ଭାରତୀୟ ସ୍ୱସ୍ଥ ଓ ନିରାମୟ ବିଚାର ରୋଗର କେବଳ ଚିକିତ୍ସା ମଧ୍ୟରେ ସୀମିତ ନୁହେଁ: ଶ୍ରୀ ମୋଦୀ
ଯୋଗ ଓ ଆୟୁର୍ବେଦ ସମଗ୍ର ବିଶ୍ୱକୁ ସେମାନେ ବୁଝୁଥିବା ଭାଷାରେ ଉପସ୍ଥାପିତ କରାଯିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ
ଭାରତକୁ ଆଧ୍ୟାତ୍ମିକ ଓ ସ୍ୱସ୍ଥ ପର୍ଯ୍ୟଟନ ହବରେ ପରିଣତ କରିବା ପାଇଁ ଆହ୍ୱାନ

ଶ୍ରୀରାମଚନ୍ଦ୍ର ମିଶନର 75ତମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ବୋଧନ ଦେଇଛନ୍ତି। ସେ ତାଙ୍କ ଭାଷଣରେ ଜନସାଧାରଣଙ୍କ ମଧ୍ୟରେ ଶାନ୍ତି, ସୁସ୍ଥତା, ନିରାମୟତା, ଆଧ୍ୟାତ୍ମିକତାର ଯଥାର୍ଥ ଭାବନା ସ୍ଥାପନ କରିବାକୁ ଆହ୍ୱାନ ଦେଇଛନ୍ତି । ଯୋଗକୁ ଲୋକପ୍ରିୟ କରିବା ଦିଗରେ ମିଶନ ପକ୍ଷରୁ ଯେଉଁ ଉଦ୍ୟମ ଚାଲିଛି ତାହାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦ୍ରୁତ ଗତିଶୀଳ ଏବଂ ମାନସିକ ଚାପଗ୍ରସ୍ତ ଜୀବନ ଯୋଗୁଁ ମଣିଷ ନାନାପ୍ରକାର ଜୀବନ ଶୈଳୀଗତ ବ୍ୟାଧିର ସମ୍ମୁଖୀନ ହେଉଛି । ଏଭଳି ସ୍ଥିତିରେ ଏସବୁରୁ ରକ୍ଷା ପାଇବା ପାଇଁ ଯୋଗ ଏକ ସହଜ ମାର୍ଗ ଏବଂ ଏହାକୁ ମାଧ୍ୟମ କରି ସମଗ୍ର ବିଶ୍ୱ ସୁସ୍ଥ ଓ ନିରାମୟ ରହିପାରିବ ।

କରୋନା ମହାମାରୀର ମୁକାବିଲା ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବ୍ୟାଧି ବିରୋଧରେ ଦେଶର 130 କୋଟି ଜନତା ଯେପରି ସତର୍କତା ଅବଲମ୍ବନ କଲେ ତାହା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ । କରୋନା ବିରୋଧୀ ଲଢେଇରେ ଗୃହସ୍ଥ ଜ୍ଞାନ ଏବଂ ଯୋଗ ଓ ଆୟୁର୍ବେଦ ଏକ ବଡ଼ ଭୂମିକା ନିର୍ବାହ କରିଥିଲା ।

ସେ କହିଛନ୍ତି ଯେ ବିଶ୍ୱର କଲ୍ୟାଣ ପାଇଁ ଭାରତ ଏକ ମାନବ କୈନ୍ଦ୍ରିକ ଦୃଷ୍ଟିକୋଣ ନେଇ କାମ କରୁଛି । ଏଥିରେ କଲ୍ୟାଣ, ସୁଖସମୃଦ୍ଧି ଏବଂ ସଂପତ୍ତି ମଧ୍ୟରେ ଉପଯୁକ୍ତ ଭାରସାମ୍ୟ ରକ୍ଷା କରାଯାଉଛି । ଗତ 6 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ୍‍ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମମାନ ହାତକୁ ନେଇଛି । ଏହାର ପ୍ରଥମ ଲକ୍ଷ୍ୟ ହେଲା ଗରିବ ଲୋକଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯୋଗାଇଦେବା ସହ ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରିବା । ସାର୍ବଜନୀନ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ସାମାଜିକ କଲ୍ୟାଣକାରୀ ଯୋଜନାଗୁଡିକ ଏଥିରେ ସ୍ଥାନ ପାଇଛି । ଆହୁରି ମଧ୍ୟ ଧୂମହୀନ ଚୁଲା, ବ୍ୟାଙ୍କ ନ ଥିବା ଅଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧା, ସବୁ ଭୂମିହୀନଙ୍କୁ ଘର ଯୋଗାଣ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ କୋଟି କୋଟି ଭାରତୀୟଙ୍କ ଜୀବନରେ ସରକାର ଏକ ନୂଆ ରଚନାତ୍ମକ ସ୍ପର୍ଶ ଦେଇଛନ୍ତି ।

ସ୍ୱସ୍ଥତା ଓ ନିରାମୟତା ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ବିଚାର କେବଳ ଆରୋଗ୍ୟ କରିବାରେ ସୀମିତ ନୁହେଁ, ଏହାର ପରିସର ବ୍ୟାପକ । ଚିକିତ୍ସା ସହିତ ଏହା ରୋଗର ନିରାକରଣ, ଦୂରୀକରଣ ଆଦି ଉପରେ ଭାରତ ଗୁରୁତ୍ୱ ଦେଉଛି । ସେ କହିଛନ୍ତି ଯେ ଭାରତର ଧ୍ୱଜାଧାରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ‘ଆୟୁଷ୍ମମାନ ଭାରତ’ର ହିତାଧିକାରୀଙ୍କ ସଂଖ୍ୟା ଆମେରିକା ଓ ଅନେକ ୟୁରୋପ ରାଷ୍ଟ୍ରଙ୍କ ଜନସଂଖ୍ୟାଠାରୁ ଅଧିକ । ଏହା ବିଶ୍ୱର ସର୍ବବୃହତ୍‍ ସ୍ୱାସ୍ଥ୍ୟ ଯୋଜନା । ଭାରତରେ ମଧ୍ୟ ଡାକ୍ତରୀ ଉପକରଣ ଓ ଔଷଧପତ୍ରର ମୂଲ୍ୟକୁ ହ୍ରାସ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଟିକାକରଣ କାର୍ଯ୍ୟକ୍ରମରେ ଭାରତ ଏକ କେନ୍ଦ୍ରୀୟ ଭୂମିକା ନିର୍ବାହ କରୁଛି । ସ୍ୱସ୍ଥ ଓ ନିରାମୟତା ସଂପର୍କରେ ଆମର ବିଚାର ଦେଶର ନାଗରିକଙ୍କ ପାଇଁ ଯାହା ସମଗ୍ର ବିଶ୍ୱ ପାଇଁ ତାହା ସମାନ । ବିଶ୍ୱର ସ୍ୱାସ୍ଥ୍ୟ ଓ ନିରାମୟତାରେ ଭାରତକୁ ଯଥେଷ୍ଟ କିଛି ଅବଦାନ ଯୋଗାଇବାକୁ ପଡିବ । ଭାରତକୁ ଏକ ଆଧ୍ୟାତ୍ମିକ ଓ ସ୍ୱସ୍ଥ ପର୍ଯ୍ୟଟନ ପରିଣତ କରିବାପାଇଁ ମିଳିତଭାବେ କାମ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି । ଭାରତର ଯୋଗ ଓ ଆୟୁର୍ବେଦ ଏକ ସୁସ୍ଥ ପୃଥିବୀ ଗଠନରେ ସହାୟକ ହେବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ସମଗ୍ର ବିଶ୍ୱ ବୁଝିବା ଭଳି ଭାଷାରେ ଭାରତ ଯୋଗ ଓ ଆୟୁର୍ବେଦକୁ ଉପସ୍ଥାପିତ କରିବା ଆବଶ୍ୟକ ।

ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ଏବେ ଯୋଗ ଓ ଧ୍ୟାନ ପ୍ରତି ଅଧିକ ଗୁରୁତ୍ୱ ଦେଉଛି । ଏବେ ଆଧୁନିକ ଜୀବନରେ ଅଧିକ ଆହ୍ୱାନ ଓ କାମର ଚାପ ମାନସିକ ଅବସାଦ ସୃଷ୍ଟି କରୁଛି । ଯୋଗ ଓ ଆୟୁର୍ବେଦ ଏସବୁ ସମସ୍ୟାର ସମାଧାନ କରିପାରିବ ଏବଂ ନାଗରିକ ଶାରୀରିକ ତଥା ମାନସିକଭାବରେ ସୁସ୍ଥସବଳ ରହି ବ୍ୟାଧିମୁକ୍ତ ବିଶ୍ୱ ଗଠନ କରିପାରିବେ । ଏହାଦ୍ୱାରା ଭାରତର ମର୍ଯ୍ୟାଦା ବିଶ୍ୱରେ ବଢିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nagaland gets its first natural gas supply via National Gas Grid

Media Coverage

Nagaland gets its first natural gas supply via National Gas Grid
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 19, 2026
August 19, 2026

Defence to Diamonds: How PM Modi’s Vision Turned India into a Global Capability Hub