"ସପ୍ତଦଶ ଲୋକସଭାରେ ଅନେକ ପରିବର୍ତ୍ତନଶୀଳ ସଂସଦୀୟ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା"
ସଂସଦ କେବଳ ଏକ କକ୍ଷ ନୁହେଁ ବରଂ ୧୪୦ କୋଟି ନାଗରିକଙ୍କ ଆକାଂକ୍ଷାର କେନ୍ଦ୍ର

ଗୃହର ବାଚସ୍ପତି ଭାବେ ଶ୍ରୀ ଓମ୍ ବିର୍ଲା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭାକୁ ସମ୍ବୋଧିତ କରିଛନ୍ତି ।

 

ଶ୍ରୀ ବିର୍ଲା କ୍ରମାଗତ ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ସେ ବାଚସ୍ପତିଙ୍କୁ ଗୃହ ପକ୍ଷରୁ ଶୁଭେଚ୍ଛା ଜଣାଇଥିଲେ। ଅମୃତ କାଳରେ ଶ୍ରୀ ବିର୍ଲା ଦ୍ୱିତୀୟ ଥର ଦାୟିତ୍ୱ ଗ୍ରହଣ କରିବାର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ ତାଙ୍କର ପାଞ୍ଚ ବର୍ଷର ଅଭିଜ୍ଞତା ଏବଂ ତାଙ୍କ ସହ ସଦସ୍ୟମାନଙ୍କ ଅଭିଜ୍ଞତା ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଗୃହକୁ ମାର୍ଗଦର୍ଶନ କରିବାରେ ସମର୍ଥ ହେବ । ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କ ନମ୍ର ଓ ଅମାୟିକ ବ୍ୟକ୍ତିତ୍ୱ ଏବଂ ତାଙ୍କ ବିଜୟସୂଚକ ହସକୁ ଉଲ୍ଲେଖ କରିଥିଲେ ଯାହା ତାଙ୍କୁ ଗୃହ ପରିଚାଳନାରେ ସାହାଯ୍ୟ କରେ ।

 

ପୁନଃ ନିର୍ବାଚିତ ବାଚସ୍ପତି ନୂଆ ସଫଳତା ହାସଲ କରିବା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ। ଶ୍ରୀ ବଳରାମ ଝାକର ହିଁ ପ୍ରଥମ ବାଚସ୍ପତି ଭାବେ କ୍ରମାଗତ ପାଞ୍ଚ ବର୍ଷ ପରେ ପୁନର୍ବାର ଏହି ପଦରେ ରହିଥିଲେ ଏବଂ ଆଜି ଶ୍ରୀ ଓମ୍ ବିର୍ଲା ସପ୍ତଦଶ ଲୋକସଭାର ସଫଳ ସମାପନ ପରେ ଅଷ୍ଟାଦଶ ଲୋକସଭାକୁ ବଡ଼ ସଫଳତାର  ସହ ନେତୃତ୍ବ ନେବାର ଦାୟିତ୍ୱ ପାଇଛନ୍ତି। ପୂର୍ବରୁ ପ୍ରଥମ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ଅନେକ ବ୍ୟକ୍ତି ନିର୍ବାଚନ ଲଢ଼ିନଥିଲେ କିମ୍ବା ନିଯୁକ୍ତି ପରେ ନିର୍ବାଚନ ଜିତି ନଥିଲେ, କିନ୍ତୁ ଶ୍ରୀ ଓମ୍ ବିର୍ଲା ପୁଣି ଥରେ ବିଜୟୀ ହୋଇ ବାଚସ୍ପତି ଭାବେ ପ୍ରତ୍ୟାବର୍ତ୍ତନ କରି ଇତିହାସ ରଚିଛନ୍ତି ବୋଲି ସେ ଦର୍ଶାଇଛନ୍ତି।

 

ଜଣେ ସାଂସଦ ଭାବରେ ବାଚସ୍ପତିଙ୍କ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ ଓମ୍ ବିର୍ଲାଙ୍କ ନିର୍ବାଚନମଣ୍ଡଳୀରେ ସୁସ୍ଥ ମା' ଏବଂ ସୁସ୍ଥ ଶିଶୁର ଉଲ୍ଲେଖନୀୟ ଅଭିଯାନ ବିଷୟରେ ଉଲ୍ଲେଖ କରିଥିଲେ । ସ୍ୱାସ୍ଥ୍ୟ ସେବାକୁ ତାଙ୍କ ନିର୍ବାଚନ ମଣ୍ଡଳୀ କୋଟାର ଗ୍ରାମାଞ୍ଚଳରେ ପହଞ୍ଚାଇବାରେ ଶ୍ରୀ ବିର୍ଲା କରିଥିବା ଭଲ କାମ ବିଷୟରେ ମଧ୍ୟ ସେ ମନ୍ତବ୍ୟ ଦେଇଥିଲେ। ଶ୍ରୀ ବିର୍ଲାଙ୍କ ନିର୍ବାଚନ ମଣ୍ଡଳୀରେ କ୍ରୀଡ଼ାର ପ୍ରଚାର ପ୍ରସାର କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

 

ଗତ ଲୋକସଭାରେ ଶ୍ରୀ ବିର୍ଲାଙ୍କ ନେତୃତ୍ୱକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ସେହି ସମୟକୁ ଆମ ସଂସଦୀୟ ଇତିହାସରେ ଏକ ସୁବର୍ଣ୍ଣ ସମୟ ବୋଲି କହିଥିଲେ । ସପ୍ତଦଶ ଲୋକସଭାରେ ନିଆଯାଇଥିବା ପରିବର୍ତ୍ତନମୂଳକ ନିଷ୍ପତ୍ତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟମ, ଜମ୍ମୁ କଶ୍ମୀର ପୁନର୍ଗଠନ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ସାମାଜିକ ସୁରକ୍ଷା ସଂହିତା, ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍, ମୁସଲିମ୍ ମହିଳା ବିବାହ ଅଧିକାର ସଂରକ୍ଷଣ ବିଧେୟକ, କିନ୍ନରଙ୍କ ଅଧିକାର ସୁରକ୍ଷା ବିଲ୍, ଖାଉଟି ସୁରକ୍ଷା ବିଲ୍, ପ୍ରତ୍ୟକ୍ଷ ଟିକସ - ବିବିଧ ସେ ବିଶ୍ୱାସ ବିଧେୟକ ବିଷୟରେ ଉଲ୍ଲେଖ କରିଥିଲେ। ଶ୍ରୀ ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ସମସ୍ତ ଐତିହାସିକ ଆଇନ ପାରିତ ହୋଇଥିଲା।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଣତନ୍ତ୍ରର ଲମ୍ବା ଯାତ୍ରାରେ ବିଭିନ୍ନ ପଦକ୍ଷେପ ଦେଖିବାକୁ ମିଳିଥାଏ ଯାହା ନୂତନ ରେକର୍ଡ ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରିଥାଏ । ସପ୍ତଦଶ ଲୋକସଭାରେ ଭାରତକୁ ଏକ ଆଧୁନିକ ରାଷ୍ଟ୍ର ରେ ପରିଣତ କରିବା ଦିଗରେ ହୋଇଥିବା କାର୍ଯ୍ୟକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ସପ୍ତଦଶ ଲୋକସଭାର ସଫଳତା ପାଇଁ ଭାରତବାସୀ ଏହାକୁ ସ୍ମରଣ କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ନୂତନ ସଂସଦ ଭବନ ମାନ୍ୟବର ବାଚସ୍ପତିଙ୍କ ମାର୍ଗଦର୍ଶନରେ ଅମୃତ କାଳର ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିବ ବୋଲି ସେ ଗୃହକୁ ଆଶ୍ୱାସନା ଦେଇଥିଲେ। ଶ୍ରୀ ମୋଦୀ ବର୍ତ୍ତମାନର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ନୂତନ ସଂସଦ ଭବନ ଉଦଘାଟନକୁ ସ୍ମରଣ କରିବା ସହ ଗଣତାନ୍ତ୍ରିକ ପଦ୍ଧତିର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଥିଲେ । ଗୃହରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ପାଇଁ ବାଚସ୍ପତିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କାଗଜବିହୀନ କାର୍ଯ୍ୟଧାରା ଏବଂ ଶୃଙ୍ଖଳା ପ୍ରକ୍ରିୟାକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

 

ଜି-୨୦ ରାଷ୍ଟ୍ରଗୁଡ଼ିକର ବିଧାନ ପରିଷଦର ପ୍ରିଜାଇଡିଂ ଅଫିସରଙ୍କ ଏକ ସଫଳ ପି-୨୦ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କୁ ପ୍ରଶଂସା କରିଥିଲେ, ଯେଉଁଥିରେ ରେକର୍ଡ ସଂଖ୍ୟକ ଦେଶ ଯୋଗ ଦେଇଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂସଦ ଭବନ କେବଳ କକ୍ଷ ନୁହେଁ ବରଂ ଏହା ୧୪୦ କୋଟି ନାଗରିକଙ୍କ ଆକାଂକ୍ଷାର କେନ୍ଦ୍ର । ଗୃହର କାର୍ଯ୍ୟଧାରା, ଆଚରଣ ଓ ଉତ୍ତରଦାୟିତ୍ୱ ଆମ ଦେଶରେ ଗଣତନ୍ତ୍ରର ମୂଳଦୁଆକୁ ମଝବୁତ କରିଥାଏ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସପ୍ତଦଶ ଲୋକସଭାର ରେକର୍ଡ ସଫଳତା ୯୭ ପ୍ରତିଶତ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କରୋନା ମହାମାରୀ ସମୟରେ ଗୃହର ସଦସ୍ୟମାନଙ୍କ ପାଇଁ ବାଚସ୍ପତିଙ୍କ ବ୍ୟକ୍ତିଗତ ଉଦ୍ୟମ ଏବଂ ଚିନ୍ତା ବିଷୟରେ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସଫଳତା ୧୭୦ ପ୍ରତିଶତରେ ପହଞ୍ଚିଥିବା ବେଳେ ମହାମାରୀ ଗୃହକାର୍ଯ୍ୟକୁ ଅଟକାଇବାକୁ ଦେଇନଥିବାରୁ ସେ ଶ୍ରୀ ବିର୍ଲାଙ୍କୁ ପ୍ରଶଂସା କରିଥିଲେ ।

 

ଗୃହର ଶୃଙ୍ଖଳା ବଜାୟ ରଖିବାରେ ବାଚସ୍ପତି ଯେଉଁ ସନ୍ତୁଳନ ଦେଖାଇଛନ୍ତି ତାହାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି, ଯେଉଁଥିରେ ଅନେକ କଠୋର ନିଷ୍ପତ୍ତି ମଧ୍ୟ ନିଆଯାଇଛି। ପରମ୍ପରା ସହ ଗୃହର ମୂଲ୍ୟବୋଧକୁ ବଜାୟ ରଖିବାକୁ ପସନ୍ଦ କରିଥିବାରୁ ସେ ବାଚସ୍ପତିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

 

ଲୋକଙ୍କ ସେବା କରି ଏବଂ ସେମାନଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ସାକାର କରି ୧୮ତମ ଲୋକସଭା ସଫଳ ହେବା ନେଇ ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ନିଜର ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ଓମ୍ ବିର୍ଲାଙ୍କ ଉପରେ ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏବଂ ଦେଶକୁ ସଫଳତାର ନୂତନ ଶିଖରରେ ପହଞ୍ଚାଇବା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM-SVANidhi Scheme boosts street vendors' incomes, business profits rise 20%

Media Coverage

PM-SVANidhi Scheme boosts street vendors' incomes, business profits rise 20%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the importance of fostering beneficial thoughts, words, and actions
July 24, 2026

Prime Minister Shri Narendra Modi shared a Sanskrit Subhashitam today, highlighting how continuous practice in thought, word, and action shapes one's character and direction in life.

The Prime Minister wrote on X;

"कर्मणा मनसा वाचा यदभीक्ष्णं निषेवते।

तदेवापहरत्येनं तस्मात् कल्याणमाचरेत्॥"

Whatever a person continuously practices through their actions, thoughts, and words ultimately shapes their personality and draws them in that very direction; therefore, one should always give space only to beneficial subjects in one's thoughts and conversations.