‘‘ଆଜିର ନିଯୁକ୍ତି ଦ୍ବାରା 9 ହଜାର ପରିବାରରେ ଖୁସି ଆସିବ ଏବଂ ୟୁପିରେ ସୁରକ୍ଷାର ଭାବନା ବଢ଼ିବ”
‘‘ସୁରକ୍ଷା ଏବଂ ରୋଜଗାରର ସଂଯୁକ୍ତ ଶକ୍ତି ୟୁପିର ଅର୍ଥବ୍ୟବସ୍ଥାକୁ ନୂତନ ଗତି ପ୍ରଦାନ କରିଛି’’
‘‘2017 ରୁ ୟୁପି ପୁଲିସ୍ ରେ 1.5 ଲକ୍ଷରୁ ଅଧିକ ନୂତନ ନିଯୁକ୍ତିରୁ ରୋଜଗାର ଏବଂ ସୁରକ୍ଷା ଉଭୟରେ ଉନ୍ନତି ଆସିଛି’’
‘‘ଯେତେବେଳେ ଆପଣ ପୁଲିସ ସେବାକୁ ଆସିଥାନ୍ତି, ସେତେବେଳେ ଆପଣଙ୍କୁ ବାଡ଼ି ମିଳିଥାଏ, କିନ୍ତୁ ଭଗବାନ ଆପଣଙ୍କୁ ହୃଦୟ ମଧ୍ୟ ଦେଇଛନ୍ତି। ଆପଣଙ୍କୁ ସମ୍ବେଦନଶୀଳ ହେବାକୁ ହେବ ଏବଂ ବ୍ୟବସ୍ଥାକୁ ସମ୍ବେଦନଶୀଳ କରିବାକୁ ହେବ।’’
‘‘ଆପଣ ଲୋକମାନଙ୍କ ପାଇଁ ସେବା ଓ ଶକ୍ତି, ଉଭୟର ପ୍ରତିବିମ୍ବ ହୋଇପାରିବେ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ସରକାରଙ୍କ ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ମେଳାରେ ୟୁପି ପୁଲିସରେ ଉପ ନିରୀକ୍ଷକ ତଥା ନାଗରିକ ପୁଲିସ୍, ପ୍ଲାଟୁନ୍ କମାଣ୍ଡର ସମକକ୍ଷ ପଦବୀ ଏବଂ ଅଗ୍ନିଶମନ ବିଭାଗର ଦ୍ବିତୀୟ ଅଧିକାରୀଙ୍କ ପାଇଁ ହୋଇଥିବା ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସନ୍ତୋଷତା ବ୍ୟକ୍ତ କରିଛନ୍ତି ଯେ ତାଙ୍କୁ ବିଜେପି ଶାସିତ ରାଜ୍ୟରେ ପ୍ରାୟ ପ୍ରତି ସପ୍ତାହରେ ଏକ ରୋଜଗାର ମେଳାକୁ ସମ୍ବୋଧିତ କରିବା ପାଇଁ ସୁଯୋଗ ମିଳୁଛି ଏବଂ ଦେଶକୁ କ୍ରମାଗତ ପ୍ରତିଭାଶାଳୀ ଯୁବକ ମିଳୁଛନ୍ତି ଯେଉଁମାନେ ନିଜ ସହିତ ସରକାରୀ ବ୍ୟବସ୍ଥାରେ ନୂତନ ଚିନ୍ତାଧାରା ଏବଂ ଦକ୍ଷତା ଆଣୁଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ୟୁପି ରୋଜଗାର ମେଳାର ବିଶେଷ ମହତ୍ତ୍ବ ଉପରେ ଆଲୋକପାତ କରି କହିଛନ୍ତି ଯେ ଏହାଦ୍ବାରା 9 ହଜାର ପରିବରରେ ଖୁସି ଆସିବ ଏବଂ ଉତ୍ତର ପ୍ରଦେଶର ସୁରକ୍ଷାର ଭାବନାରେ ବୃଦ୍ଧି ହେବ, କାରଣ ନୂତନ ନିଯୁକ୍ତି ଦ୍ବାରା ରାଜ୍ୟର ପୁଲିସ୍ ବଳ ମଜବୁତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 2017 ରେ ୟୁପି ପୁଲିସରେ 1.5 ଲକ୍ଷରୁ ଅଧିକ ନୂତନ ନିଯୁକ୍ତି ସହିତ ବର୍ତ୍ତମାନ ସରକାର ଅନ୍ତର୍ଗତ ରୋଜଗାର ଏବଂ ସୁରକ୍ଷା ଉଭୟରେ ଉନ୍ନତି ଆସିଛି।

ଡବଲ ଇଞ୍ଜିନ ସରକାରଙ୍କ ପ୍ରଚେଷ୍ଟାରେ ଆଲୋକପାତ କରି, ପ୍ରଧାନମନ୍ତ୍ରୀ ନୂତନ ବିମାନ ବନ୍ଦର, ସମର୍ପିତ ଫ୍ରେଟ୍ କରିଡର, ନୂଆ ପ୍ରତିରକ୍ଷା ଗ୍ୟାଲେରି, ନୂଆ ମୋବାଇଲ୍ ନିର୍ମାଣ ୟୁନିଟ, ଆଧୁନିକ ଜଳମାର୍ଗର ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ନୂତନ ଭିତ୍ତିଭୂମି ରୋଜଗାରରେ ଅଭୂତପୂର୍ବ ସୁଯୋଗ ଆଣୁଛି। ସେ କହିଛନ୍ତି ଯେ ୟୁପିରେ ସବୁଠାରୁ ଅଧିକ ଏକ୍ସପ୍ରେସ ୱେ ରହିଛି ଏବଂ ରାଜମାର୍ଗ କ୍ରମାଗତ ଭାବରେ ବିକଶିତ ହେଉଛି। ଏହା କେବଳ ରୋଜଗାର ସୃଷ୍ଟି କରୁ ନାହିଁ ବରଂ ରାଜ୍ୟରେ ଆହୁରି ଅଧିକ ପ୍ରକଳ୍ପର ମାର୍ଗକୁ ପ୍ରଶସ୍ତ କରୁଛି। ସେ କହିଛନ୍ତି ଯେ ରାଜ୍ୟ ଦ୍ବାରା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଦ୍ବାରା ରୋଜଗାରରେ ବୃଦ୍ଧି ହୋଇଛି। ଶ୍ରୀ ମୋଦୀ ନିକଟରେ ହୋଇଥିବା ବିଶ୍ବ ନିବେଶକ ଶିଖର ସମ୍ମିଳନୀରୁ ମିଳିଥିବା ଉତ୍ସାହପୂର୍ଣ୍ଣ ପ୍ରତିକ୍ରିୟାକୁ ରେଖାଙ୍କିତ କରି କହିଛନ୍ତି ଯେ ଏହାଦ୍ବାରା ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ବୃଦ୍ଧି ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ସୁରକ୍ଷା ଏବଂ ରୋଜଗାରର ସଂଯୁକ୍ତ ଶକ୍ତି ୟୁପି ଅର୍ଥବ୍ୟବସ୍ଥାକୁ ନୂତନ ଗି ପ୍ରଦାନ କରିଛି।’’ ସେ ମୁଦ୍ରା ଯୋଜନା ଅନ୍ତର୍ଗତ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ-ମୁକ୍ତ ଋଣ, ଏକ ଜିଲ୍ଲା ଏକ ଉତ୍ପାଦ ଯୋଜନା, ସମୃଦ୍ଧ ଏମଏସଏମଇ ଏବଂ ଜୀବନ୍ତ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଉଦାହରଣ ପ୍ରଦାନ କରିଛନ୍ତି।

ନବନିଯୁକ୍ତ କର୍ମୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନୂତନ ଆହ୍ବାନ ଏବଂ ଦାୟୀତ୍ବ ବିଷୟରେ ଆଲୋଚନା କଲେ ଏବଂ ଏଥିରେ ନୂଆ ଶିଖିବାର ଭାବନାକୁ ଜୀବିତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ସେ ତାଙ୍କୁ ନିଜର ବ୍ୟକ୍ତିତ୍ବ ବିକାଶ, ପ୍ରଗତି ଓ ଜ୍ଞାନପ୍ରାପ୍ତି ପାଇଁ ପ୍ରଚେଷ୍ଟା ଜାରି ରଖିବାର ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନବନିଯୁକ୍ତ କର୍ମଚାରୀମାନଙ୍କୁ କହିଛନ୍ତି ଯେ, ‘‘ଯେତେବେଳେ ଆପଣ ଏହି ସେବାକୁ ଆସିଥାନ୍ତି, ସେତେବେଳେ ଆପଣଙ୍କୁ ପୁଲିସ୍ ପକ୍ଷରୁ ବାଡ଼ି ଦିଆ ଯାଇଥାଏ, କିନ୍ତୁ ଭଗବାନ ଆପଣଙ୍କୁ ହୃଦୟ ମଧ୍ୟ ଦେଇଛନ୍ତି। ତେଣୁ ଆପଣଙ୍କୁ ସମ୍ବେଦନଶୀଳ ହେବାକୁ ହେବ ଏବଂ ବ୍ୟବସ୍ଥାକୁ ମଧ୍ୟ ସମ୍ବେଦନଶୀଳ କରିବାକୁ ହେବ।’ ସେ ପ୍ରଶିକ୍ଷଣ ଉପରେ ମଧ୍ୟ ଗୁରୁତ୍ବ ପ୍ରଦାନ କରିଛନ୍ତି, ଯାହା ସାଇବର ଅପରାଧ, ଫରେନ୍‌ସିକ୍ ସାଇନ୍‌ସ ପରି ସମ୍ବେଦନଶୀଳ ଏବଂ ଆଧୁନିକ କ୍ଷେତ୍ରରେ ଉନ୍ନତି ଆଣିବ ଏବଂ ସ୍ମାର୍ଟ ପୋଲିସ୍ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ ନବ ନିଯୁକ୍ତ କର୍ମଚାରୀମାନଙ୍କର ସୁରକ୍ଷା ଓ ସମାଜକୁ ଦିଗ ଦେବାର ଦାୟୀତ୍ବ ରହିବ। ପ୍ରଧାନମନ୍ତ୍ରୀ ପରିଶେଷରେ କହିଛନ୍ତି ଯେ, ‘‘ଆପଣ ଲୋକମାନଙ୍କ ପାଇଁ ସେବା ଓ ଶକ୍ତି ଉଭୟ ପାଇଁ ପ୍ରତିବିମ୍ବ ହୋଇପାରିବେ।’’

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action