ମାନନୀୟ ପ୍ରଧାନମନ୍ତ୍ରୀ 'ପ୍ରଚଣ୍ଡ' ଜୀ, ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ, ଆମର ସମସ୍ତ ଗଣମାଧ୍ୟମ ବନ୍ଧୁ

ନମସ୍କାର!

ସର୍ବପ୍ରଥମେ ମୁଁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଜୀ ଏବଂ ତାଙ୍କ ପ୍ରତିନିଧି ମଣ୍ଡଳୀଙ୍କୁ ଭାରତରେ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ମୋର ମନେ ଅଛି, ୯ ବର୍ଷ ପୂର୍ବେ, ୨୦୧୪ ରେ, ଦାୟିତ୍ୱ ଗ୍ରହଣ କରିବାର ତିନି ମାସ ମଧ୍ୟରେ ମୁଁ ନେପାଳ ଗସ୍ତରେ ଯାଇଥିଲି । ସେତେବେଳେ ମୁଁ ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ, ଏଚ୍‌ଆଇଟି (ହିଟ୍‌) - ରାଜପଥ, ଆଇ - ୱେ ଏବଂ ଟ୍ରାନ୍ସ - ୱେ ପାଇଁ ଏକ "ଏଚ୍‌ଆଇଟି" (ହିଟ୍‌) ସୂତ୍ର ଦେଇଥିଲି । ମୁଁ କହିଥିଲି ଯେ , ଭାରତ ଏବଂ ନେପାଳ ମଧ୍ୟରେ ଆମେ ଏପରି ସଂଯୋଗ ସ୍ଥାପନ କରିବୁ , ଯାହା ଦ୍ୱାରା ଆମର ସୀମା ଆମ ମଧ୍ୟରେ ପ୍ରତିବନ୍ଧକ ହୋଇ ରହିବ ନାହିଁ ।

ଟ୍ରକ ବଦଳରେ ପାଇପଲାଇନ ମାଧ୍ୟମରେ ତେଲ ରପ୍ତାନି କରାଯିବା ଆବଶ୍ୟକ ।

ଅଂଶୀଦାର ନଦୀ ଗୁଡ଼ିକ ଉପରେ ସେତୁ ନିର୍ମାଣ କରାଯିବା ଉଚିତ୍ ।

ନେପାଳରୁ ଭାରତକୁ ବିଦ୍ୟୁତ୍ ରପ୍ତାନି ପାଇଁ ସୁବିଧା ସୃଷ୍ଟି କରାଯିବା ଉଚିତ୍ ।

ବନ୍ଧୁଗଣ,

ଆଜି, ୯ ବର୍ଷ ପରେ, ମୁଁ ବହୁତ ଖୁସି ଯେ ଆମର ସହଭାଗିତା ପ୍ରକୃତରେ ‘ହିଟ୍‌’ (ସଫଳ) ସାବ୍ୟସ୍ତ  ହୋଇଛି । ଗତ ୯ ବର୍ଷ ମଧ୍ୟରେ, ଆମେ ବିଭିନ୍ନ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛୁ । ନେପାଳର ପ୍ରଥମ ଆଇସିପି ବିରଗଞ୍ଜରେ କରା ଯାଇଥିଲା । ଆମ କ୍ଷେତ୍ରର ପ୍ରଥମ ସୀମା ପାର ପେଟ୍ରୋଲିୟମ ପାଇପଲାଇନ ଭାରତ ଏବଂ ନେପାଳ ମଧ୍ୟରେ ନିର୍ମିତ ହୋଇଥିଲା । ଆମ ମଧ୍ୟରେ ପ୍ରଥମ ବ୍ରଡ - ଗେଜ୍ ରେଳ ଲାଇନ ସ୍ଥାପନ କରାଯାଇଛି । ସୀମା ପାର୍ଶ୍ୱରେ ନୂତନ ଟ୍ରାନ୍ସମିସନ ଲାଇନ ନିର୍ମାଣ କରାଯାଇଛି । ଆମେ ବର୍ତ୍ତମାନ ନେପାଳରୁ ୪୫୦ ମେଗାୱାଟରୁ ଅଧିକ ବିଦ୍ୟୁତ୍ ଆମଦାନୀ କରୁଛୁ । ଯଦି ଆମେ ୯ ବର୍ଷର ସଫଳତାକୁ ବର୍ଣ୍ଣନା କରିବା ଆରମ୍ଭ କରିବା, ତେବେ ଏହାକୁ କହିବା ପାଇଁ ଆମକୁ ସମ୍ପୂର୍ଣ୍ଣ ଦିନ ଲାଗିଯିବ ।

 ବନ୍ଧୁଗଣ,

ଭବିଷ୍ୟତରେ ଆମର ସହଭାଗିତାକୁ ଅଧିକରୁ ଅଧିକ ସଫଳ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଜୀ ଏବଂ ମୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ । ଆଜି ଦୁଇ ଦେଶ ମଧ୍ୟରେ ଗମନାଗମନ ଚୁକ୍ତି ହୋଇଛି ।

ଏଥିରେ ନେପାଳର ଲୋକ ମାନଙ୍କ ପାଇଁ ନୂତନ ରେଳ ମାର୍ଗ ସହିତ ଭାରତର ଅର୍ନ୍ତଦେଶୀୟ ଜଳପଥ ସୁବିଧା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଆମେ ନୂତନ ରେଳ ସଂଯୋଗ ସ୍ଥାପନ କରି ଭୌତିକ ସଂଯୋଗ ବୃଦ୍ଧି କରିବାକୁ ସ୍ଥିର କରିଛୁ ।

ଏହା ସହିତ ନେପାଳର ରେଳ କର୍ମଚାରୀ ମାନଙ୍କୁ ଭାରତୀୟ ରେଳ ପ୍ରତିଷ୍ଠାନରେ ତାଲିମ୍ ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ନେପାଳର ସୁଦୂର ପଶ୍ଚିମ ଅଞ୍ଚଳ ସହିତ ସଂଯୋଗକୁ ବୃଦ୍ଧି କରିବା ପାଇଁ ଶିରଶା ଏବଂ ଝୁଲାଘାଟରେ ଆଉ ଦୁଇଟି ସେତୁ ନିର୍ମାଣ ହେବ ।

ସୀମା ପାର ଡିଜିଟାଲ୍ ଦେଣନେଣ ମାଧ୍ୟମରେ ଆର୍ଥିକ ସଂଯୋଗ କ୍ଷେତ୍ରରେ ନିଆ ଯାଇଥିବା ପଦକ୍ଷେପ ଗୁଡିକୁ ଆମେ ସ୍ୱାଗତ କରୁଛୁ । ଏଥିରୁ ହଜାର ହଜାର ଛାତ୍ର, ଲକ୍ଷ ଲକ୍ଷ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ତଥା ଚିକିତ୍ସା ପାଇଁ ଭାରତ ଆସିଥିବା ରୋଗୀମାନେ ମଧ୍ୟ ଉପକୃତ ହେବେ । ତିନୋଟି "ଆଇସିପି" ନିର୍ମାଣ ଦ୍ୱାରା ଅର୍ଥନୈତିକ ସଂଯୋଗ ମଜବୁତ ହେବ ।

ଗତ ବର୍ଷ ଆମେ ବିଦ୍ୟୁତ୍ କ୍ଷେତ୍ରରେ ସହଯୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟତର ଦୂରଦୃଷ୍ଟି ଯୋଜନା ଗ୍ରହଣ କରିଥିଲୁ । ଏହାକୁ ନେଇ ଆଜି ଭାରତ ଏବଂ ନେପାଳ ମଧ୍ୟରେ ଏକ ଦୀର୍ଘକାଳୀନ ବିଦ୍ୟୁତ୍ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତିନାମା ଅନୁଯାୟୀ, ଆମେ ଆସନ୍ତା ଦଶ ବର୍ଷ ମଧ୍ୟରେ ନେପାଳରୁ ୧୦,୦୦୦ ମେଗାୱାଟ ବିଦ୍ୟୁତ୍ ଆମଦାନୀ କରିବାର ଲକ୍ଷ୍ୟ ସ୍ଥିର କରିଛୁ ।

ଫୁକୋଟ - କର୍ନାଲି ଏବଂ ଲୋୟର ଅରୁଣ ଜଳ – ବିଦ୍ୟୁତ୍ ପ୍ରକଳ୍ପ ଗୁଡ଼ିକ ଉପରେ ହୋଇଥିବା ଚୁକ୍ତିନାମା ଦ୍ୱାରା ବିଦ୍ୟୁତ୍ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରାଯାଇଛି । ମୋତିହାରି - ଆମଲେଖଗଞ୍ଜ ପେଟ୍ରୋଲିୟମ ପାଇପଲାଇନର ସକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ଏହି ପାଇପଲାଇନକୁ ଚିତୱାନ ପର୍ଯ୍ୟନ୍ତ ବିସ୍ତାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ପୂର୍ବ ନେପାଳର ସିଲିଗୁଡି ଠାରୁ ଝାପା ପର୍ଯ୍ୟନ୍ତ ଆଉ ଏକ ନୂତନ ପାଇପଲାଇନ ନିର୍ମାଣ କରାଯିବ ।

ଏକା ସାଙ୍ଗରେ ଚିତୱାନ୍ ଏବଂ ଝାପା ଠାରେ ନୂତନ ଷ୍ଟୋରେଜ୍ ଟର୍ମିନାଲ୍ ମଧ୍ୟ ସ୍ଥାପନ କରାଯିବ । ନେପାଳରେ ଏକ ସାର କାରଖାନା ସ୍ଥାପନ ପାଇଁ ଆମେ ପାରସ୍ପରିକ ସହଯୋଗ ଉପରେ ମଧ୍ୟ ସହମତ ହୋଇଛୁ ।

 ବନ୍ଧୁଗଣ,

 ଭାରତ ଏବଂ ନେପାଳ ମଧ୍ୟରେ ଧାର୍ମିକ ଏବଂ ସାଂସ୍କୃତିକ ସମ୍ପର୍କ ବହୁତ ପୁରୁଣା ଏବଂ ବହୁତ ସୁଦୃଢ଼ । ଏହି ସୁନ୍ଦର ସଂଯୋଗକୁ ଆହୁରି ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଜୀ ଏବଂ ମୁଁ ନିଷ୍ପତ୍ତି ନେଇଛୁ ଯେ ରାମାୟଣ ସର୍କିଟ ସହ ଜଡିତ ପ୍ରକଳ୍ପ ଗୁଡିକ ତ୍ୱରାନ୍ୱିତ କରାଯାଉ ।

ଆମର ସମ୍ପର୍କକୁ ହିମାଳୟର ଉଚ୍ଚତା ଦେବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ ।

ଏବଂ ଏହି ଭାବନା ସହିତ, ଆମେ ସୀମା କିମ୍ବା ଅନ୍ୟ କୌଣସି ସମସ୍ୟାର ସମାଧାନ କରିବୁ ।

 ମାନ୍ୟବର,

ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଜୀ, ଆପଣ ଆସନ୍ତା କାଲି ଇନ୍ଦୋର ଏବଂ ଧାର୍ମିକ ସହର ଉଜ୍ଜୟିନୀ ପରିଦର୍ଶନ କରିବେ । ମୁଁ ନିଶ୍ଚିତ ଯେ , ଆପଣଙ୍କର ଭାରତ  ଗସ୍ତ ଶକ୍ତିରେ ପରିପୂର୍ଣ୍ଣ ହେବ, ଏବଂ ପଶୁପତିନାଥରୁ ମହାକାଳେଶ୍ୱର ପର୍ଯ୍ୟନ୍ତ ଏହି ଯାତ୍ରାରେ ଆପଣଙ୍କର ଆଧ୍ୟାତ୍ମିକ ଅଭିଜ୍ଞତା ମଧ୍ୟ ରହିବ ।

 ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ।

ସ୍ୱୀକାରୋକ୍ତି  - ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଆନୁମାନିକ ଅନୁବାଦ । ମୂଳ ଟିପ୍ପଣୀ ହିନ୍ଦୀରେ ପ୍ରଦାନ କରା ଯାଇଥିଲା । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auto industry contributes over ₹22.75 lakh crore to Indian economy: SIAM

Media Coverage

Auto industry contributes over ₹22.75 lakh crore to Indian economy: SIAM
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"