ଭାରତ ଉପରେ ସାରା ବିଶ୍ୱର ନଜର ଓ ଆଶା : ପ୍ରଧାନମନ୍ତ୍ରୀ
ଗୋଟିଏ ଦଶନ୍ଧି ଭିତରେ ଭାରତର ଅର୍ଥନୀତି ଦ୍ୱିଗୁଣିତ : ପ୍ରଧାନମନ୍ତ୍ରୀ
କଚ୍ଛପ ଗତିରେ ଚାଲୁଥିବା ଭାରତ ଭୟମୁକ୍ତ ହୋଇ ଗତି ବଢାଇଛି : ପ୍ରଧାନମନ୍ତ୍ରୀ
ବିଳମ୍ବ ବିକାଶର ବାଧକ : ପ୍ରଧାନମନ୍ତ୍ରୀ
ଆକାଂକ୍ଷା ଦ୍ୱାରା ବିକାଶ ନିୟନ୍ତ୍ରିତ ହେଲେ ଏହା ଦୀର୍ଘସ୍ଥାୟୀ ହୁଏ : ପ୍ରଧାନମନ୍ତ୍ରୀ
ବାକଫ ବିଧେୟକ ସମସ୍ତଙ୍କ ପାଇଁ ମର୍ଯ୍ୟାଦାର ପ୍ରତୀକ : ପ୍ରଧାନମନ୍ତ୍ରୀ
ବେଭସ ଭାରତୀୟ କଳାକାରଙ୍କୁ ସଶକ୍ତ କରି ବୈଶ୍ୱିକ କରିପାରିବ : ପ୍ରଧାନମନ୍ତ୍ରୀ

ମଙ୍ଗଳବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ନ୍ୟୁଜ ୧୮ ରାଇଜିଂ ଭାରତ ସମିଟରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି । ଭାରତ ତଥା ସାରା ବିଶ୍ୱର ଅନେକ ନେତାଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ଦେଇଥିବାରୁ ନ୍ୟୁଜ ୧୮ ନେଟବାର୍କକୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ । ଭାରତର ଯୁବବର୍ଗଙ୍କ ଆକାଂକ୍ଷାକୁ ଫୋକସ କରିଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଚଳିତ ବର୍ଷ ପ୍ରାରମ୍ଭରେ ଭାରତ ମଣ୍ଡପମରେ ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ କଥା ମନେ ପକାଇ ଭାରତବର୍ଷକୁ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ଯୁବକମାନଙ୍କର ରହିଥିବା ସ୍ୱପ୍ନ ଓ ଆକାଂକ୍ଷା ପ୍ରଧାନମନ୍ତ୍ରୀ କହିଥିଲେ । ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟରେ ସବୁସ୍ତରରେ ଅନ୍ତର୍ଦୃଷ୍ଟିର ଆବଶ୍ୟକତା ରହିଥିବା ସେ କହିଥିଲେ । ତେବେ ଅମୃତ କାଳ ସୃଷ୍ଟି କରିବା ପାଇଁ ଏହି ଅନ୍ତର୍ଦୃଷ୍ଟିର ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ।

ସାରା ବିଶ୍ୱର ନଜର ଭାରତ ଉପରେ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏହି କିଛି ବର୍ଷ ଭିତରେ ଏଗାରତମ ସ୍ଥାନରୁ ପଂଚମ ବୃହତ ଅର୍ଥନୀତି ଭାବରେ ଭାରତ ଉଭା ହୋଇଥିବା ସେ ସୂଚନା ଦେଇଥିଲେ । ସମସ୍ତ ପ୍ରକାର ବୈଶ୍ୱିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଗତ ଦଶନ୍ଧି ଭିତରେ ଏହାର ଅର୍ଥନୀତିକୁ ଦ୍ୱିଗୁଣିତ କରିପାରିଛି । ଯେଉଁମାନେ କଚ୍ଛପ ଗତିକୁ ଅଧିକ ପ୍ରାଧାନ୍ୟ ଦେଇ ଆସୁଥିଲେ ସେମାନେ ଏବେ ଭାରତକୁ ଏକ ବିକାଶଶୀଳ ଓ ଭୟମୁକ୍ତ ଦେଶ ଭାବରେ ଦେଖିବାକୁ ପାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଖୁବଶୀଘ୍ର ଆମ ଦେଶ ସାରା ବିଶ୍ୱର ତୃତୀୟ ଅର୍ଥନୀତି ଭାବେ ଉଭା ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ । ତେବେ ଏହି ଅଗ୍ରଗତି କେବଳ ଏହି ଦେଶର ଯୁବକମାନଙ୍କ ସ୍ୱପ୍ନ ଓ ଆକାଂକ୍ଷା ଯୋଗୁଁ ସମ୍ଭବ ହୋଇ ପାରିଥିବା ସେ କହିଥିଲେ ।

 

ଚଳିତ ବର୍ଷ ପ୍ରାରମ୍ଭରୁ ଆଜି ଯାଏ ମାତ୍ର ଶହେ ଦିନ ଭିତରେ ଭାରତ ବହୁ ଆଗେଇ ପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଶହେ ଦିନ ଆଗାମୀ ଭବିଷ୍ୟତ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଥିବା ସେ ସୂଚନା ଦେଇଥିଲେ । ତେବେ ଏହି ଶହେ ଦିନ ଭିତରେ ଖାଲି ଯୋଜନା କରାଯାଇ ନାହିଁ ବରଂ ଭବିଷ୍ୟତ ପାଇଁ ପଥ ପ୍ରସ୍ତୁତ କରାଯାଇଛି । ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ପାଇଁ ଟ୍ୟାକ୍ସ ଛାଡ କରାଯାଇଛି । ଏହା ଯୁବ ଉଦ୍ୟୋଗୀ ଓ ପ୍ରଫେସନାଲମାନଙ୍କୁ ବେଶ ସୁହାଇବ । ଦଶ ହଜାର ନୂଆ ମେଡିକାଲ ସିଟ ସହ ୬,୫୦୦ ନୂଆ ଆଇଆଇଟି ସିଟ ବୃଦ୍ଧି କରାଯାଇଥିବା ସେ ଦୋହରାଇ ଥିଲେ । ଏହାଛଡା ନୂଆକରି ପଚାଶ ହଜାର ଅଟଳ ଟିଙ୍କରିଙ୍ଗ ଲାବ୍ସ ନିର୍ମାଣ କରାଯାଇଛି । ସେହିପରି ଏଆଇ ସେଂଟର ଅଫ ଏକ୍ସେଲେନ୍ସ ସୃଷ୍ଟି କରାଯାଇ ପାରିଛି । ଦଶ ହଜାର ନୂଆ ପିଏମ ରିସର୍ଚ୍ଚ ଫେଲୋସିପ ବି ଦିଆଯାଉଥିବା ସେ ଉଲ୍ଲେଖ କରିଥିଲେ । ମହାକାଶ ସେକ୍ଟର ଛଡା ଆଣବିକ ଶକ୍ତି କ୍ଷେତ୍ରରେ ନୂଆ ନୂଆ ଦିଗ ଉନ୍ମୋଚିତ ହେବାର ରହିଛି । ଗିଗ ଅର୍ଥନୀତିରେ ବିଶ୍ୱାସ ରଖୁଥିବା ଯୁବଶକ୍ତିଙ୍କ ପାଇଁ ଏବେ ସାମାଜିକ ନିରାପତା ସୃଷ୍ଟି କରାଯାଇ ପାରିଛି । ଆଗରୁ ପରଦା ଆଢୁଆଳରେ ରହୁଥିବା ଏହି ଯୁବବର୍ଗ ଏବେ ପ୍ରମୁଖ ଯୋଜନା ପ୍ରଣୟନକାରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି । ଏସସି/ଏସଟି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବାର ବ୍ୟବସ୍ଥା ବି କରାଯାଇଛି । ତେବେ ଦେଶର ପ୍ରଗତି ସହ ଯୁବକମାନଙ୍କ ଅଗ୍ରଗତି ବାନ୍ଧି ହୋଇ ରହିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଏହି ଶହେ ଦିନ ଖାଲିରେ ବିତି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାରି ଭିତରେ ମହାକାଶରେ ଉପଗ୍ରହ ସଂସ୍ଥାପନ ଓ ବିସ୍ଥାପନ କ୍ଷେତ୍ରରେ ବିଶ୍ୱର ଚତୁର୍ଥ ଦେଶ ଭାବରେ ଭାରତ ନିଜର ପରିଚୟ ସୃଷ୍ଟି କରିପାରିଛି । ଶହେ ଜିଗାବାଟ ସୌରଶକ୍ତିକୁ ଅତିକ୍ରମ କରି ସେମି କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷଣ ହୋଇପାରିଥିବା ସେ କହିଥିଲେ । ଏହାରି ଭିତରେ ଏକ ହଜାର ମିଲିୟନ ଟନ କୋଇଲା ଉତ୍ପାଦନ କରି ରେକର୍ଡ କରିପାରିବା ସହ ନେସନାଲ କ୍ରିଟିକାଲ ମିନେରାଲ ମିଶନ ଆରମ୍ଭ ଭାରତ କରିପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁବଶୀଘ୍ର ଅଷ୍ଟମ ପେ କମିଶନ ଲାଗୁ ହେବାକୁ ଯାଉଥିବା ସେ କହିଥିଲେ । ଏହାବାଦ କୃଷକମାନଙ୍କ ପାଇଁ ସାର ସବସିଡି ସହାୟତା ବୃଦ୍ଧି କରିବାକୁ ଚିନ୍ତା କରାଯାଉଥିବା ସେ ଉଲ୍ଲେଖ କରିଥିଲେ । ଛତିଶଗଡର ତିନି ଲକ୍ଷ ପରିବାରରେ ସମୂହ ହାଉସବାର୍ମିଂ କଥା କହି ଏଯାଏ ସେଠାରେ ସ୍ୱାମିତ୍ୱ ଯୋଜନାରେ ୬୫ ଲକ୍ଷ ପ୍ରପର୍ଟି କାର୍ଡ ବଂଟନ କରାଯାଇଥିବା ସେ ସୂଚନା ଦେଇଥିଲେ । ଏହି ଶହେ ଦିନ ଭିତରେ ଦେଶର ସବୁଠାରୁ ଉଚ୍ଚା ଟନେଲ ସୋନମାର୍ଗ ଟନେଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରାଯାଇଛି । ଭାରତୀୟ ନୌସେନାର ବଳ ବୃଦ୍ଧି କରିବା ଦିଗରେ ଏହି ଶହେ ଦିନ ଭିତରେ ଆଇଏନଏସ ସୁରତ, ଆଇଏନଏସ ନୀଳଗିରି, ଆଇଏନଏସ ଭାଗଶୀର ପରି ଯୁଦ୍ଧପୋତ ସାମିଲ କରାଯାଇଛି । ସ୍ଥଳସେନା ପାଇଁ ମେକ ଇନ ଇଣ୍ଡିଆ ଅଭିଯାନରେ ନିର୍ମିତ ଲାଇଟ କମ୍ବାଟ ହେଲିକପ୍ଟର କ୍ରୟ ପାଇଁ ବି ନିର୍ଦ୍ଦେଶ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସାମାଜିକ ନ୍ୟାୟ ପାଇଁ ବାକଫ ସଂଶୋଧନ ବିଧେୟକ ପାରିତ ହେବା ନିଶ୍ଚିତପକ୍ଷେ ଦେଶ ପାଇଁ ଶୁଭଙ୍କର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଶହେ ଦିନ କେବଳ ଶହେ ଯୋଜନା ଭିତରେ ସୀମିତ ନୁହେଁ ବରଂ ଶହେଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାର ଦିନ ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଛନ୍ତି ।

 

ଏହି ଅବସରରେ ନିଜର ରାମେଶ୍ୱରମ ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ପ୍ରାୟ ୧୨୫ ବର୍ଷ ତଳେ ଏଠାରେ ଅଂଗ୍ରେଜମାନେ ଏକ ପୋଲ ତିଆରି କରିଥିଲେ । ନାନା ଝଡଝଞ୍ଜା ସହ୍ୟ କରି ଏହି ପୋଲଟି କାର୍ଯ୍ୟ କରୁଥିଲା । ପୂବବର୍ତୀ ସରକାର ଏଠାରେ କିଛି ବି କରିନଥିବା ବେଳେ ତାଙ୍କ ସରକାର ନୂଆକରି ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ରେଳ ପମବନ ପୋଲ ଏଠାରେ ଛିଡା କରେଇ ପାରିଥିବା ସେ ସୂଚନା ଦେଇଥିଲେ ।

ବିଳମ୍ବ ହିଁ ବିକାଶର ଅନ୍ତରାୟ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ । ଏହି କ୍ରମରେ ଆସାମର ଭୋଗିବିଲ ପୋଲ କଥା ପ୍ରଧାନମନ୍ତ୍ରୀ ଉଠାଇଥିଲେ । ୧୯୯୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେ ଗୌଡାଙ୍କ ସମୟରେ ଏହି ପୋଲ କାମର ଶିଳାନ୍ୟାସ କରାଯାଇଥିଲା । ପରେ ଏହି କାମ ଆଗେଇ ପାରିନଥିଲା । ପରେ ୨୦୧୪ରେ ତାଙ୍କ ସରକାର ଏହି କାମ ଆରମ୍ଭ କଲେ । ମାତ୍ର ଚାରି ବର୍ଷ ଭିତରେ ୨୦୧୮ରେ ଏହି କାମ ସରିପାରିଲା । ସେହିପରି ୧୯୭୨ରୁ କେରଳର କୋଲାମ ବାଇପାସ ରାସ୍ତା ପ୍ରକଳ୍ପ ଖାଲି ଫାଇଲ ଭିତରେ ସୀମିତ ରହିଥିଲା । ପଚାଶ ବର୍ଷ ଧରି ଏହି କାମକୁ କୌଣସି ସରକାର କରିପାରୁ ନଥିିଲେ । କିନ୍ତୁ ତାଙ୍କ ସରକାର ମାତ୍ର ପାଂଚ ବର୍ଷ ଭିତରେ ଏହି କାମ ସମାପନ କରିପାରିଥିବା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ।

 

ସେହିପରି ୧୯୯୭ରେ ନବି ମୁମ୍ବାଇ ବିମାନବନ୍ଦର କଥା ଉଠିଥିଲା । ୨୦୦୭ରେ ଏହା ଅନୁମୋଦନ ଲାଭ କଲା । ପରେ କଂଗ୍ରେସ ସରକାର ଏହା ଉପରେ କୌଣସି କାର୍ଯ୍ୟ କଲେ ନାହିଁ । ତେବେ ତାଙ୍କ ସରକାର ଏହି କାମକୁ ତ୍ୱରିତ କରିଛନ୍ତି । ଆଉ ଖୁବଶୀଘ୍ର ଏହି ବିମାନ ବନ୍ଦରରୁ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଦଶବର୍ଷ ପୂର୍ତି କଥା ମନେପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଗରୁ ବିନା ଗ୍ୟାରେଂଟରରେ କୌଣସି ବ୍ୟାଙ୍କ ଖାତା ଖୋଲାଯାଇ ପାରୁନଥିଲା । ସାଧାରଣ ପରିବାର ପକ୍ଷରେ ବ୍ୟାଙ୍କରୁ ଋଣ ସହାୟତା ନେବା ବି ଦିବାସ୍ୱପ୍ନ ରହିଥିଲା । କିନ୍ତୁ ଏସସି/ଏସଟି, ଓବିସି, ଭୂମିହୀନ ଶ୍ରମିକ, ମହିଳା ଓ ଅନୁନ୍ନତ ବର୍ଗଙ୍କ ପାଇଁ ମୁଦ୍ରା ଯୋଜନା ଦ୍ୱାର ଫିଟାଇ ଦେଇଛି । ଗତ ଦଶନ୍ଧି ଭିତରେ ମୁଦ୍ରା ଯୋଜନା ଅଧୀନରେ ପ୍ରାୟ ୫୨ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିବା ମୋଦୀ କହିଛନ୍ତି । କୌଣସି ଟ୍ରାଫିକ ପୋଷ୍ଟରେ ଲାଇଟ ପରିବର୍ତନ ହେବା ସମୟ ଭିତରେ ପ୍ରାୟ ଶହେଟି ମୁଦ୍ରା ଋଣ ସହାୟତାକୁ ମଞ୍ଜୁରୀ ମିଳିପାରୁଛି । ଦାନ୍ତ ଘସିବା ସମୟ ଭିତରେ ଦୁଇଶହଟି ଋଣ ପାଇଁ ଅନୁମୋଦନ ଲାଭ କରିପାରୁଛି । ରେଡିଓରେ ସଙ୍ଗୀତ ବାଜିବା ଭିତରେ ଚାରି ଶହ ଋଣକୁ ମଞ୍ଜୁରୀ ମିଳିପାରୁଛି । କୌଣସି ଡେଲିଭରୀ ଆପ ଅର୍ଡର ନେବା ଭିତରେ ଏକ ହଜାର ମୁଦ୍ରା ଋଣ ସହାୟତା ମିଳିପାରୁଛି । ସେହିପରି ଓଟିଟି ପ୍ଲାଟଫର୍ମରେ କୌଣସି ଏପିସୋଡ ସରିବା ପୂର୍ବରୁ ପାଂଚ ହଜାର ମୁଦ୍ରା ବ୍ୟବସାୟ କରାଯାଇପାରୁଛି ।

 

ମୁଦ୍ରା ଯୋଜନାରେ କୌଣସି ଗ୍ୟାରେଂଟି ଦରକାର ହୋଇନଥାଏ । ବରଂ ଏହା ଲୋକଙ୍କ ଭିତରେ ଆତ୍ମ ବିଶ୍ୱାସ ଉତ୍ପନ୍ନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଏହି ଯୋଜନାରେ ପ୍ରାୟ ୧୧ କୋଟି ଲୋକ ଋଣ ସହାୟତା ନେବା ପାଇଁ ସକ୍ଷମ ହୋଇପାରିଛନ୍ତି । ଗତ ଦଶନ୍ଧିରେ ମୁଦ୍ରା ଯୋଜନା ଅଧୀନରେ ୧୧ କୋଟି ଲୋକଙ୍କ ସ୍ୱପ୍ନ ସାକାର କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି । ବିଭିନ୍ନ ଦେଶର ଜିଡିପିକୁ ଅତିକ୍ରମ କରି ଏହି ଯୋଜନା ଅଧୀନରେ ପ୍ରାୟ ୩୩ ଲକ୍ଷ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଉତର-ପୂର୍ବ ଓ ଆଦିବାସୀ ଅଧ୍ୟୁଷିତ ଅନେକ ରାଜ୍ୟର ପ୍ରାୟ ଶହେଟି ଜିଲ୍ଲାକୁ ପୂର୍ବ ସରକାର ପଛୁଆ ଅଂଚଳ ଭାବରେ ଘୋଷଣା କରି ଛାଡି ଦେଇଥିଲେ । ଏସବୁ ଜିଲ୍ଲାରେ ଶାସନ କରିବା ପାଇଁ ଦଣ୍ଡବିଧାନ ଆକାରରେ ପ୍ରଶାସକମାନଙ୍କୁ ବଦଳି କରାଯାଉଥିଲା । କିନ୍ତୁ ତାଙ୍କ ସରକାର ଏସବୁରେ ପରିବର୍ତନ ଆଣି ଏଗୁଡିକୁ ଆସ୍ପିରେସନାଲ ଜିଲ୍ଲାରେ ରୂପାନ୍ତରିତ କରିଛନ୍ତି । ବିଭିନ୍ନ ମିଶନ ଜରିଆରେ ବିଭିନ୍ନ ଫ୍ଲାଗସିପ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ଆସ୍ପିରେସନାଲ ଜିଲ୍ଲାଗୁଡିକରେ ସ୍ଥାନୀୟ ଯୁବକମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଉନ୍ନତି କରାଯାଇଛି । ଏହି ଜିଲ୍ଲାର ଯୁବକମାନେ ଏବେ ନିଜେ ଅଗ୍ରଗତି କରିପାରିବାର ସ୍ୱପ୍ନ ଦେଖିପାରୁଛନ୍ତି । ଏହି ଆସ୍ପିରେସନାଲ ଜିଲ୍ଲାଗୁଡିକୁ ଏବେ ନାମକରା ସଂସ୍ଥା ଓ ଜର୍ଣ୍ଣାଲ ପକ୍ଷରୁ ବିଶେଷ ପରିଚିତି ମିଳିପାରିଛି । ଏହି ସଫଳତା ପାଇଁ ସରକାର ଏବେ ପାଂଚ ଶହଟି ଆସ୍ପିରେସନାଲ ବ୍ଲକରେ କାମ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଦେଶର ସାମଗ୍ରିକ ବିକାଶ ପାଇଁ ଶାନ୍ତି, ସ୍ଥିରତା ଓ ନିରାପତା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରି ଗୁରୁଦେବ ରବିନ୍ଦ୍ରନାଥ ଠାକୁରଙ୍କ ବାଣୀ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ । ଗୁରୁଦେବ ସବୁବେଳେ ମଣିଷର ଭୟମୁକ୍ତ ମନ ଓ ଉଚ୍ଚ ମୁଣ୍ଡ ଉପରେ ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ । ପିଢି ପିଢି ପରେ ଜମ୍ମୁ ଓ କାଶ୍ମୀରରେ ଭୟ, ଆତଙ୍କ ଓ ହିଂସାରଲ ବାତାବରଣ ରହିଥିଲା । କିନ୍ତୁ ତାଙ୍କ ସରକାର ଆସିବା ପରେ ଏସବୁରେ ପରିବର୍ତନ ଆସିପାରିଛି । ଜମ୍ମୁ ଓ କାଶ୍ମୀର ଯୁବକମାନେ ସବୁବେଳେ ବୋମାମାଡ, ଗୁଳି ଚାଳନା ଓ ପଥର ଫୋପାଡିବା ପରି କୁକର୍ମରେ ଲିପ୍ତ ରହୁଥିଲେ । ହେଲେ ତାଙ୍କ ସରକାର ଆସିବା ପରେ ଏବେ ଏଥିରେ ବ୍ୟାପକ ପରିବର୍ତନ ଆସିପାରିଛି । ତେଣୁ ଏବେ ଜମ୍ମୁ ଓ କାଶ୍ମୀରର ଯୁବକମାନେ ବିକାଶମୂଳକ କାମରେ ନିଜକୁ ନିଯୁକ୍ତି କରିପାରିଥିବା ସେ କହିଛନ୍ତି ।

ନକ୍ସଲବାଦକୁ ତାଙ୍କ ସରକାର ଦମନ କରି ଉତର-ପୂର୍ବ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରିପାରିଛି । ଆଗରୁ ପ୍ରାୟ ୧୨୫ଟି ଜିଲ୍ଲା ହିଂସା ଦ୍ୱାରା ଆଚ୍ଛାଦିତ ରହିଥିଲା । ଯେଉଁଠାରେ ସରକାରଙ୍କର ସୀମା ସରୁଥିଲା ସେହିସ୍ଥାନରୁ ନକ୍ସଲବାଦ ଆରମ୍ଭ ହେଉଥିଲା । ବହୁ ସଂଖ୍ୟକ ଯୁବକ ଏହି ନକ୍ସଲବାଦର ଶୀକାର ହେଉଥିଲେ । ତେବେ ଏହି ଦିଗଭ୍ରଷ୍ଟ ଯୁବକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ତାଙ୍କ ସରକାର ଏବେ ସାମିଲ କରିପାରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଗତ ଦଶନ୍ଧି ଭିତରେ ପ୍ରାୟ ଆଠ ହଜାର ନକ୍ସଲ ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରିପାରିଛନ୍ତି । ନକ୍ସଲ ଅଧ୍ୟୁଷିତ ଜିଲ୍ଲାର ସଂଖ୍ୟା ଏବେ ଖସି ଖସି ୨୦ ତଳକୁ ଆସିପାରିଛି । ଉତର-ପୂର୍ବ ରାଜ୍ୟ ଦଶନ୍ଧି ଧରି ବିଚ୍ଛିନ୍ନତାବାଦ ଓ ହିଂସା ଦ୍ୱାରା କବଳିତ ରହିଥିଲା । ଗତ ଦଶବର୍ଷ ଭିତରେ ତାଙ୍କ ସରକାର ଦଶଟି ଶାନ୍ତି ରାଜିନାମା ସ୍ୱାକ୍ଷରିତ କରିଥିବା ବେଳେ ଦଶ ହଜାରରୁ ଊର୍ଦ୍ଧ୍ୱ ଯୁବକ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ନିଜକୁ ବିକାଶର ଧାରାରେ ସାମିଲ କରିପାରିଛନ୍ତି ।

ବିଂଶ ଶତାବ୍ଦୀର ରାଜନୈତିକ ଭୁଲ ପାଇଁ ଏକବିଂଶ ଶତାବ୍ଦୀର ଯୁବକମାନେ ଯେପରି ଭାରାକ୍ରାନ୍ତ ନହୁଅନ୍ତି ସେଥିଲାଗି ତାଙ୍କ ସରକାର ସବୁ ବେଳେ ଚେଷ୍ଟା କରିଆସିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଭାରତର ବିକାଶ ପାଇଁ ସନ୍ତୁଷ୍ଟିକରଣ ରାଜନୀତି ଏକ ଚ୍ୟାଲେଞ୍ଜ ରହିଥିଲା । ତେବେ ବାକଫ ସଂଶୋଧନ ବିଧେୟକକୁ ନେଇ ଏବେ ଚାଲିଥିବା ରାଜନୀତି ସନ୍ତୁଷ୍ଟିକରଣ ରାଜନୀତି ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଛନ୍ତି । ଭାରତର ସ୍ୱାଧୀନତା ସଂଗ୍ରାମ କାଳରେ ଏପ୍ରକାର ତୁଷ୍ଟିକରଣ ରାଜନୀତିର ବୀଜ ବପନ ହୋଇଥିଲା । ଭାରତର ସ୍ୱାଧୀନତା ପାଇଁ ବିଭାଜନ କାହିଁକି ଏକ ସର୍ତ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ସାଧାରଣ ମୁସଲିମ ପରିବାର ନୁହେଁ ବରଂ କିଛି ମୁଷ୍ଟିମେୟ କଂଗ୍ରେସୀ କ୍ଷମତା ଲିପ୍ସୁ ନେତା କ୍ଷମତା ଉପଭୋଗ କରିବା ପାଇଁ ଏପରି ଚାହୁଁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତେବେ ଏପ୍ରକାର ତୁଷ୍ଟିକରଣ ରାଜନୀତି କିଛି କଂଗ୍ରେସୀ ଚରମପନ୍ଥୀମାନଙ୍କୁ ଅର୍ଥ ଓ କ୍ଷମତାସୀନ କରାଇଥିଲା । ସାଧାରଣ ମୁସଲିମଟିଏ ଏଥିରୁ କଣ ପାଇଲା ବୋଲି ପ୍ରଧାନମନ୍ତ୍ରୀ ପୁଣି ପ୍ରଶ୍ନ କରିଛନ୍ତି । ପିଢି ପିଢି ପରେ ଗରିବ ମୁସଲିମଟିଏ ଉପେକ୍ଷିତ ଜୀବନ ଜୀଇଁଲା । ଫଳରେ ନିରକ୍ଷରତା ଓ ବେକାରୀ ସମସ୍ୟା ମୁଣ୍ଡ ଟେକିବା ଆରମ୍ଭ କଲା । ମୁସଲିମ ମହିଳାମାନେ ଅନ୍ୟାୟ ସହ୍ୟ କଲେ । ତୁଷ୍ଟିକରଣ ରାଜନୀତି ଫଳରେ ଶାହା ବାନୋଙ୍କ ପରି ମୁସଲିମ ମହିଳା ନିଜ ସାମ୍ବିଧାନିକ ଅଧିକାର ହରାଇଲେ । ମହିଳାମାନଙ୍କର ପ୍ରଶ୍ନ କରିବାର କିଛି ବି ଅଧିକାର ରହିଲା ନାହିଁ । ଚରମପନ୍ଥୀମାନେ ନିରଙ୍କୁଶ ଶାସନ ଉପଭୋଗ କରି ଶାସନ କରିବା ଆରମ୍ଭ କଲେ ।

 

ଭାରତର ସାମାଜିକ ନ୍ୟାୟକୁ ପ୍ରତିହତ କରି କେବଳ ଭୋଟ ବ୍ୟାଙ୍କ ପାଇଁ କିଛି ନେତା ଏବେ ଏପରି ତୁଷ୍ଟିକରଣ ରାଜନୀତିକୁ ହାତବାରିସୀ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଚରମପନ୍ଥୀ ଓ ଜମି ମାଫିଆମାନଙ୍କୁ ସୁହାଇବା ପାଇଁ ୨୦୧୩ରେ ବାକଫ ସଂଶୋଧନ ଏକ ପଦକ୍ଷେପ ଥିଲା । ସମାଜରେ ଭ୍ରାନ୍ତି ସୃଷ୍ଟି କରି ନିଜକୁ ସମ୍ବିଧାନ ଉପରେ ଲୋକେ ଭାବିବାକୁ ଆରମ୍ଭ କଲେ । କେରଳ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ବାକଫ ଦାବି, ହରିୟାଣାରେ ଗୁରୁଦ୍ୱାର ଜମି ବିବାଦ, କର୍ଣ୍ଣାଟକରେ କୃଷକ ଜମି ବିବାଦ ପରି ଅନେକ ଉଦାହରଣ ପ୍ରଧାନମନ୍ତ୍ରୀ ଦେଇଥିଲେ । ହଜାର ହଜାର ହେକ୍ଟର ଜମି ଏବେ ବିଭିନ୍ନ ଆଇନ ଜାଲରେ ଛନ୍ଦି ହୋଇରହିଛି । ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର, କୃଷକର ଜମି ସବୁଥିରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଲୋକେ ବିଶ୍ୱାସ ହରାଇଛନ୍ତି । ଗୋଟିଏ ସିଧା ନୋଟିସ ଏବେ ଲୋକଙ୍କୁ ନିଜ କାଗଜପତ୍ର ଯୋଗାଡ କରିବାକୁ ବାଧ୍ୟ କରୁଛି । ଏପରି ଆଇନ ଭୟ ନୁହେଁ ବରଂ ନ୍ୟାୟ ଦେବା ପାଇଁ ଅଭିପ୍ରେତ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ମୁସଲିମ ସମ୍ପ୍ରଦାୟ ସମେତ ଅନ୍ୟ ସମ୍ପ୍ରଦାୟର ବିଶ୍ୱାସ ଯୋଗ୍ୟ ହୋଇପାରିଛି ଏହି ସଂଶୋଧିତ ବାକଫ ବିଧେୟକ । ଫଳରେ ଅନୁନ୍ନତ ମୁସଲିମ, ମହିଳା ଓ ଶିଶୁମାନଙ୍କ ଅଧିକାର ସୁରକ୍ଷିତ ରହିପାରୁଛି । ସଦନର ଉଭୟ ଗୃହରେ ଦୀର୍ଘ ୧୬ ଘଂଟା ଧରି ବାକଫ ବିଧେୟକ ଉପରେ ବିତର୍କ ଚାଲିବା ଦ୍ୱିତୀୟ ଘଟଣା । ଜେପିସି ଦୀର୍ଘ ୧୨୮ ଘଂଟା ପରିଶ୍ରମ କରି ୩୮ଟି ମିଟିଂ କରି ରେକର୍ଡ କରିପାରିଛି । ସାରା ଦେଶରୁ ପ୍ରାୟ ଏକ କୋଟି ଅନଲାଇନ ପ୍ରସ୍ତାବ ଆସିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏଥିରୁ ପ୍ରମାଣିତ ହେଉଛି ଯେ, ଗଣତନ୍ତ୍ର କେବଳ ସଦନର ପବିତ୍ର ଗୃହ ଭିତରେ ସୀମିତ ନାହିଁ ବରଂ ସାଧାରଣ ଜନତାର ସହଭାଗିତାରେ ଆହୁରି ସଶକ୍ତ ହୋଇପାରିଛି ।

ମଣିଷ ଓ ମେସିନ ଭିତରେ ଫରକ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସୂଚନା ଓ ପ୍ରଯୁକ୍ତି ଯୁଗରେ କଳା, ସଂସ୍କୃତି, ସଙ୍ଗୀତ, ସର୍ଜନ କର୍ମର ବହୁତ ଆବଶ୍ୟକତା ରହିଛି । ଏଂଟରଟେନମେଂଟ ଏବେ ବିଶ୍ୱର ସବୁଠାରୁ ବଡ ବୈଶ୍ୱିକ ମଂଚ ଭାବରେ ପ୍ରତିପାଦିତ ହୋଇପାରିଛି । ବାର୍ଲଡ ଅଡିଓ ଭିଜୁଆଲ ଆଣ୍ଡ ଏଂଟରଟେନମେଂଟ ସମିଟ ବା ବେଭସ ଏବେ ବୈଶ୍ୱିକ ମଂଚ ଭାବରେ ପ୍ରତିପାଦିତ ହୋଇଛି । ମେ ୨୦୨୫ ମୁମ୍ବାଇରେ ବେଭସର ଏକ ବଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଚଳଚ୍ଚିତ୍ର, ପଡକାଷ୍ଟ, ଗେମିଂ, ମ୍ୟୁଜିକ, ଏଆର, ଭିଆର ହେଉଛି ଭାରତର ସର୍ଜନ ଶିଳ୍ପ । କ୍ରିଏଟ ଇନ ଇଣ୍ଡିଆ ଇନିସିଏଟିଭ ଏହି ସର୍ଜନ ଶିଳ୍ପକୁ ଆଗକୁ ଉନ୍ନୀତ କରିପାରିବ ବୋଲି ସେ କହିଥିଲେ । ବେଭସ ପରି କାର୍ଯ୍ୟକ୍ରମ ଭାରତୀୟ କଳାକାରମାନଙ୍କୁ ଉତ୍ସାହିତ କରି ଏକ ବୈଶ୍ୱିକ ମଂଚ ଦେବ ବୋଲି ସେ କହିଥିଲେ । ବେଭସ ପ୍ଲାଟଫର୍ମକୁ ସହଯୋଗ କରିବା ପାଇଁ ନେଟବାର୍କ ୧୮ ପରି ସଂସ୍ଥା ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

 

ତେବେ ଏପରି ସମିଟ ଆୟୋଜନ କରି ଯୁବକମାନଙ୍କୁ ଉତ୍ସାହିତ କରିଥିବାରୁ ନେଟବାର୍କ ୧୮କୁ ସେ ଧନ୍ୟବାଦ ଜଣାଇଥିଲେ । ଜାତୀୟ ସମସ୍ୟା ଉପରେ ବିତର୍କ, ମନ୍ଥନ, ବିଚାର ବିମର୍ଶ କରି ସମାଧାନ ରାସ୍ତା ବାହାର କରିବା ଦିଗରେ ଏହି ନେଟବାର୍କ ୧୮ କାମ କରିଥିବାରୁ ପ୍‌୍ରଧାନମନ୍ତ୍ରୀ ଏହି ଅବସରରେ କୃତଜ୍ଞତା ଜ୍ଞାପନ କରିଥିଲେ । ବିଭିନ୍ନ ବିଶ୍ୱବିଦ୍ୟାଳୟ, କଲେଜ ଓ ଗବେଷଣା ସଂସ୍ଥାର ପିଲାମାନେ ଏହି ପ୍ଲାଟଫର୍ମରୁ ପ୍ରସଙ୍ଗକୁ ଆଗକୁ ନେବାକୁ ଚେଷ୍ଟା କରିବାକୁ ସେ କହିଥିଲେ । ଏପରି ସମିଟ ଆୟୋଜନ କରିଥିବାରୁ ସେ ଆୟୋଜକ ଓ ଉଦ୍ୟୋକ୍ତାମାନଙ୍କୁ ଏହି ଅବସରରେ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାଧାନ ଡକ୍ୟୁମେଂଟକୁ ଅନାବରଣ କରିଥିଲେ । ଏହି ଡକ୍ୟୁମେଂଟରେ ସାରା ଦେଶର କିଛି ପ୍ରତିଭାଦୀପ୍ତ ଯୁବକଙ୍କ ପ୍ରବନ୍ଧ ରହିଛି । ବାୟୁ ପ୍ରଦୂଷଣ, ବର୍ଜ୍ୟବସ୍ତୁ ପରିଚାଳନା, ନଦୀ ସଫେଇ, ସର୍ବଶିକ୍ଷା ଅଭିଯାନ ପରି ବିଭିନ୍ନ ପ୍ରସଙ୍ଗ ଉପରେ ବହୁ ଉପାଦେୟ ତଥ୍ୟ ରହିଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi reviews projects with investment of Rs 30,000 crore under PRAGATI meeting

Media Coverage

PM Modi reviews projects with investment of Rs 30,000 crore under PRAGATI meeting
NM on the go

Nm on the go

Always be the first to hear from the PM. Get the App Now!
...
PM to Address Youth at Khelo India Dialogue on 27th August
August 26, 2026
Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform
Yuva Samvaad under Khelo India Dialogue to Focus on Five Key Themes: Sports, Olympic Aspirations, Youth Leadership, Viksit Bharat and Nasha Mukt Yuva

Prime Minister Shri Narendra Modi will address Khelo India Dialogue on 27th August at 11 AM via video conferencing. The programme aims to help the youth engage with India's sporting journey, share their aspirations, and contribute ideas for a stronger youth-led Viksit Bharat.

Organised by Mera Yuva Bharat (MY Bharat), as part of the National Sports Day 2026 celebrations, the programme will be conducted across the country with participation of youth at two colleges in every district across States and Union Territories. The programme is being held in line with the Prime Minister's vision of building a fit, disciplined and sporting nation while placing the aspirations of youth at the centre of the national development agenda.

The nationwide Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform. It will provide a direct channel for young people to engage with the country's sporting ambitions, while ensuring that their ideas and perspectives become part of the continuing conversation on India's youth and sports ecosystem.

The national programme will be followed by local interactions involving young participants, MY Bharat volunteers, local sportspersons and public representatives. A major feature of the initiative will be direct interaction between youth having interest in sports and leading Indian athletes and medal winners. A central feature of the programme will be Yuva Samvaad where Young participants will be invited to articulate their own ideas, perspectives and aspirations. The dialogue will be structured around five themes:

  • improving India's sports ecosystem through better facilities, coaching, sports science and inclusive participation;
  • nurturing talent for the 2036 Olympics via scientific talent identification, transparent selection and long-term athlete development;
  • creating youth leaders through governance platforms and MY Bharat-led volunteering;
  • empowering youth for Viksit Bharat by building civic mindedness, future-ready skills and structured volunteering;
  • promoting a Nasha Mukt Yuva movement that leverages sport and peer networks to fight substance abuse, reinforced by weekly Jan Bhagidari activities under PM's 100-week nationwide campaign launched on 2 August 2026.