“ସଙ୍କଟ ସମୟରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆନ୍ତର୍ଜାତୀୟ ସମୁଦାୟ ଦ୍ୱାରା ଏକ ଅନୁଷ୍ଠାନିକ ଆଭିମୁଖ୍ୟର ଆବଶ୍ୟକତା ରହିଛି”
“କେହି ପଛରେ ପଡି ନାହାଁନ୍ତି ବୋଲି ଭାରତ ସୁନିଶ୍ଚିତ କରୁଛି ।”
“ଭାରତ ଜ୍ଞାନକୌଶଳ ବହିଷ୍କାରର ଏଜେଣ୍ଟ ନୁହେଁ । ଏହା ଅନ୍ତର୍ଭୂକ୍ତିର ଏକ ଏଜେଣ୍ଟ”
“ମହାନ ଅଭିନବ ଆବେଗ ସହିତ ଭାରତ ହେଉଛି ଏକ ଯୁବ ରାଷ୍ଟ୍ର”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମିଳିତ ଜାତିସଂଘର ବିଶ୍ୱ ଭୂତତ୍ତ୍ୱ ଆନ୍ତର୍ଜାତୀୟ କଂଗ୍ରେସକୁ ସମ୍ବୋଧିତ କରିଛନ୍ତି ।

ଅନ୍ତର୍ଜାତୀୟ ପ୍ରତିନିଧୀଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ଭବିଷ୍ୟତ ଗଢ଼ିବା ସହିତ ଭାରତର ଲୋକମାନେ ଏହି ଐତିହାସିକ ଉତ୍ସବରେ ଆପଣଙ୍କୁ ସ୍ୱାଗତ କରି ଖୁସି ଅଛନ୍ତି । ହାଇଦ୍ରାବାଦରେ ଅନୁଷ୍ଠିତ ସମ୍ମିଳନୀରେ ନିଜ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସହର ଏହାର ସଂସ୍କୃତି ଏବଂ ଖାଦ୍ୟ, ଆତିଥେୟତା ଏବଂ ଉଚ୍ଚ ଦର୍ଶନ ପାଇଁ ଜଣାଶୁଣା ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତ ଯେଉଁ ସବୁ ପଦକ୍ଷେପ ନେଇଛି, ‘ସମସ୍ତ ଗ୍ରାମକୁ ଜିଓ ଅର୍ନ୍ତଭୁକ୍ତ କରିବା: କେହି ପଛରେ ରହିବା ଉଚିତ ନୁହେଁ' ଏହି ସମ୍ମିଳନୀର ବିଷୟବସ୍ତୁରେ ଦେଖିବାକୁ ମିଳେ । ସେ କହିଛନ୍ତି, ଆମେ ଅନ୍ତ୍ୟୋଦୟର ଏକ ଦର୍ଶନ ଉପରେ କାର୍ଯ୍ୟ କରୁଛୁ ଯାହାର ଅର୍ଥ ହେଉଛି ଶେଷ ମୁଣ୍ଡରେ ଥିବା ବ୍ୟକ୍ତିଙ୍କୁ ଏକ ମିଶନ ମୋଡରେ ସଶକ୍ତ କରିବା । ବ୍ୟାଙ୍କ୍‍ସେବା ବାହରେ ଥିବା ୪୫୦ ନିୟୁତ ଲୋକ, ଆମେରିକା ତୁଳନାରେ ଅଧିକ ଜନସଂଖ୍ୟା, ବ୍ୟାଙ୍କିଂ ବ୍ୟବସ୍ଥାକୁ ଅଣାଯାଇଥିଲା ଏବଂ ଫ୍ରାନ୍ସର ଜନସଂଖ୍ୟାର ପ୍ରାୟ ଦୁଇଗୁଣ ୧୩୫ ମିଲିୟନ ଲୋକଙ୍କୁ ବୀମା ପ୍ରଦାନ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ୧୧୦ ନିୟୁତ ପରିବାରକୁ ପରିମଳ ସୁବିଧା ଦିଆଯାଇଥିଲା ଏବଂ ୬୦ ମିଲିୟନରୁ ଅଧିକ ପରିବାରକୁ ଜଳ ଯୋଗାଣ ସଂଯୋଗ କରାଯାଇଥିଲା ବୋଲି ସେ କହିଛନ୍ତି । ଏଥିରୁ ବୁଝା ପଡୁଛି ଯେ କେହି ପଛରେ ପଡିବେ ନାହିଁ ବୋଲି ଭାରତ ସୁନିଶ୍ଚିତ କରିଛି ।”

ଜ୍ଞାନକୌଶଳ ଏବଂ ପ୍ରତିଭା ହେଉଛି ଦୁଇଟି ସ୍ତମ୍ଭ ଯାହା ଭାରତର ବିକାଶ ଯାତ୍ରାର ଚାବିକାଠି । ଜ୍ଞାନକୌଶଳ ପରିବର୍ତ୍ତନ ଆଣେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି, ଜାମ ଟ୍ରିନିଟିର ଉଦାହରଣ ଦେଇ ୮୦୦ ନିୟୁତ ଲୋକଙ୍କୁ କଲ୍ୟାଣକାରୀ ସୁବିଧା ପ୍ରଦାନ କରିଛି ଏବଂ ବିଶ୍ୱର ସର୍ବ ବୃହତ ଟୀକାକରଣ ଅଭିଯାନକୁ ଶକ୍ତି ପ୍ରଦାନ କରୁଥିବା ବୈଷୟିକ ପ୍ଲାଟଫର୍ମର ଉଦାହରଣ ଦେଇଛନ୍ତି । ଭାରତ ଜ୍ଞାନକୌଶଳ ବହିଷ୍କାରର ଏଜେଣ୍ଟ ନୁହେଁ । ଏହା ଅନ୍ତର୍ଭୂକ୍ତିର ଏକ ଏଜେଣ୍ଟ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଭୂତତ୍ତ୍ୱ ଜ୍ଞାନକୌଶଳର ଭୂମିକା ଜରିଆରେ ଅନ୍ତର୍ଭୂକ୍ତିକରଣ ଏବଂ ପ୍ରଗତିକୁ ଆଗକୁ ନେବା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସ୍ୱାମୀତ୍ୱ ଏବଂ ଗୃହ ଭଳି ଯୋଜନାରେ ଜ୍ଞାନକୌଶଳର ଭୂମିକା, ଏବଂ ସମ୍ପତ୍ତି ମାଲିକାନା ଏବଂ ମହିଳା ସଶକ୍ତିକରଣ ପରିପ୍ରେକ୍ଷୀରେ ଦାରିଦ୍ର ତଥା ଲିଙ୍ଗଗତ ସମାନତା ଉପରେ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଉପରେ ସିଧାସଳଖ ପ୍ରଭାବ ପଡିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଡିଜିଟାଲ ମହାସାଗର ପ୍ଲାଟଫର୍ମ ପରି ଭୂତତ୍ୱ ଜ୍ଞାନକୌଶଳ ଦ୍ୱାରା ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ ପରିଚାଳିତ ହେଉଛି । ଭୂତତ୍ୱ ଜ୍ଞାନକୌଶଳ ଲାଭ ସେୟାର କରିବାରେ ଭାରତ ଏକ ଉଦାହରଣ ସୃଷ୍ଟି କରିସାରିଛି ବୋଲି ଭାରତର ପଡ଼ୋଶୀ ଦେଶରେ ଯୋଗାଯୋଗକୁ ସୁଗମ କରିବା ପାଇଁ ଦକ୍ଷିଣ ଏସିଆ ସାଟେଲାଇଟର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

“ଭାରତ ଏକ ନୂତନ ଅଭିନବ ଆବେଗ ସହିତ ଏକ ଯୁବ ରାଷ୍ଟ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଯାତ୍ରାରେ ଦ୍ୱିତୀୟ ସ୍ତମ୍ଭ ଭାବରେ ପ୍ରତିଭାର ଭୂମିକା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୧ ପରଠାରୁ ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହେବା ସହିତ ଭାରତ ଯୁବ ଷ୍ଟାର୍ଟଅପ୍ ହବ୍ ମଧ୍ୟରୁ ଅନ୍ୟତମ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାଧୀନତା ହେଉଛି ଅଭିନବ କରିବାର ସ୍ୱାଧୀନତା ଏବଂ ଏହା ଭୌଗଳିକ କ୍ଷେତ୍ର ପାଇଁ ନିଶ୍ଚିତ କରାଯାଇଛି । ଭୌଗୋଳିକ ତଥ୍ୟ ସଂଗ୍ରହ, ପରିଚାଳନା ଏବଂ ଡିଜିଟାଇଜେସନ୍ ବର୍ତ୍ତମାନ ଗଣତାନ୍ତ୍ରିକ ହୋଇଛି ବୋଲି ସେ କହିଛନ୍ତି । ଏହିପରି ସଂସ୍କାର ଡ୍ରୋନ୍ ସେକ୍ଟରକୁ ବୃଦ୍ଧି କରିବା ସହ ବ୍ୟକ୍ତିଗତ ଅଂଶଗ୍ରହଣ ପାଇଁ ମହାକାଶ କ୍ଷେତ୍ର ଖୋଲିବା ସହିତ ଭାରତରେ ୫ଜି ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ କହିବାନୁସାରେ, କୋଭିଡ-୧୯ ମହାମାରୀ ସମସ୍ତଙ୍କୁ ସାଙ୍ଗରେ ନେବା ପାଇଁ ଆହ୍ୱାନ ଦେବା ଉଚିଚ୍‍ । ସଙ୍କଟ ସମୟରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆନ୍ତର୍ଜାତୀୟ ସମୁଦାୟ ଦ୍ୱାରା ଏକ ଅନୁଷ୍ଠାନିକ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, ମିଳିତ ଜାତିସଂଘ ଭଳି ବିଶ୍ୱସ୍ତରୀୟ ସଂଗଠନଗୁଡ଼ିକ ପ୍ରତ୍ୟେକ ଅଞ୍ଚଚଳରେ ଶେଷ ମୁଣ୍ଡକୁ ସମ୍ପଦ ନେବାରେ ବାଟ କଢାଇ ପାରିବେ । ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ହାତ ବଢାଇବା ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ପୃଥିବୀକୁ ବଞ୍ଚାଇବା ପାଇଁ ସର୍ବୋତ୍ତମ ଅଭ୍ୟାସ ସେୟାର କରିହେବ ।

ଭୂତତ୍ୱ ଜ୍ଞାନକୌଶଳ ପ୍ରଦାନ କରୁଥିବା ଅସୀମ ସମ୍ଭାବନାକୁ ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି । ଏଥି ମଧ୍ୟରେ ସ୍ଥାୟୀ ସହରୀ ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ହ୍ରାସ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ପରିଚାଳନା, ଜଳ ପରିଚାଳନା, ମରୁଡିକୁ ରୋକିବା ଏବଂ ଖାଦ୍ୟ ନିରାପତ୍ତା ଉପରେ ନଜର ରଖିବା ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି ଯେ ଏହି ସମ୍ମିଳନୀ ଏହିପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ବିକାଶ ବିଷୟରେ ଆଲୋଚନା କରିବା ପାଇଁ ଏକ ପ୍ଲାଟଫର୍ମ ହେବ ।

ଶେଷରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ନିଜର ଆଶା ବ୍ୟକ୍ତ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱର ଭୂତତ୍ୱ ଶିଳ୍ପର ହିତାଧିକାରୀମାନେ ଏକାଠି ହେବା ସହ ନୀତି ର୍ନିମାତା ଏବଂ ଶିକ୍ଷାବିତ୍‍ ଜଗତ ପରସ୍ପର ସହ ଆଲୋଚନା କରିବା ସହିତ ମୁଁ ନିଶ୍ଚିତ ଯେ ଏହି ସମ୍ମିଳନୀ ବିଶ୍ୱ ଗ୍ରାମକୁ ଏକ ନୂତନ ଭବିଷ୍ୟତରେ ଚଳାଇବାରେ ସାହାଯ୍ୟ କରିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Economic Journey: From Licence Raj To Pragmatic Governance

Media Coverage

India's Economic Journey: From Licence Raj To Pragmatic Governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 27, 2026
August 27, 2026

Make in India Goes Global: Engineering Boom, Rice Triumph & EU FTA Breakthrough Under PM Modi