“ବଜେଟ୍ ରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ଏହି ୱେବିନାରଗୁଡିକ ଉତପ୍ରେରକ ଭାବେ କାର୍ଯ୍ୟ କରୁଛନ୍ତି”
“ଆମକୁ ନୂତନ ଚିନ୍ତାଧାରା ସହ ପର୍ଯ୍ୟଟନରେ ନୂତନ ଉଚ୍ଚତା ହାସଲ କରିବାକୁ ଯୋଜନା କରିବାକୁ ପଡିବ”
“ଧନୀମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ପର୍ଯ୍ୟଟନ ଏକ ଉଚ୍ଚକୋଟୀର ଶବ୍ଦ ନୁହେଁ”
“ଚଳିତ ବର୍ଷର ବଜେଟ୍ ପର୍ଯ୍ୟଟନସ୍ଥଳୀର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେଇଛି”
“ସୁବିଧାଗୁଡ଼ିକର ବୃଦ୍ଧି ଯୋଗୁଁ କାଶୀ ବିଶ୍ୱନାଥ, କେଦାର ଧାମ, ପାୱ।ଗଡରେ ଭକ୍ତଙ୍କ ଆଗମନ ବହୁଗୁଣିତ ହୋଇଛି”
“ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳ ନିଜର ରାଜସ୍ୱ ମଡେଲ ବିକାଶ କରିପାରିବ”
“ଆମ ଗାଁର ଭିତ୍ତିଭୂମିର ବିକାଶ ସହିତ ସେଗୁଡିକ ପର୍ଯ୍ୟଟନର କେନ୍ଦ୍ର ପାଲଟିବ”
“ଗତ ବର୍ଷ ଜାନୁଆରୀରେ ମାତ୍ର ୨ ଲକ୍ଷ ତୁଳନାରେ ଚଳିତ ବର୍ଷ ଜାନୁଆରୀରେ ୮ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ଆସିଛନ୍ତି”
“ଅଧିକ ଖର୍ଚ୍ଚ କରୁଥିବା ପର୍ଯ୍ୟଟକଙ୍କୁ ଦେବାପାଇଁ ଭାରତ ନିକଟରେ ବହୁତ କିଛି ଅଛି”
“ଦେଶରେ କୃଷି, ରିଅଲ୍ ଇଷ୍ଟେଟ୍ ବିକାଶ, ଭିତ୍ତିଭୂମି ଏବଂ ବୟନଶିଳ୍ପ ପରି ପର୍ଯ୍ୟଟନର ସମାନ ସମ୍ଭାବନା ରହିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ " ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ଏକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । କେନ୍ଦ୍ର ବଜେଟ୍ ୨୦୨୩ ରେ ଘୋଷିତ ପଦକ୍ଷେପଗୁଡ଼ିକୁ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଦ୍ୱାରା ଆୟୋଜିତ ୧୨ ଟି ବଜେଟ୍ ପରବର୍ତ୍ତୀ ୱେବିନାରର ଏହା ହେଉଛି ସପ୍ତମ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆଜିର ନୂତନ ଭାରତ ଏକ ନୂତନ କାର୍ଯ୍ୟ ସଂସ୍କୃତି ସହିତ ଆଗକୁ ବଢୁଛି । ଭାରତର ଲୋକମାନଙ୍କ ଦ୍ୱାରା ଚଳିତ ବର୍ଷର ବଜେଟ୍ ପ୍ରତି ଦେଖାଯାଇଥିବା ଆଗ୍ରହକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବ କାର୍ଯ୍ୟ ସଂସ୍କୃତି ଉପରେ ପ୍ରତିଫଳନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଜେଟ୍ ପୂର୍ବରୁ ଏବଂ ପରେ ସମସ୍ତ ସହଯୋଗୀଙ୍କ ସହ ବର୍ତ୍ତମାନର ସରକାରଙ୍କ ଆଲୋଚନାର ମନୋଭାବ ନ ଥିଲେ ବଜେଟ୍ ପରବର୍ତ୍ତୀ ୱେବିନାର୍ ଭଳି ଅଭିନବ ଆୟୋଜନ ହୋଇ ନଥାନ୍ତା । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଏହି ୱେବିନାରଗୁଡିକର ମୂଳ ଉଦ୍ଦେଶ୍ୟ ହେଉଛି ବଜେଟର ସଫଳତାକୁ ସର୍ବାଧିକ କରିବା ସହିତ ଏହାର ଠିକ ସମୟରେ କାର୍ଯ୍ୟକାରୀ କରିବା । ବଜେଟ୍ ରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ଏହି ୱେବିନାରଗୁଡିକ ଉତପ୍ରେରକ ଭାବରେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି । ୨୦ ବର୍ଷରୁ ଅଧିକ ସମୟ ଧରି ସରକାରର ମୁଖ୍ୟ ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତା ବିଷୟରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ସେତେବେଳେ ସଫଳତା ମିଳିବ ଯେତେବେଳେ ସମସ୍ତ ସହଯୋଗୀମାନେ ସରକାରଙ୍କ ଦ୍ୱାରା ନିଆଯାଇଥିବା କୌଣସି ରଣନୀତିକ ନିଷ୍ପତ୍ତି ସହିତ ନିଜକୁ ସାମିଲ କରିବେ । ବଜେଟ୍ ପରବର୍ତ୍ତୀ ୱେବିନାର୍ ମାଧ୍ୟମରେ ଏପର୍ଯ୍ୟନ୍ତ ଦିଆଯାଇଥିବା ପରାମର୍ଶରେ ସେ ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି ଯେ ନୂତନ ଚିନ୍ତା କରିବା ଏବଂ ଭାରତରେ ପର୍ଯ୍ୟଟନକୁ ନୂତନ ଉଚ୍ଚତାକୁ ଆଣିବା ପାଇଁ ଯୋଜନା କରିବା ଆବଶ୍ୟକ । ପର୍ଯ୍ୟଟନ ସ୍ଥଳ ବିକଶିତ ହେବା ପୂର୍ବରୁ ମାନଦଣ୍ଡଗୁଡିକ ଉପରେ ଆଲୋକପାତ କରିବା ସହିତ ପ୍ରଧାନମନ୍ତ୍ରୀ ସେହି ସ୍ଥାନର ସମ୍ଭାବନା, ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରିବାର ସହଜତା ଏବଂ ଏହି ସ୍ଥାନକୁ ପ୍ରୋତ୍ସାହିତ କରିବାର ନୂତନ ସମ୍ଭାବନାକୁ ତାଲିକାଭୁକ୍ତ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାନଦଣ୍ଡଗୁଡିକ ଉପରେ ଗୁରୁତ୍ୱ ଦେବା ଭବିଷ୍ୟତ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ । ପ୍ରଧାନମନ୍ତ୍ରୀ ଦେଶରେ ପର୍ଯ୍ୟଟନର ବିଶାଳ ପରିସର ଉପରେ ଆଲୋକପାତ କରିଥିଲେ ଏବଂ ଉପକୂଳ ପର୍ଯ୍ୟଟନ, ସମୁଦ୍ରକୂଳ ପର୍ଯ୍ୟଟନ, ହେନ୍ତାଳବନ ପର୍ଯ୍ୟଟନ, ହିମାଳୟ ପର୍ଯ୍ୟଟନ, ଦୁଃସାହସିକ ପର୍ଯ୍ୟଟନ, ବନ୍ୟଜନ୍ତୁ ପର୍ଯ୍ୟଟନ, ଇକୋ-ଟୁରିଜିମ୍‌, ଐତିହ୍ୟ ପର୍ଯ୍ୟଟନ, ଆଧ୍ୟାତ୍ମିକ ପର୍ଯ୍ୟଟନ, ବିବାହ ସ୍ଥଳ, ସମ୍ମିଳନୀ ମାଧ୍ୟମରେ ପର୍ଯ୍ୟଟନ ଏବଂ କ୍ରୀଡା ପର୍ଯ୍ୟଟନକୁ ତାଲିକାଭୁକ୍ତ କରିଥିଲେ ।  ସେ ରାମାୟଣ ସର୍କିଟ, ବୁଦ୍ଧ ସର୍କିଟ, କୃଷ୍ଣ ସର୍କିଟ, ଉତ୍ତର-ପୂର୍ବ ସର୍କିଟ, ଗାନ୍ଧୀ ସର୍କିଟ ଏବଂ ସମସ୍ତ ସାଧୁଙ୍କ ତୀର୍ଥଯାତ୍ରାର ଉଦାହରଣ ମଧ୍ୟ ଦେଇଛନ୍ତି ଏବଂ ଏହା ଉପରେ ମିଳିତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷର ବଜେଟରେ ପ୍ରତିଯୋଗିତାମୂଳକ ଆବେଗ ତଥା ଆହ୍ୱାନର ମାର୍ଗ ମାଧ୍ୟମରେ ଭାରତର ଅନେକ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ଲକ୍ଷ୍ୟସ୍ଥଳର ସାମଗ୍ରିକ ବିକାଶ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ବିଭିନ୍ନ ସହଯୋଗୀ କିପରି ନିୟୋଜିତ ହୋଇପାରିବେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ପାଇଁ ଶ୍ରୀ ମୋଦୀ କହିଥିଲେ ।

ପର୍ଯ୍ୟଟନ କେବଳ ଦେଶର ଉଚ୍ଚ ଆୟକାରୀ ଗୋଷ୍ଠୀ ସହିତ ଜଡିତ ଏକ ସୁନ୍ଦର ଶବ୍ଦ ବୋଲି ଥିବା କଥାକୁ ଖଣ୍ଡନ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ଶତାବ୍ଦୀ ଧରି ଯାତ୍ରା ଭାରତର ସାଂସ୍କୃତିକ ତଥା ସାମାଜିକ ଜୀବନର ଏକ ଅଂଶ ହୋଇଆସୁଥିଲା ଏବଂ ସେଠାରେ କୌଣସି ସମ୍ବଳ ନଥିଲେ ମଧ୍ୟ ଲୋକମାନେ ତୀର୍ଥଯାତ୍ରା କରୁଥିଲେ । ସେ ଚାର୍ ଧାମ ଯାତ୍ରା, ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଯାତ୍ରା, ୫୧ ଶକ୍ତିପୀଠ ଯାତ୍ରା ବିଷୟରେ ଉଦାହରଣ ଦେଇଛନ୍ତି ଏବଂ କହିଛନ୍ତି ଯେ ଏହା ଆମ ବିଶ୍ୱାସର ସ୍ଥାନଗୁଡ଼ିକୁ ଯୋଡିବା ସହିତ ଦେଶର ଏକତାକୁ ମଜବୁତ କରିବା ପାଇଁ ବ୍ୟବହୃତ ହୋଇଛି । ଦେଶର ବହୁ ବଡ ସହରର ସମଗ୍ର ଅର୍ଥନୀତି ଏହି ଯାତ୍ରା ଉପରେ ର୍ନିଭରଶୀଳ ବୋଲି ଉଲ୍ଲେଖ କରି କରି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ସ୍ୱାଧୀନତାର ଦଶନ୍ଧି ମଧ୍ୟରେ ଶହ ଶହ ବର୍ଷର ଦାସତ୍ୱ ଏବଂ ଏହି ସ୍ଥାନଗୁଡିକର ରାଜନୈତିକ ଅବହେଳା ଏହାର ମୂଳ କାରଣ ଯାହା ଦେଶକୁ କ୍ଷତି ପହଞ୍ଚାଇଥିଲା । ଆଜିର ଭାରତ ଏହି ପରିସ୍ଥିତିକୁ ବଦଳାଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି ଯେ ଏହି ସୁବିଧା ବୃଦ୍ଧି ଦ୍ୱାରା ପର୍ଯ୍ୟଟକଙ୍କ ମଧ୍ୟରେ ଆକର୍ଷଣ ବୃଦ୍ଧି ପାଇବ । ସେ ବାରାଣାସୀରେ କାଶୀ ବିଶ୍ୱନାଥ ଧାମର ଉଦାହରଣ ଦେଇଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଏହାର ପୁନଃନିର୍ମାଣ ହେବାର ଏକ ବର୍ଷ ପୂର୍ବରୁ ପ୍ରାୟ ୮୦ ଲକ୍ଷ ଲୋକ ମନ୍ଦିର ପରିଦର୍ଶନ କରୁଥିଲେ, କିନ୍ତୁ ପୁନରୁଦ୍ଧାର ପରେ ଗତ ବର୍ଷ ଯାତ୍ରୀଙ୍କ ଆଗମନ ୭ କୋଟି ଅତିକ୍ରମ କରିଥିଲା । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ କେଦାରଘାଟୀରେ ପୁନଃ ର୍ନିମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ମାତ୍ର ୪-୫ ଲକ୍ଷ ତୁଳନାରେ ବର୍ତ୍ତମାନ ୧୫ ଲକ୍ଷ ଭକ୍ତ ବାବା କେଦାରଙ୍କୁ ଦେଖିବାକୁ ଯାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗୁଜୁରାଟର ପାଭଗଡରେ ନବୀକରଣ ପୂର୍ବରୁ ମାତ୍ର ୪ ରୁ ୫ ହଜାର ଲୋକଙ୍କ ବର୍ତ୍ତମାନ ତୁଳନାରେ ୮୦ ହଜାର ତୀର୍ଥଯାତ୍ରୀ ମା କାଳୀକାଙ୍କ ଦର୍ଶନ ପାଇଁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସୁବିଧା ବୃଦ୍ଧି ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ବଢୁଥିବା ସଂଖ୍ୟା ଅର୍ଥ ରୋଜଗାର ଏବଂ ଆତ୍ମନିଯୁକ୍ତି ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଥାଏ । ପ୍ରଧାନମନ୍ତ୍ରୀ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଉପରେ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ଯେ ଏହା ସମାପ୍ତ ହେବାର ଏକ ବର୍ଷ ମଧ୍ୟରେ ୨୭ ଲକ୍ଷ ପର୍ଯ୍ୟଟକ ଏହି ସ୍ଥାନ ପରିଦର୍ଶନ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ବୃଦ୍ଧି ପାଉଥିବା ସୁବିଧା, ଭଲ ଡିଜିଟାଲ ସଂଯୋଗ, ଭଲ ହୋଟେଲ ଏବଂ ଡାକ୍ତରଖାନା, ଅପରିଷ୍କାର ଚିହ୍ନ ନରହିଲେ ଏବଂ ଉତ୍କୃଷ୍ଟ ଭିତ୍ତିଭୂମି ସହିତ ଭାରତର ପର୍ଯ୍ୟଟନ କ୍ଷେତ୍ର ବହୁଗୁଣ ବୃଦ୍ଧି କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ଗୁଜୁରାଟର ଅହମ୍ମଦାବାଦରେ ଥିବା କାଙ୍କାରିଆ ହ୍ରଦ ପ୍ରକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ ହ୍ରଦର ପୁନଃ ର୍ନିମାଣ ବ୍ୟତୀତ ଖାଦ୍ୟ ଷ୍ଟଲରେ କାର୍ଯ୍ୟ କରୁଥିବା ଲୋକଙ୍କର ଦକ୍ଷତା ବିକାଶ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ଆଧୁନିକ ଭିତ୍ତିଭୂମି ସହିତ ସ୍ୱଚ୍ଛତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଉପଯୁକ୍ତ ପ୍ରବେଶ ଶୁଳ୍କ ସତ୍ତ୍ୱେ ପ୍ରତିଦିନ ପ୍ରାୟ ୧୦,୦୦୦ ଲୋକ ଏହି ସ୍ଥାନ ପରିଦର୍ଶନ କରନ୍ତି ବୋଲି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ନିଜର ରାଜସ୍ୱ ମଡେଲ ବିକାଶ କରିପାରିବେ ।

ଆମର ଗ୍ରାମଗୁଡିକ ପର୍ଯ୍ୟଟନର କେନ୍ଦ୍ର ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭିତ୍ତିଭୂମିର ଉନ୍ନତି ହେତୁ ଦୂର ଗ୍ରାମଗୁଡ଼ିକ ପର୍ଯ୍ୟଟନ ମାନଚିତ୍ରରେ ଆସୁଛନ୍ତି । ସେ ସୂଚନା ଦେଇଛନ୍ତି ଯେ ସୀମାରେ ଅବସ୍ଥିତ ଗ୍ରାମଗୁଡିକ ପାଇଁ କେନ୍ଦ୍ର ସରକାର ଉନ୍ନତ ଗ୍ରାମ ଯୋଜନା ଆରମ୍ଭ କରିଛନ୍ତି ଏବଂ ଘରେ ରହିବା, ଛୋଟ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଭଳି ବ୍ୟବସାୟକୁ ସମର୍ଥନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଭାରତରେ ବଢୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତ ପ୍ରତି ବୃଦ୍ଧି ପାଉଥିବା ଆକର୍ଷଣକୁ ଲକ୍ଷ୍ୟ କରି ସୂଚନା ଦେଇଛନ୍ତି ଯେ ଗତ ବର୍ଷ ଜାନୁଆରୀରେ ମାତ୍ର ୨ ଲକ୍ଷ ତୁଳନାରେ ଚଳିତ ବର୍ଷ ଜାନୁଆରୀରେ ୮ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଏହିପରି ପର୍ଯ୍ୟଟକଙ୍କୁ ତାଲିକା ପ୍ରସ୍ତୁତ କରିବା ଏବଂ ସର୍ବାଧିକ ଖର୍ଚ୍ଚ କ୍ଷମତା ଥିବା ଦେଶକୁ ଆକର୍ଷିତ କରିବା ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେ ସୂଚନା ଦେଇଛନ୍ତି ଯେ ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ହାରାହାରି ୧୭୦୦ ଡଲାର ଖର୍ଚ୍ଚ କରୁଥିବାବେଳେ ଆନ୍ତର୍ଜାତୀୟ ଯାତ୍ରୀମାନେ ଆମେରିକାରେ ହାରାହାରି ୨୫୦୦ ଡଲାର ଏବଂ ଅଷ୍ଟ୍ରେଲିଆରେ ପ୍ରାୟ ୫୦୦୦ ଡଲାର ଖର୍ଚ୍ଚ କରୁଛନ୍ତି । ସେ କହିଛନ୍ତି ଯେ, ଅଧିକ ଖର୍ଚ୍ଚ କରୁଥିବା ପର୍ଯ୍ୟଟକଙ୍କୁ ଦେବାପାଇଁ ଭାରତ ନିକଟରେ ବହୁତ କିଛି ଅଛି । ଏହି ଚିନ୍ତାଧାରା ସହିତ ସମାନ ହେବା ପାଇଁ ପ୍ରତ୍ୟେକ ରାଜ୍ୟ ପର୍ଯ୍ୟଟନ ନୀତିରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ମାସ ମାସ ଧରି ଦେଶରେ କ୍ୟାମ୍ପ କରୁଥିବା ପକ୍ଷୀ ପର୍ଯ୍ୟବେକ୍ଷକଙ୍କ ଉଦାହରଣ ଦେଇଥିଲେ ଏବଂ ଏହିପରି ସମ୍ଭାବ୍ୟ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିବା ପାଇଁ ନୀତି ପ୍ରଣୟନ କରାଯିବା ଉଚିତ ବୋଲି କହିଥିଲେ ।

ପର୍ଯ୍ୟଟନ କ୍ଷେତ୍ରର ମୌଳିକ ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏଠାରେ ଦକ୍ଷ ପର୍ଯ୍ୟଟକ ଗାଇଡଙ୍କ ଅଭାବକୁ ଦର୍ଶାଇଥିଲେ ଏବଂ ଗାଇଡ୍ ପାଇଁ ସ୍ଥାନୀୟ କଲେଜଗୁଡ଼ିକରେ ସାର୍ଟିଫିକେଟ୍ ପାଠ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ପରାମର୍ଶ ଦେଇଛନ୍ତି ଯେ ଏକ ର୍ନିଦ୍ଦିଷ୍ଟ ପର୍ଯ୍ୟଟନ ସ୍ଥଳରେ କାର୍ଯ୍ୟ କରୁଥିବା ଗାଇଡ ମାନଙ୍କର ମଧ୍ୟ ଏକ ର୍ନିଦ୍ଦିଷ୍ଟ ପୋଷାକ କିମ୍ବା ୟୁନିଫର୍ମ ରହିବା ଉଚିତ ଯାହା ଦ୍ୱାରା ପର୍ଯ୍ୟଟକମାନେ ପ୍ରଥମ ଦେଖାରେ ସେମାନଙ୍କୁ ଜାଣିପାରିବେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜଣେ ପର୍ଯ୍ୟଟକଙ୍କ ମନ ପ୍ରଶ୍ନରେ ପରିପୂର୍ଣ୍ଣ ଏବଂ ଗାଇଡ୍ ସେମାନଙ୍କୁ ସେହି ସମସ୍ତ ପ୍ରଶ୍ନର ଉତ୍ତର ପାଇବାରେ ସାହାଯ୍ୟ କରିପାରିବେ ।

ପ୍ରଧାନମନ୍ତ୍ରୀ ଉତ୍ତରପୂର୍ବରେ ବିଦ୍ୟାଳୟ ଏବଂ କଲେଜ ଯାତ୍ରାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯାହା ଦ୍ୱାରା ଅଧିକ ଲୋକ ସଚେତନ ହୋଇ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମି ତଥା ସୁବିଧାର ବିକାଶ ଆରମ୍ଭ କରିବେ । ସେ ବିବାହ ସ୍ଥଳ ତଥା କ୍ରୀଡା ଗନ୍ତବ୍ୟସ୍ଥଳକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଏହିପରି ୫୦ ଟି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଉତ୍ସାହିତ କରି କହିଛନ୍ତି ଯେ ପୃଥିବୀର ପ୍ରତ୍ୟେକ ପର୍ଯ୍ୟଟକ ତାଙ୍କ ଯାତ୍ରାରେ ଭାରତ ଗସ୍ତରେ ଆସିବାକୁ ବାଧ୍ୟ । ମିଳିତ ଜାତିସଂଘରେ ତାଲିକାଭୁକ୍ତ ସମସ୍ତ ଭାଷାରେ ପର୍ଯ୍ୟଟନ ସ୍ଥଳ ପାଇଁ ଆପ୍ ବିକାଶ ବିଷୟରେ ସେ ଉଲ୍ଲେଖ କରିଛନ୍ତି ।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ୱେବିନାର୍ ପର୍ଯ୍ୟଟନ ସହ ଜଡିତ ପ୍ରତ୍ୟେକ ଦିଗକୁ ଗମ୍ଭୀରତାର ସହ ବିଚାର କରିବ ଏବଂ ଉନ୍ନତ ସମାଧାନର ରାସ୍ତା ବାହାର କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି, ରିଅଲ୍ ଇଷ୍ଟେଟ୍ ବିକାଶ, ଭିତ୍ତିଭୂମି ଏବଂ ବୟନଶିଳ୍ପ ଭଳି ଦେଶରେ ପର୍ଯ୍ୟଟନର ସମାନ ସମ୍ଭାବନା ଅଛି ।

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The Bishkek Balancing Act: How India’s dual engagements define its strategic autonomy

Media Coverage

The Bishkek Balancing Act: How India’s dual engagements define its strategic autonomy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the qualities of a truly wise person
September 01, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of a truly wise person.

The Prime Minister wrote on X;

"यस्य कृत्यं न जानन्ति मन्त्रं वा मन्त्रितं परे।

कृतमेवास्य जानन्ति स वै पण्डित उच्यते॥"

A truly wise person is one whose plans and actions remain hidden from others until they are completed. Such a disciplined, discerning and thoughtful person is rightly regarded as truly wise.