“ଦେଶର ଜନ ସାଧାରଣଙ୍କୁ ସଶକ୍ତ କରିବା ନିମନ୍ତେ ପ୍ରଯୁକ୍ତି ହିଁ ଆମ ପାଇଁ ଏକ ମାଧ୍ୟମ । ଆମ ପାଇଁ ପ୍ରଯୁକ୍ତି ହିଁ ଦେଶକୁ ଆତ୍ମନିର୍ଭର କରିବା ପାଇଁ ମୁଖ୍ୟ ଆୟୁଧ । ଏହି ଦୂରଦୃଷ୍ଟି ଚଳିତବର୍ଷର ବଜେଟରେ ପ୍ରତିଫଳିତ”
“ବଜେଟ୍‌ରେ ୫ଜି ସ୍ପେକ୍ଟ୍ରମ ନିଲାମ, ୫ଜି ଇକୋସିଷ୍ଟମ ଓ ନିର୍ମାଣ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ବିଷୟରେ ପ୍ରସ୍ତାବ ରହିଛି”
“ଆରାମଦାୟକ ଜୀବନ ନିମନ୍ତେ ଆମକୁ ଅଧିକରୁ ଅଧିକ ବୈଷୟିକ ଜ୍ଞାନ ଉପରେ ଜୋର ଦେବାକୁ ପଡିବ”
“ଆମର ନିଜ ଦେଶରେ ତିଆରି ଟିକାର ବିଶ୍ୱସନୀୟତା କୋଭିଡ କାଳରେ ପ୍ରମାଣିତ ହୋଇଛି । ଆମକୁ ଏହି ସଫଳତାର କାହାଣୀ ସବୁ କ୍ଷେତ୍ରରେ ପ୍ରମାଣ କରିବାକୁ ହେବ”

ବଜେଟ ପର ସପ୍ତମ ୱେବିନାରକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ସମୟାନୁସାରେ ବଜେଟର ବ୍ୟବସ୍ଥାଗୁଡିକୁ ଅଂଶୀଦାରମାନେ ଯେପରି ସଠିକ୍ ଓ ସମ୍ପୂର୍ଣ୍ଣଭାବେ ତ୍ୱରାନ୍ୱିତ କରିବେ ପ୍ରଧାନମନ୍ତ୍ରୀ ତା’ଉପରେ ଗୁରୁତ୍ବାରୋପ କରିଛନ୍ତି । “ମିଳିମିଶି ବଜେଟ୍‌ରେ ଥିବା ବ୍ୟବସ୍ଥାଗୁଡିକୁ ଆମେ ତ୍ୱରାନ୍ୱିତ କଲେ  ଏହାର ଅନୁକୂଳ ଲାଭ ଆମକୁ ମିଳିବ” ବୋଲି  ୱେବିନାରରେ ସେ କହିଥିଲେ ।

ଏହି ସରକାର ନିମନ୍ତେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଏକ ଅଭିନ୍ନ କ୍ଷେତ୍ର ନୁହଁ ବୋଲି ପ୍ରଧାନମନ୍ତ୍ରୀ ଜୋରଦେଇ କହିଥିଲେ ।  ଆର୍ଥିକ ଦୃଷ୍ଟିରୁ ଏହା ଡିଜିଟାଲ ଅର୍ଥନୀତି ଓ ଫିନ୍‌ଟେକ ସହ ସଂଶ୍ଳିଷ୍ଟ । ସେହିପରି ଆଗୁଆ ବୈଷୟିକ ଜ୍ଞାନର ଭିତ୍ତିଭୂମି ଓ ଜନ ସାଧାରଣ ସେବା ପାଇଁ ଅନେକ ଭୂମିକା ରହିଛି । “ପ୍ରଯୁକ୍ତି ବିଦ୍ୟା  ଆମ ଦେଶର ଜନସାଧାରଣଙ୍କୁ ସଶକ୍ତ କରିବା ନିମନ୍ତେ ଏକ ମାଧ୍ୟମ । ଦେଶକୁ ଆତ୍ମନିର୍ଭର କରିବାରେ ପ୍ରଯୁକ୍ତିର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସେଭଳି ଦୃଷ୍ଟିକୋଣ ଚଳିତ ବର୍ଷର ବଜେଟ୍‌ରେ ମଧ୍ୟ ପ୍ରତିଫଳିତ ହୋଇଛି” ବୋଲି  ସେ କହିଥିଲେ । ରାଷ୍ଟ୍ରପତି ବାଇଡେନଙ୍କ ନିକଟରେ ଦେଇଥିôବା ଉଦ୍‌ବୋଧନର ସ୍ମରଣ କରି ବିକଶିତ ରାଷ୍ଟ୍ରମାନେ ଆତ୍ମନିର୍ଭରତାର ଗୁରୁତ୍ୱ କିପରି ଗ୍ରହଣ କରିଛନ୍ତି ସେ କହିଥିଲେ । “ନୂତନ ବୈଶ୍ୱିକ ପଦ୍ଧତି ବିକଶିତ ହେଉଥିବା ବେଳେ, ଆମେ ମଧ୍ୟ ଆତ୍ମନିର୍ଭରତା ଦିଗରେ ଆଲୋକପାତ କରିବା ଦରକାର” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବଜେଟରେ ଗୁରୁତ୍ୱ ଦିଆଯାଇଥିବା ଉଦୀୟମାନ କ୍ଷେତ୍ର ଯଥା କୃତ୍ରିମ ମେଧା, ଜିଓ-ସ୍ପାଟିଆଲ ସିଷ୍ଟମ, ଡ୍ରୋନ, ସେମି କଣ୍ଡକ୍ଟର, ମହାକାଶ ବୈଷୟିକ ଜ୍ଞାନ, ଜିନୋମିକ୍ସ, ଫାମାସ୍ୟୁଟିକାଲ୍ସ ଓ କ୍ଲିବ ଟେକ୍ନୋଲୋଜିରୁ ୫ଜି ପର୍ଯ୍ୟନ୍ତ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ବଜେଟରେ  ୫ଜି ସ୍ପେକ୍ଟ୍ରମର ନିଲାମୀ ସହ ମଜବୁତ ୫ଜି ବାତାବରଣ ସୃଷ୍ଟି ପାଇଁ ପିଏଲଆଇ ଯୋଜନା ପ୍ରସ୍ତାବ ରହିଛି । ଏହି କ୍ଷେତ୍ରରେ ନିଜର ଅଂଶୀଦାରିତା ତ୍ୱରାନ୍ୱିତ କରିବାକୁ  ସେ ଘରୋଇ କ୍ଷେତ୍ରରେ ପରାମର୍ଶ ଦେଇଥିଲେ ।

ଗେମିଂ କ୍ଷେତ୍ରରେ ବୈଶ୍ୱିକ ବଜାରର ସମ୍ପ୍ରସାରଣ ଉପରେ ଉଲ୍ଲେଖ କରି ସେ କହିଥିଲେ ଯେ ବଜେଟରେ ଆନିମେସନ ଭିଜ୍ୟୁଆଲ ଇଫେକ୍ଟସ ଗେମିଂ କମିକ(ଏଭିଜିସି) ଉପରେ ମଧ୍ୟ ଆଲୋକପାତ କରାଯାଇଛି । ସେଥିପାଇଁ ଭାରତୀୟ ବାତାବରଣକୁ ଦୃଷ୍ଟିରେ ରଖି ସେ ଖେଳନା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ସଂଯୋଗ କେନ୍ଦ୍ର ଓ ଫିନଟେକକୁ ଐକକେନ୍ଦ୍ରିକ କରିବା ପାଇଁ ବିଦେଶ ଉପରେ ଅଧିକ ନିର୍ଭର ନ କରି ଭାରତୀୟ ପାଣିପାଗ ଅନୁକୂଳ ପଦ୍ଧତି ଆପଣାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ସଂସ୍କାର ଯୋଗୁଁ ପରିବର୍ତ୍ତନ ନିୟମ ପାଇଁ ଜିଓ-ସ୍ପାଷ୍ଟିକାଲ ଡାଟା ବ୍ୟାପାରରେ ସର୍ବାଧିକ ସୁବିଧା ଉଠାଇବାକୁ ସେ ଘରୋଇ କ୍ଷେତ୍ରକୁ ନିବେଦନ କରିଥିଲେ ।” ଆମ ନିଜ ଦେଶରେ କୋଭିଡ କାଳରେ ତିଆରି ଟିକାର ବିଶ୍ୱସନୀୟତା ପ୍ରମାଣିତ ହୋଇଛି । ଆମକୁ ଏହି ସଫଳ କାହାଣୀ ପ୍ରତ୍ୟେକ କ୍ଷେତ୍ରରେ ପ୍ରମାଣ କରିବାକୁ ହେବ’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।

ପ୍ରଧାନମନ୍ତ୍ରୀ ତଥ୍ୟର ନିରପତ୍ତା ଦେଶ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତା’ ଉପରେ ଗୁରୁତ୍ୱଆରୋପ କରି ଏହାର ସୁରକ୍ଷା ଦିଗରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ଉପରେ ଆଲୋକପାତ କରିଥିଲେ ।

ଭାରତୀୟ ଷ୍ଟାର୍ଟଅପ ଇକୋ ସିଷ୍ଟମକୁ ସମସ୍ତ ସରକାରୀ ସାହାଯ୍ୟ ମିଳିବ ବୋଲି ଶ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିଲେ । କୌଶଳ, ଅତି କୌଶଳ ଓ ଉନ୍ନତ କୌଶଳ ବିକାଶ ନିମନ୍ତେ  ଏକ ପୋର୍ଟାଲ ପାଇଁ ବଜେଟ୍‌ରେ ବ୍ୟବସ୍ଥା ହୋଇଛି । ଏଥିରେ ଯୁବ ସମାଜ ସମସ୍ତ ନିଯୁକ୍ତି ସୁଯୋଗ ପାଇବା ନେଇ ସବିଶେଷ ରହିଛି ବୋଲି ସେ କହିଥିଲେ ।

ଦେଶରେ ନିର୍ମାଣ କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ ୧୪ଟି କ୍ଷେତ୍ରରେ ଦୁଇ ଲକ୍ଷ କୋଟି ଟଙ୍କାର ପିଏଲଆଇ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ । ଅପଟିକାଲ ଫାଇବର, ଇ-ଆବର୍ଜନା ପରିଚାଳନା, ଚକ୍ରୀୟ ଅର୍ଥନୀତି ଓ ଇଲେଟ୍ରିକ୍ ମୋବିଲିଟି ଉପରେ ଯଥାର୍ଥ ପ୍ରସ୍ତାବମାନ ଦେବାକୁ ଶ୍ରୀ ମୋଦୀ ତୃତୀୟପକ୍ଷ ଅଂଶୀଦାରମାନଙ୍କୁ ନିବେଦନ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future