ଭାରତ ଓ ଅଷ୍ଟ୍ରେଲିଆରେ କ୍ରିକେଟ ପ୍ରତି ସାଧାରଣ ଆବେଗ ରହିଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜ ଆଜି ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ସ୍ମାରକ ଟେଷ୍ଟ ମ୍ୟାଚର କିଛି ଅଂଶ ଦେଖିଛନ୍ତି ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“କ୍ରିକେଟ, ଭାରତ ଓ ଅଷ୍ଟ୍ରେଲିଆରେ ଏକ ସାଧାରଣ ଆବେଗ! ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚର କିଛି ଅଂଶ ଦେଖିବା ପାଇଁ ନିଜ ପ୍ରିୟ ବନ୍ଧୁ, ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ସହ ଅହମ୍ମଦାବାଦ ଆସି ଖୁସି ଲାଗିଲା । ମୋର ବିଶ୍ୱାସ ଏହା ଏକ ରୋମାଂଚକର ମ୍ୟାଚ ହେବ ।”

ଅହମ୍ମଦାବାଦ ଟେଷ୍ଟ ମ୍ୟାଚର ଝଲକ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଅହମ୍ମଦାବାଦରୁ ଆଉ କିଛି ଝଲକ । ଚାରିଆଡେ କ୍ରିକେଟ!”

 

 

 

 

 

 

 

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“କ୍ରିକେଟ ମାଧ୍ୟମରେ IN- AUS ବନ୍ଧୁତ୍ୱ ଉତ୍ସବ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଅହମ୍ମଦାବାଦ ଠାରେ #INDvsAUS ମ୍ୟାଚର କିଛି ଅଂଶ ଦେଖିଛନ୍ତି ।”

ଷ୍ଟାଡିୟମରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ଯଥାକ୍ରମେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଶ୍ରୀ ଜୟ ଶାହ ଓ ବିସିସିଆଇ ଅଧ୍ୟକ୍ଷ ଶ୍ରୀ ରୋଜର ବିନ୍ନିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଗାୟିକା ସୁଶ୍ରୀ ଫାଲଗୁନି ଶାହଙ୍କ ଦ୍ୱାରା ପ୍ରସ୍ତୁତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ, ଏକତାର ସ୍ୱର ଦେଖିଥିଲେ ।

ପ୍ରଧାନମନ୍ତ୍ରୀ ଟିମ ଇଣ୍ଡିଆର ଅଧିନାୟକ ଶ୍ରୀ ରୋହିତ ଶର୍ମାଙ୍କୁ ଟେଷ୍ଟ କ୍ୟାପ ପ୍ରଦାନ କରିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଶ୍ରୀ ଷ୍ଟିଭ ସ୍ମିଥଙ୍କୁ ଟେଷ୍ଟ କ୍ୟାପ ପ୍ରଦାନ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଷ୍ଟାଡିୟମରେ ବିଶାଳ ଜନସମାଗମ ମଧ୍ୟରେ ଗଲ୍ଫ କାର୍ଟରେ ଗାର୍ଡ ଅଫ ଅନର ଗ୍ରହଣ କରିଥିଲେ ।

ଦୁଇ ଦଳର ଅଧିନାୟକ ଟସ ପାଇଁ ପିଚରେ ପହଞ୍ଚିବା ବେଳେ ପ୍ରଧାନମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଷ୍ଟାଡିୟମ ପରିଦର୍ଶନ କରି ଫ୍ରେଣ୍ଡସିପ ହଲ ଅଫ ଫେମ ଆଡକୁ ଅଗ୍ରସର ହୋଇଥିଲେ । ଭାରତୀୟ ଟିମର ପୂର୍ବତନ କୋଚ ଓ ଖେଳାଳି ଶ୍ରୀ ରବି ଶାସ୍ତ୍ରୀ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ରହି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା କ୍ରିକେଟର ସମୃଦ୍ଧ ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ ।

ଏହା ପରେ ଦୁଇ ଦଳର ଅଧିନାୟକ ନିଜ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କ୍ରିକେଟ ପଡିଆକୁ ଯାଇଥିଲେ । ଅଧିନାୟକମାନେ ନିଜ ଟିମ ସହ ଦୁଇ ପ୍ରଧାନମନ୍ତ୍ରୀଙ୍କ ପରିଚୟ କରାଇବା ପରେ ଭାରତ ଓ ଅଷ୍ଟ୍ରେଲିଆର ଜାତୀୟ ସଂଗୀତ ଗାନ କରାଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କ୍ରିକେଟର ଦୁଇ ଶୀର୍ଷ ଟିମ ମଧ୍ୟରେ ଟେଷ୍ଟ ମ୍ୟାଚ ଦେଖିବା ପାଇଁ ପ୍ରେସିଡେଣ୍ଟ ବକ୍ସରେ ପହଞ୍ଚିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action