ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରତିନିଧି ଭାବରେ, ମୁଁ ମୋ ସହିତ 1.4 ବିଲିୟନ ଭାରତୀୟଙ୍କ ସଦିଚ୍ଛା ଏବଂ ଶୁଭେଚ୍ଛା ଆଣିଛି : ପ୍ରଧାନମନ୍ତ୍ରୀ
ପ୍ରକୃତ ଗଣତନ୍ତ୍ର ଆଲୋଚନା ଏବଂ ବିତର୍କକୁ ପ୍ରୋତ୍ସାହିତ କରେ ; ଏହା ଲୋକଙ୍କୁ ଏକାଠି କରେ ; ଏହା ମର୍ଯ୍ୟାଦାକୁ ସମର୍ଥନ କରେ ଏବଂ ମାନବାଧିକାରକୁ ପ୍ରୋତ୍ସାହିତ କରେ : ପ୍ରଧାନମନ୍ତ୍ରୀ
ଆମ ପାଇଁ ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ, ଏହା ଆମର ମୌଳିକ ମୂଲ୍ୟବୋଧ : ପ୍ରଧାନମନ୍ତ୍ରୀ
ଭାରତ ଏବଂ ଘାନାର ଇତିହାସ ଉପନିବେଶବାଦୀ ଶାସନର କ୍ଷତ ବହନ କରେ ; କିନ୍ତୁ ଆମର ଭାବନା ସର୍ବଦା ମୁକ୍ତ ଏବଂ ନିର୍ଭୀକ ରହି ଆସିଛି : ପ୍ରଧାନମନ୍ତ୍ରୀ
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୃଷ୍ଟି ହୋଇଥିବା ବିଶ୍ୱ ବ୍ୟବସ୍ଥା ଦ୍ରୁତ ଗତିରେ ବଦଳିବାରେ ଲାଗିଛି ; ପ୍ରଯୁକ୍ତିବିଦ୍ୟାରେ ବିପ୍ଳବ, ଦକ୍ଷିଣ ବିଶ୍ଵର ଉତ୍ଥାନ ଏବଂ ପରିବର୍ତ୍ତିତ ଜନସଂଖ୍ୟା ଏହାର ଗତି ଏବଂ ସ୍ତରରେ ଯୋଗଦାନ ଦେଉଛି : ପ୍ରଧାନମନ୍ତ୍ରୀ
ପରିବର୍ତ୍ତିତ ପରିସ୍ଥିତି ବିଶ୍ୱ ସ୍ତରରେ ଶାସନ କ୍ଷେତ୍ରରେ ବିଶ୍ୱସନୀୟ ଏବଂ ପ୍ରଭାବଶାଳୀ ସଂସ୍କାର ଆବଶ୍ୟକ କରେ : ପ୍ରଧାନମନ୍ତ୍ରୀ
ଦକ୍ଷିଣ ବିଶ୍ଵ ପାଇଁ ସ୍ୱର ଉତ୍ତୋଳନ ନ କରିଲେ ପ୍ରଗତି ହୋଇପାରିବ ନାହିଁ : ପ୍ରଧାନମନ୍ତ୍ରୀ
ଆଜି, ଭାରତ ହେଉଛି ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଉଦୀୟମାନ ଅର୍ଥ ବ୍ୟବସ୍ଥା : ପ୍ରଧାନମନ୍ତ୍ରୀ
ଭାରତ ଏକ ନବସୃଜନ ଏବଂ ପ୍ରଯୁକ୍ତି ଗଢ଼ାଣି କେନ୍ଦ୍ର ଭାବେ ଉଦୟ ହେଉଛି, ଯେଉଁଠାରେ ବିଶ୍ୱ ଅନେକ କମ୍ପାନୀ ଏକତ୍ର ହେବାକୁ ଚାହୁଁଛନ୍ତି : ପ୍ରଧାନମନ୍ତ୍ରୀ
ଏକ ଶକ୍ତିଶାଳୀ ଭାରତ ବିଶ୍ୱକୁ ଅଧିକ ସ୍ଥିର ଏବଂ ସମୃଦ୍ଧ ଭବିଷ୍ୟତ ଦେବାରେ ଅବଦାନ ରଖିପାରିବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘାନାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏଭଳି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ସଂସଦର ବାଚସ୍ପତି ମାନନୀୟ ଆଲବାନ କିଙ୍ଗସଫୋର୍ଡ ସୁମନ ବାଗବିନଙ୍କ ଦ୍ୱାରା ଆହୂତ ଏହି ଅଧିବେଶନରେ ସଂସଦର ସଦସ୍ୟ, ସରକାରୀ ଅଧିକାରୀ ଏବଂ ଉଭୟ ଦେଶର ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ଏହି ଅଭିଭାଷଣ ଭାରତ - ଘାନାର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା, ଯାହା ଦୁଇ ଦେଶକୁ ଏକଜୁଟ କରୁଥିବା ପାରସ୍ପରିକ ସମ୍ମାନ ଏବଂ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଫଳିତ କରେ।

 

ତାଙ୍କ ଅଭିଭାଷଣରେ, ପ୍ରଧାନମନ୍ତ୍ରୀ ଭାରତ ଏବଂ ଘାନା ମଧ୍ୟରେ ଥିବା ଐତିହାସିକ ସମ୍ଵନ୍ଧ ଉପରେ ଆଲୋକପାତ କରିଥିଲେ, ଯାହା ସ୍ୱାଧୀନତା ପାଇଁ ସମାନ ସଂଘର୍ଷ ଏବଂ ଗଣତନ୍ତ୍ର ଓ ସମାବେଶୀ ବିକାଶ ପ୍ରତି ଏକ ସମାନ ପ୍ରତିବଦ୍ଧତା ମାଧ୍ୟମରେ ଗଠନ କରାଯାଇଥିଲା। ସେ ଘାନାର ରାଷ୍ଟ୍ରପତି ମହାମହିମ ଜନ୍ ଡ୍ରାମାନି ମହାମା ଏବଂ ଘାନାର ଜନସାଧାରଣଙ୍କୁ ତାଙ୍କୁ ପ୍ରଦାନ କରାଯାଇଥିବା ଜାତୀୟ ସମ୍ମାନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ଏହାକୁ ସ୍ଥାୟୀ ବନ୍ଧୁତାର ପ୍ରତୀକ ବୋଲି କହିଥିଲେ। ଘାନାର ମହାନ ନେତା - ଡକ୍ଟର କ୍ୱାମେ ନକରୁମାଙ୍କ ଅବଦାନ ସମ୍ପର୍କରେ ଉଲ୍ଳେଖ କରି, ସେ କହିଥିଲେ ଯେ ଏକତା, ଶାନ୍ତି ଏବଂ ନ୍ୟାୟର ଆଦର୍ଶ ହେଉଛି ଦୃଢ଼ ଏବଂ ସ୍ଥାୟୀ ସହଭାଗୀତାର ମୂଳଦୁଆ।


ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପରିପୁଷ୍ଟ କରିବାର ମହତ୍ଵ ଉପରେ ଗୁରୁତ୍ୱାରୋପ କରି, ଡକ୍ଟର ନକରୁମାଙ୍କ ଉଦ୍ଧୃତି ଦେଇଥିଲେ, ଯିଏ ଥରେ କହିଥିଲେ ଯେ - "ଆମକୁ ଏକାଠି କରୁଥିବା ଶକ୍ତିଗୁଡ଼ିକ ଅନ୍ତର୍ନିହିତ ଅଟେ ଏବଂ ଏହା ଆମକୁ ପୃଥକ ରଖୁଥିବା ପ୍ରଭାବଠାରୁ ବହୁତ ବଡ଼" ଏବଂ ସେ ମଧ୍ୟ ଗଣତାନ୍ତ୍ରିକ ଅନୁଷ୍ଠାନ ଗଠନର ଦୀର୍ଘକାଳୀନ ପ୍ରଭାବ ଉପରେ ଗୁରୁତ୍ୱ ଦେଇଥିଲେ ବୋଲି ଉଲ୍ଲେଖ କରିଥିଲେ।

 

ଗଣତନ୍ତ୍ରର ଜନନୀ ଭାବରେ ଭାରତ ଏହାର ସଂସ୍କୃତିର ଏକ ଅଂଶ ଭାବରେ ଗଣତାନ୍ତ୍ରିକ ନୀତିକୁ ଗ୍ରହଣ କରିଛି ବୋଲି ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ଭାରତରେ ରହିଥିବା ଗଣତନ୍ତ୍ରର ଗଭୀର ଏବଂ ଦୃଢ଼ ଆଧାର ଉପରେ ଆଲୋକପାତ କରିଥିଲେ। ସେ ବିବିଧତାରେ ଏକତାର ଶକ୍ତିର ପ୍ରମାଣ ଭାବରେ ଭାରତର ବିବିଧତା ଏବଂ ଗଣତାନ୍ତ୍ରିକ ଶକ୍ତିକୁ ଇଙ୍ଗିତ କରିଥିଲେ, ଯାହା ଘାନାର ନିଜସ୍ୱ ଗଣତାନ୍ତ୍ରିକ ଯାତ୍ରାରେ ପ୍ରତିଧ୍ୱନିତ ହୋଇଥିଲା। ସେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ମହାମାରୀ ଏବଂ ସାଇବର ବିପଦ ଭଳି ପ୍ରମୁଖ ବୈଶ୍ବିକ ଆହ୍ଵାନଗୁଡ଼ିକ ଉପରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ଏକ ସାମୂହିକ ଦକ୍ଷିଣ ବିଶ୍ୱର ବିକାଶ ପାଇଁ ଆହ୍ୱାନ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେ ଭାରତର ଅଧ୍ୟକ୍ଷତା ସମୟରେ G20 ର ସ୍ଥାୟୀ ସଦସ୍ୟ ଭାବରେ ଆଫ୍ରିକୀୟ ସଂଘକୁ ଅନ୍ତର୍ଭୁକ୍ତ କରିବା ଉପରେ ମଧ୍ୟ ଉଲ୍ଲେଖ କରିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India enters second half of 2026 with several encouraging economic signals: Report

Media Coverage

India enters second half of 2026 with several encouraging economic signals: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 27, 2026
August 27, 2026

Make in India Goes Global: Engineering Boom, Rice Triumph & EU FTA Breakthrough Under PM Modi