ମନ୍ଦିର ଦର୍ଶନ, ପରିକ୍ରମା କରିଛନ୍ତି ଏବଂ ବିଷ୍ଣୁ ମହାଯଜ୍ଞରେ ପୂର୍ଣ୍ଣାହୂତି ଦେଇଛନ୍ତି
ଦେଶର ନିରନ୍ତର ବିକାଶ ତଥା ଗରିବ ଲୋକଙ୍କ କଲ୍ୟାଣ ପାଇଁ ଭଗବାନ୍ ଶ୍ରୀ ଦେବନାରାୟଣ ଜୀ ଙ୍କ ଠାରୁ ଆଶୀର୍ବାଦ ଲୋଡିଛନ୍ତି
“ଭୌଗୋଳିକ, ସାଂସ୍କୃତିକ, ସାମାଜିକ ତଥା ଆଦର୍ଶଗତ ଭାବରେ ଭାରତକୁ ଭାଙ୍ଗିବାକୁ ଅନେକ ଚେଷ୍ଟା ସତ୍ୱେ କୌଣସି ଶକ୍ତି ଭାରତକୁ ଶେଷ କରିପାରିବ ନାହିଁ”
“ଏହା ଭାରତୀୟ ସମାଜର ଶକ୍ତି ଏବଂ ପ୍ରେରଣା ଯାହା ଦେଶର ଅମରତାକୁ ସୁରକ୍ଷିତ ରଖିଥାଏ ବୋଲି ସେ କହିଛନ୍ତି”
“ଭଗବାନ୍ ଦେବନାରାୟଣଙ୍କ ଦ୍ୱାରା ପ୍ରଦର୍ଶିତ ରାସ୍ତା "ସବକା ସାଥ୍‌” ମାଧ୍ୟମରେ " ସବକା ବିକାଶ” ଅଟେ ଏବଂ ଦେଶ ଆଜି ମଧ୍ୟ ସମାନ ମାର୍ଗ ଅନୁସରଣ କରୁଛି”
“ଦେଶ ବଞ୍ଚିତ ଏବଂ ଅବହେଳିତ ରହିଥିବା ପ୍ରତ୍ୟେକ ବର୍ଗକୁ ସଶକ୍ତ କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି”
“ଜାତୀୟ ପ୍ରତିରକ୍ଷା ହେଉ କିମ୍ବା ସଂସ୍କୃତିର ସଂରକ୍ଷଣ ହେଉ, ଗୁରୁଜାର ସମ୍ପ୍ରଦାୟ ପ୍ରତ୍ୟେକ ସମୟରେ ସୁରକ୍ଷାଦାତାର ଭୂମିକା ଗ୍ରହଣ କରିଛନ୍ତି”
“ନୂତନ ଭାରତ ବିଗତ ଦଶନ୍ଧିର ତ୍ରୁଟିକୁ ସଂଶୋଧନ କରୁଛି ଏବଂ ଏହାର ଅନାଲୋଚିତ ହିରୋ ମାନଙ୍କୁ ସମ୍ମାନିତ କରୁଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଭିଲୱାରା ଠାରେ ଭଗବାନ୍ ଶ୍ରୀ ଦେବନାରାୟଣ ଜୀଙ୍କର ୧୧୧୧ ତମ "ଅବତରଣ ମହୋତ୍ସବ” ଅବସରରେ ଆୟୋଜିତ ଏକ ସମାରୋହକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମନ୍ଦିର ଦର୍ଶନ ଏବଂ ପରିକ୍ରମା କରିଥିଲେ ଏବଂ ଏକ ନୀମ ଚାରା ରୋପଣ କରିଥିଲେ । ସେ ଯଜ୍ଞ ଶାଳାରେ ଚାଲିଥିବା ବିଷ୍ଣୁ ମହାଯଜ୍ଞରେ ମଧ୍ୟ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ଭଗବାନ୍ ଶ୍ରୀ ଦେବନାରାୟଣ ଜୀଙ୍କୁ ରାଜସ୍ଥାନର ଲୋକମାନେ ପୂଜା କରନ୍ତି ଏବଂ ତାଙ୍କର ଅନୁଗାମୀମାନେ ଦେଶର ସବୁ ସ୍ଥାନରେ ରହିଛନ୍ତି । ଜନସେବା ପ୍ରତି ତାଙ୍କର କାର୍ଯ୍ୟ ପାଇଁ ତାଙ୍କୁ ବିଶେଷ ସମ୍ମାନ ଦିଆଯାଏ ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଶୁଭ ଅବସରରେ ଉପସ୍ଥିତ ହେବାର ସୁଯୋଗ ପାଇ ଖୁସି ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯେ ସେ ଏଠାକୁ ପ୍ରଧାନମନ୍ତ୍ରୀ ଭାବରେ ଆସି ନାହାଁନ୍ତି ବରଂ ଭଗବାନ୍ ଶ୍ରୀ ଦେବନାରାୟଣ ଜୀଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଥିବା ତୀର୍ଥଯାତ୍ରୀ ଭାବରେ ଆସିଛନ୍ତି । ଯଜ୍ଞ ଶାଳାରେ ଚାଲିଥିବା ବିଷ୍ଣୁ ମହାଯଜ୍ଞରେ "ପୂର୍ଣ୍ଣାହୂତି” କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଭୟ ଦେବନାରାୟଣ ଜୀ ଏବଂ "ଜନତା ଜନାର୍ଦ୍ଦନ” ଙ୍କ ଦର୍ଶନ ପାଇ ମୁଁ ନିଜକୁ ଆଶୀର୍ବାଦ ଅନୁଭବ କରୁଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏଠାରେ ଥିବା ଅନ୍ୟ ତୀର୍ଥଯାତ୍ରୀଙ୍କ ପରି ମୁଁ ମଧ୍ୟ ଦେଶର ବିକାଶ ତଥା ଗରିବ ଲୋକଙ୍କ କଲ୍ୟାଣ ପାଇଁ ଭଗବାନ ଶ୍ରୀ ଦେବନାରାୟଣ ଜୀ ଙ୍କଠାରୁ ଆଶୀର୍ବାଦ ଲୋଡିଛି ।

ଭଗବାନ୍ ଶ୍ରୀ ଦେବନାରାୟଣଙ୍କ ୧୧୧୧ତମ ଅବତାରଣ ଦିବସର ମହୋତ୍ସବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗତ ଏକ ସପ୍ତାହ ଧରି ଏଠାରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଗୁରୁଜାର ସମ୍ପ୍ରଦାୟର ସକ୍ରିୟ ଅଂଶଗ୍ରହଣ ବିଷୟରେ ଉଲ୍ଲେଖ କରିଥିଲେ । ସମ୍ପ୍ରଦାୟର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଉଦ୍ୟମକୁ ସେ ପ୍ରଶଂସା କରି ଏହି ଉତ୍ସବ ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଭାରତୀୟ ଚେତନାର ପ୍ରାଚୀନ ପ୍ରବାହ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ କେବଳ ଏକ ଭୂମି ନୁହେଁ ବରଂ ଆମର ସଭ୍ୟତା, ସଂସ୍କୃତି, ସୌହାର୍ଦ୍ଦ୍ୟ ଏବଂ ସମ୍ଭାବ୍ୟତାର ଅଭିବ୍ୟକ୍ତି । ସେ ଭାରତୀୟ ସଭ୍ୟତାର ସହନଶୀଳତା ବିଷୟରେ କହିଥିଲେ କାରଣ ଅନ୍ୟାନ୍ୟ ସଭ୍ୟତା ପରିବର୍ତ୍ତିତ ସମୟ ସହ ଖାପ ଖୁଆଇ ପାରିନଥିଲେ । ଭୌଗୋଳିକ, ସାଂସ୍କୃତିକ, ସାମାଜିକ ତଥା ଆଦର୍ଶଗତ ଭାବରେ ଭାରତକୁ ଭାଙ୍ଗିବା ପାଇଁ ଅନେକ ଚେଷ୍ଟା ସତ୍ୱେ କୌଣସି ଶକ୍ତି ଭାରତକୁ ଶେଷ କରିପାରିବ ନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଆଜିର ଭାରତ ଏକ ମହାନ ଭବିଷ୍ୟତ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛି; ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ଅମରତା ରକ୍ଷା କରୁଥିବା ଭାରତୀୟ ସମାଜର ଶକ୍ତି ଏବଂ ପ୍ରେରଣାକୁ ସେ ଶ୍ରେୟ ଦେଉଛନ୍ତି । ଭାରତର ସହସ୍ର ବର୍ଷର ଯାତ୍ରାରେ ସମାଜ ଶକ୍ତିର ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଇତିହାସର ପ୍ରତ୍ୟେକ ଅବଧିରେ ସମାଜରୁ ଉତ୍ପନ୍ନ ହେଉଥିବା ଶକ୍ତି ସମସ୍ତଙ୍କ ପାଇଁ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରୁଥିବା ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭଗବାନ୍ ଶ୍ରୀ ଦେବନାରାୟଣ ସେବା ତଥା ଲୋକଙ୍କ କଲ୍ୟାଣକୁ ସର୍ବଦା ପ୍ରାଧାନ୍ୟ ଦେଇଛନ୍ତି। ଲୋକଙ୍କ କଲ୍ୟାଣ ପ୍ରତି ଶ୍ରୀ ଦେବନାରାୟଣଙ୍କ ଭକ୍ତି ଏବଂ ମାନବିକତା ପାଇଁ ତାଙ୍କର ପସନ୍ଦର ସେବା ବିଷୟରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ଭଗବାନ୍ ଦେବନାରାୟଣଙ୍କ ଦ୍ୱାରା ପ୍ରଦର୍ଶିତ ରାସ୍ତା ‘ସବକା ସାଥ’ ମାଧ୍ୟମରେ ‘ସବକା ବିକାଶ’ ଅଟେ ଏବଂ ଦେଶ ଆଜି ମଧ୍ୟ ସେହି ପଥ ଅନୁସରଣ କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ବିଗତ ୮-୯ ବର୍ଷ ଧରି ଦେଶ ପ୍ରତ୍ୟେକ ବର୍ଗଙ୍କୁ ସଶକ୍ତ କରିବାକୁ ଚେଷ୍ଟା କରୁଛି ଯାହାକି ବଞ୍ଚିତ ଏବଂ ଅବହେଳିତ ହୋଇ ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ବଞ୍ଚିତଙ୍କୁ ପ୍ରାଥମିକତା ମନ୍ତ୍ର ସହିତ ଗତି କରୁଛୁ ।

ପ୍ରଧାନମନ୍ତ୍ରୀ ସେହି ସମୟକୁ ମନେ ପକାଇଥିଲେ ଯେତେବେଳେ ଗରିବଙ୍କ ପାଇଁ ରାସନର ଉପଲବ୍ଧତା ଏବଂ ଗୁଣବତ୍ତା ଉପରେ ଅନିଶ୍ଚିତତା ଦେଖାଦେଇଥିଲା । ସେ କହିଛନ୍ତି ଯେ ଆଜି ପ୍ରତ୍ୟେକ ହିତାଧିକାରୀ ପୂର୍ଣ୍ଣ ରାସନ ପାଉଛନ୍ତି ଏବଂ ଏହାକୁ ମାଗଣାରେ ପାଉଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଚିକିତ୍ସା ସମ୍ବନ୍ଧୀୟ ଚିନ୍ତାକୁ ସମାଧାନ କରିଛି । ସେ କହିଛନ୍ତି, ଆମେ ବାସଗୃହ, ଶୌଚାଳୟ, ଗ୍ୟାସ ସଂଯୋଗ ଏବଂ ବିଦ୍ୟୁତ ସମ୍ବନ୍ଧୀୟ ଗରିବ ବର୍ଗଙ୍କ ଚିନ୍ତାକୁ ମଧ୍ୟ ସମାଧାନ କରୁଛୁ । ନିକଟ ଅତୀତରେ ଘଟିଥିବା ଆର୍ଥିକ ଅନ୍ତର୍ଭୂକ୍ତିକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କ ପାଇଁ ବ୍ୟାଙ୍କର ଦ୍ୱାର ଖୋଲା ଅଛି ।

ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି ଯେ ରାଜସ୍ଥାନ ପରି ଜଳର ମୂଲ୍ୟ କେହି ଜାଣନ୍ତି ନାହିଁ । ସେ ଦୁଃଖ ପ୍ରକାଶ କରିଛନ୍ତି ଯେ ସ୍ୱାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ କେବଳ ୩ କୋଟି ପରିବାର ନିଜ ଘରେ ଟାପ୍ ଜଳ ସଂଯୋଗ ପାଇଥିଲେ ଏବଂ ୧୬ କୋଟିରୁ ଅଧିକ ପରିବାରକୁ ପ୍ରତିଦିନ ଜଳ ପାଇଁ ସଂଘର୍ଷ କରିବାକୁ ପଡୁଥିଲା । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗତ ସାଢେ ତିନି ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଏଗାର କୋଟିରୁ ଅଧିକ ପରିବାର ଏପର୍ଯ୍ୟନ୍ତ ଟାପ୍ ଜଳ ସଂଯୋଗ ପାଇଛନ୍ତି । କୃଷି କ୍ଷେତକୁ ଜଳ ଯୋଗାଣ ପାଇଁ ଦେଶରେ ଚାଲିଥିବା ସାମଗ୍ରିକ କାର୍ଯ୍ୟ ବିଷୟରେ ସେ ମଧ୍ୟ ଉଲ୍ଲେଖ କରିଛନ୍ତି । ପାରମ୍ପାରିକ ପଦ୍ଧତିର ସମ୍ପ୍ରସାରଣ ହେଉ କିମ୍ବା ଜଳସେଚନ ପାଇଁ ନୂତନ ପ୍ରଯୁକ୍ତିବିଦ୍ୟା ହେଉ, କୃଷକମାନେ ପ୍ରତ୍ୟେକ ପଦକ୍ଷେପରେ ସହାୟତା କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ୧୫୦୦୦ କୋଟି ଟଙ୍କା ସିଧାସଳଖ ଭାବେ ରାଜସ୍ଥାନର ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି । 

"ଗୋ ସେବା” କୁ ସାମାଜିକ ସେବା ତଥା ସାମାଜିକ ସଶକ୍ତିକରଣର ମାଧ୍ୟମ କରିବା ପାଇଁ ଭଗବାନ୍ ଦେବନାରାୟଣଙ୍କ ଅଭିଯାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶରେ ଗୋ ସେବାର ବଢୁଥିବା ଆବେଗକୁ ସୂଚାଇ ଦେଇଛନ୍ତି । ପାଦ ଏବଂ ପାଟି ରୋଗ ପାଇଁ ଦେଶବ୍ୟାପୀ ଟୀକାକରଣ ଅଭିଯାନ, ରାଷ୍ଟ୍ରୀୟ କାମଧେନୁ ଆୟୋଗ ପ୍ରତିଷ୍ଠା ଏବଂ ରାଷ୍ଟ୍ରୀୟ ଗୋକୁଳ ମିଶନ ପ୍ରତିଷ୍ଠା ବିଷୟରେ ସେ ଉଲ୍ଲେଖ କରିଛନ୍ତି । ‘ପଶୁ ଧନ' (କ୍ୟାଟଲେସ୍‌) ଆମର ବିଶ୍ୱାସ ଏବଂ ପରମ୍ପରାର ଅବିଚ୍ଛେଦ୍ୟ, ଆମର ଗ୍ରାମୀଣ ଅର୍ଥନୀତିର ପ୍ରମୁଖ ଅଂଶ, ସେଥିପାଇଁ ପ୍ରଥମ ଥର ପାଇଁ କିଶାନ୍ କ୍ରେଡିଟ୍ କାର୍ଡ ପଶୁପାଳନ କ୍ଷେତ୍ର ଏବଂ ପଶୁପାଳକଙ୍କୁ ସମ୍ପ୍ରସାରିତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିଭଳି ଗୋବର୍ଦ୍ଧନ ଯୋଜନା ବର୍ଜ୍ୟକୁ ସମ୍ପଦରେ ପରିଣତ କରୁଛି ।

ଗତ ବର୍ଷ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରିବା ସମୟରେ ପଞ୍ଚ ପ୍ରାଣକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଆମର ନିଜସ୍ୱ ଐତିହ୍ୟରେ ଗର୍ବ କରିବା, ଦାସତ୍ୱ ମାନସିକତାକୁ ଭାଙ୍ଗିବା, ଦେଶ ପ୍ରତି ଆମର ଦାୟିତ୍ୱକୁ ମନେ ରଖିବା, ସ୍ୱାଧୀନତା ସଂଗ୍ରାମୀ ଏବଂ ସହିଦଙ୍କୁ ସ୍ମରଣ କରିବା ଏବଂ ଆମର ପୂର୍ବପୁରୁଷଙ୍କ ଦ୍ୱାରା ପ୍ରଦର୍ଶିତ ପଥରେ ଚାଲିବା ଉଦ୍ଦେଶ୍ୟକୁ ପୁନରାବୃତ୍ତି କରିଥିଲେ । ସେ ଦର୍ଶାଇଛନ୍ତି ଯେ ରାଜସ୍ଥାନ ହେଉଛି ଐତିହ୍ୟର ଏକ ଭୂମି ଯେଉଁଠାରେ ସୃଷ୍ଟି ଏବଂ ଉତ୍ସବର ଉତ୍ସାହ ମିଳିପାରିବ, ଯେଉଁଠାରେ ଶ୍ରମ କ୍ଷେତ୍ରରେ ଦାନ ମିଳିପାରିବ, ଯେଉଁଠାରେ ସାହସିକତା ଏକ ଘରୋଇ ରୀତିନୀତି ଏବଂ ଭୂମି ରଙ୍ଗ ଏବଂ ରାଗ ସହିତ ସମକକ୍ଷ ।

ଶ୍ରୀ ମୋଦୀ ତେଜାଜୀଙ୍କ ଠାରୁ ପାବୁଜୀ, ଗୋଗାଜୀଙ୍କ ଠାରୁ ରାମଦେବଜୀ, ବାପା ରାୱଲଙ୍କ ଠାରୁ ମହାରାଣା ପ୍ରତାପଙ୍କ ପରି ବ୍ୟକ୍ତିତ୍ୱଙ୍କ ଅବଦାନକୁ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ଏହି ଦେଶର ମହାନ ବ୍ୟକ୍ତିତ୍ୱ, ନେତା ତଥା ସ୍ଥାନୀୟ ଦେବତାମାନେ ଦେଶକୁ ସର୍ବଦା ମାର୍ଗଦର୍ଶନ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ବିଶେଷ କରି ଗୁରୁଜାର ସମ୍ପ୍ରଦାୟର ଅବଦାନକୁ ଉଲ୍ଲେଖ କରିଥିଲେ ଯାହା ସର୍ବଦା ବୀରତ୍ୱ ଏବଂ ଦେଶପ୍ରେମ ସହିତ ସମାନ ଅଟେ । ସେ କହିଛନ୍ତି, ଜାତୀୟ ପ୍ରତିରକ୍ଷା ହେଉ କିମ୍ବା ସଂସ୍କୃତିର ସୁରକ୍ଷା ହେଉ, ଗୁରୁଜାର ସମ୍ପ୍ରଦାୟ ପ୍ରତ୍ୟେକ ସମୟରେ ରକ୍ଷାକର୍ତ୍ତାର ଭୂମିକା ର୍ନିବାହ କରିଛନ୍ତି, ସେ ଉଦାହରଣ ଦେଇ କହିଛନ୍ତି ଯେ ବିଜୟ ସିଂହ ପାଥିକ୍ ନାମରେ ପରିଚିତ କ୍ରାନ୍ତିବୀର ଭୂପ ସିଂହ ଗୁରୁଜାର ଯିଏ କି ବିଜୋଲିଆ କିଷାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । କୋଟୱାଲ ଧନ ସିଂହ ଜୀ ଏବଂ ଯୋଗରାଜ ସିଂହ ଜୀଙ୍କର ଅବଦାନକୁ ମଧ୍ୟ ଶ୍ରୀ ମୋଦୀ ସ୍ମରଣ କରିଛନ୍ତି । ସେ ଗୁରୁଜାର ମହିଳାମାନଙ୍କ ସାହସିକତା ଏବଂ ଅବଦାନ ଉପରେ ଆଲୋକପାତ କରିଥିଲେ ଏବଂ ରାମପ୍ୟାରୀ ଗୁରୁଜାର ଏବଂ ପନ୍ନା ଧାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ପରମ୍ପରା ଆଜି ବି ଆଗକୁ ବଢିବାରେ ଲାଗିଛି । ଏହା ଦେଶର ଦୁର୍ଭାଗ୍ୟ ଯେ ଏଭଳି ଅସଂଖ୍ୟ ଯୋଦ୍ଧା ଆମ ଇତିହାସରେ ଉପଯୁକ୍ତ ସ୍ଥାନ ପାଇପାରି ନାହାନ୍ତି । କିନ୍ତୁ ବିଗତ ଦଶନ୍ଧିର ଏହି ଭୁଲଗୁଡ଼ିକୁ ନୂତନ ଭାରତ ସଂଶୋଧନ କରୁଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଭଗବାନ୍ ଦେବନାରାୟଣ ଜୀ ଏବଂ ତାଙ୍କ ଶିକ୍ଷାକୁ ଆଗେଇ ନେବାରେ ଗୁଜ୍ଜର ସମ୍ପ୍ରଦାୟର ନୂତନ ପୀଢିର ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଏହା ଗୁଜ୍ଜର ସମ୍ପ୍ରଦାୟକୁ ମଧ୍ୟ ସଶକ୍ତ କରିବ ଏବଂ ଏହା ଦେଶକୁ ଆଗକୁ ବଢିବାରେ ସହାୟତା କରିବ । ରାଜସ୍ଥାନର ବିକାଶ ପାଇଁ ଏକବିଂଶ ଶତାବ୍ଦୀର ଅବଧି ମହତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଦେଶର ବିକାଶ ପାଇଁ ଏକଜୁଟ ହେବା ଏବଂ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ସମଗ୍ର ବିଶ୍ୱ ବହୁତ ଆଶାର ସହିତ ଭାରତ ଆଡକୁ ଚାହିଁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମଗ୍ର ବିଶ୍ୱରେ ଭାରତର ଶକ୍ତି ପ୍ରଦର୍ଶନ ସହିତ ଏହି ଯୋଦ୍ଧାମାନଙ୍କ ଦେଶର ଗର୍ବ ମଧ୍ୟ ବୃଦ୍ଧି ପାଇଛି । ଆଜି ଭାରତ ବିଶ୍ୱର ପ୍ରତ୍ୟେକ ପ୍ରମୁଖ କ୍ଷେତ୍ରରେ ଅବିଶ୍ୱନୀୟ ଆତ୍ମବିଶ୍ୱାସର ସହିତ ଅନ୍ୟ ଦେଶ ଉପରେ ର୍ନିଭରଶୀଳତା ହ୍ରାସ କରୁଛି । ଆମର ସଂକଳ୍ପ ପ୍ରମାଣ କରି ଆମକୁ ବିଶ୍ୱର ଆଶା ପୂରଣ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଭଗବାନ୍ ଦେବନାରାୟଣ ଜୀ ଏବଂ ସବକା ପ୍ରୟାସ (ସମସ୍ତଙ୍କ ଉଦ୍ୟମ) ରେ ଆଶୀର୍ବାଦ ଲାଭ କରିବାରେ ବିଶ୍ୱାସ ପ୍ରକାଶ କରିବାବେଳେ ଏହା କହିଛନ୍ତି ।

ପରିଶେଷରେ, ପ୍ରଧାନମନ୍ତ୍ରୀ ଏହି ସଂଯୋଗକୁ ଲକ୍ଷ୍ୟ କରିଛନ୍ତି ଯେ ଭାଗବନ ଦେବନାରାୟଣଜୀଙ୍କ ୧୧୧୧ ତମ ବର୍ଷ, ଯିଏ କି ପଦ୍ମରେ ଅବତରଣ କରିଥିଲେ, ଭାରତ ଜି -୨୦ ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛି ଯାହାର ଲୋଗୋରେ ପୃଥିବୀ ଧାରଣ କରୁଥିବା ପଦ୍ମ ମଧ୍ୟ ରହିଛି । ଏହି ଅବସରରେ ସାମାଜିକ ଶକ୍ତି ଏବଂ ଭକ୍ତିପୂତ ବାତାବରଣକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।

ଏହି ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ, ମାଲାସେରୀ ଦୁଗ୍ରିର ମୁଖ୍ୟ ପୁରୋହିତ ଶ୍ରୀ ହେମରାଜ ଜୀ ଗୁରୁଜାର ଏବଂ ସାଂସଦ ଶ୍ରୀ ସୁଭାଷ ଚନ୍ଦ୍ର ବାହେରିଆ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India to outpace global growth despite uncertainty, says IMF chief Georgieva

Media Coverage

India to outpace global growth despite uncertainty, says IMF chief Georgieva
NM on the go

Nm on the go

Always be the first to hear from the PM. Get the App Now!
...
Let us together make the India-Austria partnership innovation-centric and future-ready: PM Modi at the India-Austria Joint Press Meet
April 16, 2026

Your Excellency, चांसलर स्टॉकर

दोनों देशों के delegates,

मीडिया के साथियों,

नमस्कार!

ग्रूस गॉट

चांसलर स्टॉकर, आपकी पहली भारत यात्रा पर मैं आपका हार्दिक स्वागत करता हूँ। हमे बहुत खुशी है कि आपने यूरोप के बाहर अपनी पहली यात्रा के लिए भारत को चुना। यह आपके विज़न और भारत-ऑस्ट्रीया संबंधों के प्रति आपकी प्रतिबद्धता को दर्शाता है।

चार दशकों के बाद ऑस्ट्रिया के चांसलर की भारत यात्रा अत्यंत महत्वपूर्ण है। वर्ष 2026 के ऐतिहासिक भारत -यूरोपियन यूनियन फ्री ट्रेड अग्रीमन्ट के बाद, भारत और यूरोपियन यूनियन के बीच संबंधों में एक नए सुनहरे अध्याय की शुरुआत हुई है। चांसलर स्टॉकर की विज़िट से, हम भारत-ऑस्ट्रिया संबंधों को भी एक नए कालखंड में ले जा रहे हैं।

Friends,

इंफ्रास्ट्रक्चर, इनोवेशन और सस्टेनिबिलिटी में भारत और ऑस्ट्रिया भरोसेमंद साझेदार रहे हैं। दिल्ली मेट्रो हो या हिमालय पर दस हजार फीट की ऊँचाई पर बना अटल टनल, ऑस्ट्रिया की टनलिंग एक्स्पर्टीज़ ने अपनी मजबूत छाप छोड़ी है।

इतना ही नहीं, रेल्वे प्रोजेक्ट्स से लेकर गुजरात के गिरनार रोपवे तक, क्लीन एनर्जी से लेकर urban डेवलपमेंट तक, भारत के कई इंजीनियरिंग प्रोजेक्ट्स में ऑस्ट्रियन कंपनियाँ सक्रिय भागीदार रही हैं।

Friends,

चांसलर स्टॉकर की यह यात्रा ट्रेड और इनवेस्टमेंट में नई ऊर्जा लाएगी। हमे बहुत खुशी है, कि वे एक बड़े vision और बड़े बिजनस delegation के साथ भारत आए हैं।

हम ऑस्ट्रिया की एक्स्पर्टीज़, और भारत की स्पीड और स्केल को जोड़कर, पूरे विश्व के लिए reliable टेक्नॉलजी और supply chain सुनिश्चित करेंगे। हम डिफेन्स, सेमीकन्डक्टर, quantum, और bio-टेक्नॉलजी में भी अपनी पार्ट्नर्शिप को सुदृढ़ करेंगे।

साथ ही, हम इंजीनियरिंग और टेक्निकल एजुकेशन सहयोग को भी और मजबूत करेंगे। IIT दिल्ली और ऑस्ट्रिया की मोंटान यूनिवर्सिटी के बीच आज साइन किया जा रहा MOU, इस knowledge एक्सचेंज का एक उज्ज्वल उदाहरण है।

Friends,

भारत का टैलेंट, ऑस्ट्रिया की innovation और productivity को बढ़ाने की क्षमता रखता है।

2023 में हमने ऑस्ट्रिया के साथ एक व्यापक माइग्रेशन एण्ड मोबिलिटी अग्रीमन्ट किया। अब इस अग्रीमन्ट के अंतर्गत, हम nursing सेक्टर में भी मोबिलिटी को आगे बढ़ाएंगे।

हम जॉइन्ट रिसर्च और start-up सहयोग को भी और मजबूत करेंगे। यूथ एक्सचेंज को प्रमोट करने के लिए, हम आज भारत-ऑस्ट्रिया वर्किंग हॉलिडे प्रोग्राम भी लॉन्च कर रहें हैं।

Friends,

आज पूरा विश्व एक बहुत ही गंभीर और तनावपूर्ण स्थिति से गुजर रहा है। और इसका प्रभाव हम सभी पर पड़ रहा है। ऐसे तनावपूर्ण वैश्विक माहौल में, भारत और ऑस्ट्रिया, हम एकमत हैं कि, मिलिटरी कॉन्फ्लिक्ट से समस्याओं का समाधान नहीं निकल सकता। यूक्रेन हो या वेस्ट एशिया, हम एक stable, सस्टेनबल और lasting peace का समर्थन करते हैं।

हम इस बात पर भी एकमत हैं, कि बढ़ते ग्लोबल challenges के समाधान के लिए Global institutions का रिफॉर्म अनिवार्य है। और आतंकवाद को जड़ से मिटाना, हमारी साझी प्रतिबद्धता है।

Your Excellency,

2024 में मेरी ऑस्ट्रिया की यात्रा भी, चार दशकों बाद हुई थी। उस विज़िट के बाद आज भारत में आपका स्वागत करना, हमारे लिए बहुत गर्व और खुशी की बात है। आइए, हम भारत-ऑस्ट्रिया साझेदारी को इनोवेशन centric और फ्यूचर रेडी बनाएं।

बहुत-बहुत धन्यवाद।