ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ସୋମନାଥ ଟ୍ରଷ୍ଟ ବୈଠକରେ ଯୋଗ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟିମାନେ ଟ୍ରଷ୍ଟର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ଶ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଭବିଷ୍ୟତ ମାର୍ଗଦର୍ଶନ ପାଇଁ ଟ୍ରଷ୍ଟିମାନେ ସର୍ବସମ୍ମତି କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ରଷ୍ଟର ପରବର୍ତ୍ତୀ ଅଧ୍ୟକ୍ଷ ଭାବରେ ବାଛିଥିଲେ । ପ୍ରଧାନମନ୍ତ୍ରୀ ଏହି ଦାୟିତ୍ଵ ଗ୍ରହଣ କରିବା ସହିତ ଟ୍ରଷ୍ଟ ସଦସ୍ୟଙ୍କ ଉଦ୍ୟମକୁ ପ୍ରଶଂସା ମଧ୍ୟ କରିଥିଲେ । ସେ ଆଶା ପ୍ରକଟ କରିଥିଲେ ଯେ ମିଳିତ ଭାବେ କାର୍ଯ୍ୟ କରିବା ଦ୍ଵାରା ଟ୍ରଷ୍ଟ ତାହାର ଭିତ୍ତିଭୂମି, ରହିବା ବ୍ୟବସ୍ଥା ଓ ମନୋରଞ୍ଜନ ସୁବିଧାକୁ ଆହୁରି ଉନ୍ନତ କରିବାରେ ସକ୍ଷମ ହେବ ତଥା ଆମର ଏହି ମହାନ ଐତିହ୍ୟ ତୀର୍ଥଯାତ୍ରୀଙ୍କ ସହିତ ଦୃଢ ସଂଯୋଗ ସ୍ଥାପନ କରିବାରେ ସହାୟକ ହେବ । ବୈଠକରେ ମନ୍ଦିରର ସୁବିଧା ସୁଯୋଗ, ଚାଲୁ ରହିଥିବା କାର୍ଯ୍ୟ ଏବଂ ପ୍ରକଳ୍ପର ସମୀକ୍ଷା ମଧ୍ୟ କରାଯାଇଥିଲା ।

ଟ୍ରଷ୍ଟର କିଛି ପୂର୍ବତନ ପ୍ରତିଷ୍ଠିତ ଅଧ୍ୟକ୍ଷ ମାନଙ୍କ ମଧ୍ୟରେ ମାନ୍ୟବର ଜାମସାହେବ ଦିଗବିଜୟ ସିଂ, ଶ୍ରୀ କହ୍ନେୟାଲାଲ ମୁନ୍ସି, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀ ଦେଶାଇ, ଶ୍ରୀ ଜୟ କୃଷ୍ଣ ହରି ବଲ୍ଲଭ, ଶ୍ରୀ ଦୀନେଶଭାଇ ଶାହ, ଶ୍ରୀ ପ୍ରସନ୍ନବଦନ ମେହେଟ୍ଟା ଏବଂ ଶ୍ରୀ କେଶୁଭାଇ ପଟେଲ ଅନ୍ତର୍ଭୁକ୍ତ ଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s healthcare sector seeing a fundamental digital transformation: Report

Media Coverage

India’s healthcare sector seeing a fundamental digital transformation: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 11, 2026
February 11, 2026

Empowering India: PM Modi's Policies Fueling Innovation, Jobs, and Sustainability