‘‘ଜମ୍ମୁ-କଶ୍ମୀରବାସୀ ଯୋଗ ପ୍ରତି ଯେଉଁ ଉତ୍ସାହ ଓ ପ୍ରତିବଦ୍ଧତା ଦେଖାଇଛନ୍ତି, ତାହା ଜୀବନ୍ତ ହୋଇ ରହିବ’’
"ଯୋଗ ସ୍ୱାଭାବିକ ଭାବରେ ଜୀବନର ଏକ ସହଜ ଅଂଶ ହେବା ଉଚିତ"
"ଧ୍ୟାନ ଆତ୍ମ-ଉନ୍ନତି ପାଇଁ ଏକ ଉତ୍ତମ ଉପକରଣ"
"ଯୋଗ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ, ପ୍ରଯୁଜ୍ୟ ଓ ଶକ୍ତିଶାଳୀ"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଶ୍ରୀନଗର ଡାଲ ହ୍ରଦଠାରେ ସ୍ଥାନୀୟ ନାଗରିକମାନଙ୍କୁ ସମ୍ବୋଧିତ କରିଛନ୍ତି ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୋଗ ପ୍ରତି ଜମ୍ମୁ ଓ କଶ୍ମୀରର ଲୋକମାନେ ଯେଉଁ ଉତ୍ସାହ ଓ ପ୍ରତିବଦ୍ଧତା ଦେଖାଇଛନ୍ତି ତାହାର ଆଜିର ଦୃଶ୍ୟ ଲୋକଙ୍କ ମନରେ ଅମର ହୋଇ ରହିବ । ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ବିଳମ୍ବିତ ହୋଇ ୨-୩ ଭାଗରେ ବିଭକ୍ତ ହେବାକୁ ପଡ଼ିଥିଲେ ମଧ୍ୟ ବର୍ଷା ପାଣିପାଗ ଯୋଗୁଁ ତାପମାତ୍ରା ହ୍ରାସ ପାଇବା ଲୋକଙ୍କ ଉତ୍ସାହକୁ ହ୍ରାସ କରିବାରେ ବିଫଳ ହୋଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ନିଜ ଓ ସମାଜ ପାଇଁ ଜୀବନର ପ୍ରବୃତ୍ତିରେ ପରିଣତ ହେବାରେ ଯୋଗର ମହତ୍ତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଯୋଗ ଦୈନନ୍ଦିନ ଜୀବନ ସହ ଜଡ଼ିତ ହୋଇ ସରଳ ରୂପ ନେଲେ ଏହାର ସୁଫଳ ମିଳିପାରିବ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୋଗର ଏକ ଅଂଶ ଧ୍ୟାନ, ଏହାର ଆଧ୍ୟାତ୍ମିକ ଦୃଷ୍ଟିକୋଣ ଯୋଗୁଁ ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇପାରେ, ତଥାପି ଏହାକୁ ଏକାଗ୍ରତା ଏବଂ ବିଷୟ ଉପରେ ଧ୍ୟାନ ଦେଇ ସହଜରେ ବୁଝାଯାଇପାରିବ । ଅଭ୍ୟାସ ଏବଂ କୌଶଳ ଦ୍ୱାରା ଏହି ଏକାଗ୍ରତା ଏବଂ ଧ୍ୟାନ କରାଯାଇପାରିବ ବୋଲି ସେ କହିଛନ୍ତି । ମନର ଏହି ଅବସ୍ଥା ଥକାପଣ କମାଇବା ସହିତ ଉତ୍ତମ ଫଳାଫଳ ଦେଇଥାଏ ଏବଂ ବିଭ୍ରାନ୍ତିକୁ ଏଡାଇବାରେ ସାହାଯ୍ୟ କରେ । ଶେଷରେ ଆସିଥିବାକୁ ଆଧ୍ୟାତ୍ମିକ ଯାତ୍ରା ବ୍ୟତୀତ ଧ୍ୟାନ ହେଉଛି ଆତ୍ମଉନ୍ନତି ଏବଂ ପ୍ରଶିକ୍ଷଣର ଏକ ଉପକରଣ ବୋଲି ସେ କହିଥିଲେ।

"ଯୋଗ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ, ପ୍ରଯୁଜ୍ୟ ଏବଂ ଶକ୍ତିଶାଳୀ" ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଯୋଗ ଦ୍ୱାରା ସମାଜ ଉପକୃତ ହେଲେ ସମଗ୍ର ମାନବଜାତି ଉପକୃତ ହୋଇଥାଏ ବୋଲି ସେ କହିଥିଲେ। ଇଜିପ୍ଟରେ ଆୟୋଜିତ ଏକ ପ୍ରତିଯୋଗିତାର ଭିଡିଓ ଦେଖିବା ଘଟଣାକୁ ସେ ମନେ ପକାଇ କହିଥିଲେ, ଦେଶର ଐତିହାସିକ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକରେ ଯୋଗର ଫଟୋ ଉଠାଇବା କିମ୍ବା ଭିଡିଓ ତିଆରି କରିବା ଭଲ କଥା। ଏଥିରେ ଅଂଶଗ୍ରହଣ କରୁଥିବା ଲୋକଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସେହିଭଳି ଯୋଗ ଓ ପର୍ଯ୍ୟଟନ ଜମ୍ମୁ-କଶ୍ମୀରରେ ରୋଜଗାରର ଏକ ପ୍ରମୁଖ ଉତ୍ସ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।

 

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷରେ ପ୍ରତିକୂଳ ପାଣିପାଗର ମୁକାବିଲା କରି ଶ୍ରୀନଗରରେ ଆନ୍ତର୍ଜାତିକ ଯୋଗ ଦିବସ, ୨୦୨୪ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇବା ପାଇଁ ଆସଥିବା ଜାମ୍ମୁକାଶ୍ମୀର ବାସୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour