“ପ୍ରତ୍ୟେକ ପିଢ଼ିରେ ଅବିରତ ଚରିତ୍ର ଗଠନ ପ୍ରତ୍ୟେକ ସମାଜର ମୂଳପିଣ୍ଡ”
“ଯେଉଁଠି ଆହ୍ୱାନ ଅଛି ଭାରତ ସେଠାରେ ଆଶାର ସହିତ ଉପସ୍ଥିତ, ଯେଉଁଠି ସମସ୍ୟା ଅଛି ଭାରତ ସେଠାରେ ସମାଧାନ ସୂତ୍ର ଧରି ଉପସ୍ଥିତ”
“ଆଜି ବିଶ୍ୱପାଇଁ ଭାରତ ଏକ ନୂତନ ଆଶାର କିରଣ”
“ସଫ୍ଟୱେରଠାରୁ ମହାକାଶ ପର୍ଯ୍ୟନ୍ତ ନୂତନ ଭବିଷ୍ୟତ ପାଇଁ ଦେଶ ପ୍ରସ୍ତୁତି ସହ ଅଗୋଉଛି”
“ଚାଲନ୍ତୁ ଆମେ ନିଜକୁ ଉନ୍ନତ କରିବା, ତେବେ ଆମର ଉନ୍ନତିକରଣ ଅନ୍ୟମାନଙ୍କ କଲ୍ୟାଣର ମାଧ୍ୟମ ହେବା ଉଚିତ”
“ଏକ ନାଗାଲାଣ୍ଡ ବାଳିକା ଦ୍ୱାରା କାଶୀ ଘାଟ ସଫେଇ ଅଭିଯାନର ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଦୋଦରାର କରେଲିବାଗ ପକ୍ଷରୁ ଆୟୋଜିତ ଯୁବ ଶିବିରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । କୁଣ୍ଡଲଧାମର ଓ ଭଦୋଦରାର କରେଲିବାଗ ସ୍ୱାମୀ ନାରାୟଣ ମନ୍ଦିର ଏହି ଶିବିରର ଆୟୋଜନ କରିଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ପୁରାଣ ଶାସ୍ତ୍ର ଅବିରତ ଚରିତ୍ରବାନ ଗଠନ ପ୍ରତ୍ୟେକ ସମାଜର ମୂଳପିଣ୍ଡ ବୋଲି ଶିକ୍ଷା ଦେଇଛି । ସେ କହିଥିଲେ ଆଜିର ଶିବିର ଆୟୋଜନ କେବଳ ଯୁବଶକ୍ତି ମଧ୍ୟରେ ଉତ୍ତମ ସଂସ୍କାର ଭାବନା ଆଣିବ ନାହିଁ ବରଂ ଦେଶ ଓ ସମାଜର ପରିଚୟ, ଗର୍ବର ପୁନଃ ଜାଗରଣ ପାଇଁ ଏହା ଏକ ପ୍ରାକୃତିକ ପୟାସ ।

ପ୍ରଧାନମନ୍ତ୍ରୀ ଏକ ନୂତନ ଭାରତ ଗଠନ ନିମନ୍ତେ ଏକ ସାମୂହିକ ସଂକଳ୍ପ ଆହ୍ୱାନ ଜଣାଇଥିଲେ । ଏପରି ଏକ ନବଭାରତ ଯାହାର ପରିଚୟ ହେବ ନୂତନ ଆଗକୁ ଆଗେଇବା ପାଇଁ ପ୍ରସ୍ତୁତ । ତେବେ ଏହା ପ୍ରାଚୀନ ପରମ୍ପରା ସହ ଓତଃପ୍ରୋତ ହେବା ବିଧେୟ । ଏକ ନୂତନ ଭାରତ ଯିଏ ଉଭୟ ନବୀନ ଭାବନା ଓ ପୁରାତନ ସଂସ୍କୃତିର ସମ୍ମିଶ୍ରଣରେ ଆଗେଇ ସମଗ୍ର ମାନବଜାତିକୁ ଦିଗଦର୍ଶନ ଦେବ । ଯେତେବେଳେ ଯେଉଁଠି ଆହ୍ୱାନ ଆସିଛି, ଭାରତ ଆଶାର ସହ ତାର ମୁକାବିଲା କରିଛି ଓ ଯେତେବେଳେ ସମସ୍ୟା ଆସିଛି, ଭାରତ ସମାଧାନ ପନ୍ଥା ବାହାର କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କରୋନାର ଜଟିଳ ପରିସ୍ଥିତି ମଧ୍ୟରେ ଭାରତ ବିଶ୍ୱକୁ ଔଷଧପତ୍ର ଓ ଟିକା ଯୋଗାଇଛି । ଯୋଗାଣ ବ୍ୟବସ୍ଥା ବିଧ୍ୱସ୍ତ ହେବା ବେଳେ ବୈଶ୍ୱିକ ଅରାଜକତା ଓ ବିପତ୍ତି କାଳରେ ମଧ୍ୟ ଏକ ସମର୍ଥ ଦେଶର ଭୂମିକା ତୁଲାଇବାରୁ ଆଜି ବିଶ୍ୱରେ ଭାରତ ଏକ ନୂତନ ଆଶା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ସମଗ୍ର ମାନବଜାତିକୁ ଯୋଗର ପଥ ଦେଖାଇଛୁ, ଆମେ ଆୟୁର୍ବେଦର ଶକ୍ତିରେ ପ୍ରବର୍ତ୍ତନ କରିଛୁ । ଜନସାଧାରଣଙ୍କ ସହଯୋଗ ବୃଦ୍ଧି ଯୋଗୁଁ ଆଜି ସରକାରଙ୍କ କାର୍ଯ୍ୟକରିବା ଶୈଳୀ ଓ ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ଭାରତ ଯୁବଶକ୍ତିର ନେତୃତ୍ୱରେ ଆଜି ବିଶ୍ୱରେ ଭାରତ ତୃତୀୟ ବୃହତ ଷ୍ଟାର୍ଟଅପ ପଦ୍ଧତି ଭାବେ ଉଭା ହୋଇଛି । ସଫ୍ଟୱେୟାର ଠାରୁ ମହାକାଶ ପର୍ଯ୍ୟନ୍ତ ଆମେ ନୂତନ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛୁ । ଆମ ପାଇଁ ସଂସ୍କାର ଅର୍ଥ ହେଲା ଶିକ୍ଷା, ସେବା ଓ ସମ୍ବେଦନଶୀଳତା । ଆମ ପାଇଁ ସଂସ୍କାର ଅର୍ଥ ଉତ୍ସର୍ଗ, ସଂକଳ୍ପ ଓ ଶକ୍ତି । ଚାଲନ୍ତୁ ଆମେମାନେ ନିଜକୁ ଉନ୍ନୀତ କରିବା । ହେଲେ ଆମର ଉନ୍ନୀତ ହେବା ଅନ୍ୟମାନଙ୍କ କଲ୍ୟାଣର ମାଧ୍ୟମ ହେବା ଉଚିତ । ଆମେ ସଫଳତାର ଶିଖର ଛୁଇଁଲେ ମଧ୍ୟ ତାହା ସମସ୍ତଙ୍କ ସେବା ନିମନ୍ତେ ଉଦ୍ଦିଷ୍ଟ ହେବା ଆବଶ୍ୟକ । ଏହା ହିଁ ଭଗବାନ ସ୍ୱାମୀ ନାରାୟଣଙ୍କ ନୀତିଶିକ୍ଷା ଓ ଭାରତୀୟ ପ୍ରକୃତି ମଧ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଭଦୋଦରା ସହ ତାଙ୍କ ଦୀର୍ଘ ସମ୍ପର୍କର ଅବତାରଣା କରିବା ତଥା ତାଙ୍କର ବ୍ୟକ୍ତିଗତ ଓ ରାଜନୀତିକ ଜୀବନରେ ସେହି ସ୍ଥାନର ମହତ୍ୱ ଉପରେ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ଏକତାର ପ୍ରତିମୂର୍ତ୍ତି ପାଇଁ ଭଡୋଦୋରା ବିଶ୍ୱରେ ଆକର୍ଷର ବିନ୍ଦୁ ପାଲଟିଛି । ସେହିପରି ପଭଗଧ ମନ୍ଦିର ମଧ୍ୟ ଦୁନିଆ ସାରା ଲୋକଙ୍କୁ ଏଠାକୁ ଆକର୍ଷିତ କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂସ୍କାର ନଗରୀ ଭଡୋଦୋରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିବାରେ ଲାଗିଛି, କାରଣ ଭଡୋଦୋରାରେ ନିର୍ମିତ ମେଟ୍ରୋ କୋଚ ବିଶ୍ୱବ୍ୟାପୀ ଆଦୃତ ହୋଇଛି ଓ ଏହାହିଁ ତାହାର ଶକ୍ତି । ଆମେ ଦେଶ ସ୍ୱାଧୀନତା ସଂଗ୍ରାମରେ ମୃତ୍ୟୁ ଲଭିବାକୁ ସୁଯୋଗ ପାଇନଥିଲେ ମଧ୍ୟ ଆମେ ଦେଶ ପାଇଁ ବଞ୍ଚିରହିବୁ । ଅଗଷ୍ଟ ୧୫, ୨୦୨୩ ପର୍ଯ୍ୟନ୍ତ ଆମେ ଟଙ୍କା ଦେଣନେଣ ପ୍ରତ୍ୟକ୍ଷ ଭାବେ ନକରି ଡିଜିଟାଲ ମାଧ୍ୟମରେ କରିପାରିବା କି ବୋଲି ପ୍ରଶ୍ନ କରିଥିଲେ । ଆପଣ ମାନଙ୍କ ସାମାନ୍ୟ ଅବଦାନ ଛୋଟ ବ୍ୟବସାୟୀ ଓ ବିକ୍ରେତାଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିବ । ସେହିପରି ସ୍ୱଚ୍ଛତା ଓ ପ୍ଲାଷ୍ଟିକର ଏକକ ବ୍ୟବହାର ସହ ଅପପୁଷ୍ଟି ରୋକିବା ନେଇ ଶପଥ ମଧ୍ୟ ନିଆଯାଇପାରିବ ।

କାଶୀର ଘାଟ ସଫା ଅଭିଯାନରେ ସାମିଲ ଜଣେ ନାଗାଲାଣ୍ଡ ଝିଅ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ସେ ଏକୁଟିଆ ଆରମ୍ଭ କରିଥିଲେ ମଧ୍ୟ ବହୁ ଲୋକ ତା ସହ ସାମିଲ ହେଲେ । ଏହା ସଂକଳ୍ପର ଏକ ଦୃଷ୍ଟାନ୍ତ । ସେହିପରି ଦେଶକୁ ସାହାଯ୍ୟ କରିବା ପାଇଁ ବିଦ୍ୟୁତ ବଞ୍ଚାଇବା ଓ ପ୍ରାକୃତିକ କୃଷି ଆପଣାଇବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on spirit of selfless service
August 07, 2026

The Prime Minister, Shri Narendra Modi, shared a Sanskrit Subhashitam highlighting the virtue of selfless service and the noble ideal of working for the welfare of others without expecting anything in return:

"किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥"

The Prime Minister posted on X:

किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥