ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀ ଠାରେ ଜି - ୨୦ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ରୁଷି ସୁନକଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ସୁନକଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ ।

ବିଭିନ୍ନ ଜି -୨୦ ବୈଠକ ଗୁଡିକରେ ଓ କାର୍ଯ୍ୟକ୍ରମରେ ଉଚ୍ଚସ୍ତରୀୟ ଅଂଶଗ୍ରହଣ ଦ୍ୱାରା ଭାରତର ଜି -୨୦ ଅଧ୍ୟକ୍ଷତା ସମୟରେ ବ୍ରିଟେନ୍‌ର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଭାରତ- ବ୍ରିଟେନ୍ ବ୍ୟାପକ ରଣନୈତିକ ଭାଗିଦାରୀ ତଥା ବିଶେଷ କରି ଅର୍ଥନୀତି, ପ୍ରତିରକ୍ଷା ଓ ନିରାପତ୍ତା, ପ୍ରଯୁକ୍ତି ବିଦ୍ୟା, ସବୁଜ ପ୍ରଯୁକ୍ତି ବିଦ୍ୟା ଏବଂ ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଓ ଗତିଶୀଳତା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଏବଂ ପାରସ୍ପରିକ ସ୍ୱାର୍ଥ ଉପରେ ମଧ୍ୟ ମତ ବିନିମୟ କରିଥିଲେ ।

ଉଭୟ ନେତା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ ଏବଂ ଆଶା ବ୍ୟକ୍ତ କରିଥିଲେ ଯେ ଅବଶିଷ୍ଟ ପ୍ରସଙ୍ଗ ଗୁଡ଼ିକୁ ଯଥାଶୀଘ୍ର ସମାଧାନ କରାଯାଇପାରିବ । ଯାହା ଦ୍ୱାରା ଏକ ସନ୍ତୁଳିତ, ପାରସ୍ପରିକ ଲାଭଦାୟକ ଏବଂ ଆଗୁଆ ଦେଖାଯାଉଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଶୀଘ୍ର ଶେଷ ହୋଇ ପାରିବ ।

ଅଧିକ ବିସ୍ତୃତ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଶୀଘ୍ର, ପାରସ୍ପରିକ ସୁବିଧାଜନକ ସମୟରେ ପାରସ୍ପରିକ ଗସ୍ତ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ସୁନକ ଏହି ନିମନ୍ତ୍ରଣକୁ ଗ୍ରହଣ କରି ଜି-୨୦ ଶିଖର ସମ୍ମିଳନୀ ସଫଳ ହୋଇ ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future