“ଶହ ଶହ ବର୍ଷର ଧୈର୍ଯ୍ୟ, ଅଶେଷ ତ୍ୟାଗ, ସାଧନା ଓ ତପସ୍ୟା ପରେ ଆମ ପ୍ରଭୁ ଶ୍ରୀରାମ ଏଠାରେ ଅଛନ୍ତି”
“୨୨ ଜାନୁଆରୀ ୨୦୨୪ କେବଳ କ୍ୟାଲେଣ୍ଡରର ଏକ ତାରିଖ ନୁହେଁ, ଏହା ଏକ ନୂତନ 'କାଳ ଚକ୍ର' ର ଆରମ୍ଭ”
“ନ୍ୟାୟର ମର୍ଯ୍ୟାଦା ବଜାୟ ରଖିଥିବାରୁ ମୁଁ ଭାରତୀୟ ନ୍ୟାୟପାଳିକାକୁ ଧନ୍ୟବାଦ ଜଣାଉଛି । ନ୍ୟାୟର ପ୍ରତୀକ ଭଗବାନ ରାମଙ୍କ ମନ୍ଦିର ନ୍ୟାୟପୂର୍ଣ୍ଣ ଢଙ୍ଗରେ ନିର୍ମିତ ହୋଇଛି”
"ମୋର ୧୧ ଦିନର ଉପବାସ ଏବଂ ରୀତିନୀତିରେ ମୁଁ ଶ୍ରୀରାମ ଯେଉଁ ମାର୍ଗରେ ଚାଲିଥିଲେ ସେହି ସ୍ଥାନକୁ ଛୁଇଁବାକୁ ଚେଷ୍ଟା କରିଥିଲି”
"ସମୁଦ୍ର ଠାରୁ ଆରମ୍ଭ କରି ସରଜୁ ନଦୀ ପର୍ଯ୍ୟନ୍ତ ସବୁଠାରେ ରାମଙ୍କ ନାମର ସମାନ ଉତ୍ସବ ଦେଖିବାକୁ ମିଳୁଛି”
“ରାମଙ୍କ କଥା ଅସୀମ ଏବଂ ରାମାୟଣ ମଧ୍ୟ ଅନ୍ତହୀନ । ରାମଙ୍କ ଆଦର୍ଶ, ମୂଲ୍ୟବୋଧ ଓ ଶିକ୍ଷା ସବୁଠି ସମାନ”
“ଏହା ରାମ ରୂପରେ ଜାତୀୟ ଚେତନାର ଏକ ମନ୍ଦିର । ଭଗବାନ ରାମ ହେଉଛନ୍ତି ଭାରତର ବିଶ୍ୱାସ, ଭିତ୍ତିଭୂମି, ଧାରଣା, ନ୍ୟାୟ, ଚେତନା, ଚିନ୍ତାଧାରା, ପ୍ରତିଷ୍ଠା ଓ ଗୌରବ”
“ମୁଁ ଶୁଦ୍ଧ ହୃଦୟରେ ଅନୁଭବ କରୁଛି ଯେ ସମୟର ଚକ୍ର ବଦଳୁଛି । ଏହା ଏକ ଖୁସିର ସୌଭାଗ୍ୟ ଯେ ଆମ ପିଢ଼ି ଏହି ଗୁରୁତ୍ୱପୂର୍ଣ୍ଣ ମାର୍ଗର ସ୍ଥାପକ ଭାବରେ ମନୋନୀତ ହୋଇଛି”
“ଆମକୁ ଆଗାମୀ ଏକ ହଜାର ବର୍ଷ ପାଇଁ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପଡ଼ିବ”
"ଆମକୁ ଦେବ
ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ଯୋଗଦାନ କରିଥିବା ଶ୍ରମଜୀବୀ ମାନଙ୍କ ସହ ଶ୍ରୀ ମୋଦୀ ବାର୍ତ୍ତାଳାପ କରିଥିଲେ ।
ସେ ଏହି କାର୍ଯ୍ୟକ୍ରମରେ ଦୈବିକ ସଂସ୍ଥାର ଉପସ୍ଥିତିକୁ ସ୍ୱୀକାର କରିଥିଲେ । ଆଜିର ଦିନ ଦେଖିବାରେ ବିଳମ୍ବ ପାଇଁ ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀରାମଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ ଆଜି ସେହି ଶୂନ୍ୟତା ପୂରଣ ହୋଇଛି, ନିଶ୍ଚିତ ଭାବେ ଶ୍ରୀରାମ ଆମକୁ କ୍ଷମା କରିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟା ଠାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ଯୋଗଦାନ କରିଥିବା ଶ୍ରମଜୀବୀ ମାନଙ୍କ ସହ ଶ୍ରୀ ମୋଦୀ ବାର୍ତ୍ତାଳାପ କରିଥିଲେ ।

 

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶହ ଶହ ବର୍ଷ ପରେ ଶେଷରେ ଆମ ରାମ ଆସିଛନ୍ତି । "ଶତାବ୍ଦୀର ଧୈର୍ଯ୍ୟ, ଅଶେଷ ତ୍ୟାଗ, ସାଧନା ଏବଂ ତପସ୍ୟା ପରେ, ଆମର ଭଗବାନ ରାମ ଏଠାରେ ଅଛନ୍ତି" ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ନାଗରିକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ 'ଗର୍ଭ ଗୃହ' (ଭିତର ଗର୍ଭଗୃହ) ଭିତରେ ଥିବା ଦିବ୍ୟ ଚେତନାର ଅନୁଭବକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ ଏବଂ ତାଙ୍କ ଶରୀର ଆଧ୍ୟାତ୍ମିକ ଶକ୍ତିରେ ସ୍ପନ୍ଦିତ ହେଉଛି ଏବଂ ମନ ପ୍ରାଣ ପ୍ରତିଷ୍ଠା ମୁହୂର୍ତ୍ତରେ ଲୀନ ହୋଇ ରହିଛି । "ଆମ ରାମଲାଲା ଆଉ ତମ୍ବୁରେ ରହିବେ ନାହିଁ । ଏହି ଦିବ୍ୟ ମନ୍ଦିର ଏବେ ତାଙ୍କର ଭବନ ହେବ" ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ଓ ଶ୍ରଦ୍ଧା ପ୍ରକଟ କରି କହିଥିଲେ ଯେ ଆଜିର ଘଟଣାକୁ ଦେଶ ତଥା ବିଶ୍ୱର ରାମଭକ୍ତମାନେ ଅନୁଭବ କରି ପାରିବେ । ଏହି ମୁହୂର୍ତ୍ତ ଅଲୌକିକ ଏବଂ ପବିତ୍ର ବାୟୁମଣ୍ଡଳ, ପରିବେଶ ଏବଂ ଶକ୍ତି ଆମ ଉପରେ ଭଗବାନ ରାମଙ୍କ ଆଶୀର୍ବାଦକୁ ସୂଚିତ କରିଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି । ଜାନୁଆରୀ ୨୨ ତାରିଖ ସକାଳର ସୂର୍ଯ୍ୟ ଏହା ସହିତ ଏକ ନୂଆ ଆଭା ନେଇ ଆସିଛି ବୋଲି ସେ ଉଲ୍ଲେଖ କରିଛନ୍ତି । "୨୨ ଜାନୁଆରୀ ୨୦୨୪ କେବଳ କ୍ୟାଲେଣ୍ଡରରେ ଏକ ତାରିଖ ନୁହେଁ, ଏହା ଏକ ନୂତନ କାଳ ଚକ୍ରର ଉତ୍ପତ୍ତି" ବୋଲି ସେ ମତ ଦେଇଥିଲେ । ରାମ ଜନ୍ମଭୂମି ମନ୍ଦିରର ଭୂମି ପୂଜନ ଏବଂ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନାଗରିକ ମାନଙ୍କୁ ଉତ୍ସାହିତ କରିବା ପରେ ସମଗ୍ର ଦେଶର ଆନନ୍ଦ ଓ ଉତ୍ସବର ପରିବେଶ କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, "ଆଜି ଆମେ ଶହ ଶହ ବର୍ଷର ଧୈର୍ଯ୍ୟର ଫଳ ଭାବେ ଏହି ଐତିହ୍ୟକୁ ପାଇଛୁ, ଆଜି ଆମକୁ ଶ୍ରୀରାମଙ୍କ ମନ୍ଦିର ମିଳିଛି । ସେ କହିଥିଲେ ଯେ , ଯେଉଁ ଜାତି ଦାସତ୍ୱର ମାନସିକତାର ବନ୍ଧନକୁ ଭାଙ୍ଗିଥାଏ ଏବଂ ଅତୀତର ଅନୁଭୂତିରୁ ପ୍ରେରଣା ପାଇଥାଏ ସେ ହିଁ ଇତିହାସ ଲେଖିଥାଏ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଠାରୁ ଏକ ହଜାର ବର୍ଷ ପରେ ଆଜିର ଦିବସକୁ ନେଇ ଆଲୋଚନା ହେବ ଏବଂ ଭଗବାନ ରାମଙ୍କ ଆଶୀର୍ବାଦରେ ହିଁ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାର ସାକ୍ଷୀ ହୋଇପାରିଛେ । "ଦିବସ, ଦିଗ, ଆକାଶ ଏବଂ ସବୁକିଛି ଆଜି ଦେବତ୍ୱରେ ପରିପୂର୍ଣ୍ଣ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହା ଏକ ସାଧାରଣ ସମୟ ଅବଧି ନୁହେଁ ବରଂ ଏକ ଅବିସ୍ମରଣୀୟ ସ୍ମୃତି ପଥ ଯାହା ଠିକ୍ ସମୟରେ ଚିହ୍ନିତ ହେଉଛି ବୋଲି ଉଲ୍ଲେଖ କରିଥିଲେ ।

ଶ୍ରୀରାମଙ୍କ ପ୍ରତ୍ୟେକ କାର୍ଯ୍ୟରେ ଶ୍ରୀ ହନୁମାନଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ହନୁମାନ ଏବଂ ହନୁମାନ ଘଡିକୁ ପ୍ରଣାମ କରିଥିଲେ । ସେ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ମାତା ଜାନକୀଙ୍କୁ ମଧ୍ୟ ପ୍ରଣାମ କରିଥିଲେ । ସେ ଏହି କାର୍ଯ୍ୟକ୍ରମରେ ଦୈବିକ ସଂସ୍ଥାର ଉପସ୍ଥିତିକୁ ସ୍ୱୀକାର କରିଥିଲେ । ଆଜିର ଦିନ ଦେଖିବାରେ ବିଳମ୍ବ ପାଇଁ ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀରାମଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ ଆଜି ସେହି ଶୂନ୍ୟତା ପୂରଣ ହୋଇଛି, ନିଶ୍ଚିତ ଭାବେ ଶ୍ରୀରାମ ଆମକୁ କ୍ଷମା କରିବେ ।

 

'ତ୍ରେତୟା ଯୁଗ' ରେ ଶ୍ରୀରାମଙ୍କ ପ୍ରତ୍ୟାବର୍ତ୍ତନକୁ ମନେ ପକାଇ ସନ୍ଥ ତୁଳସୀଦାସ ସେ ସମୟର ଯେଉଁ ଅନୁଭୂତ ଖୁସିକୁ ବ୍ୟାଖ୍ୟା କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ତାହାକୁ ମନେ ପକାଇଥିଲେ । ସେତେବେଳେ ଶ୍ରୀରାମଙ୍କ ସହ ବିଚ୍ଛେଦ ୧୪ ବର୍ଷ ପର୍ଯ୍ୟନ୍ତ ଥିଲା ଏବଂ ତାହା ଏବେ ବି ଅସହ୍ୟ । ଏହି ଯୁଗରେ ଅଯୋଧ୍ୟା ଏବଂ ଦେଶବାସୀ ଶହ ଶହ ବର୍ଷର ବିଚ୍ଛେଦ ଭୋଗିଥିଲେ । ସମ୍ବିଧାନର ମୂଳ କପିରେ ଶ୍ରୀରାମଙ୍କ ଉପସ୍ଥିତି ଥିଲେ ମଧ୍ୟ ସ୍ୱାଧୀନତା ପରେ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଚାଲୁ ରହିଥିଲା ବୋଲି ଶ୍ରୀ ମୋଦୀ କହିଛନ୍ତି । ନ୍ୟାୟର ମର୍ଯ୍ୟାଦା ବଜାୟ ରଖିଥିବାରୁ ପ୍ରଧାନମନ୍ତ୍ରୀ ଭାରତର ନ୍ୟାୟପାଳିକାକୁ ଧନ୍ୟବାଦ ଜଣାଇଥିଲେ । ନ୍ୟାୟର ପ୍ରତିମୂର୍ତ୍ତି ଶ୍ରୀରାମଙ୍କ ମନ୍ଦିର ନ୍ୟାୟ ଉପାୟରେ ନିର୍ମିତ ହୋଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ଛୋଟ ଛୋଟ ଗ୍ରାମ ସମେତ ସମଗ୍ର ଦେଶ ଶୋଭାଯାତ୍ରା ଦେଖୁଛି ଏବଂ ମନ୍ଦିର ଗୁଡିକରେ ସ୍ୱଚ୍ଛତା ଅଭିଯାନ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସମଗ୍ର ଦେଶ ଆଜି ଦୀପାବଳି ପାଳନ କରୁଛି । ସନ୍ଧ୍ୟାରେ 'ରାମ ଜ୍ୟୋତି' କୁ ଆଲୋକିତ କରିବା ପାଇଁ ପ୍ରତ୍ୟେକ ପରିବାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି । ଗତକାଲି ରାମ ସେତୁର ପ୍ରାରମ୍ଭିକ ସ୍ଥାନ ଅରିଚଲ ମୁନାଇ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମୁହୂର୍ତ୍ତ ହିଁ କାଳ ଚକ୍ରକୁ ବଦଳାଇ ଦେଇଥିଲା । ସେହି ମୁହୂର୍ତ୍ତର ବ୍ୟାଖ୍ୟା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ବିଶ୍ୱାସ ରହିଛି ଯେ ଆଜିର ମୁହୂର୍ତ୍ତ ମଧ୍ୟ ସମୟର ଚକ୍ରକୁ ବଦଳାଇ ଆଗକୁ ବଢ଼ିବ ।

 

ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ , ତାଙ୍କ ୧୧ ଦିନର ଅନୁଷ୍ଠାନରେ ସେ ଭଗବାନ ରାମ ପାଦ ରଖିଥିବା ସମସ୍ତ ସ୍ଥାନରେ ନତମସ୍ତକ ହୋଇ ପ୍ରଣାମ କରିବାକୁ ଚେଷ୍ଟା କରିଥିଲେ । ନାସିକର ପଂଚବଟୀ ଧାମ, କେରଳର ତ୍ରିପ୍ରାୟାର ମନ୍ଦିର, ଆନ୍ଧ୍ରପ୍ରଦେଶର ଲେପାକ୍ସି, ଶ୍ରୀରଙ୍ଗମ୍‌ର ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିର, ରାମେଶ୍ୱରମର ଶ୍ରୀ ରାମନାଥସ୍ୱାମୀ ମନ୍ଦିର ଏବଂ ଧନୁଷକୋଡି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମୁଦ୍ରରୁ ସରଜୁ ନଦୀ ପର୍ଯ୍ୟନ୍ତ ଯାତ୍ରା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । "ସମୁଦ୍ର ଠାରୁ ଆରମ୍ଭ କରି ସରଜୁ ନଦୀ ପର୍ଯ୍ୟନ୍ତ ସବୁଠି ରାମଙ୍କ ନାମର ସମାନ ଉତ୍ସବ ପାଳନର ଭାବନା ପ୍ରତିଫଳିତ ହେଉଛି", ବୋଲି ସେ କହିବା ସହିତ ଆହୁରି ମଧ୍ୟ କହିଥିଲେ ଯେ, "ଭଗବାନ ରାମ ଭାରତର ଆତ୍ମାର ପ୍ରତ୍ୟେକ କଣିକା ସହିତ ଜଡିତ । ରାମ ଭାରତୀୟ ମାନଙ୍କ ହୃଦୟରେ ବାସ କରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକତାର ଭାବନା ଭାରତର ଯେକୌଣସି ସ୍ଥାନରେ ସମସ୍ତଙ୍କ ବିବେକରେ ଦେଖିବାକୁ ମିଳେ ଏବଂ ସାମୂହିକତା ପାଇଁ ଏହାଠାରୁ ଉତ୍ତମ ସୂତ୍ର ଆଉ କିଛି ହୋଇପାରିବ ନାହିଁ ।

ଶ୍ରୀରାମ କଥା ଅନେକ ଭାଷାରେ ଶୁଣିବାର ଅନୁଭୂତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରମ୍ପରାର ସ୍ମୃତି, ପର୍ବପର୍ବାଣୀରେ ରାମ ଅଛନ୍ତି । ପ୍ରତ୍ୟେକ ଯୁଗରେ ଲୋକମାନେ ରାମଙ୍କୁ ବଞ୍ଚାଇ ରଖିଛନ୍ତି । ସେମାନେ ନିଜ ଶୈଳୀ ଓ ଶବ୍ଦରେ ରାମଙ୍କୁ ବ୍ୟକ୍ତ କରିଛନ୍ତି । ଏହି 'ରାମ ରସ' ନିରନ୍ତର ଜୀବନ ପ୍ରବାହ ପରି ପ୍ରବାହିତ ହେଉଛି । ରାମ କଥା ଅସୀମ ଏବଂ ରାମାୟଣ ମଧ୍ୟ ଅନ୍ତହୀନ । ରାମଙ୍କର ଆଦର୍ଶ, ମୂଲ୍ୟବୋଧ ଏବଂ ଶିକ୍ଷା ସବୁଠି ସମାନ " ।

ଆଜିର ଦିନକୁ ସମ୍ଭବ କରିଥିବା ଲୋକଙ୍କ ବଳିଦାନ ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ସାଧୁ, କର ସେବକ ଓ ରାମଭକ୍ତ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଆଜିର ଅବସର କେବଳ ଉତ୍ସବର ମୁହୂର୍ତ୍ତ ନୁହେଁ, ବରଂ ଏହା ଭାରତୀୟ ସମାଜର ପରିପକ୍ୱତାକୁ ସାକାର କରିବାର ମୁହୂର୍ତ୍ତ । ଆମ ପାଇଁ ଏହା କେବଳ ବିଜୟର ସୁଯୋଗ ନୁହେଁ ବରଂ ନମ୍ରତାର ମଧ୍ୟ । ଇତିହାସର ଗଣ୍ଠି ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ କୌଣସି ରାଷ୍ଟ୍ରର ଇତିହାସ ସହ ସଂଘର୍ଷର ଫଳାଫଳ ଖୁବ୍ କମ୍ ସୁଖଦାୟକ ହୋଇଥାଏ । ତଥାପି ଆମ ଦେଶ ଯେଉଁ ଗମ୍ଭୀରତା ଓ ସମ୍ବେଦନଶୀଳତାର ସହ ଇତିହାସର ଏହି ଗଣ୍ଠି ଖୋଲିଛି ତାହା ଦର୍ଶାଉଛି ଯେ ଆମ ଭବିଷ୍ୟତ ଆମ ଅତୀତ ତୁଳନାରେ ଅଧିକ ସୁନ୍ଦର ହେବାକୁ ଯାଉଛି ।

 

ବିନାଶକାରୀ ମାନଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏଭଳି ଲୋକମାନେ ଆମର ସାମାଜିକ ମୂଲ୍ୟବୋଧର ପବିତ୍ରତାକୁ ଅନୁଭବ କରିନାହାଁନ୍ତି । ରାମଲାଲାଙ୍କ ଏହି ମନ୍ଦିର ନିର୍ମାଣ ଭାରତୀୟ ସମାଜର ଶାନ୍ତି, ଧୈର୍ଯ୍ୟ, ପାରସ୍ପରିକ ସୌହାର୍ଦ୍ଦ୍ୟ ଏବଂ ସମନ୍ୱୟର ପ୍ରତୀକ ଅଟେ । ଆମେ ଦେଖୁଛୁ ଯେ ଏହି ନିର୍ମାଣ କୌଣସି ଅଗ୍ନିକୁ ଜନ୍ମ ଦେଉ ନାହିଁ, ବରଂ ଶକ୍ତିକୁ ଜନ୍ମ ଦେଉଛି । ରାମ ମନ୍ଦିର ସମାଜର ପ୍ରତ୍ୟେକ ବର୍ଗକୁ ଉଜ୍ଜ୍ୱଳ ଭବିଷ୍ୟତ ପଥରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି "ରାମ ଅଗ୍ନି ନୁହଁନ୍ତି, ସେ ଶକ୍ତି, ସେ ସଂଘର୍ଷ ନୁହଁନ୍ତି ବରଂ ସମାଧାନ, ରାମ କେବଳ ଆମର ନୁହଁନ୍ତି , ସେ ସମସ୍ତଙ୍କର , ରାମ କେବଳ ଉପସ୍ଥିତ ନାହାନ୍ତି ବରଂ ସେ ବ୍ୟାପକ " ।

 

ପ୍ରାଣ ପ୍ରତିଷ୍ଠା ସହିତ ସମଗ୍ର ବିଶ୍ୱ ଯୋଡ଼ି ହୋଇ ରହିଛି ଏବଂ ରାମଙ୍କର ସର୍ବବ୍ୟାପକତା ଦେଖିବାକୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଅନେକ ଦେଶରେ ସମାନ ଉତ୍ସବ ଦେଖିବାକୁ ମିଳୁଛି ଏବଂ ଅଯୋଧ୍ୟା ପର୍ବ ରାମାୟଣର ବିଶ୍ୱ ପରମ୍ପରାର ଉତ୍ସବରେ ପରିଣତ ହୋଇଛି । ରାମଲାଲାଙ୍କ ସମ୍ମାନ ହିଁ 'ବସୁଧୈବ କୁଟୁମ୍ବକମ୍‌' ର ବିଚାର ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା କେବଳ ଶ୍ରୀରାମଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ସମାରୋହ ନୁହେଁ ବରଂ ଶ୍ରୀରାମଙ୍କ ରୂପରେ ପ୍ରକାଶିତ ଭାରତୀୟ ସଂସ୍କୃତି ଉପରେ ଅତୁଟ ବିଶ୍ୱାସର ପବିତ୍ରତା ମଧ୍ୟ । ଏହା ମାନବିକ ମୂଲ୍ୟବୋଧ ଓ ସର୍ବୋଚ୍ଚ ଆଦର୍ଶର ପ୍ରତିଛବି, ଯାହା ସମଗ୍ର ବିଶ୍ୱର ସମୟର ଆବଶ୍ୟକତା ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ କଲ୍ୟାଣ ସଂକଳ୍ପ ଆଜି ରାମ ମନ୍ଦିରର ରୂପ ନେଇଛି ଏବଂ ଏହା କେବଳ ଏକ ମନ୍ଦିର ନୁହେଁ ବରଂ ଏହା ଭାରତର ଦୃଷ୍ଟିଭଙ୍ଗୀ, ଦର୍ଶନ ଏବଂ ଦିଗ । ଏହା ରାମଙ୍କ ରୂପରେ ଜାତୀୟ ଚେତନାର ଏକ ମନ୍ଦିର । ଭଗବାନ ରାମ ହେଉଛନ୍ତି ଭାରତର ବିଶ୍ୱାସ, ଭିତ୍ତିଭୂମି, ଧାରଣା, ଆଇନ, ଚେତନା, ଚିନ୍ତାଧାରା, ପ୍ରତିଷ୍ଠା ଓ ଗୌରବ । ପ୍ରଧାନମନ୍ତ୍ରୀ ଉତ୍ସାହର ସହ କହିଥିଲେ , ରାମ ହେଉଛନ୍ତି ପ୍ରବାହ, ରାମ ହେଉଛନ୍ତି ପ୍ରଭାବ ।

 

ରାମ ହେଉଛନ୍ତି ନୀତି । ରାମ ଅନନ୍ତ । ରାମ ହେଉଛନ୍ତି ନିରନ୍ତରତା । ରାମ ହେଉଛନ୍ତି ବିଭୁ । ରାମ ହେଉଛନ୍ତି ସର୍ବବ୍ୟାପୀ, ସମଗ୍ର ବିଶ୍ୱ, ସାର୍ବଜନୀନ ଆତ୍ମା", । ସେ କହିଛନ୍ତି ଯେ ଭଗବାନ ରାମଙ୍କ ପ୍ରତିଷ୍ଠାର ପ୍ରଭାବ ହଜାର ହଜାର ବର୍ଷ ଧରି ଅନୁଭୂତ ହୋଇପାରିବ । ମହର୍ଷି ବାଲ୍ମୀକିଙ୍କ ବ୍ୟାଖ୍ୟାକୁ ଉପସ୍ଥାପିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାମ ଦଶ ହଜାର ବର୍ଷ ଧରି ରାଜ୍ୟରେ ଶାସନ କରିଥିଲେ, ଯାହା ହଜାର ହଜାର ବର୍ଷ ଧରି ରାମ ରାଜ୍ୟ ପ୍ରତିଷ୍ଠାର ପ୍ରତୀକ । ଯେତେବେଳେ ରାମ ତ୍ରେତୟା ଯୁଗରେ ଆସିଥିଲେ, ହଜାର ହଜାର ବର୍ଷ ଧରି ରାମ ରାଜ୍ୟ ପ୍ରତିଷ୍ଠା ହୋଇଥିଲା । ରାମ ହଜାର ହଜାର ବର୍ଷ ଧରି ବିଶ୍ୱକୁ ମାର୍ଗଦର୍ଶନ କରି ଆସିଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପରେ ଆଗାମୀ ମାର୍ଗ ବିଷୟରେ ପ୍ରତ୍ୟେକ ରାମ ଭକ୍ତ ଆତ୍ମସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ମୁଁ ଶୁଦ୍ଧ ହୃଦୟରେ ଅନୁଭବ କରୁଛି ଯେ ସମୟର ଚକ୍ର ବଦଳୁଛି । ଏହା ଏକ ଖୁସିର ସୌଭାଗ୍ୟ ଯେ ଆମ ପିଢ଼ି ଏହି ଗୁରୁତ୍ୱପୂର୍ଣ୍ଣ ପଥର ସ୍ଥାପକ ଭାବରେ ମନୋନୀତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ସାମ୍ପ୍ରତିକ ଯୁଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ତାଙ୍କ କଥା 'ଏହି ସମୟ ହେଉଛି ଉପଯୁକ୍ତ ସମୟ' କୁ ଦୋହରାଇ ଥିଲେ । ଆଗାମୀ ଏକ ହଜାର ବର୍ଷ ପାଇଁ ଆମକୁ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପଡ଼ିବ । ମନ୍ଦିରରୁ ଆଗକୁ ବଢ଼ି ଏବେ ଆମେ ସମସ୍ତ ଦେଶବାସୀ ଏହି ମୁହୂର୍ତ୍ତରୁ ଏକ ଶକ୍ତିଶାଳୀ, ସକ୍ଷମ, ଭବ୍ୟ ଏବଂ ଦିବ୍ୟ ଭାରତ ଗଠନ ପାଇଁ ଶପଥ ଗ୍ରହଣ କରୁଛୁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ଏଥିପାଇଁ ରାମଙ୍କ ଆଦର୍ଶ ଦେଶର ବିବେକରେ ରହିବା ଜରୁରୀ ବୋଲି ସେ କହିଛନ୍ତି ।

 

ଦେବରୁ ଦେଶ, ରାମରୁ ରାଷ୍ଟ୍ର ପର୍ଯ୍ୟନ୍ତ ନିଜର ଚେତନାକୁ ଦେବତାରୁ ରାଷ୍ଟ୍ରକୁ ବିସ୍ତାର କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ଶ୍ରୀ ହନୁମାନଙ୍କ ସେବା, ଭକ୍ତି ଓ ନିଷ୍ଠାରୁ ଶିକ୍ଷା ଗ୍ରହଣ କରିବାକୁ ସେ କହିଥିଲେ । ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଭକ୍ତି, ସେବା ଏବଂ ସମର୍ପଣର ଏହି ଭାବନା ଏକ ସକ୍ଷମ, ଭବ୍ୟ ଏବଂ ଦିବ୍ୟ ଭାରତର ଆଧାର ପାଲଟିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ 'ରାମ ଆସିବେ' ବୋଲି ମାତା ଶବରିଙ୍କ ଭଳି ବିଶ୍ୱାସ ପଛରେ ଥିବା ଭାବନା ମହାନ , ସକ୍ଷମ ଏବଂ ଦିବ୍ୟ ଭାରତର ଆଧାର ହେବ । ନିଶାଦରାଜଙ୍କ ପ୍ରତି ରାମଙ୍କ ସ୍ନେହର ଗଭୀରତା ଏବଂ ମୌଳିକତା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ, ଏଥିରୁ ଏହା ପ୍ରତୀୟମାନ ହୁଏ, ସମସ୍ତେ ଏକ ଏବଂ ଏହି ଏକତା ଏବଂ ସମୂହିକତାର ଭାବନା ସକ୍ଷମ, ଭବ୍ୟ ଏବଂ ଦିବ୍ୟ ଭାରତର ଆଧାର ହେବ ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆଜି ଦେଶରେ ନିରାଶାର କୌଣସି ସ୍ଥାନ ନାହିଁ । ରାମାୟଣରେ ଗୁଣ୍ଡୁଚି ମୂଷାର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ନିଜକୁ ଛୋଟ ଏବଂ ସାଧାରଣ ମନେ କରନ୍ତି ସେମାନେ ଗୁଣ୍ଡୁଚି ମୂଷାର ଅବଦାନକୁ ମନେ ରଖିବା ଉଚିତ ଏବଂ ଯେକୌଣସି ଦ୍ୱିଧାରୁ ମୁକ୍ତି ପାଇବା ଉଚିତ୍ । ଛୋଟ ହେଉ କି ବଡ଼ ପ୍ରତ୍ୟେକ ପ୍ରୟାସର ଶକ୍ତି ଓ ଅବଦାନ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ସବକା ପ୍ରୟାସର ଭାବନା ଏକ ଶକ୍ତିଶାଳୀ, ସକ୍ଷମ, ଭବ୍ୟ ଏବଂ ଦିବ୍ୟ ଭାରତର ଆଧାର ପାଲଟିବ । ଏବଂ ଏହା ହେଉଛି ‘ଭଗବାନଙ୍କ ଠାରୁ ଦେଶର ଚେତନାର ବିସ୍ତାର ଏବଂ ରାମଙ୍କ ଠାରୁ ରାଷ୍ଟ୍ରର ଚେତନାର ପ୍ରସାର", ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଅତ୍ୟଧିକ ଜ୍ଞାନ ଓ ଅସୀମ କ୍ଷମତା ସମ୍ପନ୍ନ ଲଙ୍କାର ଶାସକ ରାବଣଙ୍କ ସହ ଲଢ଼ିବା ସମୟରେ ନିଜର ପରାଜୟ ବିଷୟରେ ଜାଣିଥିବା ଜଟାୟୁଙ୍କ ସଚ୍ଚୋଟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି କର୍ତ୍ତବ୍ୟର ସମାପ୍ତି ଏକ ସକ୍ଷମ ଏବଂ ଦିବ୍ୟ ଭାରତର ଆଧାର । ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ରାଷ୍ଟ୍ର ନିର୍ମାଣରେ ସମର୍ପିତ କରିବାକୁ ପ୍ରତିଶ୍ରୁତି ଦେଇ ଶ୍ରୀ ମୋଦୀ କହିଛନ୍ତି, ରାମଙ୍କ କାର୍ଯ୍ୟ, ରାଷ୍ଟ୍ରର କାର୍ଯ୍ୟ, ସମୟର ପ୍ରତ୍ୟେକ ମୁହୂର୍ତ୍ତ ସହିତ ଶରୀରର ପ୍ରତ୍ୟେକ କଣିକା ରାମଙ୍କ ସମର୍ପଣକୁ ଦେଶ ପ୍ରତି ସମର୍ପଣ ଲକ୍ଷ୍ୟ ସହିତ ଯୋଡ଼ିବ ।

ନିଜ ଠାରୁ ଆଗକୁ ଯିବାର କଥାକୁ ଜାରି ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭଗବାନ ରାମଙ୍କ ଉପାସନା ସମଗ୍ର ସୃଷ୍ଟି ପାଇଁ 'ମୁଁ' ଠାରୁ 'ଆମେ' ପର୍ଯ୍ୟନ୍ତ ହେବା ଉଚିତ୍ । ସେ କହିଛନ୍ତି ଯେ ଆମର ପ୍ରୟାସ ଏକ ବିକଶିତ ଭାରତ ଗଠନ ପାଇଁ ସମର୍ପିତ ହେବା ଉଚିତ୍ ।

 

 

ବର୍ତ୍ତମାନ ଚାଲିଥିବା ଅମୃତ କାଳ ଏବଂ ଯୁବ ଜନସଂଖ୍ୟା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ଅଭିବୃଦ୍ଧି ପାଇଁ କାରକ ଗୁଡିକର ସଠିକ ମିଶ୍ରଣ ବିଷୟରେ ଉଲ୍ଲେଖ କରିଥିଲେ । ନିଜର ଦୃଢ଼ ଐତିହ୍ୟର ସମର୍ଥନ ନେଇ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ଉଭୟ ପରମ୍ପରାର ପବିତ୍ରତା ଏବଂ ଆଧୁନିକତାର ଅସୀମତାର ମାର୍ଗ ଅନୁସରଣ କରି ଭାରତ ସମୃଦ୍ଧିର ଲକ୍ଷ୍ୟରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭବିଷ୍ୟତ ସଫଳତା ଓ ସଫଳତା ପାଇଁ ଉତ୍ସର୍ଗୀକୃତ ଏବଂ ଭବ୍ୟ ରାମ ମନ୍ଦିର ଭାରତର ପ୍ରଗତି ଓ ଉତ୍ଥାନର ସାକ୍ଷୀ ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ଭବ୍ୟ ରାମ ମନ୍ଦିର ବିକଶିତ ଭାରତର ଉତ୍ଥାନର ସାକ୍ଷୀ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମନ୍ଦିରରୁ ଶିକ୍ଷା ଗ୍ରହଣ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଯଦି ଏହାକୁ ଯୁକ୍ତିଯୁକ୍ତ କରାଯାଏ ଏବଂ ସାମୂହିକ ଓ ସଂଗଠିତ କ୍ଷମତାରୁ ଜନ୍ମ ନିଆଯାଏ ତେବେ ଏକ ଲକ୍ଷ୍ୟ ହାସଲ କରାଯାଇପାରିବ ।

 

ଏହା ଭାରତର ସମୟ ଏବଂ ଭାରତ ଆଗକୁ ବଢ଼ିବାକୁ ଯାଉଛି । ଶହ ଶହ ବର୍ଷ ଧରି ଅପେକ୍ଷା କରିବା ପରେ ଆମେ ଏଠାରେ ପହଞ୍ଚିଛୁ । ଆମେ ସମସ୍ତେ ଏହି ଯୁଗ, ଏହି ସମୟକୁ ଅପେକ୍ଷା କରିଛୁ । ଏବେ ଆମେ ଅଟକିବୁ ନାହିଁ । ଆମେ ବିକାଶର ଶୀର୍ଷରେ ପହଞ୍ଚିବା ଜାରି ରଖିବୁ", ବୋଲି ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ପାଦରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଶ୍ରୀ ମୋହନ ଭାଗବତ ଏବଂ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ଶ୍ରୀ ନୃତ୍ୟ ଗୋପାଳ ଦାସ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଏହି ଐତିହାସିକ ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ସମସ୍ତ ପ୍ରମୁଖ ଆଧ୍ୟାତ୍ମିକ ଓ ଧାର୍ମିକ ସମ୍ପ୍ରଦାୟର ପ୍ରତିନିଧି ଏବଂ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧି ମାନଙ୍କ ସମେତ ସବୁ ବର୍ଗର ଲୋକ ଯୋଗ ଦେଇଥିଲେ ।

ପାରମ୍ପରିକ ନାଗରା ଶୈଳୀରେ ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମିତ । ଏହାର ଲମ୍ବ (ପୂର୍ବ - ପଶ୍ଚିମ) ୩୮୦ ଫୁଟ ; ପ୍ରସ୍ଥ ୨୫୦ ଫୁଟ ଓ ଉଚ୍ଚତା ୧୬୧ ଫୁଟ; ଏବଂ ସମୁଦାୟ ୩୯୨ଟି ସ୍ତମ୍ଭ ଏବଂ ୪୪ଟି ଦ୍ୱାର ସହିତ ଏହା ଦଣ୍ଡାୟମାନ । ମନ୍ଦିରର ସ୍ତମ୍ଭ ଓ କାନ୍ଥରେ ହିନ୍ଦୁ ଦେବତା, ଦେବାଦେବୀଙ୍କ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଚିତ୍ର ରହିଛି । ତଳ ମହଲାରେ ଥିବା ମୁଖ୍ୟ ଗର୍ଭଗୃହରେ ଭଗବାନ ଶ୍ରୀରାମଙ୍କ ଶୈଶବାବସ୍ଥାର ରୂପ (ଶ୍ରୀ ରାମଲାଲାଙ୍କ ମୂର୍ତ୍ତି) ସ୍ଥାପିତ ହୋଇଛି ।

 

ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ପୂର୍ବ ଦିଗରେ ଅବସ୍ଥିତ, ଯେଉଁ ସ୍ଥାନକୁ ସିଂହ ଦ୍ୱାର ଦେଇ ୩୨ଟି ସିଡି ଚଢ଼ି ଯାଇହେବ । ଶ୍ରୀମନ୍ଦିରରେ ମୋଟ ୫ଟି ମଣ୍ଡପ ରହିଛି - ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ ଓ କୀର୍ତ୍ତନ ମଣ୍ଡପ । ମନ୍ଦିର ନିକଟରେ ଏକ ଐତିହାସିକ କୂଅ (ସୀତା କୁପ) ଅଛି, ଯାହା ପ୍ରାଚୀନ ଯୁଗର ଅଟେ । ମନ୍ଦିର ପରିସରର ଦକ୍ଷିଣ-ପଶ୍ଚିମ ଭାଗରେ କୁବେର ଟିଲା ଠାରେ ଭଗବାନ ଶିବଙ୍କ ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ସହ ଜଟାୟୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।

୧୪ ମିଟର ମୋଟା ରୋଲର କମ୍ପ୍ୟାକ୍ଟ କଂକ୍ରିଟ (ଆରସିସି)ର ଏକ ସ୍ତର ଦେଇ ମନ୍ଦିରର ଭିତ୍ତିପ୍ରସ୍ତର ନିର୍ମାଣ କରାଯାଇଛି, ଯାହା ଏହାକୁ କୃତ୍ରିମ ପଥରର ରୂପ ଦେଇଛି । ମନ୍ଦିରର କୌଣସି ସ୍ଥାନରେ ଲୁହା ବ୍ୟବହାର କରାଯାଇ ନାହିଁ । ଭୂତଳ ଆର୍ଦ୍ରତାରୁ ରକ୍ଷା ପାଇବା ପାଇଁ ଗ୍ରାନାଇଟ୍ ବ୍ୟବହାର କରି ୨୧ ଫୁଟ ଉଚ୍ଚର ଚଉତରା ନିର୍ମାଣ କରାଯାଇଛି । ମନ୍ଦିର ପରିସରରେ ଏକ ଦୂଷିତ ଜଳ ଉପଚାର ପ୍ଲାଂଟ, ଜଳ ବିଶୋଧନ ପ୍ଲାଣ୍ଟ, ଅଗ୍ନି ନିରାପତ୍ତା ପାଇଁ ଜଳ ଯୋଗାଣ ଏବଂ ଏକ ସ୍ୱତନ୍ତ୍ର ପାୱାର ଷ୍ଟେସନ ରହିଛି । ଦେଶର ପାରମ୍ପରିକ ଓ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ମନ୍ଦିର ନିର୍ମାଣ କରାଯାଇଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
NMC adds over 13,000 MBBS seats, total intake tops 1.4 lakh

Media Coverage

NMC adds over 13,000 MBBS seats, total intake tops 1.4 lakh
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Rosh Hashanah to PM Netanyahu, people of Israel and Jewish communities worldwide
September 12, 2026

The Prime Minister, Shri Narendra Modi has extended greetings on the occasion of Rosh Hashanah to Prime Minister of Israel, Benjamin Netanyahu, the people of Israel and Jewish communities across the globe.

The Prime Minister wished that the new year be filled with peace, hope, good health and continued progress for all.

In a post on X, Shri Modi wrote;

“‎Shana Tova!

‎Wishing a very happy Rosh Hashanah to Prime Minister Netanyahu, the people of Israel and Jewish communities across the globe.

‎May the new year be filled with peace, hope, good health and continued progress for all.

‎שנה טובה!

 

‎ מאחל שנה טובה ושמחה לראש הממשלה נתניהו, לעם ישראל ולקהילות היהודיות ברחבי העולם.

 

‎ מי ייתן והשנה החדשה תביא עמה שלום, תקווה, בריאות טובה וקדמה לכולם.


‎ ⁦‪@netanyahu‬⁩”