ସୋନମାର୍ଗର ଚମତ୍କାର ଲୋକମାନଙ୍କ ଗହଣରେ ରହି ମୁଁ ଅତ୍ୟନ୍ତ ଆନନ୍ଦିତ, ଏହି ଟନେଲ୍ ଖୋଲିବା ଦ୍ୱାରା ଏଠାରେ ଯୋଗାଯୋଗରେ ବହୁତ ଉନ୍ନତି ଆସିବ ଏବଂ ଜମ୍ମୁ ଓ କଶ୍ମୀରରେ ପର୍ଯ୍ୟଟନକୁ ଏକ ବଡ଼ ପ୍ରୋତ୍ସାହନ ମିଳିବ: ପ୍ରଧାନମନ୍ତ୍ରୀ
ସୋନମାର୍ଗ ଟନେଲ ଦ୍ବାରା ଯୋଗାଯୋଗ ଏବଂ ପର୍ଯ୍ୟଟନକୁ ବଡ଼ ପ୍ରୋତ୍ସାହନ ମିଳିବ: ପ୍ରଧାନମନ୍ତ୍ରୀ
ଉତ୍ତମ ଯୋଗାଯୋଗ ପର୍ଯ୍ୟଟକଙ୍କ ପାଇଁ ଜମ୍ମୁ-କଶ୍ମୀରର କମ୍ ଜଣାଶୁଣା ଅଞ୍ଚଳ ବୁଲିବା ପାଇଁ ଦ୍ୱାର ଖୋଲିବ : ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀର ଜମ୍ମୁ-କଶ୍ମୀର ବିକାଶର ନୂଆ ଅଧ୍ୟାୟ ଲେଖୁଛି: ପ୍ରଧାନମନ୍ତ୍ରୀ
କାଶ୍ମୀର ଦେଶର ମୁକୁଟ, ଭାରତର ମୁକୁଟ , ମୁଁ ଚାହୁଁଛି କାଶ୍ମୀର ଅଧିକ ସୁନ୍ଦର ଓ ସମୃଦ୍ଧ ହେଉ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କଶ୍ମୀର ଓ ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ। ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର୍ଯ୍ୟ ସମ୍ପନ୍ନ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ।

କଶ୍ମୀରର ବରଫଘେରା ସୁନ୍ଦର ପର୍ବତ ଏବଂ ଆନନ୍ଦଦାୟକ ପାଣିପାଗକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ନିକଟରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ଦେଖିବା ପରେ ଜମ୍ମୁ-କଶ୍ମୀର ଗସ୍ତ ପାଇଁ ତାଙ୍କର ଆଗ୍ରହ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ପୁରୁଣା ଦିନଗୁଡ଼ିକୁ ମନେ ପକାଇଥିଲେ, ଯେତେବେଳେ ସେ ତାଙ୍କ ଦଳ ପାଇଁ କାମ କରୁଥିବା ସମୟରେ ବାରମ୍ବାର ଏହି ଅଞ୍ଚଳକୁ ଆସୁଥିଲେ । ସୋନମାର୍ଗ, ଗୁଲମାର୍ଗ, ଗଣ୍ଡରବଲ ଓ ବାରାମୁଲା ଭଳି ଅଞ୍ଚଳରେ ସେ ଅନେକ ସମୟ ବିତାଉଥିବା ବେଳେ ଘଣ୍ଟା ଘଣ୍ଟା ଧରି ଚାଲି ଚାଲି ଅନେକ କିଲୋମିଟର ଦୂରତା ଅତିକ୍ରମ କରୁଥିଲେ। ପ୍ରବଳ ତୁଷାରପାତ ସତ୍ତ୍ୱେ ଜମ୍ମୁ-କଶ୍ମୀରବାସୀଙ୍କ ଉଷ୍ମତା ଥଣ୍ଡା ଅନୁଭବ ହେବାକୁ ଦେଇନଥିଲା ବୋଲି ସେ କହିଛନ୍ତି।

 

ଆଜିର ଦିନକୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶରେ ଉତ୍ସବର ବାତାବରଣ ରହିଛି । ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇଥିବା କଥା ଉଲ୍ଲେଖକରି ସେ କହିଥିଲେ ଯେ ପବିତ୍ର ସ୍ନାନ ପାଇଁ ଲକ୍ଷ ଲକ୍ଷ ଲୋକ ସେଠାରେ ଏକାଠି ହେଉଛନ୍ତି। ପ୍ରଧାନମନ୍ତ୍ରୀ ପଞ୍ଜାବ ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନରେ ଲୋହରୀ ପର୍ବ ସହିତ ଉତ୍ତରାୟଣ, ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ଭଳି ପର୍ବ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଏହି ପର୍ବ ପାଳନ କରୁଥିବା ସମସ୍ତଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଘାଟିରେ 'ଚିଲ୍ଲାଇକଲାଁ'ର ୪୦ ଦିନର ଆହ୍ୱାନପୂର୍ଣ୍ଣ ଅବଧିକୁ ସ୍ୱୀକାର କରିଥିଲେ ଏବଂ ଲୋକଙ୍କ ଦୃଢ଼ତାକୁ ପ୍ରଶଂସା କରିଥିଲେ । ଏହି ଋତୁ ସୋନମାର୍ଗ ଭଳି ପର୍ଯ୍ୟଟନସ୍ଥଳୀ ପାଇଁ ନୂଆ ସୁଯୋଗ ଆଣିଛି, ଯାହା ସାରା ଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଏବଂ ଯେଉଁମାନେ କଶ୍ମୀରବାସୀଙ୍କ ଆତିଥେୟତା ଉପଭୋଗ କରନ୍ତି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ନିକଟରେ ଜମ୍ମୁ ରେଳ ଡିଭିଜନର ଶିଳାନ୍ୟାସ କଥା ଉଲ୍ଲେଖ କରି ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଘୋଷଣା କରିଥିଲେ । ଏହା ଲୋକଙ୍କ ଦୀର୍ଘଦିନର ଦାବି ଥିଲା ବୋଲି ସେ କହିଥିଲେ। ସୋନମାର୍ଗ ଟନେଲର ଉଦଘାଟନ ଦ୍ବାରା ଜମ୍ମୁ-କଶ୍ମୀର ଏବଂ ଲଦାଖର ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଥିବା ଘୋଷଣା କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ସୁଡ଼ଙ୍ଗ ନିର୍ମାଣ ଦ୍ୱାରା ସୋନମାର୍ଗ, କାର୍ଗିଲ ଏବଂ ଲେହର ଲୋକଙ୍କ ଜୀବନ ଅଧିକ ସହଜ ହେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଟନେଲ ହିମସ୍ଖଳନ, ପ୍ରବଳ ତୁଷାରପାତ ଏବଂ ଭୂସ୍ଖଳନ ସମୟରେ ଦେଉଥିବା ସମସ୍ୟାକୁ ହ୍ରାସ କରିବ, ଯେଉଁ କାରଣରୁ ଅନେକ ସମୟରେ ରାସ୍ତା ବନ୍ଦ ରହିଥାଏ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଟନେଲ ପ୍ରମୁଖ ଡାକ୍ତରଖାନାଗୁଡିକୁ ଲୋକଙ୍କ ଆଗମନକୁ ସହଜ କରିବ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତାକୁ ସୁନିଶ୍ଚିତ କରିବ, ଯାହା ଦ୍ୱାରା ବାସିନ୍ଦାମାନେ ସମ୍ମୁଖୀନ ହେଉଥିବା ସମସ୍ୟା କମିବ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୫ରେ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ସୋନମର୍ଗ ଟନେଲ ନିର୍ମାଣ ଆରମ୍ଭ ହୋଇଥିଲା । ଏବେ ତାଙ୍କ ଶାସନରେ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ଏହି ଟନେଲ ଶୀତ ଋତୁରେ ସୋନମର୍ଗକୁ ସଂଯୋଗ ପ୍ରଦାନ କରିବ ଏବଂ ସମଗ୍ର ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ଆଗାମୀ ଦିନରେ ଜମ୍ମୁ ଓ କଶ୍ମୀରରେ ଅନେକ ସଡ଼କ ଏବଂ ରେଳ ସଂଯୋଗ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ନିକଟରେ ଆରମ୍ଭ ହେଉଥିବା ଅନ୍ୟ ଏକ ବୃହତ୍ ଯୋଗାଯୋଗ ପ୍ରକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ କାଶ୍ମୀର ଉପତ୍ୟକାକୁ ରେଳ ସଂଯୋଗକୁ ନେଇ ଦେଖାଦେଇଥିବା ଉତ୍ସାହ ବିଷୟରେ ଉଲ୍ଲେଖ କରିଥିଲେ । ନିର୍ମାଣାଧୀନ ନୂତନ ସଡ଼କ, ରେଳବାଇ, ଡାକ୍ତରଖାନା ଏବଂ ମହାବିଦ୍ୟାଳୟର ବିକାଶ ନୂଆ ଜମ୍ମୁ ଓ କଶ୍ମୀରର ଏକ ଅଂଶ ବୋଲି ସେ କହିଥିଲେ । ଏହି ଟନେଲ ଏବଂ ବିକାଶର ନୂତନ ଯୁଗ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ ।

୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିବା ସହ କୌଣସି ଅଞ୍ଚଳ କିମ୍ବା ପରିବାର ଯେପରି ପଛରେ ନପଡ଼େ ତାଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ସରକାର "ସବକା ସାଥ, ସବକା ବିକାଶ"ର ଭାବନା ସହିତ କାର୍ଯ୍ୟ କରୁଛନ୍ତି ଏବଂ ଗତ ୧୦ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ସମେତ ସମଗ୍ର ଦେଶରେ ୪ କୋଟିରୁ ଅଧିକ ଗରିବ ପରିବାର ପକ୍କା ଘର ପାଇଛନ୍ତି । ଏହା ସହ ଆଗାମୀ ବର୍ଷଗୁଡ଼ିକରେ ଗରିବଙ୍କୁ ଅତିରିକ୍ତ ୩ କୋଟି ନୂଆ ଘର ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଲକ୍ଷ ଲକ୍ଷ ଲୋକ ମାଗଣା ଚିକିତ୍ସା ଉପଭୋଗ କରୁଛନ୍ତି, ଯାହା ଜମ୍ମୁ-କଶ୍ମୀରର ଲୋକମାନଙ୍କୁ ମଧ୍ୟ ଉପକୃତ କରୁଛି । ଯୁବପିଢ଼ିଙ୍କ ଶିକ୍ଷାକୁ ସମର୍ଥନ କରିବା ପାଇଁ ସାରା ଦେଶରେ ନୂତନ ଆଇଆଇଟି, ଆଇଆଇଏମ୍, ଏମ୍ସ, ମେଡିକାଲ କଲେଜ, ନର୍ସିଂ କଲେଜ ଏବଂ ପଲିଟେକ୍ନିକ୍ କଲେଜ ପ୍ରତିଷ୍ଠା କରାଯାଉଛି ବୋଲି ସେ ଆଲୋକପାତ କରିଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ଜମ୍ମୁ-କଶ୍ମୀରରେ ଅନେକ ଶୀର୍ଷସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଛି, ଯାହା ସ୍ଥାନୀୟ ଯୁବକମାନଙ୍କୁ ବହୁତ ଉପକୃତ କରୁଛି ବୋଲି ସେ କହିଥିଲେ।

 

ଜମ୍ମୁ-କଶ୍ମୀରରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପକ ଭିତ୍ତିଭୂମିର ବିକାଶ ଉପରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜମ୍ମୁ-କଶ୍ମୀର ସୁଡ଼ଙ୍ଗ, ଉଚ୍ଚ ପୋଲ ଏବଂ ରୋପୱେର ହବ୍ ପାଲଟିଛି । ବିଶ୍ୱର କେତେକ ସର୍ବୋଚ୍ଚ ଟନେଲ ଏବଂ ସର୍ବୋଚ୍ଚ ରେଳ-ସଡ଼କ ସେତୁ ଏଠାରେ ନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀ ଚେନାବ ସେତୁର ଇଞ୍ଜିନିୟରିଂ ଚମତ୍କାର ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ନିକଟରେ ଏକ ଯାତ୍ରୀବାହୀ ଟ୍ରେନର ପରୀକ୍ଷଣ ଶେଷ ହୋଇଛି । କାଶ୍ମୀରରେ ରେଳ ଯୋଗାଯୋଗ ବୃଦ୍ଧି କରୁଥିବା କେବୁଲ ବ୍ରିଜ୍, ଜୋଜିଲା, ଚେନାନି-ନାଶରୀ ଏବଂ ସୋନମର୍ଗ ଟନେଲ ପ୍ରକଳ୍ପ ଏବଂ ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ଲିଙ୍କ୍ ପ୍ରକଳ୍ପ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବିଷୟରେ ସେ ଉଲ୍ଲେଖ କରିଥିଲେ। ଶଙ୍କରାଚାର୍ଯ୍ୟ ମନ୍ଦିର, ଶିବଖୋଡି ଏବଂ ବାଲତାଲ-ଅମରନାଥ ରୋପ୍ ୱେ ସହିତ କଟ୍ରା-ଦିଲ୍ଲୀ ଏକ୍ସପ୍ରେସୱେ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ଜମ୍ମୁ-କଶ୍ମୀରରେ ୪୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ ସଂଯୋଗ ପ୍ରକଳ୍ପ ଚାଲିଛି, ଯେଉଁଥିରେ ୪ଟି ଜାତୀୟ ରାଜପଥ ପ୍ରକଳ୍ପ ଏବଂ ୨ଟି ରିଙ୍ଗରୋଡ୍ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୋନମର୍ଗ ଭଳି ୧୪ରୁ ଅଧିକ ସୁଡ଼ଙ୍ଗ ନିର୍ମାଣ କରାଯାଉଛି, ଯାହା ଜମ୍ମୁ-କଶ୍ମୀରକୁ ଦେଶର ଅନ୍ୟତମ ଉତ୍ତମ ସଂଯୋଗ ହୋଇଥିବା ଅଂଚଳରେ ପରିଣତ କରୁଛି ।

ଏକ ବିକଶିତ ରାଷ୍ଟ୍ର ହେବା ପାଇଁ ଭାରତର ଯାତ୍ରାରେ ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉନ୍ନତ ଯୋଗାଯୋଗ ଦ୍ୱାରା ପର୍ଯ୍ୟଟକମାନେ ଜମ୍ମୁ ଓ କଶ୍ମୀରର ପୂର୍ବରୁ ଅଜ୍ଞାତ ଏବଂ ଦୁର୍ଗମ ଥିବା ଅଞ୍ଚଳରେ ପହଞ୍ଚିପାରିବେ । ଗତ ଦଶନ୍ଧି ମଧ୍ୟରେ ଏହି ଅଞ୍ଚଳରେ ଯେଉଁ ଶାନ୍ତି ଓ ପ୍ରଗତି ହୋଇଛି ତାହା ପର୍ଯ୍ୟଟନ କ୍ଷେତ୍ରପାଇଁ ଲାଭଦାୟକ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ। ୨୦୨୪ରେ ୨ କୋଟିରୁ ଅଧିକ ପର୍ଯ୍ୟଟକ ଜମ୍ମୁ-କଶ୍ମୀର ଗସ୍ତ କରିଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ସୋନମର୍ଗରେ ପର୍ଯ୍ୟଟକଙ୍କ ସଂଖ୍ୟା ୬ ଗୁଣ ବୃଦ୍ଧି ପାଇଛି। ହୋଟେଲ, ହୋମଷ୍ଟେ, ଢାବା, ପୋଷାକ ଦୋକାନ ଏବଂ ଟ୍ୟାକ୍ସି ସେବା ସମେତ ସ୍ଥାନୀୟ ବ୍ୟବସାୟୀମାନେ ଏହି ଅଭିବୃଦ୍ଧିରୁ ଉପକୃତ ହୋଇଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ।

 

ଏକବିଂଶ ଶତାବ୍ଦୀର ଜମ୍ମୁ-କଶ୍ମୀର ବିକାଶର ଏକ ନୂଆ ଅଧ୍ୟାୟ ଲେଖୁଛି। ଅତୀତର କଠିନ ଦିନଗୁଡ଼ିକୁ ପଛରେ ପକାଇ ଏହି ଅଞ୍ଚଳ 'ପୃଥିବୀର ସ୍ୱର୍ଗ' ଭାବରେ ନିଜର ପରିଚୟ ଫେରିପାଇଛି ବୋଲି ସେ କହିଥଲେ। ସେ କହିଥିଲେ ଯେ ବର୍ତ୍ତମାନ ଲୋକମାନେ ରାତିରେ ମଧ୍ୟ ଲାଲ ଛକରେ ଆଇସକ୍ରିମ୍ ର ମଜା ନେଉଛନ୍ତି ଏବଂ ଏହି ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି । ପୋଲୋ ଭ୍ୟୁ ମାର୍କେଟକୁ ଏକ ନୂତନ ହାବିଟାଟ୍ ସେଣ୍ଟରରେ ପରିଣତ କରିଥିବାରୁ ସେ ସ୍ଥାନୀୟ କଳାକାରମାନଙ୍କୁ ପ୍ରଶଂସା କରିଥିଲେ, ଯେଉଁଠାରେ ସଙ୍ଗୀତଜ୍ଞ, କଳାକାର ଏବଂ ଗାୟକମାନେ ପ୍ରାୟତଃ ସେମାନଙ୍କର କଳା ପ୍ରଦର୍ଶନ କରନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀନଗରର ଲୋକମାନେ ଏବେ ନିଜ ପରିବାର ସହିତ ସିନେମା ହଲରେ ସିନେମା ଦେଖୁଛନ୍ତି ଏବଂ ସହଜରେ ସପିଂ କରିପାରୁଛନ୍ତି । ଏଭଳି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କେବଳ ସରକାର ଏକାକୀ ହାସଲ କରିପାରିବେ ନାହିଁ ବୋଲି ସେ ଉଲ୍ଲେଖ କରିବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଜମ୍ମୁ-କଶ୍ମୀରବାସୀଙ୍କୁ ଶ୍ରେୟ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀରର ଯୁବକମାନଙ୍କଉଜ୍ଜ୍ୱଳ ଭବିଷ୍ୟତ ଉପରେ ଆଲୋକପାତ କରିବା ସହ କ୍ରୀଡ଼ାକ୍ଷେତ୍ରରେ ଥିବା ଅସଂଖ୍ୟ ସୁଯୋଗ ଉପରେ ଆଲୋକପାତ କରିଥିଲେ । ସେ କିଛି ମାସ ତଳେ ଶ୍ରୀନଗରରେ ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ମାରାଥନ କଥା କହିଥିଲେ, ଯାହାକୁ ଦେଖିଥିବା ଲୋକମାନେ ବହୁତ ଆନନ୍ଦିତ ହୋଇଥିଲେ । ସେ ମାରାଥନରେ ଭାଗ ନେଉଥିବା ମୁଖ୍ୟମନ୍ତ୍ରୀଙ୍କ ଭାଇରାଲ ଭିଡିଓ ଏବଂ ଦିଲ୍ଲୀରେ ଏକ ବୈଠକରେ ଏହା ଉପରେ ତାଙ୍କର ଉତ୍ସାହଜନକ ଆଲୋଚନାକୁ ମଧ୍ୟ ମନେ ପକାଇଥିଲେ ।

ଏହା ପ୍ରକୃତରେ ଜମ୍ମୁ-କଶ୍ମୀର ପାଇଁ ନୂତନ ଯୁଗ ବୋଲି ସ୍ୱୀକାର କରି ଶ୍ରୀ ମୋଦୀ ଚାଳିଶ ବର୍ଷ ପରେ ଏହି ଅଞ୍ଚଳରେ ନିକଟରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟ ଲିଗ୍ ଏବଂ ସୁନ୍ଦର ଡାଲ୍ ହ୍ରଦ ଚାରିପଟେ କାର୍ ରେସିଂ ଦୃଶ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଗୁଲମାର୍ଗ ଭାରତର ଶୀତକାଳୀନ କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି, ଯେଉଁଠାରେ ୪ଟି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଅନୁଷ୍ଠିତ ହୋଇଛି ଏବଂ ଆସନ୍ତା ମାସରୁ ଏହାର ପଞ୍ଚମ ସଂସ୍କରଣ ଆୟୋଜନ କରାଯାଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ସାରା ଦେଶରୁ ୨,୫୦୦ ଆଥଲେଟ୍ ଜମ୍ମୁ ଓ କଶ୍ମୀରରେ ଆୟୋଜିତ ବିଭିନ୍ନ କ୍ରୀଡ଼ା ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ଏହି ଅଞ୍ଚଳରେ ୯୦ରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା ଉପରେ ସେ ଆଲୋକପାତ କରିଥିଲେ, ଯାହା ୪,୫୦୦ ସ୍ଥାନୀୟ ଯୁବକଙ୍କୁ ତାଲିମ ପ୍ରଦାନ କରୁଛି ।

ଜମ୍ମୁ ଓ କଶ୍ମୀରର ଯୁବକମାନଙ୍କ ପାଇଁ ଉଭା ହୋଇଥିବା ନୂତନ ସୁଯୋଗ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜମ୍ମୁ ଏବଂ ଅବନ୍ତିପୋରାରେ ଏମ୍ସ ନିର୍ମାଣ ଦ୍ରୁତ ଗତିରେ ଚାଲିଛି, ଯାହା ଚିକିତ୍ସା ପାଇଁ ସ୍ଥାନୀୟ ଲୋକଙ୍କୁ ଦେଶର ଅନ୍ୟାନ୍ୟ ସ୍ଥାନକୁ ଯିବାର ଆବଶ୍ୟକତାକୁ ହ୍ରାସ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜମ୍ମୁରେ ଆଇଆଇଟି, ଆଇଆଇଏମ୍ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଶ୍ରେଷ୍ଠ ଶିକ୍ଷା ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଏବଂ ଜମ୍ମୁ ଓ କଶ୍ମୀର ସରକାରଙ୍କ ଅନ୍ୟାନ୍ୟ ପଦକ୍ଷେପ ଦ୍ୱାରା ସହାୟତା ପାଉଥିବା ସ୍ଥାନୀୟ କାରିଗର ଏବଂ କାରିଗରଙ୍କ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି କ୍ଷେତ୍ରରେ ନୂତନ ଶିଳ୍ପକୁ ଆକୃଷ୍ଟ କରିବା ପାଇଁ ନିରନ୍ତର ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ, ଯାହା ଦ୍ୱାରା ପ୍ରାୟ ୧୩,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି ଏବଂ ଯୁବକମାନଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୃଷ୍ଟି ହୋଇଛି । ଜମ୍ମୁ-କଶ୍ମୀର ବ୍ୟାଙ୍କର ଉନ୍ନତ ପ୍ରଦର୍ଶନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ, ଯାହାର ବ୍ୟବସାୟ ଗତ ଚାରି ବର୍ଷ ମଧ୍ୟରେ ୧.୬ ଲକ୍ଷ କୋଟି ଟଙ୍କାରୁ ୨.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେ କହିଥିଲେ ଯେ ବ୍ୟାଙ୍କର ବର୍ଦ୍ଧିତ ଋଣ କ୍ଷମତା ଏହି ଅଞ୍ଚଳର ଯୁବକ, କୃଷକ, ଉଦ୍ୟାନ କୃଷି, ଦୋକାନୀ ଏବଂ ଉଦ୍ୟୋଗୀଙ୍କୁ ଉପକୃତ କରିଛି ।

 

ଜମ୍ମୁ-କଶ୍ମୀରର ଅତୀତକୁ ବିକାଶର ବର୍ତମାନରେ ପରିଣତ କରିବା ସମ୍ପର୍କରେ ଶ୍ରୀ ମୋଦୀ କହିଛନ୍ତି ଯେ ଏକ ବିକଶିତ ଭାରତର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ଦେଶର ମୁକୁଟ କାଶ୍ମୀର ପ୍ରଗତିର ରତ୍ନରେ ସଜ୍ଜିତ ହେବ । କାଶ୍ମୀରକୁ ଆହୁରି ସୁନ୍ଦର ଓ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ଇଚ୍ଛା ପ୍ରକାଶ କରିଥିଲେ। ଏହି ପ୍ରୟାସରେ ଅଞ୍ଚଳର ଯୁବକ, ବରିଷ୍ଠ ନାଗରିକ ଓ ପିଲାମାନଙ୍କଠାରୁ ନିରନ୍ତର ସହଯୋଗ ମିଳୁଥିବା ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଜମ୍ମୁ-କଶ୍ମୀରର ଲୋକମାନେ ସେମାନଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ଏବଂ ଏହି ଅଞ୍ଚଳ ଏବଂ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ ଦେଉଛନ୍ତି । ନିଜର ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେ ସେମାନଙ୍କର ସମସ୍ତ ପ୍ରୟାସରେ ପୂର୍ଣ୍ଣ ସମର୍ଥନ କରିବେ ଏବଂ ଜମ୍ମୁ ଓ କଶ୍ମୀରର ପ୍ରତ୍ୟେକ ପରିବାରକୁ ସେମାନଙ୍କର ବିକାଶ ମୂଳକ ପ୍ରକଳ୍ପ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ ।

ଏହି ଅବସରରେ ଜମ୍ମୁ-କଶ୍ମୀର ଉପ-ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ, ଶ୍ରୀ ଅଜୟ ଟମଟା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି :

ପାଖାପାଖି ୧୨ କିଲୋମିଟର ଦୀର୍ଘ ସୋନମର୍ଗ ଟନେଲ ପ୍ରକଳ୍ପ ୨୭୦୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏଥିରେ ୬.୪ କିଲୋମିଟର ଦୀର୍ଘ ସୋନମର୍ଗ ମୁଖ୍ୟ ଟନେଲ, ଏଗ୍ରେସ ଟନେଲ ଓ ଆପ୍ରୋଚ୍ ରୋଡ୍ ରହିଛି। ସମୁଦ୍ର ପତନଠାରୁ ୮,୬୫୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ପ୍ରକଳ୍ପ ଲେହ ଯିବା ବାଟରେ ଶ୍ରୀନଗର ଓ ସୋନମର୍ଗ ମଧ୍ୟରେ ସର୍ବକାଳୀନ ଯୋଗାଯୋଗରେ ଉନ୍ନତି ଆଣିବ, ଭୂସ୍ଖଳନ ଏବଂ ହିମସ୍ଖଳନ ମାର୍ଗକୁ ବାଇପାସ୍ କରିବ ଏବଂ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଲଦାଖ ଅଞ୍ଚଳକୁ ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ପ୍ରବେଶ ସୁନିଶ୍ଚିତ କରିବ । ଏହା ସହ ସୋନମର୍ଗକୁ ଏକ ବର୍ଷବ୍ୟାପୀ ଗନ୍ତବ୍ୟସ୍ଥଳରେ ପରିଣତ କରି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ, ଯାହା ଦ୍ୱାରା ଶୀତକାଳୀନ ପର୍ଯ୍ୟଟନ, ଦୁଃସାହସିକ କ୍ରୀଡ଼ା ଏବଂ ସ୍ଥାନୀୟ ରୋଜଗାର ସୁଯୋଗ ବୃଦ୍ଧି ପାଇବ ।

 

୨୦୨୮ ସୁଦ୍ଧା ଶେଷ ହେବାକୁ ଥିବା ଜୋଜିଲା ଟନେଲ ସହିତ ଏହା ଏହି ରାସ୍ତାର ଦୈର୍ଘ୍ୟ ୪୯ କିଲୋମିଟରରୁ ୪୩ କିଲୋମିଟରକୁ ହ୍ରାସ କରିବ ଏବଂ ଯାନବାହନର ବେଗ ଘଣ୍ଟା ପ୍ରତି ୩୦ କିଲୋମିଟରରୁ ୭୦ କିଲୋମିଟରକୁ ବୃଦ୍ଧି କରିବ, ଯାହା ଦ୍ୱାରା ଶ୍ରୀନଗର ଉପତ୍ୟକା ଏବଂ ଲଦାଖ ମଧ୍ୟରେ ନିରବଚ୍ଛିନ୍ନ ଏନଏଚ-୧ ଯୋଗାଯୋଗ ସୁନିଶ୍ଚିତ ହେବ । ଏହି ଉନ୍ନତ ଯୋଗାଯୋଗ ପ୍ରତିରକ୍ଷା ଲଜିଷ୍ଟିକ୍ସକୁ ସହଜ କରିବ, ଜମ୍ମୁ-କଶ୍ମୀର ଏବଂ ଲଦାଖରେ ଅର୍ଥନୈତିକ ବିକାଶ ଏବଂ ସାମାଜିକ-ସାଂସ୍କୃତିକ ଏକୀକରଣକୁ ପ୍ରୋତ୍ସାହିତ କରିବ ।

 

ସବୁଠାରୁ କଠିନ ପରିସ୍ଥିତିରେ ସତର୍କତାର ସହ କାମ କରୁଥିବା ଟନେଲର ନିର୍ମାଣ ଶ୍ରମିକମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିଥିଲେ ଏବଂ ଏହି ଉଲ୍ଲେଖନୀୟ ଇଞ୍ଜିନିୟରିଂ ସଫଳତାରେ ସେମାନଙ୍କ ଅବଦାନକୁ ସ୍ୱୀକାର କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
WEF 2026: Navigating global tech and trade disruptions, India stands strong, say CEOs at Davos

Media Coverage

WEF 2026: Navigating global tech and trade disruptions, India stands strong, say CEOs at Davos
NM on the go

Nm on the go

Always be the first to hear from the PM. Get the App Now!
...
PM Narendra Modi receives a telephone call from the President of Brazil
January 22, 2026
The two leaders reaffirm their commitment to further strengthen the India–Brazil Strategic Partnership.
Both leaders note significant progress in trade and investment, technology, defence, energy, health, agriculture, and people-to-people ties.
The leaders also exchange views on regional and global issues of mutual interest.
PM conveys that he looks forward to welcoming President Lula to India at an early date.

Prime Minister Shri Narendra Modi received a telephone call today from the President of the Federative Republic of Brazil, His Excellency Mr. Luiz Inácio Lula da Silva.

The two leaders reaffirmed their commitment to further strengthen the India–Brazil Strategic Partnership and take it to even greater heights in the year ahead.

Recalling their meetings last year in Brasília and South Africa, the two leaders noted with satisfaction the significant progress achieved across diverse areas of bilateral cooperation, including trade and investment, technology, defence, energy, health, agriculture, and people-to-people ties.

The leaders also exchanged views on regional and global issues of mutual interest. They also underscored the importance of reformed multilateralism in addressing shared challenges.

Prime Minister Modi conveyed that he looked forward to welcoming President Lula to India at an early date.