ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରକାରୀ ଗସ୍ତରେ ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ ଅଛନ୍ତି। ସେ ଆଜି ସକାଳେ ହ୍ୱାଇଟ୍‌ ହାଉସ୍‌ ଗସ୍ତ କରିଥିଲେ, ଯେଉଁଠି ଆମେରିକା ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋସେଫ ବାଇଡେନ୍‌ ଏବଂ ପ୍ରଥମ ମହିଳା ଡକ୍ଟର ଜିଲ୍‌ ବାଇଡେନ୍‌ ତାଙ୍କୁ ଔପଚାରିକ ଭାବେ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲାଗି ଭାରତୀୟ-ଆମେରିକୀୟ ମଧ୍ୟ ଉପସ୍ଥିତ ଥିଲେ।

ଏହାପରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଶ୍ରୀ ବାଇଡେନଙ୍କ ସହିତ ସୀମିତ ଏବଂ ପ୍ରତିନିଧିସ୍ତରୀୟ ସ୍ୱରୂପରେ ଉପଯୋଗୀ ଆଲୋଚନା କରିଥିଲେ। ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଚାଲି ଆସିଥିବା ବନ୍ଧୁତା ଓ ବ୍ୟବସାୟ ଏବଂ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ଇନ୍ଧନ, ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ନାଗରିକଙ୍କ ମଧ୍ୟରେ ସମ୍ପର୍କ ଭଳି କ୍ଷେତ୍ର ପର୍ଯ୍ୟନ୍ତ ବର୍ଦ୍ଧିତ ସହଯୋଗ ଉପରେ ଆଲୋଚନା କରିଥିଲେ । 

ଦୁଇ ନେତା ଉଭୟ ଦେଶମାନଙ୍କ ମଧ୍ୟରେ ଆପୋସ ବିଶ୍ୱାସ ଓ ବୁଝାମଣା ସହିତ ସହଭାଗୀ ମୂଲ୍ୟ ବିଷୟରେ ଆଲୋଚନା କରିଥିଲେ, ଯାହା ସମ୍ପର୍କକୁ ଏକ ନୂଆ ଉଚ୍ଚତା ପର୍ଯ୍ୟନ୍ତ ନେଇଯିବା ପାଇଁ ଏକ ମଜବୁତ ଆଧାର ପ୍ରଦାନ କରିଥାଏ। ସେମାନେ ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି (ଆଇସିଇଟି) ଭଳି ପ୍ରୟାସ ମାଧ୍ୟମରେ ହୋଇଥିବା ଦ୍ରୁତ ପ୍ରଗତି ଏବଂ ସଶକ୍ତ ଯୋଗାଣ ଶୃଙ୍ଖଳା ପ୍ରସ୍ତୁତ କରିବା ଲାଗି ରଣନୈତିକ ପ୍ରଯୁକ୍ତି ସହଯୋଗକୁ ବଢ଼ାଇବା ଲାଗି ବିଶେଷ ଆଗ୍ରହକୁ ପ୍ରଶଂସା କରିଥିଲେ। ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ମହାକାଶ କ୍ଷେତ୍ରରେ ବଢ଼ୁଥିବା ସହଯୋଗକୁ ସ୍ୱାଗତ କରିଥିଲେ ।

ଉଭୟ ନେତା ଜଳବାୟୁ ପରିବର୍ତ୍ତନ ମୁକାବିଲା କରିବା ଏବଂ ଏକ ସ୍ଥାୟୀ ଭବିଷ୍ୟତ ଲକ୍ଷ୍ୟ ହାସଲ କରିବା ନିମନ୍ତେ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ। ସେମାନେ ସ୍ୱଚ୍ଛ ଓ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହନ ଦେବା ଏବଂ ଜଳବାୟୁ ପ୍ରୟାସ କ୍ଷେତ୍ରରେ ସହଯୋଗର ପଦ୍ଧତିକୁ ନେଇ ଆଲୋଚନା କରିଥିଲେ।

ଦୁଇ ନେତା ନିଜ ଦେଶର ନାଗରିକ ଏବଂ ବିଶ୍ୱ ସମୁଦାୟର ଲାଭ ପାଇଁ ଭାରତ ଓ ଆମେରିକା ମଧ୍ୟରେ ବହୁମୁଖୀ ବ୍ୟାପକ ବିଶ୍ୱ ରଣନୀତିକ ଭାଗିଦାରୀକୁ ଆହୁରି ଗଭୀର କରିବା ଲାଗି ଦୃଢ଼ସଂକଳ୍ପ ବ୍ୟକ୍ତ କରିଥିଲେ। ଏହି ଆଲୋଚନାରେ ଆପୋସ ଲାଭର ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା।

ରାଷ୍ଟ୍ରପତି ଶ୍ରୀ ବାଇଡେନ୍‌ ଏବଂ ପ୍ରଥମ ମହିଳାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଉଦାରତାପୂର୍ଣ୍ଣ ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ସେପ୍ଟେମ୍ବର ୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ନେତାମାନଙ୍କର ଶିଖର ସମ୍ମିଳନୀ ସମୟରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନଙ୍କୁ ସ୍ୱାଗତ କରିବା ପାଇଁ ନିଜର ଉତ୍ସୁକତା ବ୍ୟକ୍ତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's new FTA playbook looks beyond trade and tariffs to investment ties

Media Coverage

India's new FTA playbook looks beyond trade and tariffs to investment ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 14, 2026
January 14, 2026

Viksit Bharat Rising: Economic Boom, Tech Dominance, and Cultural Renaissance in 2025 Under the Leadership of PM Modi