“ସର୍ବୋଚ୍ଚ ନ୍ୟାୟାଳୟ ଭାରତର ଜୀବନ୍ତ ଗଣତନ୍ତ୍ରକୁ ସୁଦୃଢ଼ କରିଛନ୍ତି”
“ଆଜିର ଭାରତର ଅର୍ଥନୀତି ଆସନ୍ତାକାଲିର ଉଜ୍ଜ୍ୱଳ ଭାରତର ଆଧାର ହେବ”
“ଆଜି ଭାରତରେ ଯେଉଁ ଆଇନ ପ୍ରଣୟନ ହେଉଛି , ତାହା ଆସନ୍ତାକାଲିର ଉଜ୍ଜ୍ୱଳ ଭାରତକୁ ଆହୁରି ସୁଦୃଢ଼ କରିବ”
"ନ୍ୟାୟ ଲାଭର ସହଜତା ହେଉଛି ପ୍ରତ୍ୟେକ ଭାରତୀୟ ନାଗରିକର ଅଧିକାର ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ହେଉଛନ୍ତି ଏହାର ମାଧ୍ୟମ"
"ଦେଶରେ ନ୍ୟାୟ ଲାଭ କରିବାର ସହଜତାରେ ଉନ୍ନତି ଆଣିବା ପାଇଁ ପ୍ରଧାନ ବିଚାରପତିଙ୍କ ପ୍ରୟାସ ଗୁଡିକୁ ମୁଁ ପ୍ରଶଂସା କରୁଛି
“ଦେଶର ଅଦାଲତ ଗୁଡିକର ଭୌତିକ ଭିତ୍ତିଭୂମି ପାଇଁ ୨୦୧୪ ମସିହା ପରେ ୭୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି”
“ସୁପ୍ରିମ୍ କୋର୍ଟ ବିଲ୍ଡିଂ କମ୍ପ୍ଳେକ୍ସ ସମ୍ପ୍ରସାରଣ ପାଇଁ ଗତ ସପ୍ତାହରେ ୮୦୦ କୋଟି ଟଙ୍କା ମଞ୍ଜୁର ହୋଇଛି”
"ଏକ ସୁଦୃଢ଼ ନ୍ୟାୟିକ ବ୍ୟବସ୍ଥା ହେଉଛି ଏକ ବିକଶିତ ଭାରତର ମୁଖ୍ୟ ଭିତ୍ତିଭୂମି"
"ଇ- କୋର୍ଟ ମିଶନ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟରେ ଦ୍ୱିତୀୟ ପର୍ଯ୍ୟାୟ ତୁଳନାରେ ୪ ଗୁଣ ଅଧିକ ପାଣ୍ଠି ରହିବ"
“ସାମ୍ପ୍ରତିକ ପରିସ୍ଥିତି ଏବଂ ସର୍ବୋତ୍ତମ ଅଭ୍ୟାସ ସହିତ ତାଳମେଳ ରକ୍ଷା
ସେ ନାଗରିକ - କୈନ୍ଦ୍ରିକ ସୂଚନା ଓ ପ୍ରଯୁକ୍ତି ସମ୍ବନ୍ଧୀୟ ପଦକ୍ଷେପ, ଯଥା : ଡିଜିଟାଲ୍ ସୁପ୍ରିମ୍ କୋର୍ଟ ରିପୋର୍ଟ (ଡିଜି ଏସ୍‌ସିଆର୍‌), ଡିଜିଟାଲ୍ କୋର୍ଟ ୨.୦ ଏବଂ ସୁପ୍ରିମ୍ କୋର୍ଟର ଏକ ନୂଆ ୱେବସାଇଟ୍‌ର ଶୁଭାରମ୍ଭ କରିଥିଲେ ।
ଦେଶର ସମସ୍ତ ଅଦାଲତର ଡିଜିଟାଲୀକରଣ ଉପରେ ନିଜେ ପ୍ରଧାନ ବିଚାରପତି ନଜର ରଖିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ଏବଂ ତାଙ୍କ ପ୍ରୟାସ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ଏମ୍ ଫାତିମା ବିୱିଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ପ୍ରଦାନ କରାଯାଉଥିବା କଥା ଉଲ୍ଲେଖ କରିଥିଲେ ଏବଂ ଏହି ସୁଯୋଗ ପାଇଁ ଗର୍ବ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାନୁଆରୀ ୨୮ ତାରିଖରେ ଦିଲ୍ଲୀର ସର୍ବୋଚ୍ଚ ନ୍ୟାୟାଳୟ ଅଡିଟୋରିୟମରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି । ସେ ନାଗରିକ - କୈନ୍ଦ୍ରିକ ସୂଚନା ଓ ପ୍ରଯୁକ୍ତି ସମ୍ବନ୍ଧୀୟ ପଦକ୍ଷେପ, ଯଥା : ଡିଜିଟାଲ୍ ସୁପ୍ରିମ୍ କୋର୍ଟ ରିପୋର୍ଟ (ଡିଜି ଏସ୍‌ସିଆର୍‌), ଡିଜିଟାଲ୍ କୋର୍ଟ ୨.୦ ଏବଂ ସୁପ୍ରିମ୍ କୋର୍ଟର ଏକ ନୂଆ ୱେବସାଇଟ୍‌ର ଶୁଭାରମ୍ଭ କରିଥିଲେ ।

ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏହାର ୭୫ତମ ବର୍ଷ ଆରମ୍ଭ କରୁଥିବା ବେଳେ ଉପସ୍ଥିତ ଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଦୁଇ ଦିନ ତଳେ ଭାରତୀୟ ସମ୍ବିଧାନ ୭୫ତମ ବର୍ଷରେ ପ୍ରବେଶ କରିଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ । 

 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସମ୍ବିଧାନ ନିର୍ମାତାମାନେ ସ୍ୱାଧୀନତା, ସମାନତା ଏବଂ ନ୍ୟାୟ ଉପରେ ଆଧାରିତ ଏକ ସ୍ୱାଧୀନ ଭାରତର ସ୍ୱପ୍ନ ଦେଖିଛନ୍ତି ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଏହି ନୀତିଗୁଡ଼ିକୁ ରକ୍ଷା କରିବାକୁ ନିରନ୍ତର ଚେଷ୍ଟା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଭିବ୍ୟକ୍ତିର ସ୍ୱାଧୀନତା ହେଉ, ବ୍ୟକ୍ତିଗତ ସ୍ୱାଧୀନତା ହେଉ କିମ୍ବା ସାମାଜିକ ନ୍ୟାୟ, ସର୍ବୋଚ୍ଚ ନ୍ୟାୟାଳୟ ଭାରତର ସ୍ଫୁର୍ତ୍ତିଶୀଳ ଗଣତନ୍ତ୍ରକୁ ସୁଦୃଢ଼ କରିଛନ୍ତି । ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଅଧିକାର ଏବଂ ବାକ୍ ସ୍ୱାଧୀନତା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ, ଯାହା ଦେଶର ସାମାଜିକ - ରାଜନୈତିକ ପରିବେଶକୁ ଏକ ନୂତନ ଦିଗ ଦେଇଛି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । 

ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ପ୍ରତ୍ୟେକ ଶାଖା ପାଇଁ ଆଗାମୀ ୨୫ ବର୍ଷ ନିମନ୍ତେ ଲକ୍ଷ୍ୟର ମାନଦଣ୍ଡକୁ ଦୋହରାଇ ଥିଲେ ଏବଂ କହିଥିଲେ ଯେ ଆଜିର ଅର୍ଥନୈତିକ ନୀତି ଆସନ୍ତାକାଲିର ସ୍ଫୁର୍ତ୍ତିଶୀଳ ଭାରତର ଆଧାର ହେବ । ଆଜି ଯେଉଁ ଆଇନ ପ୍ରଣୟନ କରାଯାଉଛି , ତାହା ଭାରତର ଉଜ୍ଜ୍ୱଳ ଭବିଷ୍ୟତକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହିଥିଲେ । 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଭୂ - ରାଜନୀତିର ପରିବର୍ତ୍ତିତ ଦୃଶ୍ୟପଟ୍ଟ ମଧ୍ୟରେ , ବିଶ୍ୱର ନଜର ଭାରତ ଉପରେ ରହିଛି ଏବଂ ଏହାର ବିଶ୍ୱାସ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଆମ ମାର୍ଗରେ ଆସୁଥିବା ସମସ୍ତ ସୁଯୋଗର ଲାଭ ଉଠାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ସହଜ ଜୀବନଧାରଣ, ବ୍ୟବସାୟ କରିବାରେ ସହଜତା, ଭ୍ରମଣ, ଯୋଗାଯୋଗ ଏବଂ ନ୍ୟାୟର ସହଜତାକୁ ଦେଶର ସର୍ବୋଚ୍ଚ ପ୍ରାଥମିକତା ବୋଲି ଉଲ୍ଲେଖ କରିଥିଲେ । "ନ୍ୟାୟର ସହଜତା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଅଧିକାର ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ହେଉଛନ୍ତି ଏହାର ମାଧ୍ୟମ" ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି ।

ଦେଶର ସମଗ୍ର ନ୍ୟାୟ ବ୍ୟବସ୍ଥା ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ପରିଚାଳିତ ଏବଂ ନିର୍ଦ୍ଦେଶିତ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଦୁର୍ଗମ ଅଞ୍ଚଳରେ ଉପଲବ୍ଧ କରାଇବା ଦିଗରେ ସରକାରଙ୍କ ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଇ - କୋର୍ଟ ମିଶନ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟକୁ ସ୍ୱୀକୃତି ଦେବା ବିଷୟରେ ଉଲ୍ଲେଖ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ତୁଳନାରେ ତୃତୀୟ ପର୍ଯ୍ୟାୟ ପାଇଁ ପାଣ୍ଠି ଆବଣ୍ଟନ ୪ ଗୁଣ ଅଧିକ ବୃଦ୍ଧି କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ଦେଶର ସମସ୍ତ ଅଦାଲତର ଡିଜିଟାଲୀକରଣ ଉପରେ ନିଜେ ପ୍ରଧାନ ବିଚାରପତି ନଜର ରଖିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ଏବଂ ତାଙ୍କ ପ୍ରୟାସ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଅଦାଲତର ଭୌତିକ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ , ୨୦୧୪ ପରେ ଏଥିପାଇଁ ୭୦୦୦ କୋଟିରୁ ଅଧିକ ଟଙ୍କା ଅନୁଦାନ ଦିଆଯାଇଛି । ବର୍ତ୍ତମାନର ସର୍ବୋଚ୍ଚ ନ୍ୟାୟାଳୟର ଗୃହକୁ ନେଇ ଯେଉଁ ସମସ୍ୟା ରହିଥିଲା ତାହା ସ୍ୱୀକାର କରି ପ୍ରଧାନମନ୍ତ୍ରୀ ମୋଦୀ ଗତ ସପ୍ତାହରେ ସର୍ବୋଚ୍ଚ ନ୍ୟାୟାଳୟର ବିଲ୍ଡିଂ କମ୍ପ୍ଳେକ୍ସର ସମ୍ପ୍ରସାରଣ ପାଇଁ ୮୦୦ କୋଟି ଟଙ୍କା ଅନୁମୋଦନ ବିଷୟରେ ଉପସ୍ଥିତ ଜନତାଙ୍କୁ ସୂଚନା ଦେଇଥିଲେ । 

 

ଆଜି ଶୁଭାରମ୍ଭ ହୋଇଥିବା ସର୍ବୋଚ୍ଚ ନ୍ୟାୟାଳୟର ଡିଜିଟାଲ୍ ପଦକ୍ଷେପ ସମ୍ପର୍କରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ରାୟ ଗୁଡ଼ିକୁ ଡିଜିଟାଲ ଫର୍ମାଟରେ ଉପଲବ୍ଧ କରାଇବା ଏବଂ ସ୍ଥାନୀୟ ଭାଷାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଅନୁବାଦ ପ୍ରକଳ୍ପ ଆରମ୍ଭ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଦେଶର ଅନ୍ୟ ଅଦାଲତରେ ମଧ୍ୟ ସମାନ ବ୍ୟବସ୍ଥା ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । 

ଆଜିର ଏହି ଅବସର ବୈଷୟିକ ଜ୍ଞାନକୌଶଳ ସହଜ ନ୍ୟାୟ କ୍ଷେତ୍ରରେ ସହାୟକ ହେବାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏଆଇ ସାହାଯ୍ୟରେ ତାଙ୍କ ଅଭିଭାଷଣକୁ ବାସ୍ତବ ସମୟରେ ଇଂରାଜୀରେ ଅନୁବାଦ କରାଯାଉଛି ଏବଂ ଏହା ଭାଷିଣୀ ଆପ୍ ମାଧ୍ୟମରେ ମଧ୍ୟ ଶୁଣାଯାଇପାରିବ । ସେ କହିଛନ୍ତି ଯେ ପ୍ରାରମ୍ଭରେ କିଛି ସମସ୍ୟା ଉପୁଜିପାରେ କିନ୍ତୁ ଏହା ଟେକ୍ନୋଲୋଜି ବ୍ୟବହାରର ଦିଗନ୍ତକୁ ମଧ୍ୟ ବିସ୍ତାର କରେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏପରିକି ଆମ କୋର୍ଟ ଗୁଡିକରେ ମଧ୍ୟ ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ସମାନ ଜ୍ଞାନକୌଶଳ କାର୍ଯ୍ୟକାରୀ କରାଯାଇପାରିବ । ଲୋକମାନଙ୍କୁ ଭଲ ଭାବରେ ବୁଝିବା ପାଇଁ ସରଳ ଭାଷାରେ ଆଇନ ପ୍ରସ୍ତୁତ କରିବା ନିମନ୍ତେ ତାଙ୍କର ପରାମର୍ଶକୁ ମନେ ପକାଇ ଶ୍ରୀ ମୋଦୀ ଅଦାଲତର ରାୟ ଏବଂ ଆଦେଶ ପ୍ରସ୍ତୁତ କରିବାରେ ସମାନ ଆଭିମୁଖ୍ୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । 

ଆମର ଆଇନଗତ ଢାଞ୍ଚାରେ ଭାରତୀୟ ମୂଲ୍ୟବୋଧ ଏବଂ ଆଧୁନିକତାର ସାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ଭାରତୀୟ ନୀତି ଏବଂ ସମସାମୟିକ ଅଭ୍ୟାସକୁ ପ୍ରତିଫଳିତ କରିବା ପାଇଁ ଆମ ଆଇନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଭାରତୀୟ ମୂଲ୍ୟବୋଧ ଓ ଆଧୁନିକତାର ସମନ୍ୱୟ ଆମ ନିୟମ ଆଧାରିତ ଆଇନରେ ସମାନ ଭାବରେ ଜରୁରୀ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତି ଏବଂ ସର୍ବୋତ୍ତମ ଅଭ୍ୟାସ ସହିତ ତାଳମେଳ ରକ୍ଷା କରିବା ପାଇଁ ସରକାର ଆଇନର ଆଧୁନିକୀକରଣ ଉପରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି । 

 

ପୁରୁଣା ଔପନିବେଶିକ ଅପରାଧିକ ଆଇନକୁ ଉଚ୍ଛେଦ କରିବା ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଭଳି ନୂତନ ଆଇନ ପ୍ରଣୟନ ଦିଗରେ ସରକାରଙ୍କ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ । ଏହି ପରିବର୍ତ୍ତନ ମାଧ୍ୟମରେ ଆମର ଆଇନ, ପୁଲିସ ଓ ଅନୁସନ୍ଧାନ ବ୍ୟବସ୍ଥା ଏକ ନୂଆ ଯୁଗରେ ପ୍ରବେଶ କରିଛି । ଶହ ଶହ ବର୍ଷ ପୁରୁଣା ଆଇନରୁ ନୂଆ ଆଇନରେ ପରିଣତ ହେବାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପୁରୁଣା ଆଇନକୁ ନୂଆ ଆଇନକୁ ପରିବର୍ତ୍ତନ ନିରବଚ୍ଛିନ୍ନ ହେବା ଦରକାର, ଯାହା ଜରୁରୀ ଅଟେ । ଏହି ପରିପ୍ରେକ୍ଷୀରେ ସେ ସରକାରୀ ଅଧିକାରୀ ମାନଙ୍କ ପାଇଁ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ପଦକ୍ଷେପ ଆରମ୍ଭ କରିବା ବିଷୟରେ ଉଲ୍ଲେଖ କରିଥିଲେ । ସମସ୍ତ ଅଂଶୀଦାର ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ବିକଶିତ ଭାରତର ମୂଳଦୁଆ ଭାବରେ ଏକ ସୁଦୃଢ଼ ନ୍ୟାୟ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଜନ ବିଶ୍ୱାସ ବିଲ୍ ପ୍ରଣୟନକୁ ସଠିକ ଦିଗରେ ଏକ ପଦକ୍ଷେପ ବୋଲି ଦର୍ଶାଇ ଏକ ନିର୍ଭରଯୋଗ୍ୟ ଆଇନଗତ ଢାଞ୍ଚା ସୃଷ୍ଟି କରିବା ନିମନ୍ତେ ସରକାରଙ୍କ ନିରନ୍ତର ପ୍ରୟାସ ଉପରେ ସେ ଆଲୋକପାତ କରିବା ସହ ବିଚାରାଧୀନ ମାମଲା ସଂଖ୍ୟାକୁ ମଧ୍ୟ ହ୍ରାସ କରିବା ସହ ନ୍ୟାୟପାଳିକାର ଅନାବଶ୍ୟକ ଚାପକୁ ଦୂର କରାଯାଇଛି ବୋଲି ମତ ଦେଇଥିଲେ । 

 

ମଧ୍ୟସ୍ଥତା ମାଧ୍ୟମରେ ବିକଳ୍ପ ବିବାଦ ସମାଧାନ ପାଇଁ ବ୍ୟବସ୍ଥା ପ୍ରଚଳନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ଯାହା ବିଶେଷ ଭାବେ ଅଧସ୍ତନ ନ୍ୟାୟପାଳିକାର ବୋଝକୁ ହ୍ରାସ କରିବାରେ ସହାୟକ ହୋଇଛି । 

୨୦୪୭ ସୁଦ୍ଧା ଭାରତର ବିକଶିତ ଭାରତ ହେବାର ସ୍ୱପ୍ନକୁ ସାକାର କରିବା ଦିଗରେ ସମସ୍ତ ନାଗରିକଙ୍କ ସାମୂହିକ ଦାୟିତ୍ୱକୁ ପ୍ରଧାନମନ୍ତ୍ରୀ ମୋଦୀ ଦୋହରାଇ ଥିଲେ । ଆସନ୍ତା ୨୫ ବର୍ଷ ମଧ୍ୟରେ ଦେଶର ଭବିଷ୍ୟତ ଗଢ଼ିବାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସେ ସ୍ୱୀକାର କରିବା ସହ ଅନୁଷ୍ଠାନର ୭୫ତମ ବାର୍ଷିକୀ ଅବସରରେ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଏମ୍ ଫାତିମା ବିୱିଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ପ୍ରଦାନ କରାଯାଉଥିବା କଥା ଉଲ୍ଲେଖ କରିଥିଲେ ଏବଂ ଏହି ସୁଯୋଗ ପାଇଁ ଗର୍ବ ପ୍ରକାଶ କରିଥିଲେ । 

ଏହି ଅବସରରେ ଭାରତର ପ୍ରଧାନ ବିଚାରପତି ଡଃ ଡି. ୱାଇ, ଚନ୍ଦ୍ରଚୂଡ଼, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ, ସୁପ୍ରିକ୍ କୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇ, ଆଟର୍ଣ୍ଣି ଜେନେରାଲ୍ ଅଫ୍ ଇଣ୍ଡିଆ ଶ୍ରୀ ଆର୍ ଭେଙ୍କଟରମଣି, ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍‌ର ସଭାପତି ଡ. ଆଦିଶ ସି. ଅଗ୍ରୱାଲ ଏବଂ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ମନନ କୁମାର ମିଶ୍ର ଉପସ୍ଥିତ ଥିଲେ । 

ପୃଷ୍ଠଭୂମି

ସୁପ୍ରିମ୍ କୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନାଗରିକ -କେନ୍ଦ୍ରିତ ସୂଚନା ଓ ପ୍ରଯୁକ୍ତି ପଦକ୍ଷେପ, ଯଥା : ଡିଜିଟାଲ୍ ସୁପ୍ରିମ୍ କୋର୍ଟ ରିପୋର୍ଟ (ଡିଜି ଏସ୍‌ସିଆର୍‌) , ଡିଜିଟାଲ୍ କୋର୍ଟ ୨.୦ ଏବଂ ସୁପ୍ରିମ୍ କୋର୍ଟର ନୂଆ ୱେବସାଇଟ୍ ପଦକ୍ଷେପର ଶୁଭାରମ୍ଭ କରିଥିଲେ । 

 

ଡିଜିଟାଲ ସୁପ୍ରିମ କୋର୍ଟ ରିପୋର୍ଟ (ଏସସିଆର) ଦେଶର ନାଗରିକ ମାନଙ୍କୁ ମାଗଣା ଏବଂ ଇଲେକ୍ଟ୍ରୋନିକ୍ ଫର୍ମାଟରେ ସୁପ୍ରିମ୍ କୋର୍ଟଙ୍କ ରାୟ ଉପଲବ୍ଧ କରାଇବ । ଡିଜିଟାଲ ଏସ୍‌ସିଆରର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ୧୯୫୦ ମସିହା ପର ଠାରୁ ୩୬,୩୦୮ ଟି ମାମଲାକୁ ନେଇ ସୁପ୍ରିମ୍ କୋର୍ଟ ରିପୋର୍ଟର ସମସ୍ତ ୫୧୯ ଖଣ୍ଡ ଡିଜିଟାଲ ଫର୍ମାଟରେ ଉପଲବ୍ଧ ହେବ, ବୁକ୍‌ମାର୍କଡ, ଉପଭୋକ୍ତା ଅନୁକୂଳ ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ।

ଡିଜିଟାଲ କୋର୍ଟ ୨.୦ ଆପ୍ଲିକେସନ୍ ହେଉଛି ଇ - କୋର୍ଟ ପ୍ରକଳ୍ପ ଅଧୀନରେ ଏକ ସାମ୍ପ୍ରତିକ ପଦକ୍ଷେପ ଯାହା ଜିଲ୍ଲା ଅଦାଲତର ବିଚାରପତି ମାନଙ୍କୁ ଇଲେକ୍ଟ୍ରୋନିକ୍ ଆକାରରେ ଅଦାଲତ ରେକର୍ଡ ଉପଲବ୍ଧ କରାଇବ । ବାସ୍ତବ ସମୟ ଭିତ୍ତିରେ ଭାଷଣକୁ ଲେଖାକୁ ଅନୁବାଦ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ସହିତ ଏହା ଯୋଡ଼ି ହୋଇଛି ।

ସୁପ୍ରିମକୋର୍ଟର ନୂଆ ୱେବସାଇଟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ନୂଆ ୱେବସାଇଟ୍ ଇଂରାଜୀ ଏବଂ ହିନ୍ଦୀରେ ଦ୍ୱିଭାଷିକ ଫର୍ମାଟରେ ହେବ ଏବଂ ଏହାକୁ ଉପଭୋକ୍ତା - ଅନୁକୂଳ ଇଣ୍ଟରଫେସ୍ ସହିତ ପୁନଃଡିଜାଇନ୍ କରାଯାଇଛି । 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 2.17 Crore UP Farmers Receive Rs 4,352 Crore As PM Modi Releases PM-Kisan Installment

Media Coverage

Over 2.17 Crore UP Farmers Receive Rs 4,352 Crore As PM Modi Releases PM-Kisan Installment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”