“ଭିତ୍ତିଭୂମି ଉନ୍ନୟନ ଦେଶର ଅର୍ଥନୀତିର ଚାଳକ ଶକ୍ତି”
“ଏହା ପ୍ରତ୍ୟେକ ସମ୍ପୃକ୍ତ ପକ୍ଷଙ୍କ ପାଇଁ ନୂଆ ଦାୟିତ୍ୱ, ନୂତନ ସମ୍ଭାବନା ଓ ଦୃଢ ନିଷ୍ପତ୍ତି ନେବାର ସମୟ”
“ରାଜପଥର ଗୁରୁତ୍ୱ ଭାରତରେ ହଜାର ହଜାର ବର୍ଷ ଧରି ସ୍ୱୀକୃତ”
“ଏବେ ଆମକୁ ଆମର ବେଗ ବଢାଇବାକୁ ପଡିବ ଏବଂ ଦ୍ରୁତଗତିରେ ଆଗକୁ ଯିବାକୁ ହେବ”
“ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଭାରତର ଭିତ୍ତିଭୂମି ଏବଂ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ଚେହେରା ବଦଳାଇବାକୁ ଯାଉଛି”
“ପିଏମ୍ ଗତିଶକ୍ତି ମାଷ୍ଟର ପ୍ଳାନ ଏକ ଗୁରୁତ୍ୱପୂର୍ଣ୍ଣ ଆୟୁଧ ଯାହା ଅର୍ଥନୀତିକ ଓ ଭିତ୍ତିଭୂମିଗତ ଯୋଜନାକୁ ବିକାଶ ସହିତ ସମନ୍ୱିତ କରିଥାଏ”
“ଉତ୍ତମ ମାନ ଏବଂ ମଲ୍ଟିମୋଡାଲ ଇନ୍‌ଫ୍ରାଷ୍ଟ୍ରକଚର ଦ୍ୱାରା ଆମର ଲଜିଷ୍ଟିକ୍ ଖର୍ଚ୍ଚ ଆଗାମୀ ଦିନରେ ଆହୁରି ହ୍ରାସ ପାଇବ”
“ଭୌତିକ ଭିତ୍ତିଭୂମିର ସାମର୍ଥ୍ୟ ସହିତ ଦେଶର ସାମାଜିକ ଭିତ୍ତିଭୂମି ସମାନ ଭାବେ ସୁଦୃଢ ହେବା ଆବଶ୍ୟକ”
“ଆପଣମାନେ କେବଳ ଦେଶର ପ୍ରଗତି ନିମନ୍ତେ ଅବଦାନ ଯୋଗାଉ ନାହାନ୍ତି, ଏହା ସହିତ ଭାରତର ଅଭିବୃଦ୍ଧିକୁ ମଧ୍ୟ ଗତି ପ୍ରଦାନ କରୁଛନ୍ତି”
ଏହି ସବୁ ୱେବିନାର ଆୟୋଜନ କରି ସରକାର ବଭିନ୍ନ ବର୍ଗ ଓ ପକ୍ଷଙ୍କ ମତାମତ ଏବଂ ପ୍ରସ୍ତାବକୁ ଶୁଣୁଛନ୍ତି ଏବଂ ବଜେଟ୍‌ର କାର୍ଯ୍ୟକାରିତାରେ ତାହାକୁ ଆବଶ୍ୟକସ୍ଥଳେ ବ୍ୟବହାର କରିବାର ସିଦ୍ଧାନ୍ତ ଦେଇଛନ୍ତି ।

ନମସ୍କାର ଆଜ୍ଞା 

 

ମୁଁ ଖୁସି ଯେ ଆଜି ଭିତ୍ତିଭୂମି ସଂପର୍କରେ ହେଉଥିବା ଏହି ୱେବିନାରରେ ଶତାଧିକ ଅଂଶୀଦାର ସାମିଲ ହୋଇଛନ୍ତି ଏବଂ 700ରୁ ଅଧିକ ଏମଡି ଓ ସିଇଓମାନେ ସମୟ ବାହାର କରି ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ମାହାତ୍ମ୍ୟ ବୁଝି ମୂଲ୍ୟବର୍ଦ୍ଧନର କାର୍ଯ୍ୟ କରିଛନ୍ତି । ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି । ଏହା ବ୍ୟତୀତ ଅନେକ କ୍ଷେତ୍ରର ବହୁତ ବିଶେଷଜ୍ଞ ଏବଂ ବିଭିନ୍ନ ସହଯୋଗୀମାନେ ମଧ୍ୟ ବହୁତ ବଡ଼ ସଂଖ୍ୟାରେ ସାମିଲ ହୋଇ ଏହି ୱେବିନାରକୁ ବହୁତ ସମୃଦ୍ଧ କରିବେ, ପରିଣାମଦର୍ଶୀ କରିବେ, ଏହା ହେଉଛି ମୋର ସମ୍ପୂର୍ଣ୍ଣ ବିଶ୍ୱାସ । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ସମୟ ବାହାର କରିଥିବାରୁ ବହୁତ କୃତଜ୍ଞତା ଜଣାଉଛି, ଏବଂ ହୃଦୟର ସହିତ ଆପଣମାନଙ୍କୁ ସ୍ୱାଗତ କରୁଛି । ଚଳିତ ବର୍ଷର ବଜେଟ ଭିତିଭୂମି କ୍ଷେତ୍ରର ବିକାଶକୁ ନୂତନ ଶକ୍ତି ଦେବାକୁ ଯାଉଛି । ବିଶ୍ୱର ବଡ଼- ବଡ଼ ବିଶେଷଜ୍ଞ ଏବଂ ଅନେକ ପ୍ରତିଷ୍ଠିତ ମିଡିଆ ହାଉସ ଭାରତର ବଜେଟ ଏବଂ ତାହାର ରଣନୀତିକ ନିଷ୍ପତିକୁ ଭୁରି- ଭୁରି ପ୍ରଶଂସା କରୁଛନ୍ତି । ଏବେ ଆମର କ୍ୟାପେକସ୍ (ପୁଞ୍ଜି ଖର୍ଚ୍ଚ) ବର୍ଷ 2013-14 ତୁଳନାରେ ଅର୍ଥାତ ମୋର ଆସିବା ପୂର୍ବରୁ ଯେଉଁ ସ୍ଥିତି ଥିଲା, ତାହା ତୁଳନାରେ ପାଂଚ ଗୁଣ ଅଧିକ ହୋଇ ଯାଇଛି । ଜାତୀୟ ଭିତ୍ତିଭୂମି ପାଇପ ଲାଇନ୍ ଅଧୀନରେ ସରକାର ଆଗାମୀ ସମୟରେ 110 ଲକ୍ଷ କୋଟି ଟଙ୍କା ନିବେଶ କରିବାର ଲକ୍ଷ୍ୟକୁ ନେଇ ଚାଲୁଛନ୍ତି । ଏଭଳି ଭାବେ ପ୍ରତ୍ୟେକ ଅଂଶୀଦାରଙ୍କ ପାଇଁ ଏହା ନୂତନ ଦାୟିତ୍ୱର, ନୂତନ ସମ୍ଭାବନା ଗୁଡ଼ିକର ଏବଂ ସାହସିକ ନିଷ୍ପତିର ହେଉଛି ସମୟ ।

ସାଥୀଗଣ,

କୌଣସି ମଧ୍ୟ ଦେଶର ବିକାଶରେ, ସ୍ଥାୟୀ ବିକାଶରେ, ଉଜ୍ଜ୍ୱଳ ଭବିଷ୍ୟତକୁ ଧ୍ୟାନରେ ରଖି ବିକାଶରେ, ସଦା ସର୍ବଦା ଭିତ୍ତିଭୂମିର ଗୁରୁତ୍ୱ ରହିଛି । ଯେଉଁ ଲୋକମାନେ ଭିତିଭୂମି ସହିତ ଜଡ଼ିତ ଇତିହାସର ଅଧ୍ୟୟନ କରୁଛନ୍ତି, ସେମାନେ ଏହା ଭଲ ଭାବେ ଜାଣିଛନ୍ତି । ଯେଭଳି ଆମର ଏଠାରେ ପାଖାପାଖି ଅଢ଼େଇ ହଜାର ବର୍ଷ ପୂର୍ବେ ଚନ୍ଦ୍ର ଗୁପ୍ତ ମୌର୍ଯ୍ୟ ଉତରାପଥର ନିର୍ମାଣ କରାଇଥିଲେ । ଏହି ମାର୍ଗ କେନ୍ଦ୍ରୀୟ ଏସିଆ ଏବଂ ଭାରତୀୟ ଉପ- ମହାଦ୍ୱୀପ ମଧ୍ୟରେ ବ୍ୟବସାୟ- କାରବାରକୁ ବୃଦ୍ଧି କରିବାରେ ବହୁତ ସହାୟତା କରିଥିଲା । ପରେ ସମ୍ରାଟ ଅଶୋକ ମଧ୍ୟ ଏହି ପଥର ଅନେକ ବିକାଶ କାର୍ଯ୍ୟ କରାଇଥିଲେ । ଷୋଡଶ ଶତାବ୍ଦୀରେ ଶେରଶାହା ସୂରୀ ମଧ୍ୟ ଏହି ପଥର ଗୁରୁତ୍ୱ ବୁଝିଥିଲେ ଆଉ ଏଥିରେ ନୂତନ ଭାବେ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ଯେତେବେଳେ ବ୍ରିଟିଶମାନେ ଆସିଲେ, ସେମାନେ ଏହି ପଥକୁ ଆହୁରି ଅଧିକ ଉନ୍ନତ କଲେ ଏବଂ ପୁଣି ଏହାକୁ ଗ୍ରାଣ୍ଡ ଟ୍ରଙ୍କ ରୋଡ କୁହାଗଲା । ଅର୍ଥାତ ଦେଶର ବିକାଶ ପାଇଁ ରାଜପଥର ବିକାଶର ଅବଧାରଣା ହେଉଛି ହଜାର- ହଜାର ବର୍ଷର । ସେହିଭଳି ଆମେ ଦେଖୁଛେ ଯେ ଆଜିକାଲି ରିଭର ଫ୍ରଣ୍ଟସ୍ ଏବଂ ଜଳପଥର ଏତେ ଚର୍ଚ୍ଚା ହେଉଛି । ଏହି ସନ୍ଦର୍ଭରେ ଆମେ ବନାରସର ଘାଟଗୁଡ଼ିକୁ ଯଦି ଦେଖିବା, ତେବେ ତାହା ମଧ୍ୟ ହେଉଛି ଏକ ପ୍ରକାରରେ ହଜାର- ହଜାର ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ରିଭର ଫ୍ରଣ୍ଟ । କୋଲକାତାରୁ ସିଧାସଳଖ ଜଳପଥ ସଂଯୋଗ ଯୋଗୁଁ କାହିଁ କେତେ ଶତାବ୍ଦୀରୁ ବନାରସ ବ୍ୟବସାୟ ଏବଂ କାରବାରର କେନ୍ଦ୍ର ମଧ୍ୟ ରହିଥିଲା ।

ଆଉ ଏକ ରୋଚକ ଉଦାହରଣ ହେଉଛି, ତାମିଲନାଡୁର ତାଞ୍ଜାବୁରରେ ଥିବା କଲ୍ଲଣେ ଡ୍ୟାମ । ଏହି କଲ୍ଲଣେ ଡ୍ୟାମ ଚୋଳ ସାମ୍ରାଜ୍ୟ ସମୟରେ ନିର୍ମାଣ ହୋଇଥିଲା । ଏହି ଡ୍ୟାମ ହେଉଛି ପାଖାପାଖି 2 ହଜାର ବର୍ଷ ପୁରୁଣା ଆଉ ବିଶ୍ୱର ଲୋକମାନେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ରହି ଯାଉଛନ୍ତି ଯେ ଏହି ଡ୍ୟାମ ଆଜି ମଧ୍ୟ କାର୍ଯ୍ୟକ୍ଷମ ଅଛି । 2 ହଜାର ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ଡ୍ୟାମ ଆଜି ମଧ୍ୟ ଏହି କ୍ଷେତ୍ରରେ ସମୃଦ୍ଧି ଆଣୁଛି । ଆପଣ କଳ୍ପନା କରି ପାରିବେ ଯେ ଭାରତର କିଭଳି ପରମ୍ପରା ରହିଛି, କିଭଳି ବିଶେଷତ୍ୱ ରହିଛି, କ’ଣ ସାମର୍ଥ୍ୟ ରହିଛି । ଏହା ଦୁର୍ଭାଗ୍ୟ ଯେ ସ୍ୱାଧୀନତା ପରେ ଆଧୁନିକ ଭିତ୍ତିଭୂମି ଉପରେ ଏତେ ଗୁରୁତ୍ୱ ଦିଆଗଲା ନାହିଁ, ଯେତେ ଅଧିକ ଦେବା ଉଚିତ ଥିଲା । ଆମର ଏଠାରେ ଦଶକ- ଦଶକ ପର୍ଯ୍ୟନ୍ତ ଗୋଟିଏ ଚିନ୍ତାଧାରା ସମସ୍ତଙ୍କୁ ଭାରାକ୍ରାନ୍ତ କରି ରହିଲା ଯେ ଗରିବୀ ହେଉଛି ଏକ ମନୋଭାବ- ଦାରିଦ୍ର‌ତା ହେଉଛି ପୂଣ୍ୟ । ଏହି ଚିନ୍ତାଧାରା କାରଣରୁ ଦେଶର ଭିତ୍ତିଭୂମି ଉପରେ ନିବେଶ କରିବା ପାଇଁ ପୂର୍ବର ସରକାରମାନେ କୁଣ୍ଠା ପ୍ରକାଶ କରୁଥିଲେ । ସେମାନଙ୍କର ଭୋଟ ବ୍ୟାଙ୍କର ରାଜନୀତି ପାଇଁ ଏହା ଅନୁକୂଳ ହେଉ ନ ଥିଲା । ଆମ ସରକାର ନା କେବଳ ଏହି ଚିନ୍ତାଧାରାରୁ ଦେଶକୁ ବାହାର ବାହାର କଲେ, ବରଂ ଆଧୁନିକ ଭିତିଭୂମି ଉପରେ ରେକର୍ଡ ସ୍ତରର ନିବେଶ ମଧ୍ୟ କରୁଛନ୍ତି।

ସାଥୀଗଣ,

ଏହି ଚିନ୍ତାଧାରା ଏବଂ ଏହିସବୁ ପ୍ରୟାସ ଗୁଡ଼ିକର ଯେଉଁ ଫଳାଫଳ ମିଳିଛି, ତାହାକୁ ମଧ୍ୟ ଆଜି ଦେଶ ଦେଖୁଛି । ଆଜି ଜାତୀୟ ରାଜପଥର ହାରାହାରି ବାର୍ଷିକ ନିର୍ମାଣ, 2014 ପୂର୍ବ ତୁଳନାରେ ପ୍ରାୟ ଦୁଇ ଗୁଣ ହୋଇ ଯାଇଛି । ସେହିଭଳି 2014 ପୂର୍ବରୁ ପ୍ରତି ବର୍ଷ 600 ରୁଟ କିଲୋମିଟର ରେଳ ଲାଇନର ବିଦ୍ୟୁତ କରଣ ହେଉଥିଲା, ଆଜି ଏହା ପ୍ରାୟ 4 ହଜାର ରୁଟ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଯଦି ଆମେ ବିମାନବନ୍ଦର ଆଡକୁ ଦେଖିବା ତେବେ ବିମାନବନ୍ଦରର ସଂଖ୍ୟା ମଧ୍ୟ 2014 ତୁଳନାରେ 74ରୁ ବୃଦ୍ଧି ପାଇ ଦେଢ଼ ଶହ ପାଖାପାଖି ପହଞ୍ଚି ସାରିଛି, ଅର୍ଥାତ ଦୁଇ ଗୁଣ ହୋଇ ସାରିଛି, ଅର୍ଥାତ 150 ବିମାନବନ୍ଦର ଏତେ କମ୍ ସମୟରେ ସମ୍ପୂର୍ଣ୍ଣ ହୋଇଛି । ସେହିଭଳି ଭାବେ ଆଜି ଯେତେବେଳେ ହେଉଛି ଗ୍ଲୋବାଲାଇଜେସନ୍ ବା ଜଗତୀକରଣର ଯୁଗ ସେତେବେଳେ ସାମୁଦ୍ରିକ ବନ୍ଦରର ମଧ୍ୟ ବହୁତ ଗୁରୁତ୍ୱ ରହିଛି । ଆମର ବନ୍ଦରଗୁଡ଼ିକର କ୍ଷମତାର ଉନ୍ନତି ମଧ୍ୟ ପୂର୍ବ ତୁଳନାରେ ଆଜି ପ୍ରାୟ ଦୁଇ ଗୁଣ ହୋଇ ଯାଇଛି ।

ସାଥୀଗଣ,

ଆମେ ଭିତ୍ତିଭୂମି ନିର୍ମାଣକୁ ଦେଶର ଅର୍ଥବ୍ୟବସ୍ଥାର ପରିଚାଳିତ ଶକ୍ତି ଭାବେ ବିବେଚନା କରୁଛୁ । ଏହି ପଥରେ ଚାଲି ଭାରତ, 2047 ପର୍ଯ୍ୟନ୍ତ ବିକଶିତ ଭାରତ ହେବାର ଲକ୍ଷ୍ୟକୁ ହାସଲ କରିବ। ଏବେ ଆମକୁ ନିଜର ଗତିକୁ ଆହୁରି ବଢ଼ାଇବାକୁ ହେବ। ଏବେ ଆମକୁ ଟପ୍ ଗିୟରରେ ଚାଲିବାକୁ ହେବ । ଆଉ ଏଥିରେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ବହୁତ ବଡ଼ ଭୂମିକା ରହିଛି। ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ, ଭାରତର ଭିତିଭୂମିର, ଭାରତର ମଲ୍ଟି ମୋଡେଲ ଲଜିଷ୍ଟିକର କାୟାକଳ୍ପ କରିବାକୁ ଯାଉଛି। ଏହା ଅର୍ଥନନୀତି ଏବଂ ଭିତିଭୂମି ଯୋଜନାକୁ, ବିକାଶକୁ ଏକ ପ୍ରକାରରେ ସମନ୍ୱିତ କରିବା ପାଇଁ ହେଉଛି ଏକ ବହୁତ ବଡ଼ ଆୟୁଧ । ଆପଣମାନେ ମନେ ପକାନ୍ତୁ, ଆମର ଏଠାରେ ବଡ଼ ସମସ୍ୟା ଏହା ରହିଛି ଯେ ବନ୍ଦର, ବିମାନବନ୍ଦର ନିର୍ମାଣ ହେଉଥିଲା, କିନ୍ତୁ ପ୍ରଥମ ମାଇଲ ଏବଂ ଶେଷ ମାଇଲ ସଂଯୋଗ ଉପରେ ଧ୍ୟାନ ଦିଆ ଯାଉ ନ ଥିଲା, ପ୍ରାଥମିକତା ନ ଥିଲା । ଏସଇଜେଡ୍ ଏବଂ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍ ନିର୍ମାଣ ହୋଇ ଯାଉଥିଲା, କିନ୍ତୁ ସେଗୁଡ଼ିକର ଯୋଗାଯୋଗ ଏବଂ ବିଜୁଳି, ପାଣି, ଗ୍ୟାସ ପାଇପ ଲାଇନ୍ ଭଳି ଭିତିଭୂମିରେ ବହୁତ ବିଳମ୍ବ ହୋଇ ଯାଉଥିଲା ।

ଏହି କାରଣରୁ ଲଜିଷ୍ଟିକ୍ସର କେତେ ସମସ୍ୟା ହେଉଥିଲା, ଦେଶର ଜିଡିପିର କେତେ ବଡ଼ ଅଂଶ ଅନାବଶ୍ୟକ ଭାବେ      ଖର୍ଚ୍ଚ ହେଉଥିଲା । ଆଉ ବିକାଶର ପ୍ରତ୍ୟେକ କାର୍ଯ୍ୟରେ ଏକ ପ୍ରକାରର ପ୍ରତିବନ୍ଧକ ଲାଗି ଯାଉଥିଲା । ଏବେ ଏହି ସମସ୍ତ ପ୍ରତିବନ୍ଧକ ଏକ ସମୟରେ, ସ୍ଥିରୀକୃତ ସମୟ ସୀମା ଆଧାରରେ, ସମସ୍ତଙ୍କୁ ସାଙ୍ଗରେ ନେଇ ଏକ ପ୍ରକାରରେ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରାଯାଉଛି । ଆଉ ମୁଁ ଖୁସି ଯେ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଫଳାଫଳ ମଧ୍ୟ ଆଜି ଆସିବାକୁ ଆରମ୍ଭ ହୋଇ ଗଲାଣି । ଆମେ ସେହି ବ୍ୟବଧାନ ଗୁଡ଼ିକୁ ଚିହ୍ନଟ କରିଛୁ, ଯାହା ଆମର ଲଜିଷ୍ଟିକ କ୍ଷମତାକୁ ପ୍ରଭାବିତ କରୁଛି । ଏଥିପାଇଁ ଚଳିତ ବର୍ଷର ବଜେଟରେ 100ଟି ଜଟିଳ ପ୍ରକଳ୍ପକୁ ପ୍ରାଥମିକତା ଦିଆଯାଇଛି ଆଉ ସେଥିପାଇଁ 75 ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଗୁଣବତା ଏବଂ ମଲ୍ଟିମୋଡେଲ ଭିତିଭୂମିରେ ଆମର ଲଜିଷ୍ଟିକ ଖର୍ଚ୍ଚ ଆଗାମୀ ଦିନରେ ଆହୁରି କମ୍ ହେବାକୁ ଯାଉଛି । ଏହା ଭାରତରେ ନିର୍ମାଣ ହେଉଥିବା ଜିନିଷ ଉପରେ ଆମର ଉତ୍ପାଦର କ୍ଷମତା ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଇବାକୁ ଯାଉଛି । ଲଜିଷ୍ଟିକ କ୍ଷେତ୍ର ସହିତ ସହଜରେ ଜୀବନ ଯାପନ ଏବଂ ବ୍ୟବସାୟ ସୁଗମତାରେ ବହୁ ମାତ୍ରାରେ ସୁଧାର ଆସିବ । ଏଭଳି ପରିସ୍ଥିତିରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ପାଇଁ ମଧ୍ୟ ସମ୍ଭାବନା କ୍ରମାଗତ ବୃଦ୍ଧି ପାଉଛି । ମୁଁ ଘରୋଇ କ୍ଷେତ୍ରକୁ ଏହି ପ୍ରକଳ୍ପରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରିତ କରୁଛି ।

ସାଥୀଗଣ,

ନିଶ୍ଚିତ ଭାବେ ଏଥିରେ ଆମର ରାଜ୍ୟଗୁଡ଼ିକର ମଧ୍ୟ ବହୁତ ବଡ଼ ଭୂମିକା ରହିଛି । ରାଜ୍ୟ ସରକାରଙ୍କ ପାଖରେ ଏଥିପାଇଁ ପୁଞ୍ଜିର କୌଣସି ଅଭାବ ନ ରହୁ, ଏଥିପାଇଁ 50 ବର୍ଷ ପର୍ଯ୍ୟନ୍ତ ସୁଧ ରହିତ ଋଣକୁ ଗୋଟିଏ ବର୍ଷ ପାଇଁ ଆଗକୁ ବୃଦ୍ଧି କରାଯାଇଛି । ଏଥିରେ ମଧ୍ୟ ବିଗତ ବଷର ବଜେଟ ବ୍ୟୟ ତୁଳନାରେ 30 ପ୍ରତିଶତ ବୃଦ୍ଧି କରାଯାଇଛି । ଲକ୍ଷ୍ୟ ଏହା ରହିଛି ଯେ, ରାଜ୍ୟ ମଧ୍ୟ ଗୁଣାତ୍ମକ ଭିତିଭୂମିକୁ ପ୍ରୋତ୍ସାହିତ କରୁ ।

ସାଥୀଗଣ,

ଏହି ୱେବିନାରରେ ଆପଣ ସମସ୍ତଙ୍କୁ ମୋର ଅନୁରୋଧ ରହିବ ଯେ, ଆଉ ଏକ ବିଷୟ ଉପରେ ଯଦି ଆପଣ ଚିନ୍ତାକରି ପାରୁଛନ୍ତି ତେବେ ଚିନ୍ତା କରନ୍ତୁ। ଆଧୁନିକ ଭିତ୍ତିଭୂମିର ନିର୍ମାଣ ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ମିଳିବା ମଧ୍ୟ ସେତିକି ଜରୁରୀ । ଅର୍ଥାତ ଆମର ବିନିର୍ମାଣ ଉଦ୍ୟୋଗ ପାଇଁ ବହୁତ ବଡ଼ ସମ୍ଭାବନାମାନ ସୃଷ୍ଟି ହୋଇଥାଏ। ଯଦି ଏହି କ୍ଷେତ୍ର ନିଜର ଆବଶ୍ୟକତାକୁ ଆକଳନ କରି ପୂର୍ବରୁ ଅନୁମାନ କରେ, ତାହାର ମଧ୍ୟ କୌଣସି ତନ୍ତ୍ର ବିକଶିତ ହୋଇପାରିବ ତେବେ ନିର୍ମାଣ ଉଦ୍ୟୋଗକୁ ମଧ୍ୟ ସାମଗ୍ରୀ ଯୋଗାଡ କରିବାରେ ସେତିକି ସହଜ ହେବ । ଆମକୁ ସମନ୍ୱିତ ଅଭିବ୍ୟକ୍ତିର ଆବଶ୍ୟକତା ରହିଛି, ସର୍କୁଲାର ଅର୍ଥନୀତିର ଅଂଶକୁ ମଧ୍ୟ ଆମର ଭବିଷ୍ୟତ ନିର୍ମାଣ କାର୍ଯ୍ୟ ସହିତ ଯୋଡିବାକୁ ହେବ । ବର୍ଜ୍ୟ ବା ଆବର୍ଜନାରୁ ଶ୍ରେଷ୍ଠ ପରିକଳ୍ପନା ମଧ୍ୟ ଏହାର ଅଂଶ ହେବା ଜରୁରୀ । ଆଉ ମୁଁ ବୁଝିପାରୁଛି ଯେ, ଏଥିରେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ବଡ ଭୂମିକା ରହିଛି ।

ସାଥୀଗଣ,

ଯେତେବେଳେ କୌଣସି ସ୍ଥାନରେ ଭିତିଭୂମି ବିକଶିତ ହୋଇଥାଏ, ସେତେବେଳେ ସେ ନିଜ ସାଙ୍ଗରେ ବିକାଶକୁ ମଧ୍ୟ ନେଇକରି ଆସିଥାଏ । ଏକ ପ୍ରକାରରେ ବିକାଶର ସମ୍ପୂର୍ଣ୍ଣ ଇକୋସିଷ୍ଟମ ଏକକାଳୀନ ଭାବେ ନିଜକୁ ନିଜେ ପ୍ରସ୍ତୁତ ହେବା ଆରମ୍ଭ ହୋଇଯାଇଥାଏ । ମୁଁ ନିଶ୍ଚିତ ଭାବେ ଯେତେବେଳେ ନିଜର ପୁରୁଣା ଦିନକୁ ମନେ ପକାଉଛି, ଯେତେବେଳେ କଚ୍ଛରେ ଭୂକମ୍ପ ଆସିଲା ସେତେବେଳେ ସ୍ୱଭାବିକ ଭାବେ ସରକାରଙ୍କ ସାମ୍ନାରେ ଏତେବଡ଼ ବିପର୍ଯ୍ୟୟ ଆସିଲା ତେଣୁ ପ୍ରଥମେ ସରକାରଙ୍କ ପାଖରେ କ’ଣ କଳ୍ପନା ରହିଥାଏ । ମୁଁ ଏହା କହିଲି ଚାଲ ଭାଇ ଶୀଘ୍ର ଶୀଘ୍ର ଏପଟ-ସେପଟ କରି କାମ ଶେଷ କର, ସାଧାରଣ ଜୀବନଯାତ୍ରା ଆଡକୁ ଚାଲ। ମୋ ସମ୍ମୁଖରେ 2ଟି ରାସ୍ତା ଥିଲା, ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପରେ ସେହି କ୍ଷେତ୍ରରେ, ଅବା ଯେଉଁ ଛୋଟ ମୋଟ ଭଙ୍ଗା ଭାଙ୍ଗି ହୋଇଛି ତାକୁ ଠିକ୍ କରି ସେହି ଜିଲ୍ଲା ଗୁଡିକୁ ସେମାନଙ୍କ ଭାଗ୍ୟ ଉପରେ ଛାଡି ଦେବି ଅବା ପୁଣି ବିପର୍ଯ୍ୟୟକୁ ସୁଯୋଗରେ ବଦଳାଇବି, ନୂତନ ଅଭିବ୍ୟକ୍ତି ସହିତ କଚ୍ଛକୁ ଆଧୁନିକ କରିବା ଦିଗରେ, ଯାହା କିଛି ମଧ୍ୟ ବିପର୍ଯ୍ୟୟ ଘଟିଛି, ଯାହା କିଛି ମଧ୍ୟ କ୍ଷୟକ୍ଷତି ହୋଇଛି, କିନ୍ତୁ ଏବେ କିଛି ନୂଆ କରିବି, କିଛି ଭଲ କରିବି, କିଛି ବହୁତ ବଡ଼ କରିବି ।

ଆଉ ମୋର ସାଥୀଗଣ ଆପଣମାନେ ଖୁସି ହେବେ ମୁଁ ରାଜନୈତିକ ଲାଭ- ଅନ୍ୟ ଲାଭ କଥା ଚିନ୍ତା ନ କରି, ତତ୍କାଳ ହାଲକା- ଫୁଲକା କାମ କରି ବାହାରି ଯିବା ଏବଂ ପ୍ରଶଂସା ଲୁଟିବାର କାର୍ଯ୍ୟ କଲି ନାହିଁ, ମୁଁ ଦୀର୍ଘ ଲମ୍ଫ ପ୍ରଦାନ କଲି, ମୁଁ ଅନ୍ୟ ପଥ ବାଛିଲି ଏବଂ କଚ୍ଛରେ ବିକାଶ ପାଇଁ  ଭିତିଭୂମିକୁ ମୋ କାର୍ଯ୍ୟର ମୁଖ୍ୟ ଆଧାର କଲି । ସେତେବେଳେ ଗୁଜରାଟ ସରକାର କଚ୍ଛ ପାଇଁ ରାଜ୍ୟର ସବୁଠାରୁ ଭଲ ରାସ୍ତା ନିର୍ମାଣ କଲେ, ବହୁତ ପ୍ରଶସ୍ତ ସଡ଼କ ତିଆରି କଲେ, ବଡ଼- ବଡ଼ ପାଣି ଟାଙ୍କି ନିର୍ମାଣ କଲେ, ବିଜୁଳିର ବ୍ୟବସ୍ଥା ଦୀର୍ଘ ସମୟ ପର୍ଯ୍ୟନ୍ତ କାମରେ ଆସୁ, ଏଭଳି ସବୁ କଲେ । ଆଉ ସେତେବେଳେ ମୋତେ ଜଣା ଅଛି ବହୁତ ଲୋକ ମୋତେ କହୁଥିଲେ, ଆରେ ଏତେ ବଡ଼ ବଡ଼ ରାସ୍ତା ନିର୍ମାଣ କରୁଛ, ପାଂଚ ମିନିଟ, ଦଶ ମିନିଟରେ ମଧ୍ୟ ଗୋଟିଏ ଗାଡି ଏଠାକୁ ଆସୁ ନାହିଁ, କ’ଣ କରିବ ଏହାକୁ ନିର୍ମାଣ କରି । ଏତେ ଖର୍ଚ୍ଚ କରୁଛ । ଏଭଳି ମୋତେ କହୁଥିଲେ । କଚ୍ଛରେ ତ’ ଅର୍ଥାତ ଏକ ପ୍ରକାରରେ ନକରାତ୍ମକ ଅଭିବୃଦ୍ଧି ଥିଲା, ଲୋକମାନେ ସେଠାରେ ଅଳ୍ପ ଅଳ୍ପ ସଂଖ୍ୟାରେ କଚ୍ଛ ଛାଡୁଥିଲେ, ବିଗତ 50 ବର୍ଷଧରି କଚ୍ଛ ଛାଡୁଥିଲେ ।

କିନ୍ତୁ ସାଥୀଗଣ, ସେହି ସମୟରେ ଭିତ୍ତିଭୂମି ଉପରେ ଆମେ ଯେଉଁ ନିବେଶ କରିଥିଲୁ, ସେହି ସମୟର ଆବଶ୍ୟକତାକୁ ଛାଡି ଭବିଷ୍ୟତର ଆବଶ୍ୟକତାକୁ ମଧ୍ୟ ଧ୍ୟାନରେ ରଖି ସମସ୍ତ ଯୋଜନା କଲୁ, ଆଜି ତାହାର ଲାଭ କଚ୍ଛ ଜିଲ୍ଲାକୁ ଅଦ୍ଭୁତ ଭାବେ ମିଳୁଛି । ଆଜି କଚ୍ଛ, ଗୁଜରାଟର ସବୁଠାରୁ ଦ୍ରୁତ ଗତିରେ ବିକାଶ କରୁଥିବା ଜିଲ୍ଲା ପାଲଟି ଯାଇଛି । ଯାହା କେବେ ସୀମାରେ ଅର୍ଥାତ ଏକ ପ୍ରକାରରେ ଅଫିସରମାନଙ୍କର ମଧ୍ୟ ନିଯୁକ୍ତି ହେଉଥିଲା ତେବେ ଦଣ୍ଡଯୁକ୍ତ ନିଯୁକ୍ତି ବୋଲି ଧରାଯାଉଥିଲା, କଳାପାଣିର ଦଣ୍ଡ ବୋଲି କୁହାଯାଉଥିଲା । ହେଲେ ତାହା ଆଜି ସବୁଠାରୁ ବିକଶିତ ଜିଲ୍ଲା ହେଉଛି । ଏତେ ବଡ଼ ଅଂଚଳ ଯାହା କେବେ ଶୂନଶାନ ଥିଲା, ତାହା ଏବେ ଜୀବନ୍ତ ହୋଇଯାଇଛି ଆଉ ସେଠାକାର ଚର୍ଚ୍ଚା ଆଜି ସାରା ଦେଶରେ ହେଉଛି । ଏକମାତ୍ର ଜିଲ୍ଲାରେ ତ’ 5ଟି ବିମାନ ବନ୍ଦର ଅଛି । ଆଉ ତାହାର ସମ୍ପୂର୍ଣ୍ଣ ଶ୍ରେୟ ଯଦି କାହାକୁ ଯାଉଛି ତେବେ ତାହା ହେଉଛି କଚ୍ଛରେ ଆଧୁନିକ ଭିତିଭୂମି ନିର୍ମାଣ ହେଲା, ବିପର୍ଯ୍ୟୟକୁ ସୁଯୋଗରେ ବଦଳାଗଲା, ଆଉ ତତ୍କାଳୀନ ଆବଶ୍ୟକତାଠାରୁ ଆଗକୁ ଚିନ୍ତା କରାଗଲା, ତାହାର ପରିଣାମ ଆଜି ମିଳୁଛି ।

ସାଥୀଗଣ,

ଭୌତିକ ଭିତ୍ତିଭୂମିର ଦୃଢତା ସହିତ ହିଁ ଦେଶର ସାମାଜିକ ଭିତ୍ତିଭୂମି ମଧ୍ୟ ସେତିକି ସୁଦୃଢ ହେବା ଆବଶ୍ୟକ । ଆମର ସାମାଜିକ ଭିତ୍ତିଭୂମି ଯେତେ ସୁଦୃଢ ହେବ, ସେତିକି ହିଁ ପ୍ରତିଭାବାନ ଯୁବକ, ଦକ୍ଷ ଯୁବକ, କାର୍ଯ୍ୟ କରିବା ପାଇଁ ଆଗକୁ ଆସି ପାରିବେ । ସେଥିପାଇଁ କୌଶଳ ବିକାଶ, ପ୍ରକଳ୍ପ ପରିଚାଳନା, ଆର୍ଥିକ ଦକ୍ଷତା, ଉଦ୍ୟମିତା ଦକ୍ଷତା ଏଭଳି ଅନେକ ବିଷୟ ଗୁଡିକ ଉପରେ ପ୍ରଥମିକତା ଦେବା, ଗୁରୁତ୍ୱ ଦେବା ହେଉଛି ସେତିକି ଆବଶ୍ୟକ । ଭିନ୍ନ ଭିନ୍ନ କ୍ଷେତ୍ରରେ, ଛୋଟ ଏବଂ ବଡ଼ ଉଦ୍ୟୋଗରେ ଆମକୁ ଦକ୍ଷତାର ଅନୁମାନ ବିଷୟର ଏକ ତନ୍ତ୍ର ବିକଶିତ କରିବାକୁ ପଡିବ । ଏହା ଦ୍ୱାରା ଦେଶର ମାନବ ସମ୍ବଳ ପୁଲକୁ ମଧ୍ୟ ବହୁତ ଲାଭ ହେବ । ମୁଁ ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟକୁ ମଧ୍ୟ କହିବି ଯେ ଏହି ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରନ୍ତୁ ।

ସାଥୀଗଣ,

ଆପଣମାନେ କେବଳ ଭିତ୍ତିଭୂମିର ହିଁ ନିର୍ମାଣ କରୁ ନାହାନ୍ତି, ବରଂ ଭାରତର ଅଭିବୃଦ୍ଧିର ବୟସକୁ ଗତି ଦେବାର ମଧ୍ୟ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ଏହି ୱେବିନାରରେ ସାମିଲ ପ୍ରତ୍ୟେକ ଅଂଶିଦାରଙ୍କ ଭୂମିକା ଏବଂ ସେମାନଙ୍କର ପ୍ରସ୍ତାବ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ଆଉ ଏହା ମଧ୍ୟ ଦେଖନ୍ତୁ ଯେତେବେଳେ ଭିତିଭୂମିର କଥା ହେଉଛେ ସେତେବେଳେ କେବେ- କେବେ ରେଳ, ସଡ଼କ, ବିମାନ ବନ୍ଦର, ବନ୍ଦର ଓ ଏହାର ଆଖପାଖରେ; ଏବେ ଦେଖନ୍ତୁ ଏହି ବଜେଟରେ ଗାଁରେ ଭଣ୍ଡାରଣର ବହୁତ ବଡ଼ ପ୍ରକଳ୍ପ ଗଚ୍ଛିତ ରଖିବା ପାଇଁ ହାତକୁ ନିଆଯାଇଛି, କୃଷକମାନଙ୍କର ଉତ୍ପାଦକୁ ମହଜୁଦ କରି ରଖିବା ପାଇଁ । କେତେ ବଡ଼ ଭିତିଭୂମି ନିର୍ମାଣ କରିବାକୁ ପଡିବ । ଆମେ ଏବେଠାରୁ ଚିନ୍ତା କରି ପାରିବା ।

ଦେଶରେ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରାଯାଉଛି। ଲକ୍ଷ ଲକ୍ଷ ଗାଁରେ ସ୍ୱାସ୍ଥ୍ୟ ସେବା ପାଇଁ ଉତମରୁ ଅତି ଉତମ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରାଯାଉଛି । ଏହା ମଧ୍ୟ ହେଉଛି ଏକ ଭିତିଭୂମି। ଆମେ ନୂତନ ରେଳ ଷ୍ଟେସନ ନିର୍ମାଣ କରୁଛୁ, ଏହା ମଧ୍ୟ ହେଉଛି  ଭିତ୍ତିଭୂମି ନିର୍ମାଣର କାର୍ଯ୍ୟ । ଆମେ ପ୍ରତ୍ୟେକ ପରିବାରକୁ ପକ୍କା ଘର ଦେବାର କାର୍ଯ୍ୟ କରୁଛୁ, ଏହି କାର୍ଯ୍ୟରେ ଆମକୁ ନୂତନ ଟେକ୍ନୋଲୋଜି, ସାମଗ୍ରୀରେ ମଧ୍ୟ ନୂତନତା, ନିର୍ମାଣ ସମୟରେ ମଧ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କିପରି କାର୍ଯ୍ୟ ହେବ, ଏହି ସମସ୍ତ ବିଷୟରେ ମଧ୍ୟ ଏବେ ଭାରତକୁ ବହୁତ ବଡ଼ ଲମ୍ଫ ପ୍ରଦାନ କରିବାର ଆବଶ୍ୟକତା ଅଛି । ଆଉ ଏଥି ପାଇଁ ଏହି ୱେବିନାର ହିଁ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ।

ମୋର ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା। ଆପଣମାନଙ୍କର ଏହି ମନ୍ଥନ, ଆପଣମାନଙ୍କର ଏହି ବିଚାର, ଆପଣମାନଙ୍କର ଅନୁଭବ ଏହି ବଜେଟକୁ ଉତମରୁ ଅତି ଉତମ ଭାବେ କାର୍ଯ୍ୟକାରୀ କରିବାର କାରଣ ହେବ, ଦ୍ରୁତ ଗତିରେ କାର୍ଯ୍ୟକାରୀ ହେବ ଏବଂ ସର୍ବାଧିକ ଭଲ, ଫଳାଫଳ ଯୁକ୍ତ ପରିଣାମ ମିଳିବ। ଏହା ହେଉଛି ମୋର ବିଶ୍ୱାସ । ମୋ ତରଫରୁ ଆପଣମାନଙ୍କୁ ବହୁତ ଶୁଭକାମନା ଜଣାଉଛି ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Join sports, playgrounds more important than PlayStation: PM to youth

Media Coverage

Join sports, playgrounds more important than PlayStation: PM to youth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.