Baba Saheb Ambedkar had a universal vision: PM Modi
Baba Saheb Ambedkar gave a strong foundation to independent India so the nation could move forward while strengthening its democratic heritage: PM
We have to give opportunities to the youth according to their potential. Our efforts towards this is the only tribute to Baba Saheb Ambedkar: PM

ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୪୫ତମ ବାର୍ଷିକ ସମ୍ମିଳନୀକୁ ଏବଂ କୁଳପତିମାନଙ୍କ ଜାତୀୟ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଡକ୍ଟର ବି.ଆର. ଆମ୍ବେଦକରଙ୍କ ସମ୍ପର୍କୀତ ଚାରିଖଣ୍ଡ ପୁସ୍ତକର ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକଗୁଡିକର ଲେଖକ ହେଉଛନ୍ତି କିଶୋର କୁମାର ମକ୍‌ୱାନା । ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଗୁଜରାତର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଅହମ୍ମଦାବାଦର ଡକ୍ଟର ବାବାସାହେବ ଆମ୍ବେଦରକର ମୁକ୍ତ ବିଶ୍ୱବିଦ୍ୟାଳୟ ଆୟୋଜନ କରିଥିଲା । କୃତଜ୍ଞ ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାରତରତ୍ନ ବାବା ସାହେବ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଦେଶ ‘ଆଜାଦୀ କି ଅମୃତ ମହୋତ୍ସବ’ ପାଳନ କରୁଥିବା ଅବସରେ ତାଙ୍କ ଜୟନ୍ତୀ ପାଳନ ନୂଆ ଉନ୍ମାଦନା ଆଣିଦେଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ବିଶ୍ୱରେ ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଏହା ଜୀବନଶୈଳୀ ଭାବରେ ଆମ ସଭ୍ୟତାର ଅବିଚ୍ଛେଦ୍ୟ ଅଙ୍ଗ । ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତର ଗଣତାନ୍ତ୍ରିକ ପରମ୍ପରାର ମୂଳଦୁଆ ବାବା ସାହେବ ପକାଇଥିଲେ ।

ବାବା ସାହେବଙ୍କ ଦର୍ଶନ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡକ୍ଟର ବି.ଆର ଆମ୍ବେଦକର ଜ୍ଞାନ, ଆତ୍ମସମ୍ମାନ ଏବଂ ନମ୍ରତାକୁ ତାଙ୍କ ଜୀବନର ତିନି ଆରାଧ୍ୟଦେବୀ ଭାବରେ ଗ୍ରହଣ କରିଥିଲେ । ଜ୍ଞାନ ମାଧ୍ୟମରେ ଆତ୍ମସମ୍ମାନବୋଧ ଆସେ ଏବଂ ବ୍ୟକ୍ତିର ଅଧିକାର ସମ୍ପର୍କରେ ତାକୁ ସଚେତନ କରାଏ । ସମାନ ଅଧିକାର ମାଧ୍ୟମରେ ସାମାଜିକ ସଂହତି ସୃଷ୍ଟି ହୁଏ ଏବଂ ଦେଶ ଅଗ୍ରଗତି କରେ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ବାବା ସାହେବଙ୍କ ପ୍ରଦର୍ଶିତ ମାର୍ଗରେ ଦେଶକୁ ଆଗେଇ ନେବା ଆମର ଶିକ୍ଷା ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଗୁଡିକର ଦାୟିତ୍ୱ ।

ଜାତୀୟ ଶିକ୍ଷାନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରି କହିଥିଲେ ଯେ ପ୍ରତ୍ୟେକ ଛାତ୍ରଙ୍କର ଏକ ନିର୍ଦ୍ଧିଷ୍ଟ ଦକ୍ଷତା ରହିଛି । ଏହି ନିର୍ଦ୍ଧିଷ୍ଟ ଦକ୍ଷତା ଛାତ୍ର ଏବଂ ଶିକ୍ଷକଙ୍କୁ ତିନୋଟି ପ୍ରଶ୍ନର ସମ୍ମୁଖୀନ କରାଏ । ପ୍ରଥମ ପ୍ରଶ୍ନ- ସେମାନେ କ’ଣ କରିପାରିବେ । ଦ୍ୱିତୀୟ ପ୍ରଶ୍ନ -ଉପଯୁକ୍ତ ଶିକ୍ଷା ମାଧ୍ୟମରେ ସେମାନଙ୍କ ଅନ୍ତର୍ନିହିତ ଗୁଣ କ’ଣ ହେବ ଏବଂ ତୃତୀୟ ପ୍ରଶ୍ନ ସେମାନେ କ’ଣ କରିବାକୁ ଚାହାଁନ୍ତି । ପ୍ରଥମ ପ୍ରଶ୍ନର ଉତର ହେଉଛି ଛାତ୍ରର ଅନ୍ତର୍ନିହିତ ଦୃଢତା । ଯଦି ଅନୁଷ୍ଠାନର ଶକ୍ତି ଏହି ଅନ୍ତର୍ନିହିତ ଶକ୍ତିରେ ମିଶିଯାଏ ସେମାନଙ୍କର ଉନ୍ନତି ସମ୍ପ୍ରସାରିତ ହେବ । ସେମାନେ ଯାହା ଚାହିଁବେ କରିପାରିବେ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଏକ ଉଦ୍ଧୃତି ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ନୂଆ ଶିକ୍ଷାନୀତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଦୃଷ୍ଟିଭଙ୍ଗୀ ପୂରଣ କରିବା ନିମନ୍ତେ ଉଦ୍ଦିଷ୍ଟ । ଏହା ଛାତ୍ର ସମାଜକୁ ସୁଦୁଢ କରାଇବା କ୍ଷେତ୍ରରେ ଯୋଗଦାନ କରାଏ । ଭାରତୀୟ ଶିକ୍ଷା ବୈଶିଷ୍ଟ୍ୟକୁ ଦୃଷ୍ଟିରେ ରଖି ଶିକ୍ଷା ପରିଚାଳନା ବ୍ୟବସ୍ଥାରେ ସମଗ୍ର ବିଶ୍ୱକୁ ଏକ ପରିବାର ଭାବରେ ଛାତ୍ରସମାଜ ଭାବିବା ଉଚିତ ।

 ଆତ୍ମନିର୍ଭର ଭାରତ କ୍ଷେତ୍ରରେ ଉଭା ହୋଇଥିବା ଦକ୍ଷତାର ଆବଶ୍ୟକତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର କେନ୍ଦ୍ର ହେବ । ଏଥିସହ ବିଭିନ୍ନ ବିଷୟରେ ଏଣ୍ଟରନେଟ, ବିଶାଳ ତଥ୍ୟକେନ୍ଦ୍ର, ଥ୍ରୀ.ଡି ପ୍ରିଣ୍ଟିଙ୍ଗ, ଭର୍ଚ୍ୟୁଆଲ ବାସ୍ତବତା ଓ ରୋବର୍ଟ ଜ୍ଞାନ ଏବଂ ମୋବାଇଲ ବୈଷୟିକ କୌଶଳ, ଭୂ-ବିଜ୍ଞାନ ସୂଚନା, ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ । କୌଶଳ ବିକାଶ ନିମନ୍ତେ ଆବଶ୍ୟକୀୟ ବିଦ୍ୟା ଯୋଗାଇବା ପାଇଁ ଭାରତୀୟ କୌଶଳ ପ୍ରତିଷ୍ଠାନ ଦେଶରେ ତିନୋଟି ମେଟ୍ରୋ ପଲିଟାନ ସହରରେ ପ୍ରତିଷ୍ଠା କରାଯାଉଛି । ମୁମ୍ବାଇଠାରେ ଭାରତୀୟ କୌଶଳ ପ୍ରତିଷ୍ଠାନର ପ୍ରଥମ ବ୍ୟାଚର ଶିକ୍ଷାଦାନ ଆରମ୍ଭ ହୋଇଗଲାଣି । ଏନ.ଏ.ଏସ.ଏସ.ସି.ଓ.ଏମ ସହଯୋଗରେ୨୦୧୮ ମସିହାରେ ଭବିଷ୍ୟତର କୌଶଳ ଉଦ୍ୟମ କାର୍ଯ୍ୟକାରୀ ହୋଇଥିବାର ସୂଚନା ପ୍ରଧାନମନ୍ତ୍ରୀ ଦେଇଛନ୍ତି ।

ସେ କହିଛନ୍ତି ଯେ, ଛାତ୍ର ସମାଜର ପସନ୍ଦ ପୂରଣ ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟ ବହୁମୁଖୀ ହେବା ଉଚିତ । ଏହି ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ସେ କୁଳପତିମାନଙ୍କୁ ଆହ୍ୱାନ ଦେଇଛନ୍ତି ।

 ବାବା ସାହେବଙ୍କ ବିଶ୍ୱାସ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଓ ସମାନ ଅଧିକାରର ବର୍ଣ୍ଣନା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନଧନ ଆକାଉଂଟ ମାଧ୍ୟମରେ ଅର୍ଥନୈତିକ ଅନ୍ତର୍ଭୁକ୍ତୀକରଣ ଅଗ୍ରଗତି ଲାଭ କରିଛି ଏବଂ ଲୋକମାନଙ୍କ ନିକଟରେ ସିଧାସଳଖ ଅର୍ଥ ପହଞ୍ଚିପାରୁଛି । ଦେଶର ପ୍ରତ୍ୟେକ ବ୍ୟକ୍ତି ନିକଟରେ ବାବା ସାହେବଙ୍କ ବାର୍ତ୍ତାକୁ ପହଞ୍ଚାଇବା ନିମନ୍ତେ ଦେଶ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ଏ ଦିଗରେ ବାବା ସାହେବଙ୍କ ଜୀବନୀ ସହ ସମ୍ପର୍କୀତ ୫ଟି ସ୍ଥାନକୁ ପଞ୍ଚତୀର୍ଥ ନାମରେ ଉନ୍ନତିକରଣ କାର୍ଯ୍ୟ କରାଯାଉଥିବା ସେ କହିଛନ୍ତି । ଜଳଜୀବନ ମିଶନ, ନିଶୁଳ୍କ ବାସଗୃହ ଯୋଗାଣ, ନିଶୁଳ୍କ ବିଜୁଳି ଯୋଗାଣ, ମହାମାରୀକାଳରେ ସାହାଯ୍ୟ କରିବା ଏବଂ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକ ବାବା ସାହେବଙ୍କ ସ୍ୱପ୍ନ ପୂରଣ ଦିଗରେ ଗୋଟିଏ ଗୋଟିଏ ପଦକ୍ଷେପ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ କିଶୋର କୁମାର ମକୱାନାଙ୍କ ରଚିତ ତିନିଖଣ୍ଡ ପୁସ୍ତକକୁ ଉନ୍ମୋଚନ କରିଥିଲେ । ସେଗୁଡିକ ହେଉଛି, ଡକ୍ଟର ଆମ୍ବେଦକର ଜୀବନଦର୍ଶନ, ଡକ୍ଟର ଆମ୍ବେଦକର ବ୍ୟକ୍ତିଦର୍ଶନ, ଡକ୍ଟର ଆମ୍ବେଦକର ଆୟାମ୍‌ଦର୍ଶନ । 

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପୁସ୍ତକଗୁଡିକ ଆଧୁନିକ ଶାସ୍ତ୍ରୀୟ ଗ୍ରନ୍ଥଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହା ବାବା ସାହେବଙ୍କ ବିଶ୍ୱ ଚେତନତା ଦର୍ଶନକୁ ଶିକ୍ଷାଦିଏ । ଏହି ପୁସ୍ତକଗୁଡିକ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ ବ୍ୟାପକଭାବେ ପଢା ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi