“ଉଚ୍ଚ ଅଭିବୃଦ୍ଧି ହାର ବଳବତ୍ତର ରଖିବା ପାଇଁ ସରକାର ବଜେଟ୍‌ରେ ଅନେକ ପଦକ୍ଷେପ ନେଇଛନ୍ତି”
“ଏମଏସ୍‌ଏମ୍‌ଇକୁ ମଜବୁତ କରିବା ପାଇଁ ଆମେ ଅନେକ ନୂତନ ଯୋଜନା କରିବା ସହ ଅଧିକ ମୌଳିକ ସଂସ୍କାର ମଧ୍ୟ ଆଣିଛୁ । ଏହି ସଂସ୍କାରର ସଫଳତା ଅର୍ଥ ବ୍ୟବସ୍ଥା ସୁଦୃୃଢ ହେବା ଉପରେ ନିର୍ଭରଶୀଳ”
“ଆମର ଆର୍ଥିକ କ୍ଷେତ୍ର ସୃଜନାତ୍ମକ ଅର୍ଥ ଲଗାଣ ଓ ନିରନ୍ତର ବିପଦ ଆପଦ ପରିଚାଳନା ଓ ଭବିଷ୍ୟତ ଚିନ୍ତାଧାରା ଓ ପଦକ୍ଷେପକୁ ନେଇ ଚାଲିବ”
“ଭାରତର ଆକାଂକ୍ଷା ପ୍ରାକୃତିକ ଓ ଜୈବିକ କୃଷି ସହ ସଂଶ୍ଳିଷ୍ଟ”
“ପରିବେଶକୁ ସୁହାଇବା ଭଳି ପ୍ରକଳ୍ପ ତ୍ୱରାନ୍ୱିତ କରିବା ଆବଶ୍ୟକ । ନିରନ୍ତର ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥଲଗାଣ ତ୍ୱରାନ୍ୱିତ କରିବା ହେଉଛି ଆଜିର ଆବଶ୍ୟକତା”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବଜେଟ ପର ଅଭିବୃଦ୍ଧି ଓ ଆକାଂକ୍ଷିତ ଅର୍ଥନୀତି ନିମନ୍ତେ ଅର୍ଥ ବ୍ୟବସ୍ଥା ଶୀର୍ଷକ ଏକ ୱେବିନାରରେ ଆଜି (୦୮-୦୩-୨୦୨୨) ତାଙ୍କ ଅଭିଭାଷଣ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଅଭିଭାଷଣର ରଖିଥିବା ବଜେଟ ପରର ଏହା ଦଶମ ୱେବିନାର ।

ପ୍ରଥମରେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇ ଭାରତରେ ଅର୍ଥମନ୍ତ୍ରୀ ମହିଳା ଓ ସେ ଏପରିକି ଏକ ପ୍ରଗତିଶୀଳ ବଜେଟ୍ ଉପସ୍ଥାପିତ କରିଛନ୍ତି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଅର୍ଥ ବ୍ୟବସ୍ଥା ପୁଣି ଥରେ ଗତିଶୀଳ ହୋଇ ଉଠିଛି । ଏକ ବୈଶ୍ୱିକ ମହାମାରୀ ପରେ ଏହି ଗତିଶୀତଳା ଆମର ଆର୍ଥିକ ନିଷ୍ପତ୍ତି ଓ ଅର୍ଥ ବ୍ୟବସ୍ଥାର ଦୃଢ ଭିତ୍ତିଭୂମିର ପ୍ରତିଫଳନ । ସେ କହିଥିଲେ ଯେ ଉଚ୍ଚ ଅଭିବୃଦ୍ଧି ଅବ୍ୟାହତ ରଖିବା ପାଇଁ ସରକାର ବଜେଟରେ ଅନେକ ପଦକ୍ଷେପ ନେଇଛନ୍ତି । “ବିଦେଶୀ ପୁଞ୍ଜିପ୍ରବାହକୁ ପ୍ରୋତ୍ସାହନ, ଭିତ୍ତିଭୂମି ଅର୍ଥଲଗାଣ କ୍ଷେତ୍ରରେ ଟିକସ ହ୍ରାସ, ଏନଆଇଏଫଏଫ, ଗିଫ୍ଟସିଟି, ନୂତନ ଡିଏଫଆଇ ଇତ୍ୟାଦି ଦ୍ୱାରା ଆମେ ଆର୍ଥିକ ଅଭିବୃଦ୍ଧି ଦୃଢ କରିବାରେ ଲାଗିଛୁ ବୋଲି ସେ କହିଥିଲେ ।

“ଅର୍ଥର ବିଭିନ୍ନ ବିଭାଗରେ ଡିଜିଟାଲ ପ୍ରଯୁକ୍ତି ଜ୍ଞାନ ପାଇଁ ଦେଶରେ ଅଙ୍ଗୀକାରୀବଦ୍ଧତା ଏବେ ପରବର୍ତ୍ତୀ ପର୍ଯ୍ୟାୟରେ ପହଂଚିଛି । ଏହା ୭୫ଟି ଡିଜିଟାଲ ବ୍ୟାଙ୍କଙ୍କ ୟୁନିଟ୍ ହେଉ ବା ୭୫ଟି ଜିଲ୍ଲାର ସେଣ୍ଟ୍ରାଲ ବ୍ୟାଙ୍କର ଡିଜିଟାଲ ମୁଦ୍ରା(ସିବିଡିସି) ଏଥିରେ ଆମ ଦୂରଦୃଷ୍ଟି ପ୍ରମାଣିତ” ବୋଲି ସେ କହିଥିଲେ ।

ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପକୁ ଅର୍ଥ ପ୍ରଦାନ କ୍ଷେତ୍ରରେ ଉପାୟମାନ ବାହାର କରି ଅନ୍ୟାନ୍ୟ ଦେଶ ଉପରେ ନିର୍ଭର  ନ କରିବା ଲାଗି ଗୁରୁତ୍ୱ ଆରୋପ କରିଥିଲେ । ପିଏମ୍ ଗତିଶକ୍ତି ମାଷ୍ଟର୍ସ ପ୍ଳାନ  ଏଭଳି ଏକ ପଦକ୍ଷେପର ସେ ଉଦାହରଣ ଦେଇଥିଲେ ।

 ଦେଶରେ ସନ୍ତୁଳିତ ବିକାଶ କ୍ଷେତ୍ରରେ ଆକାଂକ୍ଷିତ ଜିଲ୍ଲା କାର୍ଯ୍ୟକ୍ରମ, ପୂର୍ବାଂଚଳ ଓ ଉତ୍ତର-ପୂର୍ବାଂଚଳ ବିକାଶ ଉପରେ ପ୍ରାଧାନ୍ୟ ଦେବାକୁ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ । ପ୍ରଧାନମନ୍ତ୍ରୀ ଭାରତର ଆକାଂକ୍ଷା ଓ ଏମଏସ୍‌ଏମଇର ମଜବୁତ ସମନ୍ୱୟ ଉପରେ ଗୁରୁତ୍ୱଆରୋପ କରିଥିଲେ । “ଆମେ ଏମ୍‌ଏସ୍‌ଏମଇକୁ ମଜବୁତ କରିବା ପାଇଁ ଅନେକ ଅନେକ ମୌଳିକ ସଂସ୍କାର ଓ ନୂତନ ଯୋଜନାମାନ କରିଛୁ । ସଂସ୍କାରଗୁଡିକ ଅର୍ଥ ବ୍ୟବସ୍ଥା ମଜବୁତ କରିବା ସଫଳତା ଉପରେ ନିର୍ଭରଶୀଳ” ବୋଲି ସେ କହିଥିଲେ ।

ଦେଶ ଫିନ୍‌ଟେକ, ଆଗ୍ରୀଟେକ୍‌, ମେଡିଟେକ ଓ କୌଶଳ ବିକାଶ କ୍ଷେତ୍ରକୁ ଛାଡି ଶିଳ୍ପ ୪.୦ ସମ୍ଭବ ନୁହେଁ । ଆର୍ଥିକ ଅନୁଷ୍ଠାନଗୁଡିକର ଏହି ସବୁ କ୍ଷେତ୍ରରେ ସାହାଯ୍ୟ ଭାରତର ଶିଳ୍ପ ୪.୦କୁ ଏକ ନୂତନ ଶିଖରକୁ ନେଇଯିବ ବୋଲି ଶ୍ରୀ ମୋଦି କହିଥିଲେ ।

ପ୍ରଧାନମନ୍ତ୍ରୀ ଏପରି କ୍ଷେତ୍ର ଦେଖିବାକୁ କହିଥିଲେ ଯାହା ଫଳରେ ଭାରତ ବିଶ୍ୱର ତିନିଟି ଦେଶ ମଧ୍ୟରେ ଆସିପାରିବ । ଭାରତ ନିର୍ମାଣ, ଷ୍ଟାର୍ଟଅପ୍‌ସ ଓ ନିକଟରେ ବିକଶିତ ଡ୍ରୋନ, ମହାକାଶ ଓ ଭୌଗୋଳିକ ସ୍ଥାନ ତଥ୍ୟରେ ବିଶ୍ୱର ତିନିଟି ଶୀର୍ଷ ଦେଶ ମଧ୍ୟରେ ଆସିପାରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । ଆମର ଶିଳ୍ପ ଓ ଓ ଷ୍ଟାର୍ଟଅଫ ଆର୍ଥିକ କ୍ଷେତ୍ରରୁ ସମ୍ପୂଣ୍ଣ ର୍ସହାୟତା  ପାଇବା ଅପରିହାର୍ଯ୍ୟ । ଔଦ୍ୟୋଗିକତା,   ନୃତନତ୍ୱର ପ୍ରବର୍ତ୍ତନ ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ନୂତନ ବଜାରର ଖୋଜ ସେତେବେଳେ ହେବ ଯେତେବେଳେ ଯେଉଁମାନେ ସେମାନଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି ସେମାନଙ୍କର ଉତ୍ତମ ବୁଝାମଣା ରହିଛି ।

“ଆମର ଆର୍ଥିକ କ୍ଷେତ୍ର ମଧ୍ୟ ଆର୍ଥିକ ସହାୟତା ମଞ୍ଜୁର କଲାବେଳେ ଅଭିନବ ଉପାୟ ସହ ନିରନ୍ତର ସମ୍ଭାବ୍ୟ ବିପଦ ପରିଚାଳନା ଓ ଭବିଷ୍ୟତକୁ ଆଖିଆଗରେ ରଖି ପଦକ୍ଷେପ ନେବାକୁ ପଡିବ ବୋଲି ଶ୍ରୀ ମୋଦୀ ଦୃଢଭାବେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଭାରତୀୟ ଅର୍ଥନୀତି ବଡ ଭାଗ ହେଉଛି ଗ୍ରାମ୍ୟ ଅର୍ଥନୀତି । ସରକାର ସ୍ୱୟଂ ସହାୟକ ଗୋଷ୍ଠୀକୁ ମଜବୁତ କରିବା, କିଷାନ କ୍ରେଡିଟ୍ କାର୍ଡ, କୃଷକ ଉତ୍ପାଦକ ସଂଘ ଓ ସାଧାରଣ ସେବା କେନ୍ଦ୍ର ଇତ୍ୟାଦି ପାଇଁ ପଦକ୍ଷେପ ନେଉଛନ୍ତି । ଗ୍ରାମ୍ୟ ଅର୍ଥନୀତି ଉପରେ ନୀତି କେନ୍ଦ୍ରିତ କରିବାକୁ ସେ ସମବେତ ଜନତାଙ୍କୁ ନିବେଦନ କରିଥିଲେ ।

ସେ କହିଥିଲେ ଯେ ଭାରତର ଆକାଂକ୍ଷା ପ୍ରାକୃତିକ ଓ ଜୈବିକ କୃଷି ସହ ଯୋଡି ହୋଇ ରହିଛି । “ଯଦି କେହି ଏ ଦିଗରେ କିଛି ନୂଆ କରିବାକୁ ଆଗେଇ ଆସେ ତେବେ ଆମ ଆର୍ଥିକ ସଂସ୍ଥାମାନେ ତାଙ୍କୁ କିପରି ସାହାଯ୍ୟ କରିପାରିବେ ସେଥିନେଇ ମଧ୍ୟ ଚିନ୍ତା କରିବାକୁ ପଡିବ ।”

ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ ଓ ନିବେଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଥିବା ଆହ୍ୱାନର ମୁକାବିଲା ନିମନ୍ତେ ଅଧିକରୁ ଅଧିକ ଡାକ୍ତରୀ ପ୍ରତିଷ୍ଠାନର ଆବଶ୍ୟକତା ରହିଛି । “ଆମର ଆର୍ଥିକ ଅନୁଷ୍ଠାନ ଓ ବ୍ୟାଙ୍କ ସେମାନଙ୍କ ବ୍ୟାବସାୟିକ ଯୋଜନାରେ ଏ ଦିଗ ପ୍ରତି ଅଗ୍ରାଧିକାର ଦେଇପାରିବ କି ବୋଲି ଶ୍ରୀ ମୋଦୀ ପ୍ରଶ୍ନ କରିଥିଲେ ।

ପ୍ରଧାନମନ୍ତ୍ରୀ ବଜେଟ୍‌ରେ ଆଲୋଚନା କରାଯାଇଥିବା ପରିବେଶ ଓ ଜଳବାୟୁ ବିଷୟ ଉପରେ ମଧ୍ୟ କହିଥିଲେ । ୨୦୭୦ସୁ୍‌ଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ଉଦ୍‌ଗୀରଣ ଭାରତର ଲକ୍ଷ୍ୟ ଦିଗରେ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । “ଏହାକୁ ଦ୍ରୁତ କାର୍ଯ୍ୟକାରୀ କରିବା ପାଇଁ ପରିବେଶ ଅନୁକୂଳ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବାକୁ ପଡିବ ।” ନିରନ୍ତର ପରିବେଶଗତ ବିକାଶ ଓ ତା’ର ଅନୁଧ୍ୟାନ ଓ ଏଥିରେ ଦେଖାଦେଇଥିବା ନୂତନ ଦିଗଗୁଡିକ ଆଜିର ଆବଶ୍ୟକତା” ବୋଲି  ସେ କହିଥିଲେ ।

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI schemes attract ₹2.4 lakh crore investments, create over 14 lakh jobs till March 2026

Media Coverage

PLI schemes attract ₹2.4 lakh crore investments, create over 14 lakh jobs till March 2026
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the qualities of an ideal and truly excellent individual
July 22, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of an ideal and truly excellent individual in fulfilling personal, social, and national duties.

The Prime Minister wrote on X;


"परकार्येषु युक्तात्मा स्वकार्ये क्षिप्रसाधनम्।

सुहृत्कार्येषु निर्वृत्ती राजकार्येषु विक्रमः ।। "

The person who devotes themselves wholeheartedly to the tasks of others, completes their own personal duties with speed and efficiency, carries out tasks for friends selflessly, and demonstrates their full valor and courage in fulfilling national duties, only such a person is truly excellent.