ଭାରତ-କତାର ମିଳିତ ବିବୃତି

Published By : Admin | February 18, 2025 | 20:17 IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ କତାର ଅମୀର ଶେଖ ତମିମ ବିନ ହମାଦ ଅଲ ଥାନି ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ । ଚଳିତବର୍ଷ ସେ ୧୭ ଓ ୧୮ ଫେବୃୟାରୀ ଦୁଇ ଦିନ ଧରି ଭାରତ ଗସ୍ତ କରିଥିଲେ । ଅମୀରଙ୍କର ଏହାର ଦ୍ୱିତୀୟ ଭାରତ ଗସ୍ତ । ଅମୀରଙ୍କ ସହ ଏକ ଉଚ୍ଚସ୍ତରୀୟ ମନ୍ତ୍ରିମଣ୍ଡଳ, ପଦାଧିକାରୀ ଓ ବ୍ୟବସାୟୀମାନେ ବି ଭାରତ ଗସ୍ତରେ ଆସିଥିଲେ ।

୧୮ ଫେବୃୟାରୀରେ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ଭାରତର ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କତାର ଅମୀରଙ୍କୁ ସ୍ୱାଗତ କରିଥିଲେ । ରାଷ୍ଟ୍ରପତିଙ୍କ ପକ୍ଷରୁ ଅମୀର ଓ ତାଙ୍କ ସାଥିମାନଙ୍କୁ ଏକ ଭବ୍ୟ ଭୋଜିରେ ଆପ୍ୟାୟିତ କରାଯାଇଥିଲା । ସେହି ଦିନ ହାଇଦ୍ରାବାଦ ହାଉସରେ ଅମୀରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଐତିହାସିକ ବାଣିଜ୍ୟିକ ସମ୍ପର୍କ, ଅଧିବାସୀମାନଙ୍କ ଭିତରେ ସଦଭାବ ଓ ଅନ୍ୟାନ୍ୟ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଉଭୟ ନେତାଙ୍କ ଭିତରେ ଆଲୋଚନା ହୋଇଥିଲା । ଉଭୟ ଦେଶ ଭିତରେ ବିଭିନ୍ନ ପ୍ରସଙ୍ଗରେ ବହୁମୁଖୀ ସମ୍ପର୍କକୁ ଆହୁରି ମଜଭୂତ କରିବା ପାଇଁ ଉଭୟ ଦେଶର ନେତା ଆଗ୍ରହ ପ୍ରକାଶ କରିଥିଲେ । ଉଭୟ ପକ୍ଷ ଭିତରେ ଏକ ଦ୍ୱିପାକ୍ଷିକ ସହଭାଗିତା ପ୍ରତିଷ୍ଠା ପାଇଁ ହୋଇଥିବା ଚୁକ୍ତିନାମା ନେଇ ଉଭୟ ଦେଶ ଖୁସି ପ୍ରକଟ କରିଥିଲେ ।

ତେବେ ନୂଆକରି କରାଯାଇଥିବା ଷ୍ଟ୍ରାଟେଜିକ ପାର୍ଟନରସିପ ଅନୁସାରେ ଉଭୟ ପକ୍ଷ ଏଣିକି ଅଙ୍ଗୀକାରବଦ୍ଧ ହୋଇ କାମ କରିବେ ବୋଲି ରାଜି ହୋଇଥିଲେ । ରାଜନୀତି, ବାଣିଜ୍ୟ, ପୁଞ୍ଜି ନିବେଶ, ନିରାପତା, ଶକ୍ତି, ସଂସ୍କୃତି, ଶିକ୍ଷା, ପ୍ରଯୁକ୍ତି ବିଦ୍ୟା, ଉଦଭାବନ ସହ ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ କରିବା ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ । ପରିବର୍ତିତ ଡବଲ ଟ୍ୟାକ୍ସେସନ ଆଭଏଡାନ୍ସ ଏଗ୍ରିମେଂଟ ଓ ଭାରତ-କତାର ଦ୍ୱିପାକ୍ଷିକ ଇନଭେଷ୍ଟମେଂଟ ଟ୍ରିଟି ଉପରେ ଉଭୟ ଦେଶ ଖୁସି ପ୍ରକଟ କରିବା ସହ ଏଣିକି କାମକୁ ତ୍ୱରାନ୍ୱିତ କରିବେ ବୋଲି ସହମତି ପ୍ରକାଶ କରିଥିଲେ ।

 

ଭାରତ ଓ କତାର ଭିତରେ ରହିଥିବା ବହୁମୁଖୀ ସମ୍ପର୍କକୁ ନେଇ ବିଭିନ୍ନସ୍ତରରେ ଆଗରୁ ଚାଲିଆସିଥିବା କଥାବାର୍ତାକୁ ନେଇ ଉଭୟ ପକ୍ଷ ଖୁସି ପ୍ରକଟ କରିଥିଲେ । ମାର୍ଚ୍ଚ ୨୦୧୫ରେ କତାର ଅମୀରଙ୍କ ଭାରତ ଗସ୍ତ ଓ ଜୁନ ୨୦୧୬ ଓ ଫେବୃୟାରୀ ୨୦୨୪ରେ ଭାରତର ପ୍ରଧାନମନ୍ତ୍ରୀଙ୍କ କତାର ଗସ୍ତ କଥା ଏହି ଅବସରରେ ସ୍ମୃତିଚାରଣ କରାଯାଇଥିଲା । ମନ୍ତ୍ରିସ୍ତରୀୟ ଓ ବରିଷ୍ଠ ପଦାଧିକାରୀଙ୍କ ଭିତରେ ଉଚ୍ଚସ୍ତରୀୟ କଥାବାର୍ତା ଜାରି ରଖିବା ନେଇ ଉଭୟ ପକ୍ଷ ରାଜି ହୋଇଥିଲେ ।

ଦ୍ୱିପାକ୍ଷିକ ବାଣିଜ୍ୟିକ ସହଯୋଗ କ୍ଷେତ୍ରରେ ଉଭୟ ଦେଶର ବାଣିଜ୍ୟ ଓ କମର୍ସ ପରି କ୍ଷେତ୍ର ଗୋଟିଏ ଗୋଟିଏ ସଶକ୍ତ ଖମ୍ବ । ତେବେ ଉଭୟ ପକ୍ଷ ଭିତରେ ବାଣିଜ୍ୟିକ କାରବାର ବୃଦ୍ଧି ଦିଗରେ ରହିଥିବା ସମ୍ଭାବନା ପ୍ରତି ଉଭୟ ଦେଶ ଗୁରୁତ୍ୱ ପ୍ରକାଶ କରିଥିଲେ । ଚଳନ୍ତି ଜଏଂଟ ବାର୍କିଂ ଗ୍ରୁପ ଅନ ଟ୍ରେଡକୁ ଜଏଂଟ କମିଶନ ଅନ ଟ୍ରେଡ ଆଣ୍ଡ କମର୍ସରେ ପରବର୍ତନକୁ ଉଭୟ ଦେଶ ସ୍ୱାଗତ କରିଥିଲେ । ଉଭୟ ଦେଶର ଆର୍ଥିକ ସମ୍ପର୍କକୁ ସମୀକ୍ଷା ସହ ଅନୁଧ୍ୟାନ କରିବାକୁ ଏହି ଜଏଂଟ କମିଶନ ସୂଚାରୁ ରୂପେ କାମ କରିବ ବୋଲି ସହମତି ପ୍ରକାଶ ପାଇଥିଲା । ତେବେ ଉଭୟ ଦେଶର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏହା ଦାୟିତ୍ୱରେ ରହିବେ ।

ବିଶେଷକରି ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଉଭୟ ଦେଶ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ପାଇଁ ଗୁରୁତ୍ୱ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୩ ଫେବୃୟାରୀରେ ହେବାକୁ ପ୍ରଥମ ଜଏଂଟ ବିଜିନେସ କାଉନସିଲକୁ ସ୍ୱାଗତ କରାଯାଇଥିଲା ।

ବୃଦ୍ଧି ପାଇଥିବା ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାରର ବିଭିନ୍ନ ଦିଗ ପ୍ରତି ଉନ୍ମୁଖ ରହିବାକୁ ଦୁଇ ଦେଶ ରାଜି ହୋଇଥିଲେ । ସେବା ଓ ଦ୍ରବ୍ୟ କ୍ଷେତ୍ରରେ ବଜାର ସୁବିଧା କରିବାକୁ ପ୍ରାଧାନ୍ୟ ଦିଆଯାଇଥିଲା । ଦ୍ୱିପାକ୍ଷିକ ଓ ବ୍ୟାପକ ଆର୍ଥନୀତିକ ସହଭାଗିତା ରାଜିନାମାର ବିଭିନ୍ନ ଦିଗ ଆବିଷ୍କାର କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ । ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବା ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ ।

ଉଭୟ ଭାରତ ଓ କତାର ଭିତରେ ରହିଥିବା ବନ୍ଧୁତାପୂର୍ଣ୍ଣ ସମ୍ପର୍କକୁ ମନେ ପକାଇ କତାର ଇନଭେଷ୍ଟମେଂଟ ଅଥରିଟି ଭାରତ ପରି ବିକାଶଶୀଳ ରାଷ୍ଟ୍ରରେ ଏକ କାର୍ଯ୍ୟାଳୟ ଖୋଲିବାକୁ ଏହି ଅବସରରେ ପ୍ରସ୍ତାବ ଦିଆଯାଇଥିଲା । ପୁଞ୍ଜିନିବେଶ କ୍ଷେତ୍ରର ଯୁଗ୍ମ ଟାସ୍କ ଫୋର୍ସର ଉଲ୍ଲେଖନୀୟ ସଫଳତା ଉପରେ ଜୁନ ୨୦୨୪ର ପ୍ରଥମ ବୈଠକ ବେଳେ ଆଲୋଚନା ହୋଇଥିଲା । ତେବେ ଏହାର ଅଗ୍ରଗତି ନେଇ ଉଭୟ ଦେଶ ପକ୍ଷରୁ ଖୁସି ପ୍ରକଟ କରାଯାଇଛି ।

 

ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ସହ ବିଦେଶୀ ଶୈକ୍ଷିକ ପୁଞ୍ଜି ନିବେଶ କ୍ଷେତ୍ରରେ ଭାରତବର୍ଷ ଉପଯୁକ୍ତ ବାତାବରଣ ସୃଷ୍ଟି କରିଥିବା କତାର ପକ୍ଷ କହିଥିଲେ । ତେଣୁ ଏଥିପାଇଁ ଭିତିଭୂମି ବିକାଶ, ପ୍ରଯୁକ୍ତି ବିଦ୍ୟା, ଖାଦ୍ୟ ସୁରକ୍ଷା, ଲଜିଷ୍ଟିକ୍ସ, ଆତିଥେୟତା ପରି ବିଭିନ୍ନ ବିଭାଗରେ କତାର ପକ୍ଷରୁ ପୁଞ୍ଜି ନିବେଶ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଭାରତରେ ପ୍ରାୟ ୧୦ କୋଟି ଆମେରିକୀୟ ଡଲାର ପୁଞ୍ଜି ନିବେଶ କରାଯିବ ବୋଲି ଘୋଷଣା କରାଯାଇଥିଲା ।

ସେହିପରି କତାରରେ ପୁଞ୍ଜି ନିବେଶ ପାଇଁ ଭଲ ବାତାବରଣ ସୃଷ୍ଟି କରାଯାଇଥିବାରୁ ଭାରତ ପ୍ରତିପକ୍ଷ ଖୁସି ପ୍ରକଟ କରିଥିଲେ । ସେବା ଓ ଦ୍ରବ୍ୟ ପାଇଁ କତାର ଏକ ଭଲ ପୁଞ୍ଜି ନିବେଶ କ୍ଷେତ୍ର ବୋଲି ଭାରତ କହିଥିଲା । କତାରର ଭୌଗୋଳିକ ଅବସ୍ଥିତି, ବିଶ୍ୱସ୍ତରୀୟ ଭିତିଭୂମି, ବାତାନୁକୂଳ ଯୋଜନାକୁ ଭାରତ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ପୁଞ୍ଜି ନିବେଶ ଓ ବାଣିଜ୍ୟ ବୃଦ୍ଧି ନେଇ ଉଭୟ ଦେଶର ଅଧିକାରୀ, ବାଣିଜ୍ୟିକ ପ୍ରତିଷ୍ଠାନ, ବେପାର ବଣିଜ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଥିଲା ।

ଆନ୍ତର୍ଜାତିକ ମାନଦଣ୍ଡ ଅନୁସାରେ ନିଜ ନିଜ ଆଂଚଳିକ କ୍ଷେତ୍ରରେ ବାଣିଜ୍ୟ ଓ ଆର୍ଥନୀତିକ ସହଯୋଗ ବୃଦ୍ଧି ନେଇ ଉଭୟ ଦେଶ କାମ କରିବାକୁ ଆହ୍ୱାନ ଦିଆଯାଇଥିଲା । ଦୀର୍ଘସୂତ୍ରୀ ଯୋଜନା କରି ଉଭୟ ଦେଶ ସଶକ୍ତ ବାଣିଜ୍ୟ କ୍ଷେତ୍ର ସୃଷ୍ଟି କରିବା ସହ ବିଭିନ୍ନ ଉତ୍ପାଦ ବିନିମୟ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରକାଶ କରିଥିଲେ । ଉଭୟ ଦେଶର ଘରୋଇ ଉଦ୍ୟୋଗ କ୍ଷେତ୍ରରେ ମିଳିତ ପ୍ରକଳ୍ପ କରିବା ପାଇଁ ପ୍ରୋତ୍ସାହିତ କରିବା ପାଇଁ କୁହାଯାଇଥିଲା । ୧୮ ଫେବୃୟାରୀରେ ଉଭୟ ଦେଶର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ଦ୍ୱାରା ଅନୁଷ୍ଠିତ ହୋଇଥିବା ଜଏଂଟ ବିଜିନେସ ଫୋରମକୁ ସ୍ୱାଗତ କରାଯାଇଥିଲା ।

ଆର୍ଥନୀତିକ କାରବାର ନେଇ ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦର୍ଶାଯାଇ ବାଣିଜ୍ୟ ମେଳାର ବ୍ୟାପକ ଆୟୋଜନ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏପରି ପ୍ଲାଟଫର୍ମ ଦ୍ୱାରା ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧି, ବାଣିଜ୍ୟିକ ସହଭାଗିତା ପ୍ରୋତ୍ସାହନ ଓ ପୁଞ୍ଜି ନିବେଶ ପରି କ୍ଷେତ୍ର ବିକଶିତ ହୋଇପାରିବ ବୋଲି କୁହାଗଲା ।

ଏପରି କାର୍ଯ୍ୟକ୍ରମ ଦ୍ୱାରା ବିଭିନ୍ନ ରପ୍ତାନୀ ଏଜେନ୍ସି ସୃଷ୍ଟି, ବଜାର ସମସ୍ୟା ସମାଧାନ, ଅନ୍ତର୍ଜାତୀୟ ବାଣିଜ୍ୟିକ ମେଳାରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପରି ଏକାଧିକ କାମ ହୋଇପାରିବ । ଏହାଦ୍ୱାରା ଉଭୟ ଦେଶର ବ୍ୟବସାୟୀମାନେ ନିଜ ନିଜ ଉତ୍ପାଦଗୁଡିକର ପ୍ରଦର୍ଶନ କରିପାରିବା ସହ ନୂଆ ବ୍ୟାବସାୟିକ ଦିଗ ଉନ୍ମୋଚିତ ହୋଇପାରିବ ଏବଂ ଦୁଇ ଦେଶ ଭିତରେ ବାଣିଜ୍ୟିକ ସମ୍ପର୍କ ମଜଭୂତ ହୋଇପାରିବ ।

 

କତାର କ୍ୱୁଏନବିର ପଏଂଟସ ଅଫ ସେଲ୍ସଗୁଡିକରେ ଭାରତର ୟୁପିଆଇ ସେବା ଲାଗୁ କରାଯାଇଥିବାରୁ କତାର ପକ୍ଷରୁ ସ୍ୱାଗତ କରାଯାଇଥିଲା । ତେବେ ଆଗାମୀ ଦିନରେ ସାରା ଦେଶରେ ଏହା ଲାଗୁ ହେବାକୁ ଯାଉଥିବା ସୂଚନା ଦିଆଯାଇଛି । ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ଉଭୟ ଦେଶର ମୁଦ୍ରାକୁ ବ୍ୟବହାର କରିବା ନେଇ ବି ଗୁରୁତ୍ୱ ପ୍ରକାଶ ପାଇଛି । ସେହିପରି ଭାରତର ଗିଫ୍ଟ ସିଟିରେ କ୍ୱିଏନବିର ଅଫିସ ଖୋଲାଯାଇ ଏହାକୁ ସମ୍ପ୍ରସାରିତ କରାଯାଇଥିବା କୁହାଯାଇଥିଲା ।

ଦୁଇ ଦେଶ ଭିତରେ ପାରମ୍ପରିକ ବୁଝାମଣା ଘଟି ଶକ୍ତି ଭିତିଭୂମି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଲେ ଉଭୟ ଦେଶ ଏ ଦିଗରେ ଭଲ କାମ କରିପାରିବେ ବୋଲି ମତପ୍ରକାଶ ପାଇଛି । ଶକ୍ତି କ୍ଷେତ୍ରରେ ଯୁଗ୍ମ ଟାସ୍କ ଫୋର୍ସର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇ ଉଭୟ ପକ୍ଷର ଅଂଶୀଦାରମାନଙ୍କ ଭିତରେ ଆଲୋଚନା ଏ ଦିଗରେ ବିଶେଷ ସୁଫଳ ଆଣିପାରିବ ବୋଲି କୁହାଯାଇଛି ।

ଆତଙ୍କବାଦ ଓ ସୀମାପାର ଆତଙ୍କବାଦକୁ ନେଇ ଉଭୟ ଦେଶ ମିଳିତ ଭାବେ କାମ କରିବେ ବୋଲି କୁହାଯାଇଛି । ବିଭିନ୍ନ ଦ୍ୱିପାକ୍ଷିକ ଓ ବହୁମୁଖୀ ମେକିନିଜିମ ଦ୍ୱାରା ଏହାକୁ ପ୍ରତିହତ କରିବାରେ ଉଭୟ ଦେଶ ସଫଳ ହୋଇପାରିବେ ବୋଲି ମତପ୍ରକାଶ ପାଇଛି । ସୂଚନା ଓ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ଅନୁଭୂତି ଆଧାରିତ ତଥ୍ୟ ବିନିମୟ, ଉତମ ଅଭ୍ୟାସ ଓ ନୂଆ ପ୍ରଯୁକ୍ତି ବିଦ୍ୟା, ଆଇନର କାର୍ଯ୍ୟକାରିତା ନେଇ ସହଯୋଗ ବୃଦ୍ଧି ସହ ମନିଂ ଲଣ୍ଡ୍ରିଂକୁ ଲଗାମ, ନିଶା ଚାଲାଣ, ସାଇବର କ୍ରାଇମ ପରି ବିଭିନ୍ନ ଅପରାଧକୁ ରୋକିବା ଦିଗରେ ଉଭୟ ଦେଶ ପରସ୍ପରକୁ ସହଯୋଗ କରିବେ ବୋଲି ମତପ୍ରକାଶ ପାଇଛି । ସାଇବର ସୁରକ୍ଷା ସହ ଆତଙ୍କବାଦ ପାଇଁ ସାଇବର ସ୍ପେସ ବ୍ୟବହାର, ଉଗ୍ରବାଦ ଓ ସାମାଜିକ ସଂହତିକୁ ନଷ୍ଟ କରୁଥିବା ବିଭିନ୍ନ ଉପାଦାନ ବିରୋଧରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ବୋଲି ରାଜି ହୋଇଥିଲେ । ସୁରକ୍ଷା ଓ ଆଇନ ପ୍ରଣୟନ ଦିଗରେ କାମ କରୁଥିବା ଯୁଗ୍ମ କମିଟିର ନିୟମିତ ବୈଠକ ଉପରେ ଉଭୟ ଦେଶ ରାଜି ହୋଇଥିଲେ ।

ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏନେଇ ଆଗାମୀ ଦିନରେ ଗୁରୁତ୍ୱ ଦେବାକୁ ଏହି ଅବସରରେ ମତପ୍ରକାଶ ପାଇଥିଲା । ସ୍ୱାସ୍ଥ୍ୟ ସମ୍ପର୍କିତ ଯୁଗ୍ମ ବାର୍କିଂ ଗ୍ରୁପ ସହ କୋଭିଡ ସମୟରେ ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଇଥିବା ଉତମ ସମ୍ପର୍କକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ । କତାରକୁ ଫାର୍ମାସିଟ୍ୟୁକାଲ ଦ୍ରବ୍ୟ ସହ ମେଡିକାଲ ଯନ୍ତ୍ରପାତି ରପ୍ତାନୀ କରିବା କ୍ଷେତ୍ରରେ ଭାରତ ପକ୍ଷରୁ ବିଶେଷ ଫୋକସ ଦିଆଯାଇଥିଲା । ତେବେ ଜାତୀୟ କମ୍ପାନୀଗୁଡିକର ପଞ୍ଜିକରଣ ସହ ଫାର୍ମାସିଟ୍ୟୁକାଲ ଦ୍ରବ୍ୟର ପଞ୍ଜିକରଣ ନେଇ ଉଭୟ ପକ୍ଷ ରାଜି ହୋଇଥିଲେ ।

ପ୍ରଯୁକ୍ତି ବିଦ୍ୟା ଓ ଉଦଭାବନ କ୍ଷେତ୍ରରେ ଗଭୀର ସହଯୋଗ ନେଇ ଉଭୟ ଦେଶ ପରସ୍ପରକୁ ସହଯୋଗ କରିବାକୁ ସହମତି ପ୍ରକାଶ କରିଥିଲେ । ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା, ଷ୍ଟାର୍ଟ ଅପ, କୃତ୍ରିମ ବୁଦ୍ଧିମତା ନେଇ ଉଭୟ ଦେଶ ଭିତରେ ସହଯୋଗ ରହିବ ବୋଲି ଆଶା ପ୍ରକଟ କରାଯାଇଥିଲା । ଇ-ଗଭର୍ଣ୍ଣାନ୍ସ ଓ ଡିଜିଟାଲ କ୍ଷେତ୍ରର ବିଭିନ୍ନ ଦିଗ ଉପରେ ବି ଏହି ଅବସରରେ ଉଭୟ ଦେଶ ଆଲୋଚନା କରିଥିଲେ । ୨୦୨୪-୨୫ରେ କତାର ଦୋହାରେ ଅନୁଷ୍ଠିତ ବେବ ଶିଖର ସମ୍ମିଳନୀରେ ଭାରତୀୟ ଷ୍ଟାର୍ଟ ଅପ କମ୍ପାନୀର ଯୋଗଦାନକୁ ଉଭୟ ଦେଶ ସ୍ୱାଗତ କରିଥିଲେ ।

ଖାଦ୍ୟ ସୁରକ୍ଷା ସହ ସପ୍ଲାଇ ଚେନ ସୁରକ୍ଷା ନେଇ ଉଭୟ ଦେଶ ଗୁରୁତ୍ୱ ଦେଇଥିଲେ । ଏ କ୍ଷେତ୍ରରେ ଆଗକୁ ଉଭୟ ଦେଶ ଭିତରେ ସହଯୋଗ ବଢିବ ବୋଲି ବି ମତପ୍ରକାଶ ପାଇଥିଲା ।

ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭାବ ବିନିମୟ ସହ ସାଂସ୍କୃତିକ ପ୍ରତିଷ୍ଠାନ ଭିତରେ ବାତାନୁକୂଳ ସହଭାଗିତା ବୃଦ୍ଧି ନେଇ ଉଭୟ ଦେଶ ରାଜି ହୋଇଥିଲେ । ସେହିପରି କ୍ରୀଡା କ୍ଷେତ୍ରରେ ଉଭୟ ଦେଶର ଖେଳାଳିମାନଙ୍କ ଭାବ ବିନିମୟ ସହ ନିୟମିତ ଭାବେ ସେମିନାର, କର୍ମଶାଳା, କନଫରେନ୍ସର ଆୟୋଜନ କରାଗଲେ ଦୁଇ ଦେଶ ଭିତରେ ରହିଥିବା ସମ୍ପର୍କ ବୃଦ୍ଧି ଘଟିବ । ଆଗାମୀ ଦିନରେ ଭାରତ-କତାର ମଧ୍ୟରେ ବନ୍ଧୁତା, କ୍ରୀଡା ଓ ସଂସ୍କୃତି କ୍ଷେତ୍ରରେ ଉତମ ସମ୍ପର୍କ ସ୍ଥାପନ ହେବାକୁ ଉଭୟ ଦେଶ ସ୍ୱାଗତ କରିଥିଲେ ।

ଉଭୟ ଦେଶର ଶିକ୍ଷାନୁଷ୍ଠାନଗୁଡିକ ଭିତରେ ସୌହାର୍ଦ୍ଦ୍ୟ ବୃଦ୍ଧି ହେଲେ ଶିକ୍ଷା କ୍ଷେତ୍ରରେ ଭାରତ ଓ କତାର ଭିତରେ ରହିଥିବା ସମ୍ପର୍କ ମଜଭୂତ ହୋଇପାରିବ । ମିଳିତ ଗବେଷଣା, ଶିକ୍ଷାନୁଷ୍ଠାନ ଭିତରେ ସହଯୋଗ ବୃଦ୍ଧି, ଛାତ୍ର ଓ ଗବେଷକମାନଙ୍କ ଭିତରେ ଭାବ ବିନିମୟ ପରି କିଛି ପ୍ରସଙ୍ଗ ଉପରେ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ । ପିଢି ପରେ ପିଢି ଉଭୟ ଦେଶର ନାଗରିକମାନଙ୍କ ଭିତରେ ରହିଥିବା ଉତମ ସମ୍ପର୍କ ଭାରତ ଓ କତାରର ଐତିହାସିକ ସମ୍ପର୍କକୁ ମଜଭୂତ କରୁଥିବା କୁହାଯାଇଛି । କତାରରେ ପ୍ରବାସୀ ଭାରତୀୟମାନଙ୍କ ଅପୂର୍ବ ସହଯୋଗ ରହିଆସିଥିବା କୁହାଯାଇଥିଲା । ଶାନ୍ତିପ୍ରିୟ ଭାବମୂର୍ତି ସହ ପରିଶ୍ରମୀ ପ୍ରକୃତି ପାଇଁ ବିଦେଶରେ ଭାରତୀୟମାନଙ୍କର ବହୁତ ଚାହିଦା ରହିଥିବା କୁହାଯାଇଥିଲା । କତାର ନାଗରିକଙ୍କ ପାଇଁ ଭାରତ ପକ୍ଷରୁ ଆରମ୍ଭ କରାଯାଇଥିବା ଇ-ଭିସା କାର୍ଯ୍ୟକ୍ରମକୁ ବି ଏହି ଅବସରରେ ସ୍ୱାଗତ କରାଯାଇଥିଲା ।

ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଉଭୟ ଦେଶର ସହଯୋଗ ବୃଦ୍ଧି ପାଇବା ନେଇ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ । ଶ୍ରମ ଓ ନିଯୁକ୍ତି କ୍ଷେତ୍ରରେ ଗଠନ କରାଯାଇଥିବା ଯୁଗ୍ମ ବାର୍କିଂ ଗ୍ରୁପ ବରାବର ବୈଠକ ଡାକିବାକୁ ନେଇ ଗୁରୁତ୍ୱ ପ୍ରକାଶ ପାଇଥିଲା ।

ମଧ୍ୟପ୍ରାଚ୍ୟରେ ସୁରକ୍ଷା ଓ ନିରାପତାକୁ ଦୃଷ୍ଟିରେ ରଖି ସ୍ୱାର୍ଥ ସାଧନ କ୍ଷେତ୍ରରେ ଉଭୟ ଆଂଚଳିକ ଓ ଅନ୍ତର୍ଜାତୀୟ ବୁଝାମଣା ବୃଦ୍ଧି ପାଇବା ନେଇ ଭାବ ବିନିମୟ କରାଯାଇଥିଲା । ବିଭିନ୍ନ ଆନ୍ତର୍ଜାତିକ ବିବାଦର ସମାଧାନ ପାଇଁ ଶାନ୍ତିପୂର୍ଣ୍ଣ ଆପୋଷ ବୁଝାମଣା ସହ କୂଟନୀତି ଉପରେ ଉଭୟ ଦେଶ ଗୁରୁତ୍ୱ ପ୍ରକାଶ କରିଥିଲେ । ମିଳିତ ଜାତିସଂଘ ଓ ଅନ୍ୟାନ୍ୟ ମଂଚରେ ଉଭୟ ଦେଶ ଭିତରେ ରହିଥିବା ପାରସ୍ପରିକ ସହଯୋଗକୁ ଦୁଇ ଦେଶ ପ୍ରଶଂସା କରିଥିଲେ ।

କତାରର ଅଧ୍ୟକ୍ଷତାରେ ରିୟାଦରେ ୯ ସେପ୍ଟେମ୍ବର ୨୦୨୪ରେ ଅନୁଷ୍ଠିତ ହୋଇଥିବା ବୈଦେଶିକ ମନ୍ତ୍ରିସ୍ତରୀୟ ଭାରତ-ଜିସିସି କଥାବାର୍ତା ନେଇ ଉଭୟ ଦେଶ ଖୁବ ଆଶାବାଦୀ ରହିଥିବା କୁହାଯାଇଥିଲା । ଜଏଂଟ ଆକ୍ସନ ପ୍ଲାନ ଅଧୀନରେ ଭାରତ-ଜିସିସି ମଧ୍ୟରେ ସହଯୋଗ ବୃଦ୍ଧି ଘଟିଥିବାରୁ କତାର ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଥିଲା । ବୈଶ୍ୱିକ ସମସ୍ୟାର ମୁକାବିଲା ପାଇଁ ମିଳିତ ଜାତିସଂଘ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଉଭୟ ଦେଶ ସ୍ୱାଗତ କରିଥିଲେ । ମିଳିତ ଜାତିସଂଘର ଜାତୀୟ ସୁରକ୍ଷା ପରିଷଦ ପ୍ରତି ଉଭୟ ଦେଶ ଗୁରୁତ୍ୱ ଦେଇଥିଲେ । ମିଳିତ ଜାତିସଂଘର ସସଟେନେବୁଲ ଡେଭଲେପମେଂଟ ଗୋଲ୍ସ ବା ଏସଡିଜିଏସ ପ୍ରତି ଦୁଇ ଦେଶ ଗୁରୁତ୍ୱ ଦେବେ ବୋଲି କଥା ହୋଇଥିଲେ । ମିଳିତ ଜାତିସଂଘରେ ଦୁଇ ଦେଶ ପରସ୍ପରକୁ ସହାୟଚା କରିବେ ବୋଲି ଏହି ଅବସରରେ ଖସଡା ପ୍ରସ୍ତୁତ କରାଯାଇଥିଲା ।

 

ସ୍ୱାକ୍ଷରିତ ଚୁକ୍ତିନାମା

ଦ୍ୱିପାକ୍ଷିକ ଷ୍ଟ୍ରାଟେଜିକ ପାର୍ଟନରସିପ

ପରିମାର୍ଜିତ ଡବଲ ଟ୍ୟାକ୍ସେସନ ଆଭଏଡାନ୍ସ ଏଗ୍ରିମେଂଟ

ଉଭୟ ଦେଶର ଅର୍ଥ ମନ୍ତ୍ରଣାଳୟ ଭିତରେ ଚୁକ୍ତି

ଯୁବ ଓ କ୍ରୀଡା ବ୍ୟାପାର ଭିତରେ ଚୁକ୍ତି

ନଥିପତ୍ର ସଂରକ୍ଷଣ ଦିଗରେ ସହଯୋଗ ବୃଦ୍ଧି ନେଇ ଚୁକ୍ତି

ଇନଭେଷ୍ଟ ଇଣ୍ଡିଆ ଓ ଇନଭେଷ୍ଟ କତାର ଚୁକ୍ତି

କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ଓ କତାରୀ ବିଜିନେସମ୍ୟାନ ଆସୋସିଏସନ ଚୁକ୍ତି

ନିଜ ସହ ନିଜ ସାଥୀ ସହୋଦରଙ୍କୁ ଭବ୍ୟ ସ୍ୱାଗତ କରିଥିବାରୁ କତାର ଅମୀର ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଗସ୍ତ ଫଳରେ ଉଭୟ ଦେଶ ଭିତରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଏ । ଦୁଇ ଦେଶର ନାଗରିକମାନଙ୍କ ସୁବିଧା ପାଇଁ ଉଭୟ ଦେଶ ମଧ୍ୟରେ ରହିଥିବା ସମ୍ପର୍କ ଆଗାମୀ ଦିନରେ ଆହୁରି ମଜଭୂତ ହେବ ବୋଲି ଉଭୟ ଦେଶର ନେତାମାନେ ଆଶା ପ୍ରକଟ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post goes digital

Media Coverage

India Post goes digital
NM on the go

Nm on the go

Always be the first to hear from the PM. Get the App Now!
...
Prime Minister invites citizens to share their UPI experiences as UPI completes a decade
August 25, 2026

The Prime Minister, Shri Narendra Modi recalled the transformative journey of the Unified Payments Interface (UPI), which was rolled out a decade ago and marked a major turning point in India’s digital payments journey.

Highlighting the scale and reach achieved by UPI over the past ten years, Shri Modi said that its remarkable journey is something every Indian can be proud of. The Prime Minister invited citizens to share their experiences of using UPI and how it has impacted their daily lives.

The Prime Minister posted on X:

A decade ago, UPI was rolled out, marking a major turning point in India’s digital payments journey.

The sheer scale and reach of UPI are something every Indian must be proud of.

Tell me about your UPI experience and how it impacted your life...

#10YearsOfUPI