ଭାରତ-ୟୁରୋପୀୟ ସଂଘ ସମ୍ପର୍କ ସମନ୍ବୟର ଏକ ନୂତନ ଯୁଗରେ ପ୍ରବେଶ କରିଛି: ପ୍ରଧାନମନ୍ତ୍ରୀ
ଐତିହାସିକ ଭାରତ- ୟୁରୋପୀୟ ସଂଘ ଏଫଟିଏ ଶ୍ରମ-କୈନ୍ଦ୍ରିକ ଉତ୍ପାଦ ପାଇଁ ବଜାର ସଂଯୋଗ ଖୋଲିଛି: ପ୍ରଧାନମନ୍ତ୍ରୀ
ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ବିସ୍ତାର କରିବା ନିମନ୍ତେ 'ସମଗ୍ର ସମାଜ' ସହଭାଗୀତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ଭାରତ-ୟୁରୋପୀୟ ସଂଘ ବିଶ୍ୱ ଅଭିବୃଦ୍ଧି ପାଇଁ ଡବଲ ଇଞ୍ଜିନ ହେବା ଉଚିତ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଭାରତ-ୟୁରୋପୀୟ ସଂଘ (ଇୟୁ) ବ୍ୟବସାୟ ଫୋରମରେ ଅଂଶଗ୍ରହଣ କରି ଆନନ୍ଦ ପ୍ରକାଶ କରି କହିଥିଲେ ଯେ, ୟୁରୋପୀୟ ସଂଘ ପରିଷଦ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷଙ୍କ ଭାରତ ଗସ୍ତ ଏକ ସାଧାରଣ କୂଟନୈତିକ ଗସ୍ତ ନୁହେଁ ବରଂ ଭାରତ-ୟୁରୋପୀୟ ସଂଘ ସମ୍ପର୍କରେ ଏକ ନୂତନ ଯୁଗର ଆରମ୍ଭ। ପ୍ରଥମ ଥର ପାଇଁ, ୟୁରୋପୀୟ ସଂଘ ନେତାମାନେ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତରେ ଯୋଗ ଦେଇଥିଲେ, ଭାରତ ଏବଂ ୟୁରୋପୀୟ ସଂଘ ଭାରତର ଇତିହାସରେ ସର୍ବବୃହତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ଚୂଡ଼ାନ୍ତ କରିଥିଲେ ଏବଂ ଆଜି, ଅନେକ ସିଇଓଙ୍କ ଉପସ୍ଥିତିରେ, ଏତେ ବଡ଼ ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମ ଆୟୋଜନ କରାଯାଉଛି। ସେ କହିଥିଲେ ଯେ ଏହି ସଫଳତାଗୁଡ଼ିକ ବିଶ୍ୱର ଦୁଇଟି ବୃହତ ଗଣତନ୍ତ୍ର ମଧ୍ୟରେ ଅଭୂତପୂର୍ବ ସମନ୍ୱୟକୁ ଦର୍ଶାଏ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସମନ୍ୱୟ ଆକସ୍ମିକ ନୁହେଁ; ବଜାର ଅର୍ଥନୀତି ଭାବରେ, ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ କେତେକ ସମାନତା ରହିଛି ଯେପରିକି ସାଧାରଣ ମୂଲ୍ୟବୋଧ, ବିଶ୍ୱ ସ୍ଥିରତା ପାଇଁ ସମାନ ପ୍ରାଥମିକତା ଏବଂ ମୁକ୍ତ ସମାଜ ଭାବରେ ଲୋକମାନଙ୍କ ମଧ୍ୟରେ ସ୍ବାଭାବିକ ସଂଯୋଗ। ସେ କହିଥିଲେ ଯେ ଏହି ଦୃଢ଼ ଭିତ୍ତିଭୂମି ଉପରେ ସହଭାଗୀତା ନୂତନ ଉଚ୍ଚତାରେ ପହଞ୍ଚିଛି ଏବଂ ନିଜକୁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ସହଭାଗୀତା ମଧ୍ୟରୁ ଗୋଟିଏ ଭାବରେ ପ୍ରତିଷ୍ଠିତ କରୁଛି, ଯାହାର ସ୍ପଷ୍ଟ ଫଳାଫଳ ଦୃଷ୍ଟିଗୋଚର ହେଉଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଗତ ଦଶ ବର୍ଷ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଦ୍ୱିଗୁଣିତ ହୋଇ ୧୮୦ ବିଲିୟନ ୟୁରୋ ହୋଇଛି, ଭାରତରେ ୬,୦୦୦ରୁ ଅଧିକ ୟୁରୋପୀୟ କମ୍ପାନୀ କାର୍ଯ୍ୟ କରୁଛନ୍ତି ଏବଂ ଭାରତରେ ୟୁରୋପୀୟ ସଂଘର ନିବେଶ ୧୨୦ ବିଲିୟନ ୟୁରୋ ଅତିକ୍ରମ କରିଛି। ସେ ଆହୁରି ମଧ୍ୟ କହିଥିଲେ ଯେ ୟୁରୋପୀୟ ସଂଘରେ ୧୫୦୦ ଭାରତୀୟ କମ୍ପାନୀ ଅଛନ୍ତି, ସେଠାରେ ଭାରତର ନିବେଶ ପ୍ରାୟ ୪୦ ବିଲିୟନ ୟୁରୋରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଆଜି, ଭାରତୀୟ ତଥା ୟୁରୋପୀୟ କମ୍ପାନୀଗୁଡ଼ିକ ଗବେଷଣା ଓ ବିକାଶ, ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ଗଭୀର ଭାବରେ ସହଯୋଗ କରୁଛନ୍ତି । ଏହା ସହ ବ୍ୟବସାୟ ମୁଖ୍ୟମାନେ ଏହି ସହଯୋଗର ବାହକ ହେବା ସହ ଉପକୃତ ମଧ୍ୟ ହେଉଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବର୍ତ୍ତମାନ ଏହି ସହଭାଗୀତାକୁ 'ସମଗ୍ର ସମାଜ ସହଭାଗୀତା'ରେ ପରିଣତ କରିବାର ସମୟ ଆସିଛି। ଏହି ଦୃଷ୍ଟିକୋଣ ସହିତ, ଆଜି ଏକ ବ୍ୟାପକ ଏଫଟିଏ ଚୂଡ଼ାନ୍ତ ହୋଇଛି, ଯାହା ଭାରତର ଶ୍ରମ-କେନ୍ଦ୍ରିକ ଉତ୍ପାଦ ପାଇଁ ୟୁରୋପୀୟ ସଂଘ ବଜାରକୁ ସହଜ ପ୍ରବେଶ ପ୍ରଦାନ କରିବ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ଏହି ଏଫଟିଏ ଦ୍ବାରା ବୟନଶିଳ୍ପ, ରତ୍ନପଥର ଏବଂ ଅଳଙ୍କାର, ଅଟୋ ପାର୍ଟସ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ଲାଭବାନ ହେବେ, ଯେତେବେଳେ କି ଫଳ, ପନିପରିବା, ପ୍ରକ୍ରିୟାକୃତ ଖାଦ୍ୟ ଏବଂ ସାମୁଦ୍ରିକ ଉତ୍ପାଦ ଆଦି ଲାଗି ନୂତନ ସୁଯୋଗ ସୃଷ୍ଟି ହେବ। ଏହା ସିଧାସଳଖ ଚାଷୀ, ମତ୍ସ୍ୟଜୀବୀ ଏବଂ ସେବା କ୍ଷେତ୍ର, ବିଶେଷକରି ଆଇଟି, ଶିକ୍ଷା, ପାରମ୍ପରିକ ଚିକିତ୍ସା ପଦ୍ଧତି ଏବଂ ବ୍ୟବସାୟିକ ସେବାକୁ ଉପକୃତ କରିବ।

 

ପ୍ରଧାନମନ୍ତ୍ରୀ ମତ ରଖିଥିଲେ ଯେ, ବିଶ୍ୱ ବାଣିଜ୍ୟ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି, କମ୍ପାନୀଗୁଡ଼ିକ ସେମାନଙ୍କର ବଜାର ରଣନୀତି ଏବଂ ସହଭାଗୀତା ସମ୍ପର୍କରେ ପୁନର୍ବିଚାର କରୁଛନ୍ତି। ଏପରି ସମୟରେ, ଏହି ଏଫଟିଏ ବ୍ୟବସାୟିକ ସମ୍ପ୍ରଦାୟକୁ ଏକ ସ୍ପଷ୍ଟ ଏବଂ ସକାରାତ୍ମକ ବାର୍ତ୍ତା ପଠାଉଛି, ଯାହା ଉଭୟ ପକ୍ଷର ବ୍ୟବସାୟିକ ସମ୍ପ୍ରଦାୟକୁ ଏକ ସକ୍ଷମ, ବିଶ୍ୱସନୀୟ ଏବଂ ଭବିଷ୍ୟତ-ମୁଖୀ ସହଭାଗୀତା ଗଠନ ପାଇଁ ଆମନ୍ତ୍ରଣ କରେ। ଉଦ୍ଯୋଗପତିମାନେ ଏହି ଏଫଟିଏରୁ ସୃଷ୍ଟି ହେଉଥିବା ସୁଯୋଗକୁ ପୂର୍ଣ୍ଣ ଭାବରେ ବ୍ୟବହାର କରିବେ।

ଶ୍ରୀ ମୋଦୀ ପ୍ରକାଶ କରିଥିଲେ ଯେ ଭାରତ ଏବଂ ୟୁରୋପୀୟ ସଂଘର ଅନେକ ପ୍ରାଥମିକତା ଅଛି ଯାହା ବ୍ୟବସାୟିକ ସହଭାଗୀତାକୁ ଲାଭଦାୟକ କରିପାରିବ। ସେ ତିନୋଟି ପ୍ରମୁଖ ପ୍ରାଥମିକତା ଉଲ୍ଲେଖ କରିଥିଲେ: ପ୍ରଥମତଃ, ଏକ ବିଶ୍ୱ ଯେଉଁଠାରେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ଅସ୍ତ୍ର କରାଯାଉଛି, ସେଠାରେ ମିଳିତ ଭାବରେ ନିର୍ଭରଶୀଳତାକୁ ଦୂର କରି ବିପଦମୁକ୍ତ ହେବାର ଆବଶ୍ୟକତା ଅଛି। ବ୍ୟବସାୟ ସମ୍ପ୍ରଦାୟ ଇଭି, ବ୍ୟାଟେରୀ, ଚିପ୍ସ ଏବଂ ଏପିଆଇରେ ବାହ୍ୟ ନିର୍ଭରଶୀଳତାକୁ ହ୍ରାସ କରି ଏକ  ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳ ପାଇଁ ଏକ ସହଭାଗୀ ବିକଳ୍ପ ସୃଷ୍ଟି କରିପାରିବେ କି ବୋଲି ସେ ପ୍ରଶ୍ନ କରିଥିଲେ।  ଦ୍ୱିତୀୟତଃ, ସେ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ୟୁରୋପୀୟ ସଂଘ ଉଭୟ ପ୍ରତିରକ୍ଷା ଶିଳ୍ପ ଏବଂ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ ଦେଉଛନ୍ତି, ଏବଂ ପ୍ରତିରକ୍ଷା, ମହାକାଶ, ଟେଲିକମ୍ ଏବଂ ଏଆଇରେ ଅଧିକ ସହଯୋଗ ପାଇଁ ଆହ୍ୱାନ କରିଥିଲେ। ତୃତୀୟତଃ, ଏକ ସ୍ୱଚ୍ଛ ଏବଂ ସ୍ଥାୟୀ ଭବିଷ୍ୟତ ଉଭୟ ପକ୍ଷ ପାଇଁ ପ୍ରାଥମିକତା ବୋଲି ସେ କହିଥିଲେ। ଏହା ସହିତ ସେ ସବୁଜ ହାଇଡ୍ରୋଜେନ୍, ସୌର ଶକ୍ତି ଏବଂ ସ୍ମାର୍ଟ ଗ୍ରୀଡ୍ ରେ ମିଳିତ ଗବେଷଣା ଏବଂ ନିବେଶ ପାଇଁ ଆହ୍ୱାନ କରିଥିଲେ। ଶିଳ୍ପଗୁଡ଼ିକ ଜଳ ପରିଚାଳନା, ବୃତ୍ତାକାର ଅର୍ଥନୀତି ଏବଂ ସ୍ଥାୟୀ କୃଷିରେ ସମାଧାନ ବିକାଶ କରିବା ସହିତ କ୍ଷୁଦ୍ର ମଡ୍ୟୁଲାର୍ ରିଆକ୍ଟର ଏବଂ ସ୍ଥାୟୀ ଗତିଶୀଳତା ଉପରେ ମଧ୍ୟ ଏକାଠି କାମ କରିବା ଉଚିତ ବୋଲି ଶ୍ରୀ ମୋଦୀ କହିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର ଐତିହାସିକ ନିଷ୍ପତ୍ତି ପରେ, ବର୍ତ୍ତମାନ ବ୍ୟବସାୟ ସମ୍ପ୍ରଦାୟ ଉପରେ ଏକ ବିଶେଷ ଦାୟିତ୍ୱ ରହିଛି। “ଏବେ ପରବର୍ତ୍ତୀ ପଦକ୍ଷେପ ବ୍ୟବସାୟ ସମ୍ପ୍ରଦାୟ ଦ୍ୱାରା ନିଆଯିବା ଆବଶ୍ୟକ, କାରଣ "ବଲ ଏବେ ଆପଣଙ୍କ କୋର୍ଟରେ ଅଛି" ସେ କହିଥିଲେ। କେବଳ ପାରସ୍ପରିକ ସହଯୋଗ ମାଧ୍ୟମରେ ଏହି ସହଭାଗୀତା ଭରସା, ପହଞ୍ଚ ଏବଂ ପରିମାଣ ହାସଲ କରିପାରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସାମୂହିକ ପ୍ରୟାସ ଦ୍ୱାରା ସହଭାଗୀ ସମୃଦ୍ଧି ହାସଲ କରାଯାଇପାରିବ। ନିଜ ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିଜ ନିଜର ସାମର୍ଥ୍ୟକୁ ଏକାଠି କରିବାକୁ ଏବଂ ସମଗ୍ର ବିଶ୍ୱ ପାଇଁ ଅଭିବୃଦ୍ଧିର ଡବଲ ଇଞ୍ଜିନ ହେବାକୁ ଆହ୍ୱାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୟୁରୋପୀୟ କମିଶନ ଅଧ୍ୟକ୍ଷା ସୁଶ୍ରୀ ଉର୍ସୁଲା ଭନ୍ ଡେର୍ ଲେଏନ୍ ଏବଂ ଭାରତୀୟ ଏବଂ ୟୁରୋପୀୟ ବ୍ୟବସାୟ ମୁଖ୍ୟମାନେ ଉପସ୍ଥିତ ଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre allows 100% FDI in insurance via auto route

Media Coverage

Centre allows 100% FDI in insurance via auto route
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Dr. R. Balasubramaniam Ji and Dr. Joram Aniya Ji on being appointed as Full-time Members of NITI Aayog
May 02, 2026

Prime Minister Shri Narendra Modi has congratulated Dr. R. Balasubramaniam Ji and Dr. Joram Aniya Ji on being appointed as Full-time Members of NITI Aayog.

The Prime Minister noted that their rich experience and deep understanding of various issues will greatly strengthen policymaking. Shri Modi expressed confidence that their contributions will help drive innovation and growth across sectors. He also wished them a very productive and impactful tenure ahead.

The Prime Minister posted on X:

"Congratulations to Dr. R. Balasubramaniam Ji and Dr. Joram Aniya Ji on being appointed as Full-time Members of NITI Aayog. Their rich experience and deep understanding of various issues will greatly strengthen policy making. I am confident their contributions will help drive innovation and growth across sectors. Wishing them a very productive and impactful tenure ahead."