“ପିଏମ ବିଶ୍ୱକର୍ମା ଯୋଜନା କାରିଗର ଓ କ୍ଷୁଦ୍ର ବ୍ୟବସାୟ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବ”
“ଚଳିତ ବର୍ଷ ବଜେଟରେ ପିଏମ ବିଶ୍ୱକର୍ମା ଯୋଜନା ଘୋଷଣା ପ୍ରତ୍ୟକଙ୍କ ଧ୍ୟାନ ଆକର୍ଷଣ କରିଛି”
“କ୍ଷୁଦ୍ର କାରିଗର ସ୍ଥାନୀୟ ହସ୍ତକଳା ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ପିଏମ ବିଶ୍ୱକର୍ମା ଯୋଜନା ସେମାନଙ୍କୁ ସଶକ୍ତ କରିବା ଉପରେ ଆଲୋକପାତ କରିଥାଏ”
“ପିଏମ ବିଶ୍ୱକର୍ମା ଯୋଜନା ସମୃଦ୍ଧ ପରମ୍ପରା ବଜାୟ ରଖି ପାରମ୍ପରିକ କାରିଗର ଓ ଶିଳ୍ପୀମାନଙ୍କ ଦ୍ୱାରା କଳାକୃତି ବିକାଶର ଲକ୍ଷ୍ୟ ରଖିଛି”
“କୁଶଳୀ କାରିଗର ହେଉଛନ୍ତି ଆତ୍ମନିର୍ଭର ଭାରତର ପ୍ରତୀକ ଓ ଆମ ସରକାର ସେମାନଙ୍କୁ ନବ ଭାରତର ବିଶ୍ୱକର୍ମା ଭାବେ ବିବେଚନା କରେ”
“ଗ୍ରାମର ପ୍ରତ୍ୟକ ଶ୍ରେଣୀକୁ ସଶକ୍ତ କରି ସେମାନଙ୍କ ବିକାଶ ଭାରତର ବିକାଶ ଯାତ୍ରା ପାଇଁ ଆବଶ୍ୟକ”
“ଦେଶର ବିଶ୍ୱକର୍ମମାନଙ୍କ ଆବଶ୍ୟକତା ଅନୁସାରେ ଆମକୁ ଆମ କୁଶଳତା ଭିତ୍ତିଭୂମିକୁ ନୂତନ ପରିସ୍ଥିତି ସହ ଖାପ ଖୁଆଇବାକୁ ହେବ”
“ଆଜିର ବିଶ୍ୱକର୍ମାଗଣ ଆସନ୍ତାକାଲିର ଉଦ୍ୟୋଗୀ ହୋଇପାରିବେ”
“ଗୋଟିଏ ପଦ୍ଧତିର ଅପରିହାର୍ଯ୍ୟ ଅଙ୍ଗ ହୋଇଗଲେ କାରିଗର ଓ ଶିଳ୍ପୀମାନଙ୍କୁ ମଜବୁତ କରିହେବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୧.୦୩.୨୦୨୩) ପିଏମ ବିଶ୍ୱକର୍ମା କୌଶଳ ସମ୍ମାନ ଉପରେ ଏକ ବଜେଟ ପର ୱେବିନାରରେ ନିଜର ବକ୍ତବ୍ୟ ରଖିଥିଲେ । କେନ୍ଦ୍ର ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେଗୁଡ଼ିକ ତ୍ୱରାନ୍ୱିତ କରିବା ଆଗରୁ ସେ ସମ୍ପର୍କରେ ଜନସାଧାରଣ ମତାମତ ଓ ପ୍ରସ୍ତାବ ଦେବା ପାଇଁ ସରକାର ଆୟୋଜନ କରିଥିବା ବଜେଟ ପରେ ୧୨ଟି ୱେବିନାର ମଧ୍ୟ ଏଇଟା ହେଉଛି ସିରିଜର ଶେଷ ୱେବିନାର ।

ସମବେତ ଅଂଶଗ୍ରହଣକାରୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଗତ ତିନି ବର୍ଷ ପରି ବଜେଟ ପର କଥୋପକଥନର ପରମ୍ପରା ଆରମ୍ଭ ହୋଇଛି ବୋଲି କହିଥିଲେ । ସମସ୍ତ ଅଂଶଗ୍ରହଣକାରୀ ସଫଳତାର ସହ ଏଥିରେ ଅଂଶଗ୍ରହଣ କରିଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ । ଅଂଶଗ୍ରହଣକାରୀମାନେ ବଜେଟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ପରିବର୍ତ୍ତେ ବଜେଟରେ କରାଯାଇଥିବା ବ୍ୟବସ୍ଥାଗୁଡ଼ିକୁ କିପରି ତ୍ୱରାନ୍ୱିତ କରାଯିବ ତା’ ଉପରେ ଆଲୋଚନା କେନ୍ଦ୍ରିତ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥବଲେ । ବଜେଟ ପର ୱେବିନାର ଗୁଡ଼ିକର ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଉଛି । କାରଣ ସାଂସଦମାନେ ଯେତେବେଳେ ଏଥିନେଇ ଗୃହ ମଧ୍ୟରେ ଆଲୋଚନା କରିଥାନ୍ତି, ଅଂଶଗ୍ରହଣକାରୀମାନେ ସଂସଦ ବାହାରେ ସେମାନଙ୍କ ମୂଲ୍ୟବାନ ପ୍ରସ୍ତାବ ଦେଇଛନ୍ତି ।

ଆଜିର ୱେବିନାର କୋଟି କୋଟି ଭାରତୀୟଙ୍କ କୌଶଳ ଓ ବିଶେଷଜ୍ଞତା ପ୍ରତି ଉତ୍ସର୍ଗୀକୃତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କୌଶଳ ଓ କୋଟି କୋଟି ଯୁବକ ଯୁବତୀମାନଙ୍କ ନିମନ୍ତେ କୌଶଳ ଭାରତ ଅଭିଯାନ ଓ କୌଶଳ ରୋଜଗାର କେନ୍ଦ୍ର ଜରିଆରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ନେଇ ପ୍ରଧାନମନ୍ତ୍ରୀ ଏଥିପାଇଁ ଏକ ଲକ୍ଷ୍ୟଭିତ୍ତିକ ଓ ନିର୍ଦ୍ଦିଷ୍ଟ ଆଭିମୁକ୍ୟ ଗ୍ରହଣ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପିଏମ ବିଶ୍ୱକର୍ମା କୌଶଳ ସମ୍ମାନ ଯୋଜନା ଓ ପିଏମ ବିଶ୍ୱକର୍ମା ଏହି ଭାବନାର ଅଂଶବିଶେଷ ବୋଲି ସେ ପ୍ରକାଶ କରିଥିଲେ । ଏହି ଯୋଜନାର ଆବଶ୍ୟକତା ଓ ବିଶ୍ୱକର୍ମା ନାମକରଣର ଯୁକ୍ତିଯୁକ୍ତ ଆଧାରକୁ ନେଇ ପ୍ରଧାନମନ୍ତ୍ରୀ ଭଗବାନ ବିଶ୍ୱକର୍ମାଙ୍କ ଭାରତୀୟ ସମୃଦ୍ଧ ପରମ୍ପରାରେ ଉଚ୍ଚାସନ ଓ ଯେଉଁମାନେ ହାତ ଓ ହତିଆର ଧରି କାର୍ଯ୍ୟ କରନ୍ତି ସେମାନଙ୍କ ପ୍ରତି ସମ୍ମାନ ବୋଲି କହିଥିଲେ ।

କେତେକ କ୍ଷେତ୍ରରେ କାରିଗରମାନେ ସମ୍ମାନ ପାଇଥିବା ବେଳେ ବଢ଼େଇ, କମାର, ସ୍ଥପତି, ରାଜମିସ୍ତ୍ରୀ ଓ ଆହୁରି ଅନେକ କାରିଗରୀ ସମୟର ପରିବର୍ତ୍ତନ ସହ ନିଜକୁ ସମାଜ ସହ ଖାପ ଖୁଆଇବା ସତ୍ତ୍ୱେ ବି ଅଣଦେଖା ରହିଯାଇଛନ୍ତି। “ଛୋଟ ଛୋଟ କାରିଗରମାନେ ସ୍ଥାନୀୟ ହସ୍ତଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସେମାନଙ୍କୁ ସଶକ୍ତ କରିବା ଉପରେ ଧ୍ୟାନ ଦେଇଥାଏ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ କୁଶଳୀ କାରିଗରମାନେ ନିଜସ୍ୱ ଶୈଳୀରେ ପ୍ରାଚୀନ ଭାରତରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ରପ୍ତାନୀରେ ସାହାଯ୍ୟ କରୁଥିଲେ । ବହୁ ବର୍ଷର ଦାସତ୍ୱ ଯୋଗୁ ଏହି ବିରାଟ କୁଶଳୀ କାରବାର ଉପକ୍ଷେିତ ହେବା ସହ ସେମାନଙ୍କ କାର୍ଯ୍ୟ ଦକ୍ଷତାଯୁକ୍ତ ବିବେଚନା କରାନଯିବା ନେଇ ସେ ଏହାର ସମାଲୋଚନା କରିଥିଲେ । ଏପରିକି ସ୍ୱାଧୀନତା ପରେ ମଧ୍ୟ ତକ୍ରାଳୀନ ସରକାରମାନେ ସେମାନଙ୍କ ବିକାଶ ଦିଗରେ ଧ୍ୟାନ ନ ଦେବା ଫଳରେ ସେମାନଙ୍କ ପାରମ୍ପିରକ କଳା କୌଶଳ ମଧ୍ୟ ବାଧାପ୍ରାପ୍ତ ହେବା ସହ ସେମାନେ ଜୀବନ ଜୀବିକା ନିମନ୍ତେ ଅନ୍ୟାନ୍ୟ ପନ୍ଥା ଆଦରି ନେଲେ । ଏହି କର୍ମଜୀବୀ ଶ୍ରେଣୀୟ ବ୍ୟକ୍ତିମାନେ ସେମାନଙ୍କ ପାରମ୍ପରିକ କଳା କୌଶଳ ପଦ୍ଧତି ଶହ ଶହ ବର୍ଷ ପରେ ମଧ୍ୟ ଉଜ୍ଜୀବିତ ରଖି ଅସାଧାରଣ ଓ ଅନନ୍ୟ ଶୈଳୀ ଦ୍ୱାରା ପରିଚିତ ଲାଭ କରୁଛନ୍ତି । “କୁଶଳୀ କାରିଗରମାନେ ଆତ୍ମନିର୍ଭର ଭାରତର ପ୍ରକୃତ ଆତ୍ମାର ପ୍ରତୀକ ଓ ଆମ ସରକାର ଏଭଳି ବ୍ୟକ୍ତି ବିଶେଷଙ୍କୁ ନବ ଭାରତର ବିଶ୍ୱକର୍ମା ବିବେଚନା କରେ ।” ଗ୍ରାମ ଓ ସହରରେ ଯେଉଁମାନେ ନିଜ ହାତରେ କାମ କରେ ଜୀବନ ଜୀବିକା ନିର୍ବାହ କରୁଛନ୍ତି, ବିଶେଷ କରି ସେମାନଙ୍କ ପାଇଁ ପିଏମ ବିଶ୍ୱକର୍ମା କୁଶଳ ସମ୍ମାନ ଯୋଜନା ପାଇଁ ପଦକ୍ଷେପ ନିଆଯାଇଥିବା ଶ୍ରୀ ମୋଦୀ କହିଥିଲେ ।

ମଣିଷର ସାମାଜିକ ପ୍ରକୃତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସାମାଜିକ ଜୀବନର ପ୍ରବାହ ସମାଜର ଅସ୍ତିତ୍ୱ ଓ ସ୍ଥାୟୀତ୍ୱ ପାଇଁ ଆବଶ୍ୟକ ବୋଲି କହିଥିଲେ । ପ୍ରଯୁକ୍ତିଗତ ବିଦ୍ୟାର ବର୍ଦ୍ଧିଷ୍ଣୁ ପ୍ରଭାବ ସତ୍ତ୍ୱେ ଏହାର ଯଥାର୍ଥତା ରହିଛି । ପିଏମ ବିଶ୍ୱକର୍ମା ଯୋଜନା ଏଭଳି ବିକ୍ଷିପ୍ତ ହୋଇ ରହିଥିବା କାରିଗରମାନଙ୍କ ଉପରେ ଧ୍ୟାନ ଦେଇଥାଏ ।

ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ ପରିକଳ୍ପନା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଜୀବନରେ କୃଷି ସହ ଏହି ସବୁ ପେଶାଦାର କର୍ମଜୀବୀଙ୍କ ଭୂମିକା ଉପରେ ମଧ୍ୟ ଧ୍ୟାନ ଆକର୍ଷିତ କରିଥିଲେ । “ଭାରତୀୟ ବିକାଶ ଯାତ୍ରାରେ ଗ୍ରାମର ପ୍ରତ୍ୟକ ଶ୍ରେଣୀକୁ ସଶକ୍ତ କରିବା ଆବଶ୍ୟକ” ବୋଲି ସେ କହିଥିଲେ । ସେହିପରି ସୁବିଧା ରାସ୍ତାକଡ଼ ଦୋକାନୀମାନଙ୍କ ପିଏମ ସ୍ୱନିଧି ଯୋଜନା ଜରିଆରେ ଦିଆଯାଇଥିବା ବେଳେ, ପିଏମ ବିଶ୍ୱକର୍ମା ଯୋଜନା କାରିଗରମାନଙ୍କ ପାଇଁ ସୁବିଧା ଯୋଗାଇବ ବୋଲି ସେ କହିଥିଲେ ।

ବିଶ୍ୱକର୍ମା ଯୋଜନାର ଆବଶ୍ୟକତା ଅନୁସାରେ କୌଶଳ ଭିତ୍ତିଭୂମି ପଦ୍ଧତିର ପୁନର୍ବିନ୍ୟାସ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସରକାର କୌଣସି ବ୍ୟାଙ୍କ ଗ୍ୟାରେଣ୍ଟି ନଥାଇ କୋଟି କୋଟି ଟଙ୍କା ମୁଦ୍ରା ଯୋଜନାରେ ଋଣ ପ୍ରଦାନ କରୁଥିବାର ସେ ଉଦାହରଣ ଦେଇଥିଲେ । ଏହି ଯୋଜନା ନିଶ୍ଚିତ ଭାବେ ଆମର ବିଶ୍ୱକର୍ମା ମାନଙ୍କୁ ଅଧିକରୁ ଅଧିକ ସୁବିଧା ଦେବ ଓ ବିଶ୍ୱକର୍ମା ସାଥୀମାନଙ୍କ ନିମନ୍ତେ ଡିଜିଟାଲ ସାକ୍ଷରତା ଅଭିଯାନର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଥିଲେ ।

ହାତ ତିଆରି ସାମଗ୍ରୀର ନିରବଚ୍ଛିନ୍ନ ଆକର୍ଷଣ ବୃଦ୍ଧି ପାଉଥିବାରୁ ପ୍ରତ୍ୟକ ବିଶ୍ୱକର୍ମାଙ୍କୁ ସରକାର ସାମଗ୍ରିକ ଭାବେ ଆନୁଷ୍ଠାନିକ ସମର୍ଥନ ପ୍ରଦାନ କରିବେ । ଏହା ଫଳରେ ସହଜ ଋଣ, କୌଶଳ ବିକାଶ, ବୈଷୟିକ ସମର୍ଥନ, ଡିଜିଟାଲ ସଶକ୍ତୀକରଣ, ବ୍ରାଣ୍ଡର ଉପଯୋଗ, ବଜାର ଓ କଞ୍ଚା ମାଲ ଉପଲବ୍ଧତା ସୁନିଶ୍ଚିତ କରିହେବ । “ସମୃଦ୍ଧି ପରମ୍ପରାକୁ ସଂରକ୍ଷଣ କରି ପାରମ୍ପରିକ କାରବାର ଓ ଶିଳ୍ପୀମାନଙ୍କ ବିକାଶ ଏହି ଯୋଜନାର ଲକ୍ଷ୍ୟ” ବୋଲି ସେ କହିଥିଲେ ।

“ଆଜିର ବିଶ୍ୱକର୍ମା ଆସନ୍ତାକାଲିର ଉଦ୍ୟୋଗପତି ହେବା ହେଉଛି ଆମର ଲକ୍ଷ୍ୟ । ସେଥିପାଇଁ ସେମାନଙ୍କ ବ୍ୟବସାୟ ମଡେଲରେ ସ୍ଥାୟୀତ୍ୱ ଓ ନିରନ୍ତରତା ଆବଶ୍ୟକ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗ୍ରାହକମାନଙ୍କ ଆବଶ୍ୟକତାର ମଧ୍ୟ ଯତ୍ନ ନିଆଯାଉଛି ଓ ସରକାର ସ୍ଥାନୀୟ ବଜାର ସହ ବୈଶ୍ୱିକ ବଜାର ଉପରେ ମଧ୍ୟ ନଜର ରଖିଛନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱ ଦେଇ କହିଥିଲେ । ବିଶ୍ୱକର୍ମା ସହକର୍ମୀମାନଙ୍କ ସହ ତାଳ ଦେଇ ଚାଲି ଏ ଦିଗରେ ସଚେତନତା ସୃଷ୍ଟି କରି ଆଗେଇବା ଦରକାର । ସମସ୍ତ ଅଂଶୀଦାର ବିଶ୍ୱକର୍ମମାନଙ୍କ ସହ ସହଯୋଗୀ ହୋଇ ଆଗେଇବାକୁ ସେ ଅନୁରୋଧ କରିଥିଲେ ।

କାରିଗର ଓ ଶିଳ୍ପୀମାନଙ୍କ ସ୍ଥିତି ସୁଦୃଢ଼ ହେଲେ ସେମାନେ ଆମ ପଦ୍ଧତିର ଅଂଶବିଶେଷ ବିବେଚିତ ହେଲେ ସେମାନେ ଆମ ଏମଏସଏମଇ କ୍ଷେତ୍ରରେ ଯୋଗାଣକାରୀ ଓ ଉତ୍ପାଦନକାରୀ ମଧ୍ୟ ହୋଇପାରିବେ । ଯନ୍ତ୍ରାଂଶ ଓ ପ୍ରଯୁକ୍ତି ଜ୍ଞାନ ସାହାଯ୍ୟରେ ସେମାନେ ଆମ ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ଅଂଶ ହେବା ସହ ସେମାନଙ୍କୁ ସାଥିରେ ନେଇ ଆମ ଶିଳ୍ପାନୁଷ୍ଠାନଗୁଡ଼ିକ ଉତ୍ପାଦନ ମଧ୍ୟ ବୃଦ୍ଧି କରିବା ସହ ସେମାନଙ୍କୁ ଗୁଣାତ୍ମକ ତାଳିମ ଓ କୌଶଳ ଶିକ୍ଷା ଦେଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସରକାରଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କଲେ ବ୍ୟାଙ୍କ ଗୁଡ଼ିକ ବିଭିନ୍ନ ପକଳ୍ପଗୁଡ଼ିକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିପାରିବେ । “ପ୍ରତ୍ୟକ ନିବେଶକଙ୍କ ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି ସହ ବାଣିଜି୍ୟକ କମ୍ପାନୀଗୁଡ଼ିକ ପ୍ରତିଯୋଗିତା ଭିତ୍ତିକ ମୂଲ୍ୟରେ ଗୁଣାତ୍ମକକ ସାମଗ୍ରୀ ମଧ୍ୟ ପାଇବେ । ବ୍ୟାଙ୍କ ଅର୍ଥ ମଧ୍ୟ ଆସ୍ଥାଭାଜନ ହେଉଥିବା ଯୋଜନାଗୁଡ଼ିକରେ ନିବେଶ ହେବ । ଏଥିରେ ସରକାରୀ ଯୋଜନାଗୁଡ଼ିକର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ । ଇ-କମର୍ସ ମଡେଲ ଦ୍ୱାରା ଷ୍ଟାର୍ଟଅପମାନେ ମଧ୍ୟ ହସ୍ତକଳା ସାମଗ୍ରୀର ବିରାଟ ବଜାର ପାଇବେ । ପିଏମ ବିଶ୍ୱକର୍ମା ଜରିଆରେ ଘରୋଇ କ୍ଷେତ୍ର ସହ ସହଯୋଗ ବୃଦ୍ଧି ପାଇବ” ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ । ଏହା ଫଳରେ ଘରୋଇ କ୍ଷେତ୍ରର ନବୋନ୍ମେଷ ଶକ୍ତି ଓ ବ୍ୟାବସାୟିକ ମେଧା ମଧ୍ୟ ବୃଦ୍ଧି ପାଇବ ।

ଏକ ମଜବୁତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ସମସ୍ତ ଅଂଶୀଦାରମାନଙ୍କୁ ନିବେଦନ କରିଥିଲେ । ସରକାର ଦେଶର ଦୁର୍ଗମ ଅଞ୍ଚଳରେ ପହଂଚିବାକୁ ଚେଷ୍ଟା କରୁଛନ୍ତି ଓ ସେମାନେ ପ୍ରଥମ ଥର ପାଇଁ ସରକାରୀ ଯୋଜନାର ସୁଫଳ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ଅଧିକାଂଶ କାରିଗର ଦଳିତ, ଆଦିବାସୀ, ଅନଗ୍ରସର ସମାଜ ଓ ମହିଳା ହୋଇଥିବାରୁ ସେମାନଙ୍କୁ ସୁବିଧା ସୁଯୋଗ ଦେବା ପାଇଁ ଏକ ବାସ୍ତବ ରଣନୀତିର ଆବଶ୍ୟକତା ରହିଛି । “ଆମକୁ ଏଥିପାଇଁ ଏକ ସମୟଭିତ୍ତିକ ଯୋଜନାବଦ୍ଧ ଅଭିଯାନ ଢାଞ୍ଚାରେ କାର୍ଯ୍ୟ କରିବାକୁ ପଡ଼ିବ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi pays tributes to Freedom Fighter, Shri Pingali Venkayya on his 150th birth anniversary
August 02, 2026

The Prime Minister, Shri Narendra Modi, paid tributes to freedom fighter, Shri Pingali Venkayya on his 150th birth anniversary.

The Prime Minister remembered Pingali Venkayya for his invaluable role in giving the nation the Tricolour and said that his efforts continue to inspire people to serve the country with dedication and patriotic fervour.

Shri Modi said that the Tiranga fills every Indian heart with immense pride and inspires the nation to work towards nation-building.

The Prime Minister wrote on X;

“Tributes to Pingali Venkayya Ji on his 150th birth anniversary. He is remembered for his invaluable role in giving our nation the Tricolour. May his efforts always inspire people to serve our country with dedication and patriotic fervour.

The Tiranga fills every Indian heart with immense pride and inspires us to work towards nation building.”