ଗୁଣାତ୍ମକ ଶିକ୍ଷାକୁ ସାର୍ବଜନୀନ କରିବା, କୌଶଳ ବିକାଶ,ସହରୀ ଯୋଜନାରେ ଭାରତୀୟ ପ୍ରାଚୀନ ଅଭିଜ୍ଞତା ଓ ଜ୍ଞାନ ସମ୍ପର୍କୀତ ପାଠରେ ଅନ୍ତର୍ଭୁକ୍ତୀକରଣ, ଆନ୍ତର୍ଜାତିକରଣ ଓ ଆନିମେସନ ଭିଜୁଆଲ ଇଫେକ୍ଟ ଗେମିନଂ କରିବେ
“ଆମର ଭବିଷ୍ୟତ ଦେଶ ଗଠନକାରୀ ଯୁବଶକ୍ତିର ସଶକ୍ତିକରଣ ଦ୍ୱାରା ଭାରତ ଭବିଷ୍ୟତର ସଶକ୍ତି ”
“ବୈଶିକ ମହାମାରୀ କାଳରେ ଡିଜିଟାଲ ସଂଯୋଗୀକରଣ ଯୋଗୁଁ ଦେଶର ଶିକ୍ଷା ପଦ୍ଧତି ଚାଲିପାରିଲା”
“ଅଭିନବୀକରଣ ଆମ ଦେଶରେ ଅନ୍ତର୍ଭୁକ୍ତ ହେବା ନିଶ୍ଚିତ । ଏହା ଆହୁରି ଆଗକୁ ଯାଇ ଦେଶକୁ ଜାତୀୟ ସଂହତି ଦିଗରେ ଅଗ୍ରସର କରାଇବ”
“ଦେଶର ଜନସଂଖ୍ୟାଗତ ଲାଭାଂଶ କାର୍ଯ୍ୟ କରି ପରିସର ପରିବର୍ତ୍ତନ ସହିତ ତାଳଦେଇ ପ୍ରସ୍ତୁତ କରିବା ଦରକାର”
“ବଜେଟ୍ କେବଳ ମାତ୍ର ପରିସଂଖ୍ୟାନଗତ ଲେଖା ନୁହେଁ, ବଜେଟ ସଠିକ ତ୍ୱରାନ୍ୱିତ ହେଲେ ସୀମିତ ସମ୍ବଳରେ ମଧ୍ୟ ବିରାଟ ଅବସ୍ଥାନ୍ତର ଆଣିପାରିବ”

ପ୍ରଧାନମନ୍ତ୍ରୀ ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ କେନ୍ଦ୍ରୀୟ ବଜେଟ-୨୦୨୨ର ସକାରାତ୍ମକ ପ୍ରଭାବ ସମ୍ପର୍କୀତ ୱେବିନାରରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ରଖିଛନ୍ତି । ଏଥିସହ ଯୋଡି ରହିଥିବା କେନ୍ଦ୍ର ମନ୍ତ୍ରୀଗଣ, ଶିକ୍ଷା, କୌଶଳ ବିକାଶ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଗବେଷଣା କ୍ଷେତ୍ରରେ ଅଂଶୀଦାର ଏଥିରେ ଉପସ୍ଥିତ ଥିଲେ । ବଜେଟ ଉପସ୍ଥାପନ ପୂର୍ବରୁ ଓ ପରେ ବିଭିନ୍ନ ଅଂଶୀଦାର ବା ତୃତୀୟପକ୍ଷ ସହ ଆଲୋଚନା ସଂକ୍ରାନ୍ତ ନୂତନ ଚଳଣି ପରିପ୍ରେକ୍ଷୀରେ ଏହି ୱେବିନାର ଆୟୋଜିତ ହୋଇଛି ।

ପ୍ରଧାନମନ୍ତ୍ରୀ ଆମ ଦେଶ ଗଠନର ଯୁବପୀଢିର ଭୂମିକା ଉପରେ ଗୁରୁତ୍ୱ ଆରୋପ କରି ତାଙ୍କ ଅଭିଭାଷଣ ରଖିଥିଲେ । ଆମ ଭବିଷ୍ୟତ “ଦେଶ ଗଠନକାରୀ ଯୁବଶକ୍ତିର ସଶକ୍ତିକରଣ ଦ୍ୱାରା ଭାରତ ଭବିଷ୍ୟତର ସଶକ୍ତିକରଣ” ସମ୍ଭବ ବୋଲି ସେ କହିଥିଲେ ।

୨୦୨୨ ବଜେଟ୍‌ରେ ଆଲୋକପାତ କରାଯାଇଥିବା ପାଞ୍ଚଟି ବିଷୟ ଉପରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ପ୍ରଥମ ଗୁଣାତ୍ମକ ଶିକ୍ଷାକୁ ସାର୍ବଜନୀନ କରିବାକୁ ଯେପିରକି ଗୁଣାତ୍ମକ ଶିକ୍ଷାର ସମ୍ପ୍ରସାରଣ କରି ଶିକ୍ଷାକ୍ଷେତ୍ରକୁ ଅଧିକ ସାମର୍ଥ୍ୟ କରାଇବା । ଦ୍ୱିତୀୟରେ କୌଶଳ ବିକାଶ ଦିଗରେ ପଦକ୍ଷେପ ନିଆଯାଉଛି । ଶିଳ୍ପର ଚାହିଦା ଓ ଉନ୍ନତ ମାନର ଶିଳ୍ପ ସଂଯୋଗୀକରଣ ନିମନ୍ତେ ଡିଜିଟାଲ କୌଶଳ ବିକାଶ ବାତବରଣ ସୃଷ୍ଟି କରିବାକୁ ପ୍ରୟାସ ହେଉଛି । ତୃତୀୟରେ ନଗର ଯୋଜନାରେ ଭାରତୀୟ ପ୍ରାଚୀନ ଅଭିଜ୍ଞତା ଓ ଜ୍ଞାନକୁ ଶିକ୍ଷାରେ ଅନ୍ତର୍ଭୁକ୍ତ କରିବା। ଚତୁର୍ଥରେ ଆନ୍ତର୍ଜାତୀୟକରଣ ଉପରେ ମଧ୍ୟ ଗୁରୁତ୍ୱଆରୋପ କରାଯାଇଛି । ଏଥିରେ ବିଶ୍ୱସ୍ତରୀୟ ବିଦେଶୀ ବିଶ୍ୱବିଦ୍ୟାଳୟ ଓ ଉନ୍ନତ ଶିକ୍ଷାନୁଷ୍ଠାନ । ପଞ୍ଚମରେ ଆନିମେସନ ଭିଜୁଆଲ ଇଫେକ୍ଟ ଗେମିଂ କମିକ (ଏଭିଜିଏନ) ଯେଉଁଠି ବ୍ୟାପକ ନିଯୁକ୍ତି ସୁଯୋଗ ଓ ବିଶାଳ ବୈଶ୍ୱିକ ବଜାର ରହିଛି । ଏହି ବଜେଟ ଜାତୀୟ ଶିକ୍ଷାନୀତିକୁ ସାକାର କରିବା ଦିଗରେ ଅନେକ ସାହାଯ୍ୟ କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଶ୍ୱିକ ମହାମାରୀ କାଳରେ ଡିଜିଟାଲ ସଂଯୋଗୀକରଣ ହିଁ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇ ରଖିଥିଲା । ଦେଶରେ ଡିଜିଟାଲ ବିଚ୍ଛିନ୍ନତା ହ୍ରାସ ପାଉଛି । “ଅଭିନବୀକରଣ ଦେଶରେ ଅନ୍ତର୍ଭୁକ୍ତ ହେବାରେ ଲାଗିଛି । ଏହା ଆହୁରି ଆଗକୁ ଯାଇ ଦେଶକୁ ସଂହତି ପଥରେ ଅଗ୍ରସର କରାଉଛି ବୋଲି ସେ କହିଛନ୍ତି । ଇ-ବିଦ୍ୟା, ଗୋଟିଏ ଶ୍ରେଣୀ, ଗୋଟିଏ ଚ୍ୟାନେଲ, ଡିଜିଟାଲ ଲ୍ୟାବ, ଡିଜିଟାଲ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଯେଉଁ ଶିକ୍ଷା ଭିତ୍ତିଭୂମି ନିର୍ମିତ ହେଉଛି ତାହା ଶେଷରେ ଆମ ଦେଶର ଯୁବଗୋଷ୍ଠୀ ନିମନ୍ତେ ବିଶେଷ ସହାୟକ ହେବ । “ଦେଶର ସାମାଜିକ -ଆର୍ଥିକ ବ୍ୟବସ୍ଥାରେ ଗ୍ରାମ,ଗରିବ, ଦଳିତ, ଅନଗ୍ରସର ଓ ଆଦିବାସୀମାନଙ୍କ ବିକାଶ ନିମନ୍ତେ ଶିକ୍ଷାଗତ ସମାଧାନର ପନ୍ଥା ବାହାର କରାଯାଉଛି” ବୋଲି ସେ କହିଥିଲେ। ନିକଟରେ ଘୋଷିତ ଜାତୀୟ ଡିଜିଟାଲ ବିଶ୍ୱବିଦ୍ୟାଳୟ ଯୋଗୁଁ ଏକ ଅଭିନବ ଓ ଅସାଧାରଣ ପଦକ୍ଷେପ ନିଆଯାଇଛି । ଯେଉଁଥିପାଇଁ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହେବା ସମସ୍ୟା ରହିବ ନାହିଁ । ସେ ଶିକ୍ଷା ମନ୍ତ୍ରଣାଳୟ, ୟୁଜିସି, ଏଆଇସିଟି ଏବଂ ଅନ୍ୟ ଡିଜିଆଲ ବିଶ୍ୱବିଦ୍ୟାଳୟର ସମସ୍ତ ଭାଗିଦାରଙ୍କୁ ଏହି ପ୍ରକଳ୍ପକୁ ଗତି ଦେବାକୁ ଆହ୍ୱାନ ଦେଇଥିଲେ । ଶିକ୍ଷାନୁଷ୍ଠାନ ଗଠନ ପୂର୍ବରୁ ଏହାର ଆନ୍ତର୍ଜାତିକମାନ ବଜାୟ ରଖିବା ଉପରେ ସେ ଗୁରୁତ୍ୱଆରୋପ କରିଥିଲେ ।

ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସରେ ପ୍ରଧାନମନ୍ତ୍ରୀ ମାତୃଭାଷା ମାଧ୍ୟମରେ ଶିକ୍ଷା ଓ ପିଲାମାନଙ୍କ ମାନସିକ ବିକାଶର ସଂଯୋଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଆଜି ଅନେକ ସ୍ଥାନରେ ମେଡିକାଲ ଓ ବୈଷୟିକ ଶିକ୍ଷା ମଧ୍ୟ ସ୍ଥାନୀୟ ଭାଷା ଜରିଆରେ ପ୍ରଦାନ କରାଯାଉଛି । ସ୍ଥାନୀୟ ଭାରତୀୟ ଭାଷାର ଡିଜିଟାଲ ଫର୍ମାଟରେ ଉନ୍ନତ ବିଷୟ ରଖିବାକୁ ତ୍ୱରାନ୍ୱିତ କରିବ ଉପରେ ସେ ଜୋର ଦେଇଥିଲେ । ସେସବୁ ଯେପରି ଇଂଟରନେଟ,ମୋବାଇଲ ଫୋନ,ଟିଭି ଓ ରେଡିଓ ଜରିଆରେ ଉପଲବ୍ଧ ହେବ ତାହା ଉପରେ ସେ ଗୁରୁତ୍ୱାଆରୋପ କରିଥିଲେ । ବିଷୟବସ୍ତୁ ସାଙ୍କେତିକ ଭାଷାର ପ୍ରାଧାନ୍ୟ ପାଇବା ଉପରେ ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆତ୍ମନିର୍ଭର ଭାରତ ପାଇଁ ବୈଶ୍ୱିକ ମେଧାବୀ ସୃଷ୍ଟି ଲାଗି ଗତିଶୀଳ କୌଶଳର ଆବଶ୍ୟକତା ରହିଛି ।” ନିଯୁକ୍ତି ଭୂମିକା ପରିବର୍ତ୍ତତ ହେଉଥିବାବେଳେ, ଆମକୁ ଦେଶର ଜନସଂଖ୍ୟା ଲାଭାଂଶ ସେଥିସହ ତାଳ ଦେଇ ପ୍ରସ୍ତୁତ କରିବାକୁ ହେବ । ଏହାକୁ ଦୃଷ୍ଟିରେ ରଖି କୌଶଳ, ଜୀବନଜୀବିକା ଓ ଇ-କୌଶଳ ଲ୍ୟାବ ଇତ୍ୟାଦି ପାଇଁ ଡିଜିଟାଲ ବାତାବରଣ ସୃଷ୍ଟି କରିବାକୁ ବଜେଟ୍‌ରେ ବ୍ୟବସ୍ଥା ହୋଇଛି ।

ନିକଟରେ ବଜେଟ୍‌ରେ ହୋଇଥିବା ପରିବର୍ତ୍ତନ ଯୋଗୁଁ ବଜେଟ୍ କିପରି ଅବସ୍ଥାନ୍ତର ପ୍ରକ୍ରିୟା ଦେଇ ଗତି କରିଛି ଶେଷରେ ପ୍ରଧାନମନ୍ତ୍ରୀ ତାହା ବର୍ଣ୍ଣନା କରିଥିଲେ । ତୃତୀୟପକ୍ଷ ଅଂଶୀଦାରମାନଙ୍କୁ ସେ ବଜେଟ ବ୍ୟବସ୍ଥାକୁ ସିମଲେସ ଢଙ୍ଗରେ ତ୍ୱରାନ୍ୱିତ କରିବାକୁ କହିଥିଲେ । ନିକଟରେ ବଜେଟ୍‌କୁ ମାସକ ଆଗରୁ ଉପସ୍ଥାପନ କରାଯିବା ଯୋଗୁଁ ଏପ୍ରିଲ ପହିଲା ବେଳକୁ ଏହାକୁ ତ୍ୱରାନ୍ୱିତ କଲାବେଳେ ଏହା ଉପରେ ସମସ୍ତ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇସାରିଥିବ । ବଜେଟରୁ ଯେପରି ସମ୍ପୂର୍ଣ୍ଣ ଲାଭ ଉଠାଇହୁଏ ତାହା ଦେଖିବାକୁ ସେ ପରାମର୍ଶ ଦେଇଥିଲେ । “ଆଜାଦୀ କା ଅମ୍ରିତ ମହୋତ୍ସବ ଓ ଜାତୀୟ ଶିକ୍ଷା ପରିପ୍ରେକ୍ଷୀରେ ଏହା ହେଉଛି ପ୍ରଥମ ବଜେଟ୍ । ସେ ଦୃଷ୍ଟିରୁ ଅମୃତକାଳର ମୂଳଭିତ୍ତି ସ୍ଥାପନ ନିମନ୍ତେ ଆମକୁ ବଜେଟ୍ ବ୍ୟବସ୍ଥାଗୁଡିକୁ ଶୀଘ୍ର ତ୍ୱରାନ୍ୱିତ କରିବାକୁ ହେବ । ସେ କହିଥିଲେ ଯେ ବଜେଟ୍ କେବଳ ଏକ ପରିସଂଖ୍ୟନଜନିତ ଲେଖା ନୁହେଁ । ବଜେଟ୍ ଯଦି ଠିକ୍ ଢଙ୍ଗରେ ତ୍ୱରାନ୍ୱିତ ହୁଏ, ସୀମିତ ସମ୍ବଳ ମଧ୍ୟରେ ମଧ୍ୟ ବିରାଟ ଅବସ୍ଥାନ୍ତର ଆସିପାରିବ” ବୋଲି ସେ କହିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister visits L&T complex at Hazira, Gujarat
June 05, 2026

Prime Minister Shri Narendra Modi today visited the Larsen & Toubro (L&T) complex at Hazira, Gujarat, where he witnessed pioneering innovations being developed by the company across various sectors.

The Prime Minister highly commended the significant role played by L&T in furthering self-reliance in India's defence sector. Sharing glimpses from the visit, Shri Modi appreciated the engineering achievements and advancements being spearheaded at the facility.

In a series of posts on X, the Prime Minister shared:

"This afternoon, went to the L&T complex at Hazira. Witnessed some of their pioneering innovations across different sectors. The role played by L&T in furthering self-reliance in the defence sector is commendable.
@larsentoubro"

"Here are some more glimpses from the visit to the L&T complex in Hazira, Gujarat."