ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନା ସଂସଦର ଜାତୀୟ ଆସେମ୍ବଲିକୁ ସମ୍ବୋଧିତ କରିଛନ୍ତି । ଏପରି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଅଭିଭାଷଣ ପାଇଁ ମାନ୍ୟବର ବାଚସ୍ପତି ମଞ୍ଜୁର ନାଦିର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ।

 

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭାରତ ଓ ଗୁୟାନା ମଧ୍ୟରେ ଦୀର୍ଘଦିନର ଐତିହାସିକ ସମ୍ପର୍କକୁ ମନେ ପକାଇଥିଲେ । ତାଙ୍କୁ ପ୍ରଦାନ କରାଯାଇଥିବା ଦେଶର ସର୍ବୋଚ୍ଚ ସମ୍ମାନ ପାଇଁ ସେ ଗୁୟାନାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ଓ ଗୁୟାନା ମଧ୍ୟରେ ଭୌଗୋଳିକ ଦୂରତା ସତ୍ତ୍ୱେ ମିଳିତ ଐତିହ୍ୟ ଓ ଗଣତନ୍ତ୍ର ଦୁଇ ଦେଶକୁ ନିକଟତର କରିଛି ବୋଲି ସେ ଉଲ୍ଲେଖ କରିଥିଲେ। ଦୁଇ ଦେଶର ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାଧାରଣ ମାନବ-କେନ୍ଦ୍ରୀତ ଆଭିମୁଖ୍ୟ ଉପରେ ଆଲୋକପାତ କରି ସେ ଉଲ୍ଲେଖ କରିଥିଲେ ଯେ ଏହି ମୂଲ୍ୟବୋଧ ସେମାନଙ୍କୁ ଏକ ସମାବେଶୀ ମାର୍ଗରେ ଅଗ୍ରଗତି କରିବାରେ ସାହାଯ୍ୟ କରିଛି।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର 'ହ୍ୟୁମାନିଟି ଫାର୍ଷ୍ଟ' ମନ୍ତ୍ର ନିକଟରେ ବ୍ରାଜିଲରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ସମେତ ଗ୍ଲୋବାଲ୍ ସାଉଥର ସ୍ୱରକୁ ପ୍ରୋତ୍ସାହିତ କରିବାକୁ ପ୍ରେରଣା ଦେଇଛି । ବିଶ୍ୱର ବନ୍ଧୁ ବିଶ୍ୱବନ୍ଧୁ ଭାବରେ ଭାରତ ମାନବିକତାର ସେବା କରିବାକୁ ଚାହୁଁଛି ଏବଂ ଏହି ମୌଳିକ ଚିନ୍ତାଧାରା ବିଶ୍ୱ ସମୁଦାୟ ପ୍ରତି ନିଜର ଆଭିମୁଖ୍ୟକୁ ଆକାର ଦେଇଛି ଯେଉଁଠାରେ ଏହା ଛୋଟ ବଡ଼ ସମସ୍ତ ରାଷ୍ଟ୍ରକୁ ସମାନ ଗୁରୁତ୍ୱ ଦେଇଥାଏ ।

 

ବିଶ୍ଵର ପ୍ରଗତି ଓ ସମୃଦ୍ଧି ଆଣିବା ପାଇଁ ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଶିକ୍ଷା ଓ ଉଦ୍ଭାବନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଅଧିକ ଆଦାନ ପ୍ରଦାନ ପାଇଁ ସେ ଅନୁରୋଧ କରିଥିଲେ ଯାହାଦ୍ୱାରା ଯୁବକମାନଙ୍କ ର ସାମର୍ଥ୍ୟସମ୍ପୂର୍ଣ୍ଣ ଭାବରେ ଉପଲବ୍ଧ ହୋଇପାରିବ । କ୍ୟାରିବିଆନ୍ ଅଞ୍ଚଳକୁ ଭାରତର ଦୃଢ଼ ସମର୍ଥନ ଜଣାଇ ସେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ରାଷ୍ଟ୍ରପତି ଅଲ୍ଲୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଭାରତ-ଗୁୟାନା ଐତିହାସିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତର ଗଭୀର ପ୍ରତିବଦ୍ଧତା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଗୁୟାନା ଭାରତ ଏବଂ ଲାଟିନ ଆମେରିକୀୟ ମହାଦେଶ ମଧ୍ୟରେ ସୁଯୋଗର ସେତୁ ହୋଇପାରିବ । ଗୁୟାନା ଶ୍ରୀ ଛେଦି ଜଗନଙ୍କ ମହାନ ପୁତ୍ରଙ୍କ ଉଦାହରଣ ଦେଇ ସେ ତାଙ୍କ ଅଭିଭାଷଣ ଶେଷ କରି କହିଥିଲେ, ଆମକୁ ଅତୀତରୁ ଶିଖିବାକୁ ହେବ ଏବଂ ଆମର ବର୍ତ୍ତମାନକୁ ସୁଧାରିବାକୁ ହେବ ଏବଂ ଭବିଷ୍ୟତ ପାଇଁ ଏକ ମଜବୁତ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେବ। ସେ ଗୁୟାନାର ସାଂସଦମାନଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi