Releases book 'Lachit Borphukan - Assam's Hero who Halted the Mughals'
“Lachit Borphukan's life inspires us to live the mantra of 'Nation First'”
“Lachit Borphukan's life teaches us that instead of nepotism and dynasty, the country should be supreme”
“Saints and seers have guided our nation since time immemorial”
“Bravehearts like Lachit Borphukan showed that forces of fanaticism and terror perish but the immortal light of Indian life remains eternal”
“The history of India is about emerging victorious, it is about the valour of countless greats”
“Unfortunately, we were taught, even after independence, the same history which was written as a conspiracy during the period of slavery”
“When a nation knows its real past, only then it can learn from its experiences and treads the correct direction for its future. It is our responsibility that our sense of history is not confined to a few decades and centuries”
“We have to make India developed and make Northeast, the hub of India’s growth”

ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀର ଏକ ବର୍ଷବ୍ୟାପୀ ଉଦଯାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (୨୫-୧୧-୨ଠ୨୨) ନୂଆଦିଲ୍ଲୀ ଠାରେ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ‘ମୋଗଲଙ୍କୁ ପ୍ରତିରୋଧ କରିଥିବା ଆସାମର ବୀର ଲଛିତ ବରଫୁକନଙ୍କ’ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରିଛନ୍ତି ।

ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଦେଶର ବୀରମାନଙ୍କୁ ଯଥାର୍ଥ ସମ୍ମାନ ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ପରିପ୍ରେକ୍ଷୀରେ ଆଜି ଅହମ ସାମ୍ରାଜ୍ୟର ପ୍ରସିଦ୍ଧ ସେନାପତି ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀ ଆଜି ପାଳନ କରାଯାଇଛି । ସେ ମୋଗଲମାନଙ୍କୁ ସଫଳତାର ସହ ମୁକାବିଲା କରି ଔରଙ୍ଗଜେବଙ୍କ ନେତୃତ୍ବାଧୀନ ମୋଗଲମାନଙ୍କୁ ସେମାନଙ୍କ ସମ୍ପ୍ରସାରଣ ଅଭିପ୍ରାୟକୁ ରୋକି ପାରିଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବୀର ଲଛିତଙ୍କ ଭଳି ସାହସୀ ପୁଅଙ୍କୁ ଜନ୍ମ ଦେଇଥିବା ଆସାମ ମାଟିକୁ ପ୍ରଥମେ ପ୍ରଣିପାତ କରିଥିଲେ । “ଆମେ ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀରେ ତାଙ୍କ ପ୍ରତି ନତମସ୍ତକ ହେବା ସମୟରେ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ ।” ବୀର ଲଛିତଙ୍କୁ ଆସାମର ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ମୁଁ ଏହି ମହାନ ପରମ୍ପରାକୁ ଭାରତର ଚିରନ୍ତନ ସଂସ୍କୃତି, ପରାକ୍ରମ ଓ ଅସ୍ତିତ୍ୱ ନିମନ୍ତେ ଅଭିବାଦନ ଜଣାଉଛି ।’’ ନିଜର ପରମ୍ପରା ଦ୍ୱାରା ଗୌରବାନ୍ୱିତ ହୋଇ ଦାସତ୍ୱ ମାନସିକତା ପରିହାର କରିବା ନେଇ ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ କେବଳ ଏହାର ସାଂସ୍କୃତିକ ବିବିଧତାର ଉତ୍ସବ ପାଳନ କରୁନାହୁଁ, ବରଂ ଏହାର ବୀର ପୁରୁଷ ଓ ନାରୀମାନଙ୍କୁ ସ୍ୱୀକୃତି ଦେଇଛି ।

“ଲଛିତ ବରଫୁକନଙ୍କ ଭଳି ମାଆ ଭାରତୀଙ୍କ ଅମର ସନ୍ତାନ ଅମୃତ କାଳରେ  ସଂକଳ୍ପ ପୂରଣ ପାଇଁ ପ୍ରେରଣାର ଉତ୍ସ। ସେମାନେ ଆମକୁ ଆମର ଇତିହାସର ଗୌରବ ସହ ପରିଚିତ କରାଇବା ସହ ଦେଶ ପାଇଁ ଉତ୍ସର୍ଗ କରିବାକୁ ଆମକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ମାନବ ସ୍ଥିତିର ହଜାର ବର୍ଷ ପ୍ରାଚୀନ ଇତିହାସ”ରେ ଅନେକ ସଭ୍ୟତା ପୃଥିବୀ ବକ୍ଷରେ ବିକଶିତ ହେବା ସହ ଅନେକ ଅକ୍ଷୟ ହେବା ଭଳି ଲାଗିଲେ ମଧ୍ୟ ସମୟର ଚକ୍ର ସେମାନଙ୍କୁ ନିଜ ପାଦ ତଳେ ଚାପି ଦେଇଛି । ଅନ୍ୟାନ୍ୟ ସଭ୍ୟତା ଓ ଭାରତ ମଧ୍ୟରେ ପାର୍ଥକ୍ୟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ଆଜି ସେ ସବୁ ସଭ୍ୟତାର ଧ୍ୱଂସାବଶେଷକୁ ଆକଳନ କରି ଇତିହାସକୁ ଅବଲୋକନ କରୁଥିବା ବେଳେ ଭାରତ ଇତିହାସରେ ଅନେକ ଅପ୍ରତ୍ୟାଶିତ ଝଡ଼ଝଞ୍ଜାର ଅକଳ୍ପନୀୟ ବୈଦେଶିକ ଅନୁପ୍ରବେଶକାରୀଙ୍କ ଆତଙ୍କର ସମ୍ମୁଖୀନ ହୋଇ ମଧ୍ୟ ପୂର୍ବ ଶକ୍ତି ଓ ଚେତନାର ସହ ଅଜେୟ ଅମର ହୋଇ ଦଣ୍ଡାୟମାନ ରହିଛି । ଏହାର କାରଣ ହେଉଛି ଯେତେବେଳେ କୌଣସି ଜଟିଳ ପରିସ୍ଥିତି ଉପୁଜିଛି ସେତେବେଳେ କେହି ନା କେହି ମହାନ ବ୍ୟକ୍ତି ବାହାରି ତା’ର ମୁକାବିଲା କରିଛନ୍ତି । ଯୁଗାରମ୍ଭରେ ମୁନିଋଷି ଓ ବିଦ୍ୱାନମାନେ ଆଗେଇ ଆସି ଭାରତରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ସୁରକ୍ଷା ଦେଇଥିଲେ । ଲଛିତ ବରଫୁକନଙ୍କ ଭଳି ପରାକ୍ରମୀ ଦେଖାଇ ଦେଇଛନ୍ତି ଯେ ଧର୍ମାନ୍ଧ ଓ ଆତଙ୍କୀ ଶକ୍ତି ଧ୍ୱଂସ ହୁଅନ୍ତି କିନ୍ତୁ ଭାରତୀୟ ଜୀବନର ଅନନ୍ତ ଆଲୋକ ଚିରନ୍ତନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆସାମର ଇତିହାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସାଂସ୍କୃତିକ ଯାତ୍ରାର ଏହା ବହୁମୂଲ୍ୟ ଐତିହ୍ୟର ବସ୍ତୁ । ଏହା ସମାଜ, ଆଦର୍ଶ, ବିଶ୍ୱାସ ଓ ପରମ୍ପରା ଏବଂ ସଂସ୍କୃତିର ସମ୍ମିଶ୍ରଣ । ଆସାମ ଓ ଉତ୍ତର ପୂର୍ବର ଅତୁଳନୀୟ ଧୈର୍ଯ୍ୟ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମାଟି ତୁର୍କୀ, ଆଫଗାନ ଓ ମୋଗଲମାନଙ୍କୁ ଅନେକବାର ତଡ଼ି ଦେଇଛି । ମୋଗଲମାନେ ଗୌହାଟୀ ଅଧିକାର କରିଥିଲେ ମଧ୍ୟ ଲଛିତ ବରଫୁକନଙ୍କ ଭଳି ପରାକ୍ରମୀ ସ୍ୱେଚ୍ଛାଚାରୀ ମୋଗଲ ସାମ୍ରାଜ୍ୟ ହାତକୁ ନିଜର ସ୍ୱାଧୀନତା ଛଡ଼ାଇ ଆଣିଥିଲେ । ସରାଇ ଘାଟ ଠାରେ ବୀର ଲଛିତ ବରଫୁକନ ଦେଖାଇଥିବା ଶୌର୍ଯ୍ୟ କେବଳ ମାତୃଭୂମି ପ୍ରତି ମମତାର ଅନାବିଳ ପ୍ରେମ ନୁହେଁ ବରଂ ସମଗ୍ର ଆସାମକୁ ଏକାଠି ରଖିବା ପାଇଁ ତାଙ୍କର କ୍ଷମତା ଥିଲା ଯାହା ପ୍ରତ୍ୟେକ ନାଗରିକ ଆବଶ୍ୟକ ସ୍ଥଳେ ଦେଶ ମାତୃକାର ରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ ରହୁଥିଲେ । “ଲଛିତ ବରଫୁକନଙ୍କ ସାହସ ଓ ନିର୍ଭୀକତା ହେଉଛି ଆସାମର ପରିଚୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭାରତର ଇତିହାସ କେବଳ ମାତ୍ର ଦାସତ୍ୱର କାଳଖଣ୍ଡ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଭାରତର ଇତିହାସରେ ଅନେକ ବିଜୟଗାଥା ଏବଂ ଅଗଣିତ ମହାନ ବ୍ୟକ୍ତିଙ୍କ ପରାକ୍ରମ ଲିପିବଦ୍ଧ ହୋଇ ରହିଛି । ସ୍ୱେଚ୍ଛାଚାର ବିରୁଦ୍ଧରେ ଅସ୍ୱାଭାବିକ ପରାକ୍ରମୀ ଓ ସାହସ ପ୍ରଦର୍ଶନ କରି ଛିଡ଼ା ହେବା ହେଉଛି ଭାରତ ଇତିହାସ । ଦୁର୍ଭାଗ୍ୟବଶତଃ ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ଦାସତ୍ୱ କାଳରେ ଷଡ଼ଯନ୍ତ୍ରକୁ କେନ୍ଦ୍ର କରି ଲିଖିତ ଇତିହାସ ଆମକୁ ପଢ଼ାଗଲା । ବିଦେଶୀମାନଙ୍କ ଆଭିମୁଖ୍ୟ ଯେଉଁମାନେ ଆମକୁ ଦାସ କରି ରଖିଲେ ତାକୁ ପରିବର୍ତ୍ତନ କରି ଆମକୁ ପଢ଼ା ହେବାର ଥିଲେ ମଧ୍ୟ ତାହା ହେଲା ନାହିଁ । ଦେଶରେ ସବୁଆଡ଼େ ସ୍ୱେଚ୍ଛାଚାରର ପ୍ରତିବାଦର ସ୍ୱରକୁ ଚପାଇ ଦିଆଯାଇଥିଲା । ଦୀର୍ଘଦିନର ଅତ୍ୟାଚାର ମଧ୍ୟରେ ସ୍ୱେଚ୍ଛାଚାର ବିରୁଦ୍ଧରେ ବିଜୟର ଅନେକ କାରଣ ରହଛି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ନ ଥିବା ସେବାକୁ ଘଟଣାକୁ ଏବେ ସଂଶୋଧନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦିଲ୍ଲୀରେ ହେଉଥିବା ଏହି ସମାରୋହରେ ପରିବର୍ତ୍ତନର ପ୍ରତିଫଳନ ରହିଛି ।

ବୀରମାନଙ୍କ ଗାଥାକୁ ନେଇ ଉତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ ଆସାମ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ବୀରମାନଙ୍କୁ ସମ୍ମାନ ଦେଖାଇବା ପାଇଁ ଆସାମରେ ସ୍ମାରକୀ ଓ ସଂଗ୍ରହାଳୟମାନେ ନିର୍ମାଣ ପାଇଁ ସେ ପରାମର୍ଶ ଦେଇଥିଲେ । ଏହା ଯୁବପିଢ଼ିଙ୍କୁ ଉତ୍ସର୍ଗ ଓ ଶୌର୍ଯ୍ୟର ଇତିହାସ ଜାଣିବାକୁ ସାହାଯ୍ୟ କରିବ । ଲଛିତ ବରଫୁକନଙ୍କ ଜୀବନ ଆମକୁ “ଦେଶ ପ୍ରଥମ” ମନ୍ତ୍ରରେ ଅନୁପ୍ରାଣିତ କରିବ । ତାଙ୍କର ଜୀବନ ଆମକୁ ‘ମୁଁ’ର ଊଦ୍ଧ୍ୱର୍କୁ ଉଠି ଦେଶର ସ୍ୱାର୍ଥକୁ ପ୍ରାଥମିକତା ଦେବା ପାଇଁ ଉତ୍ସାହିତ କରିବ । ତାଙ୍କ ଜୀବନୀ ଆମକୁ ଶିକ୍ଷାଦିଏ ଯେ “ପ୍ରିୟାପ୍ରୀତି ଓ ବଂଶ ପରିବର୍ତ୍ତେ ଦେଶ ସର୍ବୋଚ୍ଚ ହେବା ଉଚିତ” । ଲଛିତ ବରଫୁକନଙ୍କ ଜୀବନାଦର୍ଶର ଦୃଷ୍ଟାନ୍ତ ଦେଇ “କୌଣସି ବ୍ୟକ୍ତି ବା ସମ୍ପର୍କୀୟ ଦେଶ ଠାରୁ ବଡ଼ ନୁହେଁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବୀରମାନଙ୍କ ଗାଥାକୁ ନେଇ ଉତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ ଆସାମ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ବୀରମାନଙ୍କୁ ସମ୍ମାନ ଦେଖାଇବା ପାଇଁ ଆସାମରେ ସ୍ମାରକୀ ଓ ସଂଗ୍ରହାଳୟମାନେ ନିର୍ମାଣ ପାଇଁ ସେ ପରାମର୍ଶ ଦେଇଥିଲେ । ଏହା ଯୁବପିଢ଼ିଙ୍କୁ ଉତ୍ସର୍ଗ ଓ ଶୌର୍ଯ୍ୟର ଇତିହାସ ଜାଣିବାକୁ ସାହାଯ୍ୟ କରିବ । ଲଛିତ ବରଫୁକନଙ୍କ ଜୀବନ ଆମକୁ “ଦେଶ ପ୍ରଥମ” ମନ୍ତ୍ରରେ ଅନୁପ୍ରାଣିତ କରିବ । ତାଙ୍କର ଜୀବନ ଆମକୁ ‘ମୁଁ’ର ଊଦ୍ଧ୍ୱର୍କୁ ଉଠି ଦେଶର ସ୍ୱାର୍ଥକୁ ପ୍ରାଥମିକତା ଦେବା ପାଇଁ ଉତ୍ସାହିତ କରିବ । ତାଙ୍କ ଜୀବନୀ ଆମକୁ ଶିକ୍ଷାଦିଏ ଯେ “ପ୍ରିୟାପ୍ରୀତି ଓ ବଂଶ ପରିବର୍ତ୍ତେ ଦେଶ ସର୍ବୋଚ୍ଚ ହେବା ଉଚିତ” । ଲଛିତ ବରଫୁକନଙ୍କ ଜୀବନାଦର୍ଶର ଦୃଷ୍ଟାନ୍ତ ଦେଇ “କୌଣସି ବ୍ୟକ୍ତି ବା ସମ୍ପର୍କୀୟ ଦେଶ ଠାରୁ ବଡ଼ ନୁହେଁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଯେତେବେଳେ ଦେଶ ଏହାର ପ୍ରକୃତ ଅତୀତ କ’ଣ ଜାଣିବ, ସେତେବେଳେ ଯାଇ ଏହାର ଅଭିଜ୍ଞତାରୁ ଶିଖି ଭବିଷ୍ୟତ ନିମନ୍ତେ ଉଚିତ ନିର୍ଦ୍ଦେଶ ଦେବ । “ଏହା ଆମର ଜାଣିବା ଦରକାର ଯେ ଆମର ଇତିହାସ ଜ୍ଞାନ କେବଳ ଗତ କିଛି ଦଶନ୍ଧି ଓ ଶତାବ୍ଦୀ ମଧ୍ୟ ସୀମିତ ନୁହେଁ ବୋଲି ସେ କହିଥିଲେ । ଭାରତ ରତ୍ନ ଭୂପେନ ହଜାରିକାଙ୍କ ଉକ୍ତିରୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରମ୍ବାର ମନେରଖି ଆମେ ଆଗାମୀ ପିଢ଼ିକୁ ଇତିହାସର ପ୍ରକୃତ ଛବି ନେଇ ଅବଗତ କରାଇପାରିବା ।

ଛତ୍ରପତି ଶିବାଜୀ ମହାରାଜଙ୍କ ଢାଞ୍ଚାରେ ଏକ ଭବ୍ୟ ନାଟକ ଲଛିତ ବରଫୁକନଙ୍କ ଉପରେ ନିର୍ମାଣ କରି ଦେଶର କୋଣ ଅନୁକୋଣେ ଏହା ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ  ପ୍ରସ୍ତାବ ଦେଇଥିଲେ । ଏହା ଏକ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପକୁ ଏକ ବଡ଼ ପ୍ରୋତ୍ସାହନ ଦେବ । “ଆମକୁ ଭାରତକୁ ଉନ୍ନତ କରିବାକୁ ପଡ଼ିବ ଓ ଉତ୍ତର ପୂର୍ବାଞ୍ଚଳକୁ ଭାରତ ଅବିଭୃଦ୍ଧିର କେନ୍ଦ୍ର କରିବାକୁ ପଡ଼ିବ । ମୁଁ ନିଶ୍ଚିତ ଯେ ବୀର ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀ ଆମର ସଂକଳ୍ପକୁ ଆହୁରି ମଜବୁତ କରିବା ସହ ଦେଶ ତା’ର ଲକ୍ଷ୍ୟ ହାସଲ କରିବ,” ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷରେ କହିଥିଲେ ।

ସମାରୋହ ସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ବିଜ୍ଞାନ ଭବନ ପଶ୍ଚିମ ପ୍ରାଙ୍ଗଣରେ ପ୍ରଦର୍ଶିତ ଗ୍ରାମୀଣ ଆସାମର ପରିପାଟୀ ଓ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ପ୍ରଦର୍ଶନୀ ବୁଲି ଦେଖିଥିଲେ । ପରେ ପ୍ରଧାନମନ୍ତ୍ରୀ ପ୍ରଦୀପ ପ୍ରଜ୍ୱଳନ କରି ଲଛିତ ବରଫୁକନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ, ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ, ସାଂସଦ ତଥା ଅବସରପ୍ରାପ୍ତ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ଶ୍ରୀ ତପନ କୁମାର ଗୋଗଇ, ଆସାମ ସରକାରଙ୍କ ସଦସ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି:

ଦେଶର ଅପରିଚିତ ନାୟକମାନଙ୍କ ଗାଥା ତଥା ସେମାନଙ୍କୁ ସମ୍ମାନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ରହିଆସିଛି । ଏହି ପରିପ୍ରେକ୍ଷୀରେ ଦେଶ ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀ ପାଳନ କରୁଛି । ଗୌହାଟୀ ଠାରେ ତକ୍ରାଳୀନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଚଳିତବର୍ଷ ଫେବ୍ରୁଆରୀରେ ଉତ୍ସବକୁ ଉଦଘାଟନ କରିଥିଲେ ।

ଲଛିତ ବରଫୁକନ (୨୪ ନଭେମ୍ବର ୧୯୨୨-୨୫ ଏପ୍ରିଲ ୧୬୭୨) ଆସାମ ଅହମ ସାମ୍ରାଜ୍ୟର ପ୍ରସିଦ୍ଧ ସେନାପତି ଥାଇ ଔରଙ୍ଗଜେବଙ୍କ ନିର୍ଦେଶରେ ମୋଗଲ ଆକ୍ରମଣକାରୀଙ୍କ ପରାସ୍ତ କରି ତାଙ୍କର ସାମ୍ରାଜ୍ୟ ବିସ୍ତାରବାଦୀ ମହତ୍ବାକାଂକ୍ଷାର ପତନ ଘଟାଇଥିଲେ । ୧୬୭୧ରେ ସଂଗଠିତ ସରାଇ ଘାଟ ଯୁଦ୍ଧରେ ଲଛିତ ବରଫୁକନ ଆସାମୀ ସୈନ୍ୟମାନଙ୍କୁ ନେଇ ମୋଗଲମାନଙ୍କୁ ଶୋଚନୀୟ ଭାବେ ପରାସ୍ତ କରିବା ସହିତ ଅପମାନିତ କରି ବିତାଡ଼ିତ କରି ଦେଇଥିଲେ । ଆମ ଦେଶରେ ଲଛିତ ବରଫୁକନଙ୍କ ଅଦମ୍ୟ ସାହସ ସାମରିକ ପ୍ରତିରୋଧରେ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ହୋଇ ରହିଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IRCTC disables 3cr user IDs, flags 6cr; scales up AI-based kitchen monitoring

Media Coverage

IRCTC disables 3cr user IDs, flags 6cr; scales up AI-based kitchen monitoring
NM on the go

Nm on the go

Always be the first to hear from the PM. Get the App Now!
...
Prime Minister lauds designation of Jai Prakash Narayan Bird Sanctuary as India's 100th Ramsar site
June 05, 2026

Prime Minister Shri Narendra Modi today expressed great happiness over India achieving a century of Ramsar sites, following the designation of the Jai Prakash Narayan Bird Sanctuary (Surha Tal) in Ballia, Uttar Pradesh, as the nation's 100th Ramsar site.

The Prime Minister noted that this wetland is exceptionally rich in avifaunal biodiversity, attracting numerous migratory and resident birds.
Shri Modi emphasized that this remarkable milestone clearly reflects India’s unwavering commitment to protecting its natural surroundings, particularly its vital wetlands.

The Prime Minister observed that over the years, efforts to conserve and rejuvenate wetlands have been significantly strengthened through greater community participation, science, innovation, and active awareness initiatives. He affirmed that these collective endeavours are instrumental in preserving biodiversity, securing ecological balance, and creating a greener future for coming generations.

The Prime Minister posted on X:

"A century as far as Ramsar sites are concerned!

Glad that the Jai Prakash Narayan Bird Sanctuary (Surha Tal) in Ballia, Uttar Pradesh has been designated as India’s 100th Ramsar site. This wetland is rich in avifaunal biodiversity, attracting several migratory and resident birds.

India’s unwavering commitment to protecting our natural surroundings and wetlands in particular is clearly reflected in this feat.

Over the years, efforts to conserve and rejuvenate wetlands have been strengthened through greater community participation, science, innovation and awareness initiatives. These endeavours are helping preserve biodiversity, secure ecological balance and create a greener future for coming generations."