ମହାମହିମ  ମୋର ବନ୍ଧୁ ରାଷ୍ଟ୍ରପତି ସୋଲିହ

ଉଭୟ ପ୍ରତିନିଧିଦଳର ସଦସ୍ୟ ବୃନ୍ଦ

ଗଣମାଧ୍ୟମ ପ୍ରତିନିଧିଗଣ

ନମସ୍କାର:

ପ୍ରଥମେ ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ସୋଲିହ  ଓ ତାଙ୍କ ପ୍ରତିନିଧି ମାନଙ୍କୁ ଭାରତକୁ ସ୍ୱାଗତ ଜଣାଉଛି । ଗତ କିଛିବର୍ଷ ମଧ୍ୟରେ ଭାରତ ମାଳଦୀପ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଛି । ବୈଶ୍ୱିକ ମହାମାରୀ ସତ୍ତ୍ୱେ ଆମର ସହଯୋଗ ଏକ ବିସ୍ତୃତ ଭାଗିଦାରିତାର ସୁଯୋଗ ଦୁଇଦେଶକୁ ଦେଇଛି ।

ବନ୍ଧୁଗଣ

ଆଜି ମୁଁ ରାଷ୍ଟ୍ରପତି ସୋଲିହଙ୍କ ସହ ଅନେକ ବିଷୟରେ ଆଲୋଚନା କରିଛି । ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ଆମେ ସମୀକ୍ଷା କରିବା ସହ ଗୁରୁ୍‌ତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ମଧ୍ୟ ମତ ବିନିମୟ କରିଛୁ ।

ଅଳ୍ପ କିଛି ସମୟ ଆଗରୁ ଆମେ ମହାନ୍ ମାଲେ ସଂଯୋଗୀକରଣ ପ୍ରକଳ୍ପ ଆରମ୍ଭକୁ ସ୍ୱାଗତ କରିଛୁ । ଏହା ମାଲଦୀପର ବୃହତ୍ତମ ଭିତ୍ତିଭୂମି ପ୍ରକଳ୍ପ ହେବ ।

 ଆଜି ମଧ୍ୟ ଆମେ ବୃହତ ମାଲେରେ ୪୦୦୦ ସାମାଜିକ ଗୃହ ୟୁନିଟ୍ ନିର୍ମାଣ ନେଇ ମଧ୍ୟ ସମୀକ୍ଷା କରିଥିଲୁ । ମୁଁ ଖୁସିର ସହ ଘୋଷଣା କରୁଛି ଯେ ଆମେ ଅତିରିକ୍ତ ୨୦୦୦ ସାମାଜିକ ଗୃହ ୟୁନିଟ୍ ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବୁ ।

ଆମେ ମଧ୍ୟ ଅତିରିକ୍ତ ଶହେ ନିୟୁତ ଡଲାର ଋଣ ଦେବାକୁ ସ୍ଥିର କରିଛୁ । ଯାହାଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ହେବ ।

 ବନ୍ଧୁଗଣ

ଭାରତ ମହାସାଗର ଏପାଖରୁ ସେପାଖ ପର୍ଯ୍ୟନ୍ତ  ଅପରାଧ, ଆତଙ୍କବାଦ ଓ ମାଦକଦ୍ରବ୍ୟ ଚୋରାଚାଲାଣ ଏକ ଗୁରୁତର ସମସ୍ୟା ସୃଷ୍ଟି କରିଛି । ସେ ଦୃଷ୍ଟିରୁ ଭାରତ ଓ ମାଳଦୀପ ମଧ୍ୟରେ ପ୍ରତିରକ୍ଷା ଓ ନିରାପତ୍ତା ଦିଗରେ ସୁସମ୍ପର୍କ ସମଗ୍ର ଅଞ୍ଚଳର ସ୍ଥିରତା ପାଇଁ ଅବଶ୍ୟମ୍ଭାବୀ । ଏଥିରେ ମାଳଦୀପର ସୁରକ୍ଷା ଅଧିକାରୀଙ୍କ ସାମର୍ଥ୍ୟ ବୃଦ୍ଧି ଓ ତାଲିମ ମଧ୍ୟ ଅନ୍ତର୍ଭୁକ୍ତ । ମୁଁ ଖୁସିର ସହ ଘୋଷଣା କରୁଛି ଯେ ଭାରତ ମାଳଦୀପ ସୁରକ୍ଷା ବାହିନୀକୁ ୨୪ଟି ଯାନବାହାନ ଓ ଗୋଟିଏ ନୌଭେଳା ପ୍ରଦାନ କରିବ । ମାଳଦୀପର ୬୧ଟି ଦ୍ୱୀପରେ ପୁଲିସ ସୁବିଧା ପାଇଁ ଆମେ ସହଯୋଗ କରିବୁ ।

ବନ୍ଧୁଗଣ

ମାଳଦୀପ ସରକାର ୨୦୩୦ ମସିହା ସୁଦ୍ଧା ଅଙ୍ଗାରକାମ୍ଳ ଉତ୍ସରଣ ଶୂନରେ ରଖିବାକୁ ଲକ୍ଷ୍ୟ ରଖିଛନ୍ତି । ମୁଁ ରାଷ୍ଟ୍ରପତି ସୋଲେହ୍‌ଙ୍କୁ ଏପରି ଅଙ୍ଗୀକାରବଦ୍ଧତା ନିମନ୍ତେ ଅଭିନନ୍ଦନ ଜଣାଇବା ସହ ମାଲଦୀପ ଏହି ଲକ୍ଷ୍ୟପୁରଣ ପାଇଁ ଯାହା ସାହାଯ୍ୟ ଚାହିଁବ ଆମେ ତାହା ଯୋଗାଇଦେବୁ । ଭାରତ ଗୋଟିଏ ବିଶ୍ୱ, ଗୋଟିଏ ସୂର୍ଯ୍ୟ ଓ ଆନ୍ତର୍ଜାତିକ ଗୋଟିଏ ଗ୍ରୀଡ୍‌ରେ ବିଶ୍ୱାସ କରୁଥିବାରୁ ଆମେ ମାଳଦ୍ୱୀପ ସହ ମିଶି ଦୃଢ ପଦକ୍ଷେପ ନେଇପାରିବୁ ।

ବନ୍ଧୁଗଣ

ଆଜି ଭାରତ-ମାଳଦୀପ ଭାଗିଦାରିତା କେବଳ ଦୁଇ ଦେଶର ନାଗରିକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁନାହିଁ , ବରଂ ଏହି ଅଞ୍ଚଳର ଶାନ୍ତି, ସମୃଦ୍ଧି ଓ ସ୍ଥିରତାର ଏକ ଉତ୍ସ ପାଲଟିଛି ।

ମାଳଦୀପର ଯେକୌଣସି ଜଟିଳ ପରିସ୍ଥିତି ଓ ଆବଶ୍ୟକତା ପାଇଁ ଭାରତ ପ୍ରଥମେ ବନ୍ଧୁତ୍ୱର ହାତ ବଢାଇବ । ମୁଁ ରାଷ୍ଟ୍ରପତି ସୋଲିହ ଓ ତାଙ୍କ ପ୍ରତିନିଧି ଦଳର ଭାରତରେ ଏକ ସୁଖକର ଗସ୍ତ କାମନା କରୁଛି ।

ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi