରତ ରେ ପରିଣତ ହେବା ପଥରେ ଭାରତ ୨୦୩୦ ସୁଦ୍ଧା ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । ସେ ଭାରତ ଏକ ବିଶ୍ୱବନ୍ଧୁ ହେବା ଏବଂ ବିଶ୍ୱ ପ୍ରଗତି ଓ କଲ୍ୟାଣରେ ଯୋଗଦାନ ଦେବା ଉପରେ ଆଲୋକପାତ କରିଥିଲେ ।

 

ୟୁଏଇରେ ପ୍ରାୟ ୩.୫ ନିୟୁତ ଭାରତୀୟ ନାଗରିକ ବସବାସ କରନ୍ତି, ଯାହା ବିଶ୍ୱର ଯେକୌଣସି ସ୍ଥାନରେ ଭାରତୀୟ ନାଗରିକଙ୍କ ସର୍ବାଧିକ ଜନସଂଖ୍ୟା ଅଟେ । ଏହି କାର୍ଯ୍ୟକ୍ରମକୁ ପ୍ରକୃତରେ ସ୍ମରଣୀୟ କରିବା ପାଇଁ 'ଅହଲାନ୍ ମୋଦୀ'ର ପ୍ରସ୍ତୁତି ଅନେକ ମାସ ଧରି ଚାଲିଥିଲା।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance