ପ୍ରଧାନମନ୍ତ୍ରୀ ଆଲବାନିଜ୍ 

ଉଭୟ ଦେଶର ପ୍ରତିନିଧି

ଗଣମାଧ୍ୟମର ବନ୍ଧୁଗଣ,

ନମସ୍କାର !

ଅଷ୍ଟ୍ରେଲିଆ ଗସ୍ତ ସମୟରେ ମୋତେ ଏବଂ ମୋର ପ୍ରତିନିଧିମାନଙ୍କୁ ଦିଆଯାଇଥିବା ଆତିଥ୍ୟ ଏବଂ ଆଦର-ସତ୍କାର ପାଇଁ ମୁଁ ଅଷ୍ଟ୍ରେଲିଆର ଲୋକମାନଙ୍କୁ ଏବଂ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଉଛି । ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ଭାରତ ଗସ୍ତର ଦୁଇ ମାସ ମଧ୍ୟରେ ମୁଁ ଏଠାକୁ ଆସିଛି । ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ଆମର ଷଷ୍ଠ ସାକ୍ଷତ ବୈଠକ।

ଏହା ଆମର ବ୍ୟାପକ ସମ୍ପର୍କର ଗଭୀରତା, ଆମ ଦୃଷ୍ଟିକୋଣର ସମ୍ମିଶ୍ରଣ ଏବଂ ଆମର ସହଯୋଗର ପରିପକ୍ୱତାକୁ ଦର୍ଶାଉଛି । ଯଦି ମୁଁ କ୍ରିକେଟ୍ ଭାଷାରେ କହିବି, ତେବେ ଆମର ସମ୍ପର୍କ ଟି -20 ମୋଡକୁ ଆସିଛି ।

ମହାମହିମ,

ଗତକାଲି ଆପଣ ଯେପରି କହିଥିଲେ, ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ହେଉଛି ଆମର ସମ୍ପର୍କର ମୂଳ ଆଧାର । ଆମର ସମ୍ପର୍କ ପାରସ୍ପରିକ ବିଶ୍ୱାସ ଏବଂ ଆସ୍ଥା ଉପରେ ଆଧାରିତ। ଅଷ୍ଟ୍ରେଲିଆରେ ଥିବା ଭାରତୀୟ ସମୁଦାୟ ଆମର ଦୁଇ ଦେଶ ମଧ୍ୟରେ ଏକ ଜୀବନ୍ତ ସେତୁ ସଦୃଶ। ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଆଲବାନିଜ୍ ଏବଂ ମୁଁ ହ୍ୟାରିସ୍ ପାର୍କରେ 'ଲିଟିଲ୍ ଇଣ୍ଡିଆ' ଉନ୍ମୋଚନ କରିଥିଲୁ । ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ଲୋକପ୍ରିୟତାକୁ ମୁଁ ସେଠାରେ ଅନୁଭବ କରିଛି।   

ବନ୍ଧୁଗଣ,

ଆଜି, ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ସହ କଥାବାର୍ତ୍ତା ସମୟରେ ଆମେ ଆଗାମୀ ଦଶନ୍ଧିରେ ଆମର ବ୍ୟାପକ ରଣନୀତିକ ଭାଗିଦାରୀକୁ ନୂତନ ଶିଖରକୁ ନେଇଯିବା ବିଷୟରେ ଆଲୋଚନା କରିଛୁ। ନୂତନ କ୍ଷେତ୍ରରେ ପାରସ୍ପରିକ ସହଯୋଗର ସମ୍ଭାବନା ବିଷୟରେ ବିସ୍ତୃତ ଭାବରେ ଚର୍ଚ୍ଚା କରିଛୁ। ଗତ ବର୍ଷ ଭାରତ-ଅଷ୍ଟ୍ରେଲିଆ ECTA କାର୍ଯ୍ୟକାରୀ ହୋଇଥିଲା। ଆଜି ଆମେ ବ୍ୟାପକ ଅର୍ଥନୈତିକ ସହଯୋଗ ବୁଝାମଣା (CICA) ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛୁ। ଏହା ଆମର ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗକୁ ଅଧିକ ଶକ୍ତି ଏବଂ ନୂତନ ଦିଗ ଦେବ ।

ଖଣି ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଆମର ରଣନୀତିକ ସହଯୋଗକୁ ଆଗକୁ ନେବା ଉପରେ ଏକ ସକରାତ୍ମକ ଆଲୋଚନା ହୋଇଛି । ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଆମେ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ଚିହ୍ନଟ କରିଛୁ । ଗ୍ରୀନ୍ ହାଇଡ୍ରୋଜେନ୍ ଉପରେ ଏକ ଟାସ୍କଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତକାଲି ଅଷ୍ଟ୍ରେଲୀୟ ସିଇଓମାନଙ୍କ ସହିତ ମୁଁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ବିଷୟରେ ଏକ ଫଳପ୍ରଦ ଆଲୋଚନା କରିଥିଲି । ଆଉ ଆଜି ମୁଁ ବ୍ୟବସାୟ ରାଉଣ୍ଡ ଟେବୁଲରେ ବାଣିଜ୍ୟ, ନିବେଶ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ବିଷୟରେ ଆଲୋଚନା କରିବି ।

ଆଜି ଦେଶାନ୍ତରଗମନ ଏବଂ ମୋବିଲିଟି ଭାଗିଦାରୀ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହା ଆମର ଜୀବନ୍ତ ସେତୁକୁ ଅଧିକ ଶକ୍ତି ପ୍ରଦାନ କରିବ । ଯେପରି ମୁଁ ଗତକାଲି ଘୋଷଣା କରିଥିଲି, ଆମର କ୍ରମବର୍ଦ୍ଧିଷ୍ଣୁ ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ, ଆମେ ଶୀଘ୍ର ବ୍ରିସବେନରେ ଏକ ନୂତନ ବାଣିଜ୍ୟିକ ଦୂତାବାସ ଖୋଲିବୁ ଏବଂ ଆପଣ ଯେପରି ବେଙ୍ଗାଲୁରୁରେ ଖୋଲିବା ନେଇ ଘୋଷଣା କରିଛନ୍ତି।

ବନ୍ଧୁଗଣ,

ଅଷ୍ଟ୍ରେଲିଆରେ ଥିବା ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଏବଂ ବିଚ୍ଛିନ୍ନତାବାଦୀ ତତ୍ତ୍ବ ଗୁଡ଼ିକର କାର୍ଯ୍ୟକଳାପ ବିଷୟରେ ଆମେ ପୂର୍ବରୁ ମଧ୍ୟ କଥା ହୋଇଥିଲୁ ଏବଂ ଆଜି ମଧ୍ୟ କଥା ହୋଇଛୁ । ଏହା ଆମ ପାଇଁ ଗ୍ରହଣୀୟ ନୁହେଁ, ଯେ କୌଣସି ତତ୍ତ୍ବ ସେମାନଙ୍କର ମତ କିମ୍ବା କାର୍ଯ୍ୟ ମାଧ୍ୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ଆନ୍ତରିକ ସମ୍ପର୍କକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ, ତାହା କେବେ ମଧ୍ୟ ଆମ ପାଇଁ ଗ୍ରହଣ ଯୋଗ୍ୟ ନୁହେଁ । ଏ ଦିଗରେ ନେଇଥିବା ପଦକ୍ଷେପ ପାଇଁ ମୁଁ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କୁ ଧନ୍ୟବାଦ ଜଣାଉଛି । ଆଉ ଏହା ସହିତ ସେ ମୋତେ ପୁଣି ଥରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଏପରି ତତ୍ତ୍ବ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ବନ୍ଧୁଗଣ,

ଭାରତ-ଅଷ୍ଟ୍ରେଲିଆ ସମ୍ପର୍କର ଦୃଷ୍ଟିଭଙ୍ଗି କେବଳ ଆମର ଦୁଇ ଦେଶ ମଧ୍ୟରେ ସୀମିତ ନୁହେଁ । ଏହା ଆଞ୍ଚଳିକ ସ୍ଥିରତା, ଶାନ୍ତି ଏବଂ ବିଶ୍ୱ କଲ୍ୟାଣ ସହିତ ମଧ୍ୟ ଜଡିତ । କିଛି ଦିନ ପୂର୍ବେ ହିରୋସିମାଠାରେ ଅନୁଷ୍ଠିତ କ୍ୱାଡ ସମ୍ମିଳନୀରେ ମୁଁ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ସହ ଭାରତ-ପ୍ରଶାନ୍ତ ମହାସାଗର ସଂପର୍କ ଉପରେ ମଧ୍ୟ ଆଲୋଚନା କରିଥିଲି । ଗ୍ଲୋବାଲ ସାଉଥର ପ୍ରଗତି ଦ୍ବାରା ଭାରତ-ଅଷ୍ଟ୍ରେଲିଆ ସହଯୋଗ ମଧ୍ୟ ଲାଭଦାୟକ ହୋଇପାରେ। ବସୁଧୈବ କୁଟୁମ୍ବକମ୍ ର ଭାରତୀୟ ପରମ୍ପରା, ଯାହା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ଦେଖେ, ତାହା ହେଉଛି ଭାରତର ଜି -20 ଅଧ୍ୟକ୍ଷତାର ମୂଳ ମନ୍ତ୍ର । ଜି -20ରେ ଆମର ପଦକ୍ଷେପକୁ ଅଷ୍ଟ୍ରେଲିଆ ସମର୍ଥନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।

ବନ୍ଧୁଗଣ,

 

ଚଳିତ ବର୍ଷ ଭାରତରେ ହେବାକୁ ଥିବା କ୍ରିକେଟ୍ ବିଶ୍ୱକପ୍ ପାଇଁ ମୁଁ ପ୍ରଧାନମନ୍ତ୍ରୀ ଆଲବାନିଜ୍ ଏବଂ ସମସ୍ତ ଅଷ୍ଟ୍ରେଲୀୟ କ୍ରିକେଟ୍ ପ୍ରଶଂସକଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରୁଛି । ସେହି ସମୟରେ କ୍ରିକେଟ୍ ସହିତ ଆପଣଙ୍କ ଦୀପାବଳିର ଚମକ ମଧ୍ୟ ଧୂମ- ଧାମରେ ଦେଖିବାକୁ ମିଳିବ।

ମହାମହିମ,

ଚଳିତ ବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀ ପାଇଁ ଆପଣଙ୍କୁ ପୁନର୍ବାର ଭାରତକୁ ସ୍ୱାଗତ କରିବାକୁ ମୁଁ ବହୁତ ଉତ୍ସାହିତହୋଇ ରହିଛି। ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
Prime Minister thanks President Emmanuel Macron for Holi greetings
March 04, 2026

The Prime Minister, Shri Narendra Modi, today thanked the President of the French Republic, H.E. Emmanuel Macron, for his Holi greetings.

Responding to the X post of French President about Holi Greetings, Shri Modi posted on X;

“बहुत-बहुत धन्यवाद, मेरे मित्र!

होली के पावन अवसर पर आपको और फ्रांस के लोगों को ढेर सारी खुशियां और समृद्धि की हार्दिक शुभकामनाएं।”