ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷରେ ରହୁଥିବା ଭାରତୀୟ ସମୁଦାୟ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟମାନେ ସହୃଦୟତା ଓ ସ୍ନେହର ସହିତ ସ୍ୱାଗତ କରିଥିଲେ ।

 

ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏଭଳି ଭବ୍ୟ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇବା ସହ ଭାରତ-ରୁଷ ସମ୍ପର୍କକୁ ବଢ଼ାଇବାରେ ଭାରତୀୟ ସମୁଦାୟର ଅବଦାନକୁ ପ୍ରଶଂସା କରିଥିଲେ । ୧୪୦ କୋଟି ଭାରତୀୟଙ୍କ ତରଫରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଉଲ୍ଲେଖ କରିଥିଲେ ଯେ ଏହି ସମୁଦାୟ ସହିତ ତାଙ୍କର ମତ ବିନିମୟ ସ୍ୱତନ୍ତ୍ର, କାରଣ ଏହା ତାଙ୍କ ଐତିହାସିକ ତୃତୀୟ ପାଳିରେ ଭାରତୀୟ ପ୍ରବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ପ୍ରଥମ ଅଭିଭାଷଣ ।

 

ବିଗତ ଦଶ ବର୍ଷ ମଧ୍ୟରେ ଭାରତରେ ଘଟିଥିବା ଉଲ୍ଲେଖନୀୟ ପରିବର୍ତ୍ତନ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଥିଲେ। ତାଙ୍କ ତୃତୀୟ କାର୍ଯ୍ୟକାଳରେ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ। ସେ ଭାରତର ଆର୍ଥିକ ଅଭିବୃଦ୍ଧି ବିଷୟରେ ଆଲୋଚନା କରିଥିଲେ ଯାହା ବିଶ୍ୱ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ପ୍ରତିଶତ ହାସଲ କରିଛି। ଦେଶର ଡିଜିଟାଲ ଏବଂ ଫିନଟେକ୍ ସଫଳତା; ସବୁଜ ବିକାଶ କ୍ଷେତ୍ରରେ ସଫଳତା; ଏବଂ ଏହାର ପ୍ରଭାବଶାଳୀ ସାମାଜିକ-ଆର୍ଥିକ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ସଶକ୍ତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୧୪୦ କୋଟି ଭାରତୀୟଙ୍କ ସମର୍ପଣ, ପ୍ରତିବଦ୍ଧତା ଏବଂ ଯୋଗଦାନ ଯୋଗୁଁ ଭାରତରେ ପରିବର୍ତ୍ତନକାରୀ ସଫଳତା ମିଳିଛି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ। ସମସ୍ତ ଦେଶବାସୀ ଆଜି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନ ଦେଖୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜଳବାୟୁ ପରିବର୍ତ୍ତନର ମୁକାବିଲା ଠାରୁ ଆରମ୍ଭ କରି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପ୍ରତିଶ୍ରୁତିବଦ୍ଧ ପ୍ରୟାସ ମାଧ୍ୟମରେ ଭାରତ ଜଣେ ବିଶ୍ୱବନ୍ଧୁ ଭାବରେ ଦୁନିଆର ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି ବୋଲି ସେ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ପାଇଁ ଶାନ୍ତି, ଆଲୋଚନା ଏବଂ କୂଟନୀତି ପାଇଁ ଭାରତର ଆହ୍ୱାନକୁ ଅଧିକ ସମର୍ଥନ ମିଳିଛି।

 

ରୁଷ ସହ ଏକ ସୁଦୃଢ଼ ଓ ଗଭୀର ଭାଗିଦାରୀ ସ୍ଥାପନ କରିବା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରୟାସ ଜାରି ରଖିବା ଲାଗି ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟକୁ ଉତ୍ସାହିତ କରି କହିଥିଲେ । ସେ ଉଲ୍ଲେଖ କରିଥିଲେ ଯେ କାଜାନ ଏବଂ ଏକାଟେରିନବର୍ଗରେ ଦୁଇଟି ନୂଆ ଭାରତୀୟ ଦୂତାବାସ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ଯାହା ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ପ୍ରୋତ୍ସାହିତ କରିବ । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ କରତାଳି ସହିତ ଗ୍ରହଣ କରାଯାଇଥିଲା।  ଭାରତୀୟ ସାଂସ୍କୃତିକ ପରମ୍ପରାକୁ ଦେଶରେ ପୋଷଣ ଓ ପ୍ରୋତ୍ସାହିତ କରିବା ତଥା ରୁଷୀୟ ଲୋକଙ୍କ ସହିତ ଏହାର ସକ୍ରିୟତାକୁ ବାଣ୍ଟିବା ପାଇଁ ଭାରତୀୟ ସମୁଦାୟର ପ୍ରୟାସକୁ ସେ ପ୍ରଶଂସା କରିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win