ଭାରତ ଗଣତନ୍ତ୍ରର ଜନନୀ: ପ୍ରଧାନମନ୍ତ୍ରୀ
ଆମ ସମ୍ବିଧାନ ଭାରତର ଏକତାର ଆଧାର: ପ୍ରଧାନମନ୍ତ୍ରୀ
୨୦୧୪ରେ ଏନଡିଏକୁ ସରକାର ଗଢ଼ିବାର ସୁଯୋଗ ମିଳିବା ପରେ ଗଣତନ୍ତ୍ର ଓ ସମ୍ବିଧାନ ସୁଦୃଢ଼ ହୋଇଥିଲା: ପ୍ରଧାନମନ୍ତ୍ରୀ
ଗରିବଙ୍କୁ ସମସ୍ୟାରୁ ମୁକ୍ତ କରିବା ଆମର ସବୁଠାରୁ ବଡ଼ ଲକ୍ଷ୍ୟ ଓ ସଂକଳ୍ପ: ପ୍ରଧାନମନ୍ତ୍ରୀ
ଯଦି ଆମେ ଆମର ମୌଳିକ କର୍ତ୍ତବ୍ୟ ପାଳନ କରୁ, ତେବେ ଆମକୁ ବିକଶିତ ଭାରତ ଗଠନରୁ କେହି ଅଟକାଇ ପାରିବେ ନାହିଁ: ପ୍ରଧାନମନ୍ତ୍ରୀ

ସମ୍ବିଧାନ ପ୍ରଣୟନର ୭୫ତମ ବାର୍ଷିକୀ ଉପଲକ୍ଷେ ଆଜି ଲୋକସଭାରେ ଆୟୋଜିତ ଏକ ସ୍ବତନ୍ତ୍ର ବିତର୍କ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ । ଗୃହକୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଭାରତର ସମସ୍ତ ନାଗିରକ ଓ ଗଣତନ୍ତ୍ରକୁ ସମ୍ମାନ ଜଣାଉଥିବା ବିଶ୍ବର ସମସ୍ତ ଲୋକମାନଙ୍କ ପାଇଁ ଏକ ଗର୍ବ ଓ ସମ୍ମାନର ବିଷୟ ଯେ ଆମେ ଗଣତନ୍ତ୍ରର ଏହି ଉତ୍ସବକୁ ପାଳନ କରୁଛୁ । ଆମ ସମ୍ବିଧାନର ୭୫ ଉଲ୍ଲେଖନୀୟ ବର୍ଷର ଯାତ୍ରା ପାଇଁ ସେ ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟି ଓ ଉଦ୍ୟମକୁ ସେ ପ୍ରସଂଶା କରିବା ସହ କହିଥିଲେ ଯେ ସଫଳତାର ୭୫ ବର୍ଷ ପୂରଣ ପରେ ଗଣତନ୍ତ୍ରର ଏହି ଉତ୍ସବ ପାଳନ ପାଇଁ ସମୟ ଉପନୀତ । ସଂସଦର ସଦସ୍ୟମାନେ ଏହି ସମାରୋହରେ ନିଜକୁ ସାମିଲ କରି ନିଜର ମତାମତ ପ୍ରଦାନ କରୁଥିବାରୁ ସେ ଆନନ୍ଦ ପ୍ରକାଶ କରିବା ସହ ସେ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ ।

 

୭୫ ବର୍ଷର ଏହି ସଫଳତାକୁ ଏକ ଅସାଧାରଣ ସଫଳତା ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଗର୍ବ ପ୍ରକାଶ କରି କହିଥିଲେ ଯେ ଆମ ସମ୍ବିଧାନ ସ୍ୱାଧୀନତା ପରେ ଭାରତ ପାଇଁ ସମସ୍ତ ପୂର୍ବାନୁମାନ କରାଯାଇଥିବା ସମ୍ଭାବନା ଏବଂ ପରବର୍ତ୍ତୀ ଆହ୍ୱାନଗୁଡ଼ିକୁ ଅତିକ୍ରମ କରି ଆମ ସମସ୍ତଙ୍କୁ ଏତେ ଦୂରକୁ ଆଣିଛି । ଏହି ସଫଳତା ପାଇଁ ସେ ସମ୍ବିଧାନ ପ୍ରଣେତା ଓ ଦେଶର କୋଟି କୋଟି ନାଗରିକମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ଶ୍ରୀ ମୋଦୀ କହିଥିଲେ, ଭାରତର ନାଗରିକମାନେ ସମ୍ବିଧାନର ନିର୍ମାତାମାନେ ପରିକଳ୍ପନା କରିଥିବା ପ୍ରତ୍ୟେକ ମୂଲ୍ୟବୋଧକୁ ସଫଳତାର ସହ ଗ୍ରହଣ କରି ଏବଂ ପାଳନ କରି ସବୁପ୍ରକାରର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେଣୁ ନାଗରିକମାନେ ହିଁ ପ୍ରକୃତରେ ସମସ୍ତ ପ୍ରଶଂସାର ଯୋଗ୍ୟ ବୋଲି ସେ କହିଛନ୍ତି।

 

ଶ୍ରୀ ମୋଦୀ କହିଥିଲେ ଯେ ସମ୍ବିଧାନ ପ୍ରଣେତାମାନେ ଏହି ମତକୁ ଗ୍ରହଣ କରୁନଥିଲେ ଯେ ଭାରତର ଜନ୍ମ ୧୯୪୭ ମସିହାରେ ହୋଇଥିଲା କିମ୍ବା ଗଣତନ୍ତ୍ର ୧୯୫୦ ମସିହାରୁ ଆରମ୍ଭ ହୋଇଥିଲା, ବରଂ ସେମାନେ ଭାରତ ଓ ଏହାର ଗଣତନ୍ତ୍ରର ମହାନ ପରମ୍ପରା ଓ ଐତିହ୍ୟରେ ବିଶ୍ବାସ କରୁଥିଲେ ଓ ଗୌରବାନ୍ବିତ ଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତର ଗଣତନ୍ତ୍ର ଏବଂ ଅତୀତର ପ୍ରଜାତନ୍ତ୍ର ସର୍ବଦା ଉଲ୍ଲେଖନୀୟ ରହିଆସିଛି ଏବଂ ସାରାବିଶ୍ୱ ପାଇଁ ପ୍ରେରଣା ପାଲଟିଛି ଏବଂ ସେଥିପାଇଁ “ଭାରତ ଗଣତନ୍ତ୍ରର ଜନନୀ ଭାବରେ ପରିଚିତ” । ଶ୍ରୀ ମୋଦୀ କହିଥିଲେ ଯେ ଆମେ କେବଳ ଏକ ମହାନ ଗଣତାନ୍ତ୍ରିକ ଦେଶ ନୁହଁ ବରଂ ଗଣତନ୍ତ୍ରର ସ୍ରଷ୍ଟା ମଧ୍ୟ ।

ସାମ୍ବିଧାନିକ ବିତର୍କ ବେଳେ ରାଜର୍ଷି ପୁରୁଷୋତ୍ତମ ଦାସ ଟଣ୍ଡନଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଶତାବ୍ଦୀ ଶତାବ୍ଦୀ ପରେ ହିଁ ଏଭଳି ଏକ ଘଟଣାବହୁଳ ବୈଠକ ଡକାଯାଇଛି, ଯାହା ମୋତେ ଆମର ମହାନ ଅତୀତ ଏବଂ ପୂର୍ବ ସମୟକୁ ମନେ ପକାଇଦେଉଛି, ଯେତେବେଳେ ଆମେ ସ୍ୱାଧୀନ ଥିଲୁ ଏବଂ ବୁଦ୍ଧିଜୀବୀମାନେ ସଭାସମିତିରେ ଅର୍ଥପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଓ ବିଚାର ବିମର୍ଶ କରୁଥିଲେ ।“ ଏହା ପରେ ଡଃ. ସର୍ବପଲ୍ଲି ରାଧାକୃଷ୍ଣନଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ସେ କହିଥିଲେ,” ଏହି ମହାନ ଦେଶ ପାଇଁ ଗଣତାନ୍ତ୍ରିତ ବ୍ୟବସ୍ଥା କିଛି ନୂଆ ନୁହେଁ, ଆମ ଇତିହାସ ଆରମ୍ଭରୁ ହିଁ ଆମର ଏହି ବ୍ୟବସ୍ଥା ରହିଆସିଥିଲା ।“ ଏହା ପରେ ସେ ବାବାସାହେବ ଡଃ. ଆମ୍ବେଦକରଙ୍କ ବକ୍ତବ୍ୟକୁ ଉଦ୍ଧାର କରି କହିଥିଲେ, “ ଏହା ନୁହେଁ ଯେ ଭାରତ ଗଣତନ୍ତ୍ର ସଂପର୍କରେ ଅଜ୍ଞ ଥିଲା, ସମୟ ଥିଲା ଭାରତରେ ଅନେକ ଗୁଡ଼ିଏ ଗଣରାଜ୍ୟ ଥିଲା ।“

ଭାରତର ସମ୍ବିଧାନ ନିର୍ମାଣ ଓ ତାହାକୁ ସଶକ୍ତ କରିବାରେ ମହିଳାଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରସଂଶା କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସମ୍ବିଧାନ ସଭାରେ ୧୫ ଜଣ ସମ୍ମାନିତ ଏବଂ ସକ୍ରିୟ ମହିଳା ସଦସ୍ୟ ଥିଲେ ଏବଂ ସେମାନେ ସେମାନଙ୍କର ମୂଳ ଚିନ୍ତାଧାରା, ମତ ଏବଂ ଚିନ୍ତାଧାରା ଦେଇ ସମ୍ବିଧାନ ରଚନା ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିଛନ୍ତି। ସେମାନଙ୍କ ମଧ୍ୟରୁ ସମସ୍ତେ ବିବିଧ ପୃଷ୍ଠଭୂମିରୁ ଆସିଥିବା କଥା ମନେ ପକାଇ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ମହିଳା ସଦସ୍ୟମାନେ ଦେଇଥିବା ସୁଚିନ୍ତିତ ପରାମର୍ଶ ସମ୍ବିଧାନ ଉପରେ ଗଭୀର ପ୍ରଭାବ ପକାଇଥିଲା ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଗର୍ବ ପ୍ରକାଶ କରିଥିଲେ ଯେ ସ୍ୱାଧୀନତା ସମୟରୁ ଭାରତର ମହିଳାମାନଙ୍କୁ ଭୋଟଦାନ ଅଧିକାର ଦିଆଯାଇଥିଲା ଯେବେକି ଏଥିପାଇଁ ଅନ୍ୟାନ୍ୟ ଦେଶମାନଙ୍କୁ ଏଥିପାଇଁ ଦଶନ୍ଧି ଲାଗିଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେହି ଭାବନା ସହିତ ଭାରତ ଜି-୨୦ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବା ସମୟରେ ମହିଳାଙ୍କ ନେତୃତ୍ବାଧୀନ ବିକାଶର ଦୃଷ୍ଟିକୋଣକୁ ସମଗ୍ର ବିଶ୍ୱ ସାମ୍ନାରେ ଉପସ୍ଥାପନ କରିଥିଲା ।  ଦେଶର ସମସ୍ତ ସାଂସଦଙ୍କ ଦ୍ୱାରା ନାରୀଶକ୍ତି ବନ୍ଦନ ଅଧିନିୟମର ସଫଳ ପ୍ରଣୟନ ବିଷୟରେ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଏବଂ ମହିଳାମାନଙ୍କର ରାଜନୈତିକ ଭାଗିଦାରିତାକୁ ସୁନିଶ୍ଚିତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ, ସରକାରଙ୍କ ପ୍ରତ୍ୟେକ ପ୍ରମୁଖ ନୀତିଗତ ନିଷ୍ପତ୍ତିର କେନ୍ଦ୍ରରେ ମହିଳା ଅଛନ୍ତି । ସେ ଆନନ୍ଦ ପ୍ରକାଶ କରିଥିଲେ ଯେ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ସମୟରେ ଭାରତର ରାଷ୍ଟ୍ରପତି ପଦ ଜଣେ ଆଦିବାସୀ ମହିଳାଙ୍କ ହାତରେ ରହିଛି। ଏହା ଆମ ସମ୍ବିଧାନର ଭାବନାର ପ୍ରକୃତ ଅଭିବ୍ୟକ୍ତି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ସଂସଦ ତଥା ମନ୍ତ୍ରିମଣ୍ଡଳରେ ମହିଳାଙ୍କ ପ୍ରତିନିଧିତ୍ୱ ଓ ଅବଦାନ କ୍ରମାଗତ ଭାବେ ବୃଦ୍ଧି ପାଉଛି ।

"ସାମାଜିକ, ରାଜନୈତିକ, ଶିକ୍ଷା, କ୍ରୀଡ଼ା କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ଏବଂ ଅବଦାନ ଦେଶ ପାଇଁ ଗୌରବ ଆଣିଛି", ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ବିଶେଷକରି ମହାକାଶ କ୍ଷେତ୍ରରେ ମହିଳାଙ୍କ ଅବଦାନ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ । ଏଥିପାଇଁ ସମ୍ବିଧାନ ହିଁ ସବୁଠାରୁ ବଡ଼ ପ୍ରେରଣା ବୋଲି ସେ କହିଥିଲେ।

ଭାରତ ଦ୍ରୁତ ଗତିରେ ଅଗ୍ରଗତି କରୁଛି ବୋଲି ଦୋହରାଇ ଶ୍ରୀ ମୋଦୀ କହିଥିଲେ ଯେ ଖୁବଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ ହେବ । ସେ ଆହୁରି ମଧ୍ୟ କହିଥିଲେ, ୧୪୦ କୋଟି ଭାରତୀୟଙ୍କ ମିଳିତ ସଂକଳ୍ପ ଯେ ୨୦୪୭ ସୁଦ୍ଧା ଭାରତ ନିଶ୍ଚିତଭାବେ ବିକଶିତ ହେବ । ଏହି ସଂକଳ୍ପକୁ ହାସଲ କରିବା ଲାଗି ଭାରତର ଏକତା ହିଁ ସବୁଠାରୁ ଜରୁରୀ ଆବଶ୍ୟକତା ବୋଲି ସେ କହିଥିଲେ । ଭାରତର ଏକତାରେ ସମ୍ବିଧାନ ହିଁ ମୂଳଭିତ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସମ୍ବିଧାନ ପ୍ରଣୟନ ପ୍ରକ୍ରିୟାରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଲେଖକ, ଚିନ୍ତକ, ସାମାଜିକ କର୍ମୀ, ଶିକ୍ଷାବିତ୍ ଏବଂ ଅନ୍ୟାନ୍ୟ ବିବିଧ କ୍ଷେତ୍ରର ବୃତ୍ତିଜୀବୀ ସାମିଲ ଥିଲେ ବୋଲି ସ୍ମରଣ କରି ଶ୍ରୀ ମୋଦୀ କହିଥିଲେ ଯେ ସେମାନେ ସମସ୍ତେ ଭାରତର ଏକତା ବିଷୟରେ ଅତ୍ୟନ୍ତ ସମ୍ବେଦନଶୀଳ ଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ସ୍ୱାଧୀନତା ପରେ ସମ୍ବିଧାନ ରଚନାକାରୀଙ୍କ ହୃଦୟ ଏବଂ ମନରେ ଏକତା ଥିଲା, ମାତ୍ର ବିକୃତ ମାନସିକତା ବା ସ୍ୱାର୍ଥପରତା କାରଣରୁ ଦେଶର ଏକତାର ମୂଳ ଭାବନାକୁ ସବୁଠାରୁ ବଡ଼ ଝଟକା ଲାଗିଥିଲା। ବିବିଧତା ମଧ୍ୟରେ ଏକତା ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ଏହି ବିବିଧତାକୁ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହି ବିବିଧତାକୁ ପାଳନ କରିବାରେ ଦେଶର ପ୍ରଗତି ନିହିତ ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

କିନ୍ତୁ ଉପନିବେଶବାଦୀ ମାନସିକତା ଥିବା କିଛି ଲୋକ, ଯେଉଁମାନେ ଭାରତରେ ଭଲ ଦେଖି ପାରୁନଥିଲେ ଏବଂ ଯେଉଁମାନେ ବିଶ୍ୱାସ କରୁଥିଲେ ଯେ ଭାରତ ୧୯୪୭ମସିହାରେ ହିଁ ଜନ୍ମ ନେଇଥିଲା, ସେମାନେ ଏହି ବିବିଧତା ମଧ୍ୟରେ ବିରୋଧାଭାସ ଖୋଜିଥିଲେ। ବିବିଧତାର ଏହି ଅମୂଲ୍ୟ ସମ୍ପଦକୁ ଗ୍ରହଣ କରିବା ପରିବର୍ତ୍ତେ ଦେଶର ଏକତାକୁ କ୍ଷତି ପହଞ୍ଚାଇବା ଲକ୍ଷ୍ୟରେ ଏହା ଭିତରେ ବିଷାକ୍ତ ବୀଜ ବୁଣିବାକୁ ପ୍ରୟାସ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିବିଧତା ଉତ୍ସବକୁ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ଶ୍ରୀ ମୋଦୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ଏବଂ ଏହା ହିଁ ଡକ୍ଟର ବିଆର ଆମ୍ବେଦକରଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ  ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ନୀତିର ଲକ୍ଷ୍ୟ କ୍ରମାଗତ ଭାବରେ ଭାରତର ଏକତାକୁ ସୁଦୃଢ଼ କରିବା ରହିଆସିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଧାରା ୩୭୦ ଦେଶର ଏକତା ପାଇଁ ଏକ ପ୍ରତିବନ୍ଧକ ଥିଲା ଏବଂ ଏକ ପ୍ରତିବନ୍ଧକଭାବେ ହିଁ କାମ କରୁଥିଲା । ସମ୍ବିଧାନର ମୂଳ ଭାବନା ଅନୁଯାୟୀ ଦେଶର ଏକତା ହିଁ ଗୁରୁତ୍ବପୂର୍ଣ୍ଣ ଏବଂ ତେଣୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା ବୋଲି ଶ୍ରୀ ମୋଦୀ କହିଥିଲେ। 

 

ଶ୍ରୀ ମୋଦୀ ଅର୍ଥନୈତିକ ପ୍ରଗତି ଏବଂ ବୈଶ୍ବିକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଭାରତରେ ଅନୁକୂଳ ପରିସ୍ଥିତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଜିଏସଟିକୁ ନେଇ ଦେଶରେ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଏସଟି ଦେଶର ଅର୍ଥନୈତିକ ଏକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଏନେଇ ପୂର୍ବ ସରକାରଙ୍କ ଅବଦାନକୁ ସେ ସ୍ୱୀକାର କରିଥିଲେ ଏବଂ "ଏକ ରାଷ୍ଟ୍ର, ଗୋଟିଏ ଟିକସ" ଧାରଣାକୁ ଆଗକୁ ବଢ଼ାଇ ବର୍ତ୍ତମାନର ସରକାର ଏହାକୁ କାର୍ଯ୍ୟକାରୀ କରିବାର ସୁଯୋଗ ପାଇଛନ୍ତି ବୋଲି ଉଲ୍ଲେଖ କରିଥିଲେ ।

ଆମ ଦେଶରେ ଗରିବଙ୍କ ପାଇଁ ରାସନ କାର୍ଡ କିପରି ଏକ ମୂଲ୍ୟବାନ କାଗଜପତ୍ର ହୋଇଛି ଏବଂ ଜଣେ ଗରିବ ବ୍ୟକ୍ତି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ସେମାନେ ଅନ୍ୟରାଜ୍ୟକୁ ଗଲେ କୌଣସି ପ୍ରକାରର ସୁବିଧା ସୁଯୋଗ ପାଇପାରୁନଥିଲେ । ଏହି ବିଶାଳ ଦେଶରେ ଯେକୌଣସି ସ୍ଥାନରେ ଥାଉ ନା କାହିଁକି ପ୍ରତ୍ୟେକ ନାଗରିକଙ୍କର ସମାନ ଅଧିକାର ରହିବା ଉଚିତ ଏବଂ ଏହି ଏକତାର ଭାବନାକୁ ସୁଦୃଢ଼ କରିବା ପାଇଁ ସରକାର "ଏକ ରାଷ୍ଟ୍ର, ଗୋଟିଏ ରାସନ କାର୍ଡ" ଧାରଣାକୁ ସୁଦୃଢ଼ କରିଛନ୍ତି ବୋଲି ସେ କହିଥିଲେ ।

 

ଗରିବ ଏବଂ ସାଧାରଣ ନାଗରିକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କଲେ ସେମାନଙ୍କ ଦାରିଦ୍ର୍ୟ ସହ ଲଢ଼ିବାର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ, ସେମାନେ ଯେଉଁଠି କାମ କରନ୍ତି ସେଠାରେ ସ୍ୱାସ୍ଥ୍ୟସେବା ଉପଲବ୍ଧ ଥାଏ, କିନ୍ତୁ ସେମାନେ ଦୂରରେ ଥିବାବେଳେ ଓ ଜୀବନ ପ୍ରତି ବିପଦ ଥିବା ସମୟରେ ମଧ୍ୟ ସ୍ବାସ୍ଥ୍ୟସେବା ଉପଲବ୍ଧ ହେବା ଉଚିତ ବୋଲି ସେ ଆଲୋକପାତ କରିଥିଲେ।  ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ଏକତାର ଲକ୍ଷ୍ୟକୁ ସୁନିଶ୍ଚିତ ପାଇଁ ସରକାର ‘ଆୟୁଷ୍ମାନ ଭାରତ’ ମାଧ୍ୟମରେ "ଏକ ଦେଶ, ଗୋଟିଏ ସ୍ୱାସ୍ଥ୍ୟ କାର୍ଡ" ଅଭିଯାନ ଆରମ୍ଭ କରିଛନ୍ତି । ଏପରିକି ପୁଣେରେ କାମ କରୁଥିବା ବିହାରର ଦୁର୍ଗମ ଅଞ୍ଚଳର ଜଣେ ବ୍ୟକ୍ତି ମଧ୍ୟ ଆୟୁଷ୍ମାନ କାର୍ଡ ମାଧ୍ୟମରେ ଆବଶ୍ୟକ ଚିକିତ୍ସା ସେବା ପାଇପାରିବେ ବୋଲି ସେ ଉଲ୍ଲେଖ କରିଥିଲେ।

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଅନେକ ସମୟରେ ଦେଶର ଗୋଟିଏ ଭାଗରେ ବିଜୁଳି ଥିବା ବେଳେ ଅନ୍ୟ ଏକ ଅଂଶ ଯୋଗାଣ ସମସ୍ୟା ଯୋଗୁଁ ଅନ୍ଧାରରେ ରହୁଥିଲା। ପୂର୍ବ ସରକାରମାନଙ୍କ କାର୍ଯ୍ୟକାଳରେ ଭାରତକୁ ଅନେକ ସମୟରେ ବିଜୁଳି ଅଭାବ ପାଇଁ ବିଶ୍ୱସ୍ତରରେ ସମାଲୋଚନା କରାଯାଉଥିଲା । ସମ୍ବିଧାନର ଭାବନା ଏବଂ ଏକତାର ମନ୍ତ୍ରକୁ ବଜାୟ ରଖିବା ପାଇଁ ସରକାର "ଏକ ରାଷ୍ଟ୍ର, ଗୋଟିଏ ଗ୍ରୀଡ" ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି। ଆଜି ଭାରତର କୋଣ ଅନୁକୋଣକୁ ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଣ କରାଯାଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ ।

ଦେଶରେ ଭିତ୍ତିଭୂମି ବିକାଶ କଥା କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ଏକତାକୁ ସୁଦୃଢ଼ କରିବା ପାଇଁ ସରକାର ସନ୍ତୁଳିତ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଉତ୍ତର-ପୂର୍ବ ହେଉ, ଜମ୍ମୁ-କଶ୍ମୀର, ହିମାଳୟ ଅଞ୍ଚଳ ହେଉ କିମ୍ବା ମରୁଭୂମି ଅଞ୍ଚଳ ହେଉ, ସରକାର ଭିତ୍ତିଭୂମିକୁ ବ୍ୟାପକ ଭାବେ ସୁଦୃଢ କରିବା ପାଇଁ ଉଦ୍ୟମ କରୁଛନ୍ତି। ବିକାଶ ଅଭାବରୁ ଦୂରତାର ଭାବନାକୁ ଦୂର କରିବା ଏବଂ ଏକତାକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।

'ଥିଲାବାଲା' ଏବଂ ' ନଥିଲାବାଲା' ମାନଙ୍କ ମଧ୍ୟରେ ଡିଜିଟାଲ୍ ବିଭାଜନ କଥା କହି କରି ଶ୍ରୀ ମୋଦୀ କହିଥିଲେ ଯେ ଡିଜିଟାଲ୍ ଇଣ୍ଡିଆର ସଫଳତା କାହାଣୀ ବିଶ୍ବରେ ଭାରତ ପାଇଁ ଗୌରବ ଆଣିଦେଇଛି । ଟେକ୍ନୋଲୋଜିର ଗଣତାନ୍ତ୍ରିକୀକରଣ ଏହି ସଫଳତାର ଏକ ପ୍ରମୁଖ କାରଣ ହୋଇଛି ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ସମ୍ବିଧାନ ପ୍ରଣେତାଙ୍କ ଦୂରଦୃଷ୍ଟିରୁ ପ୍ରେରଣା ନେଇ ସରକାର ଜାତୀୟ ଏକତାକୁ ସୁଦୃଢ଼ କରିବା ପାଇଁ ଭାରତର ପ୍ରତ୍ୟେକ ପଞ୍ଚାୟତକୁ ଅପ୍ଟିକାଲ ଫାଇବର ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି।

 

 

 

ସମ୍ବିଧାନ ଏକତା ଆଶା କରୁଛି ଏବଂ ଏହି ଭାବନା ଅନୁସାରେ ମାତୃଭାଷାର ଗୁରୁତ୍ୱକୁ ସ୍ୱୀକୃତି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମାତୃଭାଷାକୁ ଦମନ କରିବା ଦ୍ୱାରା ଦେଶର ଜନସାଧାରଣଙ୍କୁ ସାଂସ୍କୃତିକ ଭାବେ ସମୃଦ୍ଧ କରାଯାଇପାରିବ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ନୂତନ ଶିକ୍ଷା ନୀତିରେ ମାତୃଭାଷାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି, ଯାହା ଦ୍ୱାରା ଗରିବ ପିଲାମାନେ ମଧ୍ୟ ନିଜ ମାତୃଭାଷାରେ ଡାକ୍ତର ଓ ଇଞ୍ଜିନିୟର ହୋଇପାରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ ସମ୍ବିଧାନ ସମସ୍ତଙ୍କୁ ପଛରେ ଛିଡ଼ା ହୋଇଛି ଏବଂ ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ନିର୍ଦ୍ଦେଶ ଦେଉଛି। ଦେଶର ଅନେକ ଶାସ୍ତ୍ରୀୟ ଭାଷାକୁ ସେଗୁଡ଼ିକର ଉପଯୁକ୍ତ ସ୍ଥାନ ଓ ସମ୍ମାନ ଦିଆଯାଇଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। "ଏକ ଭାରତ ଶ୍ରେଷ୍ଠ ଭାରତ" ଅଭିଯାନ ଜାତୀୟ ଏକତାକୁ ସୁଦୃଢ଼ କରିବା ସହ ନୂତନ ପିଢ଼ିମଧ୍ୟରେ ସାଂସ୍କୃତିକ ମୂଲ୍ୟବୋଧ ସୃଷ୍ଟି କରୁଛି ବୋଲି ସେ ଉଲ୍ଲେଖ କରିଥିଲେ।

କାଶୀ ତାମିଲ ସଙ୍ଗମମ୍ ଏବଂ ତେଲୁଗୁ କାଶୀ ସଙ୍ଗମମ୍ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗତ କାର୍ଯ୍ୟକ୍ରମରେ ପରିଣତ ହୋଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ସାଂସ୍କୃତିକ ପଦକ୍ଷେପଗୁଡ଼ିକ ଦେଶର ସାମାଜିକ ବନ୍ଧନକୁ ସୁଦୃଢ଼ କରିଥାଏ । ସେ ଆହୁରି ମଧ୍ୟ କହିଥିଲେ ଯେ ସମ୍ବିଧାନର ମୂଳ  ସିଦ୍ଧାନ୍ତରେ ଭାରତର ଏକତାର ମହତ୍ତ୍ବକୁ ସ୍ୱୀକୃତି ଦିଆଯାଇଛି ଏବଂ ଏହାକୁ ସ୍ୱୀକାର କରାଯିବା ଉଚିତ୍ ।

ସମ୍ବିଧାନ ଏହାର ୭୫ତମ ବାର୍ଷିକୀ ପାଳନ କରୁଥିବା ବେଳେ ୨୫, ୫୦ ଓ ୬୦ ବର୍ଷ ଭଳି ମାଇଲଖୁଣ୍ଟ ମଧ୍ୟ ଗୁରୁତ୍ୱବହନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଇତିହାସ ଉପରେ ଆଲୋକପାତ କରି ସେ କହିଥିଲେ ଯେ ସମ୍ବିଧାନର ୨୫ତମ ବାର୍ଷିକୀ ଅବସରରେ ତାହାର କଣ୍ଠରୋଧ କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା, ସାମ୍ବିଧାନିକ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିଲା, ଦେଶକୁ ଜେଲରେ ପରିଣତ କରାଯାଇଥିଲା,  ନାଗରିକଙ୍କ ଅଧିକାର ଛଡ଼ାଇ ନିଆଯାଇଥିଲା ଏବଂ ପ୍ରେସ୍ ସ୍ୱାଧୀନତାର ଅବରୋଧ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଗଣତନ୍ତ୍ରର ଗଳା କାଟି ଦିଆଯାଇଥିଲା ଏବଂ ସମ୍ବିଧାନ ପ୍ରଣୟନକାରୀଙ୍କ ତପସ୍ୟାକୁ ମାଟିରେ ମିଶାଇବାକୁ ଚେଷ୍ଟା କରାଯାଇଥିଲା ।

ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଦେଶ ୨୦୦୦ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନ ପ୍ରଣୟନର ୫୦ତମ ବାର୍ଷିକୀ ପାଳନ କରିଥିଲା ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଟଳ ବାଜପେୟୀଜୀ ପ୍ରଧାନମନ୍ତ୍ରୀ ଭାବରେ ଏକତା, ଜନଭାଗିଦାରୀ ଏବଂ ସହଯୋଗିତା ଉପରେ ଗୁରୁତ୍ୱ ଦେଇ ଦେଶକୁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଶ୍ରୀ ବାଜପେୟୀଙ୍କ ପ୍ରୟାସର ଲକ୍ଷ୍ୟ ଥିଲା ସମ୍ବିଧାନର ଭାବନାକୁ ନେଇ ବଞ୍ଚିବା ଏବଂ ଜନସାଧାରଣଙ୍କୁ ଜାଗ୍ରତ କରିବା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମ୍ବିଧାନର ୫୦ତମ ବାର୍ଷିକୀ ପାଳନ ସମୟରେ ସାମ୍ବିଧାନିକ ପ୍ରକ୍ରିୟା ମାଧ୍ୟମରେ ତାଙ୍କୁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ତାଙ୍କୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୁଜରାଟରେ ସମ୍ବିଧାନର ୬୦ତମ ବାର୍ଷିକୀ ପାଳନ କରାଯାଇଥିଲା। ଇତିହାସରେ ପ୍ରଥମ ଥର ପାଇଁ ସମ୍ବିଧାନକୁ ହାତୀ ଉପରେ ରଖି ସମ୍ବିଧାନ ଗୌରବ ଯାତ୍ରା ଆୟୋଜନ କରାଯାଇଥିଲା । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ସମ୍ବିଧାନର ବହୁତ ମହତ୍ତ୍ୱ ରହିଛି ଏବଂ ଆଜି ଏହାର ୭୫ ବର୍ଷ ପୂର୍ତ୍ତି ଅବସରରେ ସେ ଲୋକସଭାରେ ଏକ ଘଟଣାକୁ ମନେ ପକାଇଛନ୍ତି ଯେଉଁଠାରେ ଜଣେ ବରିଷ୍ଠ ନେତା ଜାନୁଆରି ୨୬ ଥିବାବେଳେ ନଭେମ୍ବର ୨୬ରେ ସମ୍ବିଧାନ ଦିବସ ପାଳନ କରିବାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଥିଲେ ।

ଏହି ସ୍ୱତନ୍ତ୍ର ଅଧିବେଶନକୁ ନେଇ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରି କହିଥିଲେ ଯେ ସମ୍ବିଧାନର ଶକ୍ତି ଏବଂ ବିବିଧତା ଉପରେ ଆଲୋଚନା କରିବା ଲାଭଦାୟକ ହୋଇଥାନ୍ତା, ଯାହା କି ନୂତନ ପିଢ଼ି ପାଇଁ ଶିକ୍ଷଣୀୟ ହୋଇଥାନ୍ତା । ତେବେ ସମସ୍ତଙ୍କର ନିଜସ୍ବ ବାଧ୍ୟବାଧକତା ରହିଛି, ବିଭିନ୍ନ ରୂପରେ ସମସ୍ତଙ୍କର ସଂଦେହ ରହିଛି  ଓ କେତେକ ନିଜର ବିଫଳତାକୁ ପ୍ରକାଶ କରନ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଯଦି ଆଲୋଚନା ଦଳୀୟ ଭାବନାରୁ ଉପରକୁ ଉଠି ଜାତୀୟ ସ୍ୱାର୍ଥ ଉପରେ ଧ୍ୟାନ ଦେଇଥାନ୍ତା, ଯାହା ନୂତନ ପିଢ଼ିକୁ ସମୃଦ୍ଧ କରିଥାନ୍ତା ତେବେ ଭଲ ହୋଇଥାନ୍ତା ।

 

 

 

 

ସମ୍ବିଧାନ ପ୍ରତି ବିଶେଷ ସମ୍ମାନ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନର ଶକ୍ତି ହିଁ ତାଙ୍କ ଭଳି ଅନେକ ଲୋକଙ୍କୁ ଆଜି ଯେଉଁ ଠାରେ ଅଛନ୍ତି ସେଠାରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି । କୌଣସି ପୃଷ୍ଠଭୂମି ନଥାଇ ସମ୍ବିଧାନର ଶକ୍ତି ଏବଂ ଲୋକଙ୍କ ଆଶୀର୍ବାଦ ହିଁ ସେମାନଙ୍କୁ ଏଠାକୁ ଆଣିଛି ବୋଲି ସେ ପ୍ରକାଶ କରିଥିଲେ। ସମ୍ବିଧାନ କାରଣରୁ ସମାନ ପରିସ୍ଥିତିରେ ଥିବା ଅନେକ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛନ୍ତି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ବଡ଼ ସୌଭାଗ୍ୟ ଯେ ଦେଶ ଥରେ ନୁହେଁ, ତିନି ଥର ତାଙ୍କ ଉପରେ ଅସୀମ ବିଶ୍ୱାସ ଦେଖାଇଛି। ସମ୍ବିଧାନ ବିନା ଏହା ସମ୍ଭବ ହୋଇନଥାନ୍ତା ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

 

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ୧୯୪୭ରୁ ୧୯୫୨ ପର୍ଯ୍ୟନ୍ତ ଭାରତରେ ଏକ ନିର୍ବାଚିତ ସରକାର ନଥିଲା ବରଂ ଏକ ଅସ୍ଥାୟୀ ଭାବେ ଚୟ ହୋଇଥିବା ସରକାର ଥିଲା, ଯାହାପାଇଁ କୌଣସି ନିର୍ବାଚନ ହୋଇନଥିଲା । ୧୯୫୨ ପୂର୍ବରୁ ରାଜ୍ୟସଭା ଗଠିତ ହୋଇନଥିଲା ଏବଂ କୌଣସି ରାଜ୍ୟର ନିର୍ବାଚନ ହୋଇ ନଥିଲା, ଅର୍ଥାତ୍ ଲୋକଙ୍କ ଜନାଦେଶ ନଥିଲା । ଏହା ସତ୍ତ୍ୱେ ୧୯୫୧ମସିହାରେ କୌଣସି ନିର୍ବାଚିତ ସରକାର ବିନା ସମ୍ବିଧାନରେ ସଂଶୋଧନ ପାଇଁ ଅଧ୍ୟାଦେଶ ଜାରି କରାଯାଇଥିଲା, ଯାହା ମାଧ୍ୟମରେ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଆକ୍ରମଣ କରାଯାଇଥିଲା। ସମ୍ବିଧାନ ସଭାରେ ଏଭଳି ପ୍ରସଙ୍ଗଗୁଡ଼ିକର ସମାଧାନ ହୋଇନଥିବାରୁ ଏହା ସମ୍ବିଧାନ ରଚନାକାରୀଙ୍କ ପ୍ରତି ଅପମାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯେତେବେଳେ ସୁଯୋଗ ମିଳିଲା, ସେମାନେ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଆକ୍ରମଣ କଲେ, ଯାହା ସମ୍ବିଧାନର ସୃଷ୍ଟିକର୍ତ୍ତାଙ୍କ ପ୍ରତି ଘୋର ଅପମାନ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ସଭା ମାଧ୍ୟମରେ ଯାହା ହାସଲ ହୋଇପାରିନଥିଲା ତାହା ଜଣେ ଅଣନିର୍ବାଚିତ ପ୍ରଧାନମନ୍ତ୍ରୀ ପଛ ଦ୍ୱାର ମାଧ୍ୟମରେ କରିଥିଲେ, ଯାହାକି ଏକ ପାପ ଥିଲା ।

ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ୧୯୭୧ ମସିହାରେ ସମ୍ବିଧାନରେ ସଂଶୋଧନ କରି ସୁପ୍ରିମ୍ କୋର୍ଟଙ୍କ ଏକ ରାୟକୁ ପଲଟାଇ ଦିଆଯାଇଥିଲା ଓ ଏହାଦ୍ବାରା ନ୍ୟାୟପାଳିକାର ପକ୍ଷଛେଦନ କରାଯାଇଥିଲା। ଏହି ସଂଶୋଧନ ଅନୁସାରେ ନ୍ୟାୟିକ ସମୀକ୍ଷା ବିନା ସଂସଦ ସମ୍ବିଧାନର ଯେ କୌଣସି ଧାରାକୁ ପରିବର୍ତ୍ତନ କରିପାରିବ । ଏହାଦ୍ବାରା ଅଦାଲତମାନଙ୍କୁ ସେମାନଙ୍କ କ୍ଷମତାରୁ ଛଡ଼ାଇ ନିଆଯାଇଥିଲା। ଏହାଦ୍ୱାରା ତତ୍କାଳୀନ ସରକାର ମୌଳିକ ଅଧିକାରକୁ କ୍ଷୁଣ୍ଣ କରିବା ସହ ନ୍ୟାୟପାଳିକାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଜରୁରୀପରିସ୍ଥିତି ସମୟରେ ସମ୍ବିଧାନର ଅପବ୍ୟବହାର କରାଯାଇଥିଲା ଓ ଗଣତନ୍ତ୍ରର ହତ୍ୟା କରାଯାଇଥିଲା । ସେ କହିଥିଲେ ଯେ ୧୯୭୫ରେ ୩୯ତମ ସମ୍ବିଧାନ ସଂଶୋଧନ ଗୃହୀତ ହୋଇଥିଲା, ଯଦ୍ବାରା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବାଚସ୍ପତିଙ୍କ ନିର୍ବାଚନକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିଲା ନାହିଁ, ଆହୁରି ମଧ୍ୟ ନିଜର ପୂର୍ବ କାର୍ଯ୍ୟକୁ ଲୁଚାଇବାକୁ ଏହାକୁ ପିଛିଲାଭାବେ ଲାଗୁ କରାଯାଇଥିଲା ।

ଶ୍ରୀ ମୋଦୀ କହିଥିଲେ, ଜରୁରୀକାଳୀନ ପରିସ୍ଥିତି ସମୟରେ ଲୋକଙ୍କ ଅଧିକାର ଛଡ଼ାଇ ନିଆଯାଇଥିଲା, ହଜାର ହଜାର ଲୋକଙ୍କୁ ଜେଲରେ ରଖାଯାଇଥିଲା, ନ୍ୟାୟପାଳିକାର ପକ୍ଷଛେଦନ କରାଯାଇଥିଲା ଏବଂ ପ୍ରେସ୍ ସ୍ୱାଧୀନତାର ଅବରୋଧ କରାଯାଇଥିଲା । ଏକ ପ୍ରତିଶ୍ରୁତିବଦ୍ଧ ନ୍ୟାୟପାଳିକାର ଅବଧାରଣାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯାଇଥିଲା ବୋଲି ସେ ମନ୍ତବ୍ୟ ଦେଇଥିଲେ। ଏକ ଅଦାଲତୀ ମାମଲାରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାୟ ଦେଇଥିବା ଜଷ୍ଟିସ ଏଚ୍. ଆର୍. ଖାନ୍ନାଙ୍କୁ ବରିଷ୍ଠତା ସତ୍ତ୍ୱେ ପ୍ରଧାନ ବିଚାରପତି ପଦରୁ ବଞ୍ଚିତ କରାଯାଇଥିଲା । ଏହା ସାମ୍ବିଧାନିକ ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ଉଲ୍ଲଂଘନ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

 

 

 

 

 

 

 

 

 

 

ଶାହବାନୋ ମାମଲା କଥା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ସମ୍ବିଧାନର ମର୍ଯ୍ୟାଦା ଓ ଭାବନା ଆଧାରରେ ସୁପ୍ରିମ୍ କୋର୍ଟଦେଇଥିବା ରାୟ ଜଣେ ଭାରତୀୟ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିଥିଲା ।  ସୁପ୍ରିମ୍ କୋର୍ଟ ଜଣେ ବୟସ୍କ ମହିଳାଙ୍କୁ ତାଙ୍କର ଉଚିତ ପ୍ରାପ୍ୟ ପ୍ରଦାନ କରିଥିଲେ, କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏହି ଭାବନାକୁ ପ୍ରତ୍ୟାଖ୍ୟାନ କରି ସମ୍ବିଧାନର ଭାବନା ବିରୋଧରେ ଯାଇଥିଲେ ।  ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ପୁଣି ଥରେ ବଦଳାଇବା ପାଇଁ ସଂସଦରେ ପୁଣି ଏକ ଆଇନ ପାରିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇତିହାସରେ ପ୍ରଥମ ଥର ପାଇଁ ସମ୍ବିଧାନକୁ ଗଭୀର ଆଘାତ ଲାଗିଥିଲା। ସେ କହିଛନ୍ତି ଯେ ସମ୍ବିଧାନ ନିର୍ମାତାମାନେ ଏକ ନିର୍ବାଚିତ ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା କରିଥିଲେ। ତେବେ କୌଣସି ଶପଥ ଗ୍ରହଣ କରିନଥିବା ଏକ ଅସାମ୍ବିଧାନିକ ସଂସ୍ଥା ଜାତୀୟ ପରାମର୍ଶଦାତା ପରିଷଦକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର ଉପରେ ରଖାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଂସ୍ଥାକୁ ପିଏମଓର ଉପରେ ଏକ ଅଣଔପଚାରିକ ମାନ୍ୟତା ଦିଆଯାଇଥିଲା ।

ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଭାରତୀୟ ସମ୍ବିଧାନ ଅନୁଯାୟୀ ଲୋକମାନେ ସରକାର ଚୟନ କରନ୍ତି ଏବଂ ସେହି ସରକାରଙ୍କ ମୁଖ୍ୟ କ୍ୟାବିନେଟ୍ ଗଠନ କରନ୍ତି । ସମ୍ବିଧାନକୁ ଅସମ୍ମାନ କରୁଥିବା ଅହଂକାରୀ ବ୍ୟକ୍ତିମାନେ ସାମ୍ବାଦିକଙ୍କ ସମ୍ମୁଖରେ କ୍ୟାବିନେଟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଚିରିବା ଘଟଣାକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ଏହି ଲୋକମାନେ ଅଭ୍ୟାସଗତ ଭାବରେ ସମ୍ବିଧାନ ସହିତ ଖେଳୁଥିଲେ ଏବଂ ଏହାକୁ ସମ୍ମାନ ଦେଉନଥିଲେ। ଏହା ଦୁର୍ଭାଗ୍ୟଜନକ ଯେ ଏହି ଘଟଣାପରେ ତତ୍କାଳୀନ କ୍ୟାବିନେଟ୍ ନିଜର ନିଷ୍ପତ୍ତି ବଦଳାଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଧାରା ୩୭୦ ସମସ୍ତଙ୍କୁ ଜଣା, କିନ୍ତୁ ଧାରା ୩୫ଏ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ସଂସଦୀୟ ଅନୁମୋଦନ ବିନା ଧାରା ୩୫ଏ ଲାଗୁ କରାଯାଇଥିଲା, ଯେଉଁଥିପାଇଁ ସଂସଦୀୟ ଅନୁମୋଦନ ନେବା କଥା ଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନର ପ୍ରଥମ ରକ୍ଷକ ସଂସଦକୁ ଅଣଦେଖା କରାଯାଇ ଦେଶ ଉପରେ ଧାରା ୩୫ଏ ଲାଗୁ କରାଯାଇଥିଲା, ଯାହା ଦ୍ୱାରା ଜମ୍ମୁ-କଶ୍ମୀରରେ ସ୍ଥିତି ଆହୁରି ଖରାପ ହୋଇଥିଲା । ସଂସଦକୁ ଅନ୍ଧାରରେ ରଖି ରାଷ୍ଟ୍ରପତିଙ୍କ ଆଦେଶ ମାଧ୍ୟମରେ ଏହା କରାଯାଇଥିଲା ବୋଲି ସେ ଆଲୋକପାତ କରିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଡ. ଆମ୍ବେଦକରଙ୍କ ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ପରବର୍ତ୍ତୀ ୧୦ ବର୍ଷ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନଥିଲା କି ଅନୁମତି ଦିଆଯାଇନଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ଡ. ଆମ୍ବେଦକରଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି ଅଲିପୁର ରୋଡରେ ଡଃ ଆମ୍ବେଦକର ସ୍ମାରକୀ ନିର୍ମାଣ କରାଯାଇଥିଲା ଏବଂ କାର୍ଯ୍ୟ ଶେଷ ହୋଇଥିଲା ।

୧୯୯୨ରେ ଶ୍ରୀ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକାଳ ସମୟରେ ଦିଲ୍ଲୀର ଜନପଥ ନିକଟରେ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିବା କଥା ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ଏହି ପ୍ରକଳ୍ପ ୪୦ ବର୍ଷ ଧରି କାଗଜପତ୍ରରେ ପଡ଼ି ରହିଥିଲା ଏବଂ କାର୍ଯ୍ୟକାରୀ ହୋଇନଥିଲା। ୨୦୧୫ରେ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ଏହି କାମ ହୋଇଥିଲା ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡ. ବି.ଆର୍. ଆମ୍ବେଦକରଙ୍କୁ ଭାରତ ରତ୍ନ ଦେବାର କାର୍ଯ୍ୟ ମଧ୍ୟ ସ୍ୱାଧୀନତାର ବହୁ ଦିନ ପରେ ହୋଇଥିଲା ।

ଶ୍ରୀ ମୋଦୀ କହିଥିଲେ ଯେ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ବିଶ୍ୱସ୍ତରରେ ୧୨୦ଟି ଦେଶରେ ପାଳନ କରାଯାଇଥିଲା ଏବଂ ଡକ୍ଟର ଆମ୍ବେଦକରଙ୍କ ଜନ୍ମ ଶତବାର୍ଷିକୀ ସମୟରେ ଡ. ଆମ୍ବେଦକରଙ୍କ ଜନ୍ମସ୍ଥାନ ମହୁରେ ଏକ ସ୍ମାରକୀ ପୁନଃନିର୍ମାଣ କରାଯାଇଥିଲା ।

ସମାଜର ଅବହେଳିତ ବର୍ଗଙ୍କୁ ମୁଖ୍ୟସ୍ରୋତରେ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ଜଣେ ଦୂରଦର୍ଶୀ ନେତା ଭାବରେ ଡ. ବିଆର୍ ଆମ୍ବେଦକରଙ୍କ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ଡକ୍ଟର ଆମ୍ବେଦକର ବିଶ୍ୱାସ କରୁଥିଲେ ଯେ ଭାରତର ବିକାଶ ପାଇଁ ଦେଶର କୌଣସି ଅଂଶ ଦୁର୍ବଳ ରହିବା ଉଚିତ ନୁହେଁ । ଏହି ଚିନ୍ତାଧାରା ଯୋଗୁଁ ସଂରକ୍ଷଣ ବ୍ୟବସ୍ଥା ପ୍ରତିଷ୍ଠା ହୋଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭୋଟବ୍ୟାଙ୍କ ରାଜନୀତିରେ ନିୟୋଜିତ ବ୍ୟକ୍ତିମାନେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟରେ ଧାର୍ମିକ ତୁଷ୍ଟୀକରଣ ଆଳରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଚେଷ୍ଟା କରିଥିଲେ, ଯାହା ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟକୁ ବହୁତ କ୍ଷତି ପହଞ୍ଚାଇଥିଲା ।

ସମାଜର ଅବହେଳିତ ବର୍ଗଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ଜଣେ ଦୂରଦର୍ଶୀ ନେତା ଭାବରେ ଡ. ବିଆର୍ ଆମ୍ବେଦକର ଜଣେ ଦୂରଦର୍ଶୀ ଥିଲେ। ଆମ୍ବେଦକରଙ୍କ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ଡକ୍ଟର ଆମ୍ବେଦକର ବିଶ୍ୱାସ କରୁଥିଲେ ଯେ ଭାରତର ବିକାଶ ପାଇଁ ଦେଶର କୌଣସି ଅଂଶ ଦୁର୍ବଳ ରହିବା ଉଚିତ ନୁହେଁ । ଏହି ଚିନ୍ତା ଯୋଗୁଁ ସଂରକ୍ଷଣ ବ୍ୟବସ୍ଥା ପ୍ରତିଷ୍ଠା ହୋଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭୋଟ ବ୍ୟାଙ୍କ ରାଜନୀତିରେ ନିୟୋଜିତ ବ୍ୟକ୍ତିମାନେ ଧାର୍ମିକ ତୁଷ୍ଟୀକରଣ ଆଳରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଚେଷ୍ଟା କରିଥିଲେ, ଯାହା ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟକୁ ବହୁତ କ୍ଷତି ପହଞ୍ଚାଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରମାନେ ସଂରକ୍ଷଣକୁ ଦୃଢ଼ ବିରୋଧ କରିଥିଲେ । ଡ. ବିଆର୍ ଆମ୍ବେଦକର ଭାରତରେ ସମାନତା ଏବଂ ସନ୍ତୁଳିତ ବିକାଶ ପାଇଁ ସଂରକ୍ଷଣ ପ୍ରଚଳନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଣ୍ଡଳ କମିଶନ ରିପୋର୍ଟ ଦଶନ୍ଧି ଧରି ବିଳମ୍ବିତ ହୋଇଥିଲା, ଯାହା ଦ୍ବାରା ଓବିସିଙ୍କୁ ସଂରକ୍ଷଣ ପ୍ରଦାନରେ ବିଳମ୍ବ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ପୂର୍ବରୁ ସଂରକ୍ଷଣ ଦିଆଯାଇଥାନ୍ତା, ତେବେ ଆଜି ଅନେକ ଓବିସି ବ୍ୟକ୍ତି ବିଭିନ୍ନ ପଦବୀରେ ରହିଥାନ୍ତେ।

ସମ୍ବିଧାନ ପ୍ରଣୟନ ସମୟରେ ସଂରକ୍ଷଣ ଧର୍ମ ଆଧାରିତ ହେବା ଉଚିତ କି ନାହିଁ ସେ ନେଇ ସେତେବେଳେ ହୋଇଥିବା ବ୍ୟାପକ ବିତର୍କ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସମ୍ବିଧାନ ପ୍ରଣେତାମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ଭାରତ ଭଳି ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ଧର୍ମ କିମ୍ବା ସମ୍ପ୍ରଦାୟ ଆଧାରରେ ସଂରକ୍ଷଣ ଦେବା ସମ୍ଭବ ନୁହେଁ। ଏହା ଏକ ଭୁଲ ନୁହେଁ, ସଚେତନ ନିଷ୍ପତ୍ତି ଥିଲା ବୋଲି ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ, ପୂର୍ବ ସରକାରମାନେ ଧର୍ମ ଆଧାରରେ ସଂରକ୍ଷଣ ପ୍ରଣୟନ କରିଥିଲେ, ଯାହା ସମ୍ବିଧାନର ଭାବନା ବିରୁଦ୍ଧରେ ଥିଲା । କିଛି କାର୍ଯ୍ୟକାରିତା ସତ୍ତ୍ୱେ ସୁପ୍ରିମ୍ କୋର୍ଟ ଏଭଳି ପଦକ୍ଷେପକୁ ଖାରଜ କରିଦେଇଛନ୍ତି। ଧର୍ମ ଆଧାରରେ ସଂରକ୍ଷଣ ଦେବାର ଉଦ୍ଦେଶ୍ୟ ରହିଛି, ଯାହା ସମ୍ବିଧାନ ନିର୍ମାତାଙ୍କ ଭାବନାକୁ ଆଘାତ ପହଞ୍ଚାଇବାର ଏକ ଖୋଲା ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି)କୁ ଏକ ଜ୍ୱଳନ୍ତ ପ୍ରସଙ୍ଗ ଭାବେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ସଭା ୟୁସିସି ଉପରେ ବିସ୍ତୃତ ଆଲୋଚନା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ କରିବା ନିର୍ବାଚିତ ସରକାର ପାଇଁ ସର୍ବୋତ୍ତମ ହେବ ବୋଲି ନିଷ୍ପତ୍ତି ନେଇଥିଲା। ଏହା ସମ୍ବିଧାନ ସଭାର ନିର୍ଦ୍ଦେଶ ଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡକ୍ଟର ଆମ୍ବେଦକର ୟୁସିସିକୁ ସମର୍ଥନ କରିଥିଲେ ଏବଂ ତାଙ୍କ ବୟାନକୁ ଭୁଲ ଭାବରେ ଉପସ୍ଥାପନ କରାଯିବା ଉଚିତ ନୁହେଁ ।

ଡକ୍ଟର ବିଆର୍ ଆମ୍ବେଦକର ଧର୍ମ ଆଧାରିତ ବ୍ୟକ୍ତିଗତ ଆଇନକୁ ଉଚ୍ଛେଦ କରିବାକୁ ଦୃଢ଼ ସମର୍ଥନ କରିଥିଲେ। ସମ୍ବିଧାନ ସଭାର ସଦସ୍ୟ କେ.ଏମ୍. ମୁନସୀ ଜାତୀୟ ଏକତା ଏବଂ ଆଧୁନିକତା ପାଇଁ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଜରୁରୀ ବୋଲି କହିଥିଲେ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସୁପ୍ରିମକୋର୍ଟ ମଧ୍ୟ ବାରମ୍ବାର ୟୁସିସିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଆସିଛନ୍ତି ଏବଂ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ବିଧାନର ଭାବନା ଏବଂ ଏହାର ନିର୍ମାତାଙ୍କ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ସରକାର ଏକ ଧର୍ମନିରପେକ୍ଷ ନାଗରିକ ସଂହିତା ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ସେ ଉଲ୍ଲେଖ କରିଥିଲେ।

ଅତୀତର ଏକ ଘଟଣାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ ଯେଉଁମାନେ ନିଜ ଦଳର ସମ୍ବିଧାନକୁ ସମ୍ମାନ ଦିଅନ୍ତି ନାହିଁ ସେମାନେ କିପରି ଦେଶର ସମ୍ବିଧାନକୁ ସମ୍ମାନ ଦେଇପାରିବେ।

୧୯୯୬ରେ ବିଜେପି ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଥିଲା ଏବଂ ରାଷ୍ଟ୍ରପତି ସମ୍ବିଧାନକୁ ସମ୍ମାନ ଦେଇ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ସମ୍ବିଧାନକୁ ସମ୍ମାନ ଦେବା ପାଇଁ ସେ ପସନ୍ଦ କରୁଥିବାରୁ ସେହି ସରକାର ମାତ୍ର ୧୩ ଦିନ ଚାଲିଥିଲା। ଅଟଳ ବିହାରୀ ବାଜପେୟୀ ବାର୍ଗେନିଂକୁ ବାଛି ନଥିଲେ ବରଂ ସମ୍ବିଧାନକୁ ସମ୍ମାନ ଦେଇ ୧୩ ଦିନ ପରେ ଇସ୍ତଫା ଦେଇଥିଲେ । ସେ କହିଛନ୍ତି ଯେ ୧୯୯୮ରେ ଏନଡିଏ ସରକାର ଅସ୍ଥିରତାର ସମ୍ମୁଖୀନ ହୋଇଥିଲା, କିନ୍ତୁ ସମ୍ବିଧାନର ଭାବନା ପ୍ରତି ପ୍ରତିବଦ୍ଧ ବାଜପେୟୀ ସରକାର ଅସାମ୍ବିଧାନିକ ପଦ ଗ୍ରହଣ କରିବା ପରିବର୍ତ୍ତେ ଗୋଟିଏ ଭୋଟରେ ହାରି ଇସ୍ତଫା ଦେବାକୁ ପସନ୍ଦ କରିଥିଲେ। ଏହା ତାଙ୍କର ଇତିହାସ, ମୂଲ୍ୟବୋଧ ଓ ପରମ୍ପରା ବୋଲି ସେ ଉଲ୍ଲେଖ କରିଥିଲେ। ଅନ୍ୟପକ୍ଷରେ କ୍ୟାସ୍ ଫର୍ ଭୋଟ୍ ଦୁର୍ନୀତି ସମୟରେ ସଂଖ୍ୟାଲଘୁ ସରକାରକୁ ବଞ୍ଚାଇବା ପାଇଁ ଅର୍ଥ କାରବାର ହୋଇଥିଲା, ଯାହା ଦ୍ୱାରା ଭାରତୀୟ ଗଣତନ୍ତ୍ରର ଆତ୍ମାକୁ ଏକ ବଜାରରେ ପରିଣତ ହୋଇଥିଲା ଯେଉଁଠାରେ ଭୋଟ୍ କିଣାଯାଇଥିଲା।

ମୋଦୀ କହିଛନ୍ତି, ୨୦୧୪ ପରେ ଏନଡିଏକୁ ସେବା କରିବାର ସୁଯୋଗ ମିଳିଥିଲା । ସମ୍ବିଧାନ ଓ ଗଣତନ୍ତ୍ର ସୁଦୃଢ଼ ହୋଇଥିଲା। ଦେଶର ପୁରୁଣା ସମସ୍ୟାରୁ ମୁକ୍ତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଦଶ ବର୍ଷ ମଧ୍ୟରେ ସେ ଦେଶର ଏକତା ଏବଂ ଅଖଣ୍ଡତା, ଏହାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏବଂ ସମ୍ବିଧାନର ଭାବନା ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ସହିତ ସାମ୍ବିଧାନିକ ସଂଶୋଧନମାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓବିସି ସମ୍ପ୍ରଦାୟ ତିନି ଦଶନ୍ଧି ଧରି ଓବିସି ଆୟୋଗକୁ ସାମ୍ବିଧାନିକ ମାନ୍ୟତା ଦେବାକୁ ଦାବି କରି ଆସୁଥିଲେ । ଏହି ମାନ୍ୟତା ଦେବା ପାଇଁ ସେ ସମ୍ବିଧାନରେ ସଂଶୋଧନ କରିଛନ୍ତି ଏବଂ ଏହା କରି ଗର୍ବ ଅନୁଭବ କରୁଛନ୍ତି ବୋଲି ସେ କହିଥିଲେ। ସମାଜର ଅବହେଳିତ ବର୍ଗଙ୍କ ସହ ଠିଆ ହେବା ତାଙ୍କର କର୍ତ୍ତବ୍ୟ, ସେଥିପାଇଁ ସମ୍ବିଧାନ ସଂଶୋଧନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଜାତି ନିର୍ବିଶେଷରେ ସମାଜର ଏକ ବୃହତ ବର୍ଗ ଦାରିଦ୍ର୍ୟ କାରଣରୁ ସୁଯୋଗ ଓ ପ୍ରଗତିରୁ ବଞ୍ଚିତ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଥିଲା ଏବଂ ଦାବି ସତ୍ତ୍ୱେ କୌଣସି ନିଷ୍ପତ୍ତି ନିଆଯାଉନଥିଲା । ସାଧାରଣ ବର୍ଗର ଅର୍ଥନୈତିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପାଇଁ ସେ ସମ୍ବିଧାନରେ ସଂଶୋଧନ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଏହା ଦେଶରେ ପ୍ରଥମ ସଂରକ୍ଷଣ ସଂଶୋଧନ, ଯାହାକୁ କୌଣସି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିନଥିଲା, ସମସ୍ତେ ଏହାକୁ ଆନନ୍ଦର ସହ ଗ୍ରହଣ କରିଥିଲେ ଏବଂ ଏହା ସଂସଦରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା। ଏହା ସାମାଜିକ ସଂହତିକୁ ସୁଦୃଢ଼ କରିବା ସହ ସମ୍ବିଧାନର ଭାବନା ଅନୁଯାୟୀ ହୋଇଥିବାରୁ ଏହା ସମ୍ଭବ ହୋଇପାରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ, ତାଙ୍କ ସରକାର ମଧ୍ୟ ସାମ୍ବିଧାନିକ ସଂଶୋଧନ କରିଛନ୍ତି, କିନ୍ତୁ ଏହା ମହିଳାଙ୍କ ସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ ଥିଲା। ଦେଶର ଏକତା ପାଇଁ ସେ ସମ୍ବିଧାନରେ ସଂଶୋଧନ କରିଛନ୍ତି ବୋଲି ସେ କହିଥିଲେ। ଧାରା ୩୭୦ ଯୋଗୁଁ ଜମ୍ମୁ-କଶ୍ମୀରରେ ଆମ୍ବେଦକରଙ୍କ ସମ୍ବିଧାନ ସମ୍ପୂର୍ଣ୍ଣ ଭାବେ ଲାଗୁ ହୋଇପାରୁନଥିବା ବେଳେ ସରକାର ଚାହୁଁଥିଲେ ଯେ ଡ. ଆମ୍ବେଦକରଙ୍କ ସମ୍ବିଧାନ ଭାରତର ପ୍ରତ୍ୟେକ ପ୍ରାନ୍ତରେ ଲାଗୁ ହେଉ। ଜାତୀୟ ଏକତାକୁ ସୁଦୃଢ଼ କରିବା ଏବଂ ଡ. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେ ସମ୍ବିଧାନରେ ସଂଶୋଧନ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଧାରା ୩୭୦ ଉଚ୍ଛେଦ କରିଥିଲେ ଏବଂ ପରେ ସୁପ୍ରିମ୍ କୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ କାଏମ ରଖିଥିଲେ।

ଧାରା ୩୭୦ ଉଚ୍ଛେଦ ପାଇଁ ସମ୍ବିଧାନରେ କରାଯାଇଥିବା ସଂଶୋଧନ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ସଙ୍କଟ ସମୟରେ ପଡ଼ୋଶୀ ଦେଶମାନଙ୍କରେ ସଂଖ୍ୟାଲଘୁଙ୍କ ଯତ୍ନ ନେବା ପାଇଁ ବିଭାଜନ ସମୟରେ ମହାତ୍ମା ଗାନ୍ଧୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ମଧ୍ୟ ତାଙ୍କ ସରକାର ଆଇନ ପ୍ରଣୟନ କରିଛନ୍ତି। ଏହି ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ସେ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରଣୟନ କରିଛନ୍ତି । ମୋଦୀ କହିଛନ୍ତି ଯେ ସେ ଗର୍ବର ସହ ଏହି ଆଇନକୁ ସମର୍ଥନ କରନ୍ତି, କାରଣ ଏହା ସମ୍ବିଧାନର ଭାବନା ଅନୁଯାୟୀ ଏବଂ ଦେଶକୁ ଶକ୍ତିଶାଳୀ କରିଥାଏ ।

ଅତୀତର ଭୁଲକୁ ସୁଧାରିବା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିବା ଉଦ୍ଦେଶ୍ୟରେ ତାଙ୍କ ସରକାର ଯେଉଁ ସମ୍ବିଧାନ ସଂଶୋଧନ କରିଛନ୍ତି ତାହା ଶ୍ରୀ ମୋଦୀ କହିଛନ୍ତି। ସେମାନେ ସମୟର ପରୀକ୍ଷାରେ ସଫଳ ହେବେ କି ନାହିଁ ତାହା ଆଗାମୀ ସମୟ କହିବ ବୋଲି ସେ କହିଛନ୍ତି। ଏହି ସଂଶୋଧନ କ୍ଷମତା ସ୍ୱାର୍ଥ ଦ୍ୱାରା ପ୍ରେରିତ ନଥିଲା, ବରଂ ଏହା ଦେଶର ସ୍ୱାର୍ଥ ପାଇଁ ଭଲ କାମ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେଥିପାଇଁ ସେମାନେ ଉଠାଯାଇଥିବା କୌଣସି ପ୍ରଶ୍ନର ସମାଧାନ ଆତ୍ମବିଶ୍ୱାସର ସହ କରନ୍ତି ବୋଲି ସେ କହିଛନ୍ତି।

ସମ୍ବିଧାନ ଉପରେ ଅନେକ ଭାଷଣ ଏବଂ ଅନେକ ପ୍ରସଙ୍ଗ ଉଠାଯାଇଛି, ପ୍ରତ୍ୟେକଟି ନିଜର ରାଜନୈତିକ ପ୍ରେରଣାରେ ଉଠାଯାଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ଭାରତର ଲୋକମାନଙ୍କ ପ୍ରତି ସବୁଠାରୁ ସମ୍ବେଦନଶୀଳ, "ଆମେ ଲୋକମାନେ", ଏବଂ ଏହା ସେମାନଙ୍କ ସ୍ୱାର୍ଥ, ମର୍ଯ୍ୟାଦା ଏବଂ କଲ୍ୟାଣ ପାଇଁ ଅଟେ । ସମ୍ବିଧାନ ଆମକୁ ଏକ କଲ୍ୟାଣକାରୀ ରାଷ୍ଟ୍ର ଦିଗରେ ମାର୍ଗଦର୍ଶନ କରିବା ସହ ସମସ୍ତ ନାଗରିକଙ୍କ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିଛି ବୋଲି ସେ କହିଛନ୍ତି।

ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଅନେକ ପରିବାରକୁ ସମ୍ମାନର ସହ ଜୀବନ ଯାପନ କରିବା ପାଇଁ ଶୌଚାଳୟ ର ସୁବିଧା ନଥିଲା ବୋଲି ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଶୌଚାଳୟ ନିର୍ମାଣ ଅଭିଯାନ ଗରିବଙ୍କ ପାଇଁ ଏକ ସ୍ୱପ୍ନ ଥିଲା ଏବଂ ସେ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ସମ୍ପାଦନ କରିଥିଲେ । ଉପହାସ ସତ୍ତ୍ୱେ ସାଧାରଣ ନାଗରିକଙ୍କ ସମ୍ମାନ ତାଙ୍କ ପ୍ରାଥମିକତା ହୋଇଥିବାରୁ ସେ ଦୃଢ଼ତାର ସହ ଠିଆ ହୋଇଥିଲେ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ମହିଳାମାନଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ କିମ୍ବା ସୂର୍ଯ୍ୟାସ୍ତ ପରେ ଖୋଲାରେ ମଳତ୍ୟାଗ କରିବାକୁ ପଡୁଥିଲା ଏବଂ ଯେଉଁମାନେ କେବଳ ଟିଭି କିମ୍ବା ଖବରକାଗଜରେ ଗରିବମାନଙ୍କୁ ଦେଖନ୍ତି ସେମାନଙ୍କ ପାଇଁ ଏହା କୌଣସି ସମସ୍ୟା ସୃଷ୍ଟି କରୁନଥିଲା। ଯେଉଁମାନେ ଗରିବଙ୍କ ଜୀବନକୁ ବୁଝିବେ ସେମାନେ ଏଭଳି ଅନ୍ୟାୟ କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମ୍ବିଧାନରେ ସମସ୍ତଙ୍କ ପାଇଁ ମୌଳିକ ମାନବିକ ସୁବିଧା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଦେଶର ୮୦ ପ୍ରତିଶତ ଲୋକ କାହିଁକି ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହେଉଥିଲେ ବୋଲି ଶ୍ରୀ ମୋଦୀ ପ୍ରଶ୍ନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଲକ୍ଷ ଲକ୍ଷ ମା' ପାରମ୍ପରିକ ଚୁଲାରେ ରୋଷେଇ କରନ୍ତି, ଯାହାର ଧୂଆଁ ସେମାନଙ୍କ ଆଖି ଲାଲ ହୋଇଯାଏ, ଯାହା ଶହ ଶହ ସିଗାରେଟ ଧୂଆଁ ନିଶ୍ୱାସ ନେବା ସହ ସମାନ । ଏହା କେବଳ ତାଙ୍କ ଆଖିକୁ ପ୍ରଭାବିତ କରୁନଥିଲା ବରଂ ତାଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଖରାପ କରୁଥିଲା ବୋଲି ସେ ପ୍ରକାଶ କରିଥିଲେ। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ୨୦୧୩ ପର୍ଯ୍ୟନ୍ତ ୯ ରୁ ୬ଟି ସିଲିଣ୍ଡର ଯୋଗାଇବା ନେଇ ବିତର୍କା ଚାଲୁଥିବାବେଳେ ତାଙ୍କ ସରକାର ପ୍ରତ୍ୟେକ ନାଗରିକଙ୍କୁ ମୌଳିକ ସୁବିଧା ଯୋଗାଇଦେବାକୁ ପ୍ରାଥମିକତା ଦେଇଥିବାରୁ ପ୍ରତ୍ୟେକ ଘରେ ଗ୍ୟାସ ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ।

ସ୍ୱାସ୍ଥ୍ୟସେବା କ୍ଷେତ୍ର ବିଷୟରେ ଶ୍ରୀ ମୋଦୀ କହିଥିଲେ ଯେ ଏକ ରୋଗ ଏକ ଗରିବ ପରିବାରକୁ ନଷ୍ଟ କରିପାରେ, ଯିଏକି ଦାରିଦ୍ର୍ୟରୁ ବର୍ତ୍ତିବା ପାଇଁ ଦିନରାତି କଠିନ ପରିଶ୍ରମ କରି ନିଜ ପିଲାମାନଙ୍କୁ ଶିକ୍ଷିତ କରିଥାଏ ଏବଂ ସେମାନଙ୍କ ଯୋଜନା ଏବଂ ପ୍ରୟାସକୁ ପୂରଣ କରିଥାଏ । ସମ୍ବିଧାନର ଭାବନାକୁ ସମ୍ମାନ ଦେଇ ୫୦-୬୦ କୋଟି ନାଗରିକଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ସେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିଥିବା ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ସମାଜର ଯେ କୌଣସି ବର୍ଗର ୭୦ ବର୍ଷରୁ ଅଧିକ ବୟସ୍କଙ୍କ ସମେତ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରେ ।

ଗରିବମାନଙ୍କୁ ମାଗଣା ରାସନ ଯୋଗାଇଦେବା ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ୨୫ କୋଟି ଲୋକ ଦାରିଦ୍ର୍ୟକୁ ସଫଳତାର ସହ ପରାସ୍ତ କରିଛନ୍ତି।  ଯେଉଁମାନେ ଦାରିଦ୍ର୍ୟରୁ ମୁକୁଳିଛନ୍ତି ସେମାନେ ହିଁ ଏହି ସହାୟତାର ମହତ୍ତ୍ୱ ବୁଝିଛନ୍ତି ବୋଲି ସେ କହିଥିଲେ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଯେପରି ରୋଗୀଙ୍କୁ ରୋଗରୁ ରକ୍ଷା ପାଇବା ପାଇଁ ଯତ୍ନ ନେବାକୁ ପରାମର୍ଶ ଦିଆଯାଏ, ସେହିଭଳି ଗରିବଙ୍କୁ ପୁଣି ଦାରିଦ୍ର୍ୟ ଭିତରକୁ ଯିବାରୁ ବଞ୍ଚାଇବା ପାଇଁ ସାହାଯ୍ୟ କରିବା ଜରୁରୀ ବୋଲି ସେ ମତ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାରଣରୁ ତାଙ୍କ ସରକାର ମାଗଣା ରାସନ ପ୍ରଦାନ କରନ୍ତି, ଯାହାଦ୍ୱାରା ଦାରିଦ୍ର୍ୟରୁ ବାହାରିଥିବା ଲୋକମାନେ ପୁଣି ଯେପରି ଫେରି ନ ଯାଆନ୍ତି ଏବଂ ଯେଉଁମାନେ ଏବେ ବି ଦାରିଦ୍ର୍ୟରେ ଅଛନ୍ତି ସେମାନଙ୍କୁ ଏହା ଉପରକୁ ଉଠିବାରେ ସାହାଯ୍ୟ କରୁଛି । ନାଗରିକଙ୍କ ମର୍ଯ୍ୟାଦା ଓ କଲ୍ୟାଣ ବଜାୟ ରଖିବା ପାଇଁ ଏହା ଜରୁରୀ ହୋଇଥିବାରୁ ଏହି ପ୍ରୟାସକୁ ଉପହାସ କରିବା ଅନ୍ୟାୟ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଗରିବଙ୍କ ନାମରେ କେବଳ ସ୍ଲୋଗାନ ଦିଆଯାଇଥିଲା ଏବଂ ସେମାନଙ୍କ ନାମରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ କରାଯାଇଥିଲା ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ୨୦୧୪ ସୁଦ୍ଧା ଦେଶର ୫୦ କୋଟି ନାଗରିକ କୌଣସି ବ୍ୟାଙ୍କର ଦ୍ବାର ମାଡ଼ିନଥିଲେ। ସେ କହିଛନ୍ତି ଯେ ସେ ୫୦ କୋଟି ଗରିବ ନାଗରିକଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି, ଯାହା ଦ୍ୱାରା ସେମାନଙ୍କ ପାଇଁ ବ୍ୟାଙ୍କର ଦ୍ୱାର ଖୋଲିଛି । ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଥରେ କହିଥିଲେ ଯେ ଦିଲ୍ଲୀରୁ ପଠାଯାଇଥିବା ଏକ ଟଙ୍କାରୁ ମାତ୍ର ୧୫ ପଇସା ଗରିବଙ୍କ ପାଖରେ ପହଞ୍ଚିଥାଏ। ଆଜି ଦିଲ୍ଲୀରୁ ପଠାଯାଇଥିବା ଏକ ଟଙ୍କାମଧ୍ୟରୁ ସମସ୍ତ ୧୦୦ ପଇସା ସିଧାସଳଖ ଗରିବଙ୍କ ଆକାଉଣ୍ଟରେ ଜମା କରିବାକୁ ସେ ବାଟ ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ବ୍ୟାଙ୍କଗୁଡିକର ସଠିକ ବ୍ୟବହାର କରିଛୁ । ପୂର୍ବରୁ ଯେଉଁମାନଙ୍କୁ ବ୍ୟାଙ୍କଦ୍ୱାରକୁ ଯିବାକୁ ଅନୁମତି ନଥିଲା ସେମାନେ ଏବେ ବିନା ଗ୍ୟାରେଣ୍ଟିରେ ଋଣ ପାଇପାରିବେ ବୋଲି ସେ କହିଥିଲେ। ଗରିବଙ୍କ ଏପରି ସଶକ୍ତୀକରଣ ସମ୍ବିଧାନ ପ୍ରତି ସରକାରଙ୍କ ସମର୍ପଣଭାବର ପ୍ରମାଣ ବୋଲି ସେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗରିବୀ ହଟାଓର ସ୍ଲୋଗାନ କେବଳ ଏକ ସ୍ଲୋଗାନ ହୋଇ ରହିଥିଲା କାରଣ ଗରିବ ଲୋକମାନେ ସେମାନଙ୍କ ସମସ୍ୟାରୁ ମୁକ୍ତି ପାଇପାରିନଥିଲେ । ଏହି କଷ୍ଟରୁ ଗରିବଙ୍କୁ ମୁକ୍ତ କରିବା ତାଙ୍କ ସରକାରର ଲକ୍ଷ୍ୟ ଓ ପ୍ରତିବଦ୍ଧତା ଏବଂ ଏଥିପାଇଁ ସେମାନେ ଦିନରାତି ପରିଶ୍ରମ କରୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଯେଉଁମାନଙ୍କୁ ସାହାଯ୍ୟ କରିବାକୁ କେହି ନାହାନ୍ତି ସେମାନଙ୍କ ପାଇଁ ସେ ଠିଆ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଦିବ୍ୟାଙ୍ଗମାନଙ୍କ ସଂଘର୍ଷ ସମ୍ପର୍କରେ ଶ୍ରୀ ମୋଦୀ କହିଥିଲେ ଯେ ସେ ବର୍ତ୍ତମାନ ଦିବ୍ୟାଙ୍ଗମାନଙ୍କ ପାଇଁ ସହଜ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି, ଯାହା ଦ୍ୱାରା ସେମାନଙ୍କ ହ୍ୱିଲଚେୟାର ଟ୍ରେନ୍ କୋଚରେ ପହଞ୍ଚିପାରିବ । ସମାଜର ଅବହେଳିତ ବର୍ଗଙ୍କ ପାଇଁ ତାଙ୍କର ଚିନ୍ତାରୁ ପ୍ରେରିତ ହୋଇ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଭାଷା ନାଁରେ ଝଗଡ଼ା ଶିଖାଯାଉଥିବା ବେଳେ ଭିନ୍ନକ୍ଷମଙ୍କ ପ୍ରତି ଅନେକ ଅନ୍ୟାୟ ହୋଇଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଙ୍କେତିକ ଭାଷା ପ୍ରଣାଳୀ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ, ଯାହା ଦିବ୍ୟାଙ୍ଗମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ । ସେ ଆଲୋକପାତ କରିଥିଲେ ଯେ ଆମେ ଏକ ସାଧାରଣ ସାଙ୍କେତିକ ଭାଷା ସୃଷ୍ଟି କରିଛୁ, ଯାହା ବର୍ତ୍ତମାନ ଦେଶର ସମସ୍ତ ଭିନ୍ନକ୍ଷମଙ୍କୁ ଉପକୃତ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯାଯାବର ଏବଂ ଅର୍ଦ୍ଧଯାଯାବର ସମ୍ପ୍ରଦାୟର କଲ୍ୟାଣ ସୁନିଶ୍ଚିତ କରିବାକୁ କେହି ନାହାନ୍ତି । ସମ୍ବିଧାନ ଅନୁଯାୟୀ ଏହି ଲୋକମାନଙ୍କୁ ପ୍ରାଥମିକତା ଦିଆଯାଇଥିବାରୁ ସେମାନଙ୍କ କଲ୍ୟାଣ ପାଇଁ ତାଙ୍କ ସରକାର ଏକ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସକାଳୁ ରାତି ପର୍ଯ୍ୟନ୍ତ ଅକ୍ଳାନ୍ତ ପରିଶ୍ରମ କରୁଥିବା ରାସ୍ତାକଡ଼ ଦୋକାନୀମାନେ ଅନେକ ସମୟରେ ସେମାନଙ୍କ ଗାଡି ଭଡ଼ାରେ ନେବା ଏବଂ ଅଧିକ ସୁଧହାରରେ ଟଙ୍କା ଧାର କରିବା ଭଳି ଅସୁବିଧାର ସମ୍ମୁଖୀନ ହୁଅନ୍ତି । ରାସ୍ତାକଡ଼ରେ ବିକ୍ରେତାମାନଙ୍କୁ ଗ୍ୟାରେଣ୍ଟି ମୁକ୍ତ ଋଣ ପ୍ରଦାନ କରିବା ପାଇଁ ସରକାର ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ଯୋଗୁଁ ଷ୍ଟ୍ରିଟ୍ ଭେଣ୍ଡରମାନେ ଋଣର ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି, ସମ୍ମାନ ଲାଭ କରିଛନ୍ତି ଏବଂ ସେମାନଙ୍କର ବ୍ୟବସାୟକୁ ବିସ୍ତାର କରିପାରିଛନ୍ତି ।

ଦେଶରେ ଏପରି କେହିନାହିଁ ଯାହାର ବିଶ୍ୱକର୍ମା କାରିଗରଙ୍କ ସେବାର ଆବଶ୍ୟକତା ନାହିଁ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଶତାବ୍ଦୀ ଧରି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ରହିଥିଲା, କିନ୍ତୁ ବିଶ୍ୱକର୍ମା କାରିଗରଙ୍କ କଲ୍ୟାଣ ପ୍ରତି କେବେ ଧ୍ୟାନ ଦିଆଯାଇନଥିଲା । ବିଶ୍ୱକର୍ମା କାରିଗରଙ୍କ କଲ୍ୟାଣ ପାଇଁ ସେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ବ୍ୟାଙ୍କ ଋଣ, ନୂତନ ପ୍ରଶିକ୍ଷଣ, ଅତ୍ୟାଧୁନିକ ଉପକରଣ ଏବଂ ଅଭିନବ ଡିଜାଇନର ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି। ବିଶ୍ୱକର୍ମା ସମ୍ପ୍ରଦାୟକୁ ସାହାଯ୍ୟ କରିବା ପାଇଁ ସେ ଏହି ପଦକ୍ଷେପକୁ ସୁଦୃଢ଼ କରିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ସରକାର ଭାରତୀୟ ସମ୍ବିଧାନ ଅନୁଯାୟୀ କିନ୍ନରମାନଙ୍କ ଅଧିକାରସୁନିଶ୍ଚିତ କରିଛନ୍ତି ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ପାଇଁ ଆଇନ ପ୍ରଣୟନ କରିଛନ୍ତି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ।

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉମରଗାମରୁ ଅମ୍ବାଜୀ ପର୍ଯ୍ୟନ୍ତ ସମଗ୍ର ଆଦିବାସୀ ଅଞ୍ଚଳରେ ଗୋଟିଏ ବି ବିଜ୍ଞାନ ବିଷୟ ବିଦ୍ୟାଳୟ ନଥିଲା, ବିଜ୍ଞାନ ବିଷୟ ଥିବା ବିଦ୍ୟାଳୟ ବିନା ଆଦିବାସୀ ଛାତ୍ରଛାତ୍ରୀମାନେ ଇଞ୍ଜିନିୟର କିମ୍ବା ଡାକ୍ତର ହେବା ଅସମ୍ଭବ । ଆଦିବାସୀ ସମ୍ପ୍ରଦାୟର ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରି ସେ ଏହି ଅଞ୍ଚଳରେ ବିଜ୍ଞାନ ବିଷୟର ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ବୋଲି ସେ କହିଥିଲେ।

ଅତି ପଛୁଆ ଜନଜାତି ସମ୍ପ୍ରଦାୟର ବିକାଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଜନ ମନ ଯୋଜନା ପ୍ରଣୟନ କରିବାରେ ତାଙ୍କର ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ । ଭୋଟ୍ ରାଜନୀତିରେ ପ୍ରାୟତଃ ଅଣଦେଖା କରାଯାଉଥିବା ଏହି ଛୋଟ ଛୋଟ ଗୋଷ୍ଠୀ ଏବେ ଏହି ଯୋଜନା ମାଧ୍ୟମରେ ଦୃଷ୍ଟି ଆକର୍ଷଣ ଓ ସମର୍ଥନ ପାଉଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମାଜରେ ଥିବା ସବୁଠାରୁ ଦୁର୍ବଳ ବର୍ଗର ଲୋକମାନଙ୍କୁ ମଧ୍ୟ ଖୋଜି ବାହାର କରିବା ଏବଂ ସାହାଯ୍ୟ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ ।

ଶ୍ରୀ ମୋଦୀ କହିଥିଲେ ଯେ ୬୦ ବର୍ଷ ମଧ୍ୟରେ ୧୦୦ଟି ଜିଲ୍ଲାକୁ ପଛୁଆ ଭାବେ ଚିହ୍ନଟ କରାଯାଇଥିଲା ଏବଂ ଏହି ମାନ୍ୟତା ଦାୟିତ୍ୱସମ୍ପନ୍ନ ଅଧିକାରୀଙ୍କ ପାଇଁ ଦଣ୍ଡନୀୟ ପୋଷ୍ଟିଂରେ ପରିଣତ ହୋଇଥିଲା। ଅନଲାଇନରେ ୪୦ଟି ମାନଦଣ୍ଡର ନିୟମିତ ତଦାରଖ କରି ଆକାଂକ୍ଷୀ ଜିଲ୍ଲା ପରିକଳ୍ପନା ପ୍ରଚଳନ କରି ସେ ଏହି ପରିସ୍ଥିତିରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ସେମାନଙ୍କ ରାଜ୍ୟର ଶ୍ରେଷ୍ଠ ଜିଲ୍ଲା ସହ ପ୍ରତିଯୋଗିତା କରୁଛନ୍ତି ଏବଂ କେତେକ ଜାତୀୟ ହାରାକୁ ମଧ୍ୟ ଛୁଇଁପାରିଛନ୍ତି । କୌଣସି ଅଂଚଳକୁ ପଛରେ ପକାଇବା ଉଚିତ ନୁହେଁ ବୋଲି ସେ କହିବା ସହ ଏବେ ୫୦୦ଟି ବ୍ଲକକୁ ଆକାଂକ୍ଷୀ ବ୍ଲକ ଭାବେ ବିକଶିତ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ ।

 

ରାମ ଓ କୃଷ୍ଣଙ୍କ ସମୟରେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ଅସ୍ତିତ୍ୱ ରହିଥିଲା କିନ୍ତୁ ସ୍ୱାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ସେମାନଙ୍କ ପାଇଁ କୌଣସି ପୃଥକ ମନ୍ତ୍ରଣାଳୟ ଗଠନ ହୋଇନଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ହିଁ ପ୍ରଥମେ ଆଦିବାସୀ ସମ୍ବନ୍ଧୀୟ ପ୍ରସଙ୍ଗ ପାଇଁ ଏକ ପୃଥକ ମନ୍ତ୍ରଣାଳୟ ଗଠନ କରିଥିଲେ ଏବଂ ସେମାନଙ୍କ ବିକାଶ ଓ ପ୍ରଚାର ପାଇଁ ବଜେଟ୍ ଆବଣ୍ଟନ କରିଥିଲେ । ମତ୍ସ୍ୟଜୀବୀଙ୍କ କଲ୍ୟାଣ ସମ୍ପର୍କରେ ଶ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ସରକାର ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ମତ୍ସ୍ୟ ମନ୍ତ୍ରଣାଳୟ ଗଠନ କରିଛନ୍ତି ଏବଂ ସେମାନଙ୍କ କଲ୍ୟାଣ ପାଇଁ ଏକ ପୃଥକ ବଜେଟ୍ ଦିଆଯାଇଛି। ସମାଜର ଏହି ବର୍ଗର ଯତ୍ନ ନିଆଯାଇଛି ବୋଲି ସେ କହିଛନ୍ତି।

ଦେଶର କ୍ଷୁଦ୍ର କୃଷକମାନଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମବାୟ ସେମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କ୍ଷୁଦ୍ର କୃଷକଙ୍କ ଚିନ୍ତା ଉପରେ ଆଲୋକପାତ କରି ସେ କହିଥିଲେ ଯେ ସମବାୟ କ୍ଷେତ୍ରକୁ ଦାୟିତ୍ୱବାନ, ସୁଦୃଢ଼ ଓ ସଶକ୍ତ କରି କ୍ଷୁଦ୍ର କୃଷକମାନଙ୍କ ଜୀବନକୁ ଶକ୍ତି ଦେବା ପାଇଁ ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ଗଠନ କରାଯାଇଛି। ଦକ୍ଷ ମାନବ ସମ୍ବଳର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ମାନବ ସମ୍ବଳ ପାଇଁ ଆଗ୍ରହୀ । ସେ କହିଥିଲେ ଯେ ଯଦି ଆମକୁ ଦେଶରେ ଜନସଂଖ୍ୟାଗତ ଲାଭ ଉଠାଇବାକୁ ଚାହୁଁଛି, ତେବେ ଆମର ମାନବ ସମ୍ବଳ କୁଶଳୀ ହେବା ଆବଶ୍ୟକ । ସେ କହିଛନ୍ତି ଯେ ଦେଶର ଯୁବକମାନେ ଯେପରି ବିଶ୍ୱର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ହୁଅନ୍ତି ଏବଂ ସେମାନେ ବିଶ୍ୱ ସହିତ ପ୍ରସ୍ତୁତ ହୁଅନ୍ତି ସେଥିପାଇଁ ଏକ ସ୍ୱତନ୍ତ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ଗଠନ କରାଯାଇଛି ।

ଉତ୍ତର-ପୂର୍ବାଞ୍ଚଳ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଦେଶର ଉତ୍ତର-ପୂର୍ବାଞ୍ଚଳରେ କମ୍ ଭୋଟ୍ କିମ୍ବା ଆସନ ଥିବାରୁ ଅବହେଳିତ ହୋଇଆସୁଥିଲା। ଅଟଳଜୀଙ୍କ ସରକାର ହିଁ ପ୍ରଥମେ ଉତ୍ତର-ପୂର୍ବାଞ୍ଚଳର କଲ୍ୟାଣ ପାଇଁ ଡିଓଏନଆର ମନ୍ତ୍ରଣାଳୟ ଗଠନ କରିଥିଲେ ଏବଂ ଆଜି ଏହି କାରଣରୁ ଉତ୍ତର-ପୂର୍ବାଞ୍ଚଳରେ ରେଳବାଇ, ସଡକ, ବନ୍ଦର, ବିମାନବନ୍ଦର ନିର୍ମାଣ ଦ୍ୱାରା ବିକାଶ ଦେଖିବାକୁ ମିଳୁଛି ।

ଜମି ରେକର୍ଡର ଗୁରୁତ୍ୱ ଓ ସବୁଠାରୁ ସମୃଦ୍ଧ ଦେଶମାନଙ୍କରେ ଆଜି ମଧ୍ୟ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ଜମିର ମାଲିକାନା ପାଇବା ପାଇଁ ସରକାରଙ୍କ ତରଫରୁ ଯଥାସମ୍ଭବ ପ୍ରୟାସ କରାଯାଇଥିଲା, ଯାହାଦ୍ୱାରା ଗାଁର ପ୍ରତ୍ୟେକ ସାଧାରଣ ଲୋକଙ୍କ ପାଖରେ ତାଙ୍କ ଘରର ଜମିର ରେକର୍ଡ, ତାଙ୍କ ଘରର ମାଲିକାନା କାଗଜପତ୍ର ରହିବ, ଯାହାଦ୍ୱାରା ସେ ବ୍ୟାଙ୍କରୁ ଋଣ ନେଇପାରିବେ ଏବଂ ବେଆଇନ ଜବରଦଖଲର ଭୟ ରହିବ ନାହିଁ ।

ଏହି ସବୁ କାର୍ଯ୍ୟ ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ କରାଯାଇଥିବା ପ୍ରୟାସ ଗରିବମାନଙ୍କୁ ଏକ ନୂତନ ଆତ୍ମବିଶ୍ୱାସ ଦେଇଛି ଏବଂ ଏତେ କମ୍ ସମୟ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟ ଦୂର କରିବାରେ ସଫଳ ହୋଇଛନ୍ତି । ଏସବୁ ସମ୍ଭବ ହୋଇପାରିଛି କାରଣ ଆମେ ସମ୍ବିଧାନର ନିର୍ଦ୍ଦେଶରେ କାମ କରୁଛୁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 'ସବକା ସାଥ, ସବକା ବିକାଶ' କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଆମବିଶ୍ୱାସର ପ୍ରତୀକ ଏବଂ ସେଥିପାଇଁ ଆମେ ବିନା ଭେଦଭାବରେ ସରକାରୀ ଯୋଜନା କାର୍ଯ୍ୟକାରୀ କରିଛୁ । ଶତ ପ୍ରତିଶତ ହିତାଧିକାରୀ ଯେପରି ଏହାର ଲାଭ ପାଇପାରିବେ ସେଥିପାଇଁ ସରକାର ବିଭିନ୍ନ ଯୋଜନା ପାଇଁ ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଯଦି କୌଣସି ପ୍ରକୃତ ଧର୍ମନିରପେକ୍ଷତା ଅଛି ତେବେ ତାହା ସମ୍ପୂର୍ଣ୍ଣତାରେ ଏବଂ ଯଦି କୌଣସି ପ୍ରକୃତ ସାମାଜିକ ନ୍ୟାୟ ଅଛି ତେବେ ତାହା ହେଉଛି ବିନା ଭେଦଭାବରେ, ଅର୍ଥାତ୍ ଏହାର ଯୋଗ୍ୟ ବ୍ୟକ୍ତିଙ୍କୁ ଶତ ପ୍ରତିଶତ ଲାଭ ଦିଆଯିବା ଉଚିତ । ଏହା ହେଉଛି ପ୍ରକୃତ ଧର୍ମନିରପେକ୍ଷତା ଓ ପ୍ରକୃତ ସାମାଜିକ ନ୍ୟାୟ।

ସମ୍ବିଧାନର ଭାବନାକୁ ଦେଶକୁ ଦିଗ ଦର୍ଶନ ଦେବାର ମାଧ୍ୟମ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜନୀତି ଦେଶର ପ୍ରେରକ ଶକ୍ତି ଭାବରେ କେନ୍ଦ୍ରରେ ରହିଛି । ଆଗାମୀ ଦଶନ୍ଧିରେ ଗଣତନ୍ତ୍ରର ଦିଗ ଓ ରାଜନୀତିର ଦିଗ ବିଷୟରେ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

 

କିଛି ରାଜନୈତିକ ଦଳ ଓ ସେମାନଙ୍କ କ୍ଷମତାବୋଧ ଉପରେ ପ୍ରଶ୍ନ ଉଠାଇ ଶ୍ରୀ ମୋଦୀ ସେମାନଙ୍କୁ ପ୍ରଶ୍ନ କରିଥିଲେ ଯେ ସେମାନେ ନିଜେ କେବେ ଏ ବିଷୟରେ ଚିନ୍ତା କରିଛନ୍ତି କି ଏବଂ ସେ ସବୁ ଦଳକୁ ଏହା କହୁଛନ୍ତି। ସେ କହିଥିଲେ ଯେ ଏଗୁଡ଼ିକ ହେଉଛି ତାଙ୍କ ମନର ଚିନ୍ତାଧାରା, ଯାହାକୁ ସେ ଏହି ଗୃହରେ ରଖିବାକୁ ଚାହୁଁଥିଲେ।

ଦେଶର ଯୁବବର୍ଗଙ୍କୁ ଆକୃଷ୍ଟ କରିବା, ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ଦେଶର ଯୁବକମାନଙ୍କୁ ଆଗକୁ ଆଣିବା ପାଇଁ ସମସ୍ତ ରାଜନୈତିକ ଦଳ ପ୍ରୟାସ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଦେଶର ଗଣତନ୍ତ୍ର ଯୁବପିଢ଼ିଙ୍କୁ ରାଜନୀତିକୁ ଆଣିବା ଆବଶ୍ୟକ ବୋଲି ସେ କହିଥିଲେ ଏବଂ ଯେଉଁ ମାନଙ୍କର କୌଣସି ରାଜନୈତିକ ପାରିବାରିକ ପୃଷ୍ଠଭୂମି ନାହିଁ ସେମାନଙ୍କୁ ଦେଶର ରାଜନୀତିକୁ ଆଣିବା ଦରକାର ବୋଲି ସେ ଦୋହରାଇଥିଲେ। ସେ କହିଛନ୍ତି ଯେ ଦେଶରେ ନୂତନ ଶକ୍ତି ଏବଂ ନୂତନ ସଂକଳ୍ପ ଏବଂ ସ୍ୱପ୍ନ ସହିତ ଯୁବବର୍ଗ ଆସିବାର ଆବଶ୍ୟକତା ରହିଛି ଏବଂ ଯେତେବେଳେ ଆମେ ଭାରତୀୟ ସମ୍ବିଧାନର ୭୫ ବର୍ଷ ପାଳନ କରୁଛୁ, ସେତେବେଳେ ଆମକୁ ସେହି ଦିଗରେ ଯିବା ଉଚିତ୍ ।

ଦେଶର ଯୁବବର୍ଗଙ୍କୁ ଆକୃଷ୍ଟ କରିବା, ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ଦେଶର ଯୁବକମାନଙ୍କୁ ଆଗକୁ ଆଣିବା ପାଇଁ ସମସ୍ତ ରାଜନୈତିକ ଦଳ ପ୍ରୟାସ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଦେଶର ଗଣତନ୍ତ୍ର ଯୁବପିଢ଼ିଙ୍କୁ ରାଜନୀତିକୁ ଆଣିବା ଆବଶ୍ୟକ ବୋଲି ସେ କହିଥିଲେ ଏବଂ ଯେଉଁ ମାନଙ୍କର କୌଣସି ରାଜନୈତିକ ପାରିବାରିକ ପୃଷ୍ଠଭୂମି ନାହିଁ ସେମାନଙ୍କୁ ଦେଶର ରାଜନୀତିକୁ ଆଣିବା ଦରକାର ବୋଲି ସେ ଦୋହରାଇଥିଲେ। ସେ କହିଛନ୍ତି ଯେ ଦେଶରେ ନୂତନ ଶକ୍ତି ଏବଂ ନୂତନ ସଂକଳ୍ପ ଏବଂ ସ୍ୱପ୍ନ ସହିତ ଯୁବବର୍ଗ ଆସିବାର ଆବଶ୍ୟକତା ରହିଛି ଏବଂ ଯେତେବେଳେ ଆମେ ଭାରତୀୟ ସମ୍ବିଧାନର ୭୫ ବର୍ଷ ପାଳନ କରୁଛୁ, ସେତେବେଳେ ଆମକୁ ସେହି ଦିଗରେ ଯିବା ଉଚିତ୍ ।

ଲାଲକିଲ୍ଲାରୁ ସମ୍ବିଧାନରେ ଆମର କର୍ତ୍ତବ୍ୟ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଦୁର୍ଭାଗ୍ୟଜନକ ଯେ ସମ୍ବିଧାନ ନାଗରିକଙ୍କ ଅଧିକାର ନିର୍ଦ୍ଧାରଣ କରିଥିବା ବେଳେ ସେମାନଙ୍କଠାରୁ କର୍ତ୍ତବ୍ୟ ମଧ୍ୟ ଆଶା କରିଥାଏ । ସେ କହିଥିଲେ ଯେ ଆମ ସଭ୍ୟତାର ସାର ହେଉଛି ଧର୍ମ, ଏହା ଆମର କର୍ତ୍ତବ୍ୟ । ମହାତ୍ମା ଗାନ୍ଧିଙ୍କ ଉଦାହରଣ ଦେଇ ସେ କହିଛନ୍ତି ଯେ ସେ ତାଙ୍କ ଅଶିକ୍ଷିତ କିନ୍ତୁ ଜ୍ଞାନୀ ମା'ଙ୍କଠାରୁ ଶିଖିଥିଲେ ଯେ ଆମେ ଆମର କର୍ତ୍ତବ୍ୟ ପାଳନ କରିବାରେ ହିଁ ଅଧିକାର ମିଳିଥାଏ। ମହାତ୍ମାଜୀଙ୍କ ବାଣୀକୁ ଆଗକୁ ନେବାକୁ ଚାହୁଁଛନ୍ତି ଏବଂ କହିବାକୁ ଚାହୁଁଛନ୍ତି ଯେ ଯଦି ଆମେ ଆମର ମୌଳିକ କର୍ତ୍ତବ୍ୟ ପାଳନ କରୁ, ତେବେ ଆମକୁ ବିକଶିତ ଭାରତ ଗଠନରୁ କେହି ଅଟକାଇ ପାରିବେ ନାହିଁ ବୋଲି ଶ୍ରୀ ମୋଦୀ କହିଥିଲେ। ସମ୍ବିଧାନର ୭୫ ତମ ବର୍ଷ ଆମର କର୍ତ୍ତବ୍ୟ ପ୍ରତି ସମର୍ପଣ, ଆମର ପ୍ରତିବଦ୍ଧତାର ସମୟ ଏବଂ ସମୟର ଆବଶ୍ୟକତା ହେଉଛି ଦେଶ କର୍ତ୍ତବ୍ୟ ଭାବନା ସହିତ ଆଗକୁ ବଢିବା ଉଚିତ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନର ଭାବନାରେ ଅନୁପ୍ରାଣିତ ହୋଇ ସେ ଭାରତର ଭବିଷ୍ୟତ ପାଇଁ ଗୃହରେ ୧୧ଟି ସଂକଳ୍ପ ଉପସ୍ଥାପନ କରିବାକୁ ଚାହୁଁଥିଲେ । ପ୍ରଥମ ସଂକଳ୍ପ ହେଉଛି ନାଗରିକ ହୁଅନ୍ତୁ ବା ସରକାର, ସମସ୍ତେ ନିଜ ନିଜର କର୍ତ୍ତବ୍ୟ ପାଳନ କରିବା ଉଚିତ। ଦ୍ବିତୀୟ ସଂକଳ୍ପ ହେଉଛି ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ସମାଜକୁ ବିକାଶର ଲାଭ ମିଳିବା ଦରକାର, ସବକା ସାଥ, ସବକା ବିକାଶ। ତୃତୀୟ ସଂକଳ୍ପ ହେଉଛି ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ରହିବା ଉଚିତ, ଦୁର୍ନୀତିଗ୍ରସ୍ତଙ୍କୁ ସାମାଜିକ ସ୍ୱୀକୃତି ଦିଆଯିବା ଉଚିତ ନୁହେଁ। ଚତୁର୍ଥ ସଂକଳ୍ପ ହେଉଛି ଦେଶର ଆଇନ, ଦେଶର ନିୟମ ଓ ଦେଶର ପରମ୍ପରାକୁ ଅନୁସରଣ କରି ଦେଶର ନାଗରିକମାନେ ଗର୍ବିତ ହେବା ଉଚିତ। ପଞ୍ଚମ ସଂକଳ୍ପ ହେଉଛି ଦାସତ୍ୱର ମାନସିକତାରୁ ମୁକ୍ତି ପାଇବା ଏବଂ ଦେଶର ଐତିହ୍ୟ କୁ ନେଇ ଗର୍ବିତ ହେବା । ଷଷ୍ଠ ସଂକଳ୍ପ ହେଉଛି ଦେଶର ରାଜନୀତିକୁ ପରିବାରବାଦରୁ ମୁକ୍ତ କରିବା। ସପ୍ତମ ସଂକଳ୍ପ, ସମ୍ବିଧାନକୁ ସମ୍ମାନ ଦିଆଯିବା ଉଚିତ, ରାଜନୈତିକ ଫାଇଦା ପାଇଁ ସମ୍ବିଧାନକୁ ଅସ୍ତ୍ର ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ। ଅଷ୍ଟମ ସଂକଳ୍ପ ସମ୍ବିଧାନର ଭାବନାକୁ ଦୃଷ୍ଟିରେ ରଖି ଯେଉଁମାନେ ସଂରକ୍ଷଣ ପାଉଛନ୍ତି ସେମାନଙ୍କୁ ସଂରକ୍ଷଣରୁ ବଞ୍ଚିତ କରାଯିବା ଉଚିତ ନୁହେଁ ଏବଂ ଧର୍ମ ଆଧାରରେ ସଂରକ୍ଷଣ ଦେବାର ପ୍ରତ୍ୟେକ ପ୍ରୟାସ ବନ୍ଦ କରାଯାଉ। ନବମ ସଂକଳ୍ପ: ଭାରତ ହେଉଛି ବିଶ୍ୱରେ ସବୁଠାରୁ ବଡ଼ ମହିଳା ନେତୃତ୍ବାଧୀନ ବିକାଶ ପ୍ରଦାନକାରୀ ଦେଶ ଭାବେ ନେତୃତ୍ବ ନେଉ। ଦଶମ ସଂକଳ୍ପ ରାଜ୍ୟର ବିକାଶ ମାଧ୍ୟମରେ ଦେଶର ବିକାଶ ହେବା ଉଚିତ, ଏହା ଆମର ବିକାଶ ର ମନ୍ତ୍ର ହେବା ଉଚିତ । ଏକାଦଶ ସଂକଳ୍ପ ହେଉଛି ଏକ ଭାରତ ଶ୍ରେଷ୍ଠ ଭାରତର ଲକ୍ଷ୍ୟ ସର୍ବୋଚ୍ଚ ହେବା ଉଚିତ୍ ।

ପ୍ରଧାନମନ୍ତ୍ରୀ କହିଥିଲେ ,ଏସବୁ ସଂକଳ୍ପ ନେଇ ଆମେ ସମସ୍ତେ ମିଳିମିଶି ଆଗକୁ ବଢ଼ିଲେ ସମସ୍ତଙ୍କ ଉଦ୍ୟମରେ ଆମେ ଏକ ବିକଶିତ ଭାରତର ସ୍ୱପ୍ନ ସାକାର କରିପାରିବା । ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନ ପୂରଣ ହୋଇ ଦେଶ ସଂକଳ୍ପ ନେଇ ଆଗକୁ ବଢ଼ିଲେ ଆଶାନୁରୂପ ଫଳ ମିଳିଥାଏ। ୧୪୦ କୋଟି ଦେଶବାସୀଙ୍କ ପ୍ରତି ତାଙ୍କର ଅତୁଟ ସମ୍ମାନ ରହିଛି, ସେମାନଙ୍କ ଶକ୍ତି ଉପରେ ତାଙ୍କର ଅସୀମ ବିଶ୍ୱାସ ରହିଛି, ଦେଶର ଯୁବଶକ୍ତି ଉପରେ ତାଙ୍କର ଅସୀମ ବିଶ୍ୱାସ ରହିଛି, ଦେଶର ନାରୀ ଶକ୍ତି ଉପରେ ତାଙ୍କର ଅସୀମ ବିଶ୍ୱାସ ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ। ନିଜର ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଏହି ସଂକଳ୍ପ ନେଇ ଆଗକୁ ବଢ଼ିବା ଉଚିତ ଯେ ୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ, ସେତେବେଳେ ଏହାକୁ ଏକ ବିକଶିତ ଭାରତ ଭାବରେ ପାଳନ କରାଯିବ ।

 

Click here to read full text speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
How India is looking to deepen local value addition in electronics manufacturing

Media Coverage

How India is looking to deepen local value addition in electronics manufacturing
NM on the go

Nm on the go

Always be the first to hear from the PM. Get the App Now!
...
The World This Week on India
April 22, 2025

From diplomatic phone calls to groundbreaking scientific discoveries, India’s presence on the global stage this week was marked by collaboration, innovation, and cultural pride.

Modi and Musk Chart a Tech-Driven Future

Prime Minister Narendra Modi’s conversation with Elon Musk underscored India’s growing stature in technology and innovation. Modi reaffirmed his commitment to advancing partnerships with Musk’s companies, Tesla and Starlink, while Musk expressed enthusiasm for deeper collaboration. With a planned visit to India later this year, Musk’s engagement signals a new chapter in India’s tech ambitions, blending global expertise with local vision.

Indian origin Scientist Finds Clues to Extraterrestrial Life

Dr. Nikku Madhusudhan, an IIT BHU alumnus, made waves in the scientific community by uncovering chemical compounds—known to be produced only by life—on a planet 124 light years away. His discovery is being hailed as the strongest evidence yet of life beyond our solar system, putting India at the forefront of cosmic exploration.

Ambedkar’s Legacy Honoured in New York

In a nod to India’s social reform icon, New York City declared April 14, 2025, as Dr. Bhimrao Ramji Ambedkar Day. Announced by Mayor Eric Adams on Ambedkar’s 134th birth anniversary, the recognition reflects the global resonance of his fight for equality and justice.

Tourism as a Transformative Force

India’s travel and tourism sector, contributing 7% to the economy, is poised for 7% annual growth over the next decade, according to the World Travel & Tourism Council. WTTC CEO Simpson lauded PM Modi’s investments in the sector, noting its potential to transform communities and uplift lives across the country.

Pharma Giants Eye US Oncology Market

Indian pharmaceutical companies are setting their sights on the $145 billion US oncology market, which is growing at 11% annually. With recent FDA approvals for complex generics and biosimilars, Indian firms are poised to capture a larger share, strengthening their global footprint in healthcare.

US-India Ties Set to Soar

US President Donald Trump called PM Modi a friend, while State Department spokesperson MacLeod predicted a “bright future” for US-India relations. From counter-terrorism to advanced technology and business, the two nations are deepening ties, with India’s strategic importance in sharp focus.

India’s Cultural Treasures Go Global

The Bhagavad Gita and Bharata’s Natyashastra were added to UNESCO’s Memory of the World Register, joining 74 new entries this year. The inclusion celebrates India’s rich philosophical and artistic heritage, cementing its cultural influence worldwide.

Russia Lauds India’s Space Prowess

Russian Ambassador Denis Alipov praised India as a leader in space exploration, noting that Russia is learning from its advancements. He highlighted Russia’s pride in contributing to India’s upcoming manned mission, a testament to the deepening space collaboration between the two nations.

From forging tech partnerships to leaving an indelible mark on science, culture, and diplomacy, India this week showcased its ability to lead, inspire, and connect on a global scale.