“ଭିତ୍ତିଭୂମି ଉନ୍ନୟନ ଦେଶର ଅର୍ଥନୀତିର ଚାଳକ ଶକ୍ତି”
“ଏହା ପ୍ରତ୍ୟେକ ସମ୍ପୃକ୍ତ ପକ୍ଷଙ୍କ ପାଇଁ ନୂଆ ଦାୟିତ୍ୱ, ନୂତନ ସମ୍ଭାବନା ଓ ଦୃଢ ନିଷ୍ପତ୍ତି ନେବାର ସମୟ”
“ରାଜପଥର ଗୁରୁତ୍ୱ ଭାରତରେ ହଜାର ହଜାର ବର୍ଷ ଧରି ସ୍ୱୀକୃତ”
“ଏବେ ଆମକୁ ଆମର ବେଗ ବଢାଇବାକୁ ପଡିବ ଏବଂ ଦ୍ରୁତଗତିରେ ଆଗକୁ ଯିବାକୁ ହେବ”
“ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଭାରତର ଭିତ୍ତିଭୂମି ଏବଂ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ଚେହେରା ବଦଳାଇବାକୁ ଯାଉଛି”
“ପିଏମ୍ ଗତିଶକ୍ତି ମାଷ୍ଟର ପ୍ଳାନ ଏକ ଗୁରୁତ୍ୱପୂର୍ଣ୍ଣ ଆୟୁଧ ଯାହା ଅର୍ଥନୀତିକ ଓ ଭିତ୍ତିଭୂମିଗତ ଯୋଜନାକୁ ବିକାଶ ସହିତ ସମନ୍ୱିତ କରିଥାଏ”
“ଉତ୍ତମ ମାନ ଏବଂ ମଲ୍ଟିମୋଡାଲ ଇନ୍‌ଫ୍ରାଷ୍ଟ୍ରକଚର ଦ୍ୱାରା ଆମର ଲଜିଷ୍ଟିକ୍ ଖର୍ଚ୍ଚ ଆଗାମୀ ଦିନରେ ଆହୁରି ହ୍ରାସ ପାଇବ”
“ଭୌତିକ ଭିତ୍ତିଭୂମିର ସାମର୍ଥ୍ୟ ସହିତ ଦେଶର ସାମାଜିକ ଭିତ୍ତିଭୂମି ସମାନ ଭାବେ ସୁଦୃଢ ହେବା ଆବଶ୍ୟକ”
“ଆପଣମାନେ କେବଳ ଦେଶର ପ୍ରଗତି ନିମନ୍ତେ ଅବଦାନ ଯୋଗାଉ ନାହାନ୍ତି, ଏହା ସହିତ ଭାରତର ଅଭିବୃଦ୍ଧିକୁ ମଧ୍ୟ ଗତି ପ୍ରଦାନ କରୁଛନ୍ତି”
ଏହି ସବୁ ୱେବିନାର ଆୟୋଜନ କରି ସରକାର ବଭିନ୍ନ ବର୍ଗ ଓ ପକ୍ଷଙ୍କ ମତାମତ ଏବଂ ପ୍ରସ୍ତାବକୁ ଶୁଣୁଛନ୍ତି ଏବଂ ବଜେଟ୍‌ର କାର୍ଯ୍ୟକାରିତାରେ ତାହାକୁ ଆବଶ୍ୟକସ୍ଥଳେ ବ୍ୟବହାର କରିବାର ସିଦ୍ଧାନ୍ତ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିତ୍ତିଭୂମି ଓ ପୁଞ୍ଜିନିବେଶ ସମ୍ପର୍କରେ ବଜେଟ୍ ପରବର୍ତ୍ତୀ ଏକ ୱେବିନାରରେ ଏଠାରେ ଉଦ୍‌ବୋଧନ ଦେଇଛନ୍ତି । ସମଗ୍ର ବିଷୟଟି ହେଲା “ଭିତ୍ତିଭୂମି ଓ ନିବେଶ: ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ମାଧ୍ୟମରେ ଲଜିଷ୍ଟିକ ଦକ୍ଷତା ବୃଦ୍ଧି ।” ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ର୍ରୀୟ ବଜେଟ ଉପରେ ଯେଉଁ ୧୨ଟି ୱେବିନାର ପରିକଳ୍ପନା କରାଯାଇଛି , ସେହି ଶୃଙ୍ଖଳାର ଏହା ଅଷ୍ଟମ ବଜେଟ୍ ପରବର୍ତ୍ତୀ ଆଲୋଚନା । ଏହି ସବୁ ୱେବିନାର ଆୟୋଜନ କରି ସରକାର ବଭିନ୍ନ ବର୍ଗ ଓ ପକ୍ଷଙ୍କ ମତାମତ ଏବଂ ପ୍ରସ୍ତାବକୁ ଶୁଣୁଛନ୍ତି ଏବଂ ବଜେଟ୍‌ର କାର୍ଯ୍ୟକାରିତାରେ ତାହାକୁ ଆବଶ୍ୟକସ୍ଥଳେ ବ୍ୟବହାର କରିବାର ସିଦ୍ଧାନ୍ତ ଦେଇଛନ୍ତି । 

ୱେବିନାରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏଥିରେ ୭୦୦ରୁ ଅଧିକ ମୁଖ୍ୟ କାର୍ଯ୍ୟନିର୍ବାହୀ,ପରିଚାଳନ ନିର୍ଦ୍ଦେଶକଙ୍କ ଉପସ୍ଥିତି ତାଙ୍କୁ ଆନନ୍ଦ ଦେଇଛି । ଏହି ଉପସ୍ଥାନରୁ ୱେବିନାରର ଗୁୁରୁତ୍ୱ ସହଜରେ ବୁଝି ହେଉଛି । ସବୁ କ୍ଷେତ୍ରର ବିଶେଷଜ୍ଞ ଓ ବିଭିନ୍ନ ସମ୍ପୃକ୍ତ ପକ୍ଷ ଏହି ୱେବିନାରକୁ ସଫଳ ତଥା ପ୍ରଭାବଶାଳୀ କରିବେ ବୋଲି କହି ତାଙ୍କର ଦୃଢ ବିଶ୍ୱାସ ରହିଛି ।

 ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥରର କେନ୍ଦ୍ରୀୟ ବଜେଟ୍ ଭିତ୍ତିଭୂମି କ୍ଷେତ୍ରକୁ ନୂଆ ଊର୍ଜା ପ୍ରଦାନ କରିବ । ବଜେଟ୍ ଓ ତାହାର ଗୁରୁତ୍ୱପୂର୍ଣ୍ଣ ତଥା ରଣକୌଶଳାତ୍ମକ ନିଷ୍ପତ୍ତିକୁ ବିଭିନ୍ନ ଗଣମାଧ୍ୟମ ଓ ବିଶେଷଜ୍ଞ ଯେଉଁସବୁ ପ୍ରଶଂସା କରିଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତର କ୍ୟାପେକ୍‌ସ (ପୁଞ୍ଜି ଖର୍ଚ୍ଚ) ୨୦୧୩-୧୪ ତୁ୍‌ଳନାରେ ପାଞ୍ଚଗୁଣ ବଢିଛି । “ଜାତୀୟ ଭିତ୍ତିଭୂମି ପାଇପ ଲାଇନ’ ଯୋଜନାରେ ୧୧୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରତ୍ୟେକ ସମ୍ପୃକ୍ତ ପକ୍ଷଙ୍କ ପାଇଁ ଏହା ଏକ ନୂଆ ଦାୟିତ୍ୱ, ନୂତନ ସମ୍ଭାବନା ଓ ଦୃଢ ନିଷ୍ପତ୍ତି ନେବାର ସମୟ” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୌଣସି ଦେଶର ନିରନ୍ତର ବିକାଶରେ ଭିତ୍ତିଭୂମି ଏକ ଗୁରୁ୍‌ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହା ମଧ୍ୟ ଦେଶର ଭବିଷ୍ୟତ ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଇଥାଏ । ଯେଉଁମାନଙ୍କର ଇତିହାସ ଜ୍ଞାନ ରହିଛି ସେମାନେ ଏ ସମ୍ପର୍କରେ ଅବଗତ । ଚନ୍ଦ୍ରଗୁପ୍ତଙ୍କ ଦ୍ୱାରା ନିର୍ମିତ ଉତ୍ତରାପଥର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ସଡକ ବିକାଶ କାର୍ଯ୍ୟ ଅଶୋକଙ୍କ ଦ୍ୱାରା ହୋଇଥିଲା ଏବଂ ଶେର ଶାହା ସୁରୀ ଏହାର ଆହୁରି ଉନ୍ନତି କରିଥିଲେ । ବ୍ରିଟିଶ ଶାସକ ମାନେ ଏହାକୁ ଗ୍ରାଣ୍ଡ ଟ୍ରଙ୍କ ରୋଡରେ ପରିଣତ କରିଥିଲେ । ଭାରତରେ ରାଜପଥର ଗୁରୁତ୍ୱ ହଜାର ହଜାର ବର୍ଷ ଧରି ସ୍ୱୀକୃତ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରିଭର ଫ୍ରଣ୍ଟ ଓ ଜଳପଥଗୁଡିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବନାରସର ଘାଟ ସବୁ ଏକଦା ସିଧାସଳଖ ଜଳପଥରେ କଲିକତା ସହ ସଂଯୁକ୍ତ ଥିଲା । ତାମିଲନାଡୁର ୨୦୦୦ ବର୍ଷର ପୁରୁଣା କଲ୍ଲନାଇ ଡ୍ୟାମ ଏବେ ବି କିପରି ସଫଳ ରହିଛି ତାହାର ଉଦାହାରଣ ପ୍ରଧାନମନ୍ତ୍ରୀ ଦେଇଥିଲେ । ପୂର୍ବ ସରକାର ସମୟରେ ଦେଶରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଯେଉଁ ପ୍ରତିବନ୍ଧକ ଥିଲା ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେଥିରେ ବଡ ସମସ୍ୟାଟି ଥିଲା ମାନସିକତା । ସେହି ମାନସିକତାରେ ଦାରିଦ୍ର‌୍ୟକୁ ଏକ ପୂଣ୍ୟଭାବେ ଗ୍ରହଣ କରାଯାଉଥିଲା । ବର୍ତ୍ତମାନର ସରକାର ସେହି ମାନସିକତା ଦୂର କରିବାରେ ସଫଳ ହୋଇଛନ୍ତି ଏବଂ ଆଧୁନିକ ଭିତ୍ତିଭୂମିରେ ରେକର୍ଡ ପରିମାଣର ପୁଞ୍ଜିନିବେଶ କରିବାରେ ସଫଳତା ଅର୍ଜନ କରିଛନ୍ତି ।

ବର୍ତ୍ତମାନର ସରକାରଙ୍କ କାର୍ଯ୍ୟ ଶୈଳୀ ଓ ସଫଳତାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ଦୈନିକ ଯେତିକି ଦୈଘ୍ୟର ରାଜପଥ ହାରାହାରି ନିର୍ମିତ ହେଉଥିଲା ଏବୋ ତାହା ଦ୍ୱିଗୁଣିତ ହୋଇପାରିଛି । ସେହିଭଳି ୨୦୧୪ପୂର୍ବରୁ ବର୍ଷକୁ ମାତ୍ର ୬୦୦ କି.ମି ରେଳପଥର ବିଦ୍ୟୁତକରଣ ସମ୍ଭବ ହେଉଥିବାବେଳେ ଏବେ ଏହା ୪୦୦୦ କିମିରେ ପହଞ୍ଚିଛି । ଆହୁରି ମଧ୍ୟ ସେହି ସମୟ ତୁଳନାରେ ବିମାନ ବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, “ଭିତ୍ତିଭୂମି ବିକାଶ ଦେଶର ଅର୍ଥନୀତିର ଚାଳକ ଶକ୍ତି । ଏହି ପଥ ଅନୁସରଣ କରି ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ । ଏବେ ଆମକୁ ଆମ ବେଗ ବଢାଇବାକୁ ପଡିବ ଏବଂ ଦ୍ରୁତଗତିରେ ଆଗକୁ ଯିବାକୁ ହେବ ।” ପିଏମ୍ ଗତି ଶକ୍ତି ମାଷ୍ଟର ପ୍ଲାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା “ଅର୍ଥନୀତି ଓ ଭିତ୍ତିଭୂମି ଯୋଜନାକୁ ବିକାଶ ସହିତ ଯୋଡିବାର ଏକ ଗୁରୁତ୍ୱପୂର୍ଣ୍ଣ ଆୟୁଧ । ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଭାରତର ଭିତ୍ତିଭୂମି ଓ ମଲ୍‌ଟି ମୋଡାଲ ଲଜିଷ୍ଟିକ୍ ଚେହେରା ବଦଳାଇକୁ ଯାଉଛି । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମ୍ ଗତିଶକ୍ତି ମାଷ୍ଟର ପ୍ଳାନର ଫଳାଫଳ ଦୃଶ୍ୟମାନ ହେଲାଣି । ଲଜିଷ୍ଟିକ୍‌ର ଦକ୍ଷତାକୁ ପ୍ରଭାବିତ କରୁଥିବା କାରଣଗୁଡିକୁ ଆମେ ଚିହ୍ନଟ କରିସାରିଲୁଣି । ସେଥିପାଇଁ ମୋଟ ୭୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଉତ୍ତମ ମାନ ଏବଂ ମଲ୍ଟିମୋଡାଲ ଇନ୍‌ଫ୍ରାଷ୍ଟ୍ରକଚର ବଳରେ ଆମ ଲଜିଷ୍ଟିକ ଖର୍ଚ୍ଚ ଆଗାମୀ ଦିନରେ ଆହୁରି ହ୍ରାସ ପାଇବାକୁ ପାଉଛି । ଏହାର ଅନୁକୂଳ ପ୍ରଭାବ ଭାରତରେ ତିଆରି ହେଉଥିବା ସାମଗ୍ରୀ ଉପରେ ପଡିବ ଏବଂ ସେଗୁଡିକ ଶସ୍ତା ହେବ । ଏହା ଫଳରେ ଆର୍ନ୍ତଜାତିକ ବଜାରରେ ଆମ ସାମଗ୍ରୀର ପ୍ରତିଯୋଗିତା କରିବାର ସାମର୍ଥ୍ୟ ବୃଦ୍ଧି ପାଇବ । ଲଜିଷ୍ଟିକ ସହିତ ସୁଗମ ବ୍ୟବସାୟ ଓ ସହଜ ଜୀବନ ଯାପନ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିବ । ଏହି ସବୁ କ୍ଷେତ୍ରରେ ଘରୋଇ ଉଦ୍ୟୋଗ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

 
.

ଦେଶର ପ୍ରଦେଶ ସମୂହଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକାଶ ପ୍ରକ୍ରିୟାରେ ସେମାନଙ୍କୁ ସାମିଲ କରିବାକୁ କେନ୍ଦ୍ର ସରକାର ୫୦ବର୍ଷ ପାଇଁ ବିନା ସୁଧରେ ଯେଉଁ ୠଣ ଯୋଗାଇ ଦେଉଥିଲେ ତାହାକୁ ଆଉ ଏକ ବର୍ଷ ପାଇଁ ବଢାଇ ଦେଇଛନ୍ତି । ସେହିଭଳି ଏଥିପାଇଁ ବଜେଟ୍ ବ୍ୟୟବରାଦ ୩୦ଶତାଂଶ ବୃଦ୍ଧି କରାଯାଇଛି ।

ଭିତ୍ତିଭୂମି ବିକାଶ ନିମନ୍ତେ ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ରହିଛି ପ୍ରତ୍ୟେକ କ୍ଷେତ୍ର ତାହାର ଆକଳନ କରି ଏକ ବ୍ୟବସ୍ଥା ବାହାର କରିବାକୁ ପ୍ରଧାନମନ୍ତ୍ରୀ େଓବିନାରର ଅଂଶଗ୍ରହଣକାରୀଙ୍କୁ ଆହ୍ୱାନ ଜଣାଇଥିଲେ । “ଏଥିପାଇଁ ଏକ ସମନ୍ୱିତ ଆଭିମୁଖ୍ୟର ଆବଶ୍ୟକତା ରହିଛି ଏବଂ ଏହା ଦ୍ୱାରା ଭବିଷ୍ୟତ ପାଇଁ ରାସ୍ତା ପରିଷ୍କାର ହୋଇପାରିବ । ଏଥିରେ ପିଏମ୍ ଗତିଶକ୍ତି ନେଶନାଲ ମାଷ୍ଟର ପ୍ଲାନର ଏକ ବଡ ଭୂମିକା ରହିଛି । ଏହି କ୍ଷେତ୍ର ସହିତ ସର୍କୁଲର ଅର୍ଥନୀତିକୁ ଯୋଡିବାକୁ ପ୍ରଧାନମନ୍ତ୍ରୀ ଗୁରୁ୍‌ତ୍ୱ ଦେଇଛନ୍ତି ।”

ଗୁଜରାଟର କଚ୍ଛ ଭୂମିକମ୍ପ ସମ୍ପର୍କରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେଠାରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ପରେ ସମଗ୍ର ଅଞ୍ଚଳର ବିକାଶ ପାଇଁ ଏକ ନୂଆ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା ଏବଂ ଏଥିରେ ସଫଳତା ମିଳିଥିଲା । ରାଜନୀତିକ ଦୃଷ୍ଟିରୁ କାମଚଳା ସମାଧାନ ପନ୍ଥା ପରିବର୍ତ୍ତେ କଚ୍ଛରେ ଭିତ୍ତିଭୂମି କୈନ୍ଦ୍ରିକ ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହା ଫଳରେ ସମଗ୍ର ଅଞ୍ଚଳ ଖୁବ୍ ଶୀଘ୍ର ଏକ ସମୃଦ୍ଧ ଅର୍ଥନୀତିକ ଇଲାକାରେ ପରିଣତ ହୋଇପାରିଥିଲା । 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶର ସାମାଜିକ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଭୌତିକ ଭିତ୍ତିଭୂମିର ସୁଦୃଢତା ସମାନଭାବେ ଗୁରୁତ୍ୱପୂର୍ଣ୍ଣ । ଏକ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି ମାଧ୍ୟମରେ ଅଧିକରୁ ଅଧିକ ପ୍ରତିଭାବାନ ଓ କୁଶଳୀ ଯୁବବର୍ଗ ଦେଶ ମାତୃକାର ସେବା ପାଇଁ ଆଗେଇ ଆସିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଦକ୍ଷତା ବିକାଶ, ପ୍ରକଳ୍ପ ପରିଚାଳନା, ଆର୍ଥିକ ଦକ୍ଷତା ଓ ଉଦ୍ୟମିତା ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହା ବ୍ୟତୀତ ସେ ବିଭିନ୍ନ ଉଦ୍ୟୋଗ ପାଇଁ ସ୍କିଲ ଫୋରକାଷ୍ଟିଂ ମେକାନିଜିମ୍ ଉପରେ ଗୁରୁତ୍ୱ ଦେଇଥିଲେ । ଏହା ଦ୍ୱାରା ଭାରତରେ ମାନବ ସମ୍ବଳର ଉତ୍ସ ମଜବୁତ ହୋଇପାରିବ ବୋଲି ସେ କହିଥିଲେ । 

ୱେବିନାରରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆପଣମାନେ କେବଳ ଦେଶର ପ୍ରଗତି ନିମନ୍ତେ ଅବଦାନ ଯୋଗାଉନାହାନ୍ତି ; ଏହା ସହିତ ଭାରତର ଅଭିବୃଦ୍ଧି ଇଞ୍ଜିନକୁ ମଧ୍ୟ ଗତି ପ୍ରଦାନ କରୁଛନ୍ତି । ଭିତ୍ତିଭୂମି ବିକାଶ କେବଳ ସଡକ, ରେଳପଥ, ବନ୍ଦର, ବିମାନ ବନ୍ଦର ଆଦିରେ ସୀମିତ ନୁହେଁ । ଏବର୍ଷ ବଜେଟ୍‌ରେ ଆହୁରି ପ୍ରକାଣ୍ଡ ପ୍ରକାଣ୍ଡ ଭିତ୍ତିଭୂମି ବିକାଶର ବ୍ୟବସ୍ଥା ରହିଛି । ଚାଷୀଙ୍କ ଉ୍‌ତ୍ପାଦକୁ ସାଇତି ରଖିବା, ଦେଶର ବିଭିନ୍ନ ପ୍ରାନ୍ତରେ ୱେଲନେସ କେନ୍ଦ୍ର ପ୍ରତିଷ୍ଠା କରିବା, ନୂଆ ରେଳଷ୍ଟେସନ ନିର୍ମାଣ , ପ୍ରତ୍ୟେକ ପରିବାର ପାଇଁ ପକ୍କାର ତିଆରି ଆଦି ଏସବୁ ବଡ ବଡ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ।” 

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଶେଷରେ କହିଥିଲେ ଯେ ଏହି ୱେବିନାରର ପ୍ରସ୍ତାବ, ଅଭିଜ୍ଞତା ଓ ଅନୁଭୂତି ଆଦିକୁ ସରକାର ବିଚାରକୁ ନେଇ ବଜେଟ କାର୍ଯ୍ୟକାରିତା ସମୟରେ ଆବଶ୍ୟକତା ଅନୁସାରେ କାମରେ ଲଗାଇବେ । ସବୁ ସମ୍ପୃକ୍ତ ପକ୍ଷଙ୍କ ମତାମତ ଆଧାରରେ ଚଳିତବର୍ଷର ବଜେଟ୍‌ର କାର୍ଯ୍ୟକାରିତା ସୁରୁଖୁରୁରେ ହୋଇପାରିବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Join sports, playgrounds more important than PlayStation: PM to youth

Media Coverage

Join sports, playgrounds more important than PlayStation: PM to youth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.