ଜାହାନ-ଏ-ଖୁସ୍ରୋର ଏହି ସମାରୋହରେ ଏକ ନିଆରା ସୁଗନ୍ଧ ରହିଛି ଏବଂ ଏହା ଭାରତ ମାଟିର ସୁଗନ୍ଧ, ସେହି ଭାରତଭୂମି ଯାହାକୁ ହଜରତ ଅମୀର ଖୁସ୍ରୋ ସ୍ୱର୍ଗ ସହ ତୁଳନା କରିଥିଲେ : ପ୍ରଧାନମନ୍ତ୍ରୀ
ସୁଫି ପରମ୍ପରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି : ପ୍ରଧାନମନ୍ତ୍ରୀ
କୌଣସି ଦେଶର ସଭ୍ୟତା ଏବଂ ସଂସ୍କୃତିକୁ ତାହାର ସଙ୍ଗୀତରୁ ସ୍ୱର ମିଳିଥାଏ : ପ୍ରଧାନମନ୍ତ୍ରୀ
ହଜରତ ଖୁସ୍ରୋ ଭାରତକୁ ସେହି ସମୟରେ ବିଶ୍ୱର ପ୍ରମୁଖ ଦେଶମାନଙ୍କ ମଧ୍ୟରେ ମହାନ ଏବଂ ସଂସ୍କୃତକୁ ବିଶ୍ୱର ସର୍ବଶ୍ରେଷ୍ଠ ଭାଷାର ମାନ୍ୟତା ଦେଇଥିଲେ : ପ୍ରଧାନମନ୍ତ୍ରୀ
ହଜରତ ଖୁସ୍ରୋ ଭାରତର ବିଦୁଷୀମାନଙ୍କୁ ବଡ ବଡ ବିଦ୍ୱାନମାନଙ୍କଠାରୁ ମଧ୍ୟ ମହାନ ବୋଲି ବିବେଚନା କରୁଥିଲେ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସୁନ୍ଦର ନର୍ସରୀଠାରେ ଅନୁଷ୍ଠିତ ସୁଫି ସଙ୍ଗୀତ ସମାରୋହ ଜାହାନ-ଏ-ଖୁସ୍ରୋ ୨୦୨୫ରେ ଅଂଶଗ୍ରହଣ କରିଥିଲେ ।

ଜାହାନ-ଏ-ଖୁସ୍ରୋରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହଜରତ୍ ଅମୀର ଖୁସ୍ରୋଙ୍କ ସମୃଦ୍ଧ ପରମ୍ପରା ଉପସ୍ଥିତିରେ ଖୁସି ଅନୁଭବ କରିବା ସ୍ୱାଭାବିକ । ସେ କହିଛନ୍ତି ଯେ ବସନ୍ତ ଋତୁର ମହତ୍ତ୍ୱ, ଯାହାକୁ ଖୁସ୍ରୋ ବହୁତ ଭଲ ପାଉଥିଲେ, ତାହା କେବଳ ଏକ ଋତୁ ନୁହେଁ ବରଂ ଆଜି ଦିଲ୍ଲୀରେ ଜାହାନ-ଏ-ଖୁସ୍ରୋର ବାୟୁମଣ୍ଡଳରେ ମଧ୍ୟ ରହିଛି ।

ଦେଶର କଳା ଓ ସଂସ୍କୃତି ପାଇଁ ଜାହାନ-ଏ-ଖୁସ୍ରୋ ପରି ଆୟୋଜନର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଦେଇ ଶ୍ରୀ ମୋଦୀ କହିଥିଲେ ଏପରି କାର୍ଯ୍ୟକ୍ରମ ଉଭୟ ଗୁରୁତ୍ୱ ଏବଂ ଶାନ୍ତି ପ୍ରଦାନ କରିଥାଏ । ସେ ଦର୍ଶାଇଥିଲେ ଯେ, ଏହି କାର୍ଯ୍ୟକ୍ରମ ୨୫ ବର୍ଷ ପୂରଣ କରି ଲୋକଙ୍କ ହୃଦୟରେ ଏକ ପ୍ରମୁଖ ସ୍ଥାନ ହାସଲ କରିଛି, ଯାହାକି ଏକ ବଡ ସଫଳତା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଡ. କରଣ ସିଂହ, ମୁଜାଫର ଅଲୀ, ମୀରା ଅଲୀ ଏବଂ ଅନ୍ୟ ସହଯୋଗୀମାନଙ୍କୁ ତାଙ୍କର ଯୋଗଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ । ସେ ରୁମି ଫାଉଣ୍ଡେସନ ଏବଂ ଜାହାନ-ଏ-ଖୁସ୍ରୋ ସହିତ ଜଡିତ ଥିବା ସମସ୍ତଙ୍କୁ ଭବିଷ୍ୟତରେ ସଫଳତା ଜାରି ରଖିବାକୁ ଶୁଭକାମନା ଦେଇଥିଲେ । ପ୍ରଧାନମନ୍ତ୍ରୀ ପବିତ୍ର ରମଜାନ ମାସ ପାଖେଇ ଆସୁଥିବାରୁ ସେଠାରେ ଉପସ୍ଥିତ ସମସ୍ତ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ମୋଦୀ ପ୍ରିନ୍ସ କରିମ ଆଗା ଖାନ୍‌ଙ୍କ ଅବଦାନକୁ ମନେ ପକାଇଥିଲେ । ସୁନ୍ଦର ନର୍ସରୀର ଅଭିବୃଦ୍ଧିରେ ତାଙ୍କର ଉଦ୍ୟମ ଲକ୍ଷ ଲକ୍ଷ କଳା ଉତ୍ସାହୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି ।

 

ପ୍ରଧାନମନ୍ତ୍ରୀ ଗୁଜରାଟର ସୁଫି ପରମ୍ପରାରେ ସରଖେଜ୍ ରୋଜାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ମଧ୍ୟ କହିଥିଲେ । ସେ କହିଛନ୍ତି ଯେ, ଅତୀତରେ ଏହି ସ୍ଥାନର ଅବସ୍ଥା ଖରାପ ହୋଇଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ ଭାବରେ ସେ ଏହାର ପୁନରୁଦ୍ଧାର ଉପରେ ଧ୍ୟାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ସେହି ସମୟକୁ ସ୍ମରଣ କରିଥିଲେ, ଯେତେବେଳେ ସରଖେଜ ରୋଜା ଭବ୍ୟ କୃଷ୍ଣ ଉତ୍ସବ ସମାରୋହର ଆୟୋଜନ କରିଥିଲେ ଏବଂ ସେଥିରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ, ଆଜି ବି ପରିବେଶରେ କୃଷ୍ଣ ଭକ୍ତିର ଭାବନା ରହିଛି। ଶ୍ରୀ ମୋଦୀ କହିଥିଲେ ଯେ, “ମୁଁ ସରଖେଜ ରୋଜାରେ ଆୟୋଜିତ ବାର୍ଷିକ ସୁଫି ସଙ୍ଗୀତ ସମାରୋହରେ ନିୟମିତ ଭାବରେ ଅଂଶଗ୍ରହଣ କରୁଥିଲି । ସୁଫି ସଙ୍ଗୀତ ଏକ ଅଂଶୀଦାର ଐତିହ୍ୟକୁ ପ୍ରତିପାଦିତ କରେ ଯାହା ବିଭିନ୍ନ ବର୍ଗର ଲୋକଙ୍କୁ ଏକତ୍ର କରିଥାଏ ।” ନଜର-ଏ-କୃଷ୍ଣ କାର୍ଯ୍ୟକ୍ରମର ପ୍ରସ୍ତୁତି ମଧ୍ୟ ଏହି ଅଂଶୀଦାର ସାଂସ୍କୃତିକ ଉତ୍ତରାଧିକାରୀକୁ ପ୍ରତିଫଳିତ କରିଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜାହାନ-ଏ-ଖୁସ୍ରୋର ଏହି ଆୟୋଜନରେ ଏକ ନିଆରା ସୁଗନ୍ଧ ରହିଛି ଏବଂ ଏହା ଭାରତର ମାଟିର ସୁଗନ୍ଧ । ଏହି ଅବସରରେ ସେ ସ୍ମରଣ କରିଥିଲେ ଯେ, ହଜରତ ଅମୀର ଖୁସ୍ରୋ କିପରି ଭାରତକୁ ସ୍ୱର୍ଗ ସହିତ ତୁଳନା କରିଥିଲେ ଏବଂ ଦେଶକୁ ସଭ୍ୟତାର ଉଦ୍ୟାନ ଭାବରେ ବର୍ଣ୍ଣନା କରିଥିଲେ ଯେଉଁଠାରେ ସଂସ୍କୃତିର ପ୍ରତ୍ୟେକ ଦିଗର ଅଭିବୃଦ୍ଧି ହୋଇଛି । ଶ୍ରୀ ମୋଦୀ କହିଛନ୍ତି, “ଭାରତ ମାଟିର ଏକ ସ୍ୱତନ୍ତ୍ରତା ରହିଛି ଏବଂ ଯେତେବେଳେ ସୁଫି ପରମ୍ପରା ଦେଶକୁ ଆସିଲା ସେତେବେଳେ ମାଟି ସହିତ ଏହାର ଏକ ସଂଯୋଗ ସ୍ଥାପନ ହୋଇଥିଲା । ବାବା ଫରିଦଙ୍କ ଆଧ୍ୟାତ୍ମିକ ଶିକ୍ଷା, ହଜରତ ନିଜାମୁଦ୍ଦିନଙ୍କ ସମାବେଶରେ ପ୍ରଜ୍ୱଳିତ ପ୍ରେମ ଏବଂ ହଜରତ ଅମୀର ଖୁସ୍ରୋଙ୍କ ଛନ୍ଦରୁ ସୃଷ୍ଟି ହୋଇଥିବା ନୂଆ ରତ୍ନ ସାମୂହିକ ଭାବରେ ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ଏକତ୍ରିତ କରିଥାଏ ବୋଲି ଶ୍ରୀ ମୋଦୀ କହିଥିଲେ ।

 

ପ୍ରଧାନମନ୍ତ୍ରୀ ଭାରତରେ ସୁଫି ପରମ୍ପରାର ଅନନ୍ୟ ପରିଚୟ ଉପରେ ଗୁରୁ୍‌ତ୍ୱାରୋପ କରିଥିଲେ, ଯେଉଁଠାରେ ସୁଫି ସାଧୁମାନେ କୋରାନ୍‌ର ଶିକ୍ଷାକୁ ବୈଦିକ ନୀତି ଏବଂ ଭକ୍ତି ସଙ୍ଗୀତ ସହିତ ମିଶ୍ରଣ କରିଥିଲେ । ସେମାନେ ତାଙ୍କର ସୁଫି ଗୀତ ମାଧ୍ୟମରେ ବିବିଧତାରେ ଏକତା ପ୍ରକାଶ କରିଥିବାରୁ ସେ ହଜରତ ନିଜାମୁଦ୍ଦିନ ଓଲିୟାଙ୍କୁ ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, “ଜାହାନ-ଏ-ଖୁସ୍ରୋ ବର୍ତ୍ତମାନ ଏହି ସମୃଦ୍ଧ, ସମାବେଶୀ ପରମ୍ପରାର ଆଧୁନିକ ପ୍ରତିଫଳନରେ ପରିଣତ ହୋଇଛି ।”

ଶ୍ରୀ ମୋଦୀ ଏହି ତଥ୍ୟ ଉପରେ ଆଲୋକପାତ କରିଥିଲେ ଯେ, କୌଣସି ଦେଶର ସଭ୍ୟତା ଏବଂ ସଂସ୍କୃତି ଏହାର ସଙ୍ଗୀତରୁ ସ୍ୱର ପାଇଥାଏ । ସେ କହିଥିଲେ, “ଯେତେବେଳେ ସୁଫି ଏବଂ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରା ମିଶ୍ରିତ ହେଲା, ସେତେବେଳେ ପ୍ରେମ ଏବଂ ଭକ୍ତିର ନୂତନ ଅଭିବ୍ୟକ୍ତି ଜନ୍ମ ହେଲା, ଯାହା ହଜରତ ଖୁସ୍ରୋଙ୍କ କୱାଲିଗୁଡିକ, ବାବା ଫରିଦଙ୍କ ପଦ, ବୁଲ୍ଲା ଶାହା, ମୀର, କବୀର, ରହୀମ ଏବଂ ରସ ଖାନଙ୍କ କବିତାରୁ ସ୍ପଷ୍ଟ ଜଣାପଡିଛି । ଏହି ସାଧୁ ଏବଂ ସନ୍ଥମାନେ ଭକ୍ତିକୁ ଏକ ନୂଆ ଦିଗ ଦେଇଛନ୍ତି ବୋଲି ସେ କହିଥିଲେ ।”

 

ଶ୍ରୀ ମୋଦୀ କହିଥିଲେ ଯେ, ଆପଣ ସୁରଦାସ, ରହୀମ, ରସ ଖାନଙ୍କ ଲେଖା ପଢ଼ନ୍ତୁ କିମ୍ବା ହଜରତ ଖୁସ୍ରୋଙ୍କ କଥା ଶୁଣନ୍ତୁ, ଏହି ସମସ୍ତ ଅଭିବ୍ୟକ୍ତି ସମାନ ଆଧ୍ୟାତ୍ମିକ ପ୍ରେମକୁ ନେଇଥାଏ ଯେଉଁଠାରେ ମନୁଷ୍ୟର ସୀମା ଅତିକ୍ରମ କରିଯାଇଥାଏ ଏବଂ ମନୁଷ୍ୟ ଏବଂ ଭଗବାନଙ୍କ ମଧ୍ୟରେ ମିଳନ ଅନୁଭବ ହୁଏ । ଶ୍ରୀ ମୋଦୀ କହିଥିଲେ, “ରସ ଖାନ, ମୁସଲମାନ ହୋଇଥିଲେ ମଧ୍ୟ ଭଗବାନ କୃଷ୍ଣଙ୍କର ଜଣେ ନିଷ୍ଠାପର ଅନୁମାମୀ ଥିଲେ, ଯାହା ତାଙ୍କ କବିତାରେ ପ୍ରକାଶିତ ପ୍ରେମ ଏବଂ ଭକ୍ତିର ସର୍ବବ୍ୟାପୀ ପ୍ରକୃତି ପ୍ରତିଫଳନକୁ ଦର୍ଶାଉଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିବା ଭବ୍ୟ ପ୍ରସ୍ତୁତି ମଧ୍ୟ ଆଧ୍ୟାତ୍ମିକ ପ୍ରେମର ଗଭୀର ଭାବନାକୁ ପ୍ରତିଫଳିତ କରିଥିଲା ବୋଲି ଶ୍ରୀ ମୋଦୀ ଦର୍ଶାଇଥିଲେ ।

ସୁଫି ପରମ୍ପରା କେବଳ ମଣିଷମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଦୂରତାକୁ ଦୂର କରିନାହିଁ ବରଂ ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ମଧ୍ୟ ହ୍ରାସ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ୨୦୧୫ରେ ଆଫଗାନିସ୍ତାନ ସଂସଦ ଗସ୍ତକୁ ମନେ ପକାଇଥିଲେ ଯେଉଁଠାରେ ସେ ଆଠ ଶତାବ୍ଦୀ ପୂର୍ବରୁ ଆଫଗାନିସ୍ତାନର ବାଲଖରେ ଜନ୍ମଗ୍ରହଣ କରିଥିବା ରୁମିଙ୍କ ବିଷୟରେ ଭାବପ୍ରବଣର ସହ କହିଥିଲେ । ଶ୍ରୀ ମୋଦୀ ଭୌଗଳିକ ସୀମା ଅତିକ୍ରମ କରିଥିବା ରୁମିଙ୍କ ଭାବନାକୁ ଶେୟାର କରିଥିଲେ, “ମୁଁ ପୂର୍ବ କିମ୍ବା ପାଶ୍ଚାତ୍ୟର ନୁହେଁ, ମୁଁ ସମୁଦ୍ର କିମ୍ବା ସ୍ଥଳଭାଗରୁ ଜନ୍ମ ହୋଇନାହିଁ, ମୋର କୌଣସି ସ୍ଥାନ ନାହିଁ, ମୁଁ ସବୁଆଡେ ରହିଛି । ପ୍ରଧାନମନ୍ତ୍ରୀ ଏହି ଦର୍ଶନକୁ ଭାରତର ପ୍ରାଚୀନ ବିଶ୍ୱାସ ସହିତ “ବସୁଧେବ କୁଟୁମ୍ବକମ୍‌” (ସମଗ୍ର ବିଶ୍ୱ ଗୋଟିଏ ପରିବାର) ସହିତ ଯୋଡିଥିଲେ ଏବଂ ତାଙ୍କର ବିଶ୍ୱସ୍ତରୀୟ ଯୋଗଦାନ ସମୟରେ ଏପରି ଚିନ୍ତାଧାରାରୁ ଶକ୍ତି ଆହରଣ କରୁଥିଲେ । ଶ୍ରୀ ମୋଦୀ ଇରାନରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଥିବା ମିର୍ଜା ଗାଲିବଙ୍କର ଏକ ଶେର୍‌କୁ ମଧ୍ୟ ସ୍ମରଣ କରିଥିଲେ, ଯାହା ଭାରତର ସର୍ବଭୌମ ତଥା ସମାବେଶୀ ମୂଲ୍ୟବୋଧକୁ ପ୍ରତିଫଳିତ କରିଥାଏ ।

 

ଶ୍ରୀ ମୋଦୀ ହଜରତ ଅମୀର ଖୁସ୍ରୋଙ୍କ ବିଷୟରେ କହିଥିଲେ, ଯିଏ ‘ତୁତୀ-ଏ-ହିନ୍ଦ’ ନାମରେ ବେଶ୍ ପ୍ରସିଦ୍ଧ । ସେ ଦର୍ଶାଇଛନ୍ତି ଯେ, ଖୁସ୍ରୋ ତାଙ୍କ ରଚନାରେ ଭାରତର ମହାନତା ଏବଂ ଚମତ୍କାରିତାକୁ ପ୍ରଶଂସା କରିଛନ୍ତି, ଯେପରି ତାଙ୍କ ପୁସ୍ତକ ନହୁ-ସିଫରରେ ଦେଖିବାକୁ ମିଳିଥାଏ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଖୁସ୍ରୋ ଭାରତକୁ ତାଙ୍କ ସମୟରେ ମହାନ ରାଷ୍ଟ୍ରମାନଙ୍କଠାରୁ ଶ୍ରେଷ୍ଠ ବୋଲି ମାନିଥିଲେ ଏବଂ ସଂସ୍କୃତକୁ ବିଶ୍ୱର ସର୍ବୋତ୍ତମ ଭାଷା ବୋଲି ମାନିଥିଲେ । ଶ୍ରୀ ମୋଦୀ ସ୍ୱୀକାର କରିଥିଲେ ଯେ, ଖୁସ୍ରୋ ଭାରତୀୟ ବିଦୁଷୀମାନଙ୍କୁ ସର୍ବଶ୍ରେଷ୍ଠ ବିଦ୍ୱାନଙ୍କ ତୁଳନାରେ ମହାନ ବୋଲି ବିବେଚନା କରୁଥିଲେ । ସେ କହିଥିଲେ, “ଖୁସ୍ରୋ ଗର୍ବିତ ଥିଲେ ଯେ, ଭାରତର ଶୂନ, ଗଣିତ, ବିଜ୍ଞାନ ଏବଂ ଦର୍ଶନ ବିଷୟରେ ଭାରତର ଜ୍ଞାନ କିପରି ବିଶ୍ୱକୁ ବ୍ୟାପିଗଲା, ବିଶେଷକରି ଭାରତୀୟ ଗଣିତ କିପରି ଆରବମାନଙ୍କ ନିକଟରେ ପହଞ୍ଚିଲା ଏବଂ ‘ହିନ୍ଦସା’ ନାମରେ ପରିଚିତ ହେଲା ।” ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ସୂଚାଇଥିଲେ ଯେ, ଔପନିବେଶକ ଶାସନର ଦୀର୍ଘ ସମୟ ଏବଂ ଏହା ପରେ ହୋଇଥିବା ବିନାଶ ସତ୍ତ୍ୱେ ହଜରତ ଖୁସ୍ରୋଙ୍କ ଲେଖା ଭାରତର ସମୃଦ୍ଧ ଅତୀତକୁ ବଞ୍ଚାଇ ରଖିବା ଏବଂ ଏହାର ପରମ୍ପରାକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

୨୫ ବର୍ଷ ଧରି ଭାରତୀୟ ସାଂସ୍କୃତିକ ଐତିହ୍ୟକୁ ସଫଳତାର ସହ ପ୍ରୋତ୍ସାହନ ତଥା ସମୃଦ୍ଧ କରିଆସୁଥିବା ଜାହାନ-ଏ-ଖୁସ୍ରୋଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଏକ ଚତୁର୍ଥାଂଶ ଶତାବ୍ଦୀ ପାଇଁ ଏହି ପଦକ୍ଷେପ ବଜାୟ ରଖିବା କୌଣସି ଛୋଟ କଥା ନୁହେଁ ବୋଲି ଶ୍ରୀ ମୋଦୀ ସ୍ୱୀକାର କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ସହ ଜଡିତ ସମସ୍ତଙ୍କୁ ପ୍ରଶଂସା କରିବା ସହ ଏହାକୁ ଉପଭୋଗ କରିବାକୁ ସୁଯୋଗ ପାଇଁ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଇ ନିଜର ଅଭିଭାଷଣ ଶେଷ କରିଥିଲେ ।

 

ପୃଷ୍ଠଭୂମି

ଦେଶର ବିବିଧ କଳା ଏବଂ ସଂସ୍କୃତିର ପ୍ରଚାର ଦିଗରେ ପ୍ରଧାନମନ୍ତ୍ରୀ ଜଣେ ଦୃଢ଼ ପ୍ରୋତ୍ସାହକ । ଏହି ପରିପ୍ରେକ୍ଷୀରେ ସେ ଜାହାନ-ଏ-ଖୁସ୍ରୋରେ ଅଂଶଗ୍ରହଣ କରିଥିଲେ, ଯାହା ସୁଫି ସଙ୍ଗୀତ, କବିତା ଏବଂ ନୃତ୍ୟକୁ ଉତ୍ସର୍ଗୀକୃତ ଏକ ଅନ୍ତର୍ଜାତୀୟ ସମାରୋହ । ଅମୀର ଖୁସ୍ରୋଙ୍କ ପରମ୍ପରାକୁ ପାଳନ କରିବା ପାଇଁ ଏହା ସମଗ୍ର ବିଶ୍ୱର କଳାକାରମାନଙ୍କୁ ଏକତ୍ର କରୁଛି । ୨୦୦୧ରେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା କଳାକାର ମୁଜାଫର ଅଲୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ରୁମି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ମହୋତ୍ସବ ଚଳିତ ବର୍ଷ ଏହାର ୨୫ତମ ବାର୍ଷିକୀ ପାଳନ କରୁଛି ଏବଂ ୨୮ ଫେବୃଆରୀରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"