ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ମହାମହିମ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସଙ୍କ ସହ ସିଡନୀର କୁଡୋସ ବ୍ୟାଙ୍କ ଅଞ୍ଚଳରେ ୨୩ ମେ’୨୦୨୩ ଦିନ ଏକ ବିଶାଳ ଭାରତୀୟ ଗୋଷ୍ଠୀର ସଦସ୍ୟଙ୍କୁ ଉଦବୋଧନ ଦେବା ସହ ମତ ବିନିମୟ କରିଛନ୍ତି ।

 

ବିଦ୍ୟାର୍ଥୀ, ଗବେଷକ, ବିଭିନ୍ନ ପେଶାଦାର ଗୋଷ୍ଠୀ ଓ ବ୍ୟବସାୟୀଙ୍କୁ ନେଇ ଗଠିତ ପ୍ରବାସୀ ଭାରତୀୟଙ୍କ ଏହି ମତ ବିନିମୟରେ ସମସ୍ତେ ବିପୁଳ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଅଷ୍ଟ୍ରେଲୀୟ ମନ୍ତ୍ରୀ, ସାଂସଦ ସଦସ୍ୟ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ମଧ୍ୟ ଉପସ୍ଥିତ ଥିଲେ ।

 

ଅନେକ ଭାରତୀୟ ବସବାସ କରୁଥିବା ପଶ୍ଚିମ ସିଡନୀର ପାରାମାଟାର ହ୍ୟାରିସ ପାର୍କରେ ନିର୍ମିତ ‘ଲିଟିଲ ଇଣ୍ଡିଆ ପ୍ରବେଶ ଦ୍ୱାର’ର ନିର୍ମାଣ ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ।

 

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ‘ପାରସ୍ପରିକ ଆସ୍ଥା ଓ ସମ୍ମାନ’ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ନିବିଡ଼ ସମ୍ପର୍କର ମୂଳପିଣ୍ଡ ବୋଲି କହିଥିଲେ । ଅଷ୍ଟ୍ରେଲିଆରେ ଭାରତୀୟମାନଙ୍କ ସଫଳତା ଓ ଅବଦାନକୁ ସେ ପ୍ରଶଂସା କରିବା ସହ ସେମାନେ ଭାରତର ସାଂସ୍କୃତିକ ରାଷ୍ଟ୍ରଦୂତ ବୋଲି କହିଥିଲେ ।

 

ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ସଫଳତା ଉପରେ ରେଖାପାତ କରିବା ସହ ଭାରତର ସଫଳତାର କାହାଣୀ ନେଇ ସାରା ପୃଥିବୀ ଜାଣିବାକୁ ଇଚ୍ଛୁକ ବୋଲି ସେ କହିଥିଲେ । ସେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କର ଗଭୀରତା ଉପରେ ଆଲୋକପାତ କରିବା ସହ ବ୍ରିସବେନରେ ଭାରତ ଭାରତୀୟ ବାଣିଜ୍ୟ ଦୂତାବାସ ଖୋଲିବ ବୋଲି କହିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi