“ମିଳିତ ମହୋତ୍ସବ ଭାରତୀୟ ଚିରନ୍ତନ ଯାତ୍ରାର ପ୍ରତୀକ ଓ ଏହା ବିଭିନ୍ନ ସମୟରେ ବିଭିନ୍ନ ମାଧ୍ୟମ ଦେଇ ଗତି କରୁଛି”
“ଆମର ଶକ୍ତି କେନ୍ଦ୍ରଗୁଡିକ କେବଳ ତୀର୍ଥଯାତ୍ରା ନୁହଁ, ସେଗୁଡିକ କେବଳ ବିଶ୍ୱାସର କେନ୍ଦ୍ର ମଧ୍ୟ ନୁହଁ, ସେଗୁଡିକ ଏକ ଭାରତ ଶ୍ରେଷ୍ଠ ଭାରତର ଜାଗ୍ରତ ଆତ୍ମା”
“ଭାରତରେ ଆମର ମୁନି ଋଷି ଓ ଗୁରୁମାନେ ଆମର ଚିନ୍ତାଧାରାମାନ ମାର୍ଜିତ କରିବା ସହ ଆମର ବ୍ୟବହାର ମଧ୍ୟ ଉନ୍ନତ କରିଛନ୍ତି”
“ଜାତିବାଦ ନାମରେ ଯେଉଁ ବାଛବିଚାର ଥିଲା ତା ବିରୁଦ୍ଧରେ ଶ୍ରୀ ନାରାୟଣ ଗୁରୁ ଏକ ତର୍କସଂଗତ ଓ ବ୍ୟାବହାରିକ ସଂଗ୍ରାମ କରିଥିଲେ । ଆଜି ନାରାୟଣ ଗୁରୁଙ୍କ ସେହି ଏକା ଉତ୍ସାହକୁ ନେଇ ଦେଶ ଗରୀବ, ଦଳିତ, ଅନଗ୍ରସରଙ୍କ ସେବା କରିବା ସମେତ ସେମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରୁଛି”
“ଶ୍ରୀ ନାରାୟଣ ଗୁରୁ ଥିଲେ ଜଣେ ମୌଳିକ ଚିନ୍ତକ ଓ ବ୍ୟାବହାରିକ ସଂସ୍କାରକ”
“ଆମେ ଯେତେବେଳେ ସମାଜ ସଂସ୍କାର ରାସ୍ତାରେ ଚାଲୁ, ସେତେବେଳେ ସମାଜରେ ଏକ ଆତ୍ମଶୁଦ୍ଧି ଶକ୍ତି ମଧ୍ୟ ଜାଗ୍ରତ ହୋଇଥାଏ । ବେଟି ବଚାଓ, ବେଟି ପଢ଼ାଓ ଏହାର ଏକ ଦୃଷ୍ଟାନ୍ତ ।”

ପ୍ରଧାନମନ୍ତୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବର୍ଷବ୍ୟାପୀ ୯୦ତମ ଶିବଗିରି ତୀର୍ଥଯାତ୍ରା ଓ ବ୍ରହ୍ମ ବିଦ୍ୟାଳୟର ମିଳିତ ସମାରୋହରେ ଅଂଶ ଗ୍ରହଣ କରିଛନ୍ତି । ଆଜି ୭-ଲୋକ କଲ୍ୟାଣ ମାର୍ଗରୁ ଅଂଶ ଗ୍ରହଣ କରିବା ସହ ସେ ଏହି ବର୍ଷବ୍ୟାପୀ ମିଳିତ ସମାରୋହ ଏକ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି । ଉଭୟ ଶିବଗିରି ତୀର୍ଥଯାତ୍ରା ଓ ବ୍ରହ୍ମବିଦ୍ୟାଳୟ ମହାନ ସମାଜ ସଂସ୍କାରକ ଶ୍ରୀ ନାରାୟଣ ଗୁରୁଙ୍କ ଆଶୀର୍ବାଦ ଓ ମାର୍ଗ ଦର୍ଶନରେ ଆରମ୍ଭ ହୋଇଥିଲା ।

ଶିବଗିରି ମଠର ଆଧ୍ୟାତ୍ମିକ ଗୁରୁ ଓ ଭକ୍ତଗଣଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର, ଶ୍ରୀ ଭି.ମୁରଲୀଧରନ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଘରେ ସାଧୁସନ୍ଥଙ୍କୁ ସଂଭାଷଣ କରି ତାଙ୍କ ଖୁସୀ ପ୍ରକଟ କରିଥିଲେ । ସେ ଶିବଗିରି ମଠର ସାଧୁ ଓ ଭକ୍ତଗଣଙ୍କ ସହ ଅତୀତରେ ସାକ୍ଷାତ କରିବାର ସ୍ମୃତିଚାରଣ ସହ ଏଥିପାଇଁ ସେ କିପରି ନିଜକୁ ସଶକ୍ତ ମନେ କରୁଛନ୍ତି କହିଥିଲେ । ଉତ୍ତରାଖଣ୍ଡର କେଦାରନାଥ ବିପର୍ଯ୍ୟୟ ସମୟରେ କଂଗ୍ରେସ ସରକାର ପ୍ରତିରକ୍ଷା ମନ୍ତ୍ରୀ କେରଳର ଥିବା ସତ୍ତ୍ୱେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥାଇ ସୁଦ୍ଧା ତାଙ୍କୁ ଶିବଗିରି ମଠର ସାଧୁମାନେ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଏକଥା କେବେ ବି ଭୂଲି ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୯୦ତମ ଶିବଗିରି ତୀର୍ଥଯାତ୍ରା ଓ ବ୍ରହ୍ମ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କେବଳ ଏହି ପ୍ରତିଷ୍ଠାନର ସମାରୋହ ନୁହେଁ । ଏହା ମଧ୍ୟ ଭାରତର ସେହି ଭାବନାର ଚିରନ୍ତନ ଯାତ୍ରା, ଯାହା ସମୟର ଅବଲୀଳା କ୍ରମେ ବିଭିନ୍ନ ମାଧ୍ୟମ ଓ ସମୟ ନେଇ ରହିଆସିଛି । ସେ କହିଥିଲେ ଯେ ସେ ଶିବଙ୍କ ନଗରୀ ବାରାଣସୀ ହେଉ ବା ଭାରକାଲାର ଶିବଗିରି ଭାରତର ପ୍ରତ୍ୟେକ ଶକ୍ତିକେନ୍ଦ୍ର ଭାରତୀୟ ମାନଙ୍କ ହୃଦୟରେ ସ୍ୱତନ୍ତ୍ର ଭାବେ ରହିଥାଏ । ଏହି ସ୍ଥାନଗୁଡିକ କେବଳ ତୀର୍ଥସ୍ଥଳ ନୁହଁ କି ବିଶ୍ୱାସର କେନ୍ଦ୍ର ନୁହଁ ଏଗୁଡିକ “ଏକ ଭାରତ, ଶ୍ରେଷ୍ଠ ଭାରତ ଉତ୍ସାହର ଜାଗ୍ରତ ସ୍ଥାନ ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଅନେକ ଦେଶ ଓ ସଭ୍ୟତା ସେମାନଙ୍କ ଧାର୍ମିକ ଭାବନାରୁ ଦୂରେଇ ଯାଇ ଆଧ୍ୟାତ୍ମିକତା ସ୍ଥାନରେ ବସ୍ତୁବାଦକୁ ଆପଣାଇ ନେଲେ, ଭାରତ ବର୍ଷରେ ଆମର ମୁନି ଋଷି ଓ ଗୁରୁମାନେ ଆମର ଚିନ୍ତାଧାରା ମାର୍ଜିତ କରିବା ସହ ଆମର ଆଚାର ବ୍ୟବହାର ସମ୍ମାନ ମଧ୍ୟ ବୃଦ୍ଧି କଲେ । ଶ୍ରୀ ନାରାୟଣ ଗୁରୁ ଆଧୁନିକତାର କଥା କହୁଥିଲେ ମଧ୍ୟ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧକୁ ସମୃଦ୍ଧ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ ଶିକ୍ଷା ଓ ବିଜ୍ଞାନ ବିଷୟରେ କହୁଥିଲେ ମଧ୍ୟ କୌଣସି ସମୟରେ ଧର୍ମ, ବିଶ୍ୱାସ ଓ ହଜାର ହଜାର ବର୍ଷର ଭାରତୀୟ ଗୌରବମୟ ପରମ୍ପରାକୁ କେବେ ବି ଅଣଦେଖା କରୁନଥିଲେ । ଶ୍ରୀ ନାରାୟଣ ଗୁରୁ ତଥାକଥିତ ପରମ୍ପରା ନାଁରେ ଥିବା ମନ୍ଦ କଥା ବିରୁଦ୍ଧରେ ଅଭିଯାନ ଜରିଆରେ ଭାରତର ବାସ୍ତବିକତାକୁ ବୁଝିବା ପାଇଁ ପ୍ରୟାସ କରୁଥିଲେ । ଜାତିବାଦ ନାଁରେ ହେଉଥିବା ବାଛ ବିଚାର ବିରୁଦ୍ଧରେ ସେ ତର୍କ ସଂଗତ ଉପାୟରେ ସଂଗ୍ରାମ ଜାରୀ ରଖିଥିଲେ । ଆଜି ଶ୍ରୀ ନାରାୟଣଗୁରୁଙ୍କ ସେହି ପ୍ରେରଣାକୁ ପାଥେୟ କରି ଦେଶ ଗରୀବ, ଦଳିତ, ଅନଗ୍ରସରଙ୍କ ସେବା କରିବା ସହ ସେମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିଛି । ଆଜି ସବକା ସାଥ, ସବକା ବିଶ୍ୱାସ ଓ ସବକା ପ୍ରୟାସ ମନ୍ତ୍ରରେ ଦେଶ ଆଗେଇ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ନାରାୟଣ ଗୁରୁଙ୍କୁ ଜଣେ ମୌଳିକ ଚିନ୍ତାନାୟକ ଓ ବ୍ୟାବହାରିକା ସଂସ୍କାରକ ବୋଲି ବିବେଚନା କରି ପ୍ରଧାନମନ୍ତ୍ରୀ ଗୁରୁଜୀ ସବୁବେଳେ ଆଲୋଚନାର ଶୃଙ୍ଖଳାକୁ ଅନୁସରଣ କରିବା ସହ ଅନ୍ୟମାନଙ୍କ ମତାମତକୁ ସମ୍ମାନ ଦେଉଥିଲେ ଓ ସମସ୍ତଙ୍କ ମତାମତର ନିର୍ଯ୍ୟାସକୁ ବୁଝି ଅନ୍ୟମାନଙ୍କ ସହ କାମ କରୁଥିଲେ । ସେ ସମାଜ ପାଇଁ ଏପରି ଏକ ବାତାବରଣ ସୃଷ୍ଟି କରିଥିଲେ, ଯାହା ଫଳରେ ସମାଜ ଯୁକ୍ତିଯୁକ୍ତି ଉପାୟରେ ନିଜର ଉନ୍ନତି ପଥରେ ଆଗେଇ ଚାଲୁଥିଲା । ଯେତେବେଳେ ଆମେ ସମାଜକୁ ସଂସ୍କାର ପଥରେ ଆଗେଇ ନେବାକୁ ଚେଷ୍ଟା କରୁ ସେତେବେଳେ ସମାଜରେ ଏକ ଆତ୍ମ ସଚେତନତା ମଧ୍ୟ ସୃଷ୍ଟି ହୁଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଏହି ପରିପ୍ରେକ୍ଷୀରେ ବେଟି ବଚାଓ, ବେଟି ପଢ଼ାଓ ଅଭିଯାନର ସାମାଜିକ ଗ୍ରହଣ ଯୋଗ୍ୟତାର ଉଦାହରଣ ଦେଇଥିଲେ । ପରିସ୍ଥିତି ସମାଜରେ ଏପରି ଅନୁକୂଳ ହେଲା ଯାହା ଯୋଗୁଁ ସରକାର ଏ ଦିଗରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲେ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତୀୟ ଭାବେ ଆମର ଗୋଟିଏ ବୋଲି ଜାତି ଅଛି । ତାହା ହେଲା ଭାରତୀୟତା । ଆମର ଗୋଟିଏ ଧର୍ମ – ତାହା ହେଲା ସେବା ଓ କର୍ତ୍ତବ୍ୟର ଧର୍ମ । ଆମର ଏକମାତ୍ର ଇଶ୍ୱର- ଭାରତ ମାତା । ଶ୍ରୀ ନାରାୟଣ ଗୁରୁଙ୍କ ଏକମାତ୍ର ଉପଦେଶ “ଗୋଟିଏ ଜାତି, ଗୋଟିଏ ଧର୍ମ, ଏକମାତ୍ର ଇଶ୍ୱର” ଆମର ଆଧ୍ୟାତ୍ମିକ ଧାରା ଓ ଦେଶପ୍ରେମକୁ ସମୃଦ୍ଧ କରିଥାଏ ବୋଲି ସେ କହିଥିଲେ । ଆମେ ସମସ୍ତେ ଜାଣୁ ଭାରତୀୟମାନେ ଏକାଠି ହେଲେ ସେମାନଙ୍କ ପାଇଁ ବିଶ୍ୱର କୌଣସି ଲକ୍ଷ୍ୟ ମଧ୍ୟ ଅସମ୍ଭବ ନୁହଁ ବୋଲି ସେ କହିଥିଲେ ।

ଆଜାଦୀ କା ଅମ୍ରିତ ମହୋତ୍ସବ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ପୁଣି ଥରେ ସ୍ୱାଧୀନତା ସଂଗ୍ରାମର ବିଶ୍ଳେଷଣ କରି ଏହାର ସବୁବେଳେ ଏକ ଆଧ୍ୟାତ୍ମିକ ଭିତ୍ତିଥିଲା ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଆମର ସ୍ୱାଧୀନତା ସଂଗ୍ରାମ କେବେ ମଧ୍ୟ ପ୍ରତିବାଦ ଓ ରାଜନୀତିକ ରଣନୀତି ନଥିଲା । ଏହା ଦାସତ୍ୱର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ସଂଗ୍ରାମ ଥିଲା । ଏଥିରେ ଲକ୍ଷ୍ୟ ଥିଲା ଆମେ ଯେଉଁ ପ୍ରତିବାଦ କରୁଛୁ ତାହା ଗୁରୁତ୍ୱପୂର୍ଣ୍ଣ ନୁହଁ, ଆମେ କଣ ପାଇଁ ସଂଗ୍ରାମ କରୁଛୁ ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ବିଶେଷ ସ୍ୱାଧୀନତା ସଂଗ୍ରାମର ମହାନ ସେନାନୀଙ୍କ ସହ ଶ୍ରୀ ନାରାୟଣ ଗୁରୁଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ । ବିଭିନ୍ନ ସମୟରେ ଶ୍ରୀ ନାରାୟଣ ଗୁରୁଙ୍କୁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର, ଗାନ୍ଧିଜୀ, ସ୍ୱାମୀ ବିବେକାନନ୍ଦ ଓ ଆହୁରି ଅନେକ ମହାନ ବ୍ୟକ୍ତି ସାକ୍ଷାତ କରିଥିଲେ । ଏହି ସବୁ ସାକ୍ଷାତ ଆଲୋଚନା କାଳରେ ଭାରତର ପୁନର୍ଗଠନର ବୀଜ ବିପଣ ହୋଇଥିଲା, ଯାହାକି ଆଜି ସ୍ୱାଧୀନତାଠାରୁ ୭୫ତମ ବର୍ଷରେ ପରିଦୃଶ୍ୟମାନ । ଦଶ ବର୍ଷର ଶିବଗିରି ତୀର୍ଥଯାତ୍ରା ଓ ୨୫ ବର୍ଷ ପରେ ଉଭୟଙ୍କ ଶତବାର୍ଷିକୀ ପୂରଣ ହେବ । ଏହି ପରିପ୍ରେକ୍ଷୀରେ ଆଜିର ଆମର ଦୂରଦୃଷ୍ଟି ମଧ୍ୟ ବୈଶ୍ୱିକ ହେବା ଦରକାର ବୋଲି ସେ କହିଥିଲେ ।  ଶିବଗିରି ତୀର୍ଥଯାତ୍ରା ପ୍ରତିବର୍ଷ ଡିସେମ୍ବର ୩୦ରୁ ଜାନୁଆରୀ ପହିଲା ମଧ୍ୟରେ ତିନିଦିନ ଧରି ଶିବଗିରିର ତିରୁଅନନ୍ତପୁରମ ଠାରୁ ଆରମ୍ଭ ହୁଏ । ଶ୍ରୀ ନାରାୟଣ ଗୁରୁଙ୍କ ମତରେ ଏହି ତୀର୍ଥଯାତ୍ରା ଲୋକମାନଙ୍କ ମଧ୍ୟରେ ବିସ୍ତୃତ ଜ୍ଞାନୋଦୟ ନିମନ୍ତେ ଉଦ୍ଦିଷ୍ଟ । ଏହା ସେମାନଙ୍କ ସାମଗ୍ରୀକ ବିକାଶ ଓ ସମୃଦ୍ଧିରେ ସହାୟକ ହେବା ଉଚିତ । ଏହି ତୀର୍ଥଯାତ୍ରା ଆଠଟି ବିଷୟ ଉପରେ ଆଲୋକପାତ କରିଥାଏ । ସେ ଗୁଡିକ ହେଲା – ଶିକ୍ଷା, ସ୍ୱଚ୍ଛତା, ଦୟା, ହସ୍ତକଳା, ବ୍ୟବସାୟ ବଣିଜ, କୃଷି, ବିଜ୍ଞାନ ଓ ବୈଷୟିକଜ୍ଞାନ ଓ ମିଳିତ ପ୍ରୟାସ ।

 

୧୯୩୩ ମସିହାରେ ଅଳ୍ପକେ କେତେକ ହାତଗଣତି ଭକ୍ତଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ତୀର୍ଥଯାତ୍ରା ଆଜି ଦକ୍ଷିଣ ଭାରତରେ ଏକ ପ୍ରମୁଖ ଘଟଣାରେ ପରିଣତ ହୋଇଛି । ଜାତି, ଧର୍ମ, ବର୍ଣ୍ଣ, ଭାଷା ନିର୍ବିଶେଷରେ ପ୍ରତିବର୍ଷ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଭକ୍ତ ଶିବଗିରି ପରିଦର୍ଶନ କରି ଏହି ତୀର୍ଥଯାତ୍ରାରେ ଅଂଶ ଗ୍ରହଣ କରନ୍ତି ।

ଶ୍ରୀ ନାରାୟଣ ଗୁରୁ ମଧ୍ୟ ସମସ୍ତ ଧର୍ମର ସମନ୍ୱୟ ଓ ସମ୍ମାନ ସହ ନୀତିଶିକ୍ଷାର ଏକ ସ୍ଥାନ ବାଛିଥିଲେ । ତାଙ୍କ ଏହି ଦୂରଦୃଷ୍ଟିକୁ ସାକାର କରିବା ପାଇଁ ଶିବଗିରିରେ ବ୍ରହ୍ମ ବିଦ୍ୟାଳୟ ସ୍ଥାପନ ହୋଇଥିଲା । ଶ୍ରୀ ନାରାୟଣ ଗୁରୁଙ୍କ ଦର୍ଶନ ସମେତ ବିଶ୍ୱର ଅନ୍ୟାନ୍ୟ ଧର୍ମଶାସ୍ତ୍ର ଓ ଭାରତୀୟ ଦର୍ଶନ ନେଇ ସାତବର୍ଷର ପାଠ୍ୟକ୍ରମ ବ୍ରହ୍ମ ବିଦ୍ୟାଳୟରେ ରହିଛି ।

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future