“ଆଜି ହେଉଛି ଭାରତର ସଂସଦୀୟ ଯାତ୍ରାର ୭୫ ବର୍ଷର ସ୍ମୃତିଚାରଣ କରିବାର ସମୟ”
“ଆମେ ନୂତନ ଭବନକୁ ସ୍ଥାନାନ୍ତରିତ ହେଉଛୁ ସତ, ମାତ୍ର ଏହି ଭବନ ଭାବୀ ପିଢ଼ିକୁ ପ୍ରେରଣା ଦେଉଥିବ, କାରଣ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ”
“ଅମୃତ କାଳର ପ୍ରଥମ ଆଲୋକରେ ନୂତନ ବିଶ୍ବାସ, ସଫଳତା ଓ ସାମର୍ଥ୍ୟ ପ୍ରତିଭାତ ହେଉଛି”
“ଆମର ଜି-୨୦ ଅଧ୍ୟକ୍ଷତା କାଳରେ ଆଫ୍ରିକୀୟ ସଂଘ ଅନ୍ତର୍ଭୁକ୍ତ ହେବା ପାଇଁ ଭାରତ ସବୁବେଳେ ଗର୍ବ ଅନୁଭବ କରିବ”
“ଜି-୨୦ କାଳରେ ଭାରତ ବିଶ୍ବମିତ୍ର ଭାବେ ଉଭା ହୋଇଛି”
“ଗୃହର ସମ୍ପୂର୍ଣ୍ଣ ବାତାବରଣ ସମ୍ପୂର୍ଣ୍ଣ ଶକ୍ତିର ସହ ଜନସାଧାରଣଙ୍କ ଆକାଂକ୍ଷାକୁ ପ୍ରଦର୍ଶିତ କରୁଛି”
“ସଂସଦ ଉପରେ ନାଗରିକଙ୍କ ଆସ୍ଥା ନିରବଚ୍ଛିନ୍ନ ଭାବେ ବୃଦ୍ଧିପାଇବା ହିଁ ୭୫ ବର୍ଷର ସର୍ବବୃହତ ସଫଳତା”
“ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଭାରତର ଆତ୍ମା ଉପରେ ଆକ୍ରମଣ ସଦୃଶ”
“ଭାରତୀୟ ଗଣତନ୍ତ୍ରର ସମସ୍ତ ଉତଥାନ ଓ ପତନ ଦେଖିଥିବା ଏହି ସଦନ ଆମ ଜନତାଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୦୯-୨-୨୩) ସଂସଦର ସ୍ବତନ୍ତ୍ର ଅଧିବେଶନ ଅବସରରେ ଲୋକସଭାରେ ନିଜର ଅଭିଭାଷଣ ରଖିଛନ୍ତି। ସେପ୍ଟେମ୍ବର ୧୮ରୁ ୨୨, ୨୦୨୩ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଧିବେଶନ ବସୁଛି। ଗୃହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସଂସଦୀୟ ଯାତ୍ରାର ୭୫ ବର୍ଷର ସ୍ମୃତି ରୋମନ୍ଥନର କ୍ଷଣ। ପୁରୁଣା ସଂସଦ ଭବନକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଭାରତର ସ୍ବାଧୀନତା ପୂର୍ବରୁ ରାଜକୀୟ ଆଇନ ପ୍ରଣୟନ ପରିଷଦ ଥିବାବେଳେ, ସ୍ବାଧୀନତା ପରେ ଏହା ଭାରତର ସଂସଦ ଭାବେ ପରିଚୟ ଲାଭ କରିଥିଲା। ବିଦେଶୀ ଶାସକଙ୍କ ଦ୍ବାରା ଏହି ଭବନ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଭାରତୀୟଙ୍କ କଠିନ ପରିଶ୍ରମ ଓ ଅର୍ଥ ଖର୍ଚ୍ଚ ପାଇଁ ଏହାର ବିକାଶ ଘଟିଥିଲା। ୭୫ ବର୍ଷର ଯାତ୍ରାରେ ଏହି ସଦନ ଅତ୍ୟନ୍ତ ଉତ୍ତମ ପ୍ରଥା ଓ ପରମ୍ପରା ସୃଷ୍ଟି କରିଛି ଯାହା ଅନ୍ୟମାନଙ୍କ ଅବଦାନ ଓ ଉପସ୍ଥିତି ଯୋଗୁ ସମ୍ଭବପର ହୋଇଛି। “ଆମେ ନୂତନ ଭବନକୁ ସ୍ଥାନାନ୍ତରିତ ହେଉଛୁ ସତ, ହେଲେ ଏହି ଭବନ ଭବିଷ୍ୟତ ପିଢ଼ି ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିବ, କାରଣ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅମୃତ କାଳର ପ୍ରଥମ ଆଲୋକରେ ନୂତନ ବିଶ୍ବାସ, ସଫଳତା ଓ ସାମର୍ଥ୍ୟ ପ୍ରତିଭାତ ହେଉଛି ଏବଂ କିପରି ଭାରତର ସଫଳତାକୁ ବିଶ୍ବ ଆଲୋଚନା କରୁଛି ପ୍ରଧାନମନ୍ତ୍ରୀ ତାହାର ଅବତାରଣା କରିଥିଲେ। “ଆମର ୭୫ ବର୍ଷର ସଂସଦୀୟ ଗଣତନ୍ତ୍ରରେ ସମୂହ ଉଦ୍ୟମର ଏହା ଫଳ” ବୋଲି ସେ କହିଥିଲେ।

ଚନ୍ଦ୍ରଯାନ-୩ର ସଫଳତା ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ ଭାରତୀୟ ସାମର୍ଥ୍ୟର ଏହା ଆଉ ଏକ ଗତି, ଯାହା ଆଧୁନିକତା, ବିଜ୍ଞାନ, ବୈଷୟିକ ଜ୍ଞାନ, ଆମ ବୈଜ୍ଞାନିକମାନଙ୍କ କ୍ଷମତା ଓ ୧୪୦ କୋଟି ଭାରତୀୟଙ୍କ ଶକ୍ତି ଯୋଡ଼ି ହୋଇ ରହିଛି। ବୈଜ୍ଞାନିକମାନଙ୍କ ସଫଳତା ନିମନ୍ତେ ସେ ଗୃହ ଓ ଦେଶ ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ନାମ ଶିଖର ସମ୍ମିଳନୀ ପାଇଁ ଗୃହ କିପରି ଅତୀତରେ ଦେଶର ଉଦ୍ୟମର ପ୍ରଶଂସା କରିଥିଲା ତା’ର ସ୍ମୃତିଚାରଣ କରିବା ସହ ଜି-୨୦ର ସଫଳତା ୧୪୦ କୋଟି ଭାରତୀୟଙ୍କର, ଏହା କୌଣସି ବ୍ୟକ୍ତି ବା ଦଳର ନୁହେଁ ବୋଲି ସେ କହିଥିଲେ। ଦେଶର ୬୦ରୁ ଅଧିକ ସ୍ଥାନରେ ୨୦୦ରୁ ଅଧିକ ବୈଠକ ଭାରତୀୟ ବିବିଧତାର ସଫଳତା ଓ ଏହି ସଫଳତା ହିଁ ଜି-୨୦ର ସଫଳତା। ଜି-୨୦ ଅଧ୍ୟକ୍ଷତା କାଳରେ ଆଫ୍ରିକୀୟ ସଂଘର ସାମିଲ ଘଟଣା ପାଇଁ ଭାରତ ସବୁବେଳେ ନିଜକୁ ଗର୍ବିତ ମନେ କରିବ। ଆଫ୍ରିକୀୟ ଅର୍ନ୍ତଭୁକ୍ତୀକରଣ ଏକ ଭାବଗତ କ୍ଷଣ ବୋଲି ସେ କହିଥିଲେ।

ଭାରତୀୟ ସାମର୍ଥ୍ୟ ନେଇ କେତେକ ବ୍ୟକ୍ତିଙ୍କ ନକାରାତ୍ମକ ମନୋଭାବ ସନ୍ଦେହ ସୃଷ୍ଟି କରୁଥିବା ନେଇ ସେ କହିଥିଲେ ଯେ ଜି-୨୦ର ଘୋଷଣାପତ୍ରରେ ସହମତି ପ୍ରକାଶ ପାଇବା ସହ ଏହାର ଭବିଷ୍ୟତ ରୋଡ୍ ମ୍ୟାପ୍ ମଧ୍ୟ ଅଙ୍କାଯାଇଛି। ଭାରତୀୟ ଜି-୨୦ ଅଧ୍ୟକ୍ଷତା ନଭେମ୍ବର ଶେଷ ପର୍ଯ୍ୟନ୍ତ ଥିବାବେଳେ, ଦେଶ ଏହାର ସମ୍ପୂର୍ଣ୍ଣ ଉପଯୋଗ କରିବା, ଏଥିସହ ସେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ପି-୨୦ ସମ୍ମିଳନୀ (ସଂସଦୀୟ-୨୦) ଆୟୋଜନ କରିବାକୁ ମଧ୍ୟ ସେ ସମର୍ଥନ ଜଣାଇଥିଲେ।

“ଭାରତ ନିଜକୁ ‘ବିଶ୍ବମିତ୍ର ଭାବେ’ ଆସୀନ କରିପାରି ଥିବାରୁ ଏହା ଏକ ଗର୍ବର ବିଷୟ ଓ ସମଗ୍ର ବିଶ୍ବ ଭାରତକୁ ବନ୍ଧୁ ଭାବେ ପାଇବାକୁ ବ୍ୟଗ୍ର। ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମେ ପାଇଥିବା ଆମର ସଂସ୍କାର ଏହାର କାରଣ। ସବକା ସାଥ, ସବକା ବିକାଶ ମନ୍ତ୍ର ବିଶ୍ବକୁ ଆମ ସହ ଚାଲିବାକୁ ଆମକୁ ଏକାଠି କରିଛି” ବୋଲି ସେ କହିଥିଲେ।

ଗୋଟିଏ ପରିବାର ନୂଆ ଘରକୁ ଯିବା ସହ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂସଦ ଭବନରୁ ବିଦାୟ ନେବା ନିଶ୍ଚିତ ଭାବେ ଏକ ଭାବପ୍ରବଣ ମୁହୂର୍ତ୍ତ। ଗୃହର ବିଭିନ୍ନ ଘଟଣା ପ୍ରବାହକୁ ନେଇ ସେ କହିଥିଲେ ଯେ ଏହି ସଦନ ମୂକ ସାକ୍ଷୀ ଥିବା ଅନେକ ଘଟଣାବଳୀ ଗୃହର ରହିଛି। “ଏହାର ଗୌରବ ମଧ୍ୟ ଆମର’” ବୋଲି ସେ କହିଥିଲେ। ନବ ଭାରତ ଗଠନ ନିମନ୍ତେ ଦେଶ ଅସଂଖ୍ୟ ଘଟଣାର ସାକ୍ଷୀ ରହିଛି। ସଂସଦ ଭବନର ଏହି ୭୫ ବର୍ଷର ଇତିହାସ ଆଜି ସାଧାରଣ ନାଗରିକଙ୍କ ପାଇଁ ସମ୍ମାନ ଜଣାଇବାର ଏକ ସୁଯୋଗ।

ପ୍ରଧାନମନ୍ତ୍ରୀ ଯେତେବେଳେ ପ୍ରଥମ ଥର ସଂସଦ ସଦସ୍ୟ ବନିଲେ, ସେ କିପରି ଭବନକୁ ନତମସ୍ତକ ହୋଇ ତାଙ୍କର ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ ତା’ର ସ୍ମୃତିଚାରଣ କରିଥିଲେ। ଏହା କିପରି ଏକ ଭାବପ୍ରବଣତାର ମୁହୂର୍ତ୍ତ ଥଲା ସେ ତାହା କଳ୍ପନା କରିପାରୁ ନ ଥିଲେ ମଧ୍ୟ କହିଥିଲେ ଯେ “ଭାରତୀୟ ଗଣତନ୍ତ୍ରର ଏହା ହେଉଛି ଶକ୍ତି, ଯେତେବେଳେ ଗୋଟେ ଗରିବ ପିଲା ରେଳ ଷ୍ଟେସନରେ ଜୀବନ ଜୀବିକା ନିମନ୍ତେ ଚାହା ବିକ୍ରି କରୁଥିଲା ସେ ସଂସଦରେ ପହଂଚିପାରିଛି। ଦେଶ ମତେ ଏତେ ସ୍ନେହ, ସମ୍ମାନ ଓ ଆଶୀର୍ବାଦ ଦେବ ତାହା ମୁଁ କେବେ ମଧ୍ୟ ଭାବି ନ ଥିଲି” ବୋଲି ସେ କହିଥିଲେ।

ସଂସଦର ଫାଟକରେ ଖୋଦିତ ହୋଇଥିବା ଉପନିଷଦର ବାକ୍ୟକୁ ଉଦ୍ଧାର କରି ଶ୍ରୀ ମୋଦୀ କହିଥିଲେ ଯେ ମୁନିଋଷିଗଣ କହିଛନ୍ତି ଯେ ଜନସାଧାରଣଙ୍କ ନିମନ୍ତେ କବାଟ ଖୋଲି ଦିଅ ଓ ଦେଖ କିପରି ସେମାନେ ନିଜର ଅଧିକାର ପାଉଛନ୍ତି। ଏଭଳି ଦୃଢ଼ୋକ୍ତିର କ’ଣ ଯଥାର୍ଥତା ରହିଛି, ବର୍ତ୍ତମାନ ଓ ଅତୀତର ସଦସ୍ୟମାନେ ତା’ର ସାକ୍ଷୀ ରହିଛନ୍ତି।

ସମୟ ଗତି ସହ ତାଳ ଦେଇ କିପରି କିପରି ପରିବର୍ତ୍ତନ ଘଟୁଛି ଓ ସମାଜର ପ୍ରତ୍ୟେକ ଗୋଷ୍ଠୀର ଲୋକ କିପରି ପ୍ରତିନିଧିତ୍ବ କରୁଛନ୍ତି ତା’ ଉପରେ ଆଲୋକପାତ କରିଥିଲେ। “ସମୂହ ବାତାବରଣ ଜନସାଧାରଣଙ୍କ ପୂର୍ଣ୍ଣ କ୍ଷମତା ସହ ସେମାନଙ୍କ ଆକାଂକ୍ଷା ପୂରଣ କରୁଛି ବୋଲି ସେ କହିଥିଲେ। ମହିଳା ସାଂସଦମାନଙ୍କ ଅବଦାନ ଗୃହ ମର୍ଯ୍ୟାଦା ବୃଦ୍ଧି କରୁଛି ବୋଲି ସେ କହିଥିଲେ।

ଏକ ହାରାହାରି ହିସାବ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଭୟ ଗୃହକୁ ୭୫୦୦ରୁ ଅଧିକ ଲୋକ ପ୍ରତିନିଧିତ୍ବ କରିଥିବା ବେଳେ ସେମାନଙ୍କ ମଧ୍ୟରେ ହାରାହାରି ୬୦୦ ଜଣ ମହିଳା ପ୍ରତିନିଧି ଅଛନ୍ତି। ଶ୍ରୀ ଇନ୍ଦ୍ରଜିତ୍ ଗୁପ୍ତାଜୀ ଏହି ଗୃହରେ ପ୍ରାୟ ୪୩ ବର୍ଷ ଧରି ପ୍ରତିନିଧି ଥିବାବେଳେ, ଶ୍ରୀ ସାଫିକୁର ରହେମାନ ୯୩ ବର୍ଷରେ ମଧ୍ୟ ସାଂସଦ ରହିଥିଲେ। କୁମାରୀ ଚନ୍ଦ୍ରାଣୀ ମୁର୍ମୁ ମାତ୍ର ୨୫ ବର୍ଷ ବୟସରେ ଗୃହକୁ ନିର୍ବାଚିତ ହୋଇଥିବା ସେ ପ୍ରକାଶ କରିଥିଲେ।

ଗୃହଟି ଯୁକ୍ତିତର୍କ ଓ ବ୍ୟଙ୍ଗ ସତ୍ତ୍ବେ ଗୋଟିଏ ପରିବାର ଭଳି ହୋଇଥିବା ବେଳେ, ତିକ୍ତତା ଗୃହରେ ବେଶୀଦିନ ନ ରହିବା ଗୋଟିଏ ବଡ଼ ଗୁଣ ବୋଲି ଶ୍ରୀ ମୋଦୀ କହିଥିଲେ। କିପରି ଭୟଙ୍କର ଦେହ ଖରାପ ସତ୍ତ୍ବେ ଓ ବୈଶ୍ବିକ ମହାମାରୀ କାଳରେ ମଧ୍ୟ ସଦସ୍ୟମାନେ ଗୃହରେ ଉପସ୍ଥିତ ରହି ନିଜର କର୍ତ୍ତବ୍ୟ ତୁଲାଇଛନ୍ତି।

ସ୍ବାଧୀନତାର ପ୍ରାରମ୍ଭରେ ନୂତନ ଦେଶ ଯୋଗୁ କେତେକ ସଂଶୟବାଦ ଥିଲେ ମଧ୍ୟ ସଂସଦର ଶକ୍ତି ଯୋଗୁ ସମସ୍ତ ସନ୍ଦେହ ଭୁଲ ପ୍ରମାଣିତ ହୋଇଛି।

୨ ବର୍ଷ ୧୧ ମାସ ଧରି ଚାଲିଥିବା ସମ୍ବିଧାନ ସଭା ଏହି ସଦନରେ ବସିଥିବା ବେଳେ, ସମ୍ବିଧାନ ଗୃହୀତ ହୋଇ ଲାଗୁ ମଧ୍ୟ ହୋଇଥିଲା। “ଗତ ୭୫ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ସଫଳତା ସାଧାରଣ ଜନତାଙ୍କ ଆସ୍ଥା ସଂସଦ ଉପରେ ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଇଛି” ବୋଲି ସେ କହିଥିଲେ। ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର କଲାମ, ଡକ୍ଟର ରାମନାଥ କୋବିନ୍ଦଙ୍କ ଠାରୁ ଦ୍ରୌପଦୀ ମୁର୍ମୁଙ୍କ ପର୍ଯ୍ୟନ୍ତ ରାଷ୍ଟ୍ରପତିମାନଙ୍କ ଅଭିଭାଷଣ ଯୋଗୁ ଗୃହ ବେଶ ଲାଭବାନ ହୋଇଛି।

ପଣ୍ଡିତ ନେହେରୁ, ଲାଲ ବାହାଦୂର ଶାସ୍ତ୍ରୀଙ୍କ ଠାରୁ ଅଟଳ ବିହାରୀ ବାଜପେୟୀ ଓ ଡକ୍ଟର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଭାବେ ନେତୃତ୍ବ ନେଇ ଦେଶକୁ ଦିଗଦର୍ଶନ ଦେଇଛନ୍ତି ଓ ଏହି ଅବସରରେ ସେ ସେମାନଙ୍କ ସଫଳତାର କାହାଣୀ ଉପରେ ଆଲୋକପାତ ପ୍ରଯୁଜ୍ୟ ବୋଲି କହିଥିଲେ। ସେ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାମ ମନୋହର ଲୋହିଆ, ଚନ୍ଦ୍ରଶେଖର, ଲାଲକୃଷ୍ଣ ଆଡଭାନୀ ପ୍ରମୁଖ କିପରି ଆଲୋଚନାକୁ ସମୃଦ୍ଧ କରିବା ସହ ସାଧାରଣ ନାଗରିକଙ୍କ ସ୍ବରକୁ ଉପସ୍ଥାପିତ କରିଥିଲେ ତା’ର ବର୍ଣ୍ଣନା କରିଥିଲେ। କେତେକ ବିଦେଶାଗତ ନେତାଙ୍କ ଭାଷଣ କିପରି ସେମାନଙ୍କ ଭାରତ ପ୍ରତି ସମ୍ମାନକୁ ପ୍ରତିପାଦିତ କରିଛି ତାହାର ମଧ୍ୟ ସେ ଆଲୋଚନା କରିଥିଲେ। ନେହୁରୀ ଜୀ, ଶାସ୍ତ୍ରୀ ଜୀ ଓ ଇନ୍ଦିରା ଜୀଙ୍କୁ କିପରି ଦେଶ ସେମାନଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ହରାଇଛି ସେଭଳି କଷ୍ଟକର ସମୟର ମଧ୍ୟ ସେ ସ୍ମୃତିଚାରଣ କରିଥିଲେ।

ଅନେକ ଆହ୍ବାନ ସତ୍ତ୍ବେ ବାଚସ୍ପପତିଗଣ ଖୁବ୍ ନିପୁଣତାର ସହ ଗୃହକୁ ଚଳାଇଛନ୍ତି। ନିଜର ନିଷ୍ପତ୍ତିରେ ସେମାନେ ଅନେକ ବିଷୟର ନଜିରମାନ ଦେଇଥିଲେ। ଦୁଇ ଜଣ ମହିଳାଙ୍କ ସମେତ ୧୭ ଜଣ ବାଚସ୍ପତି, ଶ୍ରୀ ମାଭଲକରଙ୍କ ଠାରୁ ଶ୍ରୀମତୀ ସୁମିତ୍ରା ମହାଜନ ଓ ଶ୍ରୀ ଓମ୍ ବିର୍ଲା ପର୍ଯ୍ୟନ୍ତ ସମସ୍ତେ କିପରି ସବୁ ଦଳକୁ ଧରି ଗୃହ ଚଳାଇଥିଲେ ତଥା କର୍ମଚାରୀଙ୍କ ମଧ୍ୟ କୁଶଳତାକୁ ସେ ପ୍ରଶଂସା କରିଥିଲେ।

ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ ଏହା କେବଳ ଭବନ ଉପରେ ନୁହେଁ, ବରଂ ଗଣତନ୍ତ୍ରର ଜନନୀ ଉପରେ ଆକ୍ରମଣ ଥିଲା ବୋଲି ସେ କହିଥିଲେ। “ଏହା ଭାରତର ଆତ୍ମା ଉପରେ ଆକ୍ରମଣ ଥିଲା” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ମଝିରେ କହିଥିଲେ। ଆତଙ୍କବାଦୀ ଓ ଗୃହ ମଧ୍ୟରେ ଯେଉଁମାନେ ଠିଆ ହୋଇ ସଦସ୍ୟମାନଙ୍କୁ ରକ୍ଷା କରିଛନ୍ତି ସେହି ବୀରମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ନ କରି ମଧ୍ୟ ଯେଉଁ ଉତ୍ସର୍ଗୀ ଭାବାପନ୍ନ ସାମ୍ବାଦିକମାନେ ସଂସଦର ଘଟଣାବଳୀର ବିବରଣୀ ସଂଗ୍ରହ କରୁଥିଲେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ମଧ୍ୟ ମନେ ପକାଇଥିଲେ। ପୁରୁଣା ସଂସଦ ଭବନକୁ ବିଦାୟ ଦେବା ସେମାନଙ୍କ ନିମନ୍ତେ ଆହୁରି କଷ୍ଟକର କାରଣ ସେହି ସାମ୍ବାଦିକଗଣ ଏଥିସହ ସଦସ୍ୟମାନଙ୍କ ତୁଳନାରେ ଅଧିକ ଯୋଡ଼ି ହୋଇଥିଲେ ବୋଲି କହିଥିଲେ।

ନାଦବ୍ରହ୍ମର ପୂଜାବିଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଞ୍ଚଳ ଏକ ତୀର୍ଥସ୍ଥଳୀ ପାଲଟି ଯାଇଛି, ସେତେବେଳେ ୭୫୦୦ ପ୍ରତିନିଧିଙ୍କ ସ୍ବର ସଂସଦରେ ଗୁଞ୍ଜରି ଉଠିଛି। ଏଥିପାଇଁ ଭବନ ତୀର୍ଥସ୍ଥଳ ପାଲଟିଯାଇଛି। “ସଂସଦରେ ଭଗତ ସିଂ ଓ ବଟୁକେଶ୍ବର ଦତ୍ତ ବ୍ରିଟିଶମାନଙ୍କ ମଧ୍ୟରେ ସେମାନଙ୍କ କାର୍ଯ୍ୟ ଓ ପରାକ୍ରମ ବଳରେ ଆତଙ୍କ ଖେଳାଇଥିଲେ। ଯେତେବେଳେ ‘ମଧ୍ୟରାତ୍ରୀ ଉପନୀତ’ ପଣ୍ଡିତ ଜବାହରଲାଲ ନେହେରଙ୍କୁ ସେହି ଗୁଞ୍ଜରଣ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଥିଲେ। ସେ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ପ୍ରସିଦ୍ଧ ଭାଷଣକୁ ଉଦ୍ଧାର କରି କହିଥିଲେ, “ସରକାର ଆସିବେ ଓ ଯିବେ, ଦଳ ଗଠିତ ହେବ ଓ ଭାଙ୍ଗିବ। ଦେଶ ବଂଚିବା ଉଚିତ ଓ ଗଣତନ୍ତ୍ର ବଞ୍ଚି ରହିବା ଉଚିତ।”

ପ୍ରଥମ ମନ୍ତ୍ରିମଣ୍ଡଳର ସ୍ମୃତିଚାରଣ କରି ଶ୍ରୀ ମୋଦୀ କହିଥିଲେ ଯେ ବାବା ସାହେବ ଆମ୍ବେଦକର ବିଶ୍ବର ବିଭିନ୍ନ ଦେଶ ଭଲ ଭଲ ନୀତିକୁ ସ୍ଥାନ ଦେଇଥିଲେ। ନେହେରୁ ମନ୍ତ୍ରିମଣ୍ଡଳରେ ବାବା ସାହେବ ଆମ୍ବେଦକରଙ୍କ ଚମତ୍କାର ଜନନୀତି ବିଷୟରେ ସେ କହିଥିଲେ। ପ୍ରଧାନମନ୍ତ୍ରୀ ଦଳିତମାନଙ୍କ ଉତଥାନ ପାଇଁ ବାବା ସାହେବ କିପରି ଶିଳ୍ପାୟନ ପ୍ରତି ଗୁରୁତ୍ବ ଦେଉଥିଲେ ଓ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଦେଶର ପ୍ରଥମ ଶିଳ୍ପମନ୍ତ୍ରୀ ଭାବେ କିପରି ପ୍ରଥମ ଶିଳ୍ପ ନୀତି ଆଣିଥିଲେ ତା’ର ସେ ଉଦାହରଣ ଦେଇଥିଲେ।

ଏ ସେହି ଗୃହ ଯେଉଁଠି ଲାଲ ବାହାଦୂର ଶାସ୍ତ୍ରୀ ୧୯୬୫ ଯୁଦ୍ଧରେ ଭାରତର ସୈନିକମାନଙ୍କ ପରାକ୍ରମ ସମ୍ପର୍କରେ କହିଥିଲେ। ଶାସ୍ତ୍ରୀଜୀଙ୍କ ଦ୍ବାରା ସବୁଜ ବିପ୍ଳବର ନିଅଁ ମଧ୍ୟ ଏହି ଗୃହରେ ପଡ଼ିଥିଲା। ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ ବାଂଲାଦେଶ ସ୍ବାଧୀନତା ସଂଗ୍ରାମ ମଧ୍ୟ ଏହି ଗୃହରେ ଆଲୋଚିତ ହୋଇଥିଲା। ଗଣତନ୍ତ୍ର ଉପରେ ଜରୁରୀକାଳୀନ ପରିସ୍ଥିତି ସମୟରେ କିପରି ଆକ୍ରମଣ ହୋଇ ପରେ ପୁଣି ଜନତାଙ୍କ ଶକ୍ତି ଯୋଗୁ ଜୁରୁରୀ ପରିସ୍ଥିତି ପ୍ରତ୍ୟାହୃତ ହୋଇଥିଲା ତା’ ଉପରେ ମଧ୍ୟ ଶ୍ରୀ ମୋଦୀ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ଚରଣ ସିଂଙ୍କ ନେତୃତ୍ବରେ ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟ ସୃଷ୍ଟି ନେଇ ସେ ପ୍ରକାଶ କରିଥିଲେ। ମତାଧିକାର ବୟସ ସୀମା ୨୧ରୁ ୧୮କୁ ହ୍ରାସ ନିଷ୍ପତ୍ତି ଏହି ଗୃହରେ ହୋଇଥିଲା। ଦେଶ ଯେତେବେଳେ ଆର୍ଥିକ ବିପତ୍ତି ଆଡ଼କୁ ଗତି କରୁଥିଲା ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ନେତୃତ୍ବ ଆର୍ଥିକ ନୀତି ମଧ୍ୟ ଦେଶ ଏହି ଗୃହରେ ଗ୍ରହଣ କରିଥିଲା। ସେ ମଧ୍ୟ ଅଟଳ ଜୀଙ୍କ ସର୍ବଶିକ୍ଷା ଅଭିଯାନ ଉପରେ ଆଲୋକପାତ କରିଥିଲେ। ଆଦବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ତାଙ୍କ ସମୟରେ ହୋଇଥିଲା। “ଭୋଟ ପାଇଁ ନୋଟ” ହେରଫେର ମଧ୍ୟ ଗୃହରେ ଆଲୋପାତ ହୋଇଥିଲା।

ଯୁଗ ଯୁଗ ଧରି ବାକି ପଡ଼ିଥିବା ଐତିହାସିକ ନିଷ୍ପତ୍ତି ଯେପରିକି ଧାରା ୩୭୦, ଜିଏସଟି, ଓଆରଓପିଓ ଗରୀବଙ୍କ ନିମନ୍ତେ ଶତକଡ଼ା ୧୦ ଭାଗ ସ୍ଥାନ ସଂରକ୍ଷଣ ଏହି ଭବନରେ ନିଆ ଯାଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଗୃହ ଗଣତନ୍ତ୍ରର ଅନେକ ଉତଥାନ ପତନ ସତ୍ତ୍ବେ ଜନସାଧାରଣଙ୍କ ଆସ୍ଥାର କେନ୍ଦ୍ର ହୋଇ ରହିଆସିଛି। ଯେତେବେଳେ ଅଟଳ ବିହାରୀଙ୍କ ସରକାର ମାତ୍ର ଗୋଟିଏ ଭୋଟରେ ହାରି ଯାଇଥିଲା, ସେ ତା’ର ସ୍ମରଣ କରିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ତିନିଟି ନୂତନ ରାଜ୍ୟ ଛତିଶଗଡ଼, ଉତ୍ତରାଖଣ୍ଡ ଓ ଝାଡ଼ଖଣ୍ଡ ଅଟଳ ଜୀଙ୍କ ସମୟରେ ସୃଷ୍ଟି ହୋଇଥିଲା ତା’ ଉପରେ ଆଲୋକପାତ କରିଥିଲେ ଓ କ୍ଷମତା ହାସଲ ନିମନ୍ତେ ତେଲେଙ୍ଗାନା ସୃଷ୍ଟି କିପରି ହୋଇଥିଲା ତା’ର ସମାଲୋଚନା କରିଥିଲେ। ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଏହା କରାଯାଇଥିବାରୁ କୌଣସି ରାଜ୍ୟରେ ଏହାର ଉତ୍ସବ ମଧ୍ୟ ପାଳିତ ହୋଇ ନ ଥିଲା।

ସମ୍ବିଧାନ ସଭା କିପରି ଏହାର ସଦସ୍ୟମାନଙ୍କ ଭତ୍ତା ହ୍ରାସ କରିବା ସହ ଗୃହ କ୍ୟାଣ୍ଟିନ ରିହାତି କିପରି ଉଚ୍ଛେଦ କରାଗଲା ତା’ ଉପରେ ଶ୍ରୀ ମୋଦୀ ସ୍ମରଣ କରିଥିଲେ। ବୈଶ୍ବିକ ମହାମାରୀ କାଳରେ କିପରି ସଦସ୍ୟମାନେ ସେମାନଙ୍କ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି ଖର୍ଚ୍ଚ କରିବା ସହ ଶତକଡ଼ା ୩୦ ଭାଗ ଦରମା କାଟ ପାଇଁ ଆଗେଇ ଥିଲେ, ପ୍ରଧାନମନ୍ତ୍ରୀ ତାହାର ଉଦାହରଣ ଦେଇଥିଲେ। ଲୋକ ପ୍ରତିନିଧି ଆଇନରେ ପରିବର୍ତ୍ତନ ପାଇଁ କିପରି ସଦସ୍ୟଗଣ ଶୃଙ୍ଖଳିତ ଉପାୟ କାର୍ଯ୍ୟ କରିଥିଲେ ସେ ବିଷୟ ମଧ୍ୟ ସେ କହିଥିଲେ।

ବର୍ତ୍ତମାନ ସଦସ୍ୟଗଣ ପୁରୁଣା ସଂସଦ ଭବନକୁ ବିଦାୟ ଦେଇ କିପରି ନୂଆ ଭାବନାକୁ ଯାଉଥିବାରୁ ସେମାନେ ଅତ୍ୟନ୍ତ ଭାଗ୍ୟବାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ଆଜିର ଏହି ପଦକ୍ଷେପ ୭୫୦୦ ପ୍ରତିନିଧିଙ୍କ ନିମନ୍ତେ ଗର୍ବର ମୁହୂର୍ତ୍ତ କାରଣ ସେ ସଂସଦର ଚାରିକାନ୍ଥ ମଧ୍ୟରୁ ହିଁ ପ୍ରେରଣା ଲାଭ କରିଛନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ।

ଉଦବୋଧନ ଶେଷରେ ପ୍ରଧାନମନ୍ତ୍ରୀ ସଦସ୍ୟଗଣ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ନୂତନ ଭବନକୁ ଯିବେ ବୋଲି ଆଶା ପ୍ରକଟ କରିବା ସହ ଏଭଳି ଐତିହାସିକ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: State Visit of President of Republic of Korea to India
April 20, 2026

Outcomes:

1. Joint Strategic Vision for the India-ROK Special Strategic Partnership

2. India-ROK Comprehensive Framework for Partnership in Shipbuilding, Shipping & Maritime Logistics

3. India-Republic of Korea Joint Statement on Cooperation in Field of Sustainability

4. India-Republic of Korea Joint Statement on Energy Resource Security

MOUs/ Frameworks

1. MOU on Cooperation in the Field of Ports

2. MOU on the Establishment of the Industrial Cooperation Committee

3. MOU on Cooperation in the Field of Technology and Trade for Steel Supply Chain

4. MOU on Cooperation in the Field of Small and Medium sized Enterprises

5. MoU for Cooperation in the Field of Maritime Heritage

6. Joint Declaration on Resuming the Negotiations to upgrade the Comprehensive Economic Partnership Agreement between India and ROK

7. MoU between IFSCA and FSS/FSC in relation to Mutual Cooperation

8. MOU between NPCI International Payments Limited and Korean Financial Telecommunications & Clearings Institute

9. MOU on Cooperation in the Field of Science & Technology

10. Framework for India-Korea Digital Bridge

11. MOU on on Cooperation in the Field of Climate and the Environment

12. MOU on the Cooperative Approach under Article 6.2 of the Paris Agreement

13. Cultural Exchange Programme between India and ROK for the Years 2026-2030

14. MOU on Cooperation in Cultural and Creative Industries

15. MOU on Cooperation in the Field of Sports

Announcements

1. Launch of Economic Security Dialogue

2. Establishment of Distinguished Visitors Programme (DVP)

3. Launch of dialogue between the two Foreign Ministries on Global Themes, including Climate Change, Arctic, and Maritime Cooperation.

4. ROK joining Indo Pacific Oceans Initiative

5. ROK joining International Solar Alliance and India joining Global Green Growth Institute (GGGI)

6. Commemoration of the Year 2028-29 as Year of India-ROK Friendship