ଭାରତ-ୟୁରୋପୀୟ ସଂଘ ସମ୍ପର୍କ ସମନ୍ବୟର ଏକ ନୂତନ ଯୁଗରେ ପ୍ରବେଶ କରିଛି: ପ୍ରଧାନମନ୍ତ୍ରୀ
ଐତିହାସିକ ଭାରତ- ୟୁରୋପୀୟ ସଂଘ ଏଫଟିଏ ଶ୍ରମ-କୈନ୍ଦ୍ରିକ ଉତ୍ପାଦ ପାଇଁ ବଜାର ସଂଯୋଗ ଖୋଲିଛି: ପ୍ରଧାନମନ୍ତ୍ରୀ
ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ବିସ୍ତାର କରିବା ନିମନ୍ତେ 'ସମଗ୍ର ସମାଜ' ସହଭାଗୀତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ଭାରତ-ୟୁରୋପୀୟ ସଂଘ ବିଶ୍ୱ ଅଭିବୃଦ୍ଧି ପାଇଁ ଡବଲ ଇଞ୍ଜିନ ହେବା ଉଚିତ: ପ୍ରଧାନମନ୍ତ୍ରୀ

ମହାମହିମ

ସଭାପତି ମହୋଦୟା, ଭାରତର ବ୍ୟାବସାୟିକ ନେତୃବୃନ୍ଦ, ସମସ୍ତଙ୍କୁ ମୋର ଶୁଭାଭିବାଦନ । ଭାରତ-ୟୁରୋପିଆନ ୟୁନିଅନ ବିଜିନେସ ଫୋରମରେ ଅଂଶଗ୍ରହଣ କରି ମୁଁ ବେଶ ଆନନ୍ଦିତ । ୟୁରୋପିଆନ ୟୁନିଅନ କାଉନସିଲର ସଭାପତି ଓ କମିଶନଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ କେବଳ ଏକ ମାମୁଲି କୂଟନୈତିକ ଗସ୍ତ ନୁହେଁ ବରଂ ଭାରତ ଓ ୟୁରୋପିଆନ ୟୁନିଅନ ଭିତରେ ଗଢି ଉଠିଥିବା ସମ୍ପର୍କର ଏକ ନୂଆ ଅଧ୍ୟାୟ । ଭାରତର ସାଧାରଣତନ୍ତ୍ର ଦିବସରେ ପ୍ରଥମଥର ପାଇଁ ୟୁରୋପିଆନ ୟୁନିଅନ ନେତୃବୃନ୍ଦ ମୁଖ୍ୟ ଅତିଥି ହେବା, ଭାରତର ଇତିହାସରେ ଭାରତ-ୟୁରୋପିଆନ ୟୁନିଅନ ଭିତରେ ରହିଥିବା ବୃହତ ଏଫଟିଏର ଉପସଂହାର ଏବଂ ଅନେକ ସିଇଓଙ୍କୁ ନେଇ ବଡ ଆକାରରେ ଅନୁଷ୍ଠିତ ହେଉଥିବା ଭାରତ-ୟୁରୋପିଆନ ୟୁନିଅନ ବିଜିନେସ ଫୋରମ ପରି ସଫଳତା ବିଶ୍ୱର ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭିତରେ ରହିଥିବା ଅଭୂତପୂର୍ବ ସାମଞ୍ଜସ୍ୟର ପ୍ରତୀକ ।

 

ବନ୍ଧୁଗଣ,

ଏହି ସାମଞ୍ଜସ୍ୟ କେବଳ ଆକସ୍ମିକ ନୁହେଁ, ବରଂ ବଜାର ଅର୍ଥନୀତି ହିସାବରେ ବିଭିନ୍ନ ମୂଲ୍ୟବୋଧକୁ ଆମେ ସେୟାର କରିଥାଉ । ବୈଶ୍ୱିକ ସ୍ଥିରତା ଲାଗି ବିଭିନ୍ନ ପ୍ରାଥମିକତାକୁ ଆମେ ସେୟାର କରିଥାଉ । ମୁକ୍ତ ସମାଜ ହିସାବରେ ଆମ ନାଗରିକମାନଙ୍କ ଭିତରେ ଏକ ପ୍ରାକୃତିକ ଯୋଗସୂତ୍ର ରହିଛି । ଏହି ସଶକ୍ତ ପୃଷ୍ଠଭୂମିରେ ଆମ ଭିତରେ ରହିଥିବା ସହଭାଗିତାକୁ ଆମେ ନୂଆ ଶିଖରକୁ ନେଇଛୁ । ଏହି ସହଭାଗିତାକୁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ସହଭାଗିତା ହିସାବରେ ଆମେ ପ୍ରତିଷ୍ଠା କରିପାରିଛୁ । ଏହାର ପ୍ରଭାବ ସ୍ପଷ୍ଟ ଭାବରେ ଆମକୁ ଦେଖାଯାଉଛି । ଗତ ଦଶ ବର୍ଷ ଭିତରେ ୧୮୦ ବିଲିୟନ ୟୁରୋରେ ପହଂଚି ଆମ ବାଣିଜ୍ୟିକ କାରବାର ଦ୍ୱିଗୁଣା ହୋଇପାରିଛି । ଭାରତରେ ଛଅ ହଜାରରୁ ଊର୍ଦ୍ଧ୍ୱ ୟୁରୋପୀୟ କମ୍ପାନୀ କାମ କରୁଛନ୍ତି । ୟୁରୋପିଆନ ୟୁନିଅନ ପକ୍ଷରୁ ଭାରତରେ ୧୨୦ ବିଲିୟନ ୟୁରୋରୁ ଅଧିକ ପୁଞ୍ଜି ବିନିଯୋଗ କରାଯାଇଛି । ୟୁରୋପିଆନ ୟୁନିୟନରେ ପ୍ରାୟ ଦେଢ ହଜାର ଭାରତୀୟ କମ୍ପାନୀ ଉପସ୍ଥିତ ଅଛନ୍ତି । ପାଖାପାଖି ୪୦ ବିଲିୟନ ୟୁରୋରେ ଭାରତୀୟ ପୁଞ୍ଜି ବିନିଯୋଗ ପହଂଚିଛି । ରାସ୍ତା ଓ ପୂର୍ତ, ମାନୁଫାକଚରିଂ ଓ ସେବା ପରି ବିଭିନ୍ନ କ୍ଷେତ୍ରରେ ଭାରତ ଓ ୟୁରୋପିଆନ ୟୁନିୟନ ଭିତରେ ସମ୍ପର୍କ ଗଭୀରତର ହୋଇପାରିଛି । ଆପଣମାନଙ୍କ ପରି ବ୍ୟାବସାୟିକ ନେତୃତ୍ୱ ଉଭୟ କାରକ ଓ ଏହାର ଉପଭୋକ୍ତା ।

ବନ୍ଧୁଗଣ,

ଏହି ସହଭାଗିତାକୁ ଏକ ସାମାଜିକ ସମୁଦାୟ ସହଭାଗିତାରେ ପରିଣତ କରିବାର ଏବେ ସମୟ ଆସିଛି । ଏହି ଚିନ୍ତାଧାରା ସହ ଏକ ସମ୍ପୂର୍ଣ୍ଣ ଏଫଟିଏରେ ଆମେ ଏହାକୁ ପରିଣତ କରିପାରିଛେ । ଏହା ମାଧ୍ୟମରେ ଭାରତୀୟ ଶ୍ରମିକଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟ ଏବେ ୟୁରୋପିଆନ ୟୁନିୟନ ବଜାରକୁ ପ୍ରବେଶ କରିପାରିଛି । ଏହା ଅଧୀନରେ ବୟନଶିଳ୍ପ, ଜୁଏଲାରୀ, ଅଟୋ ପାର୍ଟସ, ଇଞ୍ଜିନିୟରିଂ ଉତ୍ପାଦ ପରି ବିଭିନ୍ନ ଜିନିଷ ରହିଛି । ଫଳ, ପରିବା, ପ୍ରସ୍ତୁତ ଖାଦ୍ୟ, ସାମୁଦ୍ରିକ ଉତ୍ପାଦ ପରି ବିଭିନ୍ନ ଜିନିଷ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି । କୃଷି, ମତ୍ସ୍ୟଚାଷ, ସେବା ପରି ବିଭିନ୍ନ କ୍ଷେତ୍ରରେ ଏହାର ସିଧା ସୁଫଳ ମିଳିପାରିବ । ବିଶେଷ ଭାବରେ ଆଇଟି, ଶିକ୍ଷା, ଔଷଧ, ବ୍ୟାବସାୟିକ ସେବା ପରି କ୍ଷେତ୍ର ଏହା ଦ୍ୱାରା ଉପକୃତ ହୋଇପାରିବେ ।

 

ବନ୍ଧୁଗଣ,  

ବୈଶ୍ୱିକ ବ୍ୟବସାୟ କ୍ଷେତ୍ରରେ ଏବେ ଅସ୍ଥିରତା ସୃଷ୍ଟି ହୋଇଛି । ପ୍ରତି କମ୍ପାନୀ ନିଜ ନିଜର ସହଭାଗିତା ଓ ବଜାର ରଣକୌଶଳ ନୂଆ ଭାବରେ ଦେଖିବା ଆରମ୍ଭ କଲେଣି । ଏପରି ଏକ ସମୟରେ ସାରା ବିଶ୍ୱ ପାଇଁ ଏଫଟିଏ ଏକ ସ୍ୱଚ୍ଛ ଓ ସକରାତ୍ମକ ବାର୍ତା ଦେଉଛି । ଏକ ଦକ୍ଷ, ନିର୍ଭର ଯୋଗ୍ୟ, ଭବିଷ୍ୟ ସହଭାଗିତା ପାଇଁ ଉଭୟ ପକ୍ଷର ବ୍ୟବସାୟୀ ସମୁଦାୟ ପାଇଁ ଏହା ଏକ ନିମନ୍ତ୍ରଣ । ଆପଣମାନେ ଏହି ଏଫଟିଏର ଭରପୂର ସୁଯୋଗ ନେବା ପାଇଁ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ।

ବନ୍ଧୁଗଣ,

ବିଭିନ୍ନ ପ୍ରାଥମିକତା ଆଧାରରେ ଭାରତ ଓ ୟୁରୋପିଆନ ୟୁନିୟନ ଏହାର ସୁଫଳ ପାଇପାରିବେ । ଏହି ପରିପ୍ରେକ୍ଷୀରେ ମୁଁ ତିନିଟି ପ୍ରାଥମିକତା ସମ୍ପର୍କରେ ଆଲୋଚନା କରିବି । ପ୍ରଥମତଃ ଆଜିର ବିଶ୍ୱରେ ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା, ବିରଳ ଖଣିଜ ପଦାର୍ଥକୁ ଅସ୍ତ୍ରଶସ୍ତ୍ରର ରୂପ ଦିଆଯାଉଛି । ଏକାଠି କାମ କରି ଏହି ନିର୍ଭରଶୀଳତାକୁ ଆମେ ମୁକ୍ତ କରିବା ଉଚିତ । ଇଭି, ବ୍ୟାଟେରୀ, ଚିପ, ଏପିଆଇ ଉପରେ ରହିଥିବା ବାହ୍ୟ ନିର୍ଭରଶୀଳତାକୁ ଆମ ବ୍ୟବସାୟୀ ସମୁଦାୟ ହଟାଇପାରିବେ କି । ଏହି ନିର୍ଭରଶୀଳ ସପ୍ଲାଏ ଚେନର ବିକଳ୍ପ ଆମେ ତିଆରି କରିପାରିବା କି । ଦ୍ୱିତୀୟରେ ପ୍ରତିରକ୍ଷା ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା ଉପରେ ଉଭୟ ଭାରତ ଓ ୟୁରୋପିଆନ ୟୁନିୟନର ଫୋକସ ରହିଛି । ପ୍ରତିରକ୍ଷା, ମହାକାଶ, ଟେଲିକମ, ଏଆଇ ପରି ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି କରିବାକୁ ମୁଁ ଆଗ୍ରହ ପ୍ରକାଶ କରିବି । ତୃତୀୟରେ ଏକ ସ୍ୱଚ୍ଛ ଓ ସୂଦରପ୍ରସାରୀ ଭବିଷ୍ୟତ ପାଇଁ ଉଭୟ ପ୍ରତିବଦ୍ଧ । ଗ୍ରୀନ ହାଇଡ୍ରୋଜେନଠାରୁ ଆରମ୍ଭ କରି ସୌରଶକ୍ତି, ସ୍ମାର୍ଟ ଗ୍ରୀଡ ଯାଏ ମିଳିତ ଗବେଷଣା ଓ ପୁଞ୍ଜି ବିନିଯୋଗକୁ ଆମେ ବଢାଇବା ଉଚିତ । କ୍ଷୁଦ୍ର ମଡୁଲାର ରିଆକ୍ଟର ଉପରେ ଉଭୟ ଶିଳ୍ପ କାମ କରିବା ଉଚିତ । ଏହାସହ ପ୍ରତିଟି କ୍ଷେତ୍ରରେ ଜଳ ପରିଚାଳନା, ସର୍କୁଲାର ଅର୍ଥନୀତି, କୃଷି ଉପରେ ଆମେ ସମାଧାନ ବାହାର କରିବା ଉଚିତ ।

 

ବନ୍ଧୁଗଣ,

ଆଜିର ଐତିହାସିକ ନିଷ୍ପତି ପରେ ଆମ ସମସ୍ତଙ୍କ ଉପରେ ଏକ ସ୍ୱତନ୍ତ୍ର ଦାୟିତ୍ୱସମ୍ପନ୍ନତା ବୃଦ୍ଧି ପାଇଛି । ଏହା ପରେ ଆମ ବ୍ୟବସାୟୀ ଗୋଷ୍ଠୀ ପରବର୍ତୀ ପଦକ୍ଷେପ ନେବେ । ପାରସ୍ପରିକ ସହଯୋଗକ୍ରମେ ଆମ ସହଭାଗିତା ଆସ୍ଥା ଭାଜନ ହେବା ସହ ପ୍ରସାରିତ ହୋଇପାରିବ । ଆପଣମାନଙ୍କ ଉଦ୍ୟମରେ ଆମେ ସମୃଦ୍ଧିକୁ ଛୁଇଁପାରିବା । ଆମେ ଆମର ଦାୟିତ୍ୱସମ୍ପନ୍ନତା ପ୍ରତି ସଜାଗ ରହି ସାରା ବିଶ୍ୱ ପାଇଁ ବିକାଶର ଡବଲ ଇଞ୍ଜିନ ହୋଇପାରିବା ।

ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM announces exam reform task force, Infosys co-founder Nandan Nilekani to lead

Media Coverage

PM announces exam reform task force, Infosys co-founder Nandan Nilekani to lead
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights noble character as the foundation of respect, trust, and effective leadership
July 27, 2026

Prime Minister Shri Narendra Modi shared a Sanskrit Subhashitam today, highlighting how a person of noble character earns respect in society and is regarded as worthy of every responsibility.

The Prime Minister wrote on X;

"शीलवान् पूजितो लोके शीलवान् साधुसम्मतः।

शीलवान् सर्वकर्मार्हः शीलवान् प्रियदर्शनः॥"

A person of noble character earns respect in society and the esteem of the virtuous. Through integrity, humility and disciplined conduct, such an individual is regarded as worthy of every responsibility. Their personality is admirable, inspiring and worthy of emulation. In truth, noble character is the true foundation of lasting success, effective leadership, and enduring trust.